Tag Archives: ଜଗନ୍ନାଥ

ଭକ୍ତିର ଭିକ୍ଷୁକ


ଇଚ୍ଛା ନାହିଁ ଏ ସମ୍ପର୍କ କୁ ଆଗକୁ ନେଇ,
କାରଣ ସେ ଚାଲିଗଲା
ସବୁଦିନ ପାଇଁ ଖଣ୍ଡେ କାଗଜ ଥମେଇ ।

ସବୁ ଚାଲିଗଲା ମୋର,
ମୋ ଭଲ ପାଇବା 
ପୁତ୍ର ମୋହ ଆଉ
ଗର୍ବ ଗାରିମା ଓ ଅହଙ୍କାର ।

ସବୁ ଯେମିତି ଆଜି ପର ହୋଇଗଲା,
ଅଙ୍କୁଶ ତଥା କଳା ଦାଗର
ଲେପ ସେ ବୋଳି ଦେଇଗଲା ।

କଣ ଏତିକି ଭୁଲ ଥିଲା ପ୍ରଭୁ,
ତୁମ ପାଦ ତଳେ ଆଶ୍ରୟ ନେବା
ଆଜି ନିଲାମ ହେଲା ମୋ ଅସ୍ତିତ୍ବ ସବୁ ।

କଣ ଭୁଲ କରିଥିଲି
କେବଳ ସକାଳେ ସଞ୍ଜ
ତୁମ ନାମ ନେଉଥିଲି,
ସାଂସାରିକ ସୁଖ ଠାରୁ ଅଳ୍ପ ଦୂରେ 
ତୁମ ନିକଟେ ପହଞ୍ଚିଥିଲି ।

ଆଜି ସବୁ ଶୂନ୍ୟ ହେ ନାଥ,
ବ୍ରହ୍ମଚାରି ର ନାମ ନେଲି କିନ୍ତୁ
କରିଦେଲି ମୋ ପୁତ୍ର କୁ ଅନାଥ ।

ସାଂସାରିକ ସୁଖ କୁ କଲି ଦୂରକୁ
ଆଜି ସେ କହେ ଯେ
ଯାଅ ତୁମ ସେ କାଳିଆ ଠାକୁର ପାଖକୁ। 

ଆପଣେଇ ନିଅ ମୋତେ
ତୁମ ସ୍ବର୍ଗ ଦୁଆର ର ପାହାଚକୁ
ପଡ଼ି ରହିବି ସର୍ବଦା ତୁମ 
ଭକ୍ତିର ଭିକ୍ଷୁକ ରୂପେ ।

ଅବହେଳା ହେବନି ତୁମ 
ସେବାରେ କାଳିଆ
ଗୁହାରି ଏତିକି କରୁଛି
କୋଳେଇ ନିଅ ତୁମ ପାଖକୁ 
ଏତିକି ଶେଷ ବିନତି ।

ତୁମ ଛଡ଼ା ଦୁନିଆରେ କେ ଅଛି ହେ ନାଥ
ଇଚ୍ଛା ନାହିଁ ସେ ସଂସାର
ଇଚ୍ଛା ନାହିଁ ସେ ଗର୍ବ ଅହଙ୍କାର
ଆପଣେଇ ନିଅ ମୋତେ 
ତୁମ ଭକ୍ତିର ଭିକ୍ଷୁକ ରୂପେ ।
ତୁମ ଭକ୍ତିର ଭିକ୍ଷୁକ ରୂପେ ।

ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ…



If the contents are helpful to share them with your friends, Thanking You.