Category Archives: #childhood

ପିଲାଦିନର କିଛି ସତ ମିଛ କାହାଣୀ !!!

https://www.bhuyansblog.com/2021/09/Childhood.html?m=1
ପିଲାଦିନର କିଛି ସତ ମିଛ କାହାଣୀ !!!
ପିଲାଦିନେ ଏମିତି କିଛି ସମୟ ଥିଲା ଯାହା ଅତି ମୂଲ୍ୟବାନ ଥିଲା।
ହଁ ତାହା ଅନ୍ଧ ବିଶ୍ୱାସ ଥିଲେ ମଧ୍ଯ ତାକୁ ଆମେ ଆଖି ବନ୍ଦ କରି ବିଶ୍ୱାସ କରୁଥିଲୁ ?
ସତରେ ସେ ସମୟ ଗୁଡ଼ିକ କେତେ ମଜାଳିଆ ଥିଲା ନା?
ଚାଲନ୍ତୁ ପଢ଼ିବା ସେ ସତ ମିଛ କାହାଣୀ ଗୁଡ଼ିକୁ…
Lets Start……….
.
.
.
.
.
.
୧. ସ୍କୁଲ ର ହୋମ ୱର୍କ ରୁ ବଞ୍ଚିବା ପାଇଁ ବାଘ ନଖ ଫଳ କୁ ଯୋଡ଼ି ରଖିଲେ ସାର୍ ଆସିବେ ନାହିଁ ଅବା ଆଜି ପଚାରିବା ପାଇଁ ଭୁଲିଯିବେ । ଯାହା ଫଳରେ ମାଡ ବାଜିବ ନାହିଁ ।
୨. ମୁଣ୍ଡ କୁ ଆଉ କାହାର ମୁଣ୍ଡ ବାଜିଗଲେ ପୁଣି ଥରେ ବଜେଇବାକୁ ପଡ଼ିବ ନହେଲେ ଶିଙ୍ଗ ଉଠି ଯିବ।
୩. ପେଟ ଭିତରକୁ ଯଦି କୋଉ ଫଳର ମଞ୍ଜି ଚାଲିଗଲା ତେବେ ପେଟ ଭିତରେ ଗଛ ହୋଇଯିବ ଭାବି ରାତି ସାରା ନିଦ ହେଉ ନଥିଲା।
୪. ଖାତାରେ କିମ୍ବା ବହିରେ ମୟୂର ପଂଖ ରଖିଲେ ଦୁଇଟା ହୋଇଯିବ ଏବଂ ପାଠ ସବୁବେଳେ ମନେ ରହିବ ।
୫. ପେନସିଲ ର ଚୋପା ଯଦି ଗରମ କ୍ଷୀର ରେ ପକେଇ ରଖିଲେ ସକାଳ ହେଲା ବେଳକୁ ରବର୍ ହୋଇ ଯାଇଥିବ।
୬. ମାଟି ଭିତରେ ପଇସା ପୋତିଲେ କିଛି ଦିନ ପରେ ବହୁତ୍ ପଇସା ହୋଇଯିବ ।
୭. ଲୁଡୋ ଖେଳରେ ଲାଲ ରଙ୍ଗ ର ଚିତା ହିଁ ଦରକାର କାରଣ ତାକୁ ନେଲେ ତମେ ନିଶ୍ଚୟ ଜିତିବ ।
୮. ଆମେରିକାରେ ଲୋକମାନେ ଆକାଶ କୁ ଯିବା ପାଇଁ ନିଶୁଣି କରି ସାରିଲେଣି ସେଥିପାଇଁ ସେଠୀକାର ଲୋକମାନେ ଆକାଶକୁ ସବୁବେଳେ ଯାଆନ୍ତି ।
୯. ମଥା ମଝିରେ ବାରମ୍ବାର ଘସିଲେ ଆଉ ଗୋଟିଏ ଆଖି ବାହାରିବ । ଆଉ ତୁମକୁ ଶିବ ଦେବତା ବୋଲି ସମସ୍ତେ ପୂଜା କରିବେ ।
(ଏହି କାମ ଟି ମୁଁ କରିଥିଲି ଆଉ ଘରେ ମାଡ ମଧ୍ୟ ବହୁତ୍ ଖାଇଥିଲି)
୧୦. ଆମେରିକା ପୃଥିବୀ ତଳେ ଅଛି ସେଥିପାଇଁ ଏଠି ଦିନ ହେଲେ, ସେଠୀ ରାତି ହୁଏ ।
୧୧. ଆକାଶରୁ ତାରା ଖସିବା ସମୟରେ ପାସ୍ ହେବା କଥା ଯଦି ମାଗିବ ତେବେ ପରୀକ୍ଷାରେ ପାସ୍ ହୋଇଯିବ
୧୨. ସୂର୍ଯ୍ୟ ଆଉ ଚନ୍ଦ୍ର ଦୁଇ ଭାଇ । ଜଣେ ଦିନ ରେ ଆଲୁଅ ଦେଲେ ଆଉ ଜଣେ ରାତିରେ ଆଲୁଅ ଦିଅନ୍ତି ।
୧୩. ଦୁଇଟି ୧୦ ପଇସା କୁ ଯଦି ଟ୍ରେନ ଲାଇନ୍ ରେ ରଖା ଯାଏ ଏବଂ ତା ଉପରେ ଟ୍ରେନ ଯାଏ ତେବେ ଟଙ୍କା ଟିଏ ହୋଇଯିବ ଆଉ ଯଦି ବେଶୀ ପଇସା ରଖିବ ତେବେ ୫ ଟଙ୍କିଆ ଗେଣ୍ଡୁ ହୋଇଯିବ।
୧୪. ସାପ କାତି ଦେହରେ ଲାଗିଲେ ଦେହ ମାରା ହୁଏ । ଆଉ ତୁମକୁ ଦଶ ଥର ମୁଣ୍ଡ ବୁଡ଼େଇ ଗାଧୋଇବାକୁ ପଡ଼ିବ। ନହେଲେ ରାତିରେ ସେ ସାପ ଆସି ତମ ବେକରେ ଗୁଡେଇ ହୋଇ ରହିବ।
୧୫. ଘଣ୍ଟାର କଣ୍ଟା କୁ ଯଦି ପଛକୁ କରାଯାଏ ତେବେ ସ୍କୁଲ୍ ମଧ୍ଯ ଲେଟ୍ ରେ ଖୋଲିବ ।
୧୬. ତମ ହାତ ବାଜି ଝିଟିପିଟି ର ଲାଞ୍ଜ ବାହାରି ଗଲା ତେବେ ତାର ପରଦିନ ତମର ମଧ୍ୟ ଲାଞ୍ଜ ହୋଇଯିବ ।
୧୭. କୌଣସି କୁକୁଡ଼ା କୁ ଟୋକେଇ ଅବା ଚାଙ୍ଗୁଡ଼ି ରେ ଘୋଡେ଼ଇ ରଖିଲେ ସକାଳୁ ସେ ଅଣ୍ଡା ନିଶ୍ଚୟ ଦେବ।
(ଖାସ୍ କରି ଗଞ୍ଜା କୁକୁଡ଼ା )
୧୮. ନଡ଼ିଆ ଗଛ ଉପରେ ଆଉ ଗୋଟିଏ ନଡିଆ ଗଛ ରଖି ତା ଉପରେ ଯଦି ଚଢ଼ି ଦେଖିବ ତେବେ ଅନ୍ୟ ଦେଶ ଦେଖା ଯିବ। ଯାହା ଅସମ୍ଭବ ।
୧୯. ଚକ୍ ଖଡ଼ି ଗୁଣ୍ଡ କୁ ମୋଟା ପେନ୍ ରେ ରଖି ପାଣିଦେଲେ ଆଉ ଗୋଟିଏ ନୂଆ ଚକ୍ ଖଡ଼ି ହୋଇଯାଏ ।
ଶେଷରେ…
୨୦. ସବୁଠୁ ବଡ ମିଛ ହେଲା ପିଆଜ ଭୂତ !! ରାତିରେ ପିଆଜ ଭୂତ ଆସି ତମ ଘରେ ପିଆଜ ମାଗିବ । ଯଦି ପିଆଜ ଦେବ ନାହିଁ ତେବେ ତୁମର ମୃତ୍ୟୁ ହେବ ଆଉ ତାର ପ୍ରତିକାର ହେଉଛି ବାରଣ୍ଡାରେ ଗୋବର କିମ୍ବା ଲାଲ ମାଟିରେ ଓମ୍ କିମ୍ବା ସ୍ୱସ୍ତିକ ଚିହ୍ନ କରିଲେ ଭୂତ ଆସିବ ନାହିଁ।
.
.
.
.
.
କେମିତି ଲାଗିଲା ଏହି ସତ ମିଛ କାହାଣୀ ଗୁଡ଼ିକ ।
ଏମିତି ବହୁତ୍ ମୂଲ୍ୟବାନ ସମୟ ଆମେ ବିତେଇଛୁ।
ଯଦି କିଛି ସତ ମିଛ କାହାଣୀ ଆପଣଙ୍କର ମନେ ଅଛି ଏବଂ ଆପଣଙ୍କ ସହିତ ସେମିତି ହୋଇଛି ତେବେ କମେଣ୍ଟ କରି ଜଣାନ୍ତୁ ।
ଆପଣଙ୍କ ସାଙ୍ଗ ମାନଙ୍କୁ ଏହି ଲିଙ୍କ୍ କୁ ସେୟାର କରି ତାଙ୍କୁ ପଚାରନ୍ତୁ ଯେ ଏହି ୨୦ ଟି ସତ ମିଛ କାହାଣୀ ଭିତରୁ ତାଙ୍କ ଜୀବନରେ କେତେ ନମ୍ବର ସମୟ ଟି ସେ ଅନୁଭବ କରିଛନ୍ତି ?
ନୀଳମାଧବ ଭୂୟାଁ (ଲେଖକ)

If the contents are helpful so share them with your friends, Thanking You.

Childhood Moment 3 (ଭାରି ମନେ ପଡେ ମୋ ପିଲାଦିନ)

Childhood, children, children moments, Childhood Moments 2
ଭାରି ମନେ ପଡେ ମୋ ପିଲାଦିନ



® ଭାରି ମନେ ପଡେ ସେ କାଗଜ ଡଙ୍ଗା,
ରକେଟ୍ ଉଡା,
ଟାୟାର ଗଡା,
ଆଉ ଭାରି ମନେ ପଡେ ସେ
ଲୁହା ବ୍ୟାଟେରୀ ରୁ ତିଆରି ହୋଇଥିବା ଟିଣ ଗାଡି ।

® ଭାରି ମନେ ପଡେ ସେ ସାର୍ ଙ୍କ ଖଡ଼ି ଫିଙ୍ଗା
ଲେଟ୍ ହେଲେ କ୍ଲାସ୍ ବାହାରେ ଠିଆ ହେବା,
ସୁପର୍ ମେନ୍ ର ତାସ୍,
ଟିପ୍ ଟପ୍ ପେନ୍ ର ବନ୍ଧୁକ,
ଆଉ ଭାରି ମନେ ପଡେ ସେ
ରବର ପେନ୍ ର ବେଟ୍ ବଲ୍ ଖେଳ ।

® ଭାରି ମନେ ପଡେ ସେ ସିଲଟ ଯୁଦ୍ଧ,
ଖଡ଼ି ଗୁଣ୍ଡ ର ବିଭୂତି,
ପାଣି ପତର,
ନିଜେ କରିଥିବା ତୁଳା ଡଷ୍ଟର,
ଆଉ ଭାରି ମନେ ପଡେ ସେ
ଖଡ଼ି ଖାଇବା ର ସ୍ଵାଦ ।

® ଭାରି ମନେ ପଡେ ସେ କଷା ପିଜୁଳି ,
ମିଠା ରାମ ଫଳ,
ଖଜୁରୀ କନ୍ଦା,
ଗୋଇ ବେଣ୍ଟ,
ଆଉ ଭାରି ମନେ ପଡେ ସେ
ଟାୱେଲ ରେ ମାଛ ଧରା ।

® ଭାରି ମନେ ପଡେ ସେ କିତି କିତି ଖେଳ,
ଚକା ଭଉଁରୀ,
କଉଡ଼ି ଖେଳ,
ଲୁଡୋ ଖେଳ,
ଆଉ ଭାରି ମନେ ପଡେ ସେ
ବାଘ ଛେଳି ର ଜିତିବା ମଜା।

® ଭାରି ମନେ ପଡେ ସେ 
ପିଲ ବାଡି,
ଝୁରା ଖେଳ,
ଅନ୍ଧ ପୁଟୁଳି,
ଆଉ ଭାରି ମନେ ପଡେ ସେ
ଗ୍ରହ୍ମା ଡିଆଁ ଖେଳ ।

® ଭାରି ମନେ ପଡେ ସେ ଡବଲ ଗନ୍ଥା ର ଗଦି,
ତକିଆ ଫାଇଟ୍,
ଅଧ ରାତିରେ ଜାଗା ବଦଳି,
କମ୍ବଳ ଭିତରେ ଗୁଣୁ ଗୁଣୁ ଶବ୍ଦ,
ଆଉ ଭାରି ମନେ ପଡେ ସେ
ଘୁଙ୍ଗୁଡ଼ି ବାଲା ର ନାକ ବନ୍ଦ କରିବା ।


® ଭାରି ମନେ ପଡେ ସେ ଥଣ୍ଡା ଦିନିଆ ପାଠ ପଢା,
କମ୍ବଳ ଭିତରେ ଢୋଳେଇବା,
ବହି ଓଲଟା ଧରିବା,
ଲେଖିଲା ଭଳି ଅଭିନୟ କରିବା,
ଆଉ ଭାରି ମନେ ପଡେ ସେ 
ବାପା ଙ୍କ ଶକ୍ତ ଚାପୁଡା ର ନିଦ ଭଙ୍ଗା ।

® ଭାରି ମନେ ପଡେ ସେ ଥଣ୍ଡା ଦିନିଆ ଅଗାଧୁଆ ବାହାନା,
ନ ଗାଧୋଇ ସ୍କୁଲ୍ ଯିବା,
ମୁଣ୍ଡ ଓଦା କରି ଗାଧୁଆ ର ପ୍ରମାଣ ଦେବା,
କଲର୍ ସଫା କରି ୟୁନିଫର୍ମ ପିନ୍ଧିବା,
ଆଉ ଭାରି ମନେ ପଡେ ସେ
ସାର୍ ଙ୍କ ଥଣ୍ଡା ଦିନିଆ ବେତ ମାଡ ।


® ଭାରି ମନେ ପଡେ ସେ ଜାମୁନ କୋଳି,
କଇଠ ଚଟଣୀ,
କଲମୀ ଆମ୍ବ,
ବେଲ ଅଠା ବୋଳା ମଜା
ଆଉ ଭାରି ମନେ ପଡେ ସେ
ଖଜୁରୀ ରସ ର ହାଣ୍ଡି ଫଟା କଥା।


® ଭାରି ମନେ ପଡେ ସେ ଫୁଲ ରୁ ମହୁ ଶୋଷିବା
ସୁତୁଲିରେ ଭ୍ରମର ଉଡେଇବା
ନଡ଼ିଆ ପାତି ରେ ଏଣ୍ଡୁଅ ଧରିବା
ଗେଣ୍ଡଳିଆ କୁ ପଇସା କରି ବିକିବା
ଆଉ ଭାରି ମନେ ପଡେ ସେ
ଚଷା ପୁଅ ସାପ କୁ ପକେଟ୍ ରେ ଧରି ବୁଲିବା ।


® ଭାରି ମନେ ପଡେ ସେ ଶ୍ରୀକୃଷ୍ଣ ଧାରାବାହିକ
ଜୁନିଅର୍ ଜି ର ବିସ୍କୁଟ
ଆର୍ୟମାନ୍ ର ତଲବାର୍
ବୋଙ୍ଗୋ ର ଯାଦୁ
ଆଉ ଭାରି ମନେ ପଡେ ସେ 
ଶକ୍ତିମାନ ର ଅପ୍ରମାୟ ଶକ୍ତି ।


® ଭାରି ମନେ ପଡେ ସେ ବର୍ଷା ଦିନିଆ ସ୍କୁଲ୍ 
ପଥର ଡିଆଇଁ ଆଗକୁ ଯିବା
କାଦ ଚପ ଚପ ର ରାସ୍ତା
ପାଣି ଫୋଟକା ର ମଜା
ଆଉ ଭାରି ମନେ ପଡେ ସେ 
ଗୋଟିଏ କଦଳୀ ପତରେ ତିନି ସାଙ୍ଗ ମିଶି ସ୍କୁଲ୍ ଯିବା କଥା ।

® ଭାରି ମନେ ପଡେ ସେ ହୋଲି ଖେଳ
କୁମାର ପୂର୍ଣ୍ଣିମା ପଇସା ଖେଳ 
ମକର ସଂକ୍ରାନ୍ତି ର ମକର ଖିରି
ଗ୍ରହ୍ମା ପୂର୍ଣ୍ଣିମା ର ଖାସି ମାଉଁସ
ଆଉ ଭାରି ମନେ ପଡେ ସେ 
ଗଣେଶ ପୂଜା ର ବିସର୍ଜନ ।


® ଭାରି ମନେ ପଡେ ସେ ଅଭୁଲା ଅନୁଭବ
୧୦ ଟି ଚେୟାର ଉପରେ ଏକା ବସିବା
ନୂଆ ଡ୍ରେସ କୁ କାହାକୁ ହାତ ନ ଲଗେଇ ଦେବା
ପାଣି ଗୋଳିଆ ହୋଇ ଦୁଇ ପଟେ ଖେଳିବା
ଆଉ ଭାରି ମନେ ପଡେ
ଯଦି କେହି ନୋଟ୍ ଟିଏ ଦେଲା ତେବେ ନିଜକୁ ଧନୀ ମନେ କରିବା ।  

® ଭାରି ମନେ ପଡେ ସେ କଙ୍କଡ଼ା ଲଢେଇ
ଅଜଣା ଗାତରୁ ମାଛ ବଦଳରେ ସାପ ଧରିବା
କାଦ ଭିତରୁ ମାଛ ବାହାର କରିବା
କୂଅ ରୁ କଇଁଛ ଧରିବା
ଆଉ ଭାରି ମନେ ପଡେ ସେ କଞ୍ଚା ଚିଙ୍ଗୁଡ଼ି ସହିତ ଲୁଣ ମରିଚ ର ମଜା ।

® ଭାରି ମନେ ସେ ସନ୍ଧ୍ୟାର କଣ୍ଢେଇ ନାଚ
କେଳା ନାଚ
ମାଟି ପୋତା କେଳା
ଓଡ଼ିଆ ସିନେମାର ଗାଁରେ ପ୍ରଚାର
ଆଉ ଭାରି ମନେ ପଡେ ସେ 
ସ୍କୁଲ୍ ତରଫରୁ ଜୀବଜନ୍ତୁ ର ସିନେମା ଦେଖା।

® ଆଜି ଭାରି ମନେ ପଡେ ସେ ମାହୁନ୍ତ ହାତୀ
ଘୁଷୁରୀ ପଲ
ଗଧ ମାଲିକ ର ଅହେ ଦୁଃଖ
ଚଢ଼େଇ ବିକା
ଆଉ ଭାରି ମନେ ପଡେ ସେ 
ଭଣ୍ଡ ଯାଦୁଗର ର ଯାଦୁ ମନ୍ତର ।

ଆଜି ଭାରି ମନେ ପଡେ ମୋ ପିଲାଦିନ ଯାହାକୁ ମୁଁ ହରେଇ ଆସିଛି ଅଜଣା ଅତୀତ ରେ
ମନେ ପଡ଼ି ଯାଏ ସେ ସ୍ମୃତି ସବୁ 
ଯାହା ଫେରି ପାଇ ପାରିବି ନାହିଁ କେବଳ 
କେବଳ ଭିଜା ଆଖି ସହିତ ଅଳ୍ପ ମୁରୁକି ହସ ଦେଇ ଭାବନା ଜଗତରେ ଘୁରି ବୁଲେ। ସତରେ ଆଜି ଭାରି ମନେ ପଡେ ମୋ ପିଲା ଦିନ ।


ନୀଳମାଧବ ଭୂୟାଁ ଙ୍କ କବିତା ପୃଷ୍ଠାରୁ…..


If the articles give smile on your face so share to your friends, Thanking You.

Childhood Moments 2 ( ହଜି ଯାଇଛି ମୋ ପିଲା ଦିନ)

ହଜି ଯାଇଛି ମୋ ପିଲା ଦିନ
ହଜି ଯାଇଛି ମୋ ପିଲା ଦିନ


ହଜି ଯାଇଛି ମୋ ବାଟି ଖେଳ,
ଧାନ ଗଦା ଲୁଚ କାଳୀ ଖେଳ,
ପୋଖରି ବୁଡ଼ା ଖେଳ,
ତୋଟା ମାଳେ ଆମ୍ବ ଚଟଣୀ,
ଆଉ ହଜି ଯାଇଛି ମୋ ନଡିଆ ସଢେଇ ରେ
ରନ୍ଧା ହୋଇଥିବା ରୋଷେଇ ।

ହଜି ଯାଇଛି ମୋ ବୁମର୍ ଟାଟୁ
ପଥର ଖେଳ,
ବାଡି ଡିଆଁ,
ବାଉଁଶ ଦୋଳି,
ଆଉ ହଜି ଯାଇଛି ମୋ ସ୍କୁଲ୍ ର ଟୁ ଟେନ୍ ଛୁଟି।

ହଜି ଯାଇଛି ମାମୁଁ ଘର ମୁଢ଼ି ମିକ୍ଚର
ସେ ତାଳ ପିଠା,
ସେ ଆପାଚି ଭଜା,
ସେ ରାଗ ଚଣା ତରକାରୀ,
ଆଉ ହଜି ଯାଇଛି ମୋ ଅମୂଲ ଚୋରି ।

ହଜି ଯାଇଛି ମୋ ଆଈ ଗପ
ମୋ ବୋଉ ମାଡ,
ବାପାଙ୍କ ରାଗ ଆଖି,
ଭଉଣୀ କଳି,
ଆଉ ହଜି ଯାଇଛି ମୋ ଭାଇ ସହିତ ଗୋଟିଏ ଥାଳିରେ ଭାତ।

ହଜି ଯାଇଛି ମୋ ପାହାଡ ଚଢା
ମୋ ପଇଡ଼ ଚୋରା,
ନଦୀ ପହଁରା,
ମୋ ସାଇକେଲ ମାଡ,
ଆଉ ହଜି ଯାଇଛି ସେ ଜରି ବ୍ୟାଗ୍ ର ପଟା ମୁଣା ।

ମନେ ପଡେ ମୋ ଗାଁ ଦାଣ୍ଡ
ଯେଉଁଠି କେତେ ଯେ ମହୋତ୍ସବ,
ଚୋର ପୁଲିସ ଖେଳ,
ସଂଧ୍ୟା ରେ ହରିବୋଲ
ଭୁଜା ଉଖୁଡା ।
କାରଣ ହଜି ଯାଇଛି ମୋ ପିଲା ଦିନ ।
 
ଆଜି ମୋ ପ୍ରାଥମିକ ସ୍କୁଲ୍ ର ପୁରୁଣା ଛବି
ବାରମ୍ବାର ମନେ ପଡେ,
ସେ ସାର୍ ଙ୍କ ମାଡ,
ସେ ଚଉକି ବସା,
ଭାରି ମନେ ପଡେ
କାରଣ ହଜି ଯାଇଛି ମୋ ପିଲା ଦିନ।

ଆଜି ଭାରି ମନେ ପଡେ
ଯେବେ ଦେଖେ ମୋ ପିଲା ଦିନ ର ସାଙ୍ଗ କୁ
ଚାଲିଯିବାକୁ ଭାରି ଇଛା
ସେ ସମୟ କୁ
କିନ୍ତୁ ଦୁହେଁ ଭାବି ଭାବି ଦୁଃଖୀ ହୋଇଯାଉ
କାରଣ ହଜି ଯାଇଛି ଆମ ପିଲା ଦିନ।

ଏକ ସ୍ୱପ୍ନର ରାଇଜ,
ଯେଉଁଠି କେବଳ ପ୍ରେମ,
ଭଲ ପାଇବା ର ସ୍ରୋତ ଥିଲା।

କଣ ଥିଲା ସେ ସମୟ ???
ଯାହା ଆଜି ପର୍ଯ୍ୟନ୍ତ ଭୁଲି ହେଉନି
ତାହା ଥିଲା ମୋ ପିଲା ଦିନ…

ଯାହା ଆଜି ହଜି ଯାଇଛି
ଅଜଣା ରାଇଜରେ
ନା କେହି ଚୋରି କରି ନେଇଛି
ତାକୁ ଆଜି ଖୋଜି ବୁଲୁଛି ???

କାରଣ ହଜି ଯାଇଛି ମୋ ପିଲା ଦିନ….
😒😒😦😒😦😒😒😒




ନୀଳମାଧବ ଭୂୟାଁ (ଗାଳ୍ପିକ)

Childhood Moments 1 (ପିଲା ଦିନ ର କିଛି ଅନୁଭୂତି)

 
Some Childhood Moments
Some Childhood Moments

 

 

 

 

 

ପିଲା ଦିନ ର କିଛି ଅନୁଭୂତି ଆମକୁ ବହୁତ ଖୁସି ଦେଉଥିଲା ।
 

 

ପିଲାଦିନେ ଆମେ ସାଇକେଲ ତିନୋଟି ପଯ୍ୟାୟ ଦେଇ ଶିଖୁଥିଲୁ ।

 

ପ୍ରଥମ- ବାଙ୍କୀ
ଦ୍ୱିତୀୟ-ବାର୍
ତୃତୀୟ- ସିଟ
ସେତେବେଳେ ସାଇକେଲ ଚଲେଇବା ଆଉ ଶିଖିବା ବହୁତ ଭାଗ୍ୟରେ ମିଳୁଥିଲା । ଘରେ କେବଳ ଗୋଟିଏ ସାଇକେଲ ଥାଏ ତାହା କେବଳ ବଡ଼ ମାନେ ହିଁ ଚଲେଇବେ ।

 

 

ସେତେବେଳେ ସାଇକେଲ 24 ଇଞ୍ଚ ଉଚ୍ଚତା ଥିଲା । ଆମେ ଠିଆ ହେଲେ ଆମର କାନ୍ଧ ପର୍ଯ୍ୟନ୍ତ ହିଁ ହେଉଥିଲା । ସିଟ ପର୍ଯ୍ୟନ୍ତ ପହଂଚିବା ପାଇଁ ଆମେ କେତେ ସ୍ୱପ୍ନ ଦେଖୁଥିଲି । ଆମେ କେବେ ବଡ଼ ହେବୁ ସେ କଥା ପ୍ରତିଦିନ ଭାବୁଥିଲୁ ।

 

 

 

ବାଙ୍କୀ- ଏହି ପଯ୍ୟାୟ ରେ ଆମେ ତିନି କୋଣିଆ ଫ୍ରେମ ଭିତରେ ପଶି ଦୁଇ ପଟେ ପେଦଲ ମାରି ସାଇକେଲ ଚଳାଉଥିଲୁ । କିଛି ସମୟ ପେଦଲ ମାରିବା ପରେ ଆମେ ପେଦଲ ଉପରେ ଠିଆ ହୋଇ ଛାତି କୁ ଚଉଡା କରି ସାମ୍ନା କୁ ଦେଖି ସାଇକେଲ ର ଘଣ୍ଟି କୁ ବାରମ୍ବାର ବଜେଇ ସମସ୍ତଙ୍କୁ ଜଣେଇବା ଗୋଟିଏ ଅଲଗା ଖୁସି ଥିଲା । ସେହି ବାଙ୍କୀ ଶିଖିବାରେ କେତେଥର ପଡି ଗୋଡ ମାଡ଼ ହେବା ଆମ ପାଇଁ ସାଧାରଣ ଥିଲା । ସେହି ବାଙ୍କୀ ପଯ୍ୟାୟ ରେ କେତେଥର Race ଭି ଆୟୋଜନ କରାଯାଇଛି ।

 

 

 

ସେମିତି ବାର୍ ଚଲେଇବା ସମୟରେ ଆମେ ପ୍ରକୃତ ସାଇକେଲ ଚଳେଇବାର ଅଭିଜ୍ଞତା ହାସଲ କରିସାରିଥାଉ । ଆଉ ସେହି ବାର୍ ଚଲେଇବା ସମୟରେ ବେଳେବେଳେ ସିଟ ଉପରେ ବସି କିଛି ଦୂର ଚଲେଇବା ମଧ୍ୟ ଗୋଟିଏ ଅଲଗା ଖୁସି ଥିଲା । ଆଉ ସେହି ସିଟ ଉପରେ ବସି ଯେବେ ଚଲେଇବାର ଜାଣିଲୁ ସେତେବେଳେ ଭାବିଲୁ କି ଆମେ ପକୃତ ସାଇକେଲ ଚାଳକ ନୁହଁ ଆମେ ଯେମିତି ଉଡାଯାହାଜ ଚଳେଇବାର ଖୁସି ଅନୁଭବ କରୁଥିଲୁ ।

 

 

 

ଆଜି ର ପରମ୍ପରା ରେ ଛୋଟ ପିଲା ମାନଙ୍କୁ ଏତେ ସୁବିଧା ପ୍ରଦାନ କରାଯାଉଛି । ଯେ ସେମାନେ ଜୀବନ ର ପକୃତ ସନ୍ତୁଳନ ଜାଣିପାରୁନାହାନ୍ତି । ଛୋଟ ବେଳୁ ସେମାନଙ୍କୁ ତାଙ୍କ ଉଚ୍ଚତା ମୁତାବକ ସାଇକେଲ ପ୍ରଦାନ କରାଯାଉଛି ସନ୍ତୁଳନ(Balance) କରିବାର ଆବଶ୍ୟକତା ହିଁ ନାହିଁ । ଦୁଇ ଚକା ବାହାର ପଟେ ସନ୍ତୁଳନ କରିବା ପାଈଁ ଛୋଟ ଛୋଟ ଚକା ଲଗା ଯାଇଥାଏ । ସେମାନେ ଦୁନିଆ କୁ ସନ୍ତୁଳନ କରିବା ଜାଣି ନାହାନ୍ତି । ଏମିତି କି ବଡ଼ ବଡ଼ ଘର ର ଲୋକମାନେ ନିଜ ପୁଅ ଝିଅ ପାଈଁ ବେଟେରୀ ଯୁକ୍ତ Bike ମଧ୍ୟ ପ୍ରଦାନ କରି ତାଙ୍କର ଅଭାବ କୁ ପୂରଣ କରୁଛନ୍ତି ।

 

ଆଉ ଆମ ପିଲା ଦିନ କେତେ ଅଭାବ ରେ ଯାଇଛି ତାହା ଆମ ମନ ଭିତରେ ଢାଙ୍କି ରଖିଛୁ ।

 

 

 

ଆଜି ର ଛୋଟ ପିଲା ମାନେ ଜାଣି ନାହାନ୍ତି ଆମେ ସେହି ସମୟରେ ପକୃତ ସନ୍ତୁଳନ ର ଅନୁଭବ କରିଥିଲୁ । ଆଉ ସେଠୁ ଆମର ଜୀବନର ସନ୍ତୁଳିତ କରିବାର ଅନୁଭୂତି ଆରମ୍ଭ ହୁଏ ।

 

 

 

ସାଇକେଲ ଚଲେଇବା ଆଉ ଶିଖିବା ଇଛା ଥାଏ କିନ୍ତୁ ମନରେ ଅଲଗା ଆଶା ବାନ୍ଧିଥାଏ । କାରଣ ଶ୍ରେଣୀ ବଢିବା ସାଙ୍ଗରେ ଯଦି ସାଇକେଲ ଶିଖିନଥିବୁ ତେବେ ହାଇସ୍କୁଲ କୁ ଚାଲି ଚାଲି ଯିବାକୁ ହେବ ଆଉ ଯଦି ସାଇକେଲ ଶିଖିଯାଇଛୁ ତେବେ ବାପାଙ୍କ ପାଖରେ ନୂଆ ସାଇକେଲ ପାଇଁ Demand କରିପାରିବୁ ।

 

 

 

ଆମ ପିଢ଼ି ପରେ କିଛି କିଛି ଖେଳ ଆଉ କିଛି ଜିନିଷ ଯେମିତି ବିଲୁପ୍ତ ହୋଇଯାଇଛି ।

 

 

 

ଯେମିତି ବାଟି ଖେଳ, ଡାହି ମାଙ୍କୁଡ଼ି, ପିଲି ବାଡ଼ି, ଗ୍ୟାସ ଖେଳ, ଚୋର ପୁଲିସ, ବାଡ଼ି ଡିଆଁ, ପୋଖରୀ ରେ ବୁଡି ବୁଡି ଖେଳିବା । କୂଅ ଭିତରେ ପଶି ପଙ୍କ ବାହାର କରିବା, କାହାର ବଗିଚା ରେ ନଡ଼ିଆ ଚୋରେଇବା, ମରିଚ ଆଉ ଲୁଣ ସାଙ୍ଗରେ ଧରି ବୁଲିବା ଆଉ ଯୋଉ ଜାଗାରେ ଟମାଟ,କାକୁଡି ଆଉ ତେନ୍ତୁଳି ମିଳେ ସେଠି ଲୁଣ ମରିଚ ସାଙ୍ଗରେ ଖାଇବା । ଏମିତି ବହୁତ ଜିନିଷ ଅଛି ଯାହା ଆମ ପରେ ଯେମିତି ଲୋପ ପାଇଯାଇଛି ।

 

 

 

ଆମ ପିଢ଼ି ପରେ ବାଲି ଖେଳ ଆଉ ବାଲି ରେ ଘର କରି ଖେଳିବା ଯେମିତି ଲୋପ ପାଇଯାଇଛି । ଦୋଳି ଖେଳିବା ଆଉ ଖାସ କରି ବାଉଁଶ ଦୋଳି ବହୁତ ଚର୍ଚ୍ଚା ରେ ଥିଲା ।

 

 

 

ଆମେ ବହୁତ ଥର ଜେଜେ ବାପା, ଜେଜେ ମା ଆଉ ଆଇ ମା ଠାରୁ ଗପ ଶୁଣିଛୁ ଆଉ ଆଜି ଯେମିତି ସେ ସବୁ ଲୋପ ପାଇଯାଇଛି ।

 

 

 

ଆମର  Cooler, Air Conditioner ବିନା ମଧ୍ୟ ଦିନ ଵିତୁଥିଲା । 

 

ଗରମ ହେଲେ ଛାତରେ ଉପରେ ଶୋଇବା ଆଉ ମସ୍ତି କରିବା ଅଲଗା ଖୁସି ଥିଲା । ଛାତରେ ଶୋଇବା ପାଇଁ ସନ୍ଧ୍ୟା ବେଳେ ପାଣି ରେ ସେହି ଜାଗାକୁ ଓଦା କରିବା ଗୋଟିଏ ଅଲଗା ଅନୁଭୂତି ଥିଲା ।

 

 

 

ଶୀତ ହେଲେ ଚୁଲି ଆଉ ଧୁନି ର ଚାରି ପାଖରେ ବସି କଥା ହେବା ଯେମିତି କମ୍ ହୋଇଯାଇଛି ।

 

 

 

ଆମେ ସେହି ପିଢ଼ି ରେ ଥିଲୁ ସ୍କୁଲ ର ବାରଣ୍ଡା ରେ ବସି ଟିଉସନ ପଢିଥିଲୁ । ଘରେ ମିଞ୍ଜି ମିଞ୍ଜି ଲାଇଟ ର ଆଲୁଅ ଠୁ କିରୋସିନ ଦୀପ ର ଆଲୁଅରେ ଆମକୁ ସବୁ ଦେଖାଯାଉଥିଲା ।

 

 

 

ଆମେ ସୋରିଷ ତେଲ କୁ ଖାଇବା ଆଉ ମୁଣ୍ଡରେ ପ୍ରତିଦିନ ଲଗେଇ ସ୍କୁଲ ଯାଉଥିଲୁ । 

 

 

 

ପେନ ର ସାହି ସରିଗଲେ ତାକୁ ନିଆଁ ରେ ଲଗେଇ ଫୋଟକା କରିବା ଅଲଗା ମଜା ଥିଲା । ଆଉ ସେହି ସାହି ରେ  ଆମ ହାତ ଆଉ ପାଟି ନୀଳ ଆଉ ରଙ୍ଗ ବହୁତ ଥର ହେଇଛି । ଭଳି ଭଳି କି ପେନ ରଖିବା ମଧ୍ୟ ପସନ୍ଦ ଥିଲା ।

 

 

 

ଖାତାର କାଗଜ ଚିରି ବହିରେ ରଖି ବଡ଼ Number ଯାହାର ହେବ ସେଥିରେ କାଗଜ ଜିତିବା ମଧ୍ୟ ଅନ୍ୟ ଏକ ଅନୁଭୂତି । 

 

 

 

ଆମେ ସେ ପିଢ଼ି ଥିଲୁ ବଡ଼ ଲୋକ ମାନଙ୍କୁ ଦେଖିଲେ ରାସ୍ତା ବଦଳେଇ ଅନ୍ୟ ରାସ୍ତାରେ ଯାଉଥିଲୁ ।

 

 

 

ଆମ ପରେ ସ୍କୁଲ ରେ ମାଡ଼ ଖାଇବା ଆଉ ଚୌକି ବସିବା ଯେମିତି ଲୋପ ପାଇଗଲା ।

 

 

 

ଆମେ ଧଳା ଦାନ୍ତ ମଞ୍ଜନ ଗୁଣ୍ଡ ଆଉ ଅଙ୍ଗାର ରେ ଦାନ୍ତ ଘଷିବା ର ମଜା ବି ନେଇଛୁ । 

 

 

 

ଯଦି ପାଖରେ ଏକ ଟଙ୍କା ଅଛି ତେବେ ଆମେ ଭାବୁଥିଲୁ କି ଆମ ପାଖରେ ସବୁ କିଛି ଅଛି ।

 

 

 

ରାତିରେ ଲାଇଟ ଗଲା ପରେ ଛାତ ଉପରେ ଯାଇ ସହର କୁ ଦେଖି ଭାବୁଥିଲୁ ପକୃତରେ ସହର ଟା ରାତିରେ ଦେଖିବାକୁ କେମିତି ତାହା ମଧ୍ୟ ଅନ୍ୟ ଏକ ଖୁସି ଥିଲା ।

 

 

 

ରାତିରେ ତାରା ଗଣିବା ଆଉ ଆମ ସାଙ୍ଗରେ ଜହ୍ନ ମାମୁ ଆମ ସାଙ୍ଗରେ ଚାଲୁଛନ୍ତି ଭାବିବା । ଏହି ଖୁସି ମଧ୍ୟ ଗୋଟିଏ ଅଲଗା ଅନୁଭୂତି ।

 

 

 

ରାତିରେ ନାମ ଆଉ ଯାତ୍ରା ଦେଖିବା ପାଈଁ ଚାଲି ଚାଲି ଯିବା ମଧ୍ୟ ଅଲଗା ଖୁସି ଥିଲା ।

 

 

 

ଶ୍ରୀକୃଷ୍ଣ, ମହାଭାରତ, ରାମାୟଣ,ଶକ୍ତିମାନ ଆମର ପ୍ରିୟ ଧାରାବାହିକ ଥିଲା । National channel ସବୁ କିଛି ଥିଲା । 

 

 

 

 

 

ଆଜି ଯେମିତି ସେ ସବୁ ପରିବର୍ତ୍ତନ ହୋଇଯାଇଛି । ସମୟ ର ତାଳେ ତାଳେ ଆମେ ମଧ୍ୟ ପରିବର୍ତ୍ତନ ହୋଇଯାଇଛୁ।
 

 

 

 

 

 

 

Thank You

 

 

 

 

 

Share this link to your friends following the Share on Whatsapp button. 

 

 

 

 

 

Bhuyans_Blog

 

 

 

Some-Childhood-Moments