ଈର୍ଷା ଆଉ ଅହଙ୍କାର

ଆପଣଙ୍କ ପରମ ଶତ୍ରୁ କିଏ ଜାଣିଛନ୍ତି ?
ସେ ଆପଣଙ୍କ ଅହଙ୍କାର ମନ !!!
ମନରେ ଅହଙ୍କାର ଏବଂ ଅନ୍ୟ ପ୍ରତି ଈର୍ଷା ଯେତେ ରଖିବା ଆମ ମନ ସେତେ ଆମକୁ ବିଚଳିତ କରିବ । 

ସେ ସବୁ ସମୟରେ ଆପଣଙ୍କୁ ଚିନ୍ତା ରେ ରହିବାକୁ ବାଧ୍ୟ କରିବ। 
ଆଉ ଆପଣ ମଧ୍ୟ ଚିନ୍ତାରେ ରହିବେ 
ଫଳ ସ୍ୱରୂପ, ଈର୍ଷା ଆଉ ଅହଙ୍କାର ଯେତେ ଅଧିକ ହୁଏ ମନ ସେତେ ଅସନ୍ତୁଷ୍ଟ ହୋଇ ବଢ଼ି ଚାଲେ ।

କୋଉ କାର୍ଯ୍ୟରେ ମନ ଲାଗେନା ।
ନା ଖାଇବାକୁ… ନା କିଛି କରିବାକୁ…

ଆଚ୍ଛା ଭାବନ୍ତୁ 
ମନ ବିଚଳିତ ରବିବାର ମୁଖ୍ୟ ଦୋଷୀ କିଏ ??

ଭାବିଲେ ??
ସେ ହେଉଛନ୍ତି ଆପଣ ନିଜେ ….

ଏହା ନିରାଟ ସତ୍ୟ
ମନ ଖରାପ କରିବାରେ ଆପଣ ନିଜେ ଦୋଷୀ
ଆପଣଙ୍କ ମନ କେଉଁଠି ଥାଉ ନା କାହିଁକି 
ଆମେ ଯଦି ଈର୍ଷା ଅହଙ୍କାର ଭୁଲିଯିବା 
ସବୁ ସମସ୍ୟା ର ସମାଧାନ ଚୁଟକି ରେ ହୋଇଯିବ। 

ଦେଖନ୍ତୁ , ଈର୍ଷା ଅହଙ୍କାର, ଆଉ ପରିଣାମ ଦୁଃଖ ,,,
ସବୁ ର ମୂଳ କାରଣ ଲୋଭ ।

ଯଦି ଆମେ ସେ ଜିନିଷ ପ୍ରତି ସକ୍ଷମ ନୁହନ୍ତି ତେବେ ତା ଉପରେ ଇଚ୍ଛା ରଖିବା ବେକାର ।

କିଛି ସ୍ଵଭାବ ଲୋକ ଙ୍କ ପାଖେ ବେଶୀ ଦେଖା ଯାଏ ଯେମିତି : 
• ସେ ବୁଲିବାକୁ ଚାଲିଗଲେ, (ଇର୍ଷାରେ)
• ଦେଖେଇ ହେଉଛନ୍ତି (ଇର୍ଷାରେ)
• ଆମର ଯଦି ଥାନ୍ତା ଆମେ ମଧ୍ୟ କରି ଥାଆନ୍ତୁ (ଇର୍ଷାରେ)
• ଟଙ୍କା ଯେମିତି ତାଙ୍କର ହିଁ ଅଛି (ଇର୍ଷାରେ)
• ତାଙ୍କର କାର କିଣିଲେ (ଦୁଃଖରେ)
• ଆମେ ମଧ୍ୟ ସେ ଜିନିଷ ଆଣିବା (ଦୁଃଖରେ)
• ମୋର ମଧ୍ୟ ବହୁତ୍ ଟଙ୍କା ଅଛି, ତା ଠାରୁ ଭଲ କରି ଦେଖେଇବି ବାକି ହେଲେ ହେଉ (ଅହଙ୍କାର)
• ପଇସା ଥରେ ଖର୍ଚ୍ଚ ହେବ ନା (ଅହଙ୍କାର)
• ସେ ଖୁସି ଆଉ ପରେ ମିଳିବ କି (ଅହଙ୍କାର)
• ଯାହା ହେଲେ ମଧ୍ୟ ତା ଠାରୁ ଅଧିକ କରିଲେ ହିଁ ମୋ ମନ ଖୁସି ହେବ (ଅହଙ୍କାର)
• ଯଦି ଆମର ମଧ୍ୟ ଥାଆନ୍ତା ତେବେ ବଢିଆ ହୁଅନ୍ତା (ଦୁଃଖରେ)
• ମୋ ଭାଗ୍ୟରେ ନାହିଁ(ଈର୍ଷା ଆଉ ଦୁଃଖରେ)
• ସେ ସବୁ ଭଲ ଖାଉଛି ଆଉ ପିନ୍ଧୁଛି (ଈର୍ଷା ଆଉ ଦୁଃଖରେ)

ଏମିତି ବହୁତ୍ ଉଦାହରଣ ମିଳିବ , କହିଲେ ସରିବ ନାହିଁ
ଏମିତି ଆପଣଙ୍କ ସହ ହୁଏ ବୋଲି ମୁଁ କହୁନି
କିନ୍ତୁ ମଣିଷ ବେଳେବେଳେ ଏହି ପରିସ୍ଥିତି ର ସମ୍ମୁଖୀନ ହୋଇ ଯାଏ ।

ପ୍ରକୃତରେ ଆପଣ
ବର୍ତମାନ ମଧ୍ୟ ଖୁସିରେ ଅଛନ୍ତି
କାରଣ ଆପଣ ଦୁଇ ବେଳା ଦୁଇ ମୁଠା ଖାଇବାକୁ ପାଉଛନ୍ତି 
ଖର୍ଚ୍ଚ କରିବାକୁ ଅର୍ଥ କମ୍ ହେଲେ ମଧ୍ୟ ସନ୍ତୁଷ୍ଟି ଜନକ ଅର୍ଥ ତ ମିଳି ଯାଉଛି ନା?

ଅନ୍ୟ ଠାରୁ ଆପଣ ବହୁତ୍ ଖୁସିରେ ଅଛନ୍ତି ।

ଠିକ୍ କହିଲି ନା ??
ନିଜର ଈର୍ଷା ଅହଙ୍କାର କୁ ତ୍ୟାଗ କର
ସମୟ ଅନୁସାରେ ସବୁ ଆପଣ ପାଖେ ପହଞ୍ଚିବ
କିନ୍ତୁ ତା ପୂର୍ବରୁ କରିବା ଅର୍ଥାତ୍ ଈର୍ଷା ଆଉ ଅହଙ୍କାର ରେ ବର୍ଷିଭୂତ ହୋଇ ବ୍ୟର୍ଥ ଟଙ୍କା ଖର୍ଚ୍ଚ କର ନାହିଁ ।

ନିଜକୁ ଖୁସିରେ ରଖିବାକୁ ଚେଷ୍ଟା କର ।
ଭଲରେ ରୁହ ।


ନୀଳମାଧବ ଭୂୟାଁ ଙ୍କ 
ଶବ୍ଦାବଳୀର ଗ୍ରନ୍ଥ ର ଅଂଶ…




If the contents are helpful to share them with your friends, Thanking You.

Categories:

Tagged:

No responses yet

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading