![]() |
Some Childhood Moments |
ପିଲା ଦିନ ର କିଛି ଅନୁଭୂତି ଆମକୁ ବହୁତ ଖୁସି ଦେଉଥିଲା ।
ପିଲାଦିନେ ଆମେ ସାଇକେଲ ତିନୋଟି ପଯ୍ୟାୟ ଦେଇ ଶିଖୁଥିଲୁ ।
ପ୍ରଥମ- ବାଙ୍କୀ
ଦ୍ୱିତୀୟ-ବାର୍
ତୃତୀୟ- ସିଟ
ସେତେବେଳେ ସାଇକେଲ ଚଲେଇବା ଆଉ ଶିଖିବା ବହୁତ ଭାଗ୍ୟରେ ମିଳୁଥିଲା । ଘରେ କେବଳ ଗୋଟିଏ ସାଇକେଲ ଥାଏ ତାହା କେବଳ ବଡ଼ ମାନେ ହିଁ ଚଲେଇବେ ।
ସେତେବେଳେ ସାଇକେଲ 24 ଇଞ୍ଚ ଉଚ୍ଚତା ଥିଲା । ଆମେ ଠିଆ ହେଲେ ଆମର କାନ୍ଧ ପର୍ଯ୍ୟନ୍ତ ହିଁ ହେଉଥିଲା । ସିଟ ପର୍ଯ୍ୟନ୍ତ ପହଂଚିବା ପାଇଁ ଆମେ କେତେ ସ୍ୱପ୍ନ ଦେଖୁଥିଲି । ଆମେ କେବେ ବଡ଼ ହେବୁ ସେ କଥା ପ୍ରତିଦିନ ଭାବୁଥିଲୁ ।
ବାଙ୍କୀ- ଏହି ପଯ୍ୟାୟ ରେ ଆମେ ତିନି କୋଣିଆ ଫ୍ରେମ ଭିତରେ ପଶି ଦୁଇ ପଟେ ପେଦଲ ମାରି ସାଇକେଲ ଚଳାଉଥିଲୁ । କିଛି ସମୟ ପେଦଲ ମାରିବା ପରେ ଆମେ ପେଦଲ ଉପରେ ଠିଆ ହୋଇ ଛାତି କୁ ଚଉଡା କରି ସାମ୍ନା କୁ ଦେଖି ସାଇକେଲ ର ଘଣ୍ଟି କୁ ବାରମ୍ବାର ବଜେଇ ସମସ୍ତଙ୍କୁ ଜଣେଇବା ଗୋଟିଏ ଅଲଗା ଖୁସି ଥିଲା । ସେହି ବାଙ୍କୀ ଶିଖିବାରେ କେତେଥର ପଡି ଗୋଡ ମାଡ଼ ହେବା ଆମ ପାଇଁ ସାଧାରଣ ଥିଲା । ସେହି ବାଙ୍କୀ ପଯ୍ୟାୟ ରେ କେତେଥର Race ଭି ଆୟୋଜନ କରାଯାଇଛି ।
ସେମିତି ବାର୍ ଚଲେଇବା ସମୟରେ ଆମେ ପ୍ରକୃତ ସାଇକେଲ ଚଳେଇବାର ଅଭିଜ୍ଞତା ହାସଲ କରିସାରିଥାଉ । ଆଉ ସେହି ବାର୍ ଚଲେଇବା ସମୟରେ ବେଳେବେଳେ ସିଟ ଉପରେ ବସି କିଛି ଦୂର ଚଲେଇବା ମଧ୍ୟ ଗୋଟିଏ ଅଲଗା ଖୁସି ଥିଲା । ଆଉ ସେହି ସିଟ ଉପରେ ବସି ଯେବେ ଚଲେଇବାର ଜାଣିଲୁ ସେତେବେଳେ ଭାବିଲୁ କି ଆମେ ପକୃତ ସାଇକେଲ ଚାଳକ ନୁହଁ ଆମେ ଯେମିତି ଉଡାଯାହାଜ ଚଳେଇବାର ଖୁସି ଅନୁଭବ କରୁଥିଲୁ ।
ଆଜି ର ପରମ୍ପରା ରେ ଛୋଟ ପିଲା ମାନଙ୍କୁ ଏତେ ସୁବିଧା ପ୍ରଦାନ କରାଯାଉଛି । ଯେ ସେମାନେ ଜୀବନ ର ପକୃତ ସନ୍ତୁଳନ ଜାଣିପାରୁନାହାନ୍ତି । ଛୋଟ ବେଳୁ ସେମାନଙ୍କୁ ତାଙ୍କ ଉଚ୍ଚତା ମୁତାବକ ସାଇକେଲ ପ୍ରଦାନ କରାଯାଉଛି ସନ୍ତୁଳନ(Balance) କରିବାର ଆବଶ୍ୟକତା ହିଁ ନାହିଁ । ଦୁଇ ଚକା ବାହାର ପଟେ ସନ୍ତୁଳନ କରିବା ପାଈଁ ଛୋଟ ଛୋଟ ଚକା ଲଗା ଯାଇଥାଏ । ସେମାନେ ଦୁନିଆ କୁ ସନ୍ତୁଳନ କରିବା ଜାଣି ନାହାନ୍ତି । ଏମିତି କି ବଡ଼ ବଡ଼ ଘର ର ଲୋକମାନେ ନିଜ ପୁଅ ଝିଅ ପାଈଁ ବେଟେରୀ ଯୁକ୍ତ Bike ମଧ୍ୟ ପ୍ରଦାନ କରି ତାଙ୍କର ଅଭାବ କୁ ପୂରଣ କରୁଛନ୍ତି ।
ଆଉ ଆମ ପିଲା ଦିନ କେତେ ଅଭାବ ରେ ଯାଇଛି ତାହା ଆମ ମନ ଭିତରେ ଢାଙ୍କି ରଖିଛୁ ।
ଆଜି ର ଛୋଟ ପିଲା ମାନେ ଜାଣି ନାହାନ୍ତି ଆମେ ସେହି ସମୟରେ ପକୃତ ସନ୍ତୁଳନ ର ଅନୁଭବ କରିଥିଲୁ । ଆଉ ସେଠୁ ଆମର ଜୀବନର ସନ୍ତୁଳିତ କରିବାର ଅନୁଭୂତି ଆରମ୍ଭ ହୁଏ ।
ସାଇକେଲ ଚଲେଇବା ଆଉ ଶିଖିବା ଇଛା ଥାଏ କିନ୍ତୁ ମନରେ ଅଲଗା ଆଶା ବାନ୍ଧିଥାଏ । କାରଣ ଶ୍ରେଣୀ ବଢିବା ସାଙ୍ଗରେ ଯଦି ସାଇକେଲ ଶିଖିନଥିବୁ ତେବେ ହାଇସ୍କୁଲ କୁ ଚାଲି ଚାଲି ଯିବାକୁ ହେବ ଆଉ ଯଦି ସାଇକେଲ ଶିଖିଯାଇଛୁ ତେବେ ବାପାଙ୍କ ପାଖରେ ନୂଆ ସାଇକେଲ ପାଇଁ Demand କରିପାରିବୁ ।
ଆମ ପିଢ଼ି ପରେ କିଛି କିଛି ଖେଳ ଆଉ କିଛି ଜିନିଷ ଯେମିତି ବିଲୁପ୍ତ ହୋଇଯାଇଛି ।
ଯେମିତି ବାଟି ଖେଳ, ଡାହି ମାଙ୍କୁଡ଼ି, ପିଲି ବାଡ଼ି, ଗ୍ୟାସ ଖେଳ, ଚୋର ପୁଲିସ, ବାଡ଼ି ଡିଆଁ, ପୋଖରୀ ରେ ବୁଡି ବୁଡି ଖେଳିବା । କୂଅ ଭିତରେ ପଶି ପଙ୍କ ବାହାର କରିବା, କାହାର ବଗିଚା ରେ ନଡ଼ିଆ ଚୋରେଇବା, ମରିଚ ଆଉ ଲୁଣ ସାଙ୍ଗରେ ଧରି ବୁଲିବା ଆଉ ଯୋଉ ଜାଗାରେ ଟମାଟ,କାକୁଡି ଆଉ ତେନ୍ତୁଳି ମିଳେ ସେଠି ଲୁଣ ମରିଚ ସାଙ୍ଗରେ ଖାଇବା । ଏମିତି ବହୁତ ଜିନିଷ ଅଛି ଯାହା ଆମ ପରେ ଯେମିତି ଲୋପ ପାଇଯାଇଛି ।
ଆମ ପିଢ଼ି ପରେ ବାଲି ଖେଳ ଆଉ ବାଲି ରେ ଘର କରି ଖେଳିବା ଯେମିତି ଲୋପ ପାଇଯାଇଛି । ଦୋଳି ଖେଳିବା ଆଉ ଖାସ କରି ବାଉଁଶ ଦୋଳି ବହୁତ ଚର୍ଚ୍ଚା ରେ ଥିଲା ।
ଆମେ ବହୁତ ଥର ଜେଜେ ବାପା, ଜେଜେ ମା ଆଉ ଆଇ ମା ଠାରୁ ଗପ ଶୁଣିଛୁ ଆଉ ଆଜି ଯେମିତି ସେ ସବୁ ଲୋପ ପାଇଯାଇଛି ।
ଆମର Cooler, Air Conditioner ବିନା ମଧ୍ୟ ଦିନ ଵିତୁଥିଲା ।
ଗରମ ହେଲେ ଛାତରେ ଉପରେ ଶୋଇବା ଆଉ ମସ୍ତି କରିବା ଅଲଗା ଖୁସି ଥିଲା । ଛାତରେ ଶୋଇବା ପାଇଁ ସନ୍ଧ୍ୟା ବେଳେ ପାଣି ରେ ସେହି ଜାଗାକୁ ଓଦା କରିବା ଗୋଟିଏ ଅଲଗା ଅନୁଭୂତି ଥିଲା ।
ଶୀତ ହେଲେ ଚୁଲି ଆଉ ଧୁନି ର ଚାରି ପାଖରେ ବସି କଥା ହେବା ଯେମିତି କମ୍ ହୋଇଯାଇଛି ।
ଆମେ ସେହି ପିଢ଼ି ରେ ଥିଲୁ ସ୍କୁଲ ର ବାରଣ୍ଡା ରେ ବସି ଟିଉସନ ପଢିଥିଲୁ । ଘରେ ମିଞ୍ଜି ମିଞ୍ଜି ଲାଇଟ ର ଆଲୁଅ ଠୁ କିରୋସିନ ଦୀପ ର ଆଲୁଅରେ ଆମକୁ ସବୁ ଦେଖାଯାଉଥିଲା ।
ଆମେ ସୋରିଷ ତେଲ କୁ ଖାଇବା ଆଉ ମୁଣ୍ଡରେ ପ୍ରତିଦିନ ଲଗେଇ ସ୍କୁଲ ଯାଉଥିଲୁ ।
ପେନ ର ସାହି ସରିଗଲେ ତାକୁ ନିଆଁ ରେ ଲଗେଇ ଫୋଟକା କରିବା ଅଲଗା ମଜା ଥିଲା । ଆଉ ସେହି ସାହି ରେ ଆମ ହାତ ଆଉ ପାଟି ନୀଳ ଆଉ ରଙ୍ଗ ବହୁତ ଥର ହେଇଛି । ଭଳି ଭଳି କି ପେନ ରଖିବା ମଧ୍ୟ ପସନ୍ଦ ଥିଲା ।
ଖାତାର କାଗଜ ଚିରି ବହିରେ ରଖି ବଡ଼ Number ଯାହାର ହେବ ସେଥିରେ କାଗଜ ଜିତିବା ମଧ୍ୟ ଅନ୍ୟ ଏକ ଅନୁଭୂତି ।
ଆମେ ସେ ପିଢ଼ି ଥିଲୁ ବଡ଼ ଲୋକ ମାନଙ୍କୁ ଦେଖିଲେ ରାସ୍ତା ବଦଳେଇ ଅନ୍ୟ ରାସ୍ତାରେ ଯାଉଥିଲୁ ।
ଆମ ପରେ ସ୍କୁଲ ରେ ମାଡ଼ ଖାଇବା ଆଉ ଚୌକି ବସିବା ଯେମିତି ଲୋପ ପାଇଗଲା ।
ଆମେ ଧଳା ଦାନ୍ତ ମଞ୍ଜନ ଗୁଣ୍ଡ ଆଉ ଅଙ୍ଗାର ରେ ଦାନ୍ତ ଘଷିବା ର ମଜା ବି ନେଇଛୁ ।
ଯଦି ପାଖରେ ଏକ ଟଙ୍କା ଅଛି ତେବେ ଆମେ ଭାବୁଥିଲୁ କି ଆମ ପାଖରେ ସବୁ କିଛି ଅଛି ।
ରାତିରେ ଲାଇଟ ଗଲା ପରେ ଛାତ ଉପରେ ଯାଇ ସହର କୁ ଦେଖି ଭାବୁଥିଲୁ ପକୃତରେ ସହର ଟା ରାତିରେ ଦେଖିବାକୁ କେମିତି ତାହା ମଧ୍ୟ ଅନ୍ୟ ଏକ ଖୁସି ଥିଲା ।
ରାତିରେ ତାରା ଗଣିବା ଆଉ ଆମ ସାଙ୍ଗରେ ଜହ୍ନ ମାମୁ ଆମ ସାଙ୍ଗରେ ଚାଲୁଛନ୍ତି ଭାବିବା । ଏହି ଖୁସି ମଧ୍ୟ ଗୋଟିଏ ଅଲଗା ଅନୁଭୂତି ।
ରାତିରେ ନାମ ଆଉ ଯାତ୍ରା ଦେଖିବା ପାଈଁ ଚାଲି ଚାଲି ଯିବା ମଧ୍ୟ ଅଲଗା ଖୁସି ଥିଲା ।
ଶ୍ରୀକୃଷ୍ଣ, ମହାଭାରତ, ରାମାୟଣ,ଶକ୍ତିମାନ ଆମର ପ୍ରିୟ ଧାରାବାହିକ ଥିଲା । National channel ସବୁ କିଛି ଥିଲା ।
ଆଜି ଯେମିତି ସେ ସବୁ ପରିବର୍ତ୍ତନ ହୋଇଯାଇଛି । ସମୟ ର ତାଳେ ତାଳେ ଆମେ ମଧ୍ୟ ପରିବର୍ତ୍ତନ ହୋଇଯାଇଛୁ।
Thank You
Share this link to your friends following the Share on Whatsapp button.
Bhuyans_Blog
Some-Childhood-Moments
Wow nice story.
Bhai mu se maja ku anubhaba karichi,satate bahut niara thila se pila dina
Lovable Moments of our life, never forgotton
Beautiful.
ସମସ୍ତଙ୍କ ପିଲା ଦିନ ବହୁତ୍ ରୋମଞ୍ଚକ ଥିଲା, ସତରେ ସେ ସମୟ ନା କେବେ ଆଉ ଫେରି ଆସିବ ନା ତାକୁ ଆମେ ଆଉ ଫେରାଇ ପାରିବା। କେବଳ ଆଗାମୀ Generation ର ପିଲା ମାନଙ୍କୁ ଦେଖି ଦୁଃଖ ଲାଗୁଛି କି ସେମାନେ ଘରୁ ବାହାରିବାକୁ ଇଚ୍ଛା କରୁ ନାହାନ୍ତି । ଆଉ ଆମେ କୁଆଡେ କୁଆଡେ ବୁଲୁଥିଲୁ କିଛି ଜଣା ନଥିଲା । ସତରେ ସମୟ ଟା ହିଁ ଅଜବ ଥିଲା ।