Tag Archives: ##best_poem

ଜହ୍ନ ର ମନ୍ଦିର

ଏତିକି ଟିକିଏ ଜହ୍ନ ଟାରେ
ହଜାର ହଜାର ତାଜମହଲ,
ତୋଳା ହୋଇଥିବ ଦେଖିପାରୁଛ
ସେ ଜହ୍ନ ର ସଫେଦ ଆଲୁଅ ରେ
ଦେଖା ନ ଯାଉ ଆମ ସ୍ମୃତି ର ତାଜ୍
କେବଳ ଭଲପାଇବା ର
ନିଚ୍ଛୁକ୍ ପ୍ରତିଛବି ଥାଉ
ଆମ ହୃଦୟର ପ୍ରଶସ୍ତି ଜାଗା ଭିତରେ
ଛୋଟିଆ ମନ୍ଦିର ଟିଏ ହୋଇ
ଯେତେ ଝଡ ଝଞ୍ଜା ଖରା
ଯେତେ ବର୍ଷା ବସନ୍ତ ଗଲେବି
କଳଙ୍କି ନଲାଗୁ
ଆମ ଭଲ ପାଇବାର ମନ୍ଦିର ଉପରେ ।

ମନୋଜ କୁମାର ବେହେରା (ଲେଖକ)
ସୁବୁଦ୍ଧି ପଲ୍ଲୀ, ଗଞ୍ଜାମ ।

ବୟସର ବସନ୍ତରେ

ଯେତେ ଦିନ ଯାଏ ଏ ଆକାଶ
ଜହ୍ନ ଓ ତାରା ମାନେ ମେଘର
କବଳ ରୁ ମୁକ୍ତ ହୋଇ
ଦୁରନ୍ତ ପ୍ରିୟ ମୁଗ୍ଧ ଚାହାଣୀରେ ।
ହାତ ଠାରି ଡାକୁଥିବ
ତନୁ ମନକୁ ସିହରିତ କରୁଥିବ ।
ପଗୁଣ ର ରଙ୍ଗରେ,
ମଳୟ ର ସ୍ପର୍ଶ ରେ
ସକାଳ ସୂର୍ଯ୍ୟର ସୁନେଲି କିରଣରେ ।
ତୋ ହୃଦୟରେ କାଳେ
ଶୁନ୍ୟ କଳସି ପୂର୍ଣ୍ଣ ହୋଇଯିବ
ପ୍ରିୟର ମିଳନ ଅଭିପ୍ସାରେ ।
ଏମିତି ବିତିଯାଉ
ହଜାର ହଜାର ଫଗୁଣ ଆଉ ମଳୟ,
ବର୍ଷା ଆଉ ବସନ୍ତ ।
ବୟସର ବସନ୍ତ ରେ
ଦେହର ଫଗୁଣର ରଂଗରେ
ଆଲୋକିତ ଜୀବନ ରେ
ନ ଆସୁ କେବେ
ଏ ଶୁଭଲଗ୍ନ  ରାତି ଆଉ ଦିନରେ;
ଦିନ ଆଉ ରାତିରେ
ମଧ୍ୟାହ୍ନ ର ଉତପ୍ତ ରଶ୍ମି
ଆମ ଅନ୍ଧାର ର
ଅମାବାସ୍ୟା ରାତି ।

ମନୋଜ କୁମାର ବେହେରା ଙ୍କ ଅଦ୍ୱିତୀୟ ଲେଖନୀ…

Order Now

ଟଙ୍କା

Money, rupees, money heist, stock market,stock
ଟଙ୍କା

ମୋତେ ପାଇବାକୁ ଏତେ ଚିନ୍ତା ସିନା,
ତୁମ ପାଖରେ ରହିବାର ପ୍ରଶ୍ନ ଉଠୁନି…
ମୋର ଅସ୍ତିତ୍ବ ନାହିଁ,
ନା ମୋର ମୃତ୍ୟୁ ଅଛି,
ନା ମୁଁ ଜୀବିତ,
ତଥାପି ମୁଁ ତୁମର ଅନ୍ତରଙ୍ଗ ବନ୍ଧୁତ୍ୱ…
ଯଦି ମୋତେ ଆପଣେଇ ନେଲ,
ତାହା ମଧ୍ୟ ସ୍ୱଳ୍ପ ସମୟ ପାଇଁ…
ତାଗିଦ୍ କରିବାକୁ ବାଧ୍ୟ ହେଉଛି
ମୁଁ ମୋର ରୂପ ବଦଳେଇବା ପାଇଁ ସମୟ ନିଏ ନାହିଁ…
ନିଜ ପାଖରେ ରଖି ଚିନ୍ତାମଗ୍ନ କାହିଁକି ?
ମୁଁ ତ କହିନି ମୋତେ ଆପଣେଇ ବାକୁ… 
ତୁମର ସ୍ବାର୍ଥ ମୋତେ ଆପଣେଇ ବାକୁ ବାଧ୍ୟ କରୁଛି ??
କାରଣ!!
ମୁଁ ହେଉଛି ଏମିତି ଏକ ପଦାର୍ଥ,
ତୁମର ସବୁ ସ୍ବାର୍ଥ 
ମୁଁ କ୍ଷଣକ ମଧ୍ୟରେ ପୂରଣ କରିପାରେ…
ମୋର ସ୍ଥାନ ସବୁଠି,
ସବୁ ସ୍ଥାନରେ ମୁଁ ପ୍ରତିତ
ଲୋଭ ଦେବାରେ ମୁଁ ପଛାଏ ନାହିଁ…
ନା କଷ୍ଟ ଦେବାରେ !
ନା ଦୁଃଖ ଦେବାରେ!!
ନା ଖୁସି ଦେବାରେ !!!
କାରଣ ମୁଁ ହେଉଛି ?????     
” ଟଙ୍କା “
ନୀଳମାଧବ ଭୂୟାଁ
ଙ୍କ କଲମରୁ…

If the contents are helpful to share them with your friends, Thanking You.

ବୁଲା କୁକୁର (କବିତା)

ବୁଲା କୁକୁର
ବୁଲା କୁକୁର

ପଶୁ କୂଳରେ ଜନ୍ମ ନେଇଥିବା
ଏକ ପାପୀ ସନ୍ତକ
ନା କାହାର ପ୍ରିୟ
ନା କାହାର ନିଜର
ନାଆଁ ଟି ମୋର ବୁଲା କୁକୁର ।

କେବେ ଭୋକରେ ଦିନ କଟେ ତ
ଆଉ କେବେ ଅଚିହ୍ନା ଘର ଆଗରେ
ଗୁହାରି ପଡେ,
କିଏ ଦିଏ ଅଳ୍ପ ତ କିଏ ବେଶୀ
ଖାଇବା ନୂଆ ଆଜ୍ଞା, ମାଡ ସହିତ ଗାଳି 
କାରଣ ମୁଁ ଗୋଟିଏ ବୁଲା କୁକୁର।

ମୋର ମଧ୍ୟ ଇଚ୍ଛା ହୁଏ 
ମନୁଷ୍ୟ ର ଦାସ ହୋଇ ରହିବାକୁ
କିନ୍ତୁ ଏମିତି କୂଳରେ ଜନ୍ମ ମୋର
ଆମ ସ୍ଥାନ କୁ ପୂରଣ କରନ୍ତି
ବିଦେଶୀ ଜାତି ଭାଇ
କାରଣ ଆମେ ହେଉଛୁ ବୁଲା କୁକୁର ।

ମୁକ ହୋଇ ବୁଲୁଥାଏ ସବୁବେଳେ
କେ ଅବା ଶୁଣିବ, ନା ବୁଝିବ
ଆମ ଦୁଃଖ ଦରଦ
କାରଣ ମୁଁ ଜଣେ ବୁଲା କୁକୁର ।

ରାସ୍ତାରେ ପଡ଼ି ରହେ
ଜଣା ପଡ଼େ ନାହିଁ ଦିନ ଅବା ରାତି
ଖରା, ବର୍ଷା, ଶିତ ସବୁ ସହି ଯାଏ
କାହିଁକି ନା ସମସ୍ତେ ଭାବନ୍ତି ପର
ନାଆଁ ଟି ମୋର ବୁଲା କୁକୁର ।

କେତେବେଳେ ଗରମ ପାଣି
ତ ଆଉ କେବେ ଗରମ ଚା ରେ
ଜଳି ଯାଏ ଆମ ଦେହ
କାହିଁକି ନା
ପାଖେ ଚାଲିଯାଉ କିଛି ପାଇବା ଆଶାରେ
କାରଣ ଆମେ ହେଉଛୁ ବୁଲା କୁକୁର ।

ପଡ଼ି ରହେ କାହା ଘର ଆଗରେ
କେବେ କିଛି ମିଳେ ତ କେବେ 
ଧେତ୍ ମାର୍ ର ଶବ୍ଦ ଶୁଣେ
କାରଣ ମୁଁ ଜଣେ ଅଭିଶପ୍ତ ବୁଲା କୁକୁର ।

ଭଗବାନ ନ ଦିଅନ୍ତୁ ଏମିତି
ଜୀବନ କାହାକୁ
ଯାହା ନର୍କ ଜୀବନ ଠୁ ମଧ୍ୟ ଅଧିକା କଷ୍ଟ
କାରଣ ମୁଁ ଜଣେ ବୁଲା କୁକୁର ।

ଆତ୍ମା ରୂପେ ମନୁଷ୍ୟ କେବେ
ସଦ୍ ବୁଦ୍ଧି ପ୍ରାପ୍ତି ହେବେ କେଜାଣି
କାରଣ ମୋ ମଧ୍ୟ ଅଛି ଏକ ଆତ୍ମା
ଯାହା ନାମ ପାଇଛି ଏକ ବୁଲା କୁକୁର ।

ଧନ୍ୟବାଦ ଦେବାକୁ ଚାହିଁବି ସେ
ମହାନ୍ ବ୍ୟକ୍ତି ଙ୍କୁ 
ଯିଏ ବିନା ସ୍ୱାର୍ଥରେ ଆମକୁ
ଖାଦ୍ୟ ଦେବାକୁ ଇଛା ରଖୁଛନ୍ତି
କାରଣ ଆମେ ହେଉଛୁ ବୁଲା କୁକୁର ।

ହେ ମନୁଷ୍ୟ
ଆମେ ମଧ୍ୟ ଚାହୁଁ ଆପଣଙ୍କ
ସେବା କରିବା ପାଇଁ
ନିଜର ବୋଲି ଭାବି ଟିକେ 
ଭଲ ପାଇବା ଦେଇଦିଅ
କାରଣ ଆମେ ହେଉଛୁ ବୁଲା କୁକୁର ।

ନାଆଁଟି ମୋର ବୁଲା କୁକୁର ।




ରୁବି ନାହାକ(ଲେଖିକା)
ବୁଗୁଡ଼ା, ଗଞ୍ଜାମ ।

ଯନ୍ତ୍ରଣା (Pain)

ଯନ୍ତ୍ରଣା (Pain)
ଯନ୍ତ୍ରଣା (Pain)



ମୂର୍ତ୍ତିବନ୍ତ ପଥରରେ ବିଗ୍ରହ ପ୍ରତିମା
ଠାକୁର ଭାବି …..ଫୁଲମାଳ
ଧୂପ ଦୀପ ମହାର୍ଘ୍ୟ ଦେଇ
ପୂଜୁଥିବା ଲୋକେ
ପାଇବାର ଆଶା ରଖି
ହୃଦୟ ରେ ଘିଅ ଦୀପ ଜାଳି
ଯନ୍ତ୍ରଣାରେ ଜର୍ଜରିତ ହୋଇ
ଲୁହର ବର୍ଷାରେ
ପ୍ରତ୍ୟହ ଲିଭାଉ ଥାଏ
ଦେହ ଭିତରର ଆମାନସିକତାର
କ୍ଷତ…….ଗୁଡିକୁ ।

ଅରୁଣ କୁମାର ବିଷୋୟୀ ଙ୍କ
କଲମ ମୁନରୁ…..        

ସଭ୍ୟତାର ଅତଳ ଗର୍ଭରେ…..

ସଭ୍ୟତାର ଅତଳ ଗର୍ଭରେ.....
ସଭ୍ୟତାର ଅତଳ ଗର୍ଭରେ…..
ଜନ୍ମ ନିଏ ଯା’ର କୋଳରେ
ଏକ ନୂଆ କଳେବର
ନୁଆଁ ରୂପ ନେଇ
ହେବା ପାଇଁ ପୁଣି ଅଭିଶପ୍ତ
ଆରମ୍ଭ କଲି ତା’ପରେ ଶିକ୍ଷା
କରିବାକୁ ଜ୍ଞାନର ଜିଜ୍ଞାସା, 
ଶିକ୍ଷା ର ସାଗରରୁ ମୁକ୍ତା ଖୋଜୁ ଖୋଜୁ….
ପାଇ ଗଲି ମୋ ଅନ୍ତରର ଦୀକ୍ଷା
କିନ୍ତୁ….ହୋଇଯାଏ ଭ୍ରାନ୍ତିର ଶିକାର
ପିଲାଟି ବେଳରୁ।
ମା ର କୋଳରୁ ଶୁଣିଥିଲି ତୋତେ 
କେତେ ଭର୍ତ୍ସନା, ଅଟହାସ କରୁଥିବାର
ନିରୁପାୟ ଥିଲି ନିରୁପିତ କରିବା ପାଇଁ
ଲେଖାନି ଚାଲାଣ କରି ।
କର୍ଣ୍ଣ ମୋର ବଧିର ହୋଇଗଲା
ତୋ ଅପଭ୍ରଂଶ, ଅଶୁଦ୍ଧତା ଶୁଣି ଶୁଣି;
କାନ୍ଥ ବାଡ଼ରେ ଲେଖାଥିବା
ଅନେକ ଶବ୍ଦକୁ ଦେଖି ଅନ୍ଧ ପାଲଟି ଗଲି ।
ବୁଝିବାକୁ ଚେଷ୍ଟା କଲି….
ଭୂଲ ବା କାହାର…..?
ତୋର ନାଁ ଏ ସଭ୍ୟ ସମାଜର ..?
ଭାଷା ପ୍ରୀତିର କୁହୁତାନ
ମର୍ମରିତ ହୋଇ ନାହିଁ
ଏକ ବିଂଶ ଶତାବ୍ଦୀର ମାନବ ସମାଜର
ଜୀବନର ଦୃଢ଼ ବାସ୍ତବତା ଭିତରେ;
କଳ୍ପନା ମାନସରେ ଆଉ
ଅନୁକରଣରୁ ଜନ୍ମିତ
ଜୀବାଗ୍ର ଆଉ ଲେଖନୀ ମୁନରେ
ଏହି ସଭ୍ୟ ସମାଜରେ….
ଅଶ୍ଳୀଳତା ଆଉ ଅପଭ୍ରଂଶର
ଶବ୍ଦ ଗୋଟି ଗୋଟି କରି
ଶତାଧିକ ସେମାନଙ୍କୁ
“ଭାଷା….” ତୋର ଅପଵିତ୍ରକାରୀଙ୍କୁ
ଚିନ୍ତିତ ତୋ ବିଭର୍ଷତା ରେ
ଅଶ୍ରୁସିକ୍ତ ଏବେ ମୁଁ
ଗତାୟୁ ଭାଷା ସାହିତ୍ୟର
ସୁବର୍ଣ୍ଣ ଇଲକାରୁ
କୋଣାର୍କ ଚୂଡ଼ାରୁ ନେଇ
କାଳେ ଲୁଚାଇ ଦେବେ ତତେ
ସଭ୍ୟତାର ଅତଳ ଗର୍ଭରେ ।
ମନୋଜ କୁମାର ବେହେରାଙ୍କ ଲିଖିତ…..

ଆତ୍ମଲିପି

ଆତ୍ମଲିପି atmalipi
ଆତ୍ମଲିପି
ତୁମେ ବହୁତ୍ ଚାଲାକ୍
ତେଣୁ ବୁଝିପାରନି ମୋ ଶବ୍ଦର ସରଞ୍ଚନା
ମୋ ଭାଷାର ଭାବନା କୁ
ପୂର୍ଣ୍ଣତାର ପଂକ୍ତି ସବୁ;
ବିସର୍ଜନ କରିଦେଲ
ପାଗଳାମି ର ଆଖ୍ୟା ଦେଇ
ତୁମେ ନ ବୁଝିବାଟା ହିଁ ଭଲ ।
ହୃଦୟର ଅପ୍ରକାଶିତ ପାଣ୍ଡୁଲିପି
ଭିନ୍ନ ଏକ ଜହ୍ନ ରାତିର ଗଳ୍ପ
ବର୍ଷା – ବସନ୍ତ – ବୈଶାଖୀ ର କାହାଣୀ ।
ମୋ ଗଳ୍ପର ପ୍ରଥମ ପାଠିକା ଭାବେ
ପୁରୁଣା ଜହ୍ନ କୁ ଦେଖି
ତୁମେ ପରାସ୍ତ ହେବାକୁ ଚାହୁଁନ
ଭାବନାରେ…..
ସ୍ବପ୍ନ ପ୍ରଲେପ ରାତିରେ
ମୋ ଆତ୍ମ ପ୍ରତ୍ୟେୟ
ଆତ୍ମଲିପି ପାଖରେ……
ତୋ ସ୍ମୃତିରେ…..!!!!!
ମନୋଜ କୁମାର ବେହେରା ଙ୍କ
କବିତା ସଂକଳନ ରୁ……..  

ରୂପାନ୍ତରିତ ମଣିଷ ( Man of Change)

ରୂପାନ୍ତରିତ ମଣିଷ ( Man of Change)
ରୂପାନ୍ତରିତ ମଣିଷ ( Man of Change)


*ରୂପାନ୍ତରିତ ମଣିଷ*

ସମସ୍ତଙ୍କୁ ଜଣାଅଛି
ମାଂସର ଉପଭୋଗରେ ଜୀବନର
ଜଳପରି ସ୍ୱଚ୍ଛ ଆଉ ପବିତ୍ରତା
ନଷ୍ଟ କରିବାରେ ……।
ସମସ୍ତେ ଓସ୍ତାଦ
କେତେ ପ୍ରକାର ……
କେତେ ଭାଗରେ……
‘ ଚକ୍ରବ୍ୟୁହ ‘ ଚଳାଇବାକୁ ,
‘ ସମାଜ’ ଠୁ ସଭ୍ୟତା ଯାଏ
ମାଟି ଠୁ ମଙ୍ଗଳ ଯାଏ.. କିନ୍ତୁ
ଜନତା ଆଖିରୁ ନିଦ ହଜାଇ
ଚୁପଚାପ୍ ଶୋଇ ରହନ୍ତି
“ରୂପାନ୍ତିତ ମଣିଷ”
ମିଥ୍ୟା – ଛଳନା – ପ୍ରତିସ୍ମୃତିର
ଯୁଦ୍ଧ କ୍ଷେତ୍ରରେ ହାରୁ କିମ୍ଵା ଜିତୁ…
ସବୁଠି ଚର୍ଚ୍ଚାର ପାତ୍ର ସାଜି ଯାଏ ।
ସତରେ ! ମାନବିକତା କେତେ ପଛରେ…..
ଜନ୍ମ ହେବା ଶିଶୁଟିଏ…….
ବଂଚି ପାରେନି ‘ହତ୍ୟା’ ଶବ୍ଦ ଆଗରୁ
ନିଜକୁ ନିଜେ ଜାଣିପାରେନି…. ମୁଁ କିଏ?
ଗୋଟିଏ ବିରାଟ ପ୍ରଶ୍ନବାଚି ହୋଇଯାଏ ।

ମୁଁ କେବଳ…
ମୁଁ ହିଁ ରକ୍ଷକ…
ମୁଁ ହିଁ ଭକ୍ଷକ….
ସମସ୍ତଙ୍କ ଈର୍ଷା ଜର୍ଜରିତ ଦୃଷ୍ଟି
ଏହି ସମାଜ ଉପରେ ।
ଭାଙ୍ଗୁ କି ଭୁଶୁଡ଼ି ପଡୁ
‘ଏ ସମାଜ – ଏ ସଭ୍ୟତା
କାହାରି ଖିଆଲ ନାହିଁ
କାହାର ଶୁଣିବାର ନାହିଁ
ଅନ୍ତଫଟା ବିକଳ କ୍ରନ୍ଦନ
ଧର୍ଷଣ ହୁଏ ଖୁସି-ଆନ୍ଦନ
ଆଗକୁ ଯିବାର ଚେଷ୍ଟା ପାଖରେ
କିନ୍ତୁ…..
ସେପଟେ ଅସଭ୍ୟଙ୍କ ବିକଟାଳ ହସ
ଗୋଟେ ପଟେ ସୁଖର ସୌଧତ
ଅନ୍ୟପଟେ ଲୁହର ସମୁଦ୍ର
ଏହି ମାନବ ସମାଜରେ
ତାପରେ …….
ଏକ ହୋଇଯାଏ
ରାଜନୀତି….
ଅର୍ଥନୀତି….
କୂଟନୀତି…..’
By. Manoj…(Writer)

An Unconfenced feel💭

An Unconfenced feel💭
An Unconfenced feel💭



The scars of my heart became screams,
Let the warmth of your love wrap me,

The shine of my eyes became fades,
Let me sink in the depth of your eyes,

The laughter of my lips became lost,
Let the aroma of peace makes me smile,

The brain is tired on those shit noises,
Let me lost in the melodies of your voice,

The momentary troubles trying to pull me down,
Let hold my hand; to be my forever strength,

The worst days ruined my happiness,
Let encourage my confident soul to be blessed and being blessed to others.

-Duffer ❤️

Lakshman Rekha ( ଲକ୍ଷ୍ମଣ ରେଖା)


Lakshman Rekha




ତୁମେ ବୁଝିପାରୁଥିବ ଜୀବନ ଜ୍ୟୋସ୍ନାକୁ
ସାଇତି ଥିବା ଅତୀତରେ,
ମୁଁ ତୁମର ନୁହେଁ ତ
କାହାରିବି ହେବା ମୋ ପକ୍ଷେ
ସାତ ସମୁଦ୍ରର ପଦ୍ମ
ଦୂର ଆକାଶରେ 
ମିଞ୍ଜି ମିଞ୍ଜି ହେଉଥିବା
ତାରା ଫୁଲ ପରି 
ଯେଉଁଠିକି ଆଶା ଆଉ ପ୍ରତ୍ୟାଶା ଥାଏ ।
ପାଇବାର ସବୁତକ ଆଶା
ମଉଳି ଯାଇଛି
ମୁଁ ତ ସିପାହିତ ଦିଗନ୍ତ ବ୍ୟାପି
ମନର ଭାବନାରେ ଟଣା ହୋଇଥିବା
ଲକ୍ଷ୍ମଣ ରେଖାକୁ ଡେଇଁବି ।
ତଥାପି ମହମ ବତିଟିଏ ହେଇ ଜଳୁଛି
ବିଜୁଳି ପଙ୍ଖା ପରି ଘୁରୁଛି  
କାଳେ ତୁମେ ଛାଡିଦେଇଥିବା 
ଅତୀତକୁ ସାଉଁଟି ନେଇ
ବଂଚିବାକୁ ।
ସମୟର ଲକ୍ଷ୍ମଣ ରେଖା
ଲିଭି ମଉଳି ଗଲାଣି
ବାସ୍ନା ଭିନ୍ନ ଭାବେ,
କେତେବେଳେ ଝଡିଯିବ 
ଭବିଷ୍ୟତ ସ୍ବପ୍ନ ହୋଇ 
ଅତୀତଟା…. ! 
ବର୍ତ୍ତମାନ ର ପାଚେରୀଡେଇଁ ।

Written by
Manoj Kumar Behera

Trupti (ତୃପ୍ତି)

Trupti


ତୃପ୍ତି
*****
ତମ ମନର ଗହନ ବନରେ
ବାସ୍ନା ଉଠେ ଖେଳିବା ପାଇଁ
ହୃଦୟରୁ ହୃଦୟ କୁ…
ତୃପ୍ତିରତାରେ ସତ୍ୟର ଅନୁସନ୍ଧାନ
କରିବାକୁ ହୁଏତ….
ସାଗରର ଉର୍ମୀ ସାଜିବାକୁ ହେବ
ପୂଜାରୀ ସାଜିବାକୁ ହେବ
ମନର ମନ୍ଦିରରେ ।
ତା ପରେ……
ଦୁଃଖ – ଦାହ – ଦାନ
ଲୁହର କାରାଗାର ବନ୍ଦକରି
ସାତ ସମୁଦ୍ର ଲଙ୍ଘନ ର କଷ୍ଟ
ହରାଇବାର ଭୟ…
ମିଥ୍ୟା ଛଳନା ଅଭିନୟକୁ
ପଛରେ ପକାଇ ତମେ
ବିଜୟର ଆନନ୍ଦରେ- ତୃପ୍ତିରେ
ହସିପାରିବ….
ଗୋଟେ ହୃଦୟକୁ କନ୍ଦାଇ,
ଗୋଟେ ଜୀବନ ପାଇପାରିବା ର
ଆନନ୍ଦର କଲ୍ଲାଳ ଉତ୍ସରେ।।।

ମନୋଜ କୁମାର ବେହେରାଙ୍କ
ଲେଖନୀରୁ…

Prema Eka Bhabanara – 04 (Parichaya"ପରିଚୟ")

parichaya_odia_poem
Prema Eka Bhabanara – 04 (Parichaya”ପରିଚୟ”)

ପରିଚୟ


ଆବେଗର ବିଭୋର ହୋଇ ଭାବନାର ମୌସୁମୀ ସିଂହରଣ ଖେଳାଇ ଖେଳାଇ ଦିଏ ବିଶ୍ଳେଷଣ କରିବାକୁ ଯାଇ ତୁମେ ତୁମ ମନର ସାନ୍ତ୍ୱନା ପାଇଁ ବିରକ୍ତିରେ ଭାଙ୍ଗିପଡ଼; ବ୍ୟସ୍ତ ବିବ୍ରତରେ ଆଖିରେ ଆଖିଏ ଲୁହ ଓଦା ଓଦା ଓଠର କରୁଣ ରାଗରେ । ହେଲେ ତୁମ ପାଇଁ  ମୁଁ ଲଗ୍ନ ତାଜମହଲ ଭିତରେ ନିରୁଦ୍ଧିଷ୍ଟ । ଅନ୍ୟ ଏକ ପ୍ରେମର ମନ୍ଦିର ମୂର୍ତ୍ତିଟିଏ । ତୁମ ପାଇଁ କିଛି ସମୟର ଅତିଥିଟିଏ ତୁମପ୍ରେମ ହେଉଛି ସ୍ମୃତିମୟ ମୋ ପାଇଁ ନୁଆଁ ଜୀବନର ସନ୍ଦେଶ ।

 କେମିତି କହିବି କେଉଁଠି ଆରମ୍ଭ କରିବି, କେଉଁଠି ଶେଷ କରିବି; ନିର୍ଲୁପ୍ତ ସେହି,  ସେହି ଅଜଣା ତିଥିର ମହେନ୍ଦ୍ର ଲଗ୍ନରେ ହୋଇଥିବା ଅବୁଝା ଅଝଟ ମୁହୂର୍ତ୍ତ ସବୁ ପ୍ରେମ ଏକ ଭାବନାର’ ।

ଅଳି ଅଝଟ ବୟସରୁ ହିଁ ମୋ ମନଭିତରେ ପ୍ରେମର ଐଶ୍ୱର୍ଯ୍ୟମୟ ସ୍ନାୟବିକ ସଂବେଗ ତାଙ୍କ ପ୍ରତି । ଚାଟଶାଳୀର ବର୍ଣ୍ଣମାଳାରେ, ପଣିକିଆର କ୍ଲାସ ରୁମର ମଝି ଧାଡ଼ିରୁ କୋଳାହଳର ସେହି ବୈଚିତ୍ରମୟ ପୁଲକିତ ଅନୁଭବର ଉଲ୍ଲାସ ଓ ଉତ୍ତରଣ ତାଙ୍କ ପ୍ରତି । କେତେ ଗତାୟୁ ବର୍ଷରୁ ସମ୍ପର୍କ ଆମର ଛୋଟ ମୋର ଗାଁଟି ରେ ବରଗଛ ଓହଳରେ ଦୋଳି ଖେଳିବା ଲୁଚି ଲୁଚି ବଣ ବୁଦାରୁ କୋଳି ଖାଇବା ପ୍ରଜାପତି ଧରିବା ଠାରୁ ଆଜି ଯାଏ ସେ ଛାଇପରି ଜଗିରହିଛି ମନରେ ଭାବନାରେ ତାଙ୍କ ପାଖରୁ ହିଁ  ଗୋଟେ ନୁଆଁ ପରିଚୟ ପାଇଛି ତାଙ୍କ ସହ ବଞ୍ଚିବାର । ସ୍ୱପ୍ନ ଶ୍ରୀ ମନ ମନ୍ଦିରରେ ଉଦ୍ଭସିତ ହେଇ ଉଠୁଛି ଏକ ଅଭୁଲା ମୁହୂର୍ତ୍ତ । ପ୍ରତ୍ୟେକଟି ଶବ୍ଦ, ପ୍ରତ୍ୟେକଟି ସଂଳାପ ମଧୁର ବିମଧୁର ଏକ ନୂତନ ଦିଗନ୍ତର କଳ୍ପନା ସେ ନହଲେ କାହିଁକି ତାଙ୍କ ପ୍ରତି ଏକ ଦୁର୍ବଳତା ଏତେ ମଦକତା; ତାପରେ ବି ଶହ ଶହ ବର୍ଷ ଧରି ଭଗ୍ନ ଶରୀରରେ ପ୍ରାଣ ସଞ୍ଚାର କରେ ଆଲୋଚନା କରେ, ସେଇ ଟିକେ ପ୍ରେମପାଇଁ  ନହଲେ ଶୀତରାତିରେ ସେଫାଳିର ଗନ୍ଧବାରି ବିମୋହିତ  ହୋଇନଥାନ୍ତି; ରାତିର ଇଚ୍ଛା ମନର ଭାରକ୍ରାନ୍ତକୁ ଶାନ୍ତ କରି ନୂଆ ଜିବନ ସଞ୍ଚାର କରୁନଥାନ୍ତା । ତାଙ୍କୁ ନେଇ ତାଙ୍କ ଜୀବନର ଚରମ ତୁପ୍ତିର ଉପଲବ୍ଧି ଅନନ୍ୟ ।

ତାଙ୍କୁ ନେଇ ଲେଖାରେ ହେଉ ବା କଥାରେ ହେଉ, ନିଜକୁ ପ୍ରକାଶ କରିବା ଏକ ପ୍ରକାର ସଯ୍ୟ ଧର୍ମ । ସେ ଆଲୋକ ଦିଏ କି ଉତ୍ତାପ ଦିଏ ମୁଁ ଜାଣେନା । ତାର ଫଳାଭିସନ୍ଧି ନଥାଏ ତା ପାଇଁ ଗୋଟିଏ ମାତ୍ର ସତ୍ୟ ନିଷ୍ଠାର ସହିତ ଜଳିଯିବା ବୋଧେ ଏହା ହିଁ ତାଙ୍କ ପାଖରେ ମୋର ପରିଚୟ, ଜୀବନରେ ବଞ୍ଚିବାର ପ୍ରେରଣା ଟିଏ ଏବଂ ଲକ୍ଷ୍ୟଟିଏ ତାଙ୍କୁ ନେଇ ।

ଜୀବନର ପରିଚୟ ଓ ପ୍ରେରଣା କୁ କେନ୍ଦ୍ର କରି ଯେଉଁ ରୂପାୟିତ ସୃଷ୍ଟି ତାହା ହିଁ ଆମ ପାଇଁ ଏକ ସାହିତ୍ୟ ।।
କ୍ରମଶଃ…..
ପ୍ରେମ ଏକ ଭାବନାର…….

ମନୋଜ କୁମାର ବେହେରାଙ୍କ

କବିତା ପୃଷ୍ଠାରୁ……..

parichaya_odia_poem



Follow My Pages:-

Bhuyans blog

Utkal Divas (ଉତ୍କଳ ଦିବସ)


utkala_divasa_odia_poem
Utkal Divas (ଉତ୍କଳ ଦିବସ)





ଲେଖୁ ଲେଖୁ ସରିଯିବ
ସାତ ସପନ ଆଉ ଅଠର ରାତି
ସେ ଭିତରେ ନ ଥିବ
ଆଶା ହୀନ ଭରସା ର କାହାଣୀ
ବର୍ଷା -ବସନ୍ତ ର ସମ୍ପର୍କ ;

କାହାଣୀ ତ ଭିନ୍ନ ଧରଣର
ଉତ୍ସାହ ନାହିଁ କି ଉତ୍ସ ନାହିଁ
ପୂର୍ଣ୍ଣ ମର୍ଯ୍ୟାଦା ଦେବାକୁ 
ପଢିବାକୁ ଅସମର୍ଥ,
ହୃଦୟର ବନ୍ଧୁରତା କୁ ସମତଳ କରି
ସତ୍ୟ-ଅତୀତ-ଲୁହ-କାରାଗାର
ସମ୍ପର୍କ ଯୋଡି ଦେଇ 
ମଇଳା ଚିରା କାଗଜ ଭିତରେ
ନିସ୍ତେଜ ହୋଇ ପଡ଼ିଲା ପରେ
ସବୁତକ ମାଟିରେ ମିଶିବା ବ୍ୟତୀତ
କଣ ବା ମିଳିବ ;

ସେମାନଙ୍କ ପାଈଁ
ସେହି ଟିକକ ଶ୍ରଦ୍ଧାରେ
ସେଇ ଶେଷ ନିଃଶେଷ ହୋଇଥିବା
କାଗଜ ଭିତରୁ
ଉତ୍କଳ ଦିବସରେ….

ଓଡ଼ିଶାର ବରେଣ୍ୟ ବିର ପୁତ୍ର ମାନଙ୍କୁ ମୋର ଶ୍ରଦ୍ଧାଞ୍ଜଳି

ଉତ୍କଳ ଦିବସ ର ହାର୍ଦିକ ଶୁଭକାମନା..


ମନୋଜ କୁମାର ବେହେରାଙ୍କ

କବିତା ପୃଷ୍ଠାରୁ……..

utkala_divasa_odia_poem

Follow My Pages:-

Bhuyans Blog

Prema Eka Bhabanara – 03 (Anutapa "ଅନୁତାପ")

anutapa_odia_poem
Prema Eka Bhabanara – 03 (Anutapa “ଅନୁତାପ”)

ଅନୁତାପ


ଯେବେ ତୁମେ ମୋ ପାଇଁ ସଂଜ ସଳିତା ଜାଳୁଥିଲ, ଶୁଭ ମନାସୁ ଥିଲ, ମୁଁ ବୁଝି ପାରିନଥିଲି ତୁମକୁ । 


ତୁମେ ମତେ ନେଇ ଯେଉଁ ଇଚ୍ଛାର-ଭାବନାର ଘରଟିଏ କରି ନିକଟ ତର ହେବାକୁ ଚେଷ୍ଟା କରୁଥିଲ, ମୁଁ କିନ୍ତୁ ଅନୁଭବ କରି ନଥିଲି ତୁମେ ମନ ଭିତରେ ମତେ ନେଇ କେତେ ଅନେକ ସ୍ୱପ୍ନ ଦେଖିଥିଲ; ମୁଁ ବାସ୍ତବତା ବୁଝି ପାରିନଥିଲି । 

ତୁମେ ଅନେକ ଅଭିମାନ କରିଛ-ଶାନ୍ତ-ନିରବତା ଭିତରେ ମତେ ବହୁବାର ମୋତେ ଖୋଜିଛ । 

ଏକାନ୍ତ ନୀରବତାରେ ମୋ ପାଇଁ ବହୁତ କଷ୍ଟ ପାଇଛ କିନ୍ତୁ ମୁଁ….. ହୁଏତ, ମୁଁ ଓ ମୋ ଅଜାଣନ୍ତରେ ଦେଇଥିବା କଷ୍ଟ ଆଜି ମୁଁ ଅନୁଭବ କରେ । 

ମୋ ପାଇଁ ଦୀପାଳିରେ ସଳିତା ଯୋଗାଡୁ ଯୋଗାଡୁ ବହୁଥର ହାତ ପୋଡି ଦେଇଛ…….ମୁଁ ଦେଖିପାରିଛି ତୁମର ସେ ପୋଡ଼ା ଚିହ୍ନ କିନ୍ତୁ ସେତେବେଳେ ବୁଝିପାରିନି ଏବଂ ବୁଝିବାକୁ କେବେ ଚେଷ୍ଟା ବି କରି ନଥିଲି କାହିଁକି କଣ ପାଇଁ ଏତେ କଷ୍ଟକର ମୋ ପାଇଁ ।

କେତେ ବାହାନା କର ମିଶିବାକୁ, ଦି ପଦ କଥା ଦେବାକୁ ଆଉ ମୁଁହ ରେ ଚେନାଏ ହସ ରଖି ବୋଧହୁଏ ଆତ୍ମ ତୃପ୍ତିର ନିଦଟିଏ ପାଇଁ; ବାସି ସେଜରେ ବସି ମୁରୁକି ହସି ଦେବା ଭିତରେ ସେଇ ମୁହଁ କୁ ମୁଁ କେବେ ଧ୍ୟାନ ବି ଦେଇନି…..।
           
  ସମସ୍ତେ ଚାହାନ୍ତି ସେମାନଙ୍କ ପ୍ରିୟ ପୁରୁଷ ପୃଥିବୀର ସର୍ବଶ୍ରେଷ୍ଠ ହେବାପାଇଁ । 

“କିନ୍ତୁ ତୁମେ ମୋ ପାଇଁ ଯେତିକି ଲୁହଲୁହାଣ ହୋଇଛ” ତା ବାସ୍ତବତା ପୂର୍ବରୁ ବୁଝିନଥିଲି ।

 ତୁମେ ଠାକୁରଙ୍କ ନିକଟରେ ପ୍ରାର୍ଥନା କରୁଥିଲ ମୋର ସଦ୍ୱୀପ ଆଦର୍ଶ ମୟ ଜୀବନ ପାଇଁ । 

ହୁଏତ ତୁମ ଆଶା-ଭାବନା ପୂର୍ଣ୍ଣ ହେବ….. 
ମତେ ନେଇ…..
କିନ୍ତୁ ମୁଁ ତୁମକୁ ନିଜର ବୋଲି ଭାବି ପାରିନଥିଲି , ଏବେ ସେଇ ଅନୁତାପ ମୋତେ ବହୁତ ଦୂରକୁ ନେଇଯାଇଛି ।

ମନୋଜ କୁମାର ବେହେରାଙ୍କ

କବିତା ପୃଷ୍ଠାରୁ……..

anutapa_odia_poem



Follow My Pages:-

Bhuyans blog

ଅଦୃଶ୍ୟ ତାରା By Manoj

Prema Eka Bhabanara – 02 (Adrushya Tara “ଅଦୃଶ୍ୟ ତାରା”)

ଅଦୃଶ୍ୟ ତାରା

ମତେ ନେଇ ତୁମେ ତୁମର ଯେଉଁ ନୁଆଁ ଦିନଟି ଆରମ୍ଭ କରିବାକୁ ଭାବିଥିଲ ତାହା ତୁମ ଖୁସିର ବାହାରେ ଆଉ ତୁମ କଳ୍ପନାର ବହୁତ ଦୂରରେ !!

“ମୁଁ ନିର୍ବିକାର ସମୟ ପାଖରେ ଯେମିତି ଅଜଣା ଏକ ଭବିଷ୍ୟତ ପାଖରେ ପହଂଚି ଯାଇଛି ” କିପରି କାହିଁକି ଅନେକ ପ୍ରଶ୍ନ ବାଚିର ସୌଧ ଭିତରେ ବନ୍ଦି ହୋଇ ସେଇ ପ୍ରଶ୍ନର ପୁଷ୍ପ ଗୁଚ୍ଛାରୁ ସୁଗନ୍ଧ ବାଛିବାକୁ ଲାଗିଛି ।

ତୁମେ ତ ନିଳ ଆକାଶ, ସେଇ ଆକାଶ ତଳେ ରଶ୍ମିଟିଏ ହୋଇ ଗୋଧୂଳି ସନ୍ଧ୍ୟାର ମୁଁ ମୁକ୍ତା ହେବାକୁ ଚାହେଁ ! କିନ୍ତୁ ମୋ ଜୀବନରେ ତାହା ପୂର୍ଣ୍ଣିମା ରାତିରେ ଜହ୍ନ ଆଲୁଅ ର ଛାୟା ହୋଇଯାଇଛି !!!

ମୋ ପାଖରେ ନିର୍ମଳ ହୃଦୟଟେ ନାହିଁ ଯେ ତୁମକୁ ନେଇ ନୀଳାମୟୀ କୃଷ୍ଣଙ୍କ କ୍ରିଷ୍ଣା ଭଳି ଏବଂ ଗୌତମ ବୁଦ୍ଧଙ୍କ ପରି ତୁମକୁ ସଜାଇ ପାରିବି । ସେଥିପାଇଁ ବୋଧେ ସାହସ କରିପାରୁନି ତୁମର ସେଇ ନିସ୍ୱାର୍ଥପର ପ୍ରେମକୁ ।

ତୁମେ ଗ୍ରହଣ କରିବ ସେ ଭାବନା ମୋ ପାଈଁ ଅନ୍ଧକାର ର ସ୍ୱପ୍ନ ପାଲଟି ଯାଇଛି । ତୁମେ ରାଧା ଓ ମିରାର ଏବଂ ସଞ୍ଜୁକ୍ତ ରେ ଏକ ପ୍ରେମ ଓ ଭକ୍ତି ଭରା ନିରର୍ବଛିନ ବର୍ଷା ।

ମୁଁ ଇନ୍ଦ୍ରଧନୁର କିରଣ ଭଳି ମୌସୁମୀ ର ଫୁଲ ପାଖୁଡା ସାଜି ତୁମ ସହ ମିଶି ଯିବାକୁ ଚାହେଁ ଏବଂ ଭିଜିଯିବାକୁ ଚାହେଁ । କିନ୍ତୁ ତୁମର ଉତ୍ତପ୍ତ ନିଶ୍ୱାସକୁ ଯେତେଥର ମୁଁ ଶୀତଳ କରିବାକୁ ଚାହିଁଛି ମୁଁ ସେତେଥର ନିଜର ଅନୁତାପ ରେ ଜଳିଯାଇଛି ।

ତୁମେ ଆଜି ଯାଏ ଭାବୁଥିବ ମୁଁ ସବୁ ଜାଣିବି ତୁମକୁ କାହିଁକି ଗ୍ରହଣ କରୁନି-ନିଜର କରିପାରୁନି !!

ଏହି ପ୍ରଶ୍ନ ତୁମ ମନ ଭିତରେ ବାରମ୍ବାର ଉଙ୍କି ମାରୁଥିବ ଏବଂ ଏକ ବିରାଟ ପ୍ରଶ୍ନ ର କାଚ ଘର ଗଢି ଉଠିଥିବ ।

ମୁଁ ଜାଣେ ତୁମକୁ କେତେ କଷ୍ଟ ଆଉ କେତେ ଭାବନା ତୁମ ହୃଦୟରେ ଜାତ ହେଉଥିବ । ତୁମେ କଣ ଜାଣିଛ ଯେ ଏହି ଭାବନା କୁ ସତ୍ୟ ରେ ପରିଣତ କରିବା ପାଈଁ ମୁଁ କେତେଥର ପ୍ରୟାସ କରିନଥିବି ।

ହଁ ଏହା ସତ୍ୟ ଯେ ବହୁତ ଥର ସେଇ ତାରା ପୁଞ୍ଜରୁ ତୁମ ଚାରିପାଖେ ଆଲୋକିତ କରିବା ପାଈଁ ସୁର୍ଯ୍ୟ ର ଜ୍ୱଳନ୍ତ ଆଲୋକ କୁ ମୁଁ ସହ୍ୟ କରିଛି । କିନ୍ତୁ ପାରିନି, କାରଣ ମୁଁ ଅନନ୍ତ ଆକାଶ ର ଗୋଟିଏ ଅଦୃଶ୍ୟ ତାରା ଟିଏ ।

ମନୋଜ କୁମାର ବେହେରାଙ୍କ

କବିତା ପୃଷ୍ଠାରୁ……..

adrushya_tara_odia_poem



Follow My Pages:-

Bhuyans blog