କେତେ ଯେ ସ୍ବପ୍ନ
ଦେଖିଛୁ ସେ ନିସ୍ତେଜ୍
ଚୂନ ପଥର ଆବଧ କୋଠରୀ
ଭିତରୁ…
କେତେ ଯେ ସାଙ୍ଗ ସଙ୍ଗିନୀ
ର ପ୍ରାରମ୍ଭ ହୋଇଛି
ସେ କୋଠରୀ ଭିତରୁ…
ଅଙ୍କ ସାମାଜିକ ଭୂଗୋଳ
ସହିତ ସାହିତ୍ୟ ର ସେ ଶବ୍ଦ
ଆଞ୍ଜୁଳା କୁ ନେଇ ମୋ ସ୍ଵପ୍ନ କୁ
ସାକାର କରିବି ବୋଲି ଆଶା ଦେଖିଛି ।
ଆଜି ତା ସମ୍ମୁଖରେ ଦଣ୍ଡାୟମାନ
ମୁଁ…. ମନରେ ଅହେତୁକ ପ୍ରଶ୍ନ
ଆଖିରୁ ଦୁଇ ଟୋପା ଲୁହ
ଝରି ଯାଇଛି ମୋ ଅଶ୍ରୁ ପଟଳ ରୁ…
ସତରେ ମୋ ଏମ. ଇ. ସ୍କୁଲ୍ ଆଜି
ଦୁଃଖରେ ଭାଙ୍ଗି ପଡ଼ିଛି।
ପଡ଼ି ରହିଛି ନିସ୍ତେଜ୍ ରୂପରେ
କାହାର ଅପେକ୍ଷା ରେ ଅଛି
କେହି ଜାଣିନି
କଣ ତାର ଅଭିପ୍ରାୟ ?
କଣ ତାର ଲକ୍ଷ୍ୟ ?
କିନ୍ତୁ ସେ ଅପେକ୍ଷାରତ
ସତରେ ମୋ ଏମ. ଇ. ସ୍କୁଲ୍
ଆଜି ଭାଙ୍ଗି ପଡ଼ିଛି ।
ମୋ ଏମ ଇ ସ୍କୁଲ୍ ଭାଙ୍ଗି ପଡ଼ିଛି ।
ନୀଳମାଧବ ଭୂୟାଁ ଙ୍କ
ଲେଖନୀରୁ….
…ଧନ୍ୟବାଦ…
If the contents are helpful to share them with your friends, Thanking You.
Facebook Comments