କୁମାର:- କଣ କହୁଛ ଜେଜେ ମା !!! ତାହେଲେ ମୁଁ ଆସୁଛି ।
ମୁଁ ପରେ କେତେବେଳେ ଆସିବି ଯାଉଛି ଘରକୁ ।
ହଠାତ ସନ୍ଧ୍ୟାର ଦାଦା, ଖୁଡି ଆଉ ତାଙ୍କ ମା ଆସି ପହଞ୍ଚିଲେ, କୁଆଡେ ଯିବ “କୁମାର” ।
ଆଜି ରାତିଟା ଆମ ଘରେ ରହିବ, ସକାଳ ହେଲେ କୁଆଡେ ଯିବ ହେଲା ।
ଆମେ ସମସ୍ତେ ଜାଣିଛୁ ସନ୍ଧ୍ୟା ତମକୁ ଭଲପାଉଛି,
ଖାଲି ତମ ଉତ୍ତର ଅପେକ୍ଷା ରେ ରହିଛୁ ।
ଆମେ ସମସ୍ତେ ଜାଣିଛୁ ସନ୍ଧ୍ୟା ଯାହା କରିବ ସବୁ ଠିକ୍ ହବ । କଣ କହୁଛ କୁମାର ???
ସନ୍ଧ୍ୟା ର ଖୁସି ରେ ଆମ ଖୁସି ,
ଯାହା ତମେ କହିବ ତାହା ହବ, କଣ କହୁଛ ???
କୁମାର:- ସନ୍ଧ୍ୟା କୁଆଡେ ଗଲେକି ???
ମୁଁ ଟିକେ କଥା ହେଇଥାନ୍ତି ।
ଜେଜେ ମା:- ସେ ତା ରୁମରେ ଅଛି, ଯା କଥା ହେଇକି ଆସ ।
ସମସ୍ତେ ହସି ହସି ଯିଏ ଯା କାମରେ ଲାଗିଲେ , କୁମାର ସନ୍ଧ୍ୟା ରୁମ କୁ ଚାଲିଲା ।
ସନ୍ଧ୍ୟା:- କଣ ହେଲା ମହାଶୟ ?
କଣ ପୁରା ଖୁସି ଜଣା ପଡୁଛ ??
କଣ ହେଇଛି କି ???
କୁମାର:- ଟିକେ ପାଖକୁ ଆସ ଗୋଟେ କଥା କହିବାର ଅଛି ।
ସନ୍ଧ୍ୟା:- କଣ କହିବ କୁହ ?? ଏଠି ଚଳିବ !!
କୁମାର:- ନାହିଁ ପାଖକୁ ଆସ କହିବି, ନହଲେ କହିବିନି ।
ଆମ ଗାଁ କୁ ଚାଲିଯିବି ।
To be continued…….
Promo: ( କୁମାର ନିଜ ମନ କଥା ସନ୍ଧ୍ୟା କୁ କହେ, ପଢିବା ଆଗାମୀ page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-36
Follow My Pages:-
Thanks….
Bahut late re propose karila kumar, wait karithila eei dina ku