କିଛି ସମୟ ପରେ ସେମାନେ ଗାଁ ରେ ପହଞ୍ଚିଲେ ।
ସନ୍ଧ୍ୟା କୁ ତା’ର ଜଣେ ପରିଚିତ ଲୋକ ପଚାରିଲେ ସନ୍ଧ୍ୟା ମୁଣ୍ଡ କେମିତି ମାଡ଼ ହେଲା, ଆଉ ଏ ପିଲା କିଏ ??
ସନ୍ଧ୍ୟା:- ରାସ୍ତା ଟିକେ ଖରାପ ଥିଲା ତ ଗାଡିର ଚକା ଖସି ଗଲା ।
ମୁଣ୍ଡ ରେ ଟିକେ ମାଡ଼ ହେଇଛି ।
କୁମାର:- ମିଛ କାହିଁକି କହୁଛ ?? ସତଟା କଣ କହୁନ ??
ସନ୍ଧ୍ୟା:- ସତ କଣ ? ତମକୁ ଦେଖି ଦେଖି ବିଲରେ ପଡ଼ିଗଲି ବୋଲି କହିବି ନା କଣ ?? ତମେ ଚୁପ୍ ରୁହ ।
କୁମାର:- କଣ କରୁଛି ଦେଖ, ମୁଁ !!
ଆଜ୍ଞା ଶୁଣନ୍ତୁ ମୁଁ ହେଉଛି, ଏ ମାଡ଼ମ ଙ୍କର ଖାସ୍ ସାଙ୍ଗ ।
ଏ ମାଡ଼ମ ଜଣଙ୍କୁ ମତେ ଦେଖି ଦେଖି କେନାଳ ଭିତରେ ପଶିଗଲେ ଯାହା ଫଳରେ ଏ ଅବସ୍ଥା ।
ସେ ଲୋକ କହିଲେ – କଣ ନାତୁଣୀ ଏବେଠୁ ଏମିତି ହେଲୁଣି ଆଗକୁ କଣ ନ ହବୁ ।
କହି ସେ ଲୋକ ଚାଲିଗଲେ ।
ସନ୍ଧ୍ୟା:- ତମ ପାଟିକୁ ସିଲେଇ ଦେବି, ବୁଝିଲ !!!
ମୁଁ କିଛି କହିଲା ବେଳକୁ ତ ପାଟି ଫିଟୁନି ଆଉ ଏଠି ନପଚାରିଲେ ବି ପାଟି ଖୋଲିଯାଉଛି ।
କୁମାର:- ପାଟି ବନ୍ଦ କର ଏଠୁ ରାସ୍ତା କୁହ ମୁଁ ଜାଣିନି ।
ସନ୍ଧ୍ୟା:- ମୁଁ କହିବିନି ପୁଣି କହିବ ବଲ ବଲ ହଉଛି ବୋଲି ।
କୁମାର:- ଆରେ କୁହ ମୁଁ ଆଉ କହିବିନି । କୁହ ଜଲ୍ଦି ତମକୁ ଛାଡି ମୁଁ ମୋ ଘରକୁ ମଧ୍ୟ ଯିବି ।
ସନ୍ଧ୍ୟା:- ସିଧା ଚାଲ ଗୋଟେ cabin ପଡିବ ସେଠୁ Left ଗଲେ ଟିକେ ଆଗରେ ଆମ ଘର ପଡିବ ।
To be continued…….
Promo: ( କୁମାର ଆଉ ସନ୍ଧ୍ୟା ର କଥାବାର୍ତ୍ତା ବାକି ଅଛି, ପଢିବା ଆଗାମୀ page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-33
Follow My Pages:-
Thanks….
Facebook Comments