ଅନନ୍ୟ ପ୍ରେମ

ଅନନ୍ୟ ପ୍ରେମ
ଗୋଟିଏ ଜଙ୍ଗଲ ପାଖ ବସ୍ତି ରେ ଶବର ଟିଏ ରହୁଥିଲା। ଶବର ପ୍ରତିଦିନ ଜଙ୍ଗଲ କୁ ଶିକାର କରିବାକୁ ଯାଉଥାଏ । ସେ ପ୍ରତିଦିନ ବିଭିନ୍ନ ପକ୍ଷୀର କଳରବ ନାଦ ଶୁଣୁଥାଏ କିନ୍ତୁ କାହିଁକି କେଜାଣି ଗୋଟିଏ ପକ୍ଷୀର ଶବ୍ଦ ତା କାନରେ ବାରମ୍ବାର ପ୍ରତିଧ୍ଵନିତ ହେଉଥାଏ । ପ୍ରତିଦିନ ସେ ପକ୍ଷୀର କଳରବ ନାଦ ଶୁଣି ତା ମନ ମୁଗ୍ଧ ହୋଇ ଯାଉଥାଏ । ତା ମନରେ ଆଶା ଜାଗ୍ରତ ହେଲା ଏବଂ ଭାବୁଥାଏ ଏହି ପକ୍ଷୀକୁ ଯଦି ମୁଁ ଘରକୁ ନେଇଯାଏ ତେବେ ମୋତେ ପ୍ରତିଟି ସମୟ ତାର ସେ କଳରବ ନାଦ ଶୁଣିବାକୁ ମିଳିବ କିନ୍ତୁ ସେ ତାର କାର୍ଯ୍ୟରେ ବିଫଳ ହେଉଥିଲା । ଶବର ପ୍ରତ୍ୟେକ ଦିନ ସେ ପକ୍ଷୀ ର ସେ ମଧୁର ଶବ୍ଦ କୁ ଶୁଣିବାକୁ ଠିକ୍ ସେହି ସ୍ଥାନ କୁ ପହଞ୍ଚି ଯାଉଥାଏ । ଶବର ଯେମିତି ସେ ପକ୍ଷୀ ପ୍ରେମ ରେ ବାନ୍ଧି ହୋଇ ଯାଇଥିଲା ଏବଂ ମନସ୍ଥ କରିଲା ତାକୁ ଘରକୁ ଆଣି ପଞ୍ଜୁରୀ ରେ ରଖିବ ଏବଂ ତା ପାଦ ତଳେ ସବୁ ଖୁସି ଅଜାଡ଼ି ଦେବ । ଆଉ ସମୟ କ୍ରମେ ପକ୍ଷୀ ଟି ମଧ୍ୟ ଶବର କୁ ପସନ୍ଦ କରିବାକୁ ଲାଗିଲା ଏବଂ ସେ ଶବର ର ପଞ୍ଜୁରୀ ରେ ରହିବାକୁ ମନସ୍ଥ କରିଲା ଏବଂ ଦୁହିଁଙ୍କ ମଧ୍ୟରେ ନିବିଡ ପ୍ରେମ ସମ୍ପର୍କ ର ଜନ୍ମ ନେଲା। ଏହି ସମ୍ପର୍କ ଏତେ ନିବିଡ ହୋଇ ଯାଇଥିଲା ଯେ ଦୁହେଁ ଦୁହିଁଙ୍କୁ ଛାଡ଼ି ରହି ପାରୁ ନଥିଲେ ।
ବହୁତ୍ ଦିନ ବିତିଗଲା କିନ୍ତୁ ସୀମିତ ବନ୍ଧନ ରେ ବାନ୍ଧି ହୋଇ ରହିବାକୁ ସମସ୍ତଙ୍କ ପକ୍ଷେ କଷ୍ଟ ଦାୟକ । ପକ୍ଷୀଟି ପ୍ରତିଦିନ ଖୋଲା ଆକାଶରେ ଉଡୁଥିବା ପକ୍ଷୀକୁ ଦେଖି ତାର ମନରେ ପରିବର୍ତ୍ତନ ଜନ୍ମ ନେଇଥିଲା କିନ୍ତୁ ଶବର ର ପ୍ରେମ ମୋହ ଏତେ ସୁଦୃଢ଼ ଥିଲା ଯେ ତାର ଇଚ୍ଛା କୁ ସେ ମାରିବାକୁ ବାଧ୍ୟ ହେଉଥିଲା । ସେ ଦୁଃଖୀ ହେଲେ ମଧ୍ୟ ଶବର ଆଗରେ ନିଜ ଦୁଃଖ କୁ ବ୍ୟକ୍ତ କରି ତାକୁ ଦୁଃଖ ଦେବାକୁ ଚାହୁଁ ନଥିଲା କିନ୍ତୁ ଅପର ପକ୍ଷେ ଶବର ଏହି ପକ୍ଷୀ ର ପ୍ରତ୍ୟେକ ଟି କ୍ଷଣ କୁ ଲକ୍ଷ୍ୟ ରଖିଥାଏ କିନ୍ତୁ ଯେଉଁଠି ସୀମିତ ବନ୍ଧନ ରୁ ମୁକ୍ତି ପାଇବା ର ସ୍ବପ୍ନ ଦେଖା ଗଲାଣି ତେବେ ସେଠୀ ବାଧ୍ୟକତା ପାପ ସଦୃଶ୍ୟ ।
ସେ ପକ୍ଷୀର ମନ କୁ ବୁଝି ଶବର ପଞ୍ଜୁରୀ ର ଦ୍ଵାର ଖୋଲି ଦେଲା। ଏବଂ ଅନୁମତି ଥିଲା କେବଳ ସୀମିତ ସମୟ ପାଇଁ । ଯେ ଖୋଲା ଆକାଶରେ ଉଡ଼ିବାର ସ୍ବପ୍ନ କୁ ପୂରଣ କର ଏବଂ ପରେ ଅଗଣାରେ ଆସି ମୋ ସହିତ ଖେଳିବ, ଆଉ ଠିକ୍ ସେମିତି ହେଲା। ମାତ୍ର ତାହା ମଧ୍ୟ କିଛି ଦିନ ପାଇଁ । ପକ୍ଷୀର ସ୍ବପ୍ନ ଥାଏ । ଖୋଲା ଆକାଶରେ ଉଡୁଥିବା ଅନ୍ୟ ପକ୍ଷୀ ଭଳି ସେ ମଧ୍ୟ ସ୍ଵାଧୀନ ଭାବେ ନିଜ ଡେଣା କୁ ଝାଡି ବହୁତ୍ ଉଚ୍ଚ କୁ ଉଡିବାକୁ ଆଶା ବାନ୍ଧିଥିଲା ଏବଂ ଦିନେ ଅନ୍ୟ ପକ୍ଷୀ ସହିତ ସେ ଏତେ ଉଡ଼ି ଚାଲିଗଲା ଯେ ତା ପର ଠାରୁ ସେ ପଞ୍ଜୁରୀ ପାଖକୁ ଆଉ ଫେରିଲା ନାହିଁ । ଏପଟେ ଶବର ପକ୍ଷୀର ଅନୁପସ୍ଥିତି ରେ ବ୍ୟସ୍ତ ହୋଇ ପଡୁଥାଏ ।
ବହୁତ୍ ଦିନ ପରେ ପକ୍ଷୀ ପୁଣି ଶବର ପାଖକୁ ଫେରି ଆସିଲା ଶବର ପକ୍ଷୀ କୁ ଦେଖି ଖୁସି ହୋଇଗଲା ଏବଂ ଭାବିଲା ତା ଖୁସି ସବୁଦିନ ପାଇଁ ତେଜୀୟାନ ହୋଇ ରହିବ କିନ୍ତୁ ସତ ଏହା ଯେ ସେ ଆସିଥିଲା କେବଳ ତା ଜୀବନରୁ ଶେଷ ବିଦାୟ ନେବା ପାଇଁ କାହିଁକି ନା ସେ ପଞ୍ଜୁରୀ ବଦଳରେ ଖୋଲା ଆକାଶତଳେ ଉଡ଼ି ତା ସ୍ବପ୍ନ କୁ ପୁରା କରିବାକୁ ଚାହୁଁଥିଲା। ସେଠୀ ଅନ୍ୟ ପକ୍ଷୀ ମାନଙ୍କ ପାଖରୁ ସେ ଖୁସି ଆଉ ଭଲ ପାଇବା ପାଉଥିଲା । ସେ ସବୁଦିନ ପାଇଁ ପଞ୍ଜୁରୀ ରୁ ଏବଂ ଶବର ଠାରୁ ମୁକ୍ତ ହୋଇ ଦୂର ଆକାଶକୁ ଫେରି ଯିବାକୁ ବାହାରିଲା । ସେ ସବୁଦିନ ପାଇଁ ଚାଲିଗଲା ସେ ସୀମିତ ଜୀବନ ଠାରୁ କିନ୍ତୁ ଏପଟେ ଶବର ମନ ରେ କେବଳ ଦୁଃଖ ଆଉ ସନ୍ତାପ ଛାଡ଼ି ଦେଇ ଚାଲି ଗଲା ।
ଶବର ନିଜ ପ୍ରେମ କୁ କବର ଦେଇ ତାକୁ ଢାଙ୍କି ରଖିବାକୁ ଚାହୁଁଥିଲା କିନ୍ତୁ ପକ୍ଷୀ ପ୍ରତି ଭଲ ପାଇବା ଆଉ ବିତେଇ ଥିବା ପ୍ରତ୍ୟେକ ଟି ସମୟ ଏବଂ ସେ ମଧୁର ସ୍ମୃତି କୁ ସେ ଭୁଲି ପାରୁ ନଥାଏ । ଦୁଃଖ ରେ ଜୀବନ ଯେମିତି ଲୀନ ହୋଇ ଯାଇଥିଲା । କେବଳ ସେ ସ୍ମୃତି କୁ ଭାବି ଭାବି ଦିନ କାଟୁଛି । ଆଉ ଆଜି ମଧ୍ୟ ଶବର ଅପେକ୍ଷା କରିଛି, ମୋ ପକ୍ଷୀ ଦିନେ ନା ଦିନେ ମୋ ପାଖକୁ ଫେରି ଆସିବ ଏବଂ ସେ ଆଶାର ଜାଗ୍ରତ କୁ ମନରେ ବିଶ୍ଵାସ ରୂପରେ ଗଢି ତୋଳିଛି ଏବଂ ତାର ଫେରିବା ବାଟକୁ ଚାହିଁ ବସିଛି….
ଜୀବନ ଜେନା (ଲେଖକ)
ଅରଖପୁର, ଗଞ୍ଜାମ ।
If the contents are helpful to share them with your friends, Thanking You.

7 thoughts on “ଅନନ୍ୟ ପ୍ରେମ”

Leave a Reply

Your email address will not be published. Required fields are marked *