Category Archives: #ଓଡ଼ିଆ

ଘୁଷୁରୀ ପ୍ରକୃତି

Ghusuri prakruti

ଦିନେ ରୀମା ତାର ସ୍ବାମୀ ସହିତ ମଲ୍ ରେ ବୁଲୁଥିବା ବେଳେ ତାର ସାଙ୍ଗ ସୀତା କୁ ଦେଖିଲା । ରିମା ଆଉ ସୀତା ଦୁହେଁ ଗୋଟିଏ କ୍ଲାସମେଟ ଏବଂ କଲେଜ୍ ସରିବା ପରେ ତାଙ୍କର ଦେଖା ହୋଇ ନଥିଲା ଏବେ ପୁଣି ଥରେ ଦେଖା ହେଲା ହାଇଦ୍ରାବାଦ ରେ। 

ସୀତା ପଚାରିଲା , ରୀମା ଆରେ ତୁ ଏଠି କେମିତି ? ରୀମା ଉତ୍ତର ଦେଲା , ତାଙ୍କର ଏବେ ହାଇଦ୍ରାବାଦ କୁ କମ୍ପାନୀ ପଠେଇଲା ତ ଆସିବାକୁ ପଡ଼ିଲା । ସୀତା ପଚାରିଲା , କେବେ ଠାରୁ ଆସିଲଣି? ରୀମା କହିଲା, ଏବେ ୫ ଦିନ ହେଲା । ଆମେ ଏବେ ମୋ ଭାଇ ଙ୍କ ଫ୍ଲାଟ୍ ରେ କିଛି ଦିନ ରହିବୁ , ନୂଆ ଫ୍ଲାଟ୍ ଖୋଜା ଚାଲିଛି । ଭଲ ଫ୍ଲାଟ୍ ମିଳୁନି । ଗୋଟିଏ ଭଲ ଥିଲେ ଆଉ କିଛି ପ୍ରବ୍ଲମ ଥାଉଛି । ସୀତା କହିଲା, ଆରେ ଆମେ ଯୋଉ ଆପାର୍ଟମେଣ୍ଟ ରେ ରହୁଛୁ ସେଠି କେତେ ଫ୍ଲାଟ୍ ଖାଲି ଅଛି । ରହିବ ଯଦି କହ ମୁଁ କଥା ହେବି । ପ୍ରଥମେ ରୀମା ଅଳ୍ପ ମୁହଁ ଫେରାଇ ନେଇ କହିଲା ନା ନା ଥାଉ । ମୋ ଭାଇ ଅନ୍ୟ କୋଉଠି ଦେଖିଛନ୍ତି । ସୀତା କହିଲା, ଆରେ ତମର କମ୍ପାନୀ ର ଲୋକେସନ ଟା କୋଉଠି ମୋତେ କହ ? ରୀମା ଲୋକେସନ୍ କହିଲା ପରେ , ସୀତା ଗୁଗଲ୍ ମ୍ୟାପ ରେ ସର୍ଚ କରି ଦେଖିଲା ଆରେ ବେଶୀ ଦୂର ନୁହଁ ୧୪ ରୁ ୧୫ କିମି ହେବ । ମୋ ସ୍ବାମୀ ଙ୍କ ଅଫିସ ତ ୨୦ କିମି ରୁ ଅଧିକ ହୋଇ ଯାଉଛି । ତୁମକୁ ତ ପାଖ ହେବ । 

ଏତିକିବେଳେ ରୀମା ର ସ୍ବାମୀ ଆସି ପହଁଚିଲା । ସେପଟେ ସୀତା , ଭାଇ ନମସ୍କାର , ମୁଁ ସୀତା , ରୀମା ର କଲେଜ୍ ସାଙ୍ଗ । ରୀମା ର ସ୍ବାମୀ ( ଅରୁଣ) ଅଳ୍ପ ଶାନ୍ତ ସ୍ଵଭାବ ର ଲୋକ ।

ସୀତା କହିଲା , ଭାଇ ଆମ ଆପାର୍ଟମେଣ୍ଟ ରେ କେତେ ଫ୍ଲାଟ୍ ଖାଲି ଅଛି । ଆପଣ ସେଠି ଆସନ୍ତୁ ନା । ତୁମକୁ ସୁବିଧା ହେବ । ଅରୁଣ କହିଲା, ନା ନା , ୟାଙ୍କ ଭାଇ କୋଉଠି ଦେଖିଛନ୍ତି । ଯଦି ନ ହେଲା ତାହା ହେଲେ ଆପଣଙ୍କ ସହ କଥା ହେବୁ। ତାପରେ ଦୁହେଁ ଯିବାକୁ ବାହାରିଲେ । କିନ୍ତୁ ସୀତା କହିଲା, ଆରେ ରୀମା, ତୋର ନମ୍ବର୍ ତ ଦେ। ଯଦି ଫ୍ଲାଟ୍ ନ ମିଳେ, ମୋତେ କହିବୁ । ଦୁହେଁ ନମ୍ବର୍ ସେୟାର କରି ନିଜ ଘରକୁ ଫେରିଲା ବେଳେ । ରୀମା ଅରୁଣ କୁ କହୁଥାଏ। ସେ ଚଣ୍ଡୀ ପାଖରେ କେବେ ରହିବି ନାହିଁ । ଅରୁଣ ପଚାରିଲା କଣ ହେଲା କି ? 

ରୀମା କହିଲା , ତାର ବାପା କି ମାଷ୍ଟର ଚାକିରି କରିଛନ୍ତି ଯେ ଝିଅ ଏମିତି କହୁଥିବ ଯେମିତି ତାର ବାପା କୋଟିଏ ଟଙ୍କା ପାଉଥିବେ।  ତାର ମା କଥା ତ କହିଲା ନ ସରେ । ସେ ହେଉଛନ୍ତି ଏକ ନମ୍ବର ବାଲୁରି। କୁହନ୍ତି ମୋ ଝିଅ ପାଇଁ ମୁଁ ଏମିତି କରିଛି , ସେମିତି କରିଛି। ଆଉ ତାଙ୍କ ଝିଅ ଯେ ପାଠ ପଢ଼ାରେ ଏକ ନମ୍ବର୍ ଗଧ। କୋଉଠି କଣ କୁହାଯିବ ତାକୁ ବିଲକୁଲ ଜଣା ନାହିଁ। ତାଙ୍କ ମା କୁହନ୍ତି ଯେ ମୋର ନାମରେ ଏତେ ଟଙ୍କା ଅଛି ,ମୋର ଝିଅ ନାମରେ ଏତେ ଟଙ୍କା ଫିକ୍ସ୍ କରିଛି।  ମାତ୍ର ଦୁହେଁ ମା ଝିଅ ଏକ ନମ୍ବର୍ ଅଳସୁଆ। ଖାଇବେ ଏବଂ ଶୋଇବେ ଆଉ କହିବେ ବଡ ବଡ କଥା । କାମ ସବୁ ତାଙ୍କ ବାପା କରନ୍ତି।  ମାତ୍ର ଚାରି ହଳ ଡ୍ରେସ କୁ ୪୦ ଦିନ ପିନ୍ଧିବେ ଆଉ କହିବେ ମୋର ୨୦ ହଳ ଡ୍ରେସ୍ ଅଛି ।  ଭୁଲ ରେ ତା ଘରକୁ ଥରେ ଯାଇଥିଲି । ଆଉ କେବେ ଯିବାକୁ ଇଚ୍ଛା କରିନି। ଆଉ ସେ ମୋତେ କେବେ ଡାକି ନାହିଁ ମଧ୍ୟ । ସବୁବେଳେ ଖାଲି ଟଙ୍କା ଟଙ୍କା ହେଉଥାଏ।  ଏବେ ମଧ୍ୟ ସେହିଭଳି ଥିବ। ଘୁଷୁରୀ ପ୍ରକୃତି ପରା ପଙ୍କରେ ଗୋଳି ନ ହେଲେ ତାର ହଜମ ହେବ ନାହିଁ । ସେ କେବେ ସୁଧୁରିବ ନାହିଁ ।

ମୁଁ ଜାଣିଶୁଣି ତାର ପାଖରୁ ଖସି ଯିବାକୁ ଚାହୁଁଥିଲି । ଆଉ ତମେ ଯେ ୱାଶ ରୁମ୍ ରେ ଏତେ ସମୟ କଣ କରୁଥିଲ ଯେ ?? ଅରୁଣ କହିଲା, ୱାସ ରୁମ୍ ରେ ଭିଡ ଥିଲା ପରା। ସେଥିପାଇଁ ଅଳ୍ପ ଲେଟ୍ ହେଲା । ହଉ ଛାଡ଼ ସେ କଥା । ଚାରି ଦିନ ପରେ ମୋର ଜଏନ ଅଛି । ୱାସ୍ ରୁମ୍ ରେ ଥିବା ବେଳେ ଭାଇ ଫୋନ୍ କରିଥିଲେ,  ସେ ଗୋଟିଏ ଫ୍ଲାଟ୍ ଦେଖିଛନ୍ତି । ମୋ ଅଫିସ କୁ ସେଠି କେବଳ ୧୫ କିମି ହେବ । ଭଲ ପ୍ଲେସ।  ଭଲ ଆପାର୍ଟମେଣ୍ଟ ଆଉ ପାର୍କିଂ ମଧ୍ୟ ଅଛି।  ଆଜି ସନ୍ଧ୍ୟାରେ ସେଠି ଦେଖିବାକୁ ଯିବା । ରୀମା କହିଲା ତେବେ ବହୁତ୍ ବଢିଆ ଖବର ଟେ। 

ସନ୍ଧ୍ୟାରେ ରୀମା, ଅରୁଣ , ଭାଇ ଓ ଭାଉଜ ମିଶି କାର୍ ରେ ବାହାରିଲେ ଆପାର୍ଟମେଣ୍ଟ ଦେଖିବାକୁ।  ଆପାର୍ଟମେଣ୍ଟ ଦେଖିଲେ । ପସନ୍ଦ ଆସିଲା । ସନ୍ଧ୍ୟାରେ ସମସ୍ତେ ବାହାରେ ଡିନର କରି ଫେରିଲେ । ଗୋଟିଏ ଦିନ ପରେ ଅଳ୍ପ ଜିନିଷ ଆଉ କାର୍ ନେଇ ଅରୁଣ ଆଉ ରୀମା ପହଞ୍ଚିଲେ ନୂଆ ଆପାର୍ଟମେଣ୍ଟ ରେ । ଦୁହିଁଙ୍କ ବିବାହ ର ଦୁଇ ବର୍ଷ ପୂରିବା କୁ ଗୋଟିଏ ଦିନ ବାକି ଥାଏ ଏବଂ ତାର ପର ଦିନ ଅଫିସ୍ ଜଏନ ଥାଏ।  ଦୁହେଁ ଲାଗି ପଡ଼ିଲେ ଘର ସଫା କରିବା ଏବଂ ସାଜ ସଜ୍ଜା ରେ।  ନୁଆ ଘରେ ଦ୍ୱିତୀୟ ବିବାହ ବାର୍ଷିକ ଉତ୍ସବ ପାଳନ ହେବ।  ଦୁହେଁ ଅଳ୍ପ ସଫା କରି ବାହାରିଲେ ପୁଣି ମଲ୍ କୁ ବହୁତ୍ ସାରା ଜିନିଷ କିଣି ପହଞ୍ଚିଲେ  ଏବଂ ଦ୍ବିତୀୟ ଦିନ ଦ୍ୱିତୀୟ ବିବାହ ବାର୍ଷିକ ଉତ୍ସବ ରେ ଭାଇ ଭାଉଜ ଏବଂ ଆପାର୍ଟମେଣ୍ଟ ମାଲିକ ର ପରିବାର ଯୋଗ ଦେଇ ଥିଲେ।  ଡିନର ପ୍ରୋଗ୍ରାମ ହୋଇଥିଲା ।  ଦୁହେଁ ବହୁତ୍ ଖୁସି ଥିଲେ।  

ପର ଦିନ ପରେ ଅଫିସ ଜଏନ ଅଛି।  ଅରୁଣ ନିତ୍ଯ କର୍ମ ସାରି ବାହାରିଲା ଅଫିସ୍ କୁ ? ରୀମା ତଳକୁ ଆସି ଅରୁଣ କୁ ଶୁଭେଚ୍ଛା ଜଣେଇ ବିଦାୟ ଦେଲା। ଅରୁଣ ଗେଟ୍ ବାହାରକୁ ଗଲା ପରେ ରିମା ଫେରି ଯିବାକୁ ମୁହଁ ବୁଲେଇଛି ହଠାତ୍ ପଛପଟୁ ରୀମା ର ନାମ ଧରି ଗୋଟିଏ ସ୍ତ୍ରୀ ଲୋକ ଡାକିଲା।  ସେ ଆଉ କେହି ନୁହଁ । ସୀତା ଥିଲା । ସୀତା ତାର ସାମ୍ନା ଫ୍ଲାଟ୍ ର ପ୍ରଥମ ଫ୍ଲୋର ର ବାଲକୋନୀ ଠିଆ ହୋଇ ଥାଏ। ରୀମା ସୀତା କୁ ଦେଖି ଯେମିତି ତାର ମୁହଁ ଶୁଖିଗଲା। ରୀମା ଗତ ୩ ଦିନ ହେଲା ଯାହା ଭାବୁଥିଲା ତାହା ହିଁ ହୋଇଗଲା । ସେ ଭାବୁଥାଏ ଯେ ସେ ଆପାର୍ଟମେଣ୍ଟ ରେ ସୀତା ନ ଥାଉ । କିନ୍ତୁ ସବୁ ଓଲଟ ପାଲଟ ହୋଇଗଲା । ସୀତା ପଚାରିଲା କେବେ ଆସିଲ । ଆରେ ମୋତେ କହିନୁ ତୁ ଆମ ଆପାର୍ଟମେଣ୍ଟ ରେ ଆସିଛୁ ବୋଲି । ହଉ ଭଲ ହେଲା । ଏଠି ଓଡ଼ିଆ ଲୋକ କେହି ନଥିଲେ । ଆମେ ଦୁହେଁ ଓଡ଼ିଆ ହେଲେ। ହଉ ତୁ ଏବେ ଯା ମୁଁ ଆଉ ଟିକେ ପରେ ଆସୁଛି । ରୀମା , ମୁଣ୍ଡ ହଲେଇ ଫେରି ଗଲା ରୁମ୍ କୁ ।

ରୀମା ମୁଣ୍ଡକୁ ଧରି ବସିଲା। କଣ କରିଲି ମୁଁ ? ସେଦିନ ଏହି ଆପାର୍ଟମେଣ୍ଟ ର ନାମ ଟା ପଚାରିଥିଲେ ଆଜି ଏ ଦିନ ଦେଖି ବାକୁ ପଡି ନଥାନ୍ତା। କଣ କରିବି ମୁଁ , ମୋ ଭାଇ ହେଲେ , କଣ କରିଲା । ଏ ଚଣ୍ଡୀ ପାଖରେ ଆଣି ମୋତେ ଫସେଇ ଦେଲା। ମୋବାଇଲ୍ ବାହାର କରି, ପ୍ରଥମେ ଭାଇ କୁ ବହେ ଗାଳି ଦେଲା। ସେପଟୁ ଭାଇ କହିଲା, ଆରେ ମୁଁ କେମିତି ଜାଣିଥାନ୍ତି ଯେ ସେ ତୋ ସାଙ୍ଗ ଆଉ ସେ ଏଠି ରହୁଛି ବୋଲି । ରୀମା କହିଲା, ମାଲିକ କୁ ପଚାରି ଥାନ୍ତୁ ନା, କେହି ଓଡ଼ିଆ ଅଛନ୍ତି କି ଏଠି ? ଭାଇ କହିଲା, ଏତେ କଥା କିଏ ପଚାରୁଛି ?? ରୀମା ରାଗରେ ଫୋନ୍ କଟ୍ କରିଦେଲା । ତାପରେ ଭାଉଜ ଫୋନ୍ କରି କହିଲା, କଣ ହେଲା ରୀମା ?? କାହିଁକି ବ୍ୟସ୍ତ ହେଉଛ?? ତମେ ଚିନ୍ତା କର ନାହିଁ । ତମେ କିଛି ଦିନ ରୁହ ? ଯଦି ସେ ତମକୁ ବିରକ୍ତ କରିବ ଅବା ଭଲ ନ ଲାଗେ ତେବେ ନୂଆ ଫ୍ଲାଟ୍ ଦେଖିବା । ଭାଉଜ ର କଥା ଶୁଣି ରୀମା ଅଳ୍ପ ବୁଝିଲା । 

ରୀମା ଅରୁଣ କୁ ଫୋନ କରି ସବୁ କଥା କହିଲା । ଅରୁଣ ମଧ୍ୟ ଟେନ୍ସନ୍। ସେପଟେ ଅରୁଣ ର ଆଜି ପ୍ରଥମ ଦିନ।  ଅରୁଣ ମଧ୍ୟ ସେହି କଥା କହିଲା ଯେ କିଛି ଦିନ ଦେଖ ନହେଲେ ଚେଞ୍ଜ କରିବା । ଆଉ କିଛି ଉପାୟ ନାହିଁ । ରୀମା ର ରକ୍ତ ଚାପ ବଢ଼ିବାକୁ ଲାଗିଥାଏ।  ଚିନ୍ତାରେ ରୋଷେଇ ନ କରି ବେଡ୍ ଉପରେ ମୁହଁ ମାଡ଼ି ଶୋଇଥାଏ। ଦେଖୁ ଦେଖୁ ୨ ଘଣ୍ଟା ବିତିଗଲା ।

 ଠିକ୍ ୧୨ ଟା ରେ କଲିଙ୍ଗ ବେଲ୍ ବାଜି ଉଠିଲା । ରୀମା ର ରକ୍ତ ଚାପ ପୁଣି ବଢ଼ିଗଲା । ସେ ଜାଣିଗଲା ଯେ ସୀତା ଆସିଥିବ । କିନ୍ତୁ ଭାଗ୍ୟ ବଶତଃ ଭାଇ ଓ ଭାଉଜ ଆସି ପହଞ୍ଚି ଥିଲେ। ସେ ଦୁହିଁ କୁ ଦେଖି ରୀମା ମୁଖରେ ଅଳ୍ପ ହସ ଫୁଟି ଉଠିଲା । ଦୁହିଁଙ୍କୁ ପାଣି ଆଣି ଦେଇ ବସିବାକୁ କହିଲା । ଦୁହେଁ ଖାଇବା ଟିଫିନ୍ ରେ ଭରି ତା ପାଇଁ ଆଣିଥିଲେ । ସେ ଜାଣିଥିଲେ ଯେ ରୀମା ଯଦି ଚିନ୍ତା ରେ ପଡ଼ିଲା । ସେ ରୋଷେଇ କରିବା ଭୁଲି ଯିବ । ଭୋକରେ ରହିଯିବ ସିନା ରୋଷେଇ ତା ଦ୍ଵାରା ହେବ ନାହିଁ। ଯେତେ ହେଲେ ଘର ର ସାନ ଝିଅ ନା , ତା କଥା ସମସ୍ତେ ଜାଣିଥିଲେ । ଭାଇ ବୁଝେଇ କହିଲା । ଚାଲ ଆମେ ସମସ୍ତେ ପ୍ରଥମେ ଖାଇ ନେବା ତାପରେ କଥା ହେବା । ରୀମା କହିଲା ମୁଁ ରୋଷେଇ କରି ନାହିଁ ଭାଇ !! ଭାଉଜ କହିଲେ, ଆମେ ତ ଜାଣିଛୁ । ତମେ ଫୋନ୍ କାଟିବା ପରେ ଆମେ ବୁଝିଗଲୁ ଯେ ତୁମର ଏହି ଅବସ୍ଥା ହୋଇଥିବ। ସେଥିପାଇଁ ଆମେ ଟିଫିନ୍ ରେ ନେଇ ଆସିଛୁ । ତିନି ଜଣଙ୍କ ପାଇଁ । ସମସ୍ତେ ମିଶି ଖାଇବା।  ରୀମା, ଲଜ୍ଜିତ ମୁହଁରେ, କଣ କରିବି ଭାଉଜ । ମୋର ଏହି ଘରେ ଆଜି ତୃତୀୟ ଦିନ ଆଉ ଏ ଚଣ୍ଡୀ କୁ ଦେଖି ସକାଳୁ ମୋର ମୁଡ୍ ଖରାପ । 

ଭାଉଜ କହିଲେ, don’t Worry, ଭାଇ କିଛି ବ୍ୟବସ୍ଥା କରିବେ।  ସମସ୍ତେ ଖାଇବାକୁ ବସିଲେ । ପ୍ରଥମ ଖିଆ ଆରମ୍ଭ ହୋଇଛି । କଲିଙ୍ଗ ବେଲ୍ ବାଜି ଉଠିଲା। ରୀମା ମୁଣ୍ଡରେ ହାତ ଦେଇ, ସେ ଚଣ୍ଡୀ ଆସିଥିବ । ଭାଉଜ କହିଲେ, ତମେ ବସ ମୁଁ ଦେଖୁଛି । ଦେଖିଲା ବେଳକୁ , ସୀତା ହାଜର, ଭାଉଜ, ଘରକୁ ଡ଼ାକି ଆଣିଲେ । କୁଣିଆ ଚର୍ଚ୍ଚା ରୂପରେ ଭାଉଜ କହିଲେ, ତମେ ରିମା ର ସାଙ୍ଗ ନା । ମୁଣ୍ଡ ହଲେଇ ହଁ କରି ଘର ଭିତରକୁ ପଶି ଆସିଲା । ଭାଉଜ କହିଲେ, ଚାଲ ଖାଇବା ? ଆମେ ଏହି ସଙ୍ଗେ ସଙ୍ଗେ ଆରମ୍ଭ କରିଥିଲୁ । ଏତିକି ଶୁଣି , ସୀତା , ଏତେ ନିର୍ଲଜ୍ଜ ଯେ ଡାଇନିଂ ଟେବୁଲ ରେ ବସି ପଡ଼ିଲା । ଆଉ ପ୍ଲେଟ ରେ ଖାଇବା ବାଢ଼ି ଆଣି ନିଜେ ଖାଇବା ଆରମ୍ଭ କରିଲା । ଭାଇ ଆଉ ଭାଉଜ ଆଶ୍ଚର୍ୟ୍ଯ, ସେମାନେ ତା ବିଷୟରେ ଶୁଣିଥିଲେ ଆଜି ଦେଖିଦେଲେ ମଧ୍ୟ।  ବଲ ବଲ ହୋଇ ସେ ଖାଇ ଚାଲିଲା ଏବଂ ବାକି ତିନି ଜଣ ତାକୁ ଚାହିଁ ରହିଥାନ୍ତି। 

ସେ କହି ଉଠିଲା ଯେ ମୁଁ ତିନି ଦିନ ପାଇଁ ତାଙ୍କ ସାଙ୍ଗରେ ସିକନ୍ଦରାବାଦ ବୁଲିବାକୁ ଯାଇଥିଲି ସେହି ସମୟ ଭିତରେ ତମେ ଆସି ସେଟ୍ ହୋଇ ଗଲଣି । ହଉ ଭଲ ହେଲା । 

ସୀତା ର ଏତେ ବେକାର ସ୍ଵଭାବ ଯେ ପଚାରିଲା ନାହିଁ ମଧ୍ୟ ତମେ ଖାଇଲ କି ନାହିଁ ନା ତମ ପାଇଁ ଖାଇବା ବଞ୍ଚିଛି କି ନାହିଁ । ସେମିତି କିଛି ନାହିଁ ନିଜେ ଖାଇ ସାରିବା ପରେ କହୁଛି ତମେ ମଧ୍ୟ ବସ ଖାଇବାକୁ।  ଅଇଁଠା ହାତରେ ଭାଉଜ ର ରକ୍ତ ଚାପ ୧୪୦ ପାର ହେବାକୁ ଲାଗିଲାଣି ।  ରୀମା, ଭାଇ ଓ ଭାଉଜ କୁ ଦେଖୁଥାଏ ଏବଂ ଇଶାରା କରୁଥାଏ ସୀତା ର ବ୍ଯବହାର ବିଷୟରେ ।

 ପ୍ରାୟ ୧୫ ମିନିଟ୍ ବକ୍ ବକ୍ ପରେ ସୀତା ର ଫୋନ୍ ବାଜି ଉଠିଲା । ପଡୋଶୀ ଫ୍ଲାଟ୍ ର ସ୍ତ୍ରୀ ଲୋକ ଫୋନ୍ କରିଥିଲେ ଯେ ତୁମେ ମୋଟର ଚାଲୁ କରିଛ କି, ପାଣି ଓଭର ଫ୍ଲୋ ହୋଇ ଗଲାଣି।  ସୀତା ସଙ୍ଗେ ସଙ୍ଗେ ସେହି ପ୍ଲେଟ୍ ରେ ହାତ ଧୋଇ ଉଠି କହିଲା । ଭାଇ, ଭାଉଜ ମୁଁ ଟିକେ ଆସୁଛି । ମୁଁ ମୋଟର ଟା ଚାଲୁ କରି ଆସିଛି । ଭୁଲି ଯାଇଥିଲି । ତୁମେ ଖାଅ। ମୁଁ ପରେ ଆସିବି କହି ଚାଲିଗଲା । 

ସୀତା ଗଲା ପରେ, ଭାଉଜ ରାଗରେ ଭାଇ ଙ୍କୁ କହିଲା । ତମେ ଯଥା ଶୀଘ୍ର ଏହି ଘର ଚେଞ୍ଜ କର। ଛି ଛି ଏମିତି ବେକାରିଆ ସ୍ତ୍ରୀ ଲୋକ ମୁଁ ମୋ ଜୀବନରେ ପ୍ରଥମ ଥର ପାଇଁ ଦେଖିଲି।  ମୁଁ ଅଳ୍ପ ଡ଼ାକିଦେଲି ଯେ, ସେ ଭାବିଲା ନାହିଁ ଆଉ ଏତେ ନିର୍ଲଜଙ୍କ ଭଳି ଦୁଇ ଜଣଙ୍କ ଖାଇବା ଖାଇ ଚାଲିଗଲା। ଆଉ ଆମ ପେଟ ରେ ମୂଷା ଦୌଡୁଛି ।  ଭାଇ କହିଲେ । ହଉ ହଉ, ରାଗ ନାହିଁ।  ମୁଁ ଯାଉଛି ଏଠି କିଛି ଦୂରରେ ଗୋଟିଏ ହୋଟେଲ୍ ଅଛି ସେଠୁ ପାର୍ସଲ ନେଇ ଆସୁଛି।  ରିମା ଚୁପ୍ ଥାଇ ସବୁ ଦେଖୁଥାଏ। ଭାଉଜ କହିଲେ , ନା ନା, ପାର୍ସଲ ନାହିଁ । ସେଠି ଯାଇ ଖାଇବା । ଯେତିକି ଖାଇବା ବଞ୍ଚିଥିଲା ସବୁ ଟିଫିନ୍ ରେ ଭରି ସମସ୍ତେ ଚାଲିଲେ ହୋଟେଲ୍ କୁ।  

ହୋଟେଲ୍ ରେ ପହଞ୍ଚିଲା ପରେ ସମସ୍ତେ ଖାଇବା ଆରମ୍ଭ କରିଲେ ।  ରିମା କହିଲା । ଭାଇ, ମୁଁ କଣ କରିବି କିଛି ଭାବି ପାରୁନି । ଭାଇ, ତୋ ସମାଧାନ ଶୀଘ୍ର କରିବି। ମୋତେ ଦୁଇ ଦିନ ସମୟ ଦେ।  ରିମା କହିଲା, ଭାଇ ସେ ଚଣ୍ଡୀ ର ସାମ୍ନା ଫ୍ଲାଟ୍ ରେ ଗୋଟିଏ ସେକେଣ୍ଡ ରହିବାକୁ ଆଉ ଇଚ୍ଛା ନାହିଁ । 

ଭାଉଜ କହିଲେ । ଗୋଟିଏ କାମ କର । ତମେ ଆମ ଘରକୁ ଚାଲ । ଯୋଉ ଦିନ ପର୍ଯ୍ୟନ୍ତ ନୂଆ ଫ୍ଲାଟ୍ ଦେଖା ହୋଇନି ତମେ ସେଠୁ ଯିବା ଆସିବା କର ହଁ ଆଉ ୪୦ ମିନିଟ୍ ଅଧିକ ଲାଗିବ। କିନ୍ତୁ ଏଭଳି ସ୍ତ୍ରୀ ଲୋକଙ୍କ ପାଖେ ବିଲକୁଲ ରହିବା କଥା ନୁହଁ। ରୀମା କହିଲା, ଭାଇ ମୁଁ ଦୁଇ ଦିନ ଆଡଜଷ୍ଟ କରୁଛି । ତମେ ଶୀଘ୍ର ଫ୍ଲାଟ୍ ଦେଖ । ତାପରେ ତିନି ଜଣ ଫ୍ଲାଟ୍ କୁ ଫେରି ଆସିଲେ । ପରେ ଭାଇ ଭାଉଜ ଫେରିଗଲେ।  

ସନ୍ଧ୍ୟାରେ ଅରୁଣ ଆସିଲା। ଗୋଟି ଗୋଟି କରି  ସବୁ କଥା ରିମା ଅରୁଣ କୁ କହିଲା । ଅରୁଣ ମଧ୍ୟ ମୁଣ୍ଡରେ ହାତ ଦେଲା । ଏତେ ଖରାପ ସ୍ତ୍ରୀ ଲୋକ ସେ । ଅରୁଣ ପଚାରିଲା ଆଉ ପରେ ଆସିଲା କି ନାହିଁ । ରିମା କହିଲା ହଁ ୪ ଟା ବେଳେ ପୁଣି କଲିଙ୍ଗ ବେଲ ବାଜିଲା ମୁଁ ସାଙ୍ଗେ ସାଙ୍ଗେ ଫୋନ୍ କୁ ଫ୍ଲାଇଟ୍ ମୋଡ କରିଦେଲି । ଚୁପ୍ ଚାପ୍ ରହିଲି। ପ୍ରାୟ ଦଶ ଥର ଡାକିଥିବ । ତାପରେ ଚାଲିଗଲା।  ହେଲେ ସବୁଦିନ ଏମିତି କରି ହେବନି ନା ? ଅରୁଣ, ଠିକ୍ କଥା ଯେ, ଭାଇ କଣ କହିଲେ କି ? ସେ ଦୁଇ ଦିନ ଭିତରେ ନୂଆ ଫ୍ଲାଟ୍ ଦେଖି ଦେବେ କହିଛନ୍ତି।  ତାପରେ ଦୁହେଁ ରାତ୍ରି ଭୋଜନ କରି ବିଶ୍ରାମ କରିଲେ । 

ପର ଦିନ ଠିକ୍ ୧୧ ଟା ରେ କଳିଙ୍ଗ ବେଲ ବାଜି ଉଠିଲା। ସୀତା ପୁଣି  ହାଜର। ରୀମା ଜାଣିଶୁଣି ରୋଷେଇ କରି ନଥାଏ । ଘରକୁ ଆସି , ବୁଲି ବୁଲି ଦେଖିଲା । କେତେ ସ୍ଥାନରେ ଖୁଣ ବାହାର କରିଲା।  ଏହି ଜାଗାରେ ଏଇଟା ଥିଲେ ଭଲ ହୁଅନ୍ତା । ଆମର ମାତ୍ର ସେ ଜିନିଷ ଟା ଅଛି । ସେଇଟା ଭଲ ଲାଗୁଛି, ଏଇଟା ଠିକ୍ ଲାଗୁନି । ସେ କେବଳ ଚାହେଁ ଯେ ଅନ୍ୟ କୁ କେମିତି ନିଚ ଆଉ ତଳକୁ ଦେଖାଇବି । ମୁଁ ସବୁବେଳେ ଉଚ୍ଚରେ ରହିବି।  ପଛେ ପଛେ ରିମା, ରାଗରେ ଜଳୁ ଥାଏ । ଭାବୁଥିଲା ଘରେ ସେପଟେ ତୋର ହଜାରେ କାମ ଥିବ ମାତ୍ର ଏଠି ଆସି କାମ ବତେଇ ହେଉଛି । 

ବେଡ ରୁମ୍ କୁ ଦେଖି ସେ ସେହି ପାରିଲା ନାହିଁ । ଏତେ ସୁନ୍ଦର ବେଡ୍ ଦେଖି କହି ଉଠିଲା ଆମ ଗାଁ ରେ ୟା ଠାରୁ ବଡ ପଲଙ୍କ ଆମର କରା ଯାଇଛି । ରିମା କହିଲା, ତେବେ ବେଡ ଉପରେ ଗଦ୍ଦା ତ ସାଇଜ ର ମିଳି ନଥିବ । ସୀତା ଆଉ କିଛି କହି ପାରିଲା ନାହିଁ । ସେ ୧୦୦ ରୁ ୯୯ ମିଛ କହେ।  କଥା ତ କହି ଜାଣେନି ମାତ୍ର ଅନ୍ୟ କୁ ଛୋଟ ଦେଖାଇବା ତାର ଯେମିତି ଅଭ୍ୟାସ ରେ ପରିଣତ ହୋଇ ଯାଇଛି । 

ବେଡ୍ ଉପରେ ବସି ଗୁଗଲ ରେ ଅଳଙ୍କାର ସର୍ଚ୍ଚ କରି ଦେଖାଇବାକୁ ଲାଗିଲା , ଜାଣିଛୁ ମୁଁ ଏବେ ଏମିତି ହାର ପାଇଁ ଗୋଟିଏ ଅର୍ଡର୍ ଦେଇଛି।  କେମିତି ଲାଗୁଛି କହ ତ? ରିମା ଚୁପ୍ ଥାଏ, ସେପଟେ ସୀତା ଦେଖାଇ ଚାଲିଥାଏ । ଆଉ ଏଇଟା କେମିତି ଲାଗୁଛି ? ସେଇଟା କେମିତି ଲାଗୁଛି ? ଘରେ ମୋ ମାମା ମଧ୍ୟ ଏହି ହାର ଟା କରିବେ । 

ସୀତା କେବଳ ଟଙ୍କା ଆଉ ହାର ଅଳଙ୍କାର ଅନ୍ୟକୁ ଯଦି ନ ଦେଖାଇବ ତେବେ ତାର ଭାତ ହଜମ ହେବ ନାହିଁ । ମାତ୍ର ଘର କାମ ତା ଦ୍ଵାରା ହେବ ନାହିଁ । ପ୍ରାୟ ଗୋଟିଏ ଘଣ୍ଟା ପରେ ପଚାରିଲା ଆଉ ରୋଷେଇ ହେଲାଣି ? ରିମା ମନା କରିଲା । ସୀତା କହିଲା , ମୋର ମୁଣ୍ଡ ଟା ଆଜି ଅଳ୍ପ ବ୍ୟଥା ହେଉଛି ତ? ସେଥିପାଇଁ ମୁଁ ମଧ୍ୟ କିଛି କରିନି । ରୀମା କହିଲା, ମୋର ମଧ୍ୟ ମୁଣ୍ଡ ବ୍ୟଥା ଆଉ ପେଟ ବ୍ୟଥା ହେଉଛି ତ, ସେଥିପାଇଁ ଅଳ୍ପ ଶୋଇବି । ମୁଁ ଅଳ୍ପ ଫଳ ଖାଇ ନେବି। କିନ୍ତୁ ରୋଷେଇ କରିବି ନାହିଁ । ଏତିକି ଶୁଣି , ସୀତା ସଙ୍ଗେ ସଙ୍ଗେ ଫ୍ରିଜ୍ ଖୋଲି ଦେଖିଲା ଏବଂ ସେଥିରୁ ୨ଟି ସେଓ ବାହାର କରି ଗୋଟିଏ ଖାଇବାକୁ ଲାଗିଲା ଆଉ ଗୋଟିଏ ହାତରେ ଧରି ଥାଏ । ପ୍ରଥମ ଟି ସରିବା ପରେ ଦ୍ୱିତୀୟ ସେଓ କୁ ମଧ୍ୟ ଖାଇବା ଆରମ୍ଭ କରିଦେଲା । 

ପଛରେ ଠିଆ ହୋଇଥିବା ରିମା କୁ ଏମିତି ଅନୁଭବ ହେଉଥାଏ ଯେ ଦୁଇ ଚାପୁଡ଼ା ଢୋ ଢୋ କରି ଲଗେଇ ଦିଅନ୍ତି କି !! ମୋର ସବୁ ରାଗ ସୁଝି ଯାଆନ୍ତା। ମାତ୍ର କଣ କରିବ ମଣିଷ ର ଗୁଣ ପରା ସେଇୟା । ଯିଏ ଯେମିତି ରହିବ ତାର ଗୁଣ ଆଉ ପ୍ରକାର ମଧ୍ୟ ଅଲଗା ଦେଖା ଯିବ ନା । କେବଳ କଥା କହିଲେ କଣ ହେବ । ହାତରେ ଦୁଇ ପଇସା ହେଉ ନଥିବ।  ସୀତା ଥିଲା ଏମିତି ଗୋଟିଏ ପ୍ରାଣୀ ସବୁବେଳେ ନିଜ ଘରକୁ ଟେକି ରଖିଥାଏ । ନିଜ ସ୍ବାମୀ କୁ ତ ବାସି ପାଣିରେ ମଧ୍ୟ ଇଜ୍ଜତ ଦିଏ ନାହିଁ ଆଉ ଶଶୁର ଘର କଥା କହିଲେ ନ ସରେ ସେଠି ଗଲେ ଶାଶୁ ଶଶୁର କୁ ରୋଷେଇ କରି ଦେବା ତାକୁ ଯେମିତି ହୋମୱର୍କ ଭଳି ମନେ ହୁଏ । ଶଶୁର ଘରେ ତାର ରୋଗ ବାହାରି ପଡ଼େ । ସବୁବେଳେ ଖାଲି ମୋ ମା ର ଏମିତି ଅଛି ମୋ ବାପା ର ଏମିତି ଅଛି , ମୋ ଭାଇ ବହୁତ୍ ଭଲ। ତା ଘର ଲୋକେ ମଧ୍ୟ ସେମିତି ମୋ ଝିଅ ପାଇଁ ଏମିତି ସେମିତି କରିଛି । ସେଇ ପୁରୁଣା କଥା ।

 ରୀମା କଣ କରିବ, ଶେଷରେ ମୁହଁ ଖୋଲି କହି ଦେଲା, ସୀତା ଲୋ ମୋର ମୁଣ୍ଡ ଟିକେ ବ୍ୟଥା ହେଉଛି।  ତୁ ଟିକେ ଗଲେ ଭଲ ହୁଅନ୍ତା ମୁଁ ଅଳ୍ପ ଶୋଇ ଥାଆନ୍ତି । ସୀତା କହିଲା, ହଁ ହଁ ତୁ କହୁଥିଲୁ ପରା ତୋର ମୁଣ୍ଡ ବ୍ୟଥା ହେଉଛି । ହଉ ମୁଁ ପରେ କେତେବେଳେ ଆସିବି । ରୀମା କହିଲା, ସୀତା ଆର ଥରକୁ ଆସିଲେ ସେଇ ଟଙ୍କା ଆଉ ସୁନା ଅଳଙ୍କାର ବିଷୟରେ କଥା ହେବୁ ନାହିଁ ଲୋ । ସେ ଟଙ୍କା ଆଉ ସୁନା ଅଳଙ୍କାର ବିଷୟରେ କଥା ହେଲେ ମୋତେ ଯେମିତି ବିରକ୍ତ ଅନୁଭବ ହୁଏ । କାରଣ ମଣିଷ ଯେମିତି କରେ ସେ ସେମିତି ଫଳ ପାଏ ଆଉ ମୁଁ ମୋ ସ୍ବାମୀ ଆଉ ମୋ ଘର ଆଉ ଶଶୁର ଘର ଠାରୁ ଯେତିକି ଇଜ୍ଜତ ସମ୍ମାନ ପାଉଛି ତାହା ମୋର ସୁନା ଅଳଙ୍କାର ଆଉ ଟଙ୍କା ଠାରୁ ବହୁତ୍ ଉପରେ । ସେଥିପାଇଁ କହୁଥିଲି । ଆର ଥରକୁ ଆସିଲେ । ଏମିତି ବେକାର କଥା ନହେଲେ ଭଲ ହୁଅନ୍ତା । ଏଥର ସୀତା କୁ ଅଳ୍ପ ଅନୁଭବ ହେଲା ଯେ ରୀମା ମୋ କଥା କୁ Avoid କରୁଛି ବୋଲି । ଅଧା ଖିଆ ସେଓ ଟା ତାକୁ ଯେମିତି ଖରାପ ଲାଗିଲା । ସେ ଘରୁ ବାହାରି ଘର ପାଖକୁ ସେଓ କୁ ଫୋପାଡି ନିଜ ଘରକୁ ଚାଲିଗଲା।

ରିମା ନିଜକୁ ଅଳ୍ପ ଭଲ ଅନୁଭବ କରିଲା । ସେ ଭାବୁଥାଏ ଯେ କେମିତି କହିବି ଏହି ସ୍ତ୍ରୀ କୁ।  କିନ୍ତୁ ସାହସ ଜୁଟେଇ କହି ଦେଲା।  ଏତେ ଟଙ୍କା ପଇସା ଅଛି ବୋଲି କଣ ଦେଖେଇ ହେବା ନିହାତି ଦରକାର ନା କଣ ? ସେହି ୨ବର୍ଷ ପୁରୁଣା ନାଇଟି କୁ ପିନ୍ଧି ଢ଼ଣ ଢ଼ଣ ହୋଇ ଏ ଘରକୁ ସେ ଘରକୁ ହେଉ ଥାଏ। 

ସେ ଗଲା ପରେ କିଛି ରୋଟି ଆଉ ଭିଣ୍ଡି ଭଜା କରି ଖାଇ ବିଶ୍ରାମ ନେଲା । ସନ୍ଧ୍ୟାରେ ଛାତ ଉପରକୁ କପଡା ଉଠେଇବା ପାଇଁ ଗଲାବେଳେ ଅନ୍ୟ ଏକ ହିନ୍ଦୀ ଭାଷୀ ସ୍ତ୍ରୀ ଲୋକ ତା ସହିତ କଥା ହେବାକୁ ଲାଗିଲା।  ସେ ସ୍ତ୍ରୀ ଲୋକଟି କହିବାକୁ ଲାଗିଲା।  ସେ ସ୍ତ୍ରୀ ଲୋକ ଟି ସକାଳେ ତୁମ ଘରକୁ ଆସି ନଥିଲା କି ସେ ବିଲକୁଲ ଭଲ ନୁହଁ । ତା ସହିତ ସମ୍ପର୍କ ରଖନ୍ତୁ ନାହିଁ।  ସେ କେବେ ରୋଷେଇ କରେ ନାହିଁ। ଆଜି ତା ଘରେ କାଲି ଆଉ କାହା ଘରେ ବସି ଗପ କରିବ।  କିଛି ମିଳିଲେ ଖାଇ ଦେବ ଆଉ ସନ୍ଧ୍ୟାରେ ସ୍ବାମୀ ସହିତ ଝଗଡ଼ା କରିବ।  ଆଉ ବାହାରୁ ଆଣି ଖାଇବ ନହେଲେ ସ୍ବାମୀ ଯଦି ବନେଇବ ତେବେ ଖାଇବ। ଆମେ ଗତ ୭ ରୁ ୮ ମାସ ହେଲା ତାକୁ ଦେଖି ଆସୁଛୁ। ତାର ଏଇଟା ନୀତି ଦିନିଆ କାହାଣୀ ।

ଆମ ଆପାର୍ଟମେଣ୍ଟ ରେ ୧୫ ଟା ପରିବାର ରୁ ସମସ୍ତେ ତା ଉପରେ ରାଗନ୍ତି। ତାର ଏହି ବୁଦ୍ଧି ଯୋଗୁ । କେବଳ ଦେଖାଇ ହୁଏ।  ମୋର ଏହା ଅଛି ସେୟା ଅଛି।  ଲାଜ ସରମ ତ ନାହିଁ।  ଗୋଟିଏ ନାଇଟି କୁ ୭ ମାସ ହେଲା ଦିନ ରାତି ପିନ୍ଧୁଚି ପୁଣି କହୁଛି ମୋର ୨୦ ଟି ଡ୍ରେସ୍ ଅଛି ୧୫ ଟି ନାଇଟି ଅଛି । ଆଜି ପର୍ଯ୍ୟନ୍ତ ସେ କୋଉ ଡ୍ରେସ୍ ପିନ୍ଧିବାର ମଧ୍ୟ ଦେଖିନି। ଖାଲି ସେତିକି ନୁହେଁ ନିଜ ପାଖରେ ଲେଡିସ ଚପଲ ନାହିଁ ଯେ ସ୍ବାମୀ ର ହାୱାଇ ପିନ୍ଧି ବୁଲୁଥିବ । ରୀମା ଏକଥା ଶୁଣି ଅଳ୍ପ ହସି ଭାବିଲା ମୁଁ ତାକୁ କଲେଜ୍ ଦିନରୁ ଜାଣିଛି । ଆଉ ତାକୁ ଚିହ୍ନିବା ଦରକାର ନାହିଁ ।  ରିମା , ତାକୁ ଧନ୍ୟବାଦ ଜଣେଇ କହିଲା , ଠିକ୍ ଅଛି ଦିଦି ମୁଁ ଧ୍ୟାନ ଦେବୀ କହି ତଳକୁ ଆସିଲା । 

ସେହି ଡୋଜ୍ ପରେ ସୀତା ଅଳ୍ପ ସୁଧୁରି ଯିବ । ଏଇଟା ଭୁଲ ଧାରଣା ଥିଲା ରୀମା ର, କଥା ରେ ଅଛି ପରା;

ଘୁଷୁରୀ ପ୍ରକୃତି ପଙ୍କେ ଲୁଟେ, 

ମଣିଷ ପ୍ରକୃତି ମଲେ ତୁଟେ । 

ତା ପର ଦିନ ପୁଣି ସେଇୟା । ୧୧ ଟା ରେ ପୁଣି କଲିଙ୍ଗ ବେଲ୍ । ରୀମା କବାଟ ଖୋଲିଲା ନାହିଁ । ଠିକ୍ ସେମିତି ସନ୍ଧ୍ୟାରେ ସେ ପୁଣି କବାଟ ଖୋଲିଲା ନାହିଁ । ଫୋନ କରିଲେ ମଧ୍ୟ ଉଠେଇବ ନାହିଁ । Whatsapp ରେ ଅନଲାଇନ୍ ଥିବ ଯଦି ସୀତା ମେସେଜ କରିଲା ସଙ୍ଗେ ସଙ୍ଗେ ଫ୍ଲାଇଟ ମୋଡ କରି ଚୁପ୍ ଚାପ୍ ରହିଯାଏ।  ଏମିତି ପ୍ରାୟ ୪-୫ ଦିନ କରିଲା ପରେ । ସୀତା ଆସିବା ବନ୍ଦ କରିଦେଲା। ଅରୁଣ ଯିବା ସମୟରେ ବେଳେବେଳେ ବାଲକୋନୀ ରେ ରହି ଡାକେ। ସେତେବେଳେ ହଁ , ଭଲ କହି ଦିଏ ପୁଣି ପରେ ଆଉ କବାଟ ଖୋଲେ ନାହିଁ। 

ରିମା ଭାଇ ଓ ଭାଉଜ ଙ୍କୁ ମଧ୍ୟ ସେହି କଥା କହିଲା । ଭାଇ ଓ ଭାଉଜ କହିଲେ ସେ ସୁଧୁରିବ ନାହିଁ । ମୁଁ ଆଉ ଗୋଟିଏ ଆପାର୍ଟମେଣ୍ଟ ଦେଖିଛି ସେଠି ତମେ ଚେଞ୍ଜ କରି ନିଅ। ଅଳ୍ପ ଦୂର ପଡ଼ିବ। ସେତିକି ବେଳକୁ ରୀମା ମଧ୍ୟ ନିଜ ମନ କୁ ବଦଳେଇ ସାରିଲାଣି । ଆଉ ଏମିତି “ଘୁଷୁରୀ ପ୍ରକୃତି” ଭଳି ସ୍ତ୍ରୀ ଲୋକ ପାଇଁ ମୁଁ ମୋର ଭଲ ଫ୍ଲାଟ୍ କୁ ଛାଡ଼ି କାହିଁକି ଯିବି। ମୁଁ ତାକୁ avoid କରିଲେ ସବୁ ଠିକ୍ ହୋଇଯିବ । 

ତା ପର ଠାରୁ ରୀମା ସୀତା କୁ avoid କରିବା ଆରମ୍ଭ କରିଦେଲା ଏବଂ ରୀମା ର ପରିବାର ମଧ୍ୟ ଏବେ ବେଶ୍ ଖୁସିରେ ଚାଲିଛି। 

ତେବେ ଆପଣଙ୍କ ଆଖ ପାଖରେ ସୀତା ଭଳି ଏମିତି ସ୍ତ୍ରୀ ଲୋକ ନିଶ୍ଚୟ ଦେଖିବାକୁ ପାଉଥିବେ । ଆଉ ତାଙ୍କୁ ମଧ୍ୟ ଆପଣ ଏମିତି avoid କରିବା ଆଇଡିଆ ଟା ଆପଣେଇ ନିଅନ୍ତୁ।  ଦେଖିବେ ନିଶ୍ଚୟ ରେଜଲ୍ଟ ଭଲ ଆସିବ । ଯଦି ରେଜଲ୍ଟ ଭଲ ଆସେ ତେବେ କମେଣ୍ଟ୍ ବକ୍ସ ରେ Yes ଲେଖି ମେସେଜ କରନ୍ତୁ ।

କାହାଣୀ ଟି କେମିତି ଲାଗିଲା ତାହା ମଧ୍ୟ ଜଣେଇବେ ।

ଧନ୍ୟବାଦ ।

ଆପଣଙ୍କ ପ୍ରିୟ ଲେଖକ ନୀଳମାଧବ ଭୂୟାଁ…

Character

If you could be a character from a book or film, who would you be? Why?

Feel Being a part of my own Novel which i write where I listen it continues 4 days from the real person of my novel.

That time I feel an eyewitness of this novel and feel a great of my character and there i would be.

And see all of the incidents and feel the reality of that time.

So if you want to read the Novel. But it’s origin language odia.

So read it and comments me on the comments box.

http://Take a look at this Surabhi – Part – 01 on Flipkart
https://dl.flipkart.com/s/Gfsmr7uuuN

http://Take a look at this Surabhi – Part -02 on Flipkart
https://dl.flipkart.com/s/Gfz71NuuuN

ଧରମ ଭାଇ…

ସମୟ 02:10 ଟ୍ରେନ ଠିକ୍ ଟାଇମ ରେ ରାଉରକେଲା ରୁ ବାହାରିଲା । ସସ୍ମିତା ଭୁବନେଶ୍ୱର ରେ ଗୋଟିଏ ଘରୋଇ ଆଇଟି କମ୍ପାନୀ ରେ ଚାକିରୀ କରେ । ବେଶ ଭୁଷା କହିବାକୁ ଗଲେ । ନୀଳ ଫେଡ଼ ଜିନ୍ସ ରେ ଅଳ୍ପ ଅଳ୍ପ ରାଫ ଅଛି ଏବଂ ଲାଲ ରଙ୍ଗର ଟପ୍ ସହିତ କଳା ଚଷମା ଟିଏ ପିନ୍ଧି ଥାଏ । ଦୁଇ ଦିନ ପୂର୍ବରୁ ରାଉରକେଲା ରେ ଗୋଟିଏ ସାଙ୍ଗ ର ବିବାହ ରେ ଯୋଗ ଦେବା ପାଇଁ ଆସିଥିଲା । ସସ୍ମିତା ବସିଥିବା ଡିବା ରେ ଯୁବ ବୟସ୍କ ର ଅଧିକ ବ୍ୟକ୍ତି ଯାତ୍ରା କରୁଥିଲେ ।  ସମସ୍ତଙ୍କ ବୟସ ହାରାହାରି 25-35 ବୟସ ର ହେବ । ଭୋଟ ସମୟ ଆସିଲାଣି ନା, ଭୁବନେଶ୍ୱର ରେ କିଛି ମନ୍ତ୍ରୀ ଙ୍କର ପ୍ରୋଗ୍ରାମ ଥିବା ଯୋଗୁ ସମସ୍ତେ ଆତୁର ହୋଇ କଥା ହେଉଥିଲେ । ଦେଖୁ ଦେଖୁ ଦେଢ଼ ଘଣ୍ଟା ବିତିଗଲା। ସସ୍ମିତା ଅନୁଭବ କରିଲା ଯେ ଆଗରେ ବସିଥିବା ଦୁଇ ଜଣ ବ୍ୟକ୍ତି ତାଙ୍କ ଆଡକୁ ବହୁତ ସମୟ ହେଲା ଚାହିଁ ରହିଛନ୍ତି । ସେ ଦୁହେଁ ତାକୁ ଭଳି ଭଳିକି ଢଙ୍ଗରେ ତଥା ଖରାପ ଭାବରେ ଦେଖୁଥାନ୍ତି । ପାଖରେ ବସିଥିବା ଆଉ ଜଣେ ବ୍ୟକ୍ତି ବାରମ୍ବାର ତାକୁ ଲାଗି ରହିବାକୁ ଚେଷ୍ଟା କରୁଥାଏ । ବାକି କିଛି ଲୋକ ସେମାନଙ୍କୁ ସପୋର୍ଟ କରୁଥିଲେ। 

କିଛି ସମୟ ପରେ ସମ୍ବଲପୁର ରେଳ ଷ୍ଟେସନ ରେ ପହଁଚିଲା। ସେଠୁ ଜଣେ ଯୁବକ ଟ୍ରେନ ରେ ଚଢିଲେ। ବୟସ 30 ପାଖାପାଖି। ଲାଗୁଥିଲା ଯେମିତି ଜଣେ Gym Boy। ସେ ସସ୍ମିତା ଆଗ ସିଟ୍ ରେ ଖାଲି ଥିବା ଯୋଗୁ ସେଠି ଆସି ବସିବାକୁ ଲାଗିଲା। ଟ୍ରେନ୍ ପୁଣି ଚାଲିଲା । ସେ ଲୋକଟି ଦେଖିଲା ଯେ ପାଖରେ ବସିଥିବା ଯୁବକ ମାନେ ଝିଅ ଟିକୁ ଖରାପ ଦୃଷ୍ଟି ରେ ଦେଖିବାକୁ ଲାଗିଛନ୍ତି। କିଛି କ୍ଷଣ ପରେ ହଠାତ ଯୁବକ ଜଣକ ସସ୍ମିତା କୁ କହିଲା । ଭଉଣୀ ଗୋଟିଏ କଥା କହିବି ଖରାପ ଭାବିବ ନାହିଁ ତ ? ସସ୍ମିତା ଅଳ୍ପ ଭୟରେ ମୁଣ୍ଡ ହଲେଇ ” ହଁ “ ବୋଲି ଇସାରା ଦେଲା। ଯୁବକ ନିଜ ପରିଚୟ ଦେଇ କହିଲେ, ମୁଁ ଆକାଶ, ଜଣେ Gym  ଟ୍ରେନର, ମୋର ଭୁବନେଶ୍ୱର ରେ ବହୁତ ବଡ଼ Gym  ଅଛି। ସେଠି ସାନିୟା ବୋଲି ଜଣେ ଝିଅ ମୋ Gym  ର ମେମ୍ବର୍ ଅଛି। ସେ ଦେଖିବାକୁ ଠିକ୍ ତୁମ ଭଳି। ସସ୍ମିତା ପୁଣି ମୁଣ୍ଡ ହଲେଇ ହଁ କରିଲା। ଆକାଶ ପଚାରିଲା ଆପଣଙ୍କୁ ଲାଗୁଥିବ ମୁଁ ମିଛ କହୁଛି ନା ? ସସ୍ମିତା ପୁଣି ଚୁପ୍ । ଆକାଶ ମୋବାଇଲ୍ ବାହାର କରି ଗୋଟିଏ ଝିଅ ର ଫୋଟୋ ଦେଖେଇ ବାକୁ ଲାଗିଲା । ଫୋଟୋ ଦେଖି ସସ୍ମିତା କହିଲା, ସେ ତ ଦେଖିବାକୁ ପୁରା ପୁରି ଅଲଗା । ଆକାଶ ପୁଣି କହିଲା, ମୁଁ କେତେବେଳେ କହିଲି ଯେ ଆପଣ ଦୁଇ ଜଣ ସେମ୍ ଟୁ ସମ୍ ବୋଲି । ମୁଁ କହିଲି, ସେ ଦେଖିବାକୁ ତୁମ ଭଳି, ତୁମ ଭଳି ଡ୍ରେସ ପିନ୍ଧେ ଆଉ ତୁମ ଭଳି ଆଇ ଲାଇନେର ଲଗାଏ ଆଉ ତୁମ ଭଳି ନାକ ମଧ୍ୟ ! ସସ୍ମିତା ପୁଣି ମୋବଇଲ ମାଗିଲା, ସସ୍ମିତା ଦେଖିଲା, ତା ଫେସ୍ ସହିତ ସେ ଝିଅ ର କିଛି ମଧ୍ୟ ମେଚ୍ ହେଉନି । ସସ୍ମିତା, ମୋବାଇଲ ଫେରାଇ କିଛି କହିବା ପୂର୍ବରୁ ଆକାଶ କହିଲା, ତମେ ଏବେ କଣ କହିବାକୁ ଚାହୁଁଚ ମୁଁ ଜାଣିଛି । ସସ୍ମିତା କହିଲା, ନା.. ନା.. ମୋର କହିବା କଥା ହେଲା, ଆକାଶ ପୁଣି କହିଲା, ପ୍ରଥମେ ମୁଁ କହିବି ତା ପରେ ତମେ କହିବ । ଦେଖ ସାନିୟା ମୋ ସାନ ଭଉଣୀ ଭଳି । ତେବେ ମୋତେ ଲାଗେ ତମେ ଆଉ ସାନିୟା ବୋଧେ ଗୋଟିଏ ପରିବାର ର ? ସସ୍ମିତା ବଡ଼ ବଡ଼ ଆଖି କରି ଚାହିଁ ରହିଲା । ତେବେ ସେ ଦୃଷ୍ଟିରୁ ତମେ ମୋର ସାନ ଭଉଣୀ ହେଲ ନା ?? ଠିକ୍ କହିଲି ନା ? ସସ୍ମିତା “ହଁ” କରିବ ନା “ନାହିଁ” କରିବ ଭାବି ଶେଷରେ “ହଁ” କରିଲା । 

ଆକାଶ ପଚାରିଲା ତୁମ ନାମ କଣ ? ସସ୍ମିତା ମିଛ ରେ କହିଲା, ମୋର ନାମ ସୁନିତା, ଆକାଶ କହିଲା, ବାଓ , ତାହା ହେଲେ ସାନିୟା ଆଉ ସୁନିତା ପୁରା ମେଚ୍, ହଉ ଛାଡ଼ । ଗୋଟିଏ କଥା ଶୁଣ, ସସ୍ମିତା ର ପୁଣି ଇଛା ନଥାଇ ଶୁଣିବାକୁ ଲାଗିଲା । ଏବେ କିଛି ଦିନ ପୂର୍ବରୁ ଆମ Gym ର 5 ଟି ଝିଅ ଆଉ 20 ଜଣ ପୁଅ ମିଶି ପୁରୀ ବୁଲିବାକୁ ଯାଇଥିଲୁ । ସେଠି ବହୁତ ମଜା ମସ୍ତି କରିଲୁ । ଦର୍ଶନ କରିଲା ପରେ ପୁରୀ ବେଳା ଭୂମି ରେ ପହଞ୍ଚିଲୁ । ସେଠି କିଛି ସମୟ ବୁଲା ବୁଲି ପରେ ତିନି ଜଣ ମଦୁଆ ଆସି ଆମ ଭଉଣୀ ମାନଙ୍କ ପାଖକୁ ଆସି ଭଳି ଭଳି କି କମେଣ୍ଟ ଆଉ ଖରାପ କହୁଥିଲେ । ଜାଣିଛ କଣ ହେଲା ? ସାନିୟା, ସେ ବହୁତ ସାହସୀ, ସେ ସିଧା ଚପଲ ଉଠେଇ ପିଟିବାକୁ ଲାଗିଲା । ତା ସହିତ ଆଉ ଚାରି ଜଣ ଝିଅ ମଧ୍ୟ ପିଟି ବାକୁ ଲାଗିଲେ । ସାନିୟା ର ସାହସ ଦେଖି ପାଖରେ କିଛି ଲୋକ ଆସି ସେ ମଦୁଆ ମାନଙ୍କୁ ବହୁତ ମାଡ଼ ମାରିଲେ । ଆମେ ଜାଣିଶୁଣି ଚୁପ୍ ହୋଇ ସାଇଡ୍ ରେ ଠିଆ ହୋଇଥିଲୁ । ଆଉ ଜାଣିଛ, ତାକୁ ସେ ସାହସ ମୁଁ ଦେଇ ଥିଲି, ସେ କଥାଟି ଥିଲା, ଯୋଉ ପର୍ଯ୍ୟନ୍ତ ତୁମ ପାଖରେ ବୁଦ୍ଧି ଆଉ ଶକ୍ତି ଅଛି ତାର ପ୍ରକୃତ ଉପଯୋଗ କରିବ ନାହିଁ, ତେବେ ତୁମେ ଝିଅ ହେବା ର ଲାଭ କଣ ? ଏହି ଶବ୍ଦ ମୁଁ କେବଳ ଗୋଟିଏ ଦିନ ପୁର୍ବରୂ କହିଥିଲି। ଆଉ ତାର ପର ଦିନ ତାର ଓରିଜିନାଲ ରୂପ ଦେଖେଇ ଦେଲ। ସେ ଆସି କହିଲା, ଆକାଶ ଭାଇ, ସତରେ ତମ ଆଇଡିଆ ଯୋଗୁ ମୁଁ ଷ୍ଟ୍ରଙ୍ଗ ହୋଇ ପାରିଲି । 

ମୁଁ ତାକୁ କହିଲି, ଏମିତି ସବୁବେଳେ ଷ୍ଟ୍ରଙ୍ଗ ହୋଇ ଥାଅ । ସସ୍ମିତା, ଅଳ୍ପ ଅଳ୍ପ ବୁଝି ପାରୁଥାଏ, ପୁଣି ଭାବୁଥାଏ ଏ ମୋତେ ଫ୍ଲର୍ଟ କରୁନି ତ? ତାପରେ ଭୁବନେଶ୍ୱର ପର୍ଯ୍ୟନ୍ତ ଆକାଶ ହିଁ ବକ୍ ବକ୍ ହେଉଥାଏ କିନ୍ତୁ ସସ୍ମିତା ବହୁତ୍ କମ୍ ଉତ୍ତର ଦେଉ ଥାଏ। ଶେଷରେ ଠିକ୍ ଟାଇମ୍ ରେ ଟ୍ରେନ୍ ଭୁବନେଶ୍ୱର ରେ ପହଞ୍ଚିଲା। ଭୁବନେଶ୍ୱର ରେ ପହଞ୍ଚିଲା ପରେ ସେ ଲୋକ ଗୁଡ଼ିକ ଓହ୍ଲାଇ ଅନ୍ୟ ଗେଟ୍ ରେ ଯିବାକୁ ଲାଗିଲେ । ସସ୍ମିତା, ବାହାରକୁ ଆସି ଆକାଶ କୁ ଅପେକ୍ଷା କରିଥିଲା । ଆକାଶ ଯେତେବେଳେ ବାହାରକୁ ବାହାରିଲା। ସସ୍ମିତା କୁ ବାଏ କହି ଚାଲି ଯିବାକୁ ବାହାରିଲା। ସସ୍ମିତା ପଛେ ପଛେ ଦଉଡି ଆସି ଆକାଶ ଭାଇ !! ଆକାଶ ଭାଇ !! ବୋଲି ଡାକିବାକୁ ଲାଗିଲା।  ଆକାଶ ରହିଲା ଏବଂ ସସ୍ମିତା କହିଲା ଅଳ୍ପ ଶୁଣିବେ। ସସ୍ମିତା ପଚାରିଲା ଦୁଇ ମିନିଟ କଥା ହୋଇ ପାରିବା? ଆକାଶ କହିଲା, ଟିକେ ଶୀଘ୍ର କହିବ। ସେପଟେ ବୋଉ ମୋତେ ଖାଇବା ରେ ଅପେକ୍ଷା କରିଛି। ସସ୍ମିତା, ଥେଙ୍କ୍ ୟୁ ଆକାଶ ଭାଇ, ଆକାଶ ପଚାରିଲା କଣ ପାଇଁ ?? ସସ୍ମିତା, କିଛି ଘଣ୍ଟା ପାଇଁ ମୋ ଭାଇ ହୋଇ ଥିବାରୁ ? ଆକାଶ ମୁରୁକି ହସି, ବାୟେ କହି ପୁଣି ଚାଲି ଯିବାକୁ ବାହାରିଲା । ସସ୍ମିତା, ଭାଇ ଟିକେ ଶୁଣ, ଏତେ ଘଣ୍ଟା ଭାଇ ହୋଇ ରହିଲେ, ଆଉ ପାଞ୍ଚ ମିନିଟ୍ ଦେଇ ପାରିବେ ନାହିଁ ?? ଆକାଶ କହିଲା, ମାତ୍ର ଏବେ ତମେ କହିବ ଆଉ ମୁଁ ଶୁଣିବି । ତାପରେ ଦୁହେଁ ପ୍ଲାଟଫର୍ମ ରେ ପଡ଼ିଥିବା ବେଞ୍ଚ ରେ ବସିଲେ। 

ସସ୍ମିତା ପଚାରିଲା, ତମ ଯୋଗୁ ମୋ ଯାତ୍ରା ଟା ଭଲରେ ଭଲରେ ବିତିଗଲା । ନହେଲେ ସେମାନେ ଯେମିତି ଦେଖୁଥିଲେ ନା ମୋ ମନ ଭିତରେ ଯେମିତି ଭୟ ସୃଷ୍ଟି ହୋଇ ଯାଇଥିଲା । ଆଉ ଗୋଟିଏ କଥା ନୋଟିସ୍ କରିଛ? ତମ ଭଉଣୀ ସାନୀୟା ର ପିଟିବା କଥା ଶୁଣି ସେମାନେ ଅଳ୍ପ ଚୁପ୍ ହୋଇଗଲେ ଏବଂ ତମ ପାଖ ଲୋକ ଏବଂ ମୋ ପାଖରେ ବସିଥିବା ଲୋକଟି ଯେମିତି ଦୂରେଇ ଗଲା।  ଆକାଶ କହିଲା ଆଛା, ଏମିତି କଥା, ତେବେ ତୁମେ ମିଠା ଦେବା କଥା ? ତାପରେ ସସ୍ମିତା ବ୍ୟାଗ୍ ଭିତରୁ ଗୋଟିଏ Dairy milk ର ଚକୋଲେଟ୍ ଟେ ବାହାର କରି ଦୁଇଟି ପିସ୍ ଆକାଶ କୁ ଦେଲା । ଆକାଶ କହିଲା, ଗୋଟିଏ କଥା କହିବି । ସସ୍ମିତା କହିଲା କୁହ ? ମୁଁ ତୁମକୁ କିଛି କିଛି କଥା ମିଛ କହିଛି । ପ୍ରକୃତରେ ମୋର ନାମ ଆକାଶ ନୁହଁ ନା ତାର ନାମ ସାନିୟା ଆଉ ସେ ଆମ Gym ମେମ୍ବର ନୁହଁ, ହଁ ମୁଁ ଜଣେ Gym  ଟ୍ରେନର ମାତ୍ର ମୋର Gym ନାହିଁ । ମୁଁ ଅନ୍ୟ Gym  ରେ ଯାଇ ସିଖାଏ। ସସ୍ମିତା ହସିଲା, ତେବେ ତୁମ ନାମ କଣ ? ଆଉ ସେ ଝିଅ କିଏ ? ମୋର ନାମ ସମରେଶ ଏବଂ ସେ ଝିଅ ହେଉଛି ମୋ ନିଜ ଭଉଣୀ ଆଉ ତାର ନାମ ହେଉଛି ସୌମ୍ୟା । ସସ୍ମିତା ହସି ହସି କହିଲା ମୋର ନାମ ମଧ୍ୟ ସୁନୀତା ନୁହଁ !! ମୋର ନାମ ସସ୍ମିତା। ସମରେଶ ହସି ହସି କହିଲା, ବାଓ, ଦୁହେଁ ପୁରା ସେମ୍ ଟୁ ସେମ୍। ଦୁହେଁ ପୁଣି ହସିଲେ । ସସ୍ମିତା ପଚାରିଲା । ହେଲେ ତୁମ ନିଜ ଘର ଭୁବନେଶ୍ୱର ରେ ?? ସମରେଶ ହଁ କରିଲା । ତେବେ ତମେ ସମ୍ବଲପୁର କାହିଁକି ଆସିଥିଲ? ସମରେଶ କହିଲା, ସେଠି ଗୋଟିଏ ନୂଆ Gym  ଓପେନ୍ ହେଲା ତ, ମୋତେ ଡାକିଥିଲେ । 10 ଦିନ ରହି ଗାଇଡ୍ କରି ଆସିଲି । ସସ୍ମିତା କହିଲା interesting। ତେବେ ଯୋଉ କାହାଣୀ ଟି ଥିଲା ସେଇଟା ସତ ନା ମିଛ ? ସମରେଶ କହିଲା, ସେଗୁଡିକ ସବୁ ମିଛ । ସେ କାହାଣୀ ଥିଲା କେବଳ ତୁମକୁ ସାହସ ଦେବା ପାଇଁ ଆଉ ସେମାନଙ୍କ ମନରେ ଅଳ୍ପ ଭୟ ସୃଷ୍ଟି କରିବା ପାଇଁ । ସସ୍ମିତା, ତେବେ ତୁମର ଆଇଡିଆ ବଢିଆ କାମ ଦେଲା। ଆଛା ସମରେଶ ଭାଇ ତମେ ମୋର ଧରମ ଭାଇ ହେଇ ଯାଉନ??  ଯେତେବେଳେ ମୋର ଅସୁବିଧା ପଡ଼ିଲେ । ତୁମେ ମୋର ସାହାଯ୍ୟ କରୁଥିବ। ଦୁହେଁ ପୁଣି ହସିଲେ। ନା ନା, ସେମିତି କିଛି ଦରକାର ପଡ଼ିବ ନାହିଁ । ତୁମେ ବହୁତ୍ ସାହସୀ ଝିଅ। ତୁମକୁ କେବଳ ମୁଁ ଟିକେ ହୋପ୍ ଦେଉଥିଲି ଏବଂ  କୌଣସି ସ୍ଥାନରେ ମଧ୍ୟ ନିଜକୁ ଦୁର୍ବଳ ମନେ କରିବ ନାହିଁଯେଉଁଠି ଦୁର୍ବଳ ହେବ ସେଠି ଅତ୍ୟାଚାରୀ ସବଳ ମାନଙ୍କ ଆକ୍ରମଣ ନିଶ୍ଚୟ ହେବ । ସେଥିପାଇଁ ତ ବହୁତ୍ ସମୟରେ ଝିଅ ମାନଙ୍କ ସହିତ ଅମାନବୀୟ ଘଟଣା ଘଟି ଯାଏ । ଭଉଣୀ ମୋର ଗୋଟିଏ ଛୋଟ ଅନୁରୋଧ ଭରା ଉପଦେଶ ରଖିବ । ପ୍ଲିଜ୍ ଖରାପ ଭାବିବ ନାହିଁ । ମୋର କହିବା କଥା ହେଲା କିଛି କିଛି ସ୍ଥାନରେ ଯଦି ଆମେ ଆମ ପିନ୍ଧିବା ଶୈଳୀ କୁ ଟିକେ ବଦଳେଇ ଦେଇ ପାରିବା ତେବେ କିଛି କ୍ଷେତ୍ରରେ ଏମିତି ଲୋକ ମାନଙ୍କ ଖରାପ ଦୃଷ୍ଟି କେବେ ପଡ଼ିବ ନାହିଁ ବୋଲି ମୋର ଆଶା। ସସ୍ମିତା, ଠିକ୍ କହିଲ ଭାଇ, ମୁଁ ଭାବୁଥିଲି, ଚୁଡ଼ିଦାର୍ ପିନ୍ଧି ଆସିବି ବୋଲି କିନ୍ତୁ ଆସିଲା ବେଳେ ଏମିତି ଆସିଥିଲି ନା, ସେ ସମୟରେ କିଛି ହୋଇ ନଥିଲା ତେବେ ଏବେ ମଧ୍ୟ ଭାବିଲି କିଛି ହେବନି ବୋଲି । ହଉ ମୁଁ ଏହି କଥା କୁ ନିଶ୍ଚୟ ଧ୍ୟାନ ଦେବୀ । ଆଉ ମୁଁ ଖରାପ କାହିଁକି ଭାବିବି ଯେ। କାରଣ ମୋ ଭାଇଙ୍କ ଉପଦେଶ, ମୁଁ ନିଶ୍ଚୟ ପାଳନ କରିବି । ତେବେ ଚାଲ ଏବେ ଯିବା। ମାତ୍ର ତୁମର ମୋବାଇଲ୍ ନମ୍ବର୍ ମୋତେ ଦରକାର । ସମରେଶ, ଦେଖ ମୁଁ ପୁରା ବ୍ରହ୍ମଚାରୀ । ସସ୍ମିତା ହସି କହିଲା, ବ୍ରହ୍ମଚାରୀ କାହାର ଭାଇ ହୁଅନ୍ତି ନାହିଁ କି ?? ସମରେଶ ଅଳ୍ପ ଭାବି କହିଲା ହଉ ନମ୍ବର୍ ଟାଇପ୍ କର । ଦୁହେଁ ଦୁହିଁଙ୍କ ମୋବାଇଲ୍ ନମ୍ବର ସେୟାର କରି । ବାଏ କହି ନିଜ ନିଜ ଘରକୁ ଚାଲିଗଲେ । 

ତେବେ ସବୁ ସମୟରେ ସସ୍ମିତା କୁ ସମରେଶ ଭଳି ଭାଇ ସାହାଯ୍ୟ କରିବାକୁ ଆସିବେ ନାହିଁ।  ତେବେ ଆମେ ଯଦି ଆମ ବେଶ ଭୂଷା ଅଳ୍ପ ବଦଳେଇ ଦେଇ ପାରିବା ତେବେ ବହୁତ୍ କ୍ଷେତ୍ରରେ ଆମେ ନିରାପଦ ରହିବା। 

ଏହା ଏକ କାହାଣୀ ନୁହଁ, ଏମିତି ଏକ ଘଟଣା ଯାହା ବହୁତ୍ ସ୍ଥାନରେ ଘଟିଥାଏ । ଏହା ଏକ ସଚେତନ ମୂଳକ ବାର୍ତ୍ତା ଟିଏ ମଧ୍ୟ । 

ପଢନ୍ତୁ ନିଜ ବନ୍ଧୁ ଏବଂ ଭଉଣୀ ମାନଙ୍କୁ ସେୟାର କରନ୍ତୁ ।

ଧନ୍ୟବାଦ ।

ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ…

କବିତା ପାଠାଗାର

Short Stories (Odia)

ହଜିଲା ଅତୀତ…




ପ୍ରିୟା ମୋର ହଜିଗଲୁ ସବୁଦିନ ପାଇଁ
ଦେଖାହେବ ପୁଣି କେବେ ଜମା ଜାଣି ନାହିଁ…

କେତେ ପ୍ରତିଶୃତି ତୁ ଦେଇଥିଲୁ ମିଛରେ
ସତ ଭାବି ସିନ୍ଦୂର ମୁଁ ଦେଇଥିଲି ମଥାରେ…

ସେ ସିନ୍ଦୂର ପୋଛି ଦେଲୁ ଭୁଲି ଆମ ପ୍ରେମକୁ
ଭାଙ୍ଗି ଦେଇ ହୃଦୟ ମୋ ଚାଲିଗଲୁ ଦୂରକୁ…

ତୁ ସିନା ଚାଲିଗଲୁ ତୋ ପରି ରାଇଜେ
ପରି ରାଇଜକୁ ଯାଇ ରହିଲୁ ତୁ ମଉଜେ…

ତୋତେ ଖୋଜି ଖୋଜି ଆଜି ପାଗଳ ମୁଁ ହୋଇଛି
ଶରୀର ରେ ପ୍ରାଣ ସିନା ସବୁଦିନ ମରୁଛି…

ମୁଁ ବି ତ ମଣିଷଟେ ବଞ୍ଚିବାକୁ ଚାହୁଁଛି
ତୋତେ ଭଲ ପାଇ କଣ ଏତେ ଭୁଲ କରିଛି…

ଭୁଲି ପାରୁନାହିଁ ସେହି ଅତୀତ ମୋ ମନରେ
ତୋ କଥା ଭାବି ନିତି କାନ୍ଦୁଛି ମୁଁ ରାତିରେ…

ପୁଣି ଥରେ ଫେରି ଆସେ ପ୍ରିୟା ମୋ ପାଖକୁ
ତୋତେ ଦେଖି ଭୁଲିଯିବି ମୋର ସବୁ ଦୁଃଖକୁ…


ନରେନ୍ଦ୍ର କୁମାର ସ୍ୱାଇଁ ଙ୍କ ଦ୍ଵାରା ଲିଖିତ
ଗୋଳାବନ୍ଧ, ଗଞ୍ଜାମ।

Call Forwarding Fraud

Beware!
Call-forwarding service on phones can be used by fraudsters to commit fraud. Dial *#21# or *#61# to check call-forwarding status & ##002# to disable.

In Odia

ଆପଣଙ୍କ ମୋବାଇଲ୍ ମଧ୍ୟ Call Forwarding ର ଶିକାର ହୋଇଛି କି ତେବେ ସାବଧାନ ହୋଇ ଯାଆନ୍ତୁ ।

କିଛି ସାବଧାନତା ଏବଂ ଉପଚାର କଣ ???

∆ କେବେ ଆପଣ କୌଣସି ଅଜଣା ଲୋକକୁ ମୋବାଇଲ ବ୍ୟବହାର କରିବାକୁ ଦେଇଛନ୍ତି କି ??

∆ କେହି ଆପଣଙ୍କୁ କୌଣସି ସୁବିଧା ଦେବା ବାହାନାରେ *401* +91 00000000(Unknown Mobile Number) ଟାଇପ୍ କରିବାକୁ କହିଛନ୍ତି କି ???

∆ ଯଦି ନାହିଁ ତେବେ ଆପଣ ସୁରକ୍ଷିତ ଅଟନ୍ତି ତଥାପି ମଧ୍ୟ ଆପଣ ନିଜ ମୋବାଇଲ କୁ ଥରେ ଚେକ୍ କରି ଦିଅନ୍ତୁ ।

∆ *#21# or *#61# ଡାଏଲ୍ କରି ଚେକ୍ କରନ୍ତୁ । ଯଦି 

Voice : Not Forwarding ଭଳି କିଛି ମେସେଜ୍ ଆସିଲା ତେବେ ଆପଣ ବିଲକୁଲ ସୁରକ୍ଷିତ। 

∆  ଯଦି Voice : Forwarded ମେସେଜ ଆସିଲା ତେବେ ତୁରନ୍ତ ##002# ଡାଏଲ୍ କରି ଡି-ଏକ୍ଟିଭେଟ କରନ୍ତୁ।  

∆ ଏହି ପ୍ରକ୍ରିୟା କୁ ଚେକ୍ କରି ସୁରକ୍ଷିତ ରୁହନ୍ତୁ ଏବଂ ନିଜର ପ୍ରିୟ ଲୋକ ମାନଙ୍କୁ ମଧ୍ୟ ଏହି ବିଷୟରେ କୁହନ୍ତୁ। 

।। ଧନ୍ୟବାଦ ।।

ଏହି କ୍ଲିପ୍ କୁ ଥରେ ଶୁଣନ୍ତୁ

ଥରେ ଶୁଣନ୍ତୁ

ଗୁରୁ

ଜିତେନ୍ଦ୍ର ସ୍ୱାଇଁ ଙ୍କ ଦ୍ଵାରା ଲିଖିତ ଅନ୍ୟ ଏକ ସ୍ୱଳ୍ପ କବିତା ଟିଏ। 

ଯଦି ଭଲ ଲାଗିଛି ତେବେ ସେୟାର କରିବାକୁ ଭୁଲିବେ ନାହିଁ

ଛଳନା…

ଛଳନା
ଛଳନା…(ଓଡ଼ିଆ କବିତା)



ଛଳନା…
ଦୁଇ ଟୋପା ଲୁହର ଉଷ୍ମତା
ବହୁବାର ମାପିଥାଏ,
କଥାର ମଧୁରତାରେ ତ
ଆପଣା ପଣର ମଲାଟ ହୋଇ
ଏକାନ୍ତ ଜୀବନର
ମରିଚିକାର ରାସ୍ତା ଦେଖାଇ ।

ଛଳନା…
ଦୁଇ ପାହାଡର ଛାତି ଚିରି
ବହି ଯାଉଥିବା ନଈର ବନ୍ୟା
ଦୂରେଇ ଦିଏ……
ସରଳ ହୃଦୟର ବିଶ୍ୱାସ କୁ ।

ଛଳନା…
ଛଳନା ପ୍ରବଞ୍ଚନାର ଏକଧାରା
ଏକାନ୍ତ ନୀରବତାରେ ;
ନିଜକୁ ଖୋଜିବାର ମାର୍ଗଦର୍ଶକ
ଏକା ଏକା ବଂଚିବାରେ…।


ମନୋଜ କୁମାର ବେହେରାଙ୍କ ଦ୍ଵାରା ଲିଖିତ…
ସୁବୁଦ୍ଧି ପଲ୍ଲୀ, ଗଞ୍ଜାମ ।

ଅତୀତ…



କେହି ନ ବୁଝିଲେ ବି
ତୁମେ ବୁଝିଥିଲ
ରାତ୍ରିର ଏକାନ୍ତ ନିରବତା ଭିତରେ
ମାନସ ପଟରେ ଆସୁଥିବା
ଅତୀତର ପ୍ରତ୍ୟେକ କ୍ଷଣ ସବୁ
ବାସ୍ତବ ସତ୍ୟ
ନିଶ୍ୱାସର ଉଷ୍ଣତା
ତତଲା ଲୁହରେ ମାପିବାକୁ ପଡ଼େ
ମେଘମାଳା ଭିତରେ ଉଇଁଥିବା
ରୂପସୀ ଜହ୍ନ ବି ପରିହାସ କରେ
ଅତୀତକୁ
ଅତି ନିକଟତର
ଅତୀତକୁ ।


ମନୋଜ କୁମାର ବେହେରାଙ୍କ ଦ୍ଵାରା ଲିଖିତ
ସୁବୁଦ୍ଧି ପଲ୍ଲୀ, ଗଞ୍ଜାମ।

ବୁଦ୍ଧି ହୀନ ଲୋକ ମାନଙ୍କ ପାଇଁ ପଦେ…

ଆପଣମାନେ ଗୀତରେ ଶୁଣିଥିବେ “ଲକ୍ଷେ ଶିବ ପୂଜି ପାଇଥିଲି ପୁଅ ,କିନ୍ତୁ ପୁଅ ଚାହିଁଲା ନାହିଁ ମୋ ମୁହଁ “। ୟା ଅର୍ଥ ଏହା ଯେ ମା ଟି ପୁଅ ଟିଏ ପାଇବା ପାଇଁ କେତେ ଜପ କେତେ ତପ କରିଥିଲା ।

ହେଲେ କେବେ ଆପଣ ମାନେ ଶୁଣିଛନ୍ତି କି ??? ଝିଅ ଟିଏ ପାଇଁ କିଏ କେବେ ଭଗବାନଙ୍କୁ ପାର୍ଥନା କରିଛି? ନାହିଁ !!! ଏହାର କାରଣ ଏହା ଯେ,,, ସମସ୍ତଙ୍କର ମନରେ ସେହି ଗୋଟିଏ ଭାବନା ,ପୁଅ ଟିଏ ଜନ୍ମ ହେଲେ କୁଳ ଉଧାର କରିବ ଆଉ ଝିଅ ଟିଏ ଜନ୍ମ ହେଲେ ପର ହୋଇ ଚାଲିଯିବ। ସେଥିପାଇଁ ଆଜିର ଦିନରେ ଅଲଟ୍ରାସାଉଣ୍ଡ କରନ୍ତି ଜାଣିବା ପାଇଁ ଯେ ଗର୍ଭରେ ପୁଅ ଅଛି ନା ଝିଅ ଟିଏ। ଆଉ ଯେତେବେଳ ଜାଣିବେ ଯେ ଝିଅ ଟିଏ ଅଛି । ସେତେବେଳେ ନିରୀହ ଭୃଣ ଟିକୁ ଗର୍ଭରେ ହିଁ ମାରି ଦିଅନ୍ତି । ଯଦି ଅବା ବାପା ମାଆଙ୍କ ସମ୍ମତିରେ ଝିଅ ଟିଏ ହୁଏ ତେବେ ତାକୁ ନା ନା ଟାହି ଟାପରାର ଶିକାର ହେବାକୁ ପଡେ। ସମସ୍ତଙ୍କ ଭାବନା ଯେ ଝିଅଟି ବଡ ହେଲେ ଦିନେ ଶାଶୁଘରକୁ ଯିବ ସେଥିପାଇଁ ଝିଅକୁ ଅଧିକା ପଢାଇବା ପାଇଁ ମଧ୍ୟ ଚାହାନ୍ତି ନାହିଁ । ଝିଅଟି ଜୀବନକୁ ସୁନ୍ଦର ରୂପରେ ଗଢି ତୋଳିବା ପାଇଁ କେତେ ଅସୁମାରୀ ସପ୍ନ ଦେଖିଥାଏ। ହେଲେ ତାର ସପ୍ନ କୁ ସମାଜର କଠୋର ନିୟମ ରେ ଚାପି ଦିଆଯାଏ।

ଛୋଟ ବେଳରୁ ତାର ସ୍ବାଧିନ ରୂପରେ ଉଡ଼ିବା ପାଇଁ.

V5

ଡେଣା ଦୁଇଟି କୁ କାଟି ଦିଆଯାଏ। ଯେତେବେଳ ସେ ଯୌବନର ପ୍ରଥ

ମ ସୋପାନରେ ପଦାର୍ପଣ କରେ ,ପାଷାଣ ରୂପକ ପୁରୁଷ ମାନଙ୍କର ଆଖିରେ ଆସି…. ନିଜକୁ ଅସୁରକ୍ଷିତ ମନେ କରେ । ସେମାନଙ୍କର ଲୋଲୁପ ଦୃଷ୍ଟିର ଫଳ ସ୍ବରୂପ ଆଜି ବଳତ୍କାର ର ଶିକାର ହୋଇ କେତେ ଯେ ନିର୍ଭୟା ଭଳି ଝିଅ ମାନେ ବଳି ପଡ଼ୁଛନ୍ତି ତାହାର ହିସାବ ନାହିଁ । ଦେଶ ସାରା ଗଣ ଧର୍ଷଣର, ନାରୀ ନିର୍ଯାତନାର କାହାଣୀ ଅନବରତ ଚାଲିଛି ।ଧର୍ଷଣକାରି ମାନଙ୍କୁ ଫାଶି ଦିଆଯାଉଛି ସତ ତଥାପି କାମନାର ନିଶାରେ ମତୁଆଲ ହୋଇ ଗୋଟିଏ ପରେ ଗୋଟିଏ ଦୁଷ୍କର୍ମ କରି ଚାଲିଛନ୍ତି। ଝିଅଟି ଯଦି ନିଜ ଗୋଡରେ ଠିଆ ହେବା ପାଇଁ ଘରୁ ପାଦ ବାହାର କରେ ତେବେ ତାକୁ ବହୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି । ନୂଆ ଜାଗା ନୂଆ ସହରକୁ ଆସି ସେଠି ପ୍ରତିଟି ଦିନ ସଂଘର୍ଷର ସହ ଜୀବନଯାପନ କରିବାକୁ ପଡେ । ହେଲେ ସେଠି ମଧ୍ୟ ସେ ସୁରକ୍ଷିତ ମନେ କରେ ନାହିଁ । ସେ ହିଁ ଜାଣିଥାଏ ତା ସଂଘର୍ଷର କାହାଣୀ । ବିବାହ ପରେ ଶାଶୁ ଘରେ ନିଜକୁ ଖାପ ଖୁଆଇବା ତା ପାଇଁ କଷ୍ଟକର ହୋଇଥାଏ।

ନିଜ ବାପା ଘରେ ବିତାଇ ଥିବା ସୌଖୀନ ଜୀବନଯାପନକୁ ତ୍ଯାଗ କରି ଶଶୁର ର ସମସ୍ତ ଚାଲି ଚଳଣ ସହ ନିଜକୁ ଅଭ୍ୟସ୍ତ କରାଇଥାଏ। ଯଦି ଅବା କୌଣସି ପ୍ରକାର ତୃଟି ହୋଇଯାଏ ତେବେ ନାନା କଟୁବାଣୀ ଶୁଣିବାକୁ ପଡିଥାଏ। ପର ମୁହୂର୍ତ୍ତରେ ଜନନୀ ସାଜି ବହୁ ଯନ୍ତ୍ରଣା ସହ୍ୟ କରି ସନ୍ତାନ କୁ ଛୋଟରୁ ବଡ କରିଥାଏ । ଯଦି ସେହି ସନ୍ତାନ ତାର ପରିଣତ ବୟସରେ ହତାଦର କରିଦିଏ । ତେବେ ତାର ଶେଷ ଜୀବନ ବି ଦାରୁଣ ଜୀବନ ପାଲଟିଯାଏ । ତେଣୁ ନାରୀ ସମାଜକୁ ସମ୍ମାନ ଦେଇ ସେମାନଙ୍କର ପ୍ରତିଟି ବିକାଶ ମୂଳକ ପଦକ୍ଷେପରେ ସହଯୋଗ କରିବା ଆବଶ୍ୟକ। ନଚେତ୍ ଦିନ ଆସିବ ଯେମିତି ମାତା ସୀତାଙ୍କ ଅଶ୍ରୁ ଜଳରେ ଲଙ୍କା ଧ୍ବଂସ ହୋଇଯାଇଥିଲା ଠିକ୍ ସେମିତି ଏହି କଳି ଯୁଗ ପାପର ଭାରରେ ଖୁବ୍ ଶୀଘ୍ର ସବୁ କିଛି ବିନାଶ ହୋଇଯିବ ।