Category Archives: poems

ଝିଅ ଟିଏ ମୁଁ

ଝିଅ ଟିଏ ମୁଁ

ମୋର ମଧ୍ୟ ସମ୍ମାନ ଅଛି ।

ମୁଁ ମଧ୍ୟ ଦୁନିଆରେ ମୁଣ୍ଡ ଉଠେଇ

ବାଟ ଚାଲିବାକୁ ଚାହେଁ ।

କଣ ଭୁଲ ଥିଲା ମୋର ?

ଝିଅ ମାନଙ୍କ ଶରୀର ପ୍ରତି ଯଦି

ଏତେ ଅଭିଳାଷା ରହୁଛି ତେବେ

କିଛି ଟଙ୍କା ଦେଇ ବେଶ୍ୟାଳୟ

ଯିବାର ଇଚ୍ଛା ରଖିବା ଦରକାର ।

ମୁଁ ଛୋଟ ଝିଅ ଟିଏ ।

ଫୁଲ ଫୁଟିବା ଆଗରୁ ତାକୁ

ଚିଣ୍ଡେଇ ବାର ପ୍ରୟାସ କରୁଛ ? 

ତୁମକୁ ଲାଜ ଲାଗୁନି ।

ଛି ରେ ମଣିଷ ।

କଣ ଅବା ମୋର ଭୁଲ ଥିଲା !!

କଣ ମନା କରିବା ମୋର ଭୁଲ ଥିଲା ?

ନା ବାରଣ କରିବା ଭୁଲ ଥିଲା ?

ଯଦି ବା ମୁଁ ମନା କରିଥିଲି !!

ମୋ ସହିତ ଧର୍ଷଣ କରିବା

କେତେ ଦୂର ଠିକ୍ ଥିଲା?

କିନ୍ତୁ ସହ୍ୟ କରିବାର ଶକ୍ତି

ମୁଁ ମଧ୍ୟ ହରେଇ ବସିଲି ।

ମୁଁ ଚାହେଁ ନାହିଁ ମୋ ବାପା

ମା ଙ୍କ ଇଜ୍ଜତ ନଷ୍ଟ ହେଉ।

ତେଣୁ ଆତ୍ମହତ୍ୟା ର ପନ୍ଥା ବାଛି ନେଲି। 

କିନ୍ତୁ ମୋ ମୃତ୍ୟୁ ର ନ୍ୟାୟ ହେବ ଏବଂ

ମୁଁ ମୋ ଅଧିକାର ସାବ୍ୟସ୍ତ ପାଇଁ

ପୁଣି ଜନ୍ମ ନେବି ଗୋଟିଏ ମା କୋଳରେ। 

କାରଣ ମୋ ନ୍ୟାୟ ପାଇଁ ମୁଁ ପୁଣି ଫେରି ଆସିବି

କାରଣ

ଝିଅ ଟିଏ ମୁଁ..

ଝିଅ ଟିଏ ମୁଁ…

ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ…

ଭ୍ରୁଣ ଟିଏ ମୁଁ…



ଜନ୍ମ ଦେଇ ମାଲୋ ପର ତୁ କରିଲୁ
ମୁଁ କି ତୋହରି ନୁହଁ,
ସେଥିପାଇଁ ମା କି ପର ବୋଲି ଭାବି
ପୋତି ଦେଲୁ ମୋର ଦେହ..

କେତେ ଆଶା ଥିଲା ଜନମିଲେ ମାଲୋ,
କୁଆଁ କୁଆଁ ରାବ ଦେବି,
ସେ ରାବକୁ ଶୁଣି ଖୁସି ହେବୁ ତୁ ଲୋ
ତୋ ପାଇଁ ମୁକୁତା ହେବି…

ଯୌବନ ଲାଳସା ପୂରଣ ପାଇଁ କି
କଲୁ ପ୍ରେମ ଆଲିଙ୍ଗନ,
ତୋର ଲାଳସାରୁ ଗର୍ଭରେ ରହିଲି
ଭୃଣେ ପଶିଲା ଜୀବନ…

ହେଲେ ମା ତୋର ଟିକେ ଭୁଲ ପାଇଁ
ଦେଲୁ ମୋତେ ମହା ଶାସ୍ତି,
ପାପ ଗର୍ଭବୋଲି ଲୋକ ଲାଜେ ଡରି
ମାଟି ତଳେ ଦେଲୁ ପୋତି…

କହେ ଭ୍ରୁଣ ମୁଁହି ଶୁଣ ମା ମାନେ
ନ କର ଏ ଅତ୍ୟାଚାର,
ତୁମ ପାପ ଫଳ ଭୋଗୁଛୁ ଯେ ଆମେ
ଭ୍ରୁଣ ହତ୍ୟାକୁ ତ ଡର…

ନରେନ୍ଦ୍ର କୁମାର ସ୍ବାଇଁ
ଗୋଳାବନ୍ଧ, ଗଞ୍ଜାମ ।

ହେ ଗଜାନନ




ଆସିଛନ୍ତି ଆମ ଗଣେଶ ବାବା
ଚାଲ ଭାଇ ତାଙ୍କୁ ପୂଜା କରିବା..

ସାଥେ ଆସିଛନ୍ତି ମୂଷିକ ରାଜା
ଖେଳିବା ତା ସାଥେ କରିବା ମଜା..

ଖସା ଲଡୁ ତାଙ୍କ ଭାରି ସରାଗ
ଶ୍ରୀଫଳ ନେଇଣ କରିବା ଭୋଗ..

ତାଙ୍କ ପାଇଁ ସଜା ପୂଜା ମଣ୍ଡପ
ବସାଇବା ଦେଇ ଚନ୍ଦନ ଧୂପ..

ଯେସନେ ପ୍ରଭାତେ ଦେବତା ସୂର୍ଯ୍ୟ
ଦେବା ଦେବୀ ମଧ୍ୟେ ସେ ଅଗ୍ର ପୂଜ୍ୟ..

ବିଦ୍ୟା ଦାତା ପ୍ରଭୁ ହେ ଗଜାନନ
ବିଘ୍ନ ବିନାଶକ ଶିବ ନନ୍ଦନ..

ତୁମରି ଆଶିଷ କରୁଣା ପାଇ
ଜୀବନର ନର୍କ ଯାଏ ମୁଁ ଡେଇଁ..

ଅଜ୍ଞାନ କୁ ଦିଅ ଜ୍ଞାନ ଆଲୋକ
ଦୂର ହୋଇ ଯାଉ ଜୀବନୁ ଶୋକ..

ନରେନ୍ଦ୍ର କୁମାର ସ୍ବାଇଁ
ଗୋଳାବନ୍ଧ, ଗଞ୍ଜାମ ।

ନରେନ୍ଦ୍ର କୁମାର ସ୍ବାଇଁ ଙ୍କ ଦ୍ଵାରା ଲିଖିତ

ଉଚ୍ଚ ନୀଚ୍ଚ




ଦୁଃଖ ଲାଗେ ମୋତେ ଦେଖିଲେ ନୟନେ
ଛୁଆଁ ଅଛୁଆଁ ର ନୀତି,
ଉଚ୍ଚ ଆଉ ନୀଚ୍ଚ ଭାବନାରେ ଆମ
କଟୁ ଅଛି ଦିନ ରାତି…

ନୀଚ୍ଚ କୂଳେ ଜନ୍ମ ପାଇଥାନ୍ତି ଯିଏ
ମଣିଷ କି ସେହି ନୁହେଁ,
ହରିଜନ ବୋଲି ନାମ ସେ ବୋଲାଏ
ହରୀଙ୍କର ଭକ୍ତ ସିଏ…

ତଥାପି ମଣିଷ ଅମଣିଷ ସମ
କରେ କେତେ ହତାଦର,
ଛୁଇଁ ଦେଲେ କାଳେ ସୁଦ୍ଧ ନଷ୍ଟ ହେବ
ମନେ ଥାଏ ୟାଙ୍କ ଡର…

ଦେଖିଅଛି କେତେ ଗ୍ରାମେ ସେମାନଙ୍କୁ
ମନ୍ଦିର କୁ ଯିବା ମନା,
ଉଚ୍ଚ ଜାତିର ଏ କଠୋର ନିୟମ
ଭାବନ୍ତି ନିଜକୁ ସୁନା…

ଭୋଜି କାର୍ଯ୍ୟ ହେଲେ ଅଲଗା ବସାନ୍ତି
ନ ମିଶାନ୍ତି କାହା ସାଥେ,
ହାତେ ଛାଡ଼ି ତାଙ୍କୁ ଖାଦ୍ୟ ପରସନ୍ତି
ଉଚ୍ଚ ଜାତି ଲୋକ ଯେତେ…

ନୀଚ୍ଚ କୂଳେ ଜନ୍ମ ପାଏ ଯେଉଁ ନର
ତାହାର ତ କେଉଁ ଦୋଷ,
ରକ୍ତ ମାଂସେ ଗଢା ଶରୀର ଟି ତାର
ତୁମ ପରି ସେ ମଣିଷ…

ନରେନ୍ଦ୍ର କୁମାର ସ୍ୱାଇଁ ଙ୍କ ଦ୍ଵାରା ଲିଖିତ…

ପରଦେଶୀ ଚଢ଼େଇ…



ପରଦେଶୀ ଚଢ଼େଇ ଯେ ଆମେ
ନାହିଁ ଆମ ସ୍ଥାୟୀ ଘର,
ପର ଦେଶେ ଆମେ କରି ଦୀର୍ଘ ଯାତ୍ରା
ପାଲଟିଲୁ ଯାଯାବର..

ସ୍ବଦେଶ ରେ ସିନା ଜନ୍ମ ହେଲୁ ଆମେ
ସେଠି ଆମେ ନୁହଁ ସ୍ଥାୟୀ,
ଅର୍ଥର ଅଭାବ ପୂରଣ ପାଇଁ କି
ଆସିଛୁ ବିଦେଶ ଧାଇଁ…

ସଭିଏ ଭାବନ୍ତି ବିଦେଶକୁ ଗଲା
କମେଇବ କେତେ ଟଙ୍କା,
ସେଇ ଟଙ୍କା ପଛେ କେତେ ପରିଶ୍ରମ
ଅଣ୍ଟା ତ ହେଲାଣି ବଙ୍କା…

ଯଦିବା ଖରାପ ହୁଏ ଆମ ସ୍ବାସ୍ଥ୍ୟ
ଦେଖିବା କୁ କେହି ନାହିଁ,
ଅସ୍ୱାସ୍ଥ୍ୟ ହେଲେ ବି ସହି ସ୍ବାସ୍ଥ୍ୟ ପୀଡ଼ା
କାମକୁ ଯାଉଛୁ ଧାଇଁ…

କାମ ସାରି ଘର ଆସିଗଲା ପରେ
ଘରେ ରୋଷେଇର କାମ,
ଆଖି ବୁଜି ଆଖି ଅନେଇବା ପରେ
ପୁଣି କମ୍ପାନୀ ର ନାମ…

ଦିନ ଦିନ କରି କାଟୁ ଅଛୁ ସିନା
ଖୁସି ତ ପାଉନୁ ଖୋଜି,
ଜୀବନ ର ସ୍ଵାଦ କେମିତି ପାଇବା
ସବୁ ତ ଗଲାଣି ହଜି…

ନରେନ୍ଦ୍ର କୁମାର ସ୍ୱାଇଁ
ଗୋଳାବନ୍ଧ, ଗଞ୍ଜାମ

ଯେଉଁ ଭାଇ ମାନେ ନିଜ ଘର ଛାଡ଼ି ବାହାର ରାଜ୍ୟ କୁ ଚାକିରି ପାଇଁ ଯାଉଛନ୍ତି ସେମାନଙ୍କ ପାଇଁ ଏହି କବିତାଟି ସମର୍ପିତ 🙏🙏🙏

ସାର୍…

କବିତା ପାଠାଗାର

ସ୍ୱାର୍ଥପର



ଏଠି ସବୁ ସ୍ୱାର୍ଥପର ହୋଇଯିବେ ଯଦି
ନିସ୍ୱାର୍ଥପର ଭଲ ପାଇବା ଦୁନିଆ ରୁ
ଲିନ ହୋଇଯିବ ।
ଯଦି କୁହାଯାଏ ତେବେ ପ୍ରକୃତ ସ୍ୱାର୍ଥପର ହିଁ
ଅସଲି ସମ୍ପର୍କ ର ଚାବିକାଠି
ଯେଉଁଠି ସ୍ବାର୍ଥ ନାହିଁ ସେଠି
ଭଲ ପାଇବା କେବଳ ଛଳନା ମାତ୍ର ।
ଯେଉଁଠି ସ୍ବାର୍ଥ ଅଧିକାର କୁ ସାବ୍ୟସ୍ତ କରେ
ସେଠି ଭଲ ପାଇବା ସୁଦୃଢ଼ ହୁଏ
ବାକି ଯେଉଁଠି ସ୍ବାର୍ଥ ନଥାଏ
ସେଠି ଭଲ ପାଇବା ହିଁ
ଛଳନା ଯୁକ୍ତ ହୋଇ ପଡେ ।

ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ…

ତୁମେ ମନେ ପଡୁଛ କାହିଁ ??

ଭାବେ ଅଳ୍ପ ରାଗିବି ବାହାନାରେ
କିନ୍ତୁ ଯେବେ ନ ମନେଇବ ତେବେ
ରାଗ ଛୁଏଁ ଗଗନରେ…

ଆଜି ବହୁତ୍ ଖୋଜୁଛି ମନ
କିନ୍ତୁ ଜାଣେ, ନା ତୁମେ ଅବା ମୁଁ
ଆମ ପାଇଁ ଅପହଞ୍ଚ ସେ ସପନ…

କେଜାଣି କାହିଁକି ପୁଣି ଭାରି ଝୁରୁଛି
ଏ ଘର ଅଗଣା ଆଉ ତୁମ ସ୍ତ୍ରୀ
ତୁମକୁ ଭାରି ମିସ୍ କରୁଛି…

କହି ପାରେନା ସିନା ମନ କଥା
କିନ୍ତୁ ମନ ଭିତରେ ଲୁଚି ରହିଛି
କେତେ ଯେ ଅଜସ୍ର ବ୍ୟଥା…

ଶୁଣିବାକୁ କେହି ନାହିଁ ମୋର ବାର୍ତା
ତୁମକୁ କହିବାକୁ ଫୋନ୍ କରେ
କିନ୍ତୁ କହି ଯାଏ ଅନ୍ୟ କଥା…

ଓଡ଼ିଆ କବିତା ର ସମାହାର

କଣ କରିବି ଯେ ପାଖେ ନାହଁ ତୁମେ
କେତେ ଯେ ପ୍ରେମ ସାଇତା ରଖିଛି
ଏ ଅସଜଡା ମନେ…

ଥରେ ଦେଖି ଯାଅ ବୋଲି କହି ହୁଏନି
କଣ କରୁଛି ଏଵଂ କେମିତି ଅଛି
ଏକା ଛାଡ଼ି ଯାଇଥିବା ତୁମର ସେ ଅର୍ଦ୍ଧାଙ୍ଗିନୀ…

ମନେ ପଡ଼ି ଯାଏ ମୋର ଅତୀତ ରାଗ ଋଷା
କିନ୍ତୁ ଖୁସିର ଲୁହ ସାଥେ ମନେ ପଡେ
ତୁମ ଭଲ ପାଇବା ଗାଲ ଚିମୁଟା…

ତୁମ ମନେଇବା ଅଜବ ପ୍ରକାର
ପାଖକୁ ଟାଣି କାନେ ମଜା କଥା କହି
ମୋ ଚେହେରା କୁ ନିରିଖି ରହି
ଆଖି ଠାର ଦେଇ ମୋତେ ହସେଇବାର…

ହାରି ଯାଆନ୍ତି

ଆଜି ସେ ସ୍ମୃତି ଦୋହରି ଯାଏ
କିନ୍ତୁ ତୁମେ ନାହଁ ବୋଲି ଦୁଃଖରେ
ଏ ଆଖି ଦୁଇଟି ବାରମ୍ବାର ଓଦା ହୋଇ ଯାଏ…

ଜାଣିଛି ଦୂରତା ସବୁଦିନ ରହିବ ନାହିଁ
କିନ୍ତୁ
ଆଜି ତୁମେ ଭାରି ମନେ ପଡୁଛ କାହିଁ ???
ଆଜି ତୁମେ ଭାରି ମନେ ପଡୁଛ କାହିଁ ???

ରୁବି ନାହାକ (ଲେଖିକା)

ଆରେଞ୍ଜ୍ ମେରେଜ ର ପ୍ରଥମେ ଝିଅ କୁ କଣ ପଚାରିବେ ???

ରିନା….

ଅନ୍ଧାର ରାତିର ଦୀପ ଟିଏ

ଆମେ ଶିଖିତ ମନୁଷ୍ୟ ସମାଜ
ଜାତି ବ୍ୟବସ୍ଥା ଛୁଆଁ ଛୁତ ପାଇଁ
ନିଜ ନିଜ ଭିତରେ ଭେଦଭାବ କରୁ
ଏହା ବଡ ବିଚିତ୍ର କଥା ।

ମନୁଷ୍ୟ ସମାଜ ର ଏହିଁ ଅବସ୍ଥା ଦେଖି
ଜଙ୍ଗଲ ର ପଶୁ ହସିଲେ
ପକ୍ଷୀ ହସିଲେ
ହସି ଉଠିଲେ ବୃକ୍ଷ ଲତା ।

ଆକାଶ ସୂର୍ଯ୍ୟ ଚନ୍ଦ୍ର ଏବଂ କୋଟି କୋଟି ତାରା
ଏହି ମାଟି ପାଣି ପବନ ଭେଦ ଭାବ କରୁ ନାହାନ୍ତି ପରା।

ମାଟି ପାଣି ପବନ ନିଆଁ ରେ ଗଢା ଏ ଶରୀର
କିପରି ଆମେ ଅଛୁତ ହେଲୁ ଟିକେ କରିଲ ବିଚାର ।

କାହାକୁ ଛୁଇଁଲେ ଆମକୁ ମାଡ ମାରୁଥିଲେ
ଆମ ପ୍ରଛାୟା କାହା ଉପରେ ପଡିଲେ ଦୂରେଇ ଯାଉଥିଲେ ।

ପଶୁ ପକ୍ଷୀ ଠୁ ବି ହିନସ୍ଥା ଜୀବନ ରହିଥିଲା ଆମର
କିଏ ଆମ ପାଇ ପଦେ କହୁ ନ ଥିଲେ
ସମସ୍ତେ କରିଲେ ପର
କିନ୍ତୁ ଆମେ ଚାହୁଁ ନିଜର ।

ବିଦ୍ୟାଳୟରେ ପ୍ରବେଶ ନଥିଲା
ନା ଆମକୁ ପ୍ରବେଶ ଥିଲା ମନ୍ଦିର
ବାଟ ରେ ଚାଲିବା ଅଧିକାର ନାହିଁ
ଭରିଯାଉଥିଲା ରକ୍ତରେ ଆମ ଶରୀର ।

କୁଅ ନଳକୁଅ ର ପାଣି ପିଇବା ମନା
କେମିତି ମେଣ୍ଟିବ ଆମର ଶୋଷ
ଦଳିତ ପରିବାରେ ଜନମ ହେଲୁ
ଆମର କଣ ଯେ ଦୋଷ ।

ଘୋର ଅନ୍ଧାର ରାତିରେ ଜଳିଲା
ଗୋଟିଏ ଦୀପ ଆମ ଦଳିତ କୂଳେ
ପାଠପଢୁ ଥିଲେ ଛୁଆ ଛୁତ ଭେଦଭାବ ପାଇ
ବିଦ୍ୟାଳୟ ପରିସର ଗଛ ମୂଳେ
ପିଉ ଥିଲେ ପାଣି ଚପରାସି
ହାତେ ଦେଲେ ଢାଳି ପାଣି ।

ବହୁତ ଦୁଃଖ ଯନ୍ତ୍ରଣା ର ଆମ ଜୀବନ କାହାଣୀ
ଦେଶ ବିଦେଶ ବୁଲି ବୁଲି ନିଜେ ପଢିଲେ ପାଠ
ଖୋଜିବେ ବୋଲି ଜାତି ଛୁଆ ଛୁତ ମୁକ୍ତିର ବାଟ ।

32ଡିଗ୍ରୀ ହାସିଲ କରି ଶିଖିଲେ ଭାଷା ନଅ
ମାନସ ସୃତି ପୁସ୍ତକ କୁ ନିଆ ରେ ଜଳାଇଲେ ଡହଡହ ।

ଆଜାଦ ଭାରତ ର ଆଇନ ମନ୍ତ୍ରୀ ହୋଇ
ଲେଖିଲେ ଭାରତ ର ସମ୍ବିଧାନ
ଦେଖାଇ ଦେଲେ କଲମର ତାକତ ଭୀମ ରାଓ ମହାନ
ଦଳିତ ଶୋଷିତ ଅଛୁତ ପଛୁଆ ବର୍ଗ କୁ ଦେଲେ ଆରକ୍ଷଣ  ।

ଶିଖିତ ସଜାଗ ସଂଗଠିତ ହେବା କୁ ଦେଲେ
ଆମ ସମାଜେ ଧ୍ୟାନ
ହିନ୍ଦୁ ଧର୍ମ ତ୍ୟାଗ କରି
ନେଲେ ବୌଦ୍ଧ ଧର୍ମ ।

ଦଳିତ ଶୋଷିତ ପଛୁଆ ବର୍ଗ ର ଲୋକ କୁ
ମିଳିଲା ମାନ ସମ୍ମାନ
ମୃତ୍ୟୁ ପରେ କରି ଥିବା କାମ ପାଇଁ
ପାଇଲେ ଭାରତ ରତ୍ନ ସବୋର୍ଚ ସମ୍ମାନ
ଆମ ଭାରତର ଦଳିତ ର ସ୍ୱାଭିମାନ ।

ଗୋଟେ ହାତ ରେ ସମ୍ବିଧାନର ଧାରା
ଅନ୍ୟ ହାତରେ ଉଚିତ୍ ମାର୍ଗ ର ରୁଖ ।
କାହିଁକି ନା ସମ୍ବିଧାନ ଦେବ
ଆମକୁ ଅସୀମ ସୁଖ ।

ପାଠ ଯଦି ଆମେ ନ ପଢିବା ତେବେ
ମନୁଷ୍ୟ ସମାଜର ଲୋକ ଆମକୁ କରିବେ ଲୁଟ
ଚିରା ଫଟା ମଇଳା ପୁରୁଣା ପୋଷାକ
ଛାଡି ପିନ୍ଧିବା ଆମେ ସୁଟ ବୁଟ ।

ହୃଷିକେଶ କୁଶୁଲିଆ (ଲେଖକ)
ମୁନିଗୁଡ଼ା, ରାୟଗଡ଼ା ।

ନାରୀ ବଞ୍ଚାଅ


ନାରୀ ଆମ ମାତା,
ନାରୀ ଆମ ଭଗିନି
ନାରୀ ଆମ ଜୀବନ ରେଖା
ନାରୀ ଆମ ଝିଅ,
ନାରୀ ଆମ ପ୍ରେମିକା
ନାରୀ ଆମ ଅର୍ଦ୍ଧାଙ୍ଗିନୀ ପ୍ରାଣ ଶଖା
ନାରୀ ଜନମ ଦାତ୍ରି
ନାରୀ ପାଳନ କରତା
ନାରୀ ପରା ଆମ ଭାଗ୍ୟ ବିଧାତା
ନାରୀ ଆମ ଶିକ୍ଷକ
ନାରୀ ଆମ ରକ୍ଷକ
ନାରୀ ପରା ସର୍ବସୟା ମାଆ ବସୁନ୍ଧରା
ନାରୀ ମାନଙ୍କୁ ଯୌତୁକ ପ୍ରଥା ପାଇଁ
ମଣିଷ ସମାଜରେ ଦେଉଛନ୍ତି ନିର୍ଯାତନା, ପ୍ରାଣ ଦଣ୍ଡ
ନାରୀ ନ୍ୟାୟ ପାଇବା ପାଇଁ ନ୍ୟାୟାଳୟ ଅଫିସ୍ ବୁଲୁଛି ଦାଣ୍ଡ ଦାଣ୍ଡ
ନାରୀକୁ ସମ୍ମାନ ନାରୀକୁ ସୁରକ୍ଷା
ଯୋଗାଇ ଦେବ ଆମ ସମାଜରେ କିଏ
ସମାଜରେ ବଡ ଲୋକମାନେ କୁମ୍ଭକର୍ଣ୍ଣ ନିଦ୍ରାରେ
ସୋଇଛନ୍ତି ପରା ସେ
ନାରୀ ନିର୍ଯାତନା ଯୌତୁକ ପ୍ରଥା ନ ହଟିଲେ ଦେଶେ
ଜନମିବେ କେମିତି ବିର
ମାତୃଭୂମି ର ରକ୍ଷା ପାଇଁ କିଏ ଦାନ କରିବ ନିଜର ସିର
ସତୀଦାହ ପ୍ରଥା ହଟିଲା ବୋଲି ନାରୀ ମାନେ ଟିକେ ଶାନ୍ତି
ନାରୀ ସୁରକ୍ଷା ପାଇଁ ଦିନେ ହେବ ସମାଜରେ ବଡ କ୍ରାନ୍ତି
ମଣିଷ ରୂପ ଦାନବ ମାନେ ନାରୀ ବୃଣକୁ ଦେଉଛନ୍ତି ମାରି
ଯୌତୁକ ପ୍ରଥା ହଟାଅ ନାରୀ ମାନଙ୍କୁ ବଞ୍ଚାଅ କରୁଛୁ ଆମେ ଗୁହାରି।

ହୃଷୀକେଶ କୁଶୁଲିଆ
ମୁନିଗୁଡ଼ା, ରାୟଗଡ଼ା

କେବଳ ହୃଷୀକେଶ କୁଶୁଲିଆ ଙ୍କ ସମସ୍ତ କବିତା ଗୁଡ଼ିକ ପଢନ୍ତୁ

ତଥାପି ବଞ୍ଚିଛି…



ମୁଁ ଫେରିଛି ତୁମ ଠାରୁ
ଜୀର୍ଣ୍ଣ, ଶିର୍ଣ୍ଣ ଧୂମୀଳ ଗୋଧୁଳିକୁ
ସାକ୍ଷୀ କରି…
ମୁଁ ବଞ୍ଚିଛି ଗତ ତିନି ଶହ ପଞ୍ଚ ଷଠିଦିନ ହେଲା
ମୁଁ ବଞ୍ଚିଛି ଅତିତରୁ ପାଦ ଫେରାଇ
ତୁମ ସ୍ନେହ ଓ ପ୍ରେମ ବିନା…
ତୁମ ଛଳନା -ପ୍ରବଞ୍ଜନା – ଅହଙ୍କାର
ତୁମ ଆତ୍ମଗର୍ବକୁ ପଦାଘାତ କରି;
ମୁଁ ତିଷ୍ଠି ଯାଇଛି
ବର୍ଣ୍ଣାଳୀ ରଏକ ନୂତନ ଦୁନିଆରେ
ବିଚିତ୍ର ଭବିଷ୍ୟତ କୁ ନେଇ… ।
ବର୍ତମାନ ମୁଁ ଫେରିଛି ନୂତନ ଦୁନିଆକୁ
ପ୍ରେମର – ବିଶ୍ଵାସର – ସାର୍ଥକତାର ମର୍ଯ୍ୟାଦା ଭିତରକୁ
କିନ୍ତୁ ….ତୁମେ ବନ୍ଦୀ
ଗୋଟିଏ କଦର୍ଯ୍ୟ ବେସାହାରା ସମୟ ପାଖରେ…
ତୁମେ ଉପେକ୍ଷା କଲ
“ମୁଁ ତ୍ୱର” ଲୋଭରେ, ଟଙ୍କାର ମାୟାରେ
ତୁମେ ଲୁକାୟିତ ମୋ ପ୍ରତୀକ୍ଷାରେ
ବୁଢୀମା ଅସୁରୁଣୀ ଗଳ୍ପରେ
ଆଜି କିନ୍ତୁ ପ୍ରତି ବନ୍ଧକ ରୁ ମୁଁ ଉନ୍ମୁକ୍ତ…
ଏକ ନୂତନ କାହାଣୀ ର ପରିଚୟ ଭାବେ
ମୋ ଆଶାର ସାମ୍ରାଜ୍ୟ
ନୂତନ ଦିଗନ୍ତର ସମ୍ରାଟ ଭାବେ। ।


*ମନୋଜ କୁମାର ବେହେରାଙ୍କ ଲେଖନୀରୁ…*
*ସୁବୁଦ୍ଧି ପଲ୍ଲୀ, ଗଞ୍ଜାମ ।*

Victory

Everyone says with different assurances
Everything it will be fine very soon, what happened is very bad, such a person is not found in the world!!!!

And how much hope, how much peace,
So what is the eternal immortality?

Or just for a few days???
Or just to forget that guy???
They only give peace!

Everyone knows that nobody belongs here
All false hopes, and with false promises
They comes in your very near and sits next to him.
Even so, people put their fingers in their noses and Smiling is also done in front of your eyes.

If I have a broken leg
I have to walk with the stick of hope.

Some will be my hope
He didn’t expect me.
If I am helpless today ? So how ?? go ahead !! All the problems must be solved with your strong confidence.

Hey God Father,
Treat me like your own child
Give strength and power
How about all my situation
Revived
inspire me
In this cruel world
I can give an example of victory.

By N Bhuyan, Writer

ସମୟ



ପୂର୍ବ କାଳରେ ଆମ ଲୋକମାନେ ସୂର୍ଯ୍ୟ,ଚନ୍ଦ୍ର, ତାରା,ଗ୍ରହ,ନକ୍ଷତ୍ର କୁ ଦେଖି
ଅନୁମାନ କରୁଥିଲେ ସମୟ କୁ ରାତି ଦିନ…
ନାହିଁ ତାର ରୂପ ରଙ୍ଗ ରେଖା ନାହିଁ ଚକ୍ଷୁରେ ସେ ଯାଉଥିଲା ଦେଖା
ତଥାପି ସମୟକୁ କରୁଥିଲେ ଅନୁଭବ ମନେ ମନେ..

ବଜାରରେ ଆମେ ହାତ ଘଣ୍ଟା ଓ କାନ୍ଥ ଘଣ୍ଟା କିଣିପାରିବା ହେଲେ ସମୟ କୁ ନୁହଁ..
ବିଶ୍ବରେ କୌଣସି ବ୍ୟାଙ୍କ୍ କୌଣସି ଧନୀ ଲୋକ ସମୟ କୁ କିଣି ପାରିବେ କି କୁହ…

ସମୟ ସୂଚକ ଯନ୍ତ୍ର ଖରାପ ହେଲେ
ସମୟ ଅଟକି ରହେନି ସେଠାରେ କେବେ..
ସମୟ କେବେ ବିଶ୍ରାମ କରେନା କାହାକୁ ଅପେକ୍ଷା କରେନା
ହେଉ ପର୍ବ ପର୍ବାଣି ହଉ ଯୁଦ୍ଧ ବନ୍ୟା,ବାତ୍ୟା,ମରୁଡି ତେବେ…

ପ୍ରତିଦିନ ସମସ୍ତ ଙ୍କୁ ମିଳେ 24 ଘଣ୍ଟା ସମୟ ମାତ୍ର
କାହାକୁ ମିଳେନି କମ୍ କିମ୍ବା ବେଶୀ..
ଯେଁଉ କାଯ୍ୟ ପାଇଁ ଆମେ ଅଧିକା ସମୟ ଦେବା
ସେ କାଯ୍ୟ ଦ୍ଵାରା ପାଇବା ଆମେ ମାନ ସମ୍ମାନ ହସି ହସି…

ଧିରେ ଧିରେ ବଦଳି ଯାଉଛି ଆମ ଶରୀର ଏବଂ ପ୍ରକୃତିର ରୂପ ରଙ୍ଗ ଛବି..
କେତେ ସୁନ୍ଦର ଭାବରେ ଉଦୟ ହେଉଛନ୍ତି ପ୍ରାଚୀର ଦେଖ ରବି…

Hrusikesh Kushulia
Muniguda, Rayagada

ମନ ଖୋଜେ ଭଲ ଜୀବନ ସାଥି କବିତା ଟିକୁ ପଢନ୍ତୁ

ବସ୍ତ୍ର



ଦିନକୁ ଦିନ, ବର୍ଷ କୁ ବର୍ଷ, ବଦଳୁଛି ଫେସନ୍ …
ଟଙ୍କା ଲୁଟି ନେବା…..ଗୋଟିଏ ଏ ହାତ
ବଡ କନେକ୍ସନ୍ ….ହୋ….ବଡ କନେକ୍ସନ୍…


ଭାରତୀୟ ପୋଷାକ…..ଦେଖିବାକୁ
ଜମା ମିଳୁ ନାହିଁ …..
ବିଦେଶୀ ପୋଷାକ ଗ୍ରହଣ ଯେ ….. କଲେ
ଆମର ଭଉଣୀ ଭାଇ…..


ଦିନକୁ ଦିନ ବର୍ଷ କୁ ବର୍ଷ
କପଡ଼ା ହେଲା ଛୋଟ…..ଅତି ଛୋଟ
ଲାଜ ସରମ ଟିକିଏ କରନ୍ତି ନାହିଁ
ପିନ୍ଧି ହସି ଉଠାନ୍ତି ସେଲଫି ଫୋଟ…

ଶରୀର ରକ୍ଷା ଲଜ୍ଜ୍ୟା ନିବାରଣ ପାଇଁ
ପରିଧାନ କରୁ ଆମେ ବସ୍ତ୍ର…
ବସ୍ତ୍ର ହରଣ ପାଇଁ ଭାରତ ବର୍ଷରେ
ମହାଭାରତ ଯୁଦ୍ଧରେ ରକ୍ତ ସ୍ନାନ କଲା ଅସ୍ତ୍ର…

ଆଜି ଯଦି ଆମେ ସଚେତ ନହେଲେ
ହେବ ଆଉ କିଏ ଏଠି…
ଭାରତୀୟ ପୋଷାକ ପରିଧାନ କରିବା ଆମେ
ଭାରତ ବାସି ଏ ଆମ ଜନମ ମାଟି…

ହୃଷୀକେଶ କୁଶୁଲିଆ
ମୁନିଗୁଡ଼ା, ରାୟଗଡ଼ା ।

ଲେଖକ ଙ୍କ ” ଛାଡ଼ପତ୍ର” କବିତା କୁ ପଢନ୍ତୁ

ଗାଈ ବାଛୁରୀ


ଛୁଆ କୁ ଛାଡ଼ି ଦେଇ
ମାଆ କୁ କାହିଁକି ନେଲ,
ଏତେ ବଡ ଅନ୍ୟାୟ
କାହିଁକି କଲ ପ୍ରଭୁ କାହିଁକି କଲ ।।

ଖଣ୍ଡ ବିଖଣ୍ଡିତ କରି ମାଂସ ଖାଉଛନ୍ତି
କୁକୁର, ବିଲେଇ, କୂଆ,
ମାଛି ଉଡୁଛନ୍ତି ବୁଣୁ ବୁଣୁ ହୋଇ ଧୁଆଁ ।।

ମୃତ୍ୟୁ ମାଆର କ୍ଷୀର ପିଉଛି ବାଛୁରୀ
କିପରି ଖାଇବ ଘାସ,
ମାଆ ହିଁ ଥିଲା ସବୁ କିଛି ଆଉ ସାହା ଭରଷା ।।

କରିଦେଲ ସର୍ବନାସ
ବାଛୁରୀର ମାଆ ମାଆ ଡାକଶୁଣି
ଗାଈ ଆସୁଥିଲା ଧାଇଁ ଧାଇଁ ନୀତି
ଆଜି ଯେତେ ଡାକିଲେ ସୁଦ୍ଧା
ମାଆ କାହିଁକି ଉଠୁନାହିଁ,
ମାଆ କାହିଁକି ଉଠୁନାହିଁ।।

ଛୁଆର ରକ୍ଷା ପାଇଁ ମାଆ
ନିଜ ଜୀବନ କୁ ଲଗାଉ ଥିଲା ବାଜି,
ରାହା ଧରି ଅନାଥ ବାଛୁରୀ କାନ୍ଦୁଅଛି ଆଜି ।।

ମାଲିକ ସେବାଯତ୍ନ ନେଲା ନାହିଁ ତାର,
କ୍ଷୀରରେ ନିର ମିଶାଇ ପିଉଥିଲା ବାରମ୍ବାର,
ଗାଇ କୁ ଦେଖୁଥିଲେ କହୁଥିଲା ଗୋମାତା,
ଗାଈ ଥିଲା ତାର ରୋଜଗାରର ପନ୍ଥା ।।

Hrusikesh Kushulia
Muniguda, Rayagada.

ମନ ଖୋଜେ ଭଲ ଜୀବନ ସାଥି

*ମନ ଖୋଜେ ଭଲ ଜୀବନ ସାଥି*


ବିଶାଳ ଜନ ସମୁଦ୍ର କୁ ଦେଖି
ନୀତି ମନେ ମନେ ଭାବେ
କିଏ ହେବ ମୋ ଜୀବନ ସାଥି…

ତା ଅପେକ୍ଷା ରେ ବିତିଯାଉଛି କେତେ ବର୍ଷ ମାସ ଋତୁ
କେତେ ଯେ ଦିନ ରାତି…

ଯାହାକୁ ଦେଖିଲେ ମୁଁ ସେ ଲାଗୁଛି ମୋତେ ଭଲ…
କାହାକୁ କହିବି ହଁ, କାହାକୁ କହିବି ନା,
ମନ ବିଚାର ପତି ଗାଁ ଲୋକ ଓକିଲ ଯେ ଏ କି ମୋ କର୍ମ ର ଫଳ…

ବଜାର ର ଟୋପେ ସିନ୍ଦୂର ମାତ୍ର ଅଳ୍ପ ମୂଲ୍ୟ ଏଠି ତାର…
ଯେବେ ସେ ସିନ୍ଦୂର କାହା ମଥାରେ ଲାଗେ ହୁଏ ବହୁ ମୂଲ୍ୟ ତାର…

ମନରେ ଉଠେ ଯେ ଅନେକ ପ୍ରଶ୍ନ କିଛି କାହାକୁ କହି ହୁଏନା…
ତଥାପି ଯଦି ଚୁପ୍ ଥିଲେ କିଏ ଚୁପ୍ ରହିବାକୁ ଦିଏନା…

କିଏ କାହାକୁ ମନେ ଭଲ ପାଉଛ କିଏ କାହାକୁ ମନ ଦେଇଛି,
ଏରେଞ୍ଜ ମେରେଜ୍ କରିବା ଏ ଦୁନିଆରେ ବହୁତ୍ କଷ୍ଟ…
କାହିଁକି ନା ଅସାମାଜିକ ହୋଇ ଲୋକ ହୋଇଗଲେଣି ଏଠି ନଷ୍ଟ…

ମନରେ ରହେ ଅନେକ ଆଶା ଆଖି ଦେଖେ ଅନେକ ସ୍ବପ୍ନ…
ବାରମ୍ବାର ଦେଖେ ନୀତି କାନ୍ଥ ର ଦର୍ପଣ…

ନୂଆ ପୋଷାକ ପିନ୍ଧେ ନୂଆ ଷ୍ଟାଇଲ ରେ…
ନୂଆ କଥା କହେ ମୁଁ ଦେଖେ ମୋବାଇଲରେ…

ଝିଅ ଦେଖିବା କୁ ଯାଇ କେଉଁଠି ପାଏ ସମ୍ମାନ ତ କେଉଁଠି ପାଏ ଅପମାନ…
ଉପର ବାଲା ତ ଯୋଡ଼ି ବନାଇବ କରିବି କାହିଁ ଯେ ଅଭିମାନ…

Hrusikesh Kushulia
Muniguda,Rayagada

ଅନ୍ୟ କବିତା ଗୁଡ଼ିକ ପଢ଼ିବା ପାଇଁ କ୍ଲିକ୍ କରନ୍ତୁ

Status…

Status…
ମୁଁ ବି ଦିନେ ଜୀବନକୁ ପଢିବାକୁ
ଚେଷ୍ଟା କରିଥିଲି
ହେଲେ ଜୀବନର ପ୍ରତ୍ୟେକ ଶବ୍ଦ ଭିତରେ
କେବଳ ଘୃଣା, ଦୁଃଖ, ଯନ୍ତ୍ରଣା ଆଉ ଶୋକ କୁ ହିଁ ପାଇଲି
ତଥାପି ପଢ଼ି ଚାଲିଛି
ଟିକିଏ ଭଲ ପାଇବା ଆଶାରେ…..

Reply…(୧)
କିନ୍ତୁ ସେ ରାସ୍ତାରେ ଭଲ ପାଇବା ବଦଳରେ କେବଳ ସ୍ବାର୍ଥ ଆଉ ନିନ୍ଦା ହିଁ ମିଳି ଥାଏ।
କିନ୍ତୁ ଭଲ ପାଇବା ର ରାସ୍ତା ଅସୀମ
କେତେବେଳେ
କେଉଁ କୋଣରୁ କେବେ ସେ ପୂର୍ଣ୍ଣ କଳସ ଭରା
ଆଶା ଆମ ସବୁ
ପ୍ରଶ୍ନ ର ଉତ୍ତର ସାଜିବ
ସେ ଅପେକ୍ଷାରେ ଅଗ୍ରସର ହୋଇ ଚାଲୁଥାଅ।
କିନ୍ତୁ ଟିକିଏ ଭଲ ପାଇବା ଆଶାରେ
ମଣିଷ ଆଜି ମଧ୍ୟ ପ୍ରୟାସ ରତ…

Status replying…(୧)
ସୁନ୍ଦର ଶବ୍ଦ ଭରା ସନ୍ଦେଶ ଟିଏ…


Reply…(୨)
ହେଲେ ମଣିଷ ଖୋଜେ ଖାଲି ପ୍ରେମ….


Status replying…(୨)
ହଁ…

Reply…(୩)

କବିତା ର ସାରାଂଶ କେବେ ସରେନି
ସରିବାକୁ ପଡ଼ିଥାଏ ଯେମିତି ଭଲ ପାଇବା ଭିନ୍ନକ୍ଷମ ହୋଇ ପଡେ ସେମିତି…

Status replying…(୩)
ସେଇଟା ତ ସତ…


Reply…(୪)
ଭଲ ପାଇବା ଖୋଜି ଖୋଜି
ଶବ୍ଦ ଛନ୍ଦ ରେ ନିଜକୁ ଛନ୍ଦି
କେବେ ଅସୀମ ଗର୍ତ୍ତ ରେ ନିଜକୁ ସମର୍ପଣ କରିବାକୁ ଚେଷ୍ଟା
ନଗଣ୍ୟ ମୂର୍ଖାମି ଯୁକ୍ତ ଅଟେ…


Reply…(୫)
ଶବ୍ଦ ସରେନୀ ସଖି
ତାକୁ ଅନ୍ତିମ ଶବ୍ଦ ପର୍ଯ୍ୟନ୍ତ
ସେ ନିଜେ ଲମ୍ବି ବାକୁ
ଇଚ୍ଛା ରଖେ
ଯେମିତି ମଣିଷ ଟିଏ…

Reply…(୬)
ଅନ୍ତିମ ଶବ୍ଦ ପାଇଁ ଇଚ୍ଛା ରଖିଥିବା
ମଣିଷ ଟିଏ
ଦ୍ଵନ୍ଦ ରେ ପଡ଼ିଯାଏ
ମହମ ର ମହାନତା କୁ ଦେଖି
ନିଜେ ଜଳେଇ
ଅନ୍ୟକୁ ଆଲୋକ ଯୁକ୍ତ କରିବା…

ସଖୀ ସୁଚିତ୍ରା ପ୍ରଧାନ ଙ୍କ Status ରୁ କିଛି ଶବ୍ଦ ର ସନ୍ଦେଶ ଯୁକ୍ତ ବାର୍ତ୍ତାଳାପ ରୁ ବର୍ଣ୍ଣିତ….

ଟିକିଲି କାଢି ମୋ ମଥାରେ ଟୋପାଏ ସିନ୍ଦୂର ଦିଅ



ବର ହୋଇ ଆସି କନିଆଁ କରି ମୋତେ ନିଅ,
ମୋ ମଥାର ଟିକିଲି କାଢି ଟୋପାଏ ସିନ୍ଦୂର ଦିଅ ।

ଦେଖା ମିଳୁନ କାହିଁକି ତୁମେ ଆଜିକାଲି,
ହୋଇ ଗଲ କି ସତେ ତମେ ମରୁଭୂମି ବାଲି


ତୁମେ ଥାଉ ଥାଉ ମୋ ହୃଦୟରେ ଆଉ କାହାକୁ କେମିତି ଦେବି ମୁ ସ୍ଥାନ,
କେମିତି ପାଇଥାନ୍ତି ଯେ ଆଉ କାହା ସ୍ତ୍ରୀ ର ସମ୍ମାନ ।

ସମାଜ ଆଖିରେ କରିଦେଲ ମୋତେ ଦୋଷୀ,
ମୋ ଜୀବନ କରିଦେଲ ଅମାବାସ୍ୟା ଅନ୍ଧକାର ଶଷି ।

ମୋ ଜୀବନ ରେ ଆସୁଅଛି ଯେତେ ଝଡ ବନ୍ୟା ବାତ୍ୟା,
କେବେ ବି କରିବି ନାହିଁ ତୁମ ପାଇଁ ମୁଁ ଆତ୍ମହତ୍ୟା ।

ମୋ ଆଖିରୁ ଲୁହ ବହିଯାଉ ଧାର ଧାର,
ଅପେକ୍ଷା କରିଥିବି ହେ ନାଥ,
ଯେଉଁ ପର୍ଯ୍ୟନ୍ତ ମିଳିନାହିଁ ତୁମ ହାତରୁ ମୋ ମଥାକୁ ଟୋପାଏ ସିନ୍ଦୂର ଗାର ।

ହୃଷିକେଶ ଙ୍କ ଦ୍ଵାରା ଲିଖିତ
ମୁନିଗୁଡ଼ା, ରାୟଗଡ଼ା

ପରିବାର



ଦୁନିଆର ସ୍ନେହ ସମ୍ପର୍କ ପ୍ରେମର ଗନ୍ଥା ଘର ଅଟଇ ପରିବାର।
ପିତା, ମାତା ଙ୍କ ଶାସନ ନୀତିରେ ଚାଲୁଛି ଏଠି ପୁରା କାରବାର।।

ଏହି ଘର ପରିବାରରେ ଜନମ ମୋହର।
ପରିବାର ଲାଗେ ସତେ ବୈକୁଣ୍ଠ ଧାମ ସରଗ ପୁର।।

ଶିକ୍ଷା, ଦିକ୍ଷା, କର୍ମ, ଧର୍ମ, ର ଅଟଇ ପାଠଶାଳ।
କେତେ ସୁନ୍ଦର ଗଢ଼ିଛି ଆମ ପରିବାର କୁ ଉପର ବାଲା ।।

ମାଆ ର ମମତା ପଣତ କାନିରେ ଭରି ରହିଛି କେତେ ସୁଖ।
ଏତେ ଯତ୍ନ ରେ ଆମକୁ ରଖିଛି ମାଆ ଛୁଇଁ ପାରୁନି ଦୁଃଖ।।

ନାରୀ ନାରାୟଣୀ ନର ନାରାୟଣ କରନ୍ତି ଏଠି ବାସ।
ନୀତି ପୂଜା ପାଠ କରି ବନୁଛୁ ଆମେ ତାଙ୍କ ଦାସ।।

ଅଭାବ ଅସୁବିଧା ଦୁଃଖ କଷ୍ଟ ଥିଲେ ବି ଆମ କୁ ନାହିଁ ଭୟ।
ଆମ ପରିବାର ର ସମସ୍ତ ଏକତା ପାଇଁ ଆମେ ହେବୁ ବିଜୟ।।

ପରିବାର ପରି ତୀର୍ଥକ୍ଷେତ୍ର ଦୁନିଆରେ କେଉଁଠି ନାହିଁ
ପର କଥାରେ ନିଜ ଘରକୁ କୁ ନଷ୍ଟ କରନି ମୋର ଭଉଣୀ ଭାଇ ।।

ହୃଷୀକେଶ କୁଶୁଲିଆ ଙ୍କ ଲେଖନୀରୁ
ମୁନିଗୁଡ଼ା, ରାୟଗଡ଼ା ।

(ମ ମ ମ ) ମଦ ମଦୁଆ ମଶାଣି



ଚିରା କତରା ମଇଳା ପୋଷାକ ପିନ୍ଧି
ବୁଲେ ଦୁଆର ଦୁଆର ।

କରୁଥାଏ ଲୋକଙ୍କୁ ଆଲିଙ୍ଗନ
କରି ଜୁହାର ଜୁହାର ।।


ମାଗୁଥାଏ ଲୋକ ମାନଙ୍କୁ
କିଛି ଟଙ୍କା ଦିଅ ଦିଅ ।

କହୁଥାଏ ଲୋକ ମାନଙ୍କୁ
ବଞ୍ଚିଥିବା ଯାଏ ପିଅ ପିଅ।।

ରାସ୍ତା ଘାଟ ନାଳ ନର୍ଦମା ରେ
ପଡ଼ି ରହେ ମଦ ପିଇ ମଦୁଆ ।

ମଦୁଆ ପାଟିକୁ ଚାଟନ୍ତି
ମାଛି, ବିଲେଇ କୁକୁର ଛୁଆ।।

ଗଧ ପରି ପରିଶ୍ରମ କରି
ପିଉଥାଏ ସେ ମଦ।

ମଦୁଆ ମନେ ମନେ ଭାବେ
ମଦ ହେଉଛି ଦୁନିଆର ମହା ଔଷଧ ।।

ଘର ପରିବାର ପିଲା ଛୁଆ
ସ୍ତ୍ରୀର କଥାକୁ ସେ ବୁଝେନା ହୋଇଯାଏ ସେ ଅନ୍ଧ ।

ମଦ ପିଇଲେ ସବୁ ଜାଣେ
ସେ ଦୁନିଆର ଭଲ ମନ୍ଦ ।।

ଘରେ ନାହିଁ ପେଜ ଘରେ ନାହିଁ ସେଜ
ମଦୁଆ ଅଟଇ ଧନୀ ।

କାହା ସହିତ ଗଣ୍ଡଗୋଳ କରି
ଟାଣି ଆଣେ ଘରକୁ ଶନି।।

ଟିକେ ବି କରେନା ଲାଜ କି ଶରମ
କରେନା କେବେ ଦୟା କି ଧରମ ।

ମଦ ପିଇ ନାଲି ଆଖିରେ
ହେଉଥାଏ ନିତି ଗରମ ।।

ବଡ ପାଟିରେ ଚିତ୍କାର କରୁଥାଏ
ଉଠିବାକୁ ନାହିଁ ବଳ।

ତା ପାଇଁ ପାଖ ପଡିଶା ଲୋକ
ହୁଅନ୍ତି କଳ ବଳ ।।

କିଡନୀ ଲିବର୍ ଯେବେ ମଦୁଆର
ହୋଇଯିବ ସବୁ ଫେଲ୍।

ତା ନିଜ ଘର ଅଗଣା ବି ତାକୁ
ଲାଗିବ କାରାଗାର ଜେଲ୍ ।।

ମଣିଷ ଜୀବନ ଏ ସଂସାର ସାର
ନା ମଦ ର ଭୁଲ, ନା ମଣିଷ ଭୁଲ
କୁହ ଯେ ଭୁଲ କାହାର ।

ଏ ସୁଯୋଗ ମିଳିବନି ଆଉ
ଆମକୁ ବାରମ୍ବାର ।।

କିନ୍ତୁ ମଦ ପାଇଁ ଭାସି ଯାଏ
କେତେ ଯେ ସୁନା ସଂସାର
କେତେ ଯେ ସୁନା ସଂସାର ।।।


ତେଣୁ ସମସ୍ତ ଜନ ସାଧାରଣ ଙ୍କ ପାଇଁ ଏହା ଏକ କବିତା ରୂପୀ ସନ୍ଦେଶ ଯାହା ସଚେତନ ମୂଳକ ଅଟେ । ଯେ ସମସ୍ତ ଜନ ସାଧାରଣ ସଚେତ ହୁଅନ୍ତୁ ଏବଂ ମଦ କୁ ତ୍ୟାଗ କରନ୍ତୁ ଏବଂ ତ୍ୟାଗ କରିବାରେ ସାହାଯ୍ୟ କରନ୍ତୁ ତଥା ନିଜକୁ ସୁସ୍ଥ ସବଳ ରଖନ୍ତୁ ।

।।। ଧନ୍ୟବାଦ ।।।


ହୃଷିକେଶ କୁଶୁଲିଆ ଙ୍କ ଦ୍ଵାରା ବର୍ଣ୍ଣିତ
ମୁନିଗୁଡ଼ା, ରାୟଗଡ଼ା ।

ହେ ବାପା

ହେ ବାପା

ତୁମେ କେବେ ନିଷ୍ଠୁର ହୋଇ ନଥିଲ,,
ତୁମ ଚୁପ୍ ରେ ହିଁ ଅସରନ୍ତି
ଭଲ ପାଇବା ଲୁଚି ରହି ଥିଲା,,
ତୁମ ନାଲି ଆଖି ହିଁ ଆମ ଜୀବନର ଅନୁଶାସନ ଥିଲା,,
ତୁମ ଚାପୁଡ଼ା ଉତ୍ତମ ରାସ୍ତା ର ପଥ ପଦର୍ଶକ ଥିଲା,,
କିନ୍ତୁ ଭୁଲି ହେଉନି ସେ ସମୟକୁ ???
ନା ଭୁଲି ହେବ ସେ ସମୟକୁ ???
ମାତ୍ର ସେ ସମୟ ଗୁଡ଼ିକ ଏବେ
ଅଙ୍ଗେ ନିଭା ସ୍ମୃତି ସାଜି,
ଆଖି ପଟଳ କୁ ଓଦା କରି ଦିଏ ।

ଇତି
ତୁମ ଲହୁ ର ଆଲୋକ ଟିଏ…..

ଜୀବନ ଦୀପ (Jiban Dipa)

ମଣିଷ ଜୀବନ ଦୀପ ଲିଭିଗଲେ ଲୋକେ ବାରଣ କରି ବସି କାନ୍ଦିବେ
କିନ୍ତୁ ଏପଟେ ପଶୁ ପକ୍ଷୀର ମାଂସ କୁ ଆଣି ଘରେ ରାନ୍ଧିବେ..

ପର ଆପଣା ଲୋକଙ୍କୁ ମନେ ପଡେ ଦରକାର ପଡ଼ିଲେ କାମ
ଚାରି ଦିନ ଲୋକ ନଜରରୁ ହଟିଲେ ଭୁଲି ଯିବେ ଲୋକ ଆମ ନାମ..

ପରିବେଶ କୁ ସଫା ରଖିବା, ମାନି ଚଳିବା ପ୍ରକୃତିର ନିୟମ
ସ୍ବାସ୍ଥ୍ୟ ହିଁ ଆମର ଅମୂଲ୍ୟ ସମ୍ପଦ, କରିବା ନୀତି ବ୍ୟାୟାମ..

ଫଟୋ ଟିଏ ବି ସୁନ୍ଦର ଦିଶେ,ଯେବେ ଥିବା ଆମେ ହସି
ଶିକ୍ଷା ହିଁ ମଣିଷର ମହାନ୍ ଅସ୍ତ୍ର ପଢ଼ିବ ନୀତି ବସି..

ଜୀବନ୍ତ ଶରୀରେ ଖୋଜି ଭଗବାନ, ଗରିବ କୁଟିରେ କାଳ ଦୀପ
ଅନ୍ନ ବସ୍ତ୍ର ଗରିବ କୁ ଦାନ କରି, ହଟିବ ଦିନେ ବୁଢ଼ା ଆଙ୍ଗୁଠି ଟିପ..

ମାତା ପିତା ଠାରୁ ବଡ କିଏ ନାହିଁ, ସେମାନେ ଆମ ଜୀବନ
ମୃତ୍ୟୁ ପରେ କଣ ହେବ, ଭାବୁନ ବେଶୀ ସପନେ..

ଧର୍ମ ଜାତି ରାଜ ନୀତିରେ , ହେବ ନାହିଁ କେବେ ବାୟା
ଜୀବନ ଦୀପ ଲିଭୀଗଲେ, ଶ୍ମଶାନରେ ପଡ଼ିବ ଆମ କାୟା..

ହୃଷିକେଶ କୁଶୁଲିଆ
ମୁନିଗୁଡ଼ା , ରାୟଗଡ଼ା

ତାଙ୍କର ଅନ୍ୟ ଏକ କବିତା ଟିଏ

ଫେରିବନି ସେ ସମୟ

ସମ୍ପର୍କ ଟା ମଳିନ ପଡ଼ିଯାଏ
କିଛି ଅଭୁଲା ସ୍ମୁତି କୁ ନେଇ
ଦୁଃଖ ଲାଗେ ସେଠି
ଯେବେ ସବୁ ପୁରୁଣା ଅନୁଭବ ହୁଏ
କିଛି ପୁରୁଣା ଜିନିଷ କୁ ନେଇ..
ଅଳ୍ପ ଭାବନାରେ ହଜି ଯାଏ ମୁଁ
ମାତ୍ର ତାହା କେବଳ କିଛି କ୍ଷଣ ପାଇଁ
ଜାଣିଛି ଫେରି ଆସିବ ନାହିଁ ସେ କ୍ଷଣ
ଏବଂ ସେ ପୁରୁଣା ସ୍ମୁତି ବହୁତ୍ ଦୁଃଖ ଦେବ
ତଥାପି ମୁଁ ଇତିହାସ ର
ସେ କାଳିମା ଭିତରେ ବଞ୍ଚିବାକୁ ଚାହେଁ
ପ୍ରକୃତରେ ତାହା ହିଁ ସତ୍ୟ
ଫେରିବନି କେବେ ସେ ସମୟ କାରଣ
ସେ ମୋ ଅଭୁଲା ଇତିହାସ ଟିଏ !!!

ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ…

ଏକାକୀ

ପାଖେ କେହି ନାହାନ୍ତି ମୋର

ପୁଣି ଏକାକୀ ସାଜିଛି ଆଜି

ଏ ଖୋଲା ଆକାଶ ତଳେ,

ମୋର ଭାବନା ସମୁଦ୍ରରେ,

ଚିନ୍ତିତ ବଗିଚାରେ,

ଆଜି କାହାଳୀ ସାଜି ସମସ୍ତେ

ଅନ୍ୟ ରାସ୍ତା ବାଛି ସଂସାର ସମୁଦ୍ରରେ

ଘୂର୍ଣି ବଳୟ ସାଜି ଯାଇଛନ୍ତି

ନିରୋଳା ରାସ୍ତାରେ ଏକାକୀ ପଥିକ ସାଜିଛି

କଣ୍ଟା ର କଷ୍ଟ ମଧ୍ୟ ଅନୁଭବ ହେଉନି

ହାଲୁକା ହୋଇ ଯାଇଛି ଆଜି ମନ

ସବୁ ଶାନ୍ତ ବାତାବରଣ ର ମହକ

କାରଣ ପୁରୁଣା ସ୍ମୁତି କୁ ମନେ ପକେଇ

ଦୁଇ ଧାର ଲୁହ ଗଡ଼େଇ ବସିଛି।

ନୀଳମାଧବ ଭୂୟାଁ ଙ୍କ କବିତା ସଙ୍କଳନ ରୁ…

ଲୁହ

ଏକା ଏକା ଜୀବନରେ
ବଞ୍ଚିବା ଟା ଏତେ ସହଜ ନୁହେଁ
କିନ୍ତୁ ତୁ ଆସିବୁନି ବୋଲି
କହି ଯାଇଛୁ ସିନା
ବଞ୍ଚିଛି କେବଳ
ତୋ ଅପେକ୍ଷାରେ…

ସମୟ ଫେରାଇ ନେବନି
ମୋତେ ସେ ସ୍ଥାନ କୁ
କିନ୍ତୁ ତୁ ମଧ୍ୟ ଫେରିବୁ ନାହିଁ
ମାତ୍ର ମୋ ଲୁହ ମୋ ସହିତ ଥିବ
ସବୁ କ୍ଷଣ ସବୁ ସ୍ଥିତିରେ…

ଲୁହ କୁ ଶ୍ୱାନ୍ତନା
କେତେ ଦିନ ଦେବୀ କହ
ସେ ଲୁହ ର ସାଗର ମଧ୍ୟ
ଏବେ ଶୁଖିବାକୁ ଲାଗିଲାଣି
କାହିଁକି ନା, ତୁ ଆସିବୁନି ସତ,
ମାତ୍ର ମୁଁ ଜଗି ରହିଛି
ସେ ମନ୍ଦିର ପାହାଚରେ…

ଆଜି ନିର୍ଲଜ ହୋଇ ପଡ଼ିଲିଣୀ
ସ୍ୱାର୍ଥପର ସାଜି ଗଲିଣି
ମାତ୍ର ମୋ ଲୁହ ମୋତେ
ଏକା କରି ଛାଡି ଯାଇନି
କେବଳ ତୋର ସ୍ମୃତି ଓ ରୋଷ କୁ
ବାରମ୍ବାର ମନେ ରଖିବା ପାଇଁ ରେ…

ଭଲ ହେବ ଆସିବୁନି
କାରଣ ଏ ଲୁହ ମଧ୍ୟ ମୋତେ
ରାଣ ପକେଇ କହିଛି
ଯଦି ତୁ ଆସିଯିବୁ
ତେବେ ଏ ଲୁହ ମୋ ଦେହ
ଛାଡ଼ି ଚାଲିଯିବ ରେ
ମଝି ନଈରେ ରହି ତୋତେ
ଛାଡ଼ିବା ସହଜ ହେଲେ
ମୋ ଲୁହ କୁ ଛାଡ଼ିବା ଅସମ୍ଭବ…
ମୋ ଲୁହ କୁ ଛାଡ଼ିବା ଅସମ୍ଭବ…

ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ…

Message for you

ମଣିଷ ଜୀବନ



ଈଶ୍ୱର ମୁକ୍ତରେ ଦେଇଛନ୍ତି,
ଆମକୁ ଏହି ମାଟି, ପାଣି, ପବନ ଓ ନିଆଁ
କିଛି ଦିନ ପାଇଁ ଆସି ଅଛୁ ଆମେ ଦୁନିଆ କୁ ହୋଇ କୁଣିଆ ।

ଜାତି, ଧର୍ମ, ରାଜନୀତି ନାମେ ହୋଇଗଲୁ ଆମେ ବନ୍ଦୀ,
ଲୋଭ ମୋହ ମାୟା ରେ ପଡ଼ି ହେଇଗଲା ଆମ ଜୀବନ ଛନ୍ଦି ।

ସବୁ ସୁଖ ସୁବିଧା ଆମ ପାଖେ ଥାଇ ତଥାପି ଆମ ମନ ଅଶାନ୍ତି
ଜନ ସମୁଦ୍ରରେ ରହି ମଧ୍ୟ ଆମ ନିଜ ପାଇଁ କିଏ ଲୋକ ନାହାଁନ୍ତି ।

ଚାରିଦିନ ପାଇଁ ଲୋକଙ୍କ ନଜର ରୁ ହଟିଲେ
ଭୁଲିଯିବେ ଲୋକ ଆମକୁ
ଗୁଣ କୁ କେହି ଦେଖନ୍ତି ନାହିଁ ,
ଦେଖନ୍ତି ଆଜି ରୂପ, ରଙ୍ଗ, ବର୍ଣ୍ଣ, ଚର୍ମ କୁ ।

କିଏ କୋଉ ସମାଜ ରେ ଜନମ ନେଲେ ତାହାର କଣ ଦୋଷ
ମଣିଷ ସମାଜ ରେ ଜାତି ଧର୍ମ ର କେବେ ମେଣ୍ଟିବ ଏହି ଶୋଷ ।

ପରିବର୍ତ୍ତନ ହିଁ ଦୁନିଆ ର ନିୟମ
ନିଜ ବଞ୍ଚି ଅନ୍ୟକୁ ବଞ୍ଚିବାକୁ ଦିଅ
ସ୍ନେହ,ପ୍ରେମ, ଶ୍ରଦ୍ଧା, ସମ୍ପର୍କ ବାଣ୍ଟିକି ନିଅ ।

ଚାରି ଲୋକ କଣ କହିବେ ଭାବନ୍ତୁ ନାହିଁ ବାରମ୍ବାର
ଶିକ୍ଷା ଦୀପର ଦୂର ହେବ ମଣିଷ ସମାଜର ଅନ୍ଧକାର ।

ମାଟି ଘଟରେ ଚଳୁଛି ବୋଲି ଏହି ନିଆ ପାଣି ପବନ
ଏହା ହେଉଛି ଆମ ମଣିଷ ଜୀବନ।



Hrusikesh Kushulia
Muniguda, Rayagada.

Only Me…

I don’t know where I started.
Where is my last point.
Just doing it.
Looking at the world.
I don’t even know what mode will happen when.
I never wanted to give up.
I am the only one who has to solve the situation where I am standing today.
I have to find the answer to all the questions myself.
Because everyone here is selfish.
I am not exempt from that.
If I say, the only problem in this world is only for me.
And I know that,
I will do everything alone.
I have to walk alone.
Only I have to do it.
only me..
only me..

Relationship and You

You are

Belief

ପ୍ରେମ (Love)

ପ୍ରେମ

ଦୁଇଟି ମନ ଦୁଇଟି ହୃଦୟର ଆକର୍ଷଣ ଅଟଇ ପ୍ରେମ ।
ପ୍ରେମ କୁ ପାଇବା ପାଇଁ କରିବା କଠିନ ପରଶ୍ରମ।
ପ୍ରେମରେ ଝରେ ଆଖିରେ ଲୁହ ପ୍ରେମରେ ଫୁଟେ ଓଠ ରେ ହସ ।
ପ୍ରେମ ପାଇଁ ମଣିଷ ଭୁଲିଯାଏ ପେଟର ଭୋକ ଶୋଷ ।
ପ୍ରେମ ରେ ଲୁଚି ରହିଅଛି ଅମୃତ ଓ ବିଷ।
ପ୍ରେମ ଆରମ୍ଭ ହୁଏ ଉଠିଲେ ଦାଢ଼ି ନିଶ।
ପ୍ରେମ ସତ୍ୟ ପ୍ରେମ ସୁନ୍ଦର ପ୍ରେମ ପରେମଶ୍ବର।
ପ୍ରେମ ପାଇଁ ଆପଣାର ହୁଏ ଅଜଣା ଲୋକ ପର ।
ପ୍ରେମ ନଥିଲେ ସାରା ଦୁନିଆ ଘନ ତମସା ।
ପ୍ରେମ ଆଣିଥାଏ ଜୀବନ ର ବଂଚିବା ର ନୂଆ ଆଶା ।
ଧନ ଦୌଲତରେ କେବେ କିଣି ହୁଏନା ପ୍ରେମ ।
ଯୁଦ୍ଧ କରି କେବେ ଜିତି ହୁଏନା ପ୍ରେମ।
ପ୍ରେମରେ ବନ୍ଧା ପଡ଼ିଛି ସାରା ଦୁନିଆ ।
ପ୍ରେମର ଯେଉଁଠି ପତନ ହେଲେ ଜଳି ଉଠୁଛି ନିଆଁ।
ପ୍ରେମ ହିଁ ପୂଜା ପ୍ରେମ ହିଁ ସମ୍ମାନ ପ୍ରେମ ଅଟଇ ସୁଖ ।
ପ୍ରେମ ନ ପାଇଁ ମଣିଷ ଭୋଗୁ ଅଛି ଦୁଃଖ ।
ବିର ଭଗତ ସିଂହ ଫାସିରେ ଚଢିଲେ ମାତୃଭୂମି ପ୍ରେମ ପାଇଁ ।
ପ୍ରେମ କୁ ଛାଡ଼ି ଦେଲେ ଦୁନିଆରେ କାହାଣୀ ଲେଖା ନାହିଁ ।

ହୃଷିକେଶ କୁଶୁଲିଆ
ମୁନିଗୁଡ଼ା, ରାୟଗଡ଼ା

ଅନ୍ୟ ଲେଖା ଗୁଡ଼ିକ ପଢନ୍ତୁ

ପ୍ରକୃତ ହିରୋ

ଜଙ୍ଗଲ ଆମର ବନ୍ଧୁ

କୈକେୟୀ ମାତା

ମିଛ ଶ୍ୱାନ୍ତନା



ସମସ୍ତେ ଅଲଗା ଅଲଗା ଆଶ୍ଵାସନା ଦେଇ କୁହନ୍ତି
ସବୁ ଠିକ୍ ହୋଇଯିବ, ଯାହା ହେଲା ବହୁତ୍ ଖରାପ ହେଲା , ଏମିତି ଲୋକ ଟିଏ ଦୁନିଆରେ ମିଳିବନି !!!!

ଆଉ କେତେ କଣ ଆଶ୍ଵାସନା, କେତେ ଯେ ଶ୍ୱାନ୍ତନା,
ହେଲେ ଏ ଶ୍ୱାନ୍ତନା କଣ ଚିର ଅମର ?

ନା କେବଳ କିଛି ଦିନ ପାଇଁ ???
ନା କେବଳ ସେ ଲୋକ ଟିକୁ ଭୁଲିବା ପାଇଁ ???
କେବଳ ଶ୍ୱାନ୍ତନା ହିଁ ଦିଅନ୍ତି ସେମାନେ !

ସମସ୍ତେ ଜାଣନ୍ତି, କେହି ଏଠି କାହାର ନୁହଁ
ସବୁ ମିଛ ଭରସା, ଆଉ ମିଛ ପ୍ରତିଶ୍ରୁତି ର
ଆସର ରେ ଆସି ପାଖେ ବସନ୍ତି।
ଏମିତି କି ଲୋକେ ନାକରେ ଆଙ୍ଗୁଠି ଦେଇ
ହସିବା କାମ ମଧ୍ୟ ଆଖି ଆଗରେ କରି ଦିଅନ୍ତି ।

ମୋର ଯଦି ଗୋଡ ଭାଙ୍ଗିଛି ତେବେ
ମୋତେ ହିଁ ଆଶା ବାଡ଼ି ଧରି ଚାଲିବାକୁ ହେବ ।

କାଳେ କାଲୀ କେହି ମୋର ଆଶା ବାଡ଼ି ହେବ
ସେ ଆଶା ରଖି ନାହିଁ ମୁଁ,
ଆଜି ଯଦି ମୁଁ ଅସହାୟ ତେବେ ଆଗକୁ ମୋତେ
ହିଁ ସବୁ ସମସ୍ୟା ର ସମାଧାନ ସାଜିବାକୁ ହେବ।

ହେ ପରମ ପିତା ପରମେଶ୍ବର,
ମୋତେ ନିଜର ସନ୍ତାନ ଭଳି
ଶକ୍ତି ଏବଂ ସାମର୍ଥ୍ୟ କରାଇ
ମୋର ସବୁ ସ୍ଥିତି କୁ ଯେମିତି
ପୁନଃ ଜୀବିତ କରାଇ
ମୋତେ ପ୍ରେରଣା ଦିଅ,
ଯାହା ଏ ନିଷ୍ଠୁର ମୟ ଦୁନିଆରେ
ବିଜୟ ର ଦୃଷ୍ଟାନ୍ତ ଉଦାହରଣ ସାଜି ପାରିବି ।

ନୀଳମାଧବ ଭୂୟାଁ

ପ୍ରକୃତ ହିରୋ

ଅସ୍ତ୍ର ଶସ୍ତ୍ରରେ ସୁସଜ୍ଜିତ ହାତରେ, ଧରିଛ ତ୍ରିରଙ୍ଗା ବାନା,
ଶତ୍ରୁ ଆଗରେ ମଥାଟେକି ଅଛ ଫୁଲାଇ ନିଜ ସିନା,
କୋଟି କୋଟି ଭାରତ ବାସିର ଧନ ଜୀବନ ରକ୍ଷକ,
ଭାରତ ମାତାର ବିର ସନ୍ତାନ ତୁମେ ଯେ ଭାରତୀୟ ସେନା ।

ଖରା, ବରଷା, ଶୀତ, କାକର ଭୂକମ୍ପ କୁ କରୁନା ତୁମେ ଭୟ,
ଶଙ୍ଖ ନାଦରେ ଭାରତ ମାତା ର କରୁଛ ଜୟ ଜୟ ।

ଚଳଚ୍ଚିତ୍ର, ଅଭିନେତା, ଅଭିନେତ୍ରୀ, ଖେଳାଳି ପାଈଁ,
ଦୁନିଆର ଲୋକ ପାଗଳ କଲେ ସବୁ ଏଠି ଫେସନ୍,

ସେନା ପାଇଁ ଦେଶ, ଦେଶ ପାଇଁ ସେନା,
ସଦା ଜୟ ଯବାନ୍ ଓ ଜୟ କିଶାନ୍ ।

ନିଜ ଘର ଦ୍ଵାର, ବେଶ ପୋଷାକ ଭୁଲି, ଗାଁ ମାଟି ଛାଡ଼ି,
ସେବା ମନୋଭାବେ ଦେଶ ପାଇଁ ଦଉଛ ଯେ ଜୀବନ,
ହେ ଭାରତୀୟ ବିର ଯବାନ ତୁମକୁ ହୃଦୟ ରୁ କୋଟି କୋଟି ପ୍ରଣାମ ।

ପରିବାର ଠାରୁ ଅଲଗା ରହି ଦେଶ ସୁରକ୍ଷା ପାଇଁ ଚିନ୍ତା କରୁଛ ,
ହୋଲି, ଦୀପାବଳୀ, ଦୁର୍ଗାପୂଜା, ଦେଶବାସୀ ମନାନ୍ତି ଖୁସି,
ଏହି ମାତୃଭୂମି ପାଇଁ ପୁଣି ସହିଦ୍ ହୋଇ ଫେରୁଛ ମଥା କୁ ଟେକି ।

The real hero of Indian soldiers ର ବିର ଗାଥା ।

By. Hrusikesh Kushulia

Muniguda, Rayagada.

ଜଙ୍ଗଲ ଆମର ବନ୍ଧୁ



ଜଙ୍ଗଲ ଆମର ପ୍ରକୃତ ବନ୍ଧୁ ତା ପାଇଁ ଆମେ ମଙ୍ଗଳ,
ଜଙ୍ଗଲ ନଷ୍ଟ ହେଲେ ବରଷା ହବନି ହେବା ଆମେ କାଙ୍ଗାଳ ।

ଜଙ୍ଗଲ ରେ ନିଆଁ ଲଗାଇବା ନାହିଁ ଲଗାଇବା ଆମେ ଗଛ,
ଗଛ କାଟିବା ପୂର୍ବରୁ ଟିକେ ଭାବିବା ଗଛ ପ୍ରତି ଆମ ଆଗପଛ।

ଆମ ଜୀବନ ଠାରୁ ମରଣ ପର୍ଯ୍ୟନ୍ତ ଆମକୁ ସାହାଯ୍ୟ କରୁଛି ଗଛ ଦିଏ ଔଷଧପତ୍ର, ଫୁଲଫଳ, କାଠ, ଛାଇ, ଅମ୍ଳଜାନ,
ଗଛ ବଞ୍ଚିଲେ ହିଁ ଆମେ ବଞ୍ଚିବା ହେବା ଆମେ ସାବଧାନ,


ଜରୁରତରୁ ଅଧିକା ଗଛ ଆମେ କାଟିବା ନାହିଁ,
ଗୋଟିଏ କାଟିଲେ ଦୁଇଟି ଚାରା ରୋପଣ କରିବା ରେ ଭାଇ ।

ଫ୍ରୀ ରେ ମିଳୁଛି ସୁବିଧା ବୋଲି ଜାଣୁନୁ ଆମେ ଜଙ୍ଗଲ ର ମହତ୍ତ୍ଵ,
ଜଙ୍ଗଲ କୁ ସୁରକ୍ଷା କରିବା ଆମ ସମସ୍ତ ଙ୍କ ଦାୟୀତ୍ୱ ।

ଜଙ୍ଗଲ ଅଛି ବୋଲି ବଡ଼ଦାଣ୍ଡ ରେ ଗଡୁଛି ତାଳଧ୍ୱଜ, ଦେବଦଳନ, ନଦିଘୋଷ ରଥ,
ଆମ ଜଗତ ଠାକୁର ଶ୍ରୀ ଜଗନ୍ନାଥ ଅଟନ୍ତି ଦାରୁବ୍ରହ୍ମ ଦୁନିଆ ରେ ଗୋଟେ ସତ ।

ଜଙ୍ଗଲ ରେ ହିଁ ଶ୍ରୀ ଜଗନ୍ନାଥ ଙ୍କୁ କରିବା ଆମେ ପୂଜି,
ନବ କଳବର ପାଖେଇ ଆସୁଛି ଚାଲିଛି ଦାରୁ ଖୋଜା ଖୋଜି ।

Hrusikesh Kushulia
Muniguda, Rayagada.

କୈକେୟୀ ମାତା


ଅଯୋଧ୍ୟା ନଗରୀ ଧୂପ ଦୀପ ଫୁଲମାଳରେ ହୋଇଅଛି ସାଜସଜ୍ଜା ।
ରାଜା ଦଶରଥ ରାଜ୍ୟ ଅଭିଷେକ କରିବେ ଶ୍ରୀରାମ ହେବେ ଅଯୋଧ୍ୟା ର ରାଜା ।।



ଦେବାସୂର ସଂଗ୍ରାମେ ମାତା କୈକେୟୀ କରିଥିଲେ ଅଯୋଧ୍ୟା ର ପ୍ରତିରକ୍ଷା ।
ଅଯୋଧ୍ୟା ପତି ଖୁସି ହେଇ ମାତା କୈକେୟୀ ଙ୍କୁ ଦେବେ ଦୁଇଟି ବର ଭିକ୍ଷା ।।


ମନ୍ଥରା ର ମନ୍ତ୍ରେ ମାତା କୈକେୟୀ ହେଇଗଲେ ପରାଛନ୍ଦି ।
ଦୁଇଟି ବର ରାଜା ଙ୍କୁ ମାଗି ଅଯୋଧ୍ୟା ପତି ଙ୍କୁ କଲେ ବନ୍ଦୀ ।।


ଭରତ ବସିବ ରାଜ ସିଂହାସନେ ଶ୍ରୀ ରାମ ଯିବ ଚଉଦ ବର୍ଷ ବନ ।
ରାଣୀ ର ଏହି ବାଣୀ ଶୁଣି ରାଜା ଦଶରଥଙ୍କ ଉଡିଗଲା ଜୀବନ ।।

ସୀୟା ରାମ ସହ ଲକ୍ଷ୍ମଣ ଗଲେ ବନ ପରିଶିତା ଉର୍ମିଳା ଙ୍କୁ ଘରେ ଛାଡ଼ି।
ଚିତ୍ରକୁଟ ଯାଇ ଭରତ ଆଣିଲେ ଶ୍ରୀ ରାମ ଙ୍କ ପଦୁକା କାଡି ।।

ଦଣ୍ଡକା ଅରଣ୍ୟ ରେ ସୀୟା ରାମ କଲେ ଛୋଟ ଘର । ଲକ୍ଷ୍ମଣ ସୂର୍ପନେଖାର ନାକ କାଟିଲେ ଏହିଟି ବହୁଛି ରକ୍ତ ଝର୍ ଝର ।।

ମାରୀଚ ରାବଣ ଛଦ୍ମ ବେଶରେ ମାତା ସୀତା ଙ୍କୁ କଲେ ହରଣ।
ଲକ୍ଷ୍ମଣ ରେଖାକୁ ମାତା ସୀତା କଲେ ଉଲଙ୍ଗନ ଚରଣ ।।

ଅନ୍ୟାୟ ପାଇଁ ରାବଣ ସହ ଯୁଦ୍ଧ କଲେ ବିର ବାଟ ଜଟାୟୁ ପକ୍ଷୀ ।
ଶ୍ରୀ ରାମ ଙ୍କୁ ମାତା ସିତାର ସନ୍ଦେଶ ଦେଲେ ପରଖି ପରଖି।।

ପାଶାଣି ଅହଲ୍ୟା, କୋବନ୍ଦ ରାକ୍ଷସ, ରାଜା ସୁଗ୍ରୀବ, ବିଭୀଷଣ ହେଲେ ଉଦ୍ଧାର।
ଶ୍ରୀ ରାମ ପ୍ରେମେ ପାଗଳ ତପସ୍ଵିନୀ ଶବରୀ, ହନୁମାନ ଜପେ ରାମ ନାମ ବାରମ୍ବାର ।।

ବାଳି ବଧ କରି ରାମ ସେତୁ ଗଢି ଉଡ଼ାଇ ବିଜୟ ପତାକା ।
ନଳ ନିଳ ସହ ଗୁଣ୍ଡୁଚି ମୁଷାର ଅବଦାନକୁ କର ତୁମେ ବାହା ବାହା।

ବିର ହନୁ ଜଳାଇଲେ ସ୍ଵର୍ଣ୍ଣମୟୀ ଲଙ୍କା ରାକ୍ଷସ ରାବଣ ମୁଁହ ବଙ୍କା ।
ତ୍ରିଭୁବନ ପତି ଶ୍ରୀରାମ ଙ୍କ ବାଜୁଛି ବିଜୟ ଡଙ୍କା ।।

ରାମ ସେନା ରେ ବିଭୀଷଣ ମିଶି ଲଗାଇଲା ଭାତ୍ରୁ ପ୍ରେମ ରେ ଦାଗ ।
ଦଶାନନ, ମେଘନାଦ, କୁମ୍ଭକର୍ଣ୍ଣ ଲଙ୍କା ରକ୍ଷା କରିବାକୁ ଆଗ ।।

ନାଗଫାଶ ବରସି କାମ ଦେଲା ନାହିଁ ହେଲା ମେଘନାଦ ବିଫଳ ।
ମାତା କୈକେୟୀ ର ଆଶ୍ରିବାଦ ପାଇ ଶ୍ରୀରାମ ହେଲେ ସଫଳ ।।

ମାତା କୈକେୟୀ ଙ୍କ ବର ଦୁଇଟି ପାଇଁ ଜଗତ ହେଲା ଶାନ୍ତି ।
ଶ୍ରୀରାମ ଚନ୍ଦ୍ର ମର୍ଯ୍ୟାଦା ପୁରୁଷୋତ୍ତମ ହେଲେ ମାତା କୈକେୟୀ ପାଇଁ ଟି ।।ହୃଷିକେଶ କୁଷୁଲିଆ
ମୁନିଗୁଡ଼ା, ରାୟଗଡ଼ା ।

ହୃଷିକେଶ କୁଷୁଲିଆ
ମୁନିଗୁଡ଼ା, ରାୟଗଡ଼ା ।

ଛାଡ଼ପତ୍ର



ପାଖ ପଡ଼ିଶା ର ଲୋକ ଦେଖୁଛନ୍ତି ହୋଇକି ଅଗଣା ଠିଆ
କେତେ ସୁନ୍ଦର ସୁନାର ସଂସାରେ ଲାଗିଛି ହିଂସାର ନିଆଁ ।

ଦମକଳ ନିଆଁ ଲିଭାଇ ପାରୁନି ଆସିଛନ୍ତି ପୋଲିସ ବାବୁ,
ବହୁ ବର୍ଷର ପରିଶ୍ରମ ଧନକୁ ଓକିଲ ନେବ ସବୁ ।

ସୁଖ ଶାନ୍ତିରେ ରହୁଥିଲେ ଦୁହେଁ ଜଣେ ରାଜା ଆଉ ରାଣୀ
ଦୁହିଁଙ୍କ ମୁହଁରୁ ବାହାରୁଛି ଆଜି ଗରଳ ବିଷ ବାଣୀ ।

ପ୍ରଚୁର ଗାଳି ଶୁଣୁ ଅଛି ଯିଏ କରିଥିଲା ଘଟ ସୂତ୍ର
ଫିକା ପଡିଗଲା ଆଜି ଶଙ୍ଖା ସିନ୍ଦୂର ଓ ପବିତ୍ର ମଙ୍ଗଳ ସୂତ୍ର ।

କାଗଜ କଲମ ହସ୍ତାକ୍ଷରେ ଯୋଡ଼ା ହୋଇଥିଲା ନକ୍ଷତ୍ର ତିଥି
ସେ କାଗଜ କଲମ ଆଜି ଛାଡ଼ ପତ୍ର ହେଲା ଲାଗିଲା କାନୁନ୍ ନୀତି ।

ପୋତିବେ ପୋତିବେ ଅଲଗା ଅଲଗା କେଉଁ ଦିନ କେଉଁ ରାତ୍ରି
କିଛି ଦିନର କୁଣିଆ ଆଉ ହେବେ କାଲିର ବର ଯାତ୍ରୀ ।

ଘର କଳି କୁ ଘରେ ନ ସୁଧୁରି ଗଲାଣି କୋର୍ଟ କଚେରି ଥାନା

ନ୍ୟାୟ ପାଇଁ ଦୁହେଁ ଧନ ସାରିବେ ବିକି ଜମି ବାଡ଼ି ଘର ଓ ପେଟର ଦାନା।

ସୁଖ ଓ ଦୁଃଖ ଲାଗିଛି ଏ ଜୀବନେ କର ନାହିଁ ଏହି କାମ
ମଣିଷ ଜୀବନ ଥରେ ତ ମିଳିଛି କରି ନିଅ ସମାଧାନ

ବୁଝିବାକୁ ହେବ ଭୁଲ ପରସ୍ପର ର ରାଗକୁ କର ଯେ ଶାନ୍ତ
ଥରେ ଭାଙ୍ଗିଗଲେ ଏ ପବିତ୍ର ସମ୍ପର୍କ ହେବ ସୁଖର ଅନ୍ତ ।

Hrusikesh Kushulia
Muniguda, Rayagada.

କେତେ ଭଲ ଥିଲା ମୋ ପିଲାଦିନ



କେତେ ଭଲ ଥିଲା ମୋ ପିଲାଦିନ,
ଥିଲା ମୋର ଅବୟବ ଛୋଟ ଛୋଟ ପାଦ ଚିହ୍ନ।

କାନ୍ଦି ଦେଲେ ପୂରଣ ହୁଏ ମନର ମୋ ସବୁ ଇଛା,
ବାୟା ସାପ କୁ ଚଢ଼େଇ ଡରେ ଡରେ ମୁଁ କଙ୍କଡା ବିଛା ।

ପ୍ରାଚୀର ଉଦୟ ରବି କୁ ଦେଖିଲେ ଲାଗୁଥିଲା ଭଲ,
ଭାବୁଥିଲି ମୁଁ କିଏ ରଖିଲା ଆକାଶ ରେ ଲାଲ୍ ବଲ୍ ।

ଖେଳୁ ଥିଲୁ ଗାଁ ପିଲାମାନେ ଏକାଠି ମିଶି,
ଜାଣି ପାରୁନଥିଲୁ ଦିବାନିଶି କେମିତି ଆକାଶେ ଉଡେ ଶଶି।

ଫଳ ଫୁଲ ତୋଳା ନଦୀ ପହଁରି ଯାଇଥିଲୁ ଆମେ ସ୍କୁଲ,
ବାପା ମା ଭାଇ ଭଉଣୀ ଏକାଠି ଥଲୁ ସତେ ଯେମିତି ମାଟି କଣ୍ଡିରେ ଟଙ୍କା ଠୁଲ ।

ବଦଳି ଗଲା ମୋ ପିଲାଦିନ ଶରୀର ଲିଭିନି ସେ ଦିନ କଥା,
ବର୍ଷା ପାଣିରେ କାଗଜର ଡଙ୍ଗା ଛାଡୁଥିଲୁ ଗୋଟେ ହାତେ ଧରି ଛତା ।

ଭାରତ ବର୍ଷର କୋଣ ଅନୁକୋଣେ ଆମେ ହେଇଗଲୁ ଭାଗବଣ୍ଟା,
କାହାକୁ କିଏ ସମୟ ଦେଇପାରୁନୁ ତଥାପି ହାତରେ ବାନ୍ଧିଛୁ ଘଣ୍ଟା ।

ମୋ ପରିବାର ପାଇଁ ଯୋଗାଡ କରୁଛୁ ଖାଦ୍ୟ ବସ୍ତ୍ର ଘର ପାତ୍ର ଖାଲି,
କାହା ଘରେ ପୂର୍ଣ୍ଣିମା କାହା ଘରେ ଅମାବାସ୍ୟା କିଏ ଭଙ୍ଗା ହୁର୍ଦୟେ ଫୁଟାଇ ମଲ୍ଲୀ ।

ମୋ ହୃଦୟରେ ନଥିଲା ଛଳ କପଟ ହିଂସା ଅହଂକାର କ୍ରୋଧ ହିଂସା ର ଝଡ,
ଆମ ଜୀବନ ନଦୀ ଗୋଟିଏ ପାଣି ଫୋଟୋକା ପ୍ରେମ ସ୍ନେହ ମମତା ରେ ବାନ୍ଧିବା ବାଡ ।

ମାଆ ର ପଣତ କାନି, ମାର ସ୍ନେହ, ମମତା ମା କୋଳ, ଥିଲା ମୋ ପାଇଁ ଛତ୍ର ଛାୟା,
ଆଜି ଆମେ ସମସ୍ତେ ମାୟା ରେ ହେଲୁ ବାୟା ।

ହୃଷିକେଷ କୁସୁଲିଆ
ମୁନିଗୁଡ଼ା, ରାୟଗଡ଼ା ।

ନୂତନ ବର୍ଷ ର ଅଭିନନ୍ଦନ

ଗଜ ଉପରେ ବସି, ମୁରୁକି ମୁରୁକି ହସି,
ସକାଳର ସୁନେଲି କିରଣେ ଆସୁଛନ୍ତି ଦେଖ ନୂଆ ବର୍ଷ।

ଆସୁଛନ୍ତି ଆମ ପାଇଁ ସୁଖ ଦୁଃଖ ର ଚିଠି ପତର,
କରିବା ପାଇଁ ଆମ ମନ ଉତ୍କର୍ଷ ।

ନୁଆ ବର୍ଷ ର ରବି କୁ ଦେଖି, ଅଭିନନ୍ଦନ କରେ କବି,
କବି ଆଖିରେ ଝଲସି ଉଠଇ, ନୂଆ ବର୍ଷ ର ସୁନ୍ଦର ଛବି ।

ବଦଳି ଗଲା ମୋ ଝାଟି ମାଟି ଘର କୁଡିଆ
ବଦଳି ଗଲା ମୋ ଘର କାଠ ର ଚୁଲି
ଜାଣି ପାରିଲିନି ୨୦୨୨ ମୋ ପାଖରୁ ଗଲା ଚାଲି
କେମିତି ଯିବି ମୁ ତାଙ୍କୁ ଭୁଲି ।

କ୍ୟାଲେଣ୍ଡର ଅଙ୍କ ବଦଳି ଗଲା ବୋଲି
ପାଳୁଛି ମୁଁ ନୂଆ ବର୍ଷ
ବଜାଇ ଖୁସିରେ ନୂଆ ବର୍ଷରେ ନୂଆ ଶଙ୍ଖ ।


ନୀଳ ସରବରେ ସୁନ୍ଦର ପଦ୍ମ ଫୁଲ ଫୁଟି ଉଠିଲା
ତଳେ ପକାଇ ପାଣି କାଦୁଆ ମାଟିର ପଙ୍କ
ହୃଦୟରେ ମୋର ଘର କରି ଅଛ
ତୁମକୁ ଦେଖିବାକୁ ଲାଗେ ମନେ ଭାରି ଇଚ୍ଛା ।

ନୁଆ ବର୍ଷର ଅଭିନନ୍ଦନ ଘେନ ହେ ବନ୍ଧୁ,
ତୁମକୁ ହଳଦିଆ ଡକ ରୁ କରୁଛି ହେ ଶୁଭେଚ୍ଛା।

ହୃଷିକେଶ କୁଶୁଲିଆ (ଲେଖକ)
ତାରିଖ ୦୧.୦୧.୨୦୨୩

डस्टबिन

अंग्रेज में डस्टबिन
तो सीधी भाषा में
कचरे का डिब्बा
नाम में ही बदनामी
सहता आया हूं
कई अरसो से
हूं में बद नसीब
केबल गंदगी
में मेरा जीना है
जीवन भर के लिए ।

काश यह जिंदगी
बदल जाती मेरी
नई सोच
स्वच्छ भारत ने मुझे
मेरे अंग को अलग करके
गीला और सुखा
में बदला
मगर लोगों की
नजरे इतनी बुरी है की
फर्क समझ में नहीं आता
कब यह लोग सुधरेंगे ?
ना मुझे उम्मीद है
इन लोगों से !
मुझे पता है
मेरी हैसियत
जब वह नहीं
सुधरेंगे तो
मुझे कहां बदलने देंगे
में जैसा था वैसा ही रहूंगा
क्यों की में हूं
कचरे का डिब्बा
अंग्रेज में बोलते हैं डस्टबिन…

Are you suffering

ପାୟଶ୍ଚିତ ତ ନିଶ୍ଚୟ ହେବ

ଯଦି ଇଚ୍ଛା ନଥିଲା ତେବେ
ସମ୍ପର୍କ ର ରୂପ ଦେଇ କାଇଁ କଷ୍ଟ ଦେଲୁ,
ଏକା ଥିଲି ଜୀବନରେ
ନିଜ ସ୍ବପ୍ନ ନିଜେ ଦେଖୁଥିଲି
ଯେବେ ତୁ ଆସିଲୁ
ତୋ ସ୍ବପ୍ନ କୁ ସାକାର କରିବାରେ ଲାଗିଲି
କିନ୍ତୁ ଜାଣି ନଥିଲି
ତୁ ଅହଙ୍କାରୀ ଏବଂ ଖଳନାୟକ ରୂପକୁ
କେବେ ଛାଡି ପାରିବୁ ନାହିଁ ବୋଲି…

କଣ ନାହିଁ ମୋ ପାଖରେ
ଯାହା ଖୋଜିବୁ ତାହା ପାଇବୁ
କେବଳ ତୋ ଠାରୁ କିଛି ସମୟ
ଦୂରେଇ ରହିବା ମୋର କଣ ଭୁଲ ଥିଲା ?
ମୋ ସ୍ୱଚ୍ଛ ଭଲ ପାଇବା ତୋ ପାଇଁ ବେକାର
କିନ୍ତୁ ମୋ ବଦଳରେ ଅନ୍ୟ କୁ ତୋ ହୃଦୟରେ ସ୍ଥାନ ଦେବା ମୋ ପାଇଁ କଷ୍ଟ ଦାୟକ ଥିଲା…

ତୁ ଯୋଉ ଭୁଲ କରିଛୁ ମୋତେ ହରେଇ
ତାର ପ୍ରାୟଶ୍ଚିତ ତ ନିଶ୍ଚୟ ହେବ !
ସମୟ ତାର ହିସାବ କରିବ,
କେବଳ ତୁ ନୁହେଁ ତୋର ଅହଙ୍କାର
ମଧ୍ୟ ମାଟିରେ ମିଶିଯିବ,
ଈର୍ଷା ଆଉ ତୋର ସୁନ୍ଦରତା ସବୁ
ଜଳି ପୋଡ଼ି ପାଉଁଶ ହୋଇଯିବ ।

କେବଳ ସମୟ କୁ ଅପେକ୍ଷା କର
ପାୟଶ୍ଚିତ ତ ନିଶ୍ଚୟ ହେବ…
ପ୍ରାୟଶ୍ଚିତ ତ ନିଶ୍ଚୟ ହେବ…


ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ…

Even So,

Even so,

There are smiles and tears.

Losing its form sometimes,

Whether in the storm of hope or the tide of dreams

The intact remains intact

Distorted forms of depression,

Ever since the sea Crying.

to touch the sky,

And faint memories arise

In the cold touch of tears…

Every wave of my naked heart

How golden are the memories of dreams

The irony is this

All around my thick poison…

Excruciating pain and other pains

Gets up

Devoted at what time

Farewell

The voice of madness so tender as to bleed….

ऐसा ही होता है

फिर भी,

मुस्कान और आंसू हैं।

कभी अपना रूप खोता है,

चाहे उम्मीदों की आँधी में हो या सपनों के ज्वार में

बरकरार बरकरार रहता है

अवसाद के विकृत रूप,

जब से समुद्र भी रोता है।

आसमान छूने के लिए,

और धुंधली यादें उभर आती हैं

आंसुओं के ठंडे स्पर्श में…

मेरे नंगे दिल की हर लहर

सपनों की यादें कितनी सुनहरी होती हैं

विडम्बना यह है की

चारों ओर मेरा

कष्टदायी दर्द और अन्य दर्द

उठता रहता है

निर्वाण किस समय बिदाई लेगा

पागलपन की आवाज इतनी कोमल है कि खून भी बहने लगा ।

ଲୁହ ଭିଜା ସ୍ମୃତିରେ

ଆଜି ପୁଣି ଅନ୍ଧକାର ମୟ ହୋଇ ପଡ଼ିଛି ସେ ବନ୍ଧୁତା ଯେଉଁଠି କେବଳ ସବୁ ନିଶ୍ଵ ଆଉ ଶ୍ମଶାନ…

ସେଦିନ ର କଥା କୁ କେମିତି ଭୁଲିଥାନ୍ତି କୁହ, ସେଦିନ ଅଳ୍ପ ବିଳମ୍ବ ରେ କେତେ ଯେ ରାଗ ଦେଖା ଦେଇଥିଲା ତୁମ ମୁଖରେ…

ଏହା ଥିଲା କେବଳ ଭଲ ପାଇବା, ଆଉ ନିବିଡ ସମ୍ପର୍କ ର ଉଦାହରଣ, କହି ଉଠିଲ ଯେ ସାଙ୍ଗ ତମେ ନ ଆସିଲେ କିଛି ଭଲ ଲାଗୁନି…

ଟଙ୍କାର ଭୟ ନଥିଲା, ଟଙ୍କା ତ ଆସିବ ଆଉ ଯିବ, କିନ୍ତୁ ବନ୍ଧୁତ୍ୱ ଥରେ ଭାଙ୍ଗି ଗଲେ ଆଉ ଯୋଡ଼ି ହୁଏନା। କେତେ ଯେ ଅନୁରୋଧ ଯେ କରିବାକୁ ପଡେ ପୁଣି ଯୋଡ଼ି ବାକୁ ସେ ସମ୍ପର୍କ କୁ..

ଯାହା ହୋଇ ଯାଉ ପଛେ ତମେ ଆମ ସମ୍ପର୍କ କୁ ଭଙ୍ଗ କରିବ ନାହିଁ ବୋଲି ବାରମ୍ବାର କୁହ ତମେ ।

କିନ୍ତୁ ସେ ଅଘଟଣ ର ଦ୍ବାରସ୍ଥ ହୋଇ ତାର ନାମ ନେଇ ତୁମେ ଲୁଚିଗଲ ଅନ୍ଧାର ର କାଳିମା ଭିତରେ…

ଆଜି ପୁଣି ଥରେ ସେ କଥା ମନେ ପଡ଼ିଲେ ଆଖିରେ କେବଳ ଲୁହ ଝରିଯାଏ । ତମେ ନାହଁ ଯେ ଏ ପୃଥିବୀ ମୋ ପାଇଁ ଶ୍ମଶାନ ପାଲଟି ଯାଇଛି…

ତୁମ ସ୍ମୃତି ଛାଇ ଭଳି ରହୁଥିଲା ମୋ ପାଶ୍ୱର୍ରେ ରେ ସର୍ବଦା କିନ୍ତୁ ଆଜି ସବୁ ନିଛାଟିଆ ଆଉ ନିରୁପାୟ ଅବସ୍ଥାରେ ସମୟ ଅତିବାହିତ ହେଉଛି ସିନା, ମନ ର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି ।

ଆଜି ସବୁ ଶାନ୍ତ
ସବୁ ଅବହେଳା
ଅଚିନ୍ତା ରେ ଅବହେଳିତ ସମୟ ଗଡ଼ି ଚାଲିଛି କେବଳ ତୁମ ଲୁହ ଭିଜା ସ୍ମୃତିରେ….

ଅନ୍ୟ ଏକ ଦୁଃଖଦ କବିତା

Time

An eye for full of eye
Even while asleep
Eyes turning
He is sleepy.

Eyes widened
Sees again and again
Mobile time.

No one’s opinion on time
restriction
He is the unbounded path
passes through

A sphere
Rub back the thorns
Turned around in a series of dreams.

Looking forward to the future
And now
After a while the past
will turn into
He kept saying.

He continued to move in one direction
Which is a true instrument
What time is not ours
Gives evidence of weakness..

Author: Nilamadhab

Surprise

I am very sad and my mind becomes restless

When I Knew you wouldn’t come…..

I can’t say come and meet me

Control has a lot on my mind…

But it was hard for me to hold back the tears

At the end of a month

I wanted to see you

I was sad but I didn’t say it

Did you have a lot of faith in your heart?

that you will come??

But

I was amazed that day

After seeing you!!

Couldn’t hold back my tears of joy….

It was like coming from a dream

I knew by physical touch

That you came??

All the sorrows in the heart arose

I ran to you.

Tears broke down…

The limit of happiness has crossed….

I found out that day!

To every word of my heart

Do you understand….

You in that strange situation

I watched with full of heart….

The man of my heart is before me

The feeling was true.

Every surprise for you is for me

Has brought the light of happiness

And you are a surprise for me

It remains an unforgettable memory.



By. Rubi Nahak

ଜହ୍ନ ର ମନ୍ଦିର

ଏତିକି ଟିକିଏ ଜହ୍ନ ଟାରେ
ହଜାର ହଜାର ତାଜମହଲ,
ତୋଳା ହୋଇଥିବ ଦେଖିପାରୁଛ
ସେ ଜହ୍ନ ର ସଫେଦ ଆଲୁଅ ରେ
ଦେଖା ନ ଯାଉ ଆମ ସ୍ମୃତି ର ତାଜ୍
କେବଳ ଭଲପାଇବା ର
ନିଚ୍ଛୁକ୍ ପ୍ରତିଛବି ଥାଉ
ଆମ ହୃଦୟର ପ୍ରଶସ୍ତି ଜାଗା ଭିତରେ
ଛୋଟିଆ ମନ୍ଦିର ଟିଏ ହୋଇ
ଯେତେ ଝଡ ଝଞ୍ଜା ଖରା
ଯେତେ ବର୍ଷା ବସନ୍ତ ଗଲେବି
କଳଙ୍କି ନଲାଗୁ
ଆମ ଭଲ ପାଇବାର ମନ୍ଦିର ଉପରେ ।

ମନୋଜ କୁମାର ବେହେରା (ଲେଖକ)
ସୁବୁଦ୍ଧି ପଲ୍ଲୀ, ଗଞ୍ଜାମ ।

ନିଜର କିଏ

ଚାରି ଦିନ ଯଦି ନଜର ରୁ ଦୁରେ
ଭୂଲି ଯିବେ ପରା ମତେ
ହୃଦୟେ ତୁମକୁ ସାଇତି ରଖିଛି
ବିତି ଗଲା ଦିନ କେତେ…

କିଏ ଏଠି ନିଜର ଓ
କିଏ ବା ଏଠି ପର
ଦେଉ ଥିଲେ ସଭିଙ୍କୁ ମୁଁ
ସଭିୟେଁ ବୋଲିବେ ମତେ ମୋର…

ମନେ ପକାଇବା ତ ଦୂରର କଥା
କାହା ପାଖେ ସମୟ ନାହିଁ
ନିଜ ଭିତରେ ଇଶ୍ବର ନ ଖୋଜି
ବାବା ମାନଙ୍କୁ ରୁହନ୍ତି ଚାହିଁ…

ଖଣ୍ଡିଏ କାଠ ଦେବ ବୋଲି
ମନେ ଭାବେ ମୁ ନିତି ଏଠି
ମୁ ଜାଣେ ନି କେବେ ଆସିବ ସେଦିନ
ମୋ ଶେଷ ଦିନର ତିଥି…

ହଜି ଗଲା ସବୁ ସ୍ନେହ ସମ୍ପର୍କ
ହଜି ଗଲା ସେ ଦିନ
ପାଖେ ଥାଇ ବି ଦୂରେଇ ଗଲେ
ଭାବିଲେ ଲାଗୁ ଛି ହିନ…

ରହି ଥିଲୁ ଆମେ ଏକା ଏକା
ଜବାବ ଥିଲା ପକ୍କା
ସାହି ପଡିସା ଲୋକ କହୁଥିଲେ
ବୁଲୁଥିଲା ଫାଲତୁ ଟୋକା…

ଟଙ୍କା ପଛରେ ମଣିଷ ପାଗଳ
ବ୍ୟାଙ୍କ୍ ରେ କରିଛୁ ଆମେ ଲୋନ
ଟ୍ରାଫିକ ରୁଲ କୁ କିଏ ମାନୁ ନାହାନ୍ତି
ଜୀବନ ରେଡ୍ ଜୋନ…

ଆକାଶ ର ତାରା ଦିଶେ ଝିକିମିକି
ଦିଅନ୍ତି ଆଲୋକ ଆଶା
ନିଜର ବୋଲି ଥରେ କହିଦିଅ
କେହି ଏତିକି ଆମ୍ଭର ଆଶା…

By. Hrusikesh Kusulia (Writer)
Muniguda, Rayagada.

Order Now

ବିୟୁଟି ପାର୍ଲର ର ଠିକଣା !!!













ମୋ ମନ ଅଗଣାରେ
ବଇନା ଦେଇ ଚାଲି ଯାଇଛି
ଏକ ଅଜଣା ପଥିକ ଟିଏ
ହାତରେ ଠିକଣାର କାଗଜ ଟିଏ ଧରି !!


କାହିଁକି କେଜାଣି 
ସେ କୁହୁକ ଭରା କଣ୍ଠକୁ
ଶୁଣି ଆଜି ବିଭୋର ହୋଇଗଲି ।


ଜବାବ ଦେବାକୁ ବାଧ୍ୟ ହେଲି
କାରଣ ମନ ଟି ଅଟକି ଯାଇଥିଲା
ତାର ସେ କଳାଜାଇ ଉପରେ !!
ତାର ଗୋଲାପି ଓଠ ପାଖେ ଥାଇ
ସୌନ୍ଦର୍ଯ୍ୟ ର ପରିଚୟ ଦେଉଥିଲା। 


ଇଚ୍ଛା ହେଉଥିଲା ଚାହିଁ ରହେ ସେ 
ସୌନ୍ଦର୍ଯ୍ୟ ଭରା କଳାଜାଇ ର ଚେହେରା କୁ !!


କିନ୍ତୁ ସମୟ ବିଡମ୍ବନା ରେ “ମୁଁ ଜାଣିନି” ବୋଲି 
ଶବ୍ଦ ଶୁଣିବା ପରେ ସେ ଚାଲିଗଲା 
ଅନ୍ୟ ଏକ ପ୍ରଶ୍ନୋତ୍ତର ବ୍ୟକ୍ତି ପାଖକୁ। 


ଇଚ୍ଛା ଥିଲା ପୁଣି ବାହାନା କରି ଡାକିବି
ଜାଣିଛି ବୋଲି କହିବା ପାଇଁ,,,
କିନ୍ତୁ ତାହା ଥିଲା ମୋ
ଏକ୍ସ ଗାର୍ଲଫ୍ରେଣ୍ଡ ର 
ବିଉଟି ପାର୍ଲର ର ଠିକଣା !!!!




ନୀଳମାଧବ ଭୂୟାଁ ଙ୍କ କଲମରୁ….

ଫେରିଆ ଧନ ମୋ ପାଖକୁ…

ଜାଣି ପାରିଲିନି ତୋତେ
କୋଉଠି ଭୁଲ ରହିଲା କେଜାଣି
ଯେଉଁଠି ସବୁ ଥାଇ ମଧ୍ୟ କିଛି ନାହିଁ
ସବୁର ଅସ୍ଥିରତା ଆଜି ତୋ ପାଇଁ
କାହିଁକି କେଜାଣି ଭୋକ ଲାଗେନା
ଶୋଷ ହେଲେ ମଧ୍ୟ ତୃଷ୍ଣା ର କଷ୍ଟ
ସହିବାକୁ ଆଉ ଇଚ୍ଛା ନାହିଁ !!!



କେବେ ଛାଡି ଯିବୁ ନାହିଁ ବୋଲି
ପ୍ରତିଶୃତି କଣ ଭୁଲ ଥିଲା ତୋର
କାହିଁକି ଆଜି କବାଟ କିଳୀ ବସିଛୁ
ଭିତର ରୁମ୍ ର ଅନ୍ଧାରିଆ କୋଣରେ
କଣ ପାଇଁ ଏମିତି କରିଲୁ
ସତ କହ ତୋର କଣ ଇଚ୍ଛା ନାହିଁ
ମୋ ପାଖକୁ ଆସିବାକୁ !!!

Order Now



ସବୁବେଳେ ମୋ ପାଖେ ରହିବାର ଯେମିତି
ଅଭ୍ୟାସ ହୋଇ ଯାଇଥିଲୁ ତୁ
ତୋର ଅଭାବ ମୋତେ
ମରଣ ଅନୁଭୂତି ହୁଏ
ଆଜି କାହିଁକି ସଂକ୍ରାନ୍ତି ଟିଏ
ପଡ଼ିଲା କେଜାଣି
କାଲି ପର୍ଯ୍ୟନ୍ତ ଅପେକ୍ଷା ମୋ
ପାଇଁ ଅସହ୍ୟ ହୋଇ ଯାଉଛି ।

ରାସ୍ତା ଦେଖା ମୋ ଧନ
କୋଉଠି ଅଛୁ ତୁ
ଆଜି ଗଳି ଭିତରକୁ ଯାଇ
ତୋତେ ଗ୍ରହଣ କରିବାକୁ ଇଚ୍ଛା ନାହିଁ
ତୁ ତୋର ସମ୍ମାନ ବଢେଇ ରଖିଛୁ ତୁ
ଯେଉଁଠି ତୋତେ ପାଇବା ର ଆଶା
ସେଠୀ ଆଜି ଅନେଇ ବସିଛି
ତୋ ବାପା ର F L Shop ଆଗରେ
କହିଦେ ତୋ ବାପା ଙ୍କୁ
କବାଟ ଖୋଲି ତୋତେ
ମୋ ହାତରେ ଦେବା ପାଇଁ
ନହେଲେ ଜୀବନ ହାରିଦେବି
ତୋ ଦୁଆର ସମ୍ମୁଖରେ,

Order Now


ଆଉ ଅଥୟ ନାହିଁ ରେ ମୋ ଧନ
Royal Stag…
ଫେରିଆ ଧନ ମୋ ପାଖକୁ…
ଫେରିଆ ଧନ ମୋ ପାଖକୁ…
ମୋ ଧନ Royal Stag…
ମୋ ଧନ Royal Stag…

ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ…

ବୟସର ବସନ୍ତରେ

ଯେତେ ଦିନ ଯାଏ ଏ ଆକାଶ
ଜହ୍ନ ଓ ତାରା ମାନେ ମେଘର
କବଳ ରୁ ମୁକ୍ତ ହୋଇ
ଦୁରନ୍ତ ପ୍ରିୟ ମୁଗ୍ଧ ଚାହାଣୀରେ ।
ହାତ ଠାରି ଡାକୁଥିବ
ତନୁ ମନକୁ ସିହରିତ କରୁଥିବ ।
ପଗୁଣ ର ରଙ୍ଗରେ,
ମଳୟ ର ସ୍ପର୍ଶ ରେ
ସକାଳ ସୂର୍ଯ୍ୟର ସୁନେଲି କିରଣରେ ।
ତୋ ହୃଦୟରେ କାଳେ
ଶୁନ୍ୟ କଳସି ପୂର୍ଣ୍ଣ ହୋଇଯିବ
ପ୍ରିୟର ମିଳନ ଅଭିପ୍ସାରେ ।
ଏମିତି ବିତିଯାଉ
ହଜାର ହଜାର ଫଗୁଣ ଆଉ ମଳୟ,
ବର୍ଷା ଆଉ ବସନ୍ତ ।
ବୟସର ବସନ୍ତ ରେ
ଦେହର ଫଗୁଣର ରଂଗରେ
ଆଲୋକିତ ଜୀବନ ରେ
ନ ଆସୁ କେବେ
ଏ ଶୁଭଲଗ୍ନ  ରାତି ଆଉ ଦିନରେ;
ଦିନ ଆଉ ରାତିରେ
ମଧ୍ୟାହ୍ନ ର ଉତପ୍ତ ରଶ୍ମି
ଆମ ଅନ୍ଧାର ର
ଅମାବାସ୍ୟା ରାତି ।

ମନୋଜ କୁମାର ବେହେରା ଙ୍କ ଅଦ୍ୱିତୀୟ ଲେଖନୀ…

Order Now

ଖାଦ୍ୟ ର ମୂଲ୍ୟ


ଯେତେ ଆମ କୁ ଦରକାର
ଖାଦ୍ୟ ବାଢି ଆଣିବା ଥାଳିରେ,
କୃଷକ ଶ୍ରମିକ ସୈନିକ ର
ପରିଶ୍ରମ ରେ ଉପାର୍ଜନ ଖାଦ୍ୟକୁ କାହିଁକି ଫୋପାଡିବା
ଅଳିଆ ଗଦା ଓ ଆବର୍ଜନା ନାଳରେ…

ନିଜ ଜନମ ଭୂମି କୁ ଛାଡି ଜୀବନ କୁ
ଲଗାଉଛୁ ଆମେ ବାଜି
କିନ୍ତୁ ଖାଦ୍ୟ ପାଇ ଭିକାରୀ ଟିଏ
ମାଗୁଛି ଭିକ ଆଜି..

ସବୁ କାମ ର ସମ୍ପର୍କ ଯୋଡିଛି ଖାଦ୍ୟରେ,
ଅଭିନେତା ଓ ବାଦ୍ୟକାର
କ୍ରୀଡା କ୍ରିକେଟ ଫୁଟବଲ
ଅବା ପର୍ବପର୍ବାଣୀ ଦୀପାବଳି
ରଙ୍ଗ ପର୍ବ ହୋଲି ରେ…

ବାଛି ବା ନାହି ଆମେ ଖାଦ୍ୟ
ଖାଦ୍ୟ ବିନା ଆମ ଜୀବନ ଶୂନ୍ୟ
ପରୋଉପକାର କରି
ଆମେ ପାଇବା ପୁଣ୍ୟ…

ଖାଦ୍ୟର ଦେବୀ ମାତା ଲକ୍ଷ୍ମୀ ଙ୍କୁ
କୋଟି କୋଟି ପ୍ରଣାମ କରିବା
ତାପରେ ହିଁ ଆମେ ଖାଦ୍ୟ ଖାଇବା…

ତେବେ ହେବ ଆମ ଶରୀର ରହିବ
ସୁସ୍ଥ ଶବଳ ଓ ସୁନ୍ଦର
ରୋଗ ଆସିବନି ଦୁଃଖ ଆସିବନି
ଜୀବନ ଲାଗିବ ଭାରି ସୁନ୍ଦର..

ହୃଷିକେଶ କୁଶୁଲିଆ (ଲେଖକ)
ମୁନିଗୁଡ଼ା, ରାୟଗଡ଼ା ।



If the contents are helpful to share them with your friends, Thanking You.

ଟଙ୍କା

କିଏ କହେ ମତେ ଟଙ୍କା 
କିଏ କହେ ମତେ ରୁପିୟା
ଆଉ କିଏ କହେ ମତେ ମନି,

କାହା ପକେଟ୍, 
ଘର ସିନ୍ଦୁକ ଅବା ବ୍ୟାଙ୍କ୍ ଖାତା ରେ 
ଯଦି ମୁଁ ନ ଥାଏ ତେବେ ଲୋକେ କହନ୍ତି 
ତାକୁ ପଡିଛି ବୋଲି ଶନି…

ଶାଳବଣି, ନାସିକ, ନୋଇଡା, 
ହାଇଦ୍ରାବାଦ ରେ ଜନମ ମୋହର,
ଭାରତର ପ୍ରତ୍ୟେକ ବ୍ୟାଙ୍କ୍ ରେ ମୋହରି ଘର..

ନୋଟ ସିକ୍କା ରେ ମୋର ରୁପ ରେଖା
ସଭିଏଁ ମୋହର ମୁଲ୍ୟ ବୁଝନ୍ତି ପକ୍କା…

ଆର୍ ବି ଆଈ ମତେ ଜୀବନ ଦାନ ଦିଏ,
ମୋତେ ପାଇ ବା ପାଇ ମଣିଷ କା ଜୀବନ ନିଏ…

ମୁଁ କାଗଜ ହେଲେ ବି 
କୁଡାଦାନୀରେ ନାହି ମୋର ବାସ
ବିଶ୍ବ ର ସମସ୍ତ ଲୋକ ମୋହରି ଦାସ…

ମତେ ଯିଏ ବ୍ୟବହାର ଠିକ କରିବ 
ତାକୁ ମୁଁ ତଳେ ପଡିବାକୁ ଦେବିନି,
କଦାପି ମୁଁ କାହା ସହିତ ମୁତ୍ୟୁ 
ପରେ ଉପର କୁ ଯିବିନି..

ଭୂ ଲୋକ ର ଦେବତା ମୁଁ
କିଏ କରେ ମତେ ପୂଜା,
ମତେ ପକେଟ ରେ ରଖି କିଏ 
ପାଉଛି ବହୁତ ମଜା…

ସମୟ ପରି ଚଞ୍ଚଳ ମୁଁ 
କାହା ଘରେ କାହା ପାଖେ ବେସି ସମୟ ରୁହେନା,
କେମିତି ମୁଁ ଖସି ଯିବି କାହାକୁ କେବେ ମୁଁ କୁହେନା…

ମତେ ପାଇ ବା ପାଇଁ 
ମଣିଷ ନିଜ ଜୀବନ କୁ ଲଗାଉଛି ବାଜି,
ମୁଁ ସବୁ ସମସ୍ୟା ର ସମାଧାନ ର 
ମାଧ୍ୟମ ମଣିଷ ର ଆଜି…

ମୁଁ କାହା ମନରେ ଥିଲେ ଲୋକ ବଡ ଦୁଃଖି,
ମୁଁ କାହା ପାଖରେ ଥିଲେ ଲୋକ ବଡ ସୁଖି…

ମତେ ଦେଖି ଲୋକେ ଦିଅନ୍ତି ସମ୍ମାନ,
ମୋ ପାଇ ଲୋକ କରନ୍ତି ଅଭିମାନ…

ଯିଏ ସଞ୍ଚୟ କରିବ ମତେ 
ସେ ହେବ ନାହିଁ ଜୀବନେ ନିରାଶ,
ତାହାରି ଜୀବନେ ସଦାସର୍ବଦା 
ମୁଁ ବୁଣିବି ଉଜ୍ବଳ ପ୍ରକାଶ…

Hrusikesh Kusulia (Writer)
Muniguda, Rayagada.

ଜୀବନର ଅଙ୍କ ଗଣିତ

ଆହା କି ସୁନ୍ଦର ମଣିଷ ଜୀବନ 
ସଭିଙ୍କୁ କରିବା ମିଶାଣ ।

ଦେବା ନାଇଁ କାହା ମନରେ କଷଣ
ହୋଇବା କାହିଁକି ଫେଡାଣ ।।

ଗୁଣନ କରି ଆମେ ଲିଭାଇ ଦେବା ଯେ
ହିଂସା ଛଳ କପଟ ନିଆଁ ।

ସତ୍ କରମେ କରୀକି ଯିବା ହେ
ବିଳମ୍ବ କରିବା କିଆଁ ।।

ହରଣ କରିବ କିଏ ଯେ ଆମର
ମନ କୁ କରିବ ଚୋରି ।

ତାହାରି ହାତରେ ରହିଛି ପରା ଏ 
ସଂସାରର ପ୍ରେମ ଡୋରି ।।

ସମୟ ଆମକୁ ଶିଖାଇ ଦିଏ ଯେ
ଜୀବନର ଅଙ୍କ ହରଣ ।

ମାତା ପିତା ଗୁରୁ ସାକ୍ଷାତ ଇଶ୍ବର 
ଚାଲ ପୂଜୀବା ତାଙ୍କ ଚରଣ ।।

ଭଲ କାମ ପାଇଁ ଆସିଛୁ ଆମେ ଯେ
ଦେବା ଟି ଉଚିତ୍ ଦର ।

କାଳ ଚକ୍ରରେ ଛନ୍ଦୀ ହୋଇ ଆମେ
କିଆଁ ହେବା ଯେ ଯମ ର ଦ୍ଵାର । ।

ମିଳିବ ନାହି ଏହି ସୁନ୍ଦର ସଂସାର
ଉଜାଡି ଯିବ ଏ ବାଲି ଘର।

ମିଶାଣ ଫେଡାଣ ଗୁଣନ ହରଣ 
କଲେ ଜଣା ପଡେ ଏଠି
କିଏ ଆପଣାର ଆଉ କିଏ ପର ।।

ହୃଷିକେଶ କୁଶୁଲିଆ (ଲେଖକ)
ମୁନିଗୁଡ଼ା, ରାୟଗଡ଼ା।

If the contents are helpful to share them with your friends, Thanking You.

ଭୂଲ କାହାର


ଭଲ ଲୋକ ଯଦି
ଆମ ନେତା ହେଲେ
ଭଲ ହେବ ଆମ ଦେଶ ର କାମ…

ଖରାପ ଲୋକ ନେତା ହେଲେ
ଆମ ଦେଶ ହେବ ଗୁଲାମ…

ଜନତା ଭୋଟ ରେ ଅଛି ବହୁତ ତାକତ
ନେତା ଜାଣିଛି ଭୋଟ ର ଓକାତ…

ଜନତା ଗଢୁଛି ଚଳାଇ ବାକୁ ଦେଶେ
ନୂଆ ସରକାର ନୂଆ ଶାସନ
ନେତା ବାବୁ ମାନେ ଘୋଟାଲା କଲେ
ଜନତା ର ହୁଏ ବୁରା ହାଲ…

ନେତା ପାଉଛି ଭତ୍ତା ଟଙ୍କା
ଗରିବ ର ଭୋଟ କୁ ନେଇ
ଗରିବ ର ବିପତି ବେଳେ
ନେତା ର ଦେଖା ଦର୍ଶନ ନାଇ…

ହସେ ରାଜ ନେତା କାନ୍ଦେ ଜନତା
ପାଞ୍ଚ ବରଷ ଯାଇ
ଭୋଟ ଦେଇ ବାଛିବା
ନେତା ଆମେ ଭୂଲ କାହାର ଭାଇ…

ଯଦି ବ୍ୟବହାର କରିବା ନାହିଁ
ଆମେ ସରକାରୀ ଅନୁଷ୍ଟାନ
କିପରି ସରକାର ଦେବେ
ତାହାର ବିଶେଷ ଧ୍ୟାନ…

ବେସରକାରୀ ଅନୁଷ୍ଟାନ ର ସେବା
ବ୍ୟବହାର କରି ଆମେ
ଖୋଜୁ ଆମେ ସରକାରୀ ଚାକିରୀ
ଜନତା ର ଭୂଲ ନା ସରକାର ର ଭୂଲ
ଟିକେ ଭାବିବା ଦିମାଗ୍ କରି କୁଲ…

ମାତୃଭାଷା ରେ କଥା ହେବାକୁ
ଲୋକ କଲେଣି ଲାଜ
ମାଆ କୁ ମମି ବାପା କୁ ଡାଡି
ଇଂରାଜୀ ରେ ଚାଲେ ସବୁ କାର୍ଯ୍ୟ…

ବଡି ଚାଳିଛି ଜନସଂଖ୍ୟା
ବଢୁଛି ବେ ରୋଜଗାର
ଜନତା ର ଭୋଟ ରେ ଗଢା ହେବ
ଦେଶ ରେ ଭଲ ସରକାର…

ହୃଷିକେଶ କୁଶୁଲିଆ (ଲେଖକ)
ମୁନିଗୁଡ଼ା, ରାୟଗଡ଼ା ।

If the contents are helpful to share them with your friends, Thanking You.