ଭଗବାନ ରୁପି ମଣିଷ ଟେ ବାପା
ପ୍ରଶଂସା କଣ ବା କରିବି,
ଆପଣଙ୍କ ଯଶ
ଚିର କାଳ ରହୁ
ଏତିକି ଗୁହାରି ଡାକିବି।।
ଜଗା ତ ଦେଖୁଛି ସବୁ ସେ କରୁଛି
ତାକୁ ଯେ କଣ ଅଛପା,
ଅନାଥ ର ନାଥ ହୋଇ ଅଛ ତୁମେ
ସଦା ରହୁ ଜଗା କୃପା ।।
ନା ମୋହ ଅଛି ପାଖେ
ନା ଅହଙ୍କାର ଅଛି
ଧରିଛ ଦୟାର ପାତ୍ର,
ଦୁଃଖୀ ବାପା ମାଁ ଙ୍କୁ
ଆପଣେଇ ତୁମେ
ହୋଇଛ ସକଳ ନେତ୍ର ।।
ପ୍ରଶଂସା ର ପାତ୍ର ହୋଇ ଅଛ ତୁମେ
ହୋଇଛ ଜଗତ ଜିତା
ଦୁଃଖୀ ବନ୍ଧୁ ଙ୍କ ସେବା ପାଇଁ ତୁମେ
ଜାଳିଛ ଧର୍ମ ସଳିତା ।
ମୋ ହୃଦୟରୁ କିଛି ସମର୍ପିତ ଶବ୍ଦ ଆପଣଙ୍କ ପାଇଁ ଏବଂ
ସେ ଭଗବାନ ରୁପି ମହାନ୍ ପିତା ଙ୍କୁ ମାନେ ମୋ ବାପା ଙ୍କୁ…
ଶ୍ରୀମାନ ବିରକିଶୋର ପ୍ରଧାନ ଙ୍କୁ…

