Category Archives: #odia

ଜଙ୍ଗଲ ଆମର ବନ୍ଧୁ



ଜଙ୍ଗଲ ଆମର ପ୍ରକୃତ ବନ୍ଧୁ ତା ପାଇଁ ଆମେ ମଙ୍ଗଳ,
ଜଙ୍ଗଲ ନଷ୍ଟ ହେଲେ ବରଷା ହବନି ହେବା ଆମେ କାଙ୍ଗାଳ ।

ଜଙ୍ଗଲ ରେ ନିଆଁ ଲଗାଇବା ନାହିଁ ଲଗାଇବା ଆମେ ଗଛ,
ଗଛ କାଟିବା ପୂର୍ବରୁ ଟିକେ ଭାବିବା ଗଛ ପ୍ରତି ଆମ ଆଗପଛ।

ଆମ ଜୀବନ ଠାରୁ ମରଣ ପର୍ଯ୍ୟନ୍ତ ଆମକୁ ସାହାଯ୍ୟ କରୁଛି ଗଛ ଦିଏ ଔଷଧପତ୍ର, ଫୁଲଫଳ, କାଠ, ଛାଇ, ଅମ୍ଳଜାନ,
ଗଛ ବଞ୍ଚିଲେ ହିଁ ଆମେ ବଞ୍ଚିବା ହେବା ଆମେ ସାବଧାନ,


ଜରୁରତରୁ ଅଧିକା ଗଛ ଆମେ କାଟିବା ନାହିଁ,
ଗୋଟିଏ କାଟିଲେ ଦୁଇଟି ଚାରା ରୋପଣ କରିବା ରେ ଭାଇ ।

ଫ୍ରୀ ରେ ମିଳୁଛି ସୁବିଧା ବୋଲି ଜାଣୁନୁ ଆମେ ଜଙ୍ଗଲ ର ମହତ୍ତ୍ଵ,
ଜଙ୍ଗଲ କୁ ସୁରକ୍ଷା କରିବା ଆମ ସମସ୍ତ ଙ୍କ ଦାୟୀତ୍ୱ ।

ଜଙ୍ଗଲ ଅଛି ବୋଲି ବଡ଼ଦାଣ୍ଡ ରେ ଗଡୁଛି ତାଳଧ୍ୱଜ, ଦେବଦଳନ, ନଦିଘୋଷ ରଥ,
ଆମ ଜଗତ ଠାକୁର ଶ୍ରୀ ଜଗନ୍ନାଥ ଅଟନ୍ତି ଦାରୁବ୍ରହ୍ମ ଦୁନିଆ ରେ ଗୋଟେ ସତ ।

ଜଙ୍ଗଲ ରେ ହିଁ ଶ୍ରୀ ଜଗନ୍ନାଥ ଙ୍କୁ କରିବା ଆମେ ପୂଜି,
ନବ କଳବର ପାଖେଇ ଆସୁଛି ଚାଲିଛି ଦାରୁ ଖୋଜା ଖୋଜି ।

Hrusikesh Kushulia
Muniguda, Rayagada.

କେତେ ଭଲ ଥିଲା ମୋ ପିଲାଦିନ



କେତେ ଭଲ ଥିଲା ମୋ ପିଲାଦିନ,
ଥିଲା ମୋର ଅବୟବ ଛୋଟ ଛୋଟ ପାଦ ଚିହ୍ନ।

କାନ୍ଦି ଦେଲେ ପୂରଣ ହୁଏ ମନର ମୋ ସବୁ ଇଛା,
ବାୟା ସାପ କୁ ଚଢ଼େଇ ଡରେ ଡରେ ମୁଁ କଙ୍କଡା ବିଛା ।

ପ୍ରାଚୀର ଉଦୟ ରବି କୁ ଦେଖିଲେ ଲାଗୁଥିଲା ଭଲ,
ଭାବୁଥିଲି ମୁଁ କିଏ ରଖିଲା ଆକାଶ ରେ ଲାଲ୍ ବଲ୍ ।

ଖେଳୁ ଥିଲୁ ଗାଁ ପିଲାମାନେ ଏକାଠି ମିଶି,
ଜାଣି ପାରୁନଥିଲୁ ଦିବାନିଶି କେମିତି ଆକାଶେ ଉଡେ ଶଶି।

ଫଳ ଫୁଲ ତୋଳା ନଦୀ ପହଁରି ଯାଇଥିଲୁ ଆମେ ସ୍କୁଲ,
ବାପା ମା ଭାଇ ଭଉଣୀ ଏକାଠି ଥଲୁ ସତେ ଯେମିତି ମାଟି କଣ୍ଡିରେ ଟଙ୍କା ଠୁଲ ।

ବଦଳି ଗଲା ମୋ ପିଲାଦିନ ଶରୀର ଲିଭିନି ସେ ଦିନ କଥା,
ବର୍ଷା ପାଣିରେ କାଗଜର ଡଙ୍ଗା ଛାଡୁଥିଲୁ ଗୋଟେ ହାତେ ଧରି ଛତା ।

ଭାରତ ବର୍ଷର କୋଣ ଅନୁକୋଣେ ଆମେ ହେଇଗଲୁ ଭାଗବଣ୍ଟା,
କାହାକୁ କିଏ ସମୟ ଦେଇପାରୁନୁ ତଥାପି ହାତରେ ବାନ୍ଧିଛୁ ଘଣ୍ଟା ।

ମୋ ପରିବାର ପାଇଁ ଯୋଗାଡ କରୁଛୁ ଖାଦ୍ୟ ବସ୍ତ୍ର ଘର ପାତ୍ର ଖାଲି,
କାହା ଘରେ ପୂର୍ଣ୍ଣିମା କାହା ଘରେ ଅମାବାସ୍ୟା କିଏ ଭଙ୍ଗା ହୁର୍ଦୟେ ଫୁଟାଇ ମଲ୍ଲୀ ।

ମୋ ହୃଦୟରେ ନଥିଲା ଛଳ କପଟ ହିଂସା ଅହଂକାର କ୍ରୋଧ ହିଂସା ର ଝଡ,
ଆମ ଜୀବନ ନଦୀ ଗୋଟିଏ ପାଣି ଫୋଟୋକା ପ୍ରେମ ସ୍ନେହ ମମତା ରେ ବାନ୍ଧିବା ବାଡ ।

ମାଆ ର ପଣତ କାନି, ମାର ସ୍ନେହ, ମମତା ମା କୋଳ, ଥିଲା ମୋ ପାଇଁ ଛତ୍ର ଛାୟା,
ଆଜି ଆମେ ସମସ୍ତେ ମାୟା ରେ ହେଲୁ ବାୟା ।

ହୃଷିକେଷ କୁସୁଲିଆ
ମୁନିଗୁଡ଼ା, ରାୟଗଡ଼ା ।

ମୋର ଭାଲେନଣ୍ଟାଇନ୍

Valentine




ସେଦିନ ୧୪ ଫ୍ରେବୃଆରି ସୋମବାର ଥାଏ, ମନ୍ଦିର ଗହଳି ଥାଏ ସମସ୍ତେ ଯେମିତି ଭଗବାନ ଙ୍କ ଭକ୍ତି ରେ ନିଜକୁ ସମର୍ପି ଦେଉଥିଲେ । ମୁଁ ମୋର ପ୍ରସାଦ ବ୍ୟାଗ୍ କୁ ପଣ୍ଡିତ କୁ ଦେଲି ଏବଂ କହିଲି ଭୋଗ ଲଗେଇ ଦିଅନ୍ତୁ । ପଣ୍ଡିତ ପଚାରିଲେ କାହା ନାମରେ ଲଗେଇବି। ମୁଁ ନିରୁପାୟ । ଭାବିଲି କାହା ନାମ କହିବି ?? ଅସଲ ରେ ମନ୍ଦିର ଆସିବା ମୋର ଅଭିପ୍ରାୟ ନଥିଲା। ମୋ ସାଙ୍ଗ ମୋତେ ତାର ନାମରେ ଭୋଗ ଲଗାଇବା ପାଇଁ କହିଥିଲା ସେ ଆଶାରେ ଆସିଥିଲି। ତାର ପାଇଁ ନଡ଼ିଆ ଓ ପ୍ରସାଦ କିଣିଲି, ଭାବିଲି ମୁଁ ମଧ୍ୟ ଅଳ୍ପ ପ୍ରସାଦ ଚଢ଼େଇ ଦିଏ କିନ୍ତୁ ଏଠି ମୁଁ ଚିନ୍ତାରେ ପଡ଼ି ଗଲି। କିଛି ବୁଦ୍ଧି ବାଟ ଦେଖା ଗଲା ନାହିଁ । ମୁଣ୍ଡ କୁ କୁଣ୍ଡେଇ କୁଣ୍ଡେଇ ମୋ ବୋଉ ନାମ କୁ କହିଦେଲି । ପଣ୍ଡିତ ମୋତେ ପୁଣି ପ୍ରଶ୍ନ କରିଲେ ଯେ ଯାହାର ନାମ କହିଲ ! ସେ କଣ ତୁମର ମହିଳା ବନ୍ଧୁ କି ? ମାନେ ଗାର୍ଲଫ୍ରେଣ୍ଡ କି ?? ମୁଁ ବଡ ବଡ ଆଖିରେ ଅନେଇ ରହିଲି ପଣ୍ଡିତ କୁ ? ଇଏ କଣ, ବଡ ଅଜବ ଏ ପଣ୍ଡିତ, ମା ବୋଉ ନାମ କହିଲେ, ସେ କହୁଛି ଗାର୍ଲଫ୍ରେଣ୍ଡ!!! ମୁଁ ଅଳ୍ପ ରାଗରେ ଚାହିଁ ରହିଲି, ପଣ୍ଡିତ , ହଉ…ହଉ… କହି, ଭୋଗ ଲଗେଇବାକୁ ନେଇ ଗଲା ।



(ସେଦିନ ଥିଲା ଭାଲେନଣ୍ଟାଇନ୍ ଯୋଗୁ ସମସ୍ତେ ନିଜ ପ୍ରେମୀ ଏବଂ ପ୍ରେମିକା ଙ୍କ ନାମ କହୁଥିଲେ ସେଥିପାଇଁ ପଣ୍ଡିତ ମଧ୍ୟ ପ୍ରଶ୍ନ କରିଥିଲେ )



ମୋ ଆଗରେ ଗୋଟିଏ ସୁନ୍ଦରୀ ଝିଅ ଟିଏ, ତାର ଶୁଖିଲା ଚୁଟି ଆସି ମୋର ଆଖି ନାକ ରେ ବାରମ୍ବାର ବାଜି ଫେରି ଯାଉଥାଏ। ମୁଁ ଆଖି ବନ୍ଦ କରି ହାତ ଯୋଡ଼ି ଭଗବାନ ଙ୍କ ଧ୍ୟାନ ରେ ମଗ୍ନ ଆଉ ଏପଟେ ଯେ ଏଇ ଶୁଖିଲା ଚୁଟି ଆସି ମୋତେ ଡିଷ୍ଟର୍ବ କରୁଥାଏ। ହଠାତ୍ ରାଗରେ ଆଖି ଖୋଲି ଦେଖିଲି, ସୁନ୍ଦରୀ ଝିଅ ଟିଏ ମୋର ଆଗରେ ଠିଆ ହୋଇ ଆଖି ବନ୍ଦ କରି ଧୀରେ ଧୀରେ ବିନା ଶବ୍ଦ ରେ କିଛି ଗୋଟିଏ କହି ଯାଉଥିଲା ।


ପଣ୍ଡିତ ଆସିଲେ, ସେ ଝିଅ ହାତରୁ ପ୍ରସାଦ ନେଇ ଗଲା ବେଳେ ପଚାରିଲେ କାହା ନାମରେ ଚଢ଼େଇବି । ବାଳିକା ଜଣଙ୍କ ଧୀରେ ଶବ୍ଦରେ କହିଲେ, “ସନ୍ତୋଷ” । ମୋର କାନ ଠିଆ ହୋଇଗଲା। ଆରେ ଇଏ ତ ମୋର ନାମ, ଏଇ ଝିଅ କଣ ମୋ ନାମରେ ଭୋଗ ଲଗାଉଛି !! ହେଲେ କାହିଁକି ??? କିଛି ସମୟ ପାଇଁ ହଜିଗଲି, ଭାବିଲି କିଏ ତ ଅଛି ?? ଏ ଦୁନିଆରେ ମୋ ପାଇଁ ମଧ୍ୟ ଭୋଗ ଲଗା ହେଉଛି । ଅଳ୍ପ ଗହଳି ଯୋଗୁ ତାର ମୁଖ କୁ ମୁଁ ଦର୍ଶନ କରି ପାରୁ ନଥାଏ। ହେଲେ ମନରେ ଇଚ୍ଛା ଜାଗ୍ରତ ହେଲା ଯେ ପ୍ରକୃତ ଝିଅ ଟି କିଏ ?? ପ୍ରସାଦ ଭୋଗ ଲଗା ସରିଲା ପରେ ପଣ୍ଡିତ ଫେରେଇ ଦେଲେ । ସେ ବାହାରକୁ ବାହାରିଲା, ତାର ପଛେ ପଛେ ମୁଁ, ମୋର ପ୍ରଶ୍ନ ଦୁଇ ଗୁଣ ହୋଇଗଲା। ପ୍ରକୃତରେ କିଏ ଆଉ କାହିଁକି ମୋ ନାମ ନେଲା ???



ବାହାରକୁ ବାହାରିଲା ପରେ ତାର ମୁଖ କୁ ଦେଖିଲି ଏବଂ ଜାଣିଲି ଯେ ସେ ତ ମୋର କେହି ପରିଚିତ ନଥିଲେ । ପଛେ ପଛେ ଯାଉଥାଏ। କିଛି ସମୟ ପରେ ସେ ପଚାରିଲା । ତମେ ମୋ ପଛେ ପଛେ କାହିଁକି ଆସୁଛ ? ମୁଁ ପ୍ରଶ୍ନ କରିବାକୁ ବାଧ୍ୟ ହେଲି। ପଚାରିଲି, ତମେ ଯୋଉ ନାମ ଟି କହିଲ ସେ ନାମ ଟି କାହାର ?? ସେ ମୋତେ ରାଗି ଚାହିଁ ରହିଲା । ସେଥିରେ ତମର ଜାଣିବା କଣ ଦରକାର ??? ମୁଁ ପୁଣି କହିଲି, ନା ଯେ ତମର ଡାକିବା ନାମଟି ମୋତେ ଅତି ନିଜର ଭଳି ଲାଗିଲା ସେଥିପାଇଁ ପଚାରିଲି। ସେ ଅଳ୍ପ ସେକେଣ୍ଡ ପାଇଁ ଚୁପ୍ ରହିଲା ପୁଣି କହିଲା, ଏଥିରେ ତମର ମୁଣ୍ଡ ପୁରେଇବା କିଛି ଦରକାର ନାହିଁ।



ମୁଁ କହିଲି, ମୁଁ ତମକୁ ଆଉ ଡିଷ୍ଟର୍ବ କରିବି ନାହିଁ କିନ୍ତୁ ମୋତେ ଶେଷ ପ୍ରଶ୍ନ ର ଉତ୍ତର ଦେଇ ଦିଅ। ଯେ ସେ ସନ୍ତୋଷ କିଏ ?? ଏହି ଉତ୍ତର ପରେ ସେ ଝିଅ ଟି ଅଳ୍ପ ଭାବିଲା ଏବଂ କହିଲା ମୋତେ ଆଉ ବିରକ୍ତ କରିବ ନାହିଁ ନା?? ମୁଁ ହଁ ମାରିଲି ??



ସେ କହିଲା, ଏହି ନାମଟି ହେଲା ମୋ ସ୍ବାମୀ ଙ୍କ ର, ମାନେ ଯିଏ ମୋତେ ବିବାହ କରିବ ତାଙ୍କର ନାମ ?? ମୁଁ ପୁଣି ଚିନ୍ତାରେ ପଡ଼ିଲି, ତମର ତ ବିବାହ ବୟସ ହୋଇନି ?? ସେ ଅଳ୍ପ ହସି କହିଲା ହଁ ଯେ କିନ୍ତୁ ଆମ କୁଳ ବ୍ରାହ୍ମଣ କହିଲେ ଯେ ” ସ ” ନାମରେ ଗୋଟିଏ ଭଲ ପୁଅ ଟିଏ ତମକୁ ବିବାହ କରିବ ?? ସେଥିପାଇଁ ମୁଁ ମନେ ମନେ ଗୋଟିଏ ଭଲ ନାମ ବାଛି ନେଲି । ଏହି ନାମ ନେଇ ମୁଁ ସବୁ କାମ କରେ ଏଵଂ ଏହି ନାମ ନେଲେ ମୋତେ ସନ୍ତୁଷ୍ଟି ଅନୁଭବ ହୁଏ ସେଥିପାଇଁ ସନ୍ତୋଷ ନାମକୁ ବାଛିଲି ।



ଏବେ ମୋତେ କୁହ?? ତମେ ମୋ ପଛେ ପଛେ ଆସିବାର କାରଣ କଣ କୁହ ?? ମୁଁ ଟିକେ ମଜାରେ କହିଲି, ତମ ବ୍ରାହ୍ମଣ ଯୋଉ ସନ୍ତୋଷ କଥା କହିଥିଲେ ନା , ସେ ହେଉଛି ମୁଁ !! ଝିଅଟି ଚକିତ ଅବସ୍ଥାରେ ଚାହିଁ ମୋତେ ପଚାରିଲା,,, ମାନେ????



ମୁଁ ପୁଣି କହିଲି, ମୋର ନାମ ମଧ୍ୟ ସନ୍ତୋଷ, ମନ୍ଦିର ରେ ପଣ୍ଡିତ କୁ ଯେତେବେଳେ ନାମ କହିଲ, ମୁଁ ଭାବିଲି ମୋ ପାଇଁ କିଏ ଭୋଗ ଲଗାଉଛି କି ?? ସେଥିପାଇଁ ମୁଁ ଅଳ୍ପ ଆଶ୍ଚର୍ୟ୍ଯ ହେଲି ଏବଂ ତମ ଚେହରା ଦେଖିବାକୁ ଇଚ୍ଛା ରଖିଲି, ଏବଂ ତମ ଚେହେରା ଦେଖି ମୋତେ ଯେମିତି ନିଜର ଲାଗିଲା। ଆଉ ତମେ ଯଦି ଖରାପ ଭାବିଲ ତେବେ ମୁଁ ଏହି ବ୍ୟବହାର ପାଇଁ ତମକୁ କ୍ଷମା ମାଗୁଛି। ସେ ଝିଅଟି କହିଲା, ନା ନା, ଥାଉ, ସେମିତି କିଛି ନାହିଁ। କ୍ଷମା ମାଗିବା କଣ ଦରକାର । ମୁଁ ତ ଖରାପ ଭାବିନି।


ଏମିତି କଥା ହୋଇ ହୋଇ ଆମେ ଦୁଇ ଜଣ ମନ୍ଦିର ବେଢାରେ ବସିବାକୁ ଲାଗିଲୁ। ସେ ମୋତେ ପଚାରିଲା ତମ ଘର କୋଉଠି । ମୁଁ ମୋ ଗାଁ ନାମ କହିଲି। ସେ କହିଲା, ଏଠୁ କେତେ ଦୂର ?? ମୁଁ କହିଲି , ୫ କିମି ହେବ। ସେ ପଚାରିଲା, ଆଉ ଗୋଟିଏ ପ୍ରଶ୍ନ କରିବି ତମେ ଖରାପ ଭାବିବ ନାହିଁ ନା?? ମୁଁ ଅନୁମତି ଦେଲି ସେ ପଚାରିଲା ତମ ଜାତି କଣ ?? ମୁଁ ମୋ ଜାତି କହିଲି । ମୋ ଜାତି ନାମ ଶୁଣି ସେ ଅଳ୍ପ ଖୁସି ହୋଇଗଲା ମୁଁ ପଚାରିଲି, ଖୁସି କାହିଁକି ହେଲ?? ସେ କହିଲା, ଯେ ମୋର ମଧ୍ୟ ସମାନ ଜାତି !! ଏତିକି ଶୁଣି ମୁଁ ମଧ୍ୟ ବହୁତ୍ ଖୁସି ହୋଇଗଲି। ଭାବିଲି ଆଜି ୧୪ ଫ୍ରେବୃଆରୀ ଦିନ ମୋତେ ଏଠି ମୋ ଭାଲେନଣ୍ଟାଇନ୍ ମିଳିଗଲା ବୋଧେ । ମୁଁ ମନେ ମନେ ବହୁତ୍ ଖୁସି ହେଉଥିଲି । ଯାହା ହେଉ ମୋ ସାଙ୍ଗ ଯୋଗୁ ମୋତେ ମୋ ଭାଲେନଣ୍ଟାଇନ୍ ସହିତ ଦେଖା ହୋଇଗଲା। ଭଗବାନ କୁ ବହୁତ୍ ଧନ୍ୟବାଦ୍ ଦେଲି ।



ଏତିକି ବେଳେ, ମୋର ପୁଣି ପ୍ରଶ୍ନ ଆରମ୍ଭ ହୋଇଗଲା, ଯେ ତମ ଘର କୋଉଠି ?? ସେ କହିଲା ଏଠି ମୋ ମାଉସୀ ଘର, ଆମ ଘର ତ ଏଠୁ ୮୦ କିମି ଦୂରରେ। ମୁଁ ପ୍ରତି ସୋମବାର ରେ ମନ୍ଦିର ଆସେ । ସେଥିପାଇଁ ଆଜି ସୋମବାର ବୋଲି ଆସିଲି । ତାଙ୍କ ଘର ଠିକଣା ଶୁଣି ମୁଁ ଅଳ୍ପ ଦୁଃଖୀ ଅନୁଭବ କରିଲି । ତାପରେ ଭାବିଲି । ଚଳିବ, ଏତେ ଦୂର ହେଲେ ମଧ୍ୟ କଣ ବିବାହ କରନ୍ତି ନାହିଁ କି ? ପୁଣି ମୋର ପ୍ରଶ୍ନ ଯେ , ଏଠି କେତେ ଦିନ ପାଇଁ ଆସିଛ ?? ସେ କହିଲା, ଆଉ ଗୋଟିଏ ସପ୍ତାହ ରହିବି। ତାପରେ ଚାଲିଯିବି।



ମୁଁ କହିଲି, ଶେଷ ଥର ପାଇଁ ଗୋଟିଏ ପ୍ରଶ୍ନ , କିଛି ଖରାପ ଭାବିବ ନାହିଁ କି?? ସେ ହଁ କରିଲା, ମୁଁ ପଚାରିଲି, ତମ ମୋବାଇଲ ନମ୍ବର୍ ମିଳିବ କି?? ସେ ବଡ ବଡ ଆଖି କରି ଚାହିଁ ରହିଲା ?? କହିଲା, ମୋବାଇଲ୍ ନମ୍ବର୍ କଣ ଦରକାର ? ତମେ ଏବେ ଅଳ୍ପ କଥା ହେଉ ହେଉ ମୋବାଇଲ ନମ୍ବର୍ ମାଗୁଛ?? ମୁଁ ଯଦି ଘର ଠିକଣା କହିବି ତେବେ ତମେ ମୋ ଘରେ ପଶିଯିବ (କିନ୍ତୁ ଅଳ୍ପ ମଜାରେ ଝିଅ ଟି କହିଲା) ମୁଁ ଭାବିଲି, ସେ ରାଗିଲା ନା ମଜା କରିଲା? ? ମୁଁ ଅଳ୍ପ ଚୁପ୍ ରହିଲି ଏବଂ ମୋର ଭୁଲ ହୋଇଗଲା ବୋଲି କହିଲି ? ତାପରେ ସେ ଝିଅଟି ଅଳ୍ପ ମୁରୁକି ହସ ଦେଇ କହିଲା ଯେ ଆରେ ମୁଁ ମଜା କରୁଥିଲି। ମୋର ମୋବାଇଲ୍ ଅଛି ଯେ, ଏଠି ମାଉସୀ ପୁଅ ମୋ ପାଇଁ ନୂଆ ସିମ୍ ଆଣି ଦେଇଛନ୍ତି କିନ୍ତୁ ସେ ନମ୍ବର୍ ମୋର ମନେ ନାହିଁ । ବର୍ତମାନ ମୋବାଇଲ୍ ମୁଁ ଘରେ ଛାଡ଼ି ଆସିଛି।


ଆଉ ଯଦି ଆମର ମିଶିବା ଲେଖା ଅଛି ତେବେ ପୁଣି ଥରେ ମିଶିବା। ମୁଁ ପଚାରିଲି, ତମ ମାଉସୀ ଘର କୋଉଠି ? ସେ କହିଲା, ନା ଯଦି ଭଗବାନ ଆମକୁ ମିଶେଇବାକୁ ଥିବେ ତେବେ ଆମର ପୁଣି ଦେଖା ହେବ। ଯଦି ମାର୍କେଟ ରେ ଦେଖା ହୁଏ ତେବେ ସେଠି କଥା ହେବା ଯଦି ନ ଦେଖା ହୁଏ ତେବେ ଆଗ ସୋମବାର ଦିନ ମୋତେ ଏଠି ଏହି ମନ୍ଦିର ରେ ଦେଖା କରିବ। ମୁଁ ଖୁସି, ସେ ପୁଣି କହିଲା, କିନ୍ତୁ ଗୋଟିଏ ସର୍ତ୍ତ, ମୁଁ ମଧ୍ୟ ମୋ ଭାଗ୍ୟ କୁ ପରୀକ୍ଷା କରିବାକୁ ଚାହୁଁଛି । ତେବେ ମୋ ଭାଗ୍ୟ ପରୀକ୍ଷା ରେ ମୋତେ ତମେ ସାହାଯ୍ୟ କରିବ! ମୁଁ ପଚାରିଲି କଣ?? ସେ କହିଲା , ତମେ ଏବେ ମୋ ପଛରେ ଆସିବ ନାହିଁ। ତା କଥା ଶୁଣି ମୁଁ ଅଳ୍ପ ଆଶ୍ଚର୍ଯ୍ୟ ହେଲି, ସେ କହିଲା, ମୁଁ କହିଲି ନା, ଯଦି ଆମର ଦେଖା ହେବାକୁ ଥିବ, ତେବେ ଆମକୁ ଭଗବାନ ପୁଣି ଦେଖା କରିବେ।



ମୁଁ ତା କଥାରେ ରାଜି ହେଲି ଏବଂ ସେ ମୋତେ ବାଏ କହି ଚାଲିଗଲା। ଗଲା ବେଳେ ତାକୁ ପୁଣି ପ୍ରଶ୍ନ କରିଲି । ଯେ ତମ ନାମଟି ତ କହିଦିଅ?? ସେ କହିଲା, ଯଦି ଆର ଥରକୁ ଦେଖା ହୁଏ ତେବେ ମୋ ନାମ, ମୋ ମୋବାଇଲ ନମ୍ବର ଆଉ ମୋ ଘର ଠିକଣା ତମକୁ ସବୁ କହିବି ! ସେ ପର୍ଯ୍ୟନ୍ତ ଅପେକ୍ଷା କର, ମୁଁ ମୁଣ୍ଡ ହଲେଇ ହଁ କରିଲି। ତାପରେ ସେ ପ୍ରଥମେ ଚାଲିଗଲା ତାର ୫ ମିନିଟ ପରେ ମୁଁ ମନ୍ଦିର ରୁ ବାହାରକୁ ବାହାରିଲି। ଅଳ୍ପ ଦୁଃଖ ଲାଗିଲା କିନ୍ତୁ ମନରେ ଆଶା ଥିଲା ଯେ ଆମର ପୁଣି ଦେଖା ହେବ ।



ସେ ଆଶାରେ ପ୍ରତିଦିନ ମୁଁ ମାର୍କେଟ ରେ ଖୋଜି ବୁଲୁଥାଏ , କେତେବେଳେ ବଜାର ରେ କେତେବେଳେ ଡ୍ରେସ୍ ଦୋକାନ ରେ ତ କେତେବେଳେ ମିଠା ଦୋକାନ ଆଉ କେତେବେଳେ ମନ୍ଦିର ରେ। ମୋ ଭାଲେନଣ୍ଟାଇନ୍ କୁ ପୁଣି ଥରେ ଦେଖିବାକୁ ଯେମିତି ମୋର କ୍ଷୁଧା ବଢ଼ି ବଢ଼ି ଯାଉଥାଏ କିନ୍ତୁ ମୋ କ୍ଷୁଧା ମେଣ୍ଟିବାର ନାମ ନେଉ ନଥିଲା। କଣ କରିବି, 6 ଦିନ ବିତିଗଲା ଆସିଲା ସୋମବାର, ସେଦିନ ମୁଁ ରେଡି ହୋଇ ସକାଳୁ ସକାଳୁ ପହଂଚିଗଲି ମନ୍ଦିର ରେ।



ଅପେକ୍ଷା କରି କରି 40 ମିନିଟ ହୋଇ ସାରିଲାଣି, ଶେଷରେ ଭୋଗ ଲଗେଇବା ପାଇଁ ପଣ୍ଡିତ କୁ ଦେଇ ଦେଲି । ସେ ପୁଣି ନାମ ପଚାରିଲା ଯେ କାହା ନାମରେ ଲଗେଇବି ?? ମୁଁ ଭାବିଲି, କାହା ନାମ କହିବି, ସେ ତ ନାମ କହି ନଥିଲା। ହଉ ମୋ ବୋଉ ନାମ କହିଦିଏ ଏବଂ ମୋ ବୋଉ ନାମଟି କହି ଦେଲି। ଭଗବାନ କୁ ଡ଼ାକୁଥାଏ ଆଉ ମନରେ ଏପଟେ ଭାବୁଥାଏ ସେ କାଳେ ମୋ ପଛରେ ଆସି ଠିଆ ହୋଇନି ତ?? ମୁଁ ଭଗବାନ କୁ ମୁଣ୍ଡିଆ ମାରିବା ପରେ ପଛକୁ ବୁଲି ଦେଖିଲି । ପଛକୁ ବୁଲି ଦେଖିଲା ବେଳକୁ, ଲୋକ ଗହଳି ମାତ୍ର ମୋ ଭାଲେନଣ୍ଟାଇନ୍ ନଥିଲା ।



ମୁଁ ଭାବିଲି ବୋଧେ ଲେଟ୍ ହେବ ଆସିବାରେ । ହଉ ଗତ ସୋମବାର ଦିନ ଆମେ ଯୋଉଠି ବସି ଥିଲୁ ସେଠି ଯାଇ ବସିଲି । ଅପେକ୍ଷା ରେ ଥାଏ। ଏପଟେ ମନେ ମନେ ଭାବୁଥାଏ ଯେ ଆଜି ଆସିଲେ ଏମିତି କହିବି, ସେମିତି ପଚାରିବି । ଏମିତି କହି ମୁଁ ନିଜକୁ ପ୍ରସ୍ତୁତ କରୁଥିଲି ଏବଂ ପୂର୍ବ ଦିନ ମୋର ନୁଆ ଚୁଟି ଷ୍ଟାଇଲ କରି ଆସିଥିଲି ଏବଂ ଷ୍ଟାଇଲ ଡ୍ରେସ୍ ମଧ୍ୟ ପିନ୍ଧି ଆସିଥିଲି । ସମୟ ବିତି ଯାଉଥାଏ ମାତ୍ର ତାର ଦେଖା ନାହିଁ ଦେଖୁ ଦେଖୁ ୧.୫୦ ଘଣ୍ଟା ହୋଇଗଲାଣି। ଲୋକ ମଧ୍ୟ ଖାଲି ହେବାରେ ଲାଗିଲେଣି। ମନର ଆଶା ଟି ଯେମିତି ମରି ମରି ଆସୁଥାଏ। ଏପଟେ ରାଗ ମଧ୍ୟ ଲାଗୁଥାଏ ।



ଅପେକ୍ଷା ର ସୀମା ଟପି ଯାଇ ୨ ଘଣ୍ଟା ହେବାକୁ ଲାଗିଲା। ମନ ଭିତରେ ସବୁ ଆଶା କୁ ଡିଲିଟ କରିଦେଲି ଏବଂ ଭୋଗ କୁ ନେଇ ବାହାରି ଗଲି ନିଜ ଘରକୁ । ଆସିଲା ବେଳେ ପଣ୍ଡିତ କୁ ପଚାରିଲି। ଗତ ସୋମବାର ଦିନ ଯୋଉ ଝିଅଟି ଆସିଥିଲା। ସେ ଆଜି ଆସିଛି କି?? ପଣ୍ଡିତ କହିଲା, ମୁଁ କେମିତି ଜାଣିବି ଯେ, କେତେ ଝିଅ ଆସନ୍ତି । ମୋର କାହାର ଚେହେରା ମନେ ପଡୁନି। ହଁ ବହୁତ୍ ଝିଅ ଆଜି ମଧ୍ୟ ଆସିଥିଲେ। ମୁଁ କହିଲି ନା , ସେ ଝିଅଟି ଆଜି ଆସିନୀ କାରଣ ମୁଁ ପ୍ରତ୍ୟେକ ଟି ଝିଅ କୁ ନିରିଖି ଦେଖିଛି। ପଣ୍ଡିତ କହିଲା, କ୍ଷମା କର ପୁଅ, ମୁଁ ଜାଣିବି କେମିତି । ସେଠୁ ମଧ୍ୟ ନିରାଶା ହୋଇ ଫେରିଲି । ଶେଷରେ ଗେଟ୍ ପାଖରେ ଆଉ ପାଞ୍ଚ ମିନିଟ ଅପେକ୍ଷା କରିଲି ମାତ୍ର ତାର ଦେଖା ମିଳିଲା ନାହିଁ । ଦୁଃଖରେ ଘରକୁ ଆସିଲି। କିନ୍ତୁ ମନରେ ଆଶା ଥାଏ କାଳେ ଦେଖା ହୋଇଯିବ କେବେ ଆଉ କେଉଁଠାରେ…


ଏମିତି ବହୁତ୍ ଦିନ ଖୋଜିଲି, ମାତ୍ର ସେଦିନ ମୋର ପ୍ରଥମ ଦେଖା ଆଉ ଶେଷ ଦେଖା ମଧ୍ୟ ଥିଲା, ତା ପରେ ମୋର ମନର ଭାଲେନଣ୍ଟାଇନ୍ ସହିତ ଆଉ କେବେ ଦେଖା ହୋଇନି, ନା ଆଉ କେବେ ହେବ ତାହା ମଧ୍ୟ ମୁଁ ଜାଣିନି ।

ଏମିତି ଥିଲା ମୋ ଭାଲେନଣ୍ଟାଇନ୍ ର କାହାଣୀ…

ତେବେ ମୋ ଭାଲେନଣ୍ଟାଇନ୍ ମୋତେ କଣ ମିଳିବ ନା ନାହିଁ, କମେଣ୍ଟ ରେ ଜଣାନ୍ତୁ।


କାହାଣୀ ଟି କେମିତି ଲାଗିଲା ମତାମତ ଦିଅନ୍ତୁ ।

ଶେଷ ପର୍ଯ୍ୟନ୍ତ ପଢି ଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ।


ଆପଣଙ୍କ ପ୍ରିୟ ଗାଳ୍ପିକ, ନୀଳମାଧବ ଭୂୟାଁ..

Attempt to Suicide (ଓଡ଼ିଆ ଗଳ୍ପ)

Attempt to suicide

ପ୍ରିୟ ସୁନୀତା, ଏହା ମୋର ଶେଷ ଚିଠି ରୂପରେ ତୁମକୁ ପ୍ରଥମ ଥର ପାଇଁ ଲେଖୁଛି । ଜୀବନରେ ବହୁତ୍ କଷ୍ଟ ଦେଖିଲି । ବଞ୍ଚିବାକୁ ଇଚ୍ଛା ଥିଲେ ମଧ୍ୟ ଏହି ଜୀବନକୁ ଉପଭୋଗ କରିବା ମୋ ଭାଗ୍ୟରେ ନାହିଁ । ତମେ ଭଲ ଭାବରେ ଜାଣିଛ ମୁଁ କେବେ ଭୁଲ କରିନି ଏବଂ ଅନ୍ୟାୟ କୁ ଦେଖି ମୁଁ ରହି ପାରେନା । କେବଳ ଅନ୍ୟାୟ କୁ ବିରୋଧ କରିବା ହିଁ ମୋର ଭୁଲ ଥିଲା । ସତ୍ ପଥରେ ରହିଛି ଏବଂ ଏହି ସତ୍ ପଥରେ ରହି ମୁଁ ଆଜି ଗୋଟିଏ ଏମିତି କାମ କରି ବସୁଛି ଯାହା ସମସ୍ତେ ମୋତେ ମୂର୍ଖ ଏବଂ କା-ପୁରୁଷ ର ପରିଚୟ ଦେବେ କିନ୍ତୁ ତମ ପାଇଁ ଆଗରୁ ଯେମିତି ଆଶାର ଆଲୋକ ହୋଇ ରହିଥିଲି ଠିକ୍ ସେମିତି ତୁମର ଭାଗ୍ୟ ଆକାଶରେ ସଦା ଝଟକୁ ଥିବି ।

ମୋର ଏହି ମୂର୍ଖାମି / ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହନ୍ତି। ଯିଏ ମଧ୍ୟ ଏହି ଚିଠି କୁ ପାଇବେ ମୋର ପତ୍ନୀ ସୁନୀତା କୁ ଏହି ଚିଠି ଟିକୁ ଦେବାକୁ ଅନୁରୋଧ । 

ମୋର ସବୁ କାଗଜ ପତ୍ର ଏବଂ ଟଙ୍କା ର ହିସାବ କିତାବ ସବୁ ଆଲମାରୀ ର ଦ୍ଵିତୀୟ କଲମ ର ମିଡିଲ ଡ୍ର ରେ ଅଛି । ତାର ଗୋଟିଏ ଚାବି, ଘର ଚାବିର ଗୁନ୍ଥା ରେ ଲାଗିଛି । ତାକୁ ଖୋଲି ସବୁ ଟଙ୍କା କୁ ଉଠେଇ ବାକି ଜୀବନ ଖୁସିରେ ବିତେଇବ ।

ବେଶୀ କିଛି ଲେଖୁ ନାହିଁ , ଏତିକି କହି ରଖୁଛି। 

ତୁମର ଆକାଶ…

.

.

.

.

.

ଆକାଶ ର ମୁଣ୍ଡ କିଛି କାମ କରୁ ନଥାଏ।  ହଠାତ୍ ଯମ ଦୂତ ଟିଏ ଆକାଶ ର ଆଖି ସାମ୍ନାରେ ଦୃଶ୍ୟମାନ ହେଲା ଏବଂ ସେ ଆକାଶ ର ହାତକୁ ଧରି ତାକୁ ଖଟ ରୁ ଉଠେଇ ଆଣିଲା ଏବଂ କହିଲା ଯାହା କରିବୁ ଶୀଘ୍ର କର। ଏହି ସମୟ ଟି ତୋର ଜୀବନରୁ ମୁକ୍ତି ପାଇବାର ଉଚିତ୍ ସମୟ। ସେ ତାର ହାତ ଧରି ଉଠେଇ ଝରକା ପାଖରେ ଆଣି ଠିଆ କରି ଦେଲା । ସେ କହୁଥାଏ ଶେଷ ଥର ପାଇଁ ବାହାର ଦୁନିଆ କୁ ଦେଖି ନେ। କାଲି ଏ ଦୁନିଆ ତୋ ପାଇଁ ପର ହୋଇଯିବ । ଆକାଶ, ବାହାର ଦୁନିଆ କୁ ଦେଖୁଥାଏ, ବହୁତ୍ ଅନ୍ଧାର ଥାଏ ଏଵଂ ତାକୁ ଇଚ୍ଛା ହେଉଥାଏ ଯେ, ସେ କାଳିମା ଭିତରେ ସେ କିଛି ସମୟ ଭିତରେ ଯେମିତି ଲିନ ହୋଇଯିବ। 

କାରଣ ସନ୍ଧ୍ୟା ଠାରୁ ସେ ଖଟ ଉପରେ ବସି ବସି ଚାରି ଘଣ୍ଟା ବିତି ଗଲାଣି। ରୁମ୍ ଭିତରେ ଲକ ହୋଇ ବ୍ୟସ୍ତ ବିବ୍ରତ ହୋଇ ସାରିଲାଣି । ସେ ଭାବିଲା ଶେଷ ସମୟ ମୋର ଆସିଗଲାଣି।ଏତିକି ଭାବି ପୁଣି ଯାଇ ମୋବାଇଲ କୁ ଥରେ ଦେଖିଲା। ଭାବିଲା ଥରେ ସୁନୀତା ସହ କଥା ହୋଇଯିବି।  କାରଣ ସନ୍ଧ୍ୟା ଠାରୁ ପ୍ରାୟ ୨୦ ଥର ସୁନୀତା ର ଫୋନ୍ ବାଜି ବାଜି ମିସ୍ କାଲ ରେ ପରିଣତ ହୋଇ ଯାଉଛି । ଫୋନ କୁ ଧରିବାକୁ ଯାଉଥିଲି, ଯମ ଦୂତ ଆକାଶ କୁ ପାଟି କରି କହିଲା, ନା ଏବେ ତୋର ମୁକ୍ତି ପାଇବା ର ସମୟ । କାହାର ଫୋନ୍ ଉଠେଇବୁ ନାହିଁ, କେହି ତୋର ନିଜର ନୁହେଁ।  ଏଠି ସମସ୍ତେ ସ୍ବାର୍ଥ ପର। ଆଜି ତୁ ଯେଉଁ କର୍ମ କରିବାକୁ ଯାଉଛୁ, ତାହା ତୋର ଅସଲ ମୁକ୍ତି ପାଇବା ର ରାସ୍ତା।  

ତା କଥା ଶୁଣି, ପୁଣି ଆକାଶ ର ମନରେ ପରିବର୍ତ୍ତନ ଦେଖା ଦେଲା ଏଵଂ ଫୋନ୍ କୁ ଓଲଟା କରି ରଖି ଦେଲା ଏଵଂ ଖଟ ଉପରେ ପଡ଼ି ଥିବା ବେଡ୍ ସିଟ କୁ ଉଠେଇ ତାକୁ ମୋଡ଼ି ମୋଡ଼ି ଗୋଟିଏ ଦଉଡ଼ି ଭଳି କରିଲା । ଖଟ ସାଇଡ ରେ ଥିବା ଷ୍ଟୁଲ୍ କୁ ଆଣି ଠିକ୍ ଫେନ୍ ତଳେ ରଖିଲା।  ସେପଟେ ଯମ ଦୂତ ବାଧ୍ୟ କରୁ ଥାଏ।  ଆରେ ଶୀଘ୍ର କର, ସମୟ ଗଡି ଯାଉଛି । ଆକାଶ ତା କଥା ଶୁଣି ସେ ଯେମିତି ପାଗଳ ହୋଇ ଗଲାଣି । ସମୟ ନଷ୍ଟ ନ କରି ସେ ପ୍ରଥମେ ପଙ୍ଖା ରେ ବେଡ୍ ସିଟ କୁ ବାନ୍ଧିଲା ଏବଂ ଏବଂ ଅନ୍ୟ ଭାଗ ଟି ଆକାଶ ନିଜ ଗଳାରେ ରେ ବାନ୍ଧିଲା।  ସେପଟେ ଯମ ଦୁତ କହୁଥାଏ, ଆଜି ତୋର ମୁକ୍ତି ନିଶ୍ଚିତ ହେବ, ତୁ ଠିକ୍ କରୁଛୁ । ଏବେ ଗଳାରେ ଥିବା ବେଡ୍ ସିଟ କୁ ଟାଇଟ୍ ରେ ଗଣ୍ଠି ପକେଇ ଦେ ଏବଂ ଷ୍ଟୁଲ କୁ ଠେଲି ଦେ । 

ତା କଥା ରେ ଆକାଶ ତାର ନିଜ ଗଳା କୁ ଟାଇଟ୍ କରିବାରେ ଲାଗିଲା । ଆଖି ଧୀରେ ଧୀରେ ବନ୍ଦ ହେବାକୁ ଲାଗିଲା। ଷ୍ଟୁଲ କୁ ଠେଲି ବାକୁ ଗୋଡ କୁ ଉଠେଇ ବାକୁ ଚେଷ୍ଟା କରିଲା । ଠିକ୍ ସେ ସମୟରେ ଆକାଶ ର ଫୋନ୍ ବାଜି ଉଠିଲା । ଦେଖି ପାରୁ ନଥାଏ କାରଣ ମୋବାଇଲ ର ସ୍କ୍ରିନ ଓଲଟା ଥାଏ । ଆକାଶ ମନ ବଦଳେଇ ଦେଲା ଏବଂ ଚୁପ୍ ରହିଲା। ଗୋଟିଏ ଲମ୍ବା ରିଙ୍ଗ ହୋଇ ରହିଲା, ପୁଣି ବାଜିବାରେ ଲାଗିଲା । ପୁଣି ଅଣଦେଖା କରି ଗଳା କୁ ଟାଇଟ୍ କରିବାରେ ଲାଗିଲା । ସେପଟେ ଯମ ଦୂତ କଣ ମନ୍ତ୍ର ଫୁଙ୍କିଲା କେଜାଣି ତାର ନିଶ୍ବାସ ଅବରୁଦ୍ଧ ହେବାକୁ ଲାଗିଲା । ଆଖି ମଳିନ ପଡ଼ି ଧୀରେ ଧୀରେ ବନ୍ଦ ହେବାକୁ ଲାଗିଲା।  

ଷ୍ଟୁଲ କୁ ଠେଲିବାକୁ ଗୋଡ ଉଠେଇଲା ଏବଂ ଠେଲି ବାକୁ ପ୍ରୟାସ କରୁ କରୁ ତୃତୀୟ ଥର ପାଇଁ ଫୋନ୍ ବାଜି ଉଠିଲା । ଫୋନ ର ରିଙ୍ଗ ତାକୁ ଯେମିତି ବିବ୍ରତ କରୁଥାଏ । ରାଗରେ ଲମ୍ବା ନିଶ୍ବାସ ନେଇ ମଳିନ ଆଖିକୁ ଖୋଲି ଭାବିଲା, କିଏ ସେ ଲୋକ ଯିଏ ବାରମ୍ବାର ଫୋନ୍ କରୁଛି । ଯାଏ ଫୋନ୍ କୁ ସ୍ୱିଚ ଅଫ କରି ଦିଏ । ସେପଟେ ଯମ ଦୂତ କହିଲା, ନା ନା, ଏବେ ତୋର ମୁକ୍ତି ପାଇବାର ସମୟ, ଆଉ ଏହି ସମୟକୁ ବେକାର ରେ ଯିବାକୁ ଦିଅ ନାହିଁ । ଯମ ଦୂତ ର କଥା କୁ ମାନିବି ନା ନିଜ ମନ କଥା କୁ ଗ୍ରହଣ କରିବି, ଆକାଶ ଭାବୁଥାଏ।  ଶେଷରେ ସ୍ଥିର କରିଲା।  ଯେ ନା, ଏବେ ପର୍ଯ୍ୟନ୍ତ ଯମ ଦୂତ କଥା ଶୁଣି ଆସୁଥିଲି । ଏବେ ମୋ ମନ କଥା ଶୁଣିବି। ବେଡ୍ ସିଟ ର ଗଣ୍ଠି କୁ କୋହଳ କରି ଖଟ ଉପରେ ଚଢ଼ି ଆସିଲା। ଫୋନ କୁ ଉଠେଇ ସାଇଲେଣ୍ଟ କରିବାକୁ ଯାଉଥିଲା । ଚତୁର୍ଥ ଥର ପାଇଁ ବାଜିବାକୁ ଲାଗିଲା। ନୂଆ ନମ୍ବର ଟିଏ।  ନମ୍ବର୍ ଟି ଅଳ୍ପ ଚିହ୍ନା ଚିହ୍ନା ଲାଗୁଥିଲା । ଫୋନ କୁ ଶାଇଲେଣ୍ଟ କରିବ କଣ ଫୋନ୍ କୁ ଉଠେଇ ଦେଲା ଏବଂ ଭାବିଲା ଏହି ଫୋନ୍ କଲ୍ ମୋ ପାଇଁ ମୋ ଜୀବନର ଶେଷ କଲ୍ କହି କଥା ହେବାକୁ ଲାଗିଲା ।  

ହାଲୋ, କିଏ କହୁଛନ୍ତି ବୋଲି ପଚାରିଲା ? ସେପଟୁ ହସ ଭରା ଶବ୍ଦ ରେ ଗୋଟିଏ ଗୋଟିଏ ସ୍ୱର କହିବାକୁ ଲାଗିଲା, ଆରେ ଭାଇ ଆକାଶ, କେମିତି ଅଛୁ ତୁ?

 ମୁଁ ଚିହ୍ନି ପାରିଲି ନାହିଁ । ପୁଣି ପଚାରିଲା କିଏ କହୁଛ?? ସେପଟୁ ପୁଣି ଉତ୍ତର ଆସିଲା, ଆରେ ଭାଇ ମୁଁ ଦୀପ୍ତି କହୁଛି, ଆରେ ଦୀପ୍ତି ରଞ୍ଜନ, କଣ ଯେ ଚିହ୍ନି ପାରୁନୁ ? ?? ଆକାଶ ଅଳ୍ପ ଭାବିବାକୁ ଲାଗିଲା । ଆରେ ଭାଇ ଆମେ ଦୁହେଁ ମିଶି ପୋଲିସ୍ ଟ୍ରେନିଂ କରି ଥିଲେ ଭୁବନେଶ୍ୱର ରେ ଏବେ ମନେ ପଡ଼ିଲା ?? ଆକାଶ ର ମନେ ପଡିଗଲା । ସେ କହି ଉଠିଲା, ଆରେ ଭାଇ କହ, କହ କେମିତି ଅଛୁ ? ସେପଟୁ ଦୀପ୍ତି ପଚାରିଲା, ପ୍ରଥମେ ତୁ କହ, କେମିତି ଅଛୁ ?? ଆକାଶ କହିଲା, ନା ରେ ଭାଇ ଭଲ ନାହିଁ । ଦୀପ୍ତି ପୁଣି ପଚାରିଲା, ହଁ ମୁଁ ମଧ୍ୟ ଖବର ପାଇଲି, ତୋ ସହିତ ଅନ୍ୟାୟ ହୋଇଛି ଏବଂ ସବୁ କାହାଣୀ ତୋ ଠାରୁ ଶୁଣିବାକୁ ଚାହୁଁଛି।  କହ ମୋତେ, ଆକାଶ କହିଲା ନା, ରେ ଭାଇ, କହି ପାରିବି ନାହିଁ, ସମୟ ନାହିଁ ମୋ ପାଖରେ।

  ସେପଟେ ଯମ ଦୂତ ରାଗରେ ଚାହିଁ ଡାକୁଥାଏ ଏବଂ କହିବାକୁ ଲାଗିଲା, ଶୀଘ୍ର ଆସେ ଷ୍ଟୁଲ ଉପରକୁ।  ସେପଟୁ ପୁଣି ସ୍ୱର ଆସିଲା। 

ଭାଇ କଣ ହେଲା ରେ, ଚୁପ୍ ରହିଲୁ ଯେ, ଆରେ ମୋତେ ତୋର କ୍ଲୋଜ ଫ୍ରେଣ୍ଡ୍ ବୋଲି କହୁଥିଲୁ କିନ୍ତୁ ଏବେ କହୁଛୁ ଯେ, ସମୟ ନାହିଁ ମୋ ପାଖରେ। 

ନା ରେ ଭାଇ, ମୋର ଟିକେ ମନ ଭଲ ନାହିଁ, ଗୋଟିଏ ବଡ କାମ ଟେ କରିବାକୁ ଯାଉଛି। ସେପଟେ ଦୀପ୍ତି କହିଲା, ତୋର କଣ ଏମିତି ବଡ କାମ ଯେ ମୋତେ କହି ପାରିବୁ ନାହିଁ। ଏତିକି ଶୁଣି ଆକାଶ ର ମନରେ ଅଳ୍ପ ରାଗ ହେଲା, ଏବଂ ଗାଢ଼ ସ୍ଵରରେ କହିଲା, ମୁଁ ଆତ୍ମହତ୍ୟା କରିବାକୁ ଯାଉଛି । ଦୀପ୍ତି କହିଲା, ଆଉ କଣ ଟା ତୁ କରି ପାରିବୁ କହ ?? ଯା ଯା, ସେଠୁ କରି ଆସିଲା ପରେ ମୋ ସହିତ କଥା ହେବୁ ।

 ଆକାଶ ର ପୁଣି ରାଗ ଚଢ଼ିଲା । ଆରେ ତୋତେ କଣ ମଜା ଲାଗୁଛି ନା କଣ ?? ସତରେ ମୁଁ ଆତ୍ମହତ୍ୟା କରିବାକୁ ଯାଉଛି । ତୋର ଯଦି ବିଶ୍ବାସ ହେଉନି ଭିଡିଓ କଲ୍ କରେ, ତୋତେ ଦେଖେଇ ଦେବୀ।  ସେପଟେ ଦୀପ୍ତି କହିଲା, ନା ନା ଥାଉ, ମୋତେ ତୋ ଆତ୍ମହତ୍ୟା ସେଟ୍ ଅପ୍ ଦେଖେଇବା ଦରକାର ନାହିଁ । ତୋର ସେଟ୍ ଅପ୍ ଦେଖି ଯଦି ମୋର ଇଚ୍ଛା ହୋଇଗଲା ତେବେ ମୁଁ ମଧ୍ୟ କରିଦେବି। ଏତିକି କହୁ କହୁ ଆକାଶ ଭିଡିଓ କଲ୍ ପାଇଁ ରିକ୍ୱେଷ୍ଟ ଦେଲା । ଦୀପ୍ତି ତାକୁ ରିଜେକ୍ଟ କରି କହିଲା । ଆରେ ନାଇଟ୍ ଡିଉଟି ରେ ଅଛି । ଟାୱାର ଉପରେ ବସିଛି । ଲାଇଟ୍ ପଡ଼ିଲେ INT ବାଲା ଜାଣି ଯିବେ । 

ଭଏସ୍ କଲ୍ ରେ କଥା ହେବା। ସେପଟୁ ଆକାଶ ରାଗରେ କହିଲା। ତୋତେ ମଜା ଲାଗୁଛି ନା । ରଖ୍ ଫୋନ୍ । ମୁଁ ଯାଉଛି ଆତ୍ମହତ୍ୟା କରିବି । ଦୀପ୍ତି କହିଲା। ରହିଯା ଭାଇ, ତୁ ଗୋଟିଏ କାମ କର ତୋର ଆତ୍ମହତ୍ୟା ପୋଷ୍ଟ ପନ୍ କରିଦେ।  ଆର ମାସରେ ମୁଁ ଛୁଟି ଆସିବି । ତୁ ମଧ୍ୟ ଆସେ । କଟକ ରେ ଦେଖା କରିବା, ସେଠି ଗୋଟିଏ ଯାଗା ଦେଖି ଆତ୍ମହତ୍ୟା କରିବା। ଏତିକି ଶୁଣି, ଆକାଶ ଚୁପ୍ ରହିଲା ଏବଂ ରାଗରେ ଜଳୁଥାଏ । ସେପଟେ ଯମ ଦୂତ ତାକୁ ରାଗରେ ଚାହିଁ ରହିଥାଏ ଏବଂ ଈଶାରା କରୁଥାଏ ଆସିବା ପାଇଁ । ସେପଟୁ ପୁଣି ସ୍ୱର ଆସିଲା । ଆରେ ଭାଇ ରାଗିଲୁ କି ?? ହଉ ଶୁଣ ରାଗିବା ଦରକାର ନାହିଁ । ପ୍ରଥମେ ମୋତେ ତୋ କାହାଣୀ ଟା କହ, ତାପରେ ତୁ ଯଦି ଆତ୍ମହତ୍ୟା କରିବାକୁ ଚାହିଁବୁ କରିବୁ ତୋତେ ମୁଁ ମନା କରିବି ନାହିଁ । ଆକାଶ କହିଲା ନା ରେ ଭାଇ କହି ପାରିବି ନାହିଁ । 

ଦୀପ୍ତି କହିଲା, ଦୁଇ ମିନିଟ ଲାଗିବ । କହିଦେ, ମୁଁ ତ ଜାଣିଥିବା ଦରକାର ନା, କାଲି ତୁ ଯଦି ଆତ୍ମହତ୍ୟା କରିବୁ ବାକି ଲୋକଙ୍କୁ ତ ମୋତେ କହିବାକୁ ପଡ଼ିବ ନା ?? ତୁ କୋଉ କାରଣ ପାଇଁ ଆତ୍ମହତ୍ୟା କରିଛୁ । ଏବେ ଆକାଶ ର ଅଳ୍ପ ରାଗ ଶାନ୍ତ ହେଲା । ହଉ ତୁ ଯଦି ପଚାରୁଛୁ ତେବେ ଶୁଣ କହୁଛି । ଆକାଶ ଭାବିଲା, ସେ ଯଦି ପଚାରୁଛି ତେବେ ତାକୁ କହିଦିଏ ତା ପରେ ଆତ୍ମହତ୍ୟା କରିବି। ଆକାଶ କହିଲା, ପୋଲିସ୍ ଟ୍ରେନିଂ ପରେ 2014 ରେ ଚାକିରି ଛାଡ଼ି ଫରେଷ୍ଟ ରେଞ୍ଜର ତ ହୋଇଗଲି କିନ୍ତୁ ଏଠି ମଧ୍ୟ ଶାନ୍ତି ନାହିଁ ରେ ଭାଇ।  ଚୋରି କରିଲା କିଏ ଆଉ ଫସିଲା କିଏ ? ଆଜି କୁ ଠିକ୍ 19 ଦିନ ପୂର୍ବରୁ, ଗୋଟିଏ ଶାଗୁଆନ ଟ୍ରକ୍ ଟିଏ ନାକା ରେ ଧରିଲି । ତାର ଠିକ୍ ଦୁଇ ମିନିଟ ପରେ ସେ ଅଞ୍ଚଳ ର ସଲୁ ଭାଇ ର ଫୋନ୍ ଆସିଲା ଯିଏ ଏହି ଅଞ୍ଚଳ ର ନାମୀ ଦାମୀ ମଦ ଭାଟି ର ମାଲିକ ଏବଂ ମୋତେ ଧମକ ଦେଇ କହିଲା ଯେ ସେ ଟ୍ରକ୍ କୁ ଛାଡି ଦିଅ ଅଫିସର୍। 

ମୁଁ କହିଲି, ଯଦି କିଛି ଧମକ ବାକି ଅଛି ତେବେ ତମେ ଆସି ପୋଲିସ୍ ଷ୍ଟେସନ ରେ କହିବ କହି ଫୋନ୍ କାଟିଦେଲି । ତା ପର ଦିନ ଠାରୁ ଯେମିତି ମୋ ପଛରେ ଶନି ଗ୍ରହ ଦୋଷ ଲାଗିଗଲା ଏବଂ ଦ୍ଵିତୀୟ ଦିନ ଅଫିସ ଯିବା ବାଟରେ ଗୋଟିଏ ସ୍ତ୍ରୀ ଲୋକ ମୋତେ ଆଗକୁ ଯିବା ପାଇଁ ସାହାଯ୍ୟ ମାଗିଲା। ମୁଁ ସାହାଯ୍ୟ କରିବା ପାଇଁ ଜିପ୍ ରୁ ତଳକୁ ଓହ୍ଲାଇଛି ସେ ପାଟି କରି ଆଖ ପାଖ ଲୋକଙ୍କୁ ଡାକିଲା ଏବଂ ସେ ସ୍ତ୍ରୀ ଲୋକ ନିଜ ଲୁଗା କୁ ନିଜେ ଚିରି ଏବଂ ଦେହରେ ନଖ ର ଚିହ୍ନ କରି ମୋ ଉପରେ ବଳାତ୍କାର ର ଦୋଷ ଲଗେଇ ଦେଲା ଏଵଂ ପାଖରେ ଥିବା ଲୋକ ମାନେ ମୋତେ ବହୁତ୍ ମାଡ ମାରିଲେ ଏବଂ ମୋ ବିରୁଦ୍ଧରେ ପୋଲିସ୍ ରେ ରିପୋର୍ଟ ଲେଖାଇଲେ।

 ସେ ଦିନ ଠାରୁ ସେ ସାଲୁ ଭାଇ ମୋତେ ଧମକ ଦେଉଛି ଏବଂ ଏହି ଏରିଆ ଛାଡି ଯିବାକୁ କହୁଛି ନହେଲେ ସେ ମୋତେ ଆଉ ମୋ ପରିବାର କୁ ଜୀବନରୁ ମାରି ଦେବ।  ଏହି ଚିନ୍ତାରେ ପୋଲିସ୍ ର ସାହାଯ୍ୟ ମାଗିଲି କିନ୍ତୁ ପୋଲିସ ମଧ୍ୟ ସାଲୁ ଭାଇ ସହିତ ମିଶି ମୋ ସହିତ ଓଲଟା କଥା କହିଲେ । ମୋ ଅଫିସର୍ କୁ କହିଲି ସେ ମଧ୍ୟ ହାତ ଟେକି ଦେଲେ ଏବଂ କହିଲେ ଯେ ତମ ସମସ୍ୟା ତମେ ସମାଧାନ କର ଆମକୁ ସେ ଭିତରକୁ ଟାଣ ନାହିଁ । ସବୁ ଆଡୁ ରାସ୍ତା ବନ୍ଦ ହୋଇଗଲା।  ଘରେ ସ୍ତ୍ରୀ କୁ କହିଲି ସେ ମୋତେ ବୁଝେଇଲା ଏବଂ ଆଶ୍ଵାସନା ଦେଉଛି ଯେ ସବୁ ଠିକ୍ ହୋଇଯିବ କିନ୍ତୁ ମୋ ପକ୍ଷେ ଏହା ଅସମ୍ଭବ ମୁଁ ଆଉ ବଞ୍ଚିବା ପାଇଁ ଚାହୁଁ ନାହିଁ ରେ ଭାଇ। କେହି ମୋର ନିଜର ନୁହେଁ ସମସ୍ତେ ଏଠି ସ୍ବାର୍ଥ ପର। ଖାଲି ସେତିକି ନୁହେଁ ସେ ସାଲୁ ଭାଇ ମୋତେ ୫୦ ଲକ୍ଷ ଟଙ୍କା ମଧ୍ୟ ମାଗୁଛି । 

ସେପଟେ ଦୀପ୍ତି କହିଲା, ତୁ ଚାକିରି ଛାଡି ଦେଉନୁ କାହିଁକି। ଆକାଶ କହିଲା, ଚାକିରି ଛାଡ଼ିଲେ ମୋ ଘର କେମିତି ଚଳିବ? ଦୀପ୍ତି କହିଲା, ଆରେ ଭାଇ, ଆତ୍ମହତ୍ୟା କଣ ସମାଧାନ ର ଉତ୍ତମ ରାସ୍ତା କୀ କହ ? । ଯଦି ତୁ ଆତ୍ମହତ୍ୟା କରିବୁ ତେବେ ସେ ସାଲୁ ଭାଇ କଣ ତୋ ପରିବାର କୁ ଛାଡ଼ି ଦେବ ? ତୁ କରିବୁ ଯଦି କର, ତୋର ଗୋଟିଏ ଝିଅ ଅଛି, ସେ ଅନାଥ ହୋଇଯିବ, କେବେ ଭାବିଛୁ । ତୋତେ ବିଶ୍ବାସ କରୁଥିବା ତୋର ସ୍ତ୍ରୀ କେମିତି ବଞ୍ଚିବ। ସେ ତୋ ବିନା ବଞ୍ଚି ପାରିବ ନାହିଁ ରେ। ତୋର ଯିବା ଦୁଃଖରେ ସେ ମଧ୍ୟ ଆତ୍ମହତ୍ୟା କରି ପାରେ। ତୋର ଟଙ୍କା ପଇସା ର କଣ ହେବ। ତୋର ବାପା ମା ତୋ ଛୁଆ କୁ ନିଜର ବୋଲି ମାନୁ ନାହାନ୍ତି । ଏପଟେ ଶଶୁର ଘର ଲୋକଙ୍କ ବ୍ୟବହାର ମଧ୍ୟ ଠିକ୍ ନୁହଁ । କେମିତି ଏହି ସ୍ବାର୍ଥ ପର ଦୁନିଆ ରେ ସେମାନେ ଚଳିବେ, ତୁ କହ ?? 

ତୁ ଯଦି ସେମାନଙ୍କ ସହ ଲଢେ଼ଇ କରି ପାରିବୁ ନାହିଁ ତେବେ ସେ ସ୍ଥାନରୁ ଅନ୍ୟ ଯାଗା କୁ ପୋଷ୍ଟିଂ କରେଇ ଦେ। ଭଲ ଭାବରେ ଚିନ୍ତା କରେ । ଆତ୍ମହତ୍ୟା ସମାଧାନ ର ରାସ୍ତା ନୁହଁ । କଣ ଅସୁବିଧା ହେଉଛି ସବୁ ମୋତେ କହ । ତାର ସମାଧାନ ମୁଁ ତୋତେ ନିଶ୍ଚୟ କହିବି କିନ୍ତୁ ଆଜି ତୁ ଯଦି ଆତ୍ମହତ୍ୟା କରି ଦେବୁ ତେବେ ତୋତେ ତ ମୁକ୍ତି ମିଳିଯିବ  ଏବଂ ତୋତେ ମୁର୍ଖ ଆଉ କା-ପୁରୁଷ ର ଉପାଧି ମଧ୍ୟ ନିଶ୍ଚୟ ଦେବେ । ତୁ କହ ତୋ ଝିଅ କେମିତି ବଞ୍ଚିବ ଯିଏ ନିଜ ବାପା ନାମ ନେଇ ସବୁ ଜାଗାରେ ନିଜକୁ ଉଚ୍ଚ ମନେ କରୁଛି।  ତୋ ସ୍ତ୍ରୀ କେମିତି ବଞ୍ଚିବ ଯିଏ ନିଜ ସିନ୍ଦୂର ଓ ତୋର ସଚ୍ଚୋଟ ପଣିଆ ପାଇଁ ଗର୍ବ କରି ଆସିଛି । ସେ ବାପା ମା କେମିତି ବଞ୍ଚିବ ଯିଏ ନିଜ ର ମୃତ୍ୟୁ ପୂର୍ବରୁ ନିଜ ପୁଅ ର ମୂତ୍ୟୁ ଦେଖିବେ। ଥରେ ଚିନ୍ତା କରି ଦେଖେ ।

ଏତିକି ଶୁଣି ଆକାଶ ର ଆଖିରୁ ଦୁଇ ଟୋପା ଲୁହ ବାହାରି ଗଲା। ଆଖି ବନ୍ଦ କରି ଖଟ ଉପରେ ଅଚେତ୍ ଭାବେ ବସି ପଡ଼ିଲା । ସେପଟେ ଯମ ଦୂତ ଧୀରେ ଧୀରେ ଅଦୃଶ୍ୟ ମାନ ହେବାକୁ ଲାଗିଲା ଏବଂ ତାର ଶବ୍ଦ ଶୁଣା ଯିବା କମିଗଲା । ମୁଣ୍ଡରେ ହାତ ଦେଲା । ଆରେ ଭାଇ, ସତରେ ମୁଁ କଣ କରିବାକୁ ଯାଉଥିଲି ରେ। ପୁଣି ଦୁଇ ଟୋପା ଲୁହ ବାହାରି ଗଲା। ସତରେ ଦୀପ୍ତି, ତୋ ଯୋଗୁ ହିଁ ଆଜି ମୁଁ ଗୋଟିଏ ବହୁତ୍ ବଡ ଭୁଲ କରିବା ରୁ ବଞ୍ଚିଲି। ଦୀପ୍ତି ଅଳ୍ପ ହସି କହିଲା, ମୁଁ ପ୍ରଥମ ରୁ ଜାଣିଥିଲି ତୁ କିଛି ଗୋଟିଏ ଭୁଲ କାମ କରିବୁ ବୋଲି ଏବଂ ମୋତେ ଆଭାସ ହେଉଥିଲା । ଆଉ ତୁ ଆଜି ମୋ ପାଇଁ ବଞ୍ଚିନୁ ରେ ସେ ଝିଅ ପାଇଁ , ସେ ସ୍ତ୍ରୀ ପାଇଁ ଆଉ ସେ ବାପା ମା ପାଇଁ ବଞ୍ଚିଲୁ । ମୁଁ ତ କିଛି ନୁହଁ ରେ। ଆକାଶ ର ଆଖି ଓଦା ହୋଇ ସାରିଥିଲା । କହି ଉଠିଲା। ଭାଇ ମୁଁ ମୋର ସୁସାଇଡ ନୋଟ ମଧ୍ୟ ଲେଖି ରଖିଛି । ଦୀପ୍ତି କହିଲା, ଏବେ ତୁ ନିଷ୍ପତି ନେ ଏବଂ ସମାଧାନ ର ରାସ୍ତା ମୁଁ ତୋତେ ଦେଖେଇବି। ଯା ଫ୍ରେସ୍ ହୋଇ ଯା ଏଵଂ ଖାଇ ନଥିବୁ ମଧ୍ୟ।  ଆକାଶ ହଁ ମାରିଲା । 

ଦୀପ୍ତି କହିଲା, ଯା ବାହାର ହୋଟେଲ ରୁ କିଛି ଖାଇବା ଅର୍ଡର୍ କରେ, ନହେଲେ ଅନଲାଇନ୍ ରେ ଅର୍ଡର୍ କରେ। କାଲି ହିଁ ଭାଉଜ ଙ୍କୁ ନେଇ ଆସ । ଦୁହେଁ ମିଶି ରହିଲେ।  ମନ ଭଲ ରହିବ। ଏକା ରହିଲେ ଖରାପ ଚିନ୍ତା ମୁଣ୍ଡରେ ଆସିବ।  ଏବେ ମୁଁ ଫୋନ୍ ରଖୁଛି। ଥରେ ଭାଉଜ ଏବଂ ବାପା ମା ସହିତ କଥା ହୋଇ ଯା ମାତ୍ର ସେମାନଙ୍କୁ ତୋର ମୂର୍ଖାମୀ କାମ ବିଷୟରେ କହିବୁ ନାହିଁ। ଏବେ ମୁଁ ଫୋନ୍ ରଖୁଛି କହି ଦୀପ୍ତି ଫୋନ୍ କାଟି ଦେଲା ।

ଆକାଶ ଗୋଟିଏ ଲମ୍ବା ନିଶ୍ବାସ ନେଇ ଖଟ ଉପରେ ଶୋଇ ରହିଲା । ପ୍ରାୟ ଦୁଇ ମିନିଟ ପର୍ଯ୍ୟନ୍ତ ସେ ଫାଶୀ ବନେଇ ଥିବା ବେଡ୍ ସିଟ କୁ ଦେଖି ହସୁଥାଏ ଏବଂ ଅଳ୍ପ କାନ୍ଦୁଥାଏ । ସୁନୀତା ର ଫୋନ୍ ବାଜି ଉଠିଲା । ସୁନୀତା ନୀରବ ରେ ପଚାରିଲା, କଣ କରୁଛ ? ଫୋନ୍ କାହିଁକି ରିଶିଭ କରୁନ?  ମୁଁ ବହୁତ୍ ଚିନ୍ତାରେ ଅଛି । ଏପଟେ ଆକାଶ କହିଲା, ନା ମୁଁ ଠିକ୍ ଅଛି। ମୋର ଦେହ ଭଲ ନଥିଲା ସେଥିପାଇଁ ମୋବାଇଲ କୁ ଶାଇଲେଣ୍ଟ କରି ଶୋଇ ପଡ଼ି ଥିଲି।  ସୁନୀତା ପଚାରିଲା, କଣ ହୋଇଛି କି ? ଆକାଶ କହିଲା, ମୁଣ୍ଡ ଟିକେ ବ୍ୟଥା ହେଉଥିଲା ଏଵଂ ଅଳ୍ପ କଥା ହେଲା ପରେ ମା ଙ୍କୁ ଫୋନ୍ ଦେବା ପାଇଁ କହିଲା । ସୁନୀତା ମା ଙ୍କୁ ଫୋନ୍ ଦେଲେ, ମା ଙ୍କ ସହ ମଧ୍ୟ ଆକାଶ କଥା ହେଲା।  ନିଜକୁ ଖୁସି ମନେ କରିଲା । ବାପା କଥା ପଚାରି ବାରୁ। ମା କହିଲେ, ତାଙ୍କୁ ଅଳ୍ପ ଥଣ୍ଡା ହୋଇଯାଇଛି ସେଥିପାଇଁ ସେ ଖାଇ ଶୋଇ ପଡିଲେଣି । କାଲି କଥା ହେବୁ । ତାପରେ ଅଳ୍ପ କଥା ହୋଇ ଆକାଶ ଫୋନ୍ ରଖିଲା।  ଅନଲାଇନ୍ ଖାଇବା ମଧ୍ୟ ଅଳ୍ପ ସମୟରେ ପହଞ୍ଚି ଗଲା । ତା ପର ଦିନ ନିଜ ଗାଁ କୁ ଯାଇ । ପ୍ରାୟ ଚାରି ପାଞ୍ଚ ଦିନ ରହି ସୁନୀତା କୁ ନେଇ ଆସିଲା ।

 ବର୍ତମାନ ଆକାଶ ର ସମସ୍ୟା ଧୀରେ ଧୀରେ ସମାଧାନ ହେବାକୁ ଲାଗିଲାଣି ଏବଂ ତାହା କେବଳ ଦୀପ୍ତି ଭଳି ଗୋଟିଏ ଭଲ ସାଙ୍ଗ ପାଇଁ।  

( ସେଦିନ ମଧ୍ୟ ଦୀପ୍ତି କୁ ଆକାଶ ର ସ୍ତ୍ରୀ ଫୋନ୍ କରି କହିଲା ଯେ, ମୁଁ ଆକାଶ କୁ ମୁଁ ବହୁତ୍ ଥର କଲ୍ କରିଲିଣୀ ସେ ଫୋନ୍ ଉଠୋଇ ନାହାନ୍ତି। ପ୍ଲିଜ୍ ତାଙ୍କୁ ଟିକେ ଫୋନ୍ କରି ପଚାରିବ କି ?? କାହିଁକି ନା, ସେ ତମ ବିଷୟରେ ମୋତେ ଆଗରୁ କହିଥିଲେ କି ତମେ ଦୁହେଁ ଭଲ ସାଙ୍ଗ ଥିଲ । ସେ ବହୁତ୍ ଚିନ୍ତାରେ ଅଛନ୍ତି ପ୍ଲିଜ୍ ତାଙ୍କୁ ଟିକେ କଲ୍ କରି ବୁଝେଇ ଦିଅ  । ମୋତେ କିଛି ରାସ୍ତା ଦେଖା ଗଲା ନାହିଁ । ସେଥିପାଇଁ ତମକୁ ଫେସବୁକ୍ ରେ ମେସେଜ କରି ତମ ନମ୍ବର୍ ମାଗିଲି । ମୋତେ କ୍ଷମା କରିବ ଯଦି ତମକୁ ଡିଷ୍ଟର୍ବ କରି ଥିବାରୁ। ଦୀପ୍ତି ମଧ୍ୟ କହିଲା ଯେ, କିଛି ନାହିଁ ଭାଉଜ, ମୁଁ ଏବେ ହିଁ ଫୋନ୍ କରି କଥା ହେଉଛି ଏବଂ ସେଦିନ ଆକାଶ ଦୀପ୍ତି ଯୋଗୁଁ ହିଁ ମରଣ ମୁହଁରୁ ଫେରି ଆସିଲା । 

ତାପରେ ଦୀପ୍ତି ଆକାଶ ର ସ୍ତ୍ରୀ କୁ ଫୋନ୍ କରି କହିଲା ଯେ ତମେ ଏବେ ଫୋନ୍ କରି କଥା ହୁଅ କିନ୍ତୁ ତାଙ୍କୁ ରାଗି କରି କିଛି କହିବ ନାହିଁ । ସେ ବହୁତ୍ ଚିନ୍ତାରେ ଅଛି। ତମେ ଭଲ ଭାବରେ କଥା ହେବ ବୋଲି ଦୀପ୍ତି ଆକାଶ ର ସ୍ତ୍ରୀ କୁ ବୁଝେଇ ଦେଇଥିଲା )

ତେବେ ଏମିତି ଘଟଣା ଆଜି କାଲି ଆପଣ ମାନେ ଦେଖୁଥିବେ । କାହାର କାହାର କେସ ଠିକ୍ ଏହି କାହାଣୀ ଭଳି ସମାନ ।  ଯାହା ପାଖରେ ଦୀପ୍ତି ଭଳି ଗୋଟିଏ ଭଲ ବିଚାର ଥିବା ସାଙ୍ଗ ଟିଏ ଥାଏ ସେ ତ ବଞ୍ଚି ଯାଏ କିନ୍ତୁ ଯାହା ପାଖରେ ନଥାଏ ସେ ଏ ଜୀବନରୁ ମୁକ୍ତି ପାଇଁ କା-ପୁରୁଷ ର ପରିଚୟ ନେଇ ଆରପାରି କୁ ଚାଲି ଯାଆନ୍ତି।  

ତେବେ ଆପଣ ମାନେ କଣ ସ୍ଥିର କରିଲେ । ଦୀପ୍ତି ଭଳି ସାଙ୍ଗ ଟିଏ ସମସ୍ତଙ୍କ ପାଖେ ରହିବା ଦରକାର ନା ? କମେଣ୍ଟ୍ ରେ ନିଶ୍ଚୟ ଜଣେଇବେ ଏଵଂ ଏହି ଗଳ୍ପ ଟି କେମିତି ଲାଗିଲା କମେଣ୍ଟ ବକ୍ସ ରେ ଶବ୍ଦ ଆପଣଙ୍କୁ ଅପେକ୍ଷା କରିଛି, ନିଶ୍ଚୟ କୁହନ୍ତୁ। 

ଏହି ଗଳ୍ପ ଗୋଟିଏ ସତ୍ୟ କାହାଣୀ ଉପରେ ଆଧାରିତ । କେବଳ ସ୍ଥାନ କାଳ ପାତ୍ରକୁ ପରିବର୍ତନ କରା ଯାଇଛି । ଏଠି କାହାକୁ ଇଙ୍ଗିତ କରା ଯାଇ ନାହିଁ। 

ଏହି କାହାଣୀ ଦୀପ୍ତି ରଞ୍ଜନ ଙ୍କ ମୁଖରୁ ଲେଖକ ଶୁଣି ଆପଣଙ୍କ ସାମନାରେ କାହାଣୀ ମାଧ୍ୟମରେ ପ୍ରସ୍ତୁତ କରିଛନ୍ତି। 

ତେଣୁ ଧନ୍ୟବାଦ ଦୀପ୍ତି ଭାଇ ।

ଆପଣଙ୍କ ପ୍ରିୟ ଲେଖକ 

ନୀଳମାଧବ ଭୂୟାଁ ।

ଟଙ୍କା ର ଘମଣ୍ଡ ଦୁଇ ପ୍ରକାର ଲୋକ ପାଖରେ ଦେଖାଯାଏ

ଟଙ୍କା ର ଘମଣ୍ଡ ଦୁଇ ପ୍ରକାର ଲୋକ ପାଖରେ ଦେଖାଯାଏ
୧. *ଯିଏ ମିଛ ଏବଂ ଧୋକା ରେ ଅର୍ଜିତ କରିଥାଏ*

ଏମିତି କିଛି ଲୋକ ଅଛନ୍ତି ଯାହାର କାମ କେବଳ ମିଛ କହିବା ଏବଂ ଟଙ୍କା କମେଇବା ଏବଂ ଅଳ୍ପ କାମ କରିବେ ଏବଂ ଅଧିକ ଅର୍ଜନ କରିବାର କଳା ସେମାନଙ୍କ ପାଖରେ ବହୁତ୍ ଥାଏ । ସେମାନେ ପାପ ର ଭାଗି ତ ନିଶ୍ଚୟ ହେଉଛନ୍ତି କିନ୍ତୁ ପାଖରେ ଟଙ୍କା ଟିଏ ରହେନି। ଶେଷରେ ରୋଗ ବ୍ୟାଧି ରେ ସେ ଟଙ୍କା ଚାଲିଯାଏ ତଥାପି ସେ ମିଛ କହିବା ଛାଡେ ନାହିଁ । ନା କେବେ ଛାଡ଼ି ପାରିବ, ଏବଂ ସେମାନେ କଞ୍ଜୁସ ପ୍ରାୟ ରୁହନ୍ତି । କିନ୍ତୁ ଏହି ଟଙ୍କା ର ମହତ୍ତ୍ଵ ବେଶୀ ଦିନ ତେଜୀୟାନ୍ ହୋଇ ରହେନା ।

୨. *ଯାହାର ବାପା, ଜେଜେ ଙ୍କ ସମ୍ପତି ଅଧିକ ଥାଏ।*
ଏମିତି କିଛି ଲୋକ ମଧ୍ୟ ଦେଖିବାକୁ ପାଇବେ ଯେଉଁଠି ନିଜର ସମ୍ବଳ ନଥାଏ ଯେ ସେ କିଛି କରି ଧନ ଅର୍ଜିତ କରି ପାରିବ। ଯଦି ବାପାଙ୍କ ବେପାର ଏବଂ ଜେଜେ ଙ୍କ ଅପାର ସମ୍ପତି ରେ ନିଜର ଭାଗିଦାରୀ ଦେଖାଇ ଅନ୍ୟ କୁ ଦେଖାଇ ହୋଇ ଥାଆନ୍ତି । ସେହି ଟଙ୍କା ର ମୋହ ମଧ୍ୟ ଅଳ୍ପ ଦିନ ପାଇଁ ରହେ । ତା ପରେ ନଦୀ ବାଲି ଭଳି ସେ ମଧ୍ୟ ଧୀରେ ଧୀରେ ସରି ଯାଏ । ଶେଷରେ ବଞ୍ଚି ଯାଏ କେବଳ ଶରୀର ଟାଏ ।

ନିଜର ଟଙ୍କା ପ୍ରତି ଘମଣ୍ଡ କେବେ କରନ୍ତୁ ନାହିଁ । ନା ଟଙ୍କା କେବେ ରହିଛି ନା କେବେ ରହିବ। ଟଙ୍କା କେବେ ଚିରସ୍ଥାୟୀ ନୁହେଁ । ସେ ଆସିବ ଆଉ ଯିବ। ଆଉ ଘମଣ୍ଡ କରିବା ଲୋକ ପାଖରେ ତ କେବେ ମଧ୍ୟ ରହେନୀ ।

ଆଶା କରୁଛି ଏହି ଆର୍ଟିକଲ୍ ଟି ଆପଣଙ୍କୁ ଭଲ ଲାଗି ଥିବ । ସେୟାର କରିବାକୁ ଭୁଲିବେ ନାହିଁ ।

ପାୟଶ୍ଚିତ ତ ନିଶ୍ଚୟ ହେବ

ଯଦି ଇଚ୍ଛା ନଥିଲା ତେବେ
ସମ୍ପର୍କ ର ରୂପ ଦେଇ କାଇଁ କଷ୍ଟ ଦେଲୁ,
ଏକା ଥିଲି ଜୀବନରେ
ନିଜ ସ୍ବପ୍ନ ନିଜେ ଦେଖୁଥିଲି
ଯେବେ ତୁ ଆସିଲୁ
ତୋ ସ୍ବପ୍ନ କୁ ସାକାର କରିବାରେ ଲାଗିଲି
କିନ୍ତୁ ଜାଣି ନଥିଲି
ତୁ ଅହଙ୍କାରୀ ଏବଂ ଖଳନାୟକ ରୂପକୁ
କେବେ ଛାଡି ପାରିବୁ ନାହିଁ ବୋଲି…

କଣ ନାହିଁ ମୋ ପାଖରେ
ଯାହା ଖୋଜିବୁ ତାହା ପାଇବୁ
କେବଳ ତୋ ଠାରୁ କିଛି ସମୟ
ଦୂରେଇ ରହିବା ମୋର କଣ ଭୁଲ ଥିଲା ?
ମୋ ସ୍ୱଚ୍ଛ ଭଲ ପାଇବା ତୋ ପାଇଁ ବେକାର
କିନ୍ତୁ ମୋ ବଦଳରେ ଅନ୍ୟ କୁ ତୋ ହୃଦୟରେ ସ୍ଥାନ ଦେବା ମୋ ପାଇଁ କଷ୍ଟ ଦାୟକ ଥିଲା…

ତୁ ଯୋଉ ଭୁଲ କରିଛୁ ମୋତେ ହରେଇ
ତାର ପ୍ରାୟଶ୍ଚିତ ତ ନିଶ୍ଚୟ ହେବ !
ସମୟ ତାର ହିସାବ କରିବ,
କେବଳ ତୁ ନୁହେଁ ତୋର ଅହଙ୍କାର
ମଧ୍ୟ ମାଟିରେ ମିଶିଯିବ,
ଈର୍ଷା ଆଉ ତୋର ସୁନ୍ଦରତା ସବୁ
ଜଳି ପୋଡ଼ି ପାଉଁଶ ହୋଇଯିବ ।

କେବଳ ସମୟ କୁ ଅପେକ୍ଷା କର
ପାୟଶ୍ଚିତ ତ ନିଶ୍ଚୟ ହେବ…
ପ୍ରାୟଶ୍ଚିତ ତ ନିଶ୍ଚୟ ହେବ…


ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ…

ଜୀବନ ଅତି ମୂଲ୍ୟବାନ

ଯେଉଁଠି ସ୍ବପ୍ନ ଶେଷ ହୁଏ ସେଠୀ ଚିନ୍ତା ର ଦୁନିଆ ଜନ୍ମ ନିଏ।

ମଣିଷ ଅଧିକାଂଶ ସମୟ ଚିନ୍ତା ପାଇଁ ନିଜ ର ମୂଲ୍ୟବାନ ସମୟ କୁ ବେକାର କରି ଦିଅନ୍ତି।

ହେଲେ ସେମାନେ ଏହା ବୁଝିବାକୁ ଚେଷ୍ଟା କରୁ ନାହାନ୍ତି ଯେ ଜୀବନର ପ୍ରତ୍ୟେକ ଟି ମୁହୂର୍ତ୍ତ ମୂଲ୍ୟବାନ ମୁହୂର୍ତ୍ତ ।

କିପରି ??

ଆପଣ ଭଲ ଭାବରେ ଜାଣି ଛନ୍ତି ଯେ ଜୀବନ ଗୋଟିଏ ପାଣି ଫୋଟକା, କେତେବେଳେ କାହାର ସମୟ ଆସୁଛି କେହି ଜାଣି ନାହାଁନ୍ତି ।

ହଁ ଗୋଟିଏ କଥା ସତ୍ୟ ଏବଂ ସମସ୍ତଙ୍କୁ ଜଣା ଯେ ମୃତ୍ୟୁ ତ ନିଶ୍ଚିତ କିନ୍ତୁ ଆମେ ସେ ମୃତ୍ୟୁ କୁ ଚିନ୍ତାରେ ଏବଂ ବେକାର ରେ ଜୀବନ କୁ ନାସ କରି ଦେଉଛୁ ତାହା ଦୁଃଖର ବିଷୟ ଅଟେ ।

ଯଦି ସମୟ କୁ ଠିକ୍ ଭାବେ ଉପଯୋଗ କରିବା ଏବଂ ଚିନ୍ତା ମୁକ୍ତ ରହିବା ତେବେ ଯଦି ଜୀବନ ଚାଲିଯାଏ ତେବେ ଦୁଃଖ ଲାଗେନା ।

ନିଜ ଜୀବନର ମୂଲ୍ୟବାନ ସମୟ କୁ ଚିନ୍ତା ରେ ଏବଂ ବେକାର ରେ ଯିବାକୁ ଦିଅନ୍ତୁ ନାହିଁ ।

କାରଣ ଏହି ଜୀବନ ଆପଣଙ୍କୁ ପୁଣି ଥରେ ମିଳିବ ନାହିଁ ।

ଚିନ୍ତା ଛାଡ଼ନ୍ତୁ ଜୀବନ କୁ ଏକ ସୁନ୍ଦର ଭାବେ କରିବା ପାଇଁ ଉଚିତ୍ ପଦକ୍ଷେପ ନିଅନ୍ତୁ ।

ଆଶା କରୁଛି ଆପଣ ଜଣେ ସୁଦୃଢ଼ ପାଠକ ଅଟନ୍ତି ଏବଂ ଏପରି ମେସେଜ କୁ ସମସ୍ତଙ୍କୁ ସେୟାର କରିବାକୁ ଭୁଲିବେ ନାହିଁ ।