Tag Archives: #Lopamudraend

ମୋ ଲୋପାମୁଦ୍ରା…(End)

ମୋ ଲୋପାମୁଦ୍ରା....
ମୋ ଲୋପାମୁଦ୍ରା……
ସବୁ ଜାଗାରେ କେବଳ କାନ୍ଦ କଟା ସହିତ ଲୋକ ଙ୍କ ଭିଡ ।
ମୋ ମନରେ ପାପ ଛୁଇଁବାକୁ ଲାଗିଲା। ଭିଡ କୁ ସାଇଡ କରି ପହଞ୍ଚିଲି ଲୋପାମୁଦ୍ରା ଘରେ।
ଦେଖିଲି ଜନ ସମୁଦ୍ର ମଧ୍ୟରେ ଦୁଃଖର ଲହରୀ ବାରମ୍ବାର କୂଳ ଛୁଇଁ ସମସ୍ତ ଙ୍କ ମନ ଉଦାସ କରୁଥାଏ ।
ପୁଣି ଥରେ ଆଗେଇ ଚାଲିଲି ଲୋପାମୁଦ୍ରା ର ଶୋଇବା ଘରକୁ ।
ସେଠୀ ଯାଇ ଦେଖିଲା ପରେ ମୋ ପାଦ ତଳୁ ମାଟି ଖସି ଗଲା।
କିଛି ସମୟ ପାଇଁ ମୋ ହୃଦୟ ସ୍ପନ୍ଦନ ବନ୍ଦ ହୋଇଗଲା ।
ମୋ ସାମ୍ନାରେ ନିସ୍ତେଜ ଅବସ୍ଥାରେ ପଡ଼ି ରହି ଥିଲା….
ଲୋପାମୁଦ୍ରା ର ଶବ……….
ଆଖିରେ ଆଖିଏ ଲୁହ ଧାର ର ଚିହ୍ନ ।
ଲୋପାମୁଦ୍ରା ଯେମିତି ନିଘୋଡ଼ ନିଦ୍ରା ରେ ଶୋଇ ଯାଇଛି।
ତାକୁ କେହି ଉଠେଇବାକୁ ଚେଷ୍ଟା କରୁ ନାହାନ୍ତି।
ଦଉଡ଼ି ଯାଇ ପହଞ୍ଚିଲି ଲୋପାମୁଦ୍ରା ପାଖରେ ।
ତା ହାତକୁ ଧରି ପାଟି କରି ଉଠେଇଲି କିନ୍ତୁ ସେ ନିସ୍ତେଜ ।
ସଙ୍ଗେ ସଙ୍ଗେ ଉଠେଇ ତାକୁ ଜାବୁଡି ଧରିଲି।
କାନ୍ଦିବାକୁ ଚେଷ୍ଟା କରୁଥିଲି କିନ୍ତୁ ମୋତେ ଅନୁଭବ ହେଉଥାଏ ମୁଁ ଯେମିତି ମୁକ ପାଲଟି ଯାଇଛି।
ମୋ ଆଖିରୁ ଲୁହ ଧାର ବହି ଚାଲିଥାଏ ।
ସେହି କ୍ଷଣ ଥିଲା ଆମ ଦୁଇ ଜଣଙ୍କ ଅନ୍ତିମ ଶରୀର ମିଳନ ।
ପାଖରେ ସମସ୍ତ ଙ୍କ କ୍ରନ୍ଦନ ର ଶବ୍ଦ କିନ୍ତୁ ମୁଁ ବଧିର ହୋଇ ସାରିଥିଲି।
ମୁଁ ଧିରେ ଧିରେ ଅଲଗା ଦୁନିଆକୁ ଗତି କରୁୁଥିଲି ।
ଲୋପାମୁଦ୍ରା କୁ କୁଣ୍ଢେଇ ତାକୁ ଉଠେଇବାକୁ ବହୁତ୍ ଚେଷ୍ଟା କରିଲି କିନ୍ତୁ ସେ କିଛି ଜବାବ ଦେଉ ନଥିଲା ।
ତାର ଶୀତଳ ଦେହ ମୋତେ ଅନୁଭବ ହେଉଥାଏ ।
ଆଙ୍ଗୁଠି ରେ ଥିଲା କେବଳ ମୋ ଗିଫ୍ଟ ରିଙ୍ଗ ।
ଅନ୍ୟ ହାତରେ ମୋର Teddy କୁ ଜାବୁଡି ଧରି ଶୋଇଥାଏ ।
ଲୋପାମୁଦ୍ରା ର ମା କହିଲେ ପୁଅ, ସେ ଆଉ ନାହିଁ ସେ ଆମକୁ ଛାଡ଼ି ବହୁ ଦୂରକୁ ଚାଲି ଯାଇଛି ।
ଏହି କଥା ପଦକ ଶୁଣି ଏକ ଶକ୍ତ ବିଜୁଳି ଝଟକା ପୁଣି ଥରେ ମୋ ଦେହରେ ପ୍ରବାହିତ ହେଲା।
ଏକ ଲମ୍ବା ନିଃଶ୍ୱାସ ନେବା ପରେ ମୋର କ୍ରନ୍ଦନ ଶବ୍ଦ ଶୁଣାଗଲା।
ମୁଁ କାରଣ ଖୋଜିବାକୁ ଚେଷ୍ଟା କରିଲି କିନ୍ତୁ ସବୁ କିଛି ସାଧାରଣ ଥିଲା।
ଆତ୍ମହତ୍ୟା କରିବାର କିଛି ପ୍ରମାଣ ନାହିଁ।
ମୁକ ସାକ୍ଷୀ ଭାବରେ ସାନ ଭାଇ ସେହି ରୁମ୍ ରେ ତଳେ ବିଛଣା ପାରି ଶୋଇଥିଲା।
ସେ କହୁଥାଏ ଯୋଉ ସ୍ଥାନରେ ବାପା ପଡ଼ି ମୁଣ୍ଡ ମାଡ ହୋଇଥିଲା ସେହି ସ୍ଥାନରେ ରାତି ୧୨ ଟା ରୁ ୧ଟା ପର୍ଯ୍ୟନ୍ତ ବସିଥିଲା।
ପ୍ରାୟ ଘଣ୍ଟାଏ ବସିବା ପରେ ମୁଁ ଘରକୁ ଡ଼ାକି ଆଣି ଶୋଇବାକୁ କହିଲି ।
ରାତି ୨ଟା ରେ ମୋ ରୁମ୍ କୁ ଦିଦି ଆସି କହିଲା କି ମୋତେ ଡର ମାଡ଼ୁଛି ତୁ ଆସେ ମୋ ରୁମ୍ ରେ ଶୋଇପଡେ ।
ସେ କାନ୍ଦୁଥାଏ, ବାପା ଠିକ୍ ହୋଇଯିବେ ବୋଲି ବୁଝେଇବା ପରେ ସେ ମାନି ଗଲା ।
ସେ ଖଟ ଉପରେ ଶୋଇଲା ଏବଂ ମୁଁ ତଳେ…
କିନ୍ତୁ ସକାଳ ହେଲା ପରେ ସେ ଆଉ ଉଠୁନି।
ସବୁ ସ୍ପଷ୍ଟ ହୋଇ ଯାଇଥିଲା ଯେ ଏହା ଆତ୍ମହତ୍ୟା ନୁହେଁ ହେଲେ ଏମିତି ସମୟରେ ଲୋପାମୁଦ୍ରା ର ଅକାଳ ମୃତ୍ୟୁ ସମସ୍ତଙ୍କୁ ଚକିତ କରି ଦେଇଥିଲା ।
ସମସ୍ତ ଙ୍କ ପାଇଁ ଲୋପାମୁଦ୍ରା ର ମୃତ୍ୟୁ ଅଜଣା ରହସ୍ୟ ହୋଇ ରହିଗଲା ।
କୋକେଇ ସଜା ହେଲା ।
କିନ୍ତୁ ମୁଁ ଲୋପାମୁଦ୍ରା କୁ ଛାଡ଼ିବାକୁ ନାରାଜ।
ସମସ୍ତେ ମୋତେ ବୁଝାଇଲେ।
ଏବଂ ମୋ ଠାରୁ ଲୋପାମୁଦ୍ରା କୁ ଛଡେଇ ନେଇ କୋକେଇରେ ଶୁଆଇ ଦେଲେ ।
ମୁଁ ଦୌଡ଼ି ଯାଇ ତାକୁ ପୁଣି ଉଠେଇ ବାକୁ ଚେଷ୍ଟା କରିଲି।
ତାହା ଥିଲା ମୋର ଶେଷ ପ୍ରୟାସ।
(ଥରେ ମଜାରେ ମଜାରେ ଲୋପାମୁଦ୍ରା ମୋତେ କହିଥିଲା ଯେ ଯଦି ବାହାଘର ପୁର୍ବରୁ ମୋର ମୃତ୍ୟୁ ହୋଇଯାଏ ତମେ କଣ କରିବ??
ମୁଁ ରାଗରେ ତାର ମୁହଁ ବନ୍ଦ କରିଦେଇଥିଲି,
କିନ୍ତୁ ସେ କହିଥିଲା ଯଦି କିଛି କାରଣ ବଶତଃ ମୁଁ ମରିଯାଏ ତେବେ ମୋ ମଥାରେ ତମେ ନିଶ୍ଚୟ ସିନ୍ଦୂର ଦେବ ଏବଂ ତମେ ହିଁ ମୋ ଚିତାରେ ନିଆଁ ଲଗେଇବ,
ମୁଁ ସେହି କଥାରେ ରାଗି ଗୋଟିଏ ଦିନ ତା ସହିତ କଥା ହୋଇ ନଥିଲି।
ଆଜି ମନେ ହେଉଛି ଯେ,
ପ୍ରକୃତରେ ସେ ଜାଣିଥିଲା ଯେ ମୋତେ ଅଧ ବାଟରେ ସେ ଛାଡ଼ି ଚାଲିଯିବ )
ତାର କଥାକୁ ରଖି ଲୋପାମୁଦ୍ରା ର ମଥାରେ ସିନ୍ଦୂର ଦେଲି ।
ତାର ଇଚ୍ଛା କୁ ପୂରଣ କରିବାକୁ ଯାଇ ବାପାଙ୍କ ଠାରୁ ଅନୁମତି ମାଗି ତାର ଚିତାରେ ନିଆଁ ଲଗେଇଲି ।
କ୍ଷଣକ ମଧ୍ୟରେ ମୋ ଲୋପାମୁଦ୍ରା ପାଉଁଶ ରେ ପରିଣତ ହୋଇଗଲା।
ଦୁହେଁ ବହୁତ୍ ଆଶା ରଖିଥିଲୁ ।
ଭବିଷ୍ୟତ ରେ କଣ କଣ କରିବୁ ସବୁ ଆଗୁଆ ସ୍ଥିର ଥିଲା।
ସବୁ କିଛି କ୍ଷଣକ ମଧ୍ୟ ରେ ଉଭେଇ ଗଲା।
ଶବ ସତ୍କାର କାମ ସରି ମୁଁ ଘରକୁ ଫେରିଲି।
ମୋବାଇଲ ଖୋଲିଲା ପରେ ଲୋପାମୁଦ୍ରା ର କିଛି ମେସେଜ ଆସିଥିଲା ।
ସେହି ମେସେଜ ପଢ଼ି ମୋତେ ବହୁତ୍ କଷ୍ଟ ହେଲା,
ଆଖିରୁ ଲୁହ ରୋକିବାକୁ ଚେଷ୍ଟା କରିବାରେ ମୁଁ ଅସଫଳ ହେଉଥିଲି ।
ସେହି ମେସେଜ ମୋ ପାଇଁ ଅନ୍ତିମ ବାର୍ତ୍ତା ଥିଲା।
ଲୋପାମୁଦ୍ରା ର ସେହି ପୂର୍ବ ରାତିର ମେସେଜ ଆଜି ପର୍ଯ୍ୟନ୍ତ ମୋ ମୋବାଇଲ ରେ ସାଇତି ରହିଛି । ତାହା ଥିଲା ;
ରାତି ୧.୧୫
ମୋତେ ଆଜି ବହୁତ୍ ଏକା ଏକା ମନେ ହେଉଛି।
ରାତି ୧.୧୭
ତମେ ଯେବେ ଘରକୁ ଆସିବ, ପ୍ରଥମେ ମୋତେ ଦେଖା କରିବାକୁ ଆସିବ।
ରାତି ୧.୨୦
ଜାଣିଛ ମୋତେ ବାରଣ୍ଡାରେ ମୋ ଜେଜେ ମା ଦେଖା ଦେଲେ ଏବଂ ସେ ବୁଝେଇ କହିଲେ ତୋ ବାପା ଶୀଘ୍ର ଠିକ୍ ହୋଇଯିବେ।
ରାତି ୧.୩୬
ଗୋଟିଏ ସତ କଥା ହେଲା , ବାପା ଙ୍କ ହସ୍ପିଟାଲ ଯିବା ଦିନ ଠାରୁ ମୁଁ ଭଲ ରେ ଖାଇ ପାରିନି ଏବଂ ଆଜି ମଧ୍ୟ ଭୋକରେ ଅଛି।
କାଲି ତମେ ଆସିଲେ, ତମେ ମୋତେ ତୁମ ନିଜ ହାତରେ ଖୁଆଇ ଦେବ ଏବଂ ମୁଁ ପେଟ ପୁରା ଖାଇବି।
ରାତି ୧.୪୫
ମୋତେ ଆଜି ଭାରି ଡର ଲାଗୁଛି….
ରାତି ୧.୪୮
ତମକୁ କହିଥିବା ମିଛ ଯୋଗୁ ମୋତେ ଏବଂ ମୋ ପରିବାର କୁ ଏତେ ସବୁ ଦଣ୍ଡ ଭୋଗିବାକୁ ପଡୁଛି।
ମୋ ଭୁଲ ପାଇଁ ମୋତେ କ୍ଷମା କରିଦେବ ।
ରାତି ୧.୫୫
ମୁଁ ଏବେ ଶୋଉଛି, ସକାଳେ ବାପା ଆସିବେ , ସକାଳୁ ଉଠି ରୋଷେଇ କରିବାକୁ ପଡ଼ିବ ।
ରାତି ୨.୨୫
ମୋତେ ନିଦ ଲାଗୁନି, କଣ କରିବି, ମୋତେ ଖାଲି ଡର ଡର ଲାଗୁଛି…………..
ରାତି ୨.୨୮
Love You, good night.
ତାପରେ ଆଉ କିଛି ମେସେଜ ନାହିଁ ।
ତୁମର ଏହି ମେସେଜ ମୋର ଶେଷ ଅନୁଭବ ଏବଂ ଶେଷ ସ୍ମୃତି ହୋଇ ରହିଗଲା ।
ମୋ ଭଲ ପାଇବା ଅଧୁରା ରହିଗଲ….
ସବୁ ସ୍ୱପ୍ନ ଅଧା କରି ଚାଲିଗଲ…
ଭଗବାନ କାହିଁକି ମୋ ଠାରୁ ତମକୁ ଅଲଗା କରିଦେଲେ ତାର ଉତ୍ତର ଆଜି ପର୍ଯ୍ୟନ୍ତ ଖୋଜି ପାଉନି।
ବେଳେବେଳେ ଭାବେ ମୋ ଯୋଗୁ ତୁମର ମୃତ୍ୟୁ ହୋଇନି ତ??
କିନ୍ତୁ ଏହି ପ୍ରଶ୍ନ ର ଉତ୍ତର ମୁଁ ମଧ୍ୟ ଖୋଜି ପାଉନି ।
ଲୋକେ କୁହନ୍ତି କିଛି ଆଶା ରଖି କାହାର ମୃତ୍ୟୁ ହୁଏ ତେବେ ସେ ପୁଣି ଏ ପୃଥିବୀ କୁ ଆସନ୍ତି ।
ଏବଂ ନିଜ ଆଶା ପୂରଣ କରି ପୁଣି ଫେରିଯାଆନ୍ତି
କିନ୍ତୁ ତାହା ମଧ୍ଯ ସମ୍ପୂର୍ଣ୍ଣ ମିଥ୍ୟା ।
ଆଜକୁ ୩ ବର୍ଷ ବିତିବାରେ ଲାଗିଲାଣି, ଆଜି ପର୍ଯ୍ୟନ୍ତ ତୁମର ଭଲ ପାଇବା କୁ ଭୂଲି ପାରୁନି ।
ତୁମ ବାଟକୁ ଚାହିଁ ରହିଛି ।
ଥରେ ଆସି ଦେଖା କରି ଯାଅ ।
ତୁମ ସାନୁ ତମ ଅପେକ୍ଷାରେ ଅଛି,
ସତରେ ନହେଲେ ନାହିଁ ସ୍ୱପ୍ନରେ ଆସି ଥରେ ଦେଖା କରି ଯାଅ ।
ଆଶା ଅଛି କେବଳ ଥରେ ମୋ ସାମ୍ନାରେ ଦଣ୍ଡାୟ ମାନ ହୋଇ ମୋ ଅଶାନ୍ତ ମନ କୁ ଶୀତଳ କରି ଚାଲିଯାଅ।
ଆମ ଭଲ ପାଇବା କୁ ଅମର କରିବା ପ୍ରୟାସ ରେ ତୁମ ଅପେକ୍ଷାରେ ଆଜି ପର୍ଯ୍ୟନ୍ତ ବଞ୍ଚି ରହିଛି ।
ମୋର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ତୁମକୁ ଭୂଲିବି ନା ଭୁଲି ପାରିବି ।
ଆଜି ମଧ୍ୟ ତୁମର ସେଇ ଶ୍ମଶାନ ମାଟି କୁ ସାଇତି ରଖିଥିବା ମାଟି କଳସ କୁ ବାରମ୍ବାର ସ୍ପର୍ଷ କରି ସେ ଭିତରେ ତୁମକୁ ବାରମ୍ଵାର ଖୋଜେ ।
ଚାଲିଯାଏ ତୁମର ସେ ସମାଧି ପାଖକୁ, ସେଠୀ ତୁମ ସ୍ମୃତିରେ ଲେଖା ଥିବା ଅକ୍ଷରକୁ ପଢ଼ିଦେଲେ ।
ମୋତେ ତୁମ ଉପସ୍ଥିତ ହେଲା ଭଳି ମନେ ହୁଏ ।
ସେ ଅକ୍ଷର ଏତେ ଲୋଭନିୟ ଯେ ସବୁଦିନ ପାଇଁ ମୋ ମନ ରେ ସ୍ମୃତି ହୋଇ ରହିଯାଇଛି ।
ସମାଧିରେ ଲେଖା ଥିବା ଅକ୍ଷର ଗୁଡିକ ହେଲା ” ମୋ ଲୋପାମୁଦ୍ରା…..”
ମୋ ଲୋପାମୁଦ୍ରା.......
ମୋ ଲୋପାମୁଦ୍ରା……..
ତୁମର ସାନୁ…………….
ନୀଳମାଧବ ଭୂୟାଁ (ଗାଳ୍ପିକ)
ବୁଗୁଡ଼ା, ଗଞ୍ଜାମ।
Click Here
If you like this story so share to your friends.