ସନ୍ଧ୍ୟାର ଦାଦା:- ହଁ ହଁ ମନେପଡ଼ିଲା, ତମେ ତା ହେଲେ ସେଇ ପିଲା।
କ୍ଷମା କରିବ ପୁଅ ସେ ଦିନ ମୁଁ ତମ ନାଁ ପଚାରିନଥିଲି ମୁଁ କେମିତି କା ଲୋକ କେଜାଣି ମୋତେ ସାହାଯ୍ୟ କରିଥିବା ଲୋକଟାକୁ ମୁଁ ପଚାରିପାରିଲିନି ।
କୁମାର:- ଆପଣ ସେମିତି କାହିଁକି ଭାବୁଛନ୍ତି ।
ମୁଁ ବି ଟିକେ ଜଲ୍ଦିରେ ଥିଲି ଆପଣ କହିଥିଲେ ବି ମୁଁ ରହିପାରିନଥାନ୍ତି ।
ହଉ ଛାଡ଼ନ୍ତୁ ସେ କଥା କୁହନ୍ତୁ ଆପଣ କେମିତି ଅଛନ୍ତି ???
ଦାଦା:- ହଁ ପୁଅ ଭଲଅଛି ତମେ ଆସିଛ ଜାଣିଲେ ଘରେ ସମସ୍ତେ ବହୁତ ଖୁସି ହୋଇଯିବେ। ରୁହ ମୁଁ ସମସ୍ତ ଙ୍କୁ ଡାକୁଛି।
ସମସ୍ତଙ୍କୁ ଡାକିଲେ ସନ୍ଧ୍ୟାର ଦାଦା କୁମାରଙ୍କୁ ପରିଚୟ କରାଇଲେ ଆଉ ତା’ପରେ ସମସ୍ତେ କୁମାର ସହ କଥାବାର୍ତା ହେଲେ ।
ହଠାତ ତାଙ୍କ ଜେଜେ ମା ଆସି କୁମାର ଙ୍କୁ ଟାଣି ଟାଣି ନେଇଗଲେ ତାଙ୍କ Room ଆଡକୁ ।
ଜେଜେ ମା:- ମତେ ଗୋଟେ କଥା କହିଲୁ ” କୁମାର !! ତୁ ସନ୍ଧ୍ୟା କୁ ଭଲପାଉଛୁ କି ନାହିଁ” ।
ବିଚାରି ମୋତେ ରାତିରେ ଶୁଆଇଦୋଉନି । ସବୁବେଳେ ପଚାରୁଛି ସେ କଣ ମତେ ଭଲପାଇବନି, ମୁଁ କଣ ଭଲ ଝିଅ ନୁହଁ କି ।
ସେ କାହିଁକି ମୋତେ ଭଲପାଉନାହାନ୍ତି । ମୁଁ କିଛି ତା କଥା ବୁଝିପାରେନା, ସେ ତତେ ଏତେ ଭଲ ପାଉଛି ଯେ ସବୁବେଳେ ତା ମୁହଁରେ କେବଳ ତୋ ନାଁ ବାହାରୁଛି ।
ଘରେ ସମସ୍ତେ ଜାଣିଛନ୍ତି, ସେ ତୋତେ ଭଲପାଉଛି ବୋଲି ।
To be continued…….
Promo: ( କୁମାର ଜେଜେ ମା ଙ୍କୁ କଣ କହିବ ପଢିବା ଆଗାମୀ page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-35
Follow My Pages:-
Thanks….