Category Archives: Long Story

ରିନା…ଶେଷ

ପଞ୍ଚମ ଭାଗ କୁ ପଢନ୍ତୁ

ଠିକ୍ ଏତିକିବେଳେ ହ୍ବିଲ ଚେୟାର ରେ ବସିଥିବା ରାଜୁ, ରିନା ର ହାତକୁ ଧରି କହିଲା, ତମେ କୁଆଡେ ଯାଉଛ । ତୁମେ କୁଆଡେ ଯିବା ଦରକାର ନାହିଁ ଏବଂ ମାମା..! ମୁଁ ମଧ୍ୟ ତୁମ ଘରକୁ ଯିବାକୁ ଚାହୁଁନି। ମୁଁ ସେଠି ରହିବି ଯେଉଁଠି ରିନା ରହୁଛି। ତୁମକୁ ଛୋଟ ଜାତି ବୋଲି ଅସୁବିଧା ହୋଇପାରେ, ତୁମର ମାନ ସମ୍ମାନ ହାନି ହେବ ବୋଲି ତୁମକୁ ଡର ଅଛି ନା ?? ମୁଁ ତୁମ ସମ୍ପତି ରୁ ଟଙ୍କା ଟିଏ ମଧ୍ୟ ଆଶା କରେନି । ଯେଉଁଠି ବାପା ଙ୍କୁ ସମ୍ମାନ ନାହିଁ ଏଵଂ ସେଠି ପୁଅ ର ଅଧିକାର ଉପରେ ସମସ୍ୟା ଉତ୍ପନ୍ନ କରା ଯାଉଛି । ସେ ଘରେ ମୁଁ ରହିବାକୁ ତିଳେ ମାତ୍ର ଇଚ୍ଛା ନାହିଁ ଏବଂ ମୁଁ କହିବାକୁ ଚାହୁଁନି କିନ୍ତୁ ଏବେ କହିବାକୁ ବାଧ୍ୟ । ଯେ ତୁମେ ମଧ୍ୟ ବାପାଙ୍କୁ ଟଙ୍କା ଲୋଭରେ କେବଳ ମ୍ୟାରେଜ୍ କରିଛ। ଆଉ ତୁମେ ମଧ୍ୟ ସେ ପରିବାର ରୁ ଆସିଛ ଯାହାକି ଏହି ପରିବାର ଠାରୁ ଛୋଟ ବୋଲି କୁହାଯାଏ। ଏତିକି ଶୁଣି ମଧୁ ଆଖିରେ ଲୁହ ଆସିଗଲା। ବିଶୁ ବାବୁ , ରାଜୁ କୁ ଚୁପ୍ କରିବାକୁ କହିଲେ ଏବଂ କହିଲେ । ରାଜୁ, ତୁ ଯାହା ଚାହୁଁଛୁ ମୁଁ ତାହା କରିବାକୁ ରାଜି ଅଛି । ତୁ ରିନା ସହିତ ରହିବାକୁ ଚାହୁଁଛୁ ନା । ତୁ ତା ସହିତ ଖୁସିରେ ରହିବୁ। ମୋ ଭଳି ସାରା ଜୀବନ ଖିଚ୍ ଖିଚ୍ ଶୁଣିବା ଅପେକ୍ଷା ଯିଏ ତୋତେ ମନ ଦେଇ ଭଲ ପାଇଛି ତୁ ତା ସହିତ ବହୁତ୍ ଖୁସିରେ ରହିବୁ ଏବଂ ତୋ ମା ମୋ ଜିବନରେ କେବଳ ଟଙ୍କା ପାଇଁ ଆସିଥିଲା ନା ସେ ଟଙ୍କା ଦେଖେ ଭଲ ସମ୍ପର୍କ ଦେଖେ ନାହିଁ। ତେବେ ତୁ ଯାହା କରିବାକୁ ଚାହୁଁଛୁ କର। ମୁଁ ତୋ ସହିତ ଅଛି ଏବଂ ଏହି ସମ୍ପତି ରୁ ତୋତେ କେହି ବଞ୍ଚିତ କରି ପାରିବ ନାହିଁ। ଏତିକି ଶୁଣି ମଧୁ ପାଖରେ ଉତ୍ତର ନଥିଲା। ସେ କଣ କହିବ କିଛି ଭାବି ପାରିଲା ନାହିଁ। ସେ ଚୁପ୍ ଚାପ୍ ପଛକୁ ଫେରି ବାହାରକୁ ଆସି କାର୍ ରେ ବସି ଘରକୁ ଫେରିଗଲା।

ବିଶୁ ବାବୁ, ରିନା କୁ କହିଲେ । ତମେ ଏହି ସହର ଛାଡ଼ି କୁଆଡେ ଯିବ ନାହିଁ ଏବଂ ତୁମେ ଏହି ଘର ର ବୋହୂ ହେବ। ତୁମେ ଡରିବା ଦରକାର ନାହିଁ। ମୁଁ ତୁମ ସହିତ ଅଛି । ତୁମର ପଢା ସରିଲା ପରେ ତୁମେ ଦୁଇ ଜଣ ଏହି କମ୍ପାନୀ ର ସବୁ ଦାୟିତ୍ଵ ବୁଝିବ। ସେଥିପାଇଁ ତୁମେ କଲେଜ୍ ଯିବା ଆସିବା କର । ତୁମେ ରାଜୁ ର ମା କଥା କିଛି ଧରିବ ନାହିଁ । ସମୟ ଆସିଲେ ସବୁ ଠିକ୍ ହୋଇଯିବ। ବିଶୁ ବାବୁ ରିନା କୁ କହିଲେ ତୁମେ ଏବେ ଘରକୁ ଚାଲି ଯାଅ। ଏମିତି କଥା ପରେ ତୁମର କାମ ପ୍ରତି ମନ ଲାଗିବ ନାହିଁ। ତାପରେ ରାଜୁ, ରିନା କୁ ବାଏ କହି ଘରକୁ ଫେରିଗଲା।

ରାଜୁ ଏବଂ ବିଶୁ ବାବୁ ମଧ୍ୟ ଘରକୁ ଫେରିଗଲେ। ସେଠି ରାଜୁ ର ମା, ସୋଫା ଉପରେ ବସି ଲୁହ ଗଡେଇ ବସିଛନ୍ତି । ବିଶୁ ବାବୁ କୁ ଦେଖିବା ପରେ ସେ ବିଶୁ ବାବୁ ପାଖକୁ ଆସି ହାତ ଯୋଡ଼ି କହିଲେ । ମୋତେ କ୍ଷମା କରିଦେବ। ସତରେ ମୁଁ ଟଙ୍କା ଲୋଭ ରେ ଏତେ ଅନ୍ଧ ହୋଇ ଯାଇଛି ଯେ ମୋତେ କଣ ଭଲ, ଆଉ କଣ ଖରାପ ଜଣା ପଡ଼େ ନାହିଁ। ଆଜି ଯେତେବେଳେ ମୋ ଅସଲ ଚେହେରା ମୋ ପୁଅ ଜାଣି ପାରିଛି ତେବେ ମୁଁ ମା ର ସମ୍ମାନ ପାଇବା ଯୋଗ୍ୟ ନୁହଁ । ମୁଁ ମୋ ଭୁଲ ପାଇଁ ପ୍ରାୟଶ୍ଚିତ କରିବାକୁ ଚାହୁଁଛି। ତୁମେ ମୋତେ କ୍ଷମା କରିବ। ମୁଁ ଏହି ଘର ଛାଡ଼ି ମୋ ଗାଁ କୁ ଫେରି ଯିବି । ଏତିକି ବେଳେ ୱିଲ ଚେୟାର ରୁ ଅଳ୍ପ ଉଠିବାକୁ ଚେଷ୍ଟା କରି ରାଜୁ ଠିଆ ହେଲା। ରାଜୁ ଠିଆ ହେବା ର ଦେଖି ସମସ୍ତଙ୍କ ମୁଖରେ ପୁଣି ଖୁସି ର ଝଲକ ଦେଖିବାକୁ ମିଳିଲା। ରାଜୁ ପାଖରେ ଥିବା ଖମ୍ବ କୁ ଧରି ଠିଆ ହୋଇ କହିଲା । ମା ତୁମେ ଘର ଛାଡ଼ି ଯିବା ଦରକାର ନାହିଁ। ମୁଁ ଏହି ଘର ଛାଡ଼ି ଚାଲି ଯାଉଛି। ରାଜୁ ର ମା ଆସି ରାଜୁ କୁଣ୍ଢେଇ ହୋଇ କହିଲେ । ବାବୁ ରେ ତୋତେ ମୁଁ ହରେଇବା ପାଇଁ ଚାହୁଁ ନାହିଁ। ମୁଁ ମୋ ଭୁଲ ପାଇଁ ଅନୁତାପ କରି ସାରିଲିଣି। ତୁ ଏବଂ ରିନା ଦୁହେଁ ଦୁହିଁଙ୍କୁ ବହୁତ୍ ଭଲ ପାଅ। ତୁମେ ଦୁହେଁ ଖୁସିରେ ରହିବ। ପାରିବୁ ଯଦି ମୋତେ କ୍ଷମା କରି ଦେବୁ। ବିଶୁ ବାବୁ କହିଲେ । କିଏ କୁଆଡେ ଯିବ ନାହିଁ । ତମେ ନିଜ ଭୁଲ୍ ବୁଝି ସାରିଲଣି ତେବେ ଏହି ଘର ଛାଡ଼ି ଯିବା ଦରକାର ନାହିଁ । ଆମେ ଏତେ ବଡ କମ୍ପାନୀ ଠିଆ କରିଛନ୍ତି କେବଳ ଆମ ପୁଅର ଖୁସି ପାଇଁ । ତାର ଖୁସି ରେ ଆମେ ଖୁସି। ଏବଂ ସେ ଆଜି ନିଜ ଗୋଡ଼ରେ ଛିଡ଼ା ହୋଇ ପାରିଛି କେବଳ ରିନା ପାଇଁ। ତାପରେ ରାଜୁ ର ମା ଆସି ରାଜୁ କୁ କୁଣ୍ଢେଇ ହୋଇ କହିଲା । ବାବୁ ରେ ମୋତେ କ୍ଷମା କରି ଦେବୁ। ମୁଁ ଭୁଲ ବୁଝିଥିଲି। ଜୀବନରେ ସମ୍ପର୍କ ଏବଂ ଭଲ ପାଇବା ର ମହତ୍ତ୍ଵ ତୋ ଠାରୁ ଶିଖିବାକୁ ପାଇଲି । ସତରେ ତୁ ମୋ ସୁନା ପୁଅ ଟିଏ । ରିନା ଭଳି ଝିଅ ଏ ଘର ର ବୋହୂ ହେବ। ମୁଁ ସବୁଠୁ ବଡ ଖୁସି ହେବି। ଏତିକି ଶୁଣି ଘରେ ଖୁସିର ପରିବେଶ ଗଢି ଉଠିଲା ଏବଂ ରାଜୁ ର ମା ରିନା କୁ ଫୋନ୍ କରି ଘରକୁ ଡାକିଲେ। ସେଠି ରାଜୁ ର ମା । ରିନା କୁ କ୍ଷମା ମାଗିଲା । ରିନା , ଆଣ୍ଟୀ ର ହାତକୁ ଧରି କହିଲା । ନାହିଁ ଆଣ୍ଟୀ ତମେ କ୍ଷମା ମାଗିଲେ ମୁଁ ଦୋଷୀ ହୋଇଯିବି। ତାପରେ ରିନା କୁ କୁଣ୍ଢେଇ କହିଲେ ତୁ ମୋ ସୁନା ବୋହୁ ଟିଏ।

ବିଶୁ ବାବୁ କହିଲେ, ତେବେ ଏଠି ତ ସମସ୍ତେ ଅଛନ୍ତି ତେବେ ବାହାଘର ଟା ମଧ୍ୟ ଶୀଘ୍ର କରି ଦେବା। ରାଜୁ : ନା ବାପା, ଆମର ପାଠ ପଢା ସରିବା ପରେ ଆମେ ବିବାହ କରିବୁ। ରିନା ଚୁପ୍ ଥିଲା । ରାଜୁ : ହେଲେ, ରିନା କୁ କଣ କମ୍ପାନୀ ଯିବାକୁ ପଡିବ ନା କଣ ? ବିଶୁ ବାବୁ : ସେ ଏବେ ମୋ ଘର ର ବୋହୂ ହେବ । ସେ ଯଦି ଚାହୁଁଛି ଆସିବ ତେବେ ଭଲ କଥା ନହେଲେ କିଛି ଦିନ ପରେ ସେ ମୋ ଚେୟାର ରେ ତ ନିଶ୍ଚୟ ବସିବ। ଏତିକି କଥା ଶୁଣି ସମସ୍ତେ ପୁଣି ହସିବାକୁ ଲାଗିଲେ। ରିନା : ନା , ଅଙ୍କଲ ମୁଁ ଆଗରୁ ଯେମିତି ଆସୁଥିଲି ସେମିତି ଆସିବି। ରାଜୁ : ହଁ ହଁ ବାପା, ଠିକ୍ ମୋର ମଧ୍ୟ ଟାଇମ୍ ପାସ୍ ହୋଇଯିବ । ରିନା ଅଳ୍ପ ରାଗ ଭରା ଆଖିରେ ରାଜୁ କୁ ଦେଖୁଥାଏ ଏବଂ ପରେ ହସି ଦେଲା ।

ଏହି କାହାଣୀ ଟି ଏତିକି ରେ ରଖିବା କାରଣ ଏହା ପରେ ରିନା ଏବଂ ରାଜୁ ର ପାଠ ପଢା ସରିବା ପରେ ଦୁହିଁଙ୍କ ବାହାଘର ବହୁତ୍ ଧୁମ୍ ଧାମ୍ ରେ ହେଲା ଏବଂ ତାଙ୍କର ନୂତନ ଜିବନରେ ନବ ଦିଗନ୍ତ ର ଆରମ୍ଭ ହେଲା ।

କାହାଣୀ ଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣେଇବାକୁ ଅନୁରୋଧ।

ରିନା…୩

ତୃତୀୟ ଭାଗ

ଦ୍ଵିତୀୟ ପୃଷ୍ଠା କୁ ପଢନ୍ତୁ

ରିନା: ବିଜୁଳି ଖର୍ଚ୍ଚ କେତେ ଆସୁଛି ଅଙ୍କଲ ?? ଅଙ୍କଲ: ତମ ଉପରେ ରହିଲା କଥା, ଅଧିକ ହେଲେ ୫୦୦ ନହେଲେ ୨୦୦-୩୦୦ ଭିତରେ ଆସିବ । ରିନା: ଅଳ୍ପ ଦୁଃଖୀ ହୋଇ କହିଲା, ମାନେ ପ୍ରତି ମାସରେ ୧୦୦୦ ଟଙ୍କା, ହଉ ଅଙ୍କଲ !! ରାଜୁ: ତମେ ଚିନ୍ତା କରନି, ରିନା: ତମ ହଜାର ଟଙ୍କାର ବ୍ୟବସ୍ଥା ମଧ୍ୟ ମୋ ପାଖରେ ଅଛି, ତମେ କେବଳ ହଁ କର । ରିନା: ମୁଣ୍ଡ ହଲେଇ କହିଲା, ଠିକ୍ ଅଛି ଅଙ୍କଲ ଏବଂ ଘର ଠିକ୍ ହୋଇଗଲା। ଅଙ୍କଲ: ତମେ ଯେବେ ଚାହିଁବ ସେଦିନ ଆସି ରହି ପାରିବ । ମାତ୍ର ଜଲ୍ଦୀ ଆସିବ । କାରଣ ମୋ ଝିଅ ର ସ୍କୁଲ ଆରମ୍ଭ ହୋଇଗଲାଣି । ରିନା: ହଁ ଅଙ୍କଲ ଶୀଘ୍ର ଆସିବି । ଏତିକି କଥା ସରିବା ପରେ ସମସ୍ତେ ଘରୁ ବାହାରି ଗଲେ।

ରାଜୁ: ଏବେ ଚାଲ ତୁମର ପାର୍ଟ ଟାଇମ୍ ଜବ୍ ବିଷୟରେ ଦେଖିବା। ରିନା: ସବୁ ଆଜି ହିଁ କରିବା । ରାଜୁ: ହଁ ନହେଲେ ଲେଟ୍ ହୋଇଯିବ । ରିନା: ହଉ ଚାଲ । ତାପରେ ସେମାନେ ପହଞ୍ଚିଲେ ରାଜୁ ର ବାପାଙ୍କ ଫ୍ୟାକ୍ଟ୍ରି ରେ। ସେଠି ସେମାନେ ରାଜୁ ର ବାପାଙ୍କୁ ଦେଖା କରିଲେ । ରିନା, ଜାଣି ନଥାଏ କି ଏଇ କମ୍ପାନୀ ରାଜୁ ର ବାପାଙ୍କ ବୋଲି । ସେ କହୁଥାଏ ଏଠି କଣ କାମ କରିବି ରାଜୁ ?? ରାଜୁ : ତମେ ଚୁପ୍ ରହିବ, ତମକୁ ଯେତିକି ପଚାରିବେ ତମେ ସେତିକି ଉତ୍ତର ଦେବ। ରିନା : କିଏ ପଚାରିବ ?? ରାଜୁ : ଏହି ଫ୍ୟାକ୍ଟ୍ରି ର ମାଲିକ। ରିନା : ହଉ ଠିକ୍ ଅଛି । ଦୁହେଁ ଚାମ୍ବର ଭିତରକୁ ଗଲେ। ସେଠି କୋର୍ଟ ବୁଟ୍ ପିନ୍ଧି ରାଜୁର ବାପା ବସିଥିଲେ । ରାଜୁର ବାପା ଏବଂ ରାଜୁ ଦେଖିବାକୁ ଅଳ୍ପ ଏକା ଭଳି। ରିନା, ହାତ ଯୋଡ଼ି ନମସ୍କାର କରିଲା । ରାଜୁ ଙ୍କ ବାପା ( ବିଶ୍ବଭୂଷଣ ବାବୁ) ସଭିୟେଁ ବିଶୁ ବାବୁ ବୋଲି ଡାକନ୍ତି।
ବିଶୁ ବାବୁ : ରିନା ନାୟକ, ଦଶମ ରେ ଜିଲ୍ଲା ସ୍ତରୀୟ ଟପ୍ପର । ପ୍ରଥମ ବର୍ଷ କଲେଜ୍ ରେ ମଧ୍ୟ ଟପ୍ପର। ରିନା ଚୁପ୍ ଥାଏ । ବିଶୁ ବାବୁ : ରାଜୁ ତୁମକୁ କଣ କିଛି କହିଛି କି ?? କୋଉ ଚାକିରି କରିବ ତମେ ? ରିନା : ନା ସାର୍, ରାଜୁ କିଛି କହି ନାହାନ୍ତି । କେବଳ ଏତିକି କହିଛନ୍ତି, ପଢା ସହିତ ପାର୍ଟ୍ ଟାଇମ୍ ଜବ୍ କରିବ ବୋଲି ।

ବିଶୁ ବାବୁ : ଠିକ୍ ଅଛି ତମର କଲେଜ୍ ୩ ଟା ରେ ସରୁଥିବ ତମେ ଫ୍ୟାକ୍ଟ୍ରି କୁ ୫ ଟାରେ ଆସି ପାରିବ ତ ?? ଏବଂ ୫ଟା ରୁ ୮ ଟା ପର୍ଯ୍ୟନ୍ତ ତୁମର ଚାକିରି । ରିନା : ହଁ ସାର୍, ଆସି ପାରିବି କିନ୍ତୁ ସାଇକେଲ ରେ ଏହି ସ୍ଥାନରୁ କେତେ ସମୟ ଲାଗିବ ମୁଁ ଜାଣିନି ତଥାପି ମୁଁ ଆସିଯିବି। ବିଶୁ ବାବୁ : କମ୍ପାନୀ ତୁମକୁ ସ୍କୁଟି ଦେବ ? ତମେ ସାଇକେଲ ରେ ଆସିବା ଦରକାର ପଡ଼ିବ ନାହିଁ। ରିନା : ମୋତେ ସ୍କୁଟି ଆସେନି ସାର୍ । ବିଶୁ ବାବୁ : ଠିକ୍ ଅଛି ତୁମେ ୨ -୩ ଦିନ ସମୟ ନିଅ ଏବଂ ଶିଖି ଯାଅ । ରିନା : ମୁଣ୍ଡ ହଲେଇ ହଁ କରିଲା । ବିଶୁ ବାବୁ : ଏବେ ତୁମେ ଯାଇ ପାର। ରିନା ଆଶ୍ଚର୍ଯ୍ୟ ର ସହିତ ଚାହିଁ ରହିଥାଏ ଏବଂ ଦୁହେଁ ଚୁପ୍ ଚାପ୍ ବାହାରକୁ ବାହାରି ଗଲେ । ରିନା : ସାର୍, ତ ଟଙ୍କା ବିଷୟରେ କିଛି କହିଲେ ନାହିଁ ? ରାଜୁ : ତମେ ପଚାରିବା କଥା ନା ? ରିନା : ମୁଁ ପଚାରିବା ଠିକ୍ ନୁହଁ ? ସେଥିପାଇଁ ପଚାରିଲି ନାହିଁ ।

ରାଜୁ : ତମକୁ କେତେ ଟଙ୍କା ଦରକାର ? ରିନା : କେମିତି କହିବି ? ମୁଁ ଜାଣିନି । ରାଜୁ : ତଥାପି କେତେ ଟଙ୍କା ହେଲେ ତୁମକୁ ଠିକ୍ ଲାଗିବ ? ରିନା : ୧୦୦୦-୨୦୦୦ ହେଲେ ମୋ ଘର ଚଳି ଯାଆନ୍ତା। ରାଜୁ : କେବଳ ୧୦୦୦-୨୦୦୦ ହେଲେ ଚଳି ଯିବ ?? ତମେ ଜାଣିଛ ବଜାର ରେ ଆଳୁ କିଲୋ ୫୦ ଟଙ୍କା ଆଉ ତମେ କହୁଚ ୧୦୦୦ ଟଙ୍କା ହେଲେ ହୋଇଯିବ ?? ରିନା : ଆଉ କେତେ ? ରାଜୁ : ମିନୀମମ୍ ୩୦୦୦-୪୦୦୦ ହେବା ଦରକାର ତାହା ପୁଣି ତମକୁ ସ୍କୁଟି ଦେବେ ସେଥିରେ ତ ପେଟ୍ରୋଲ ପକେଇବ । ରିନା : ଏତେ ଟଙ୍କା ପୁଣି ପାର୍ଟ୍ ଟାଇମ୍ ଚାକିରି ପାଇଁ ମୋତେ କିଏ ଦେବ । ରାଜୁ : ଚାଲ ମୁଁ କଥା ହେବି ?? ରିନା : ନା ନା ମୋତେ ଡର ଲାଗୁଛି । ସେ ବହୁତ୍ ଅନୁଶାସନ ଲୋକ ଭଳି ଲାଗୁଛନ୍ତି। ରାଜୁ : ( ହସି ହସି) । ଏତିକି ବେଳେ ଭିତରୁ କଲିଙ୍ଗ ବେଲ୍ ବାଜି ଉଠିଲା । ଚାମ୍ବର ବାହାରୁ ଜଣେ ଲୋକ ଭିତରକୁ ଗଲା ଏବଂ ସଙ୍ଗେ ସଙ୍ଗେ ଫେରି ଆସି କହିଲା, ତମ ଦୁହିଁଙ୍କୁ ସାର୍ ପୁଣି ଥରେ ଡାକୁଛନ୍ତି ?

ରିନା ଏବଂ ରାଜୁ ଭିତରକୁ ଗଲେ । ରିନା : ସାର୍, ଆପଣ ଆମକୁ ଡାକିଲେ ?? ବିଶୁ ବାବୁ : ହଁ ତମକୁ ତ ଟଙ୍କା ବିଷୟରେ କହିଲି ନାହିଁ, ସେଥିପାଇଁ ପୁଣି ଥରେ ଡାକିଲି । ରିନା ମୁଖରେ ଅଳ୍ପ ଖୁସି ଝଲକି ଉଠିଲା । ବିଶୁବାବୁ : ରିନା ତମେ ସହରରେ କେବେ ରହିବାକୁ ଆସିବ ? ରିନା ରାଜୁ କୁ ଥରେ ଚାହିଁ ପୁଣି କହିଲା ସାର୍ ଦୁଇ ତିନି ଦିନ ଭିତରେ ଆସିଯିବି। ବିଶୁ ବାବୁ : ନା ନା, ତମେ ଆଜି ରାତିକ ସମୟ ନିଅ। କାଲି ସକାଳେ ତମେ ଆସି ଯାଅ ଏବଂ କାଲି ତୁମେ ରୁମ୍ ସେଟ୍ କର । ତା ପର ଦିନ ସନ୍ଧ୍ୟାରେ ତମେ କମ୍ପାନୀ ରେ କାମ ଆରମ୍ଭ କରିବ କିଛି ଅସୁବିଧା ହେଲେ ରାଜୁ ତୁମକୁ ସାହାଯ୍ୟ କରିବ ଯେମିତି କିଛି ଘରୋଇ ସାମଗ୍ରୀ ନେବା ଆଣିବା ଇତ୍ୟାଦି । ତୁମ ସ୍କୁଟି ତମକୁ କାଲି ତୁମ ରୁମ୍ ପାଖରେ ମିଳିଯିବ।

ସେଠି ତୁମ ଘର ମାଲିକ ଝିଅ ଶ୍ରୀୟା କୁ କହିବ ସେ ତୁମକୁ ଖାଲି ସମୟ ଦେଖି ସ୍କୁଟି ଶିଖାଇ ଦେବ ! ରିନା ମୁଣ୍ଡ ହଲେଇ ଭାବୁଥାଏ । ସାର୍ ଙ୍କୁ ଏତେ ସବୁ କଥା କିଏ କହିଛି ଏବଂ କେମିତି ଜାଣନ୍ତି ?? ବିଶୁ ବାବୁ : ତମକୁ ମୁଁ ୩୫୦୦ ଟଙ୍କା ଦେବୀ ଏବଂ ପେଟ୍ରୋଲ ଖର୍ଚ୍ଚ ଯେତିକି ହେବ ସେତିକି ବିଲ୍ ମୋତେ ଆଣି ଦେବ ମୁଁ ସେ ଟଙ୍କା ମଧ୍ୟ କମ୍ପାନୀ ଦେଇ ଦେବ । ରିନା ମନେ ମନେ ବହୁତ୍ ଖୁସି ଅନୁଭବ କରୁଥାଏ। ବିଶୁ ବାବୁ : କଣ, ଏତିକି ଟଙ୍କା ଚଳିବ ନା ଆଉ ଅଧିକ ଦରକାର ?? ହଁ ଯଦି ତୁମେ ଭଲ କାମ କରି ଦେଖେଇଲ ତେବେ ୬ ମାସ ପରେ ତୁମର ଇନକ୍ରୀମେଣ୍ଟ କରା ଯିବ। ରିନା ଖୁସିରେ ପାଗଳ ସେ ମନେ ମନେ ରାଜୁ ଏବଂ ବିଶୁ ବାବୁ ଙ୍କୁ ଧନ୍ୟବାଦ ଜଣାଉ ଥାଏ। ବିଶୁ ବାବୁ : କଣ ଏତିକି ଚଳିବ ନା ଆଉ ଅଧିକ ଦରକାର ? ରିନା : ନାହିଁ ସାର୍, ଏତିକି ଠିକ୍ ଅଛି।

ବିଶୁ ବାବୁ : ମୁଖ୍ୟ କଥା, ତୁମର କାମ କଣ !! ସେ କଥା କହିବା ଭୁଲି ଯାଇଛି ?? ତୁମେ ମୋର ଆସିଷ୍ଟାଣ୍ଟ ରହିବ । ଏହି ଫ୍ୟାକ୍ଟ୍ରି ର ସବୁ ହିସାବ ତମେ ବୁଝିବ । ତମେ ସନ୍ଧ୍ୟାବେଳେ ଆସିଲେ ତୁମକୁ ଦୀନରେ ହୋଇଥିବା ସବୁ କାମ ର ହିସାବ କିତାବ ରତ୍ନାକର ବାବୁ ତୁମକୁ କହିବେ । ତୁମେ ସବୁ ହିସାବ ଏହି କମ୍ପ୍ୟୁଟର ରେ ଯୋଡ଼ି ହିସାବ ସାଇତା ରଖିବ ଏବଂ ପ୍ରତିଦିନ ର ଷ୍ଟକ୍ କୁ ହିସାବ କରି ମୋତେ ସଂଧ୍ୟାରେ ଜଣେଇବ। (ରିନା ପୁଣି ଚିନ୍ତାରେ ପଡ଼ିଲା !! କମ୍ପ୍ୟୁଟର ତ ମୋତେ ଆସେନି) ବିଶୁ ବାବୁ : ତୁମକୁ କମ୍ପ୍ୟୁଟର ଆସେନି, ମୁଁ ଜାଣେ ହେଲେ ତମକୁ ରତ୍ନାକର ବାବୁ ସବୁ ଶିଖେଇ ଦେବେ। ରିନା : ହଁ ସାର୍ ତେବେ ଠିକ୍ ଅଛି !! ବିଶୁ ବାବୁ: ଆଉ ସବୁଠୁ ବଡ କଥା ? ତମେ ମୋତେ ସାର୍ ବୋଲି ଡାକିବ ନାହିଁ, ମୋତେ ଅଙ୍କଲ ବୋଲି ଡାକିବ । କାରଣ ରାଜୁ କହିଛି ଯେ ତୁମର କେହି ଅଙ୍କଲ ନାହାନ୍ତି । ରିନା : ଠିକ୍ ଅଛି ସାର୍। ବିଶୁ ବାବୁ : ପୁଣି ସାର୍ । ରିନା : ଓକେ, ଠିକ୍ ଅଛି ଅଙ୍କଲ। ତାପରେ ସମସ୍ତେ ଅଳ୍ପ ହସିଲେ। ବିଶୁ ବାବୁ : ଠିକ୍ ଅଛି ଏବେ ତୁମେ କଲେଜ୍ ଯାଅ ।

ଦୁହେଁ ବାହାରି ଗଲେ। ରିନା : ତମେ ମୋ ବିଷୟରେ ଅଙ୍କଲ କୁ ସବୁ କଥା କହିଛ କି ? ରାଜୁ : ହଁ, ନହେଲେ କଣ ଏତେ ଶୀଘ୍ର କଣ ଚାକିରି ମିଳି ଯାଆନ୍ତା କି ? ରୀନା : ଆଛା ସେ ଭଡ଼ା ଘର ବାଲା ଅଙ୍କଲ କହିଲେ କି ତମକୁ ସେ ପୁଅ କରିଛନ୍ତି, ମାନେ ମୁଁ କିଛି ବୁଝି ପାରିଲିନି। ରାଜୁ : ସେକଥା ପରେ କଥା ହେବା, ଏବେ ଚାଲ ଯିବା। ଦୁହେଁ କଥା ହୋଇ ବାଇକ୍ ରେ ବାହାରିଲେ କଲେଜ୍ ପୂର୍ବରୁ ପଡୁ ଥିବା ଗୋଟିଏ ଆମ୍ବ ଗଛ ପାଖରେ ପହଞ୍ଚିଲେ । କାରଣ ଝିପି ଝିପି ବର୍ଷା ଆରମ୍ଭ ହୋଇ ଯାଇଥିଲା । ରାଜୁ ଅପେକ୍ଷା ରିନା ର ମୁଣ୍ଡ ଏବଂ ଡ୍ରେସ୍ ଅଳ୍ପ ଓଦା ହୋଇ ଯାଇଥିଲା। ରିନା : ଶୀଘ୍ର ରଖ ମୁଁ ଓଦା ହୋଇ ଗଲିଣୀ ସେପଟେ କଲେଜ୍ ରେ ୩ ପିରିୟଡ଼ ଚାଲି ଗଲାଣି । ଏବେ ଆଉ ଦୁଇଟି ପିରିଆଡ୍ ଅଛି । ରାଜୁ : ଆରେ, ସବୁବେଳେ ଖାଲି ପାଠ ପାଠ, ପ୍ରଥମେ ଏ ବର୍ଷା ବନ୍ଦ ହେଉ ତାପରେ ଚିନ୍ତା କରିବା । ଆଉ ବେଳେବେଳେ ଏ ମଜୁନୁ ପାଇଁ ମଧ୍ୟ ସମୟ ବାହାର କର । ରିନା : ତମେ ମୋ ମଜୁନୁ ନୁହଁ, “ୟୁ ଆର୍ ଦ ବେଷ୍ଟ୍ ଫ୍ରେଣ୍ଡ୍ ଅଫ ମାଇଁ ଲାଇଫ୍ “। ରାଜୁ : ଖାଲି ବେଷ୍ଟ ଫ୍ରେଣ୍ଡ୍ ନା ଆଉ କିଛି ?? (ଅଳ୍ପ ଦୁଃଖରେ) ରିନା ରାଜୁ ର ଚୁଟି କୁ ଧରି କହିଲା, ଆଜିକାଲି ବେଶୀ ହେଲଣି ତମେ !! ରାଜୁ : ଓଃ ମୋତେ କଷ୍ଟ ହେଉଛି, ଛାଡ ମୋ ଚୁଟି କୁ !! ରିନା : ଏବେ ବର୍ଷା ବନ୍ଦ ହେବାକୁ ଲାଗି ଲାଣି ଏବେ ଚାଲ କଲେଜ୍ ଯିବା। ରାଜୁ : ମୋର ଗୋଟିଏ ପ୍ରଶ୍ନର ଉତ୍ତର ଦେବ ପ୍ଲିଜ୍ ? ରିନା : ଫାଲତୁ ପ୍ରଶ୍ନ ର ମୁଁ ଉତ୍ତର ଦେବୀ ନାହିଁ । ରାଜୁ : ତୁମ ପାଇଁ ବୋଧେ ଫାଲତୁ ହୋଇ ପାରେ କିନ୍ତୁ ମୋ ପାଇଁ ଏହା ବହୁତ୍ ମୂଲ୍ୟବାନ ପ୍ରଶ୍ନ ଟିଏ। ତମେ ସତରେ ମୋତେ ଏବଂ ମୋ ଭଲ ପାଇବା କୁ ଅନୁଭବ କରି ପାରିନ ? ରିନା : ନା, ମୋତେ ତମେ ସବୁବେଳେ ଗୋଟିଏ ଭଲ ସାଙ୍ଗ ଭଳି ଦେଖାଯାଉଛ। ରାଜୁ : ସତ କୁହ ! ରିନା : ହଁ ସତ କହୁଚି । କିନ୍ତୁ ଆଜି ତୁମେ ମୋ ଭଲ ପାଇବାକୁ ବୁଝି ପାରୁନ ଆଉ ଯେବେ ବୁଝିବ ସେତେବେଳ କୁ ମୁଁ ଥିବି କି ନଥିବି ଜାଣିନି । ରିନା : ଚୁପ୍ କର କହି ରାଜୁ ର ପାଟି କୁ ଚୁପ୍ କରିବାକୁ କହିଲା ଏବଂ ଦୁହେଁ କିଛି ମୁହୁର୍ତ୍ତ ପାଇଁ ବହୁତ ନିକଟ ତର ହୋଇଗଲେ କିନ୍ତୁ ସଙ୍ଗେ ସଙ୍ଗେ ରିନା ରାଜୁ ଠାରୁ ଦୂରେଇ ଯାଇ ଠିଆ ହେଲା।

କ୍ରମଶଃ….

ଚତୁର୍ଥ ପୃଷ୍ଠା କୁ ପଢନ୍ତୁ

ରିନା…02

ପ୍ରଥମ ଭାଗ ପଢନ୍ତୁ

ରିନା କହିଲା ମୁଁ ଘରୁ ଯିବା ଆସିବା କରି ସେ ପାର୍ଟ ଟାଇମ୍ ଚାକିରି କରିଲେ ହେବ ନାହିଁ କି ?? ରାଜୁ, ବୋଧ ହୁଏ ଅସମ୍ଭବ ହେବ। କାରଣ ତୁମେ କେବଳ ସଂଧ୍ୟା ୪ ଟା ରୁ ରାତି ୮ ଟା ପର୍ଯ୍ୟନ୍ତ ଚାକିରି କରିବ ବାକି ସକାଳେ ତମେ କଲେଜ୍ ଆସିବ ଏବଂ ରାତି ୮ଟା ପରେ ତମ ଗାଁ ଯିବା ପାଇଁ ଅସୁବିଧା ହେବ ? ଏଠାରୁ ତ ହାରାହାରି ୬-୭ କିମି ହେବ । ରୀନା ମଧ୍ୟ ଅଳ୍ପ ଭାବି କହିଲା ମୁଁ ପ୍ରଥମେ ଘରକୁ ଯାଏ ତାପରେ ତମକୁ ଫୋନ୍ କରି ଜଣେଇବି ।

ଦିନ ସାରା କଲେଜ୍ ରେ ରିନା ରାଜୁ କହିଥିବା କଥା ବିଷୟରେ ଭାବୁଥାଏ। ସନ୍ଧ୍ୟାବେଳେ , ଘରକୁ ଗଲା କୁନା କୁ ସବୁ କଥା ଜଣାଇଲା । କୁନା ଖୁସିରେ କହି ଉଠିଲା ବହୁତ୍ ଭଲ କଥା ଆମେ ସହର ରେ ରହିବା, ଏବଂ ସେଠି ତୁ ଚାକିରି କରିବୁ । ସକାଳେ ତୁ ଖାଇବା ବନେଇ ଦେବୁ ଏବଂ ସନ୍ଧ୍ୟାରେ ମୁଁ ବନେଇ ଦେବୀ ? ରିନା, କହିଲା, ଗାଁ ଛାଡି କରି ଗଲେ। ଗାଁ ର ଏହି ଦୁଇ ବଖରା ଘର କୁ ଛାଡ଼ିବାକୁ ମୋର ଇଚ୍ଛା ନାହିଁ ରେ। ପୁଣି ସହର ର ବାତାବରଣ କେମିତି ଥିବ ସେଠି ଚାକିରି କେମିତି କା ମିଳିବ । ତାହା ମଧ୍ୟ ଦେଖିବାକୁ ହେବ। ସେଥିପାଇଁ ଏବେ ଠାରୁ ସ୍ବପ୍ନ ଦେଖିବା ଭୁଲ। କୁନା: ରାଜୁ ଭାଇ ବହୁତ୍ ଭଲ , ତୁ ତାଙ୍କ ଉପରେ ବିଶ୍ୱାସ କରିବା କଥା ଏବଂ ମୋତେ ଯାହା ଲାଗୁଛି ସେ ତୋତେ ପସନ୍ଦ ମଧ୍ୟ କରନ୍ତି। ରିନା : ଚୁପ୍ କର । ସେମିତି କିଛି ନାହିଁ । କୁନା: ଆରେ ରାଗୁଛୁ କାହିଁକି ଯେ, ଆମେ ତ ଆଗରୁ ସାଙ୍ଗ ଥିଲେ । ଯଦି ଆମେ ସୁଖ ଦୁଃଖ ବାଣ୍ଟିବା ନାହିଁ ତ ଆଉ କାହାକୁ କହିବା । ରିନା: ମୁଁ କିଛି ଭାବି ପାରୁନି କଣ କରିବି ? କୁନା: ଯାହା କରିବୁ , ଆମ ଦୁଇ ଜଣଙ୍କ ଭଲ ପାଇଁ ଚିନ୍ତା କରିବୁ। ଚାଲ ଏବେ ଖାଇବା। ଦୁହେଁ ଖାଇଲା ପରେ , ରାତି ସାରା ରିନା ସେଇ କଥା ହିଁ ଭାବୁଥାଏ । ସକାଳେ କଲେଜ୍ ଗଲା, ସେଠି ରାଜୁ ପଚାରିଲା କଣ ନିଷ୍ପତି ନେଲ ?
ରିନା: ସହର ରେ ରହି ପଢିବାକୁ ନିଷ୍ପତି ନେଲି ସିନା ଘର ଛାଡ଼ି ଆସିବାକୁ ମୋର ଜମାରୁ ଇଚ୍ଛା ନାହିଁ । ରାଜୁ: ପୁଣି ସେଇ କଥା ?? ଆରେ ବେଳେବେଳେ ଯାଇ ବୁଲି ଆସିବ । ରିନା: ଠିକ୍ ଅଛି । ରାଜୁ: ଥେଙ୍କ୍ ୟୁ ମାଇଁ ଡାର୍ଲିଂ କହି ରିନା କୁ କୁଣ୍ଢେଇବାକୁ ଆସୁଥିଲା । ରିନା ତାକୁ ଅଟକେଇ କହିଲା । ନା, ମୁଁ ତୁମକୁ ହଗ୍ କରିବାକୁ ଚାନ୍ସ ଦେବୀ ନାହିଁ। ରାଜୁ ପୁଣି ଦୁଃଖୀ ହେବାର ନାଟକ କରିଲା, ଏବେ ରିନା ରାଜୁ ର ଗାଲକୁ ଅଳ୍ପ ଚିମୁଟି ଟିକେ ଆଉଁସି ଦେଲା। ରାଜୁ: ଖାଲି ଏତିକି । ରିନା: ହଁ କେବଳ ଏତିକି । ତେବେ ଘର ଦେଖିବାକୁ କେତେବେଳେ ଯିବା ? ରିନା: କ୍ଲାସ୍ ସରିବା ପରେ ଯିବା। ରାଜୁ, ନା ନା, ସେ ଘର ମାଲିକ ୧୨ ଟା ରେ ଆଉ କୁଆଡେ ଯିବ ବୋଲି କହୁଥିଲେ। ଚାଲ ଏବେ ବୁଲି ଆସିବା । ରିନା ଅଳ୍ପ ମୁହଁ ଶୁଖେଇ କହିଲା ହଉ ଠିକ୍ ଅଛି । ତାପରେ ଦୁହେଁ ରାଜୁ ର ବାଇକ୍ ରେ ବସି ଘର ଦେଖିବାକୁ ବାହାରିଲେ । ଘର ମାଲିକ: ରାଜୁ ସହିତ ରିନା କୁ ଦେଖି କହିଲା ତମର ଯୋଡ଼ି ପୁରା ମେଚିଙ୍ଗ ହେଉଛି ତମେ ବାହା ହେଇ ଯାଉନ କାହିଁକି ?? ଘର ମାଲିକ କଥା ଶୁଣି ରିନା କିଛି କହୁ ନଥାଏ । ରାଜୁ କହିଲା, ଅଙ୍କଲ ସେହି କଥା କୁ ମୁଁ ରିନା କୁ କେତେ ଥର କହିଛି କିନ୍ତୁ ସେ ମନା କରୁଛି ପରା । ମାଲିକ: ଆରେ ମୁଁ ଅଳ୍ପ ମଜାଳିଆ ଲୋକ, ଖରାପ ଭାବିବ ନାହିଁ ଝିଅ । ଏଥର ରିନା ମୁହଁରେ ଅଳ୍ପ ହସ ଭରି ଆସିଲା । ରାଜୁ: କଣ ଅଙ୍କଲ ଭଲ କଥା ଟିଏ କହୁଥିଲ ପୁଣି ଟପିକ ଚେଞ୍ଜ କରିଦେଲ । ଅଙ୍କଲ: ନା ରେ ବାବୁ ସେଇଟା ତମ ଲାଇଫ !! ତୁମେ ସ୍ଥିର କରିବ । ଆମେ ଭଡ଼ା ଦେବା ଲୋକ । ଆମକୁ ଭଲ ଭଡ଼ା ଟିଆ ମିଳିଲେ ଆମ ବେପାର ଚାଲିଲେ ଆମେ ଖୁସି ।
ତାପରେ ରାଜୁ ପଚାରିଲା, ଅଙ୍କଲ ଘର ଦେଖାଇବ ପ୍ଲିଜ୍ ?? ଆରେ ଚାଲ ଚାଲ !! ଘର ଦେଖି ରିନା ବହୁତ୍ ପସନ୍ଦ କରିଲା ମାତ୍ର ଦୁଃଖୀ ମଧ୍ୟ ହେଲା ଯେ ଘର ଭଡ଼ା ଅଧିକ ଥିବ ବୋଲି । ସେ ରାଜୁ କୁ ଟାଣି ଆଣି କୋଣ ରେ ପଚାରିଲା। ନା ନା ଚାଲ ଆଉ କୋଉଠି ଘର ଦେଖିବା ଯେଉଁଠି ଗୋଟିଏ କିମ୍ବା ଦୁଇଟି ରୁମ୍ ଥିବ। ରାଜୁ: ଏଠି କଣ ଅସୁବିଧା । ରିନା: ଟିକେ ହାତ ଠାର ରେ ପଇସା ଅଧିକ ବୋଲି କହିଲା। ରାଜୁ ହସିବାକୁ ଲାଗିଲା । ରାଜୁ: ତମେ ପ୍ରଥମେ ଅଙ୍କଲ କୁ ପଚାର ? କେତେ ଟଙ୍କା ତାପରେ ସ୍ଥିର କରିବ । ରିନା: ନା ନା, ମୁଁ ଜାଣିଛି ଅଧିକ ଟଙ୍କା ଥିବ। ଗୋଟିଏ ବଡ ହଲ୍, ଦୁଇଟି ବେଡ୍ ରୁମ୍, ଆଉ ସବୁ ଘର ମାର୍ବଲ ସେଥିରେ ପୁଣି ନୂଆ ଘର !! ରାଜୁ ଅଙ୍କଲ କୁ ଡାକିଲା। ଅଙ୍କଲ: କଣ ସ୍ଥିର କରିଲ ?? ରାଜୁ: ତମେ ଘର ଭଡ଼ା କଥା କୁହ ? ଅଙ୍କଲ: ଝିଅ , ରାଜୁ ତୁମ ବିଷୟରେ ସବୁ କଥା କହିଛି, ତମେ ଯେତେ ଦିନ ପାରୁଚ ସେତେ ଦିନ ରହିବ । ମାତ୍ର ମୋର କିଛି ସର୍ତ୍ତ ଶୁଣି ନିଅ ତାପରେ ମୁଁ ଘର ଭଡ଼ା କଥା କହିବି । ତମେ ରାତି ୧୧ ଟା ପରେ ଘରୁ ବାହାରିବ ନାହିଁ । ତମେ ଭାଇ ଭଉଣୀ ସହିତ ଦିନ ବେଳେ ତୁମ ସାଙ୍ଗ ମାନେ ଆସି ପାରିବେ। ମାତ୍ର ଝିଅ ସାଙ୍ଗ ଚଳିବ ଏବଂ ପୁଅ ସାଙ୍ଗ କେବଳ ରାଜୁ ହିଁ ଆସି ପାରିବ । ରିନା, ରାଜୁ କାହିଁକି ଆସିବ ?? ଅଙ୍କଲ, କାରଣ ରାଜୁ କୁ ମୁଁ ପୁଅ କରିଛି ସେ ଆସି ପାରିବ । ଆଉ ତମେ ଯଦି ମନା କରିବ ତେବେ ତାକୁ ମଧ୍ୟ ଆସିବାକୁ ମନା କରିଦେବି। ରିନା,(ଅଳ୍ପ ହସି) ହଁ ଠିକ୍ କଥା, ସେ ଆସିଲେ ମୋ ମୁଣ୍ଡ ଖାଇବ । ରାଜୁ: କଣ ମୁଁ ତୁମ ମୁଣ୍ଡ ଖାଉଛି ? ରିନା: ଆଉ କଣ ?? ସବୁବେଳେ ବଲ ବଲ , କେତେବେଳେ ଶାନ୍ତି ନାହିଁ । ରାଜୁ: ମୁହଁ ବୁଲେଇ ଅଙ୍କଲ କୁ କହିଲା , ଅଙ୍କଲ ତମେ କଥା ହୁଅ ମୁଁ ବାହାରେ ଅପେକ୍ଷା କରିଛି । ରାଜୁ ଗଲା ବେଳେ ରିନା ପଛ ପଟୁ ହାତ କୁ ଧରି କହିଲା, ଆଛା ତମେ ମଜା କରିବ, ମୁଁ କିଛି କୁହେନି ଆଉ ମୁଁ ମଜା କରିଲେ ତମର ରାଗ । ଏଇଟା କଣ ଠିକ୍ କଥା ?? ରାଜୁ: ରୁହ ରୁହ, ତମେ ଆଜିକାଲି ବେଶୀ ଚାଲାକ୍ ହେଲଣି !! ଅଙ୍କଲ: ଆରେ ତମ ମାନଙ୍କ ଝଗଡ଼ା ସରିଲେ ମୋତେ କହିବ ମୁଁ ବାକି କଥା କହିବି। ରିନା: ନା ନା ଅଙ୍କଲ ଆପଣ କୁହନ୍ତୁ ?? ଅଙ୍କଲ: ଆଉ ଗୋଟିଏ ସର୍ତ୍ତ ହେଲା, ତମେ ମୋ ଦୁଇଟି ଝିଅ ଏବଂ ମୋର ଭଉଣୀ ର ଝିଅ କୁ ବେଳେବେଳେ ପଢ଼େ଼ଇ ଦେବ। କିନ୍ତୁ ତାଙ୍କର ପଢା ଖର୍ଚ୍ଚ ବଦଳରେ ତମକୁ ଘର ଭଡ଼ା ରୁ ମୁଁ କାଟି ଦେବି ଏବଂ ତମେ ଯେତେ ବିଜୁଳି ଖର୍ଚ୍ଚ କରିବ ସେତିକି ଦେବ ଏବଂ ମାସିକ ୫୦୦ ଟଙ୍କା ଘର ଭଡ଼ା ଦେବ ।

କ୍ରମଶଃ….

ତୃତୀୟ ପୃଷ୍ଠା ଟି ପଢନ୍ତୁ

ରିନା…01

ଏହି କାହାଣୀ ର ପୂର୍ବ ଖଣ୍ଡ କୁ ଯଦି ପଢ଼ି ନାହାନ୍ତି ତେବେ ପ୍ରଥମେ ସେ ପୃଷ୍ଠା କୁ ପଢନ୍ତୁ ତଳେ ଲିଙ୍କ୍ ଦିଆ ଯାଇଛି 👇👇👇👇

ଦ୍ୱିତୀୟ ପୃଷ୍ଠା କୁ ପଢନ୍ତୁ

ଦ୍ୱିତୀୟ ବର୍ଷ ଆରମ୍ଭ ଏବଂ ରିନା ର ଜିବନରେ ନୂଆ ମୋଡ ଦେଖିବାକୁ ମିଳିଲା । କଥାରେ ଅଛି “ଯାହା ହେବାକୁ ଥିବ ତାହା ଆଜି ନହେଲେ କାଲି ତ ନିଶ୍ଚୟ ହେବ”  ଦେଖୁ ଦେଖୁ 2 ମାସ ଭଲରେ ଚାଲିଲା କିନ୍ତୁ ତୃତୀୟ ମାସ ବେଳକୁ ହଠାତ୍ ଦିନେ ସଂଧ୍ୟାରେ ରିନା ର ବାପାଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହେଲା ଏବଂ ହସ୍ପିଟାଲ ନେବାକୁ ବାହାରିଛନ୍ତି ସେ ଆରପାରି କୁ ଚାଲିଗଲେ । ଦୁଃଖ ର ଭାର ଓଜନ ହେବାକୁ ଲାଗିଥିଲା। ସାଙ୍ଗ ସମ୍ବନ୍ଧି ସମସ୍ତେ ଯେମିତି ଆଶ୍ଵସନା ଚକ୍ଷୁରେ ଦେଖୁଥିଲେ ସତ କିନ୍ତୁ ପାଖରେ ଛିଡ଼ା ହୋଇ କେହି ସାହାଯ୍ୟ କରୁ ନଥିଲେ।  ଇଚ୍ଛା ନଥିବା ସ୍ୱତେ ସେ ନିଜ ସାଙ୍ଗ ମାନଙ୍କୁ ସାହାଯ୍ୟ ମାଗିଲା।  କେବଳ ଏତିକି ମୋ ପାଖରେ ସ୍ତମ୍ଭ ହୋଇ ମୋ ପଛରେ ଆଶ୍ଵସନା ଦେଉ ଥାଅ।  ଧନ ତ କେମିତି ହେଲେ ଯୋଗାଡ ହୋଇଯିବ। ଖବର ପାଇ ରାଜୁ ଏବଂ ଅରୁଣ ଆସି ଶୁଦ୍ଧି କ୍ରିୟା ପର୍ଯ୍ୟନ୍ତ ସମସ୍ତ ପ୍ରକାର ଜିନିଷ ଠାରୁ ଆରମ୍ଭ କରି ଘର ର ସବୁ କାର୍ଯ୍ୟରେ ସାହାଯ୍ୟ କରିଲେ ।

ଏହି ସାହାଯ୍ୟ ଦେଖି ଗାଁ ଲୋକେ ସହି ପାରୁନଥିଲେ ମାତ୍ର କିଛି କରିବାକୁ ସାହାସ ମଧ୍ୟ ଦେଖାଉ ନଥିଲେ । ଶୁଦ୍ଧି କ୍ରିୟା ସରିଗଲା ଏବଂ ରିନା ମନରେ ଅଜବ ପ୍ରକାର ର ଡର ମାଡ଼ି ବସିଥିଲା ଯେମିତି ବାପା ଥିଲା ସମୟରେ ସେ ସାହାସ ର ଉତ୍ସ ମନେ କରୁଥିଲା କିନ୍ତୁ ବର୍ତମାନ ସେ ପୁରାପୁରି ଏକା ଏବଂ ତାର ଅପଙ୍ଗ ଭାଇ । ଆମ ସମାଜରେ ମହିଳା ମାନେ ଘରୁ ଗୋଡ଼ ବାହାର କରିଲେ ୧୦ ଟା କଥା ହେବେ ଏବଂ ରିନା ପୁଣି ପଛୁଆ ବର୍ଗ ର ଏକୁଟିଆ ଝିଅ ଟିଏ।  ଶୁଦ୍ଧି କ୍ରିୟା ସରିବାର ୭ ଦିନ ପର୍ଯ୍ୟନ୍ତ ସେ କଲେଜ୍ ଯାଉ ନଥିଲା। 
ସେପଟେ ସାଙ୍ଗ ମାନେ ଏବଂ ରାଜୁ ଅପେକ୍ଷା ରେ ଥିଲେ କିନ୍ତୁ ଠିକ୍ ସାତ ଦିନ ପରେ ରାଜୁ ର ମନ ବୁଝିଲାନି ସେ କଲ୍ କରି ରିନା କୁ ପଚାରିଲା । ରାଜୁ, ରିନା ତମେ କଲେଜ୍ କାହିଁକି ଆସୁ ନାହଁ ?? ରିନା ର ପାଖେ ଉତ୍ତର ଥାଇ ମଧ୍ୟ ଚୁପ୍ ରହୁଥିଲା । ରାଜୁ ପୁଣି ବ୍ୟସ୍ତତା ରେ ପଚାରିଲା, କୁହ ରିନା, କଣ ଅସୁବିଧା ହେଉଛି କି କୁହ।  ରିନା, ଧିର ସ୍ଵରରେ କହିଲା, ମୁଁ ଆଉ କଲେଜ୍ ଆସିବି ନାହିଁ।
ରାଜୁ, କାହିଁକି ??
ରିନା, ନା, ରାଜୁ ଆଉ ପଚାର ନାହିଁ ମୋତେ, ବାପା ବିନା ମୁଁ ଦୁନିଆରେ ଏକା ହୋଇଯାଇଛି , ଯେତେବେଳେ ମା ଚାଲିଗଲେ ସେତେବେଳେ ମୁଁ ୧୦ ବର୍ଷର ଥିଲି କିନ୍ତୁ ବାପା ମୋତେ ବୁଝେଇ ମୋ ସହିତ ସବୁବେଳେ ଥିଲେ । ୨-୩ ବର୍ଷ ଲାଗିଥିଲା ନିଜ ମନକୁ ବୁଝାଇବାକୁ , ଭାବିଲି ବାପା ମୋର ସବୁ କିଛି ବର୍ତମାନ ସେ ମଧ୍ୟ ଚାଲିଗଲେ । ଆମେ ଭାଇ ଭଉଣୀ ଅନାଥ ହୋଇଗଲୁ । ସେପଟୁ ରାଜୁ ଉତ୍ତର ଦେଲା, ଅନାଥ ମାନେ କଣ ! ଆମେ କଣ ମରି ଯାଇଛୁ କି? ଯେ ତୁମେ ନିଜକୁ ଅନାଥ ମନେ କରୁଛ ? ରିନା ର ଆଖିରୁ ଲୁହ ବହି ଚାଲିଥାଏ ।
ରିନା, ତମେ ବୁଝୁନ କାହିଁକି ରାଜୁ ?? ମୋର ଆର୍ଥିକ ସମ୍ବଳ ଅଭାବ । ମୁଁ ଘରୁ ଗୋଡ ବାହାର କରିଲେ ମୋତେ ଧନ ଦରକାର । ଯାହା ଟଙ୍କା ଥିଲା ତାହା ଖର୍ଚ୍ଚ ହୋଇଯାଇଛି ଏବଂ ବାକି ବାପାଙ୍କ ଶୁଦ୍ଧି କ୍ରିୟା ସମୟରେ ତୁମେ ଖର୍ଚ୍ଚ କରିଥିବା ଟଙ୍କା ମଧ୍ୟ ତୁମକୁ କେବେ ଆଉ କେମିତି ଫେରେଇବି ମୁଁ ମଧ୍ୟ ଜାଣିନି।  ସେଥିପାଇଁ ମୁଁ ସ୍ଥିର କରିଛି ଯେ, ମୁଁ କେଉଁଠି ଯାଇ କାମ କରିବି । ଏବେ ମୋ ଘରେ ଦୁଇ ଓଳା ଖାଇବା କେଉଁଠୁ ଆସିବ ତାହା ଏବେ ସ୍ବପ୍ନ ପାଲଟି ଯାଇଛି ।
ରାଜୁ : ଆମେ ଖର୍ଚ୍ଚ କରିଥିବା ଟଙ୍କା ତୁମକୁ ଆମେ ମାଗିଛୁ କି?? ଏବଂ ତୁମେ କଲେଜ୍ ଆସ ତୁମର ସବୁ ଖର୍ଚ୍ଚ ମୁଁ ବହନ କରିବି ଏବଂ ତୁମ ଭାଇ ର ପଢା ଖର୍ଚ୍ଚ ମଧ୍ୟ ମୁଁ ବହନ କରିବି ।
ରିନା : ନାହିଁ ରାଜୁ ତମେ ବୁଝିବାକୁ ଚେଷ୍ଟା କର, ଏମିତି ରେ ମୁଁ ତୁମ ପାଖରେ ରୁଣି ଅଛି , ପୁଣି ମୋର ଏବଂ ଭାଇ ର ପଢା ଖର୍ଚ୍ଚ ପାଇଁ ତୁମେ ପୁଣି ମୋତେ ରୁଣୀ କରିବାକୁ ବାଧ୍ୟ କର ନାହିଁ। 
ରାଜୁ:  ମୁଁ କିଛି ସୁଣିବାକୁ ଚାହୁଁନି, କି ବୁଝିବାକୁ ଚାହୁଁନି ତୁମେ ଆଜି ୧୦ ଟା ରେ କଲେଜ୍ ରେ ଆସି ପହଞ୍ଚିବ।  ତୁମ ପାଖରେ ୨ ଘଣ୍ଟା ସମୟ ଅଛି । ଯଦି ନ ପହଞ୍ଚିଲ ତେବେ ମୁଁ ବାଇକ୍ ନେଇ ତୁମ ଘରେ ପହଞ୍ଚିବି । ତୁମେ ସ୍ଥିର କର ଏବଂ ଏବେ ମୁଁ ଫୋନ୍ ରଖୁଛି।
ରିନା ପୁଣି ଚିନ୍ତାରେ ପଡ଼ିଲା । ଇଛା ନଥିବା ଶ୍ୱତେ ମୁଣ୍ଡ କୁ ନୁଆଇଁ ସାଇକେଲ ଧରି ବାହାରି ଗଲା କଲେଜ୍ ଅଭିମୁଖେ। ସେଠି ପହଞ୍ଚୁ ପହଞ୍ଚୁ ରିନା ର ସାଙ୍ଗ ସୌମ୍ୟା ଏବଂ ଚୀଙ୍କି ଆସି ରିନା କୁ କୁଣ୍ଢେଇ କାନ୍ଦିଲେ।  ରିନା ମଧ୍ୟ କାନ୍ଦିବାକୁ ଲାଗିଲା । ସମସ୍ତେ ଏକାଠି ହେଲେ ରିନା କୁ ସ୍ୱାନ୍ତନା ଦେଇ କହିଲେ । ଆଜି ଠାରୁ ତୁ କେବେ କଲେଜ୍ ମିସ୍ କରିବୁ ନାହିଁ । ରାଜୁ କେବଳ ଏକା ତୋର ଫିସ୍ ଦେବ ନାହିଁ। ଆମେ ସମସ୍ତେ ମିଶି ତୋର କଲେଜ୍ ଫିସ୍ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ସାହାଯ୍ୟ କରିବୁ କିନ୍ତୁ ତୁ କଲେଜ୍ ପ୍ରତିଦିନ ଆସିବୁ ଏବଂ ଆମ ସମସ୍ତଙ୍କର ତୁ ଯେମିତି ମାଷ୍ଟର ମାଇଣ୍ଡ ଥିଲୁ ଠିକ୍ ସେମିତି ରହିବୁ । ତାପରେ ସମସ୍ତେ ରିନା କୁ ହସେଇବାକୁ ଚେଷ୍ଟା କରିଲେ । ରାଜୁ ଆସି ପାଖରେ ବସି କହିଲା, ଦେଖିଲ ତ ତମେ ନିଜକୁ ଏକା କେବେ ମନେ କରିବ ନାହିଁ । ଅସୁବିଧା ସମୟରେ ବନ୍ଧୁ ମାନେ ହିଁ ପାଖରେ ରୁହନ୍ତି।  ସମ୍ପର୍କୀୟ ସେତେବେଳେ ମୁକ ଏବଂ ବଧିର ହୋଇ ଯାଆନ୍ତି।  ହଉ ଛାଡ଼ ସେ କଥା।

  ମୁଁ ଗୋଟିଏ କଥା ପଚାରିବି ତାର ମୋତେ ଉତ୍ତର ଦେବ ତାପରେ ତମକୁ ଗୋଟିଏ କଥା କହିବି ଏବଂ ତମେ ମୋ କଥା ରଖିବ ? ରିନା , କଣ ? ତମ ଗାଁ ଘର କୁ ତମେ ଛାଡ଼ି ପାରିବ କି ?? ରିନା ଆଶ୍ଚର୍ୟ୍ଯ ରେ ଚାହିଁ ରହିଲା। ରାଜୁ, ଆରେ ପ୍ରଥମେ ଉତ୍ତର ଦିଅ, ତାପରେ ଗୋଟିଏ କଥା କହିବି।  ରିନା, ନା ଛାଡ଼ି ପାରିବି ନାହିଁ, ଆଉ ଯଦି ଛାଡ଼ିବି ତେବେ ଆମେ ରହିବୁ କୋଉଠି ?? ରାଜୁ, ହଉ ଏବେ ମୁଁ କହୁଛି ତମେ, ମୋ କଥା କୁ ପୁରା ଶୁଣିବ ତାପରେ କିଛି ଉତ୍ତର ଦେବ। ଯଦି ମୁଁ କହେ ତମେ ଗାଁ ଛାଡି ସହର ରେ ରହିଥାନ୍ତ ଏବଂ ଗାଁ ଘର କୁ ବେଳେବେଳେ ବୁଲି ଆସି ଥାନ୍ତ ତେବେ କେମିତି ହୁଅନ୍ତା।  ଯାହା ଫଳରେ ତୁମର ଏବଂ ତୁମ ଭାଇଙ୍କ ପଢା ପଢ଼ିରେ ସୁବିଧା ହେବ। ତା ସହିତ ତୁମ ପାଇଁ ଗୋଟିଏ ପାର୍ଟ ଟାଇମ୍ ଜବ୍ ମଧ୍ୟ ଦେଖି ଦେବି । ତୁମର ଅସୁବିଧା ମଧ୍ୟ ହେବ ନାହିଁ । ଜବ୍ କଥା ଶୁଣି ରିନା ଅଳ୍ପ ଖୁସି ହୋଇଗଲା କିନ୍ତୁ ଘର ଛାଡ଼ି ଆସିବାର ତାର ତିଳେ ମାତ୍ର ଇଚ୍ଛା ନଥିଲା।

କ୍ରମଶଃ…….

ଦ୍ବିତୀୟ ପୃଷ୍ଠା କୁ ପଢନ୍ତୁ

ରିନା….



ସେଦିନ ରିନା ବହୁତ୍ ବିଚଳିତ ହୋଇ ପଡ଼ିଲା। ତା ପାଖରେ ଆଉ କିଛି ଉପାୟ ନଥିଲା । ରାଗରେ ଘରୁ ବାହାରି ଆସିଲା । ଲାଗୁଥିଲା ସେ ଆଜି ଘର ଛାଡ଼ି ଚାଲି ଯିବ । ତାର ମୁଣ୍ଡ କିଛି କାମ କରୁ ନଥିଲା । ସାଇକେଲ ପାଖକୁ ଯାଇ ଠିଆ ହେଲା ସେତେବେଳେ ଦାଣ୍ଡ ରେ ଠିଆ ହୋଇଥିବା କିଛି ବ୍ୟକ୍ତି କହିଲେ,
କଣ ଲୋ ଏବେ ଆଉ ଥରେ କୁଆଡେ ବାହାରିଲୁ ??
କଣ ନୂଆ ଅଣ୍ଡିରା ଖୋଜିବାକୁ ନା କଣ ?
ଏତିକି ଶୁଣି ରାଗରେ ଜଳୁ ଥାଏ ମାତ୍ର ସେ ନିରୁପାୟ
ବାରି ପଟେ କିଛି ସ୍ତ୍ରୀ ଲୋକଙ୍କ ଟାହି ଟାପରା ବାରମ୍ବାର ତା କାନରେ ଗୁଞ୍ଜରି ଉଠିଲା । ଯେ…..

‘ ସେ କଲେଜ୍ ଯାଉନି ଯେ ସେଠି ଯାଇ ଦେହ ବେପାର କରୁଛି ‘
‘ ନିଜର ଇଜ୍ଜତ ତ ନାହିଁ, ଆମ ଗାଁ ର ଇଜ୍ଜତ ମଧ୍ୟ ମାଟିରେ ମିଶେଇ ଦେଲାଣି ‘
ଆଉ କିଏ କହେ
‘ ବୁଢ଼ା ବାପାଙ୍କୁ ସେବା କରିବ କଣ ? ଇଏ ତ ଘଇତା କରୁଛି ‘
‘ କହୁଛି ସଭିଏ ସାଙ୍ଗ, ସାଙ୍ଗ ନା ଫାଙ୍ଗ ‘
‘ ସବୁ ଯାକ ଭେଣ୍ଡିଆ ସାଙ୍ଗ, ସାଙ୍ଗ କିଏ ଆଉ ଗରାଖ କିଏ ଆମେ ଜାଣିନୁ ଯେ, ଏଇ ଆମକୁ କଲେଜ୍ ପାଠ ପଢ଼ୋଉଛି ।
‘ ହଇଲୋ ଗେରସ୍ତ କରିବା ବୁଦ୍ଧି ଟା ସେ କଲେଜ୍ ରେ ଶିଖା ହେଉଛି କିଲୋ.. ??’
ଆଉରି କେତେ କଣ ??

…ହଠାତ୍ ସାନ ଭାଇ କୁନା ର ଶବ୍ଦ ଶୁଣି ରିନା ଚିନ୍ତାମୟ ଦୁନିଆରୁ ପୁନଃ ଅବସ୍ଥା କୁ ଫେରି ଆସିଲା ଏବଂ ଦୀର୍ଘ ନିଃଶ୍ୱାସ ନେଇ ସାଇକେଲ ପେଡାଲ୍ ରେ ଗୋଡ ରଖିଛି ନା ନାହିଁ କୁନା ବଡ ପାଟି କରି ଡାକି କହିଲା , ଦିଦି.. ଦିଦି.. ଘରକୁ ଆସେ ବାପା ପୁଣି ନିଃଶ୍ୱାସ ନେଇ ପାରୁ ନାହାଁନ୍ତି।

ହ୍ୟାଣ୍ଡ ବ୍ୟାଗ୍ ରୁ ମୋବାଇଲ୍ ବାହାର କରିଲା, ଡାକ୍ତର ସୋମେଶ ବାବୁ ଙ୍କୁ ଫୋନ୍ କରି କହିଲା, ସାର୍ ଆପଣ ପୁଣି ଥରେ ଆସିବେ କି ?? ସେପଟୁ ଉତ୍ତର ଆସିଲା, ଶୁଣ ଝିଅ , ତମ ଗାଁ ଲୋକ ବିଲକୁଲ ଭଲ ଲୋକ ନୁହନ୍ତି, ତୁମେ ମା ଙ୍କର ଭଲ ଷ୍ଟୁଡେଣ୍ଟ୍ ବୋଲି ତୁମ ଘରକୁ ଯାଇ ତୁମ ବାପାଙ୍କୁ ଦେଖି ଆସିଲି କିନ୍ତୁ ଆଉ ନୁହଁ, ତୁମେ ସରକାରୀ ମେଡିକାଲ୍ କୁ ନେଇ ସେଠି ଚିକିତ୍ସା କର କହି ସେପଟୁ ଫୋନ୍ କଟି ଗଲା।

ରିନା ର ଆଖିରୁ ଲୁହ ଧାର ବହି ଚାଲି ଥାଏ। କୁନା କହିଲା ଦିଦି କିଛି କରେ ??? ନହେଲେ ବାପା ଙ୍କ ଦେହ ଖରାପ ହେବାକୁ ଲାଗିଲାଣି???
ରିନା , ରହ ମୁଁ କିଛି କରୁଛି ??
ସଙ୍ଗେ ସଙ୍ଗେ ତାର ସାଙ୍ଗ ଅରୁଣ କୁ ଫୋନ୍ କରି କହିଲା, ହେଲୋ… ଅରୁଣ ପ୍ଲିଜ ମୋତେ ସାହାଯ୍ୟ କର, ମୋ ବାପା ଙ୍କୁ ମେଡିକାଲ ଟିକେ ନେଇ ଦେବ ।

ଅରୁଣ କହିଲା, ତୁମ ଘର ଆଗରେ ସେ ଲୋକ ମାନେ ଅଛନ୍ତି ନା ? ସେମାନେ ମୋତେ ସେଦିନ କେତେ କଣ କହିଲେ, ମୋତେ ଆଉ ସେଠି ଯିବାକୁ ଭଲ ଲାଗୁନି । ରିନା କହିଲା, ପ୍ଲିଜ୍ ଅରୁଣ !! ସେମାନେ ମଣିଷ ଚିହ୍ନି ପାରୁ ନାହାଁନ୍ତି । ଆମେ ଛୋଟ ଦଳିତ କୂଳରେ ଜନ୍ମ ବୋଲି ଆମେ ପାପ କରିଛୁ । ଲୋକ ଏଠି ନାକରେ ଆଙ୍ଗୁଠି ପୁରେଇ ହସୁଛନ୍ତି ସିନା, କେହି ସାହାଯ୍ୟ କରୁ ନାହାନ୍ତି । ସମସ୍ତେ କହୁଛନ୍ତି ତମେ ଛୋଟ ଲୋକ, ତମେ ଅଛୁଆଁ, ତମକୁ ସାହାଯ୍ୟ କରିବୁ କଣ ତୁମକୁ ଛୁଇଁବା ପାପ । ଆଉରି କେତେ କଣ କହୁଛନ୍ତି !! ପ୍ଲିଜ୍ ମୋତେ ସାହାଯ୍ୟ କର ?? ଅରୁଣ, ସେପଟୁ ଅରୁଣ ଉତ୍ତର ଦେଲା, ମୋର ଗୋଟିଏ ଅନୁରୋଧ ରଖିବ ?? ରିନା କହିଲା ଶୀଘ୍ର କୁହ ?? ତୁମେ ବାପାଙ୍କୁ ଗାଁ ମୁଣ୍ଡ ପର୍ଯ୍ୟନ୍ତ ନେଇ ଆସ, ସେଠୁ ମୁଁ ନେଇ ଆସିବି। ତୁମ ସାଙ୍ଗ ବୋଲି ତୁମକୁ ସାହାଯ୍ୟ କରିବାକୁ ଆସିଥିଲି ମାତ୍ର ତୁମ ଗାଁ ର ଲୋକେ ମୋତେ ବହୁତ୍ କହିଲେ ଏବଂ ବାରମ୍ବାର ମୋ ଆଗରେ କହିଲେ, ଆସିଗଲା ଆଉ ଗୋଟିଏ ଅଣ୍ଡିରା !! ସେଥିପାଇଁ ପ୍ଲିଜ୍ ତମେ ଏତିକି କର, ମୁଁ ଗାଁ ମୁଣ୍ଡରେ ଅପେକ୍ଷା କରିଛି ।

ତଳେ Page 2 ବଟନ୍ କୁ କ୍ଲିକ୍ କରି ପଢନ୍ତୁ

ଗୃହ ଚଣ୍ଡୀ (ଶେଷ ଭାଗ)

Part-5

ଅନିତା ସଙ୍ଗେ ସଙ୍ଗେ ନିଜ ମୁଣ୍ଡ ଖଟେଇ କହିଲା, ମୁଁ କିଛି କରିନି ଯାହା କରିଛି ସବୁ ଏ ସିପ୍ରା କରିଛି । ସିପ୍ରା ରାଗରେ ଅନିତା ଆଡକୁ ଚାହିଁ ରହିଥାଏ। ପୋଲିସ କହିଲା ତମର ସବୁ ଭୁଲ ର ହିସାବ ଜେଲ୍ ଭିତରେ ହେବ। ଅନିତା ରାକେଶ ର ଗୋଡ଼ ତଳେ ପଡିଗଲା ଏବଂ ମୋର ଭୁଲ ହୋଇଗଲା ମୋତେ କ୍ଷମା କରିଦିଅ। ମୁଁ ଜେଲ୍ ଯିବାକୁ ଚାହୁଁ ନାହିଁ। ଆଉ ଭୁଲ କରିବି ନାହିଁ । ମୁଁ ବାପାଙ୍କୁ ସେବା କରିବି। ମୁଁ ତମ ଠାରୁ ଅଲଗା ହେବାକୁ ଚାହୁଁ ନାହିଁ । ବାକି ସମସ୍ତେ ମଧ୍ୟ ଆସି ପହଞ୍ଚି ଗଲେ। ଅନିତା, ମଧୁ ଏବଂ ସୁଧୀର କୁ ଦେଖି ଟିକେ ସାହାସ ପାଇଲା । ସେ ମଧୁ ଏବଂ ସୁଧୀର କୁ ଅନୁରୋଧ କରି କହିଲା, ଜିଜୁ ତମେ ତାଙ୍କୁ ଟିକେ ବୁଝାଇ କୁହ। ମଧୁ, ତୁ ତ କହ। ମଧୁ କହିଲା, ଛି..ତୋତେ ମୋ ସାଙ୍ଗ କହିବାକୁ ଖରାପ ଲାଗୁଛି । ଆଜି ତୋର ସବୁ କଳା କର୍ମ ମୁଁ CCTV ରେ ଦେଖି ମୋତେ ବିଶ୍ୱାସ ହେଉ ନଥିଲା। ତୁ ଏମିତି ଗୃହ ଚଣ୍ଡୀ ପାଲଟି ଯିବୁ ବୋଲି ମୁଁ କେବେ ଭାବି ନଥିଲି । ତୋର ଭୁଲ କୁ ଲୁଚେଇ ମୁଁ ରାକେଶ ର ଜୀବନ ନଷ୍ଟ କରିଛି ବୋଲି ମୋତେ ଏବେ ଅନୁତାପ ହେଉଛି । ରାକେଶ ଆଗରେ ମଧୁ ହାତ ଯୋଡ଼ି କହିଲା । ରାକେଶ ମୋତେ କ୍ଷମା କରିବ ମୋ ସାଙ୍ଗ ପାଇଁ ମୁଁ ବହୁତ୍ ଲଜ୍ଜିତ । ଅନିତା କୁ କେବେ କ୍ଷମା କରିବ ନାହିଁ। ସେ କଲେଜ ସମୟରୁ ଖରାପ ଥିଲା କିନ୍ତୁ ମୁଁ ଭାବିଥିଲି କାଳେ ସେ ସୁଧୁରି ଯିବ କିନ୍ତୁ ମୋ ଭାବନା ଭୁଲ ଥିଲା। ରାକେଶ କହିଲା, କିଛି ନାହିଁ ଭାଉଜ। ତମେ କାହିଁକି କ୍ଷମା ମାଗୁଛ। ଏ ଗୃହ ଚଣ୍ଡୀ କୁ ଦଣ୍ଡ ଦରକାର। ପୋଲିସ ବାବୁ ଅନିତା କୁ ନେଇ ଯାଆନ୍ତୁ। ପ୍ରମାଣ ମୁତାବକ ଯାହା ଦଣ୍ଡ ଦେବାର ଅଛି ଆଇନ ଦେବ । କିନ୍ତୁ ଅନିତା ଅନୁରୋଧ କରି ଚାଲିଥାଏ ପ୍ଲିଜ୍ ରାକେଶ ମୋତେ କ୍ଷମା କର, ମୋତେ କ୍ଷମା କର। ରାକେଶ ରାଗରେ ଅନିତା ଆଡକୁ ଚାହିଁ ରହିଥାଏ, କିଛି କହୁ ନଥାଏ।

Click the image for read this story



ତାପରେ ମହିଳା ପୋଲିସ ଅଫିସର ଅନିତା ଆଉ ସିପ୍ରା କୁ ଜେଲ୍ ନେଇ ଗଲେ। ରାକେଶ ମଧ୍ୟ ନିରୁପାୟ ଥିଲା । ସେ ବାଧ୍ୟ ହେଲା ଯେ ଏମିତି ଗୃହ ଚଣ୍ଡୀ କୁ ଉଚିତ୍ ଦଣ୍ଡ ଯଦି ଦିଆ ନ ଯିବ ତେବେ କାଲି ସେ ମୋ ଜୀବନ ସହିତ ଖେଳିବ । ଅନିତା ଏବଂ ସିପ୍ରା ର ଜେଲ୍ ପରେ କେସ କୋର୍ଟ ରେ ଯାଇ ପହଁଚିଲା । ସେଠି ମଧ୍ୟ ଅନିତା ଏବଂ ସିପ୍ରା ଦୋଷୀ ସାବ୍ୟସ୍ତ ହେଲା ଏବଂ କିଛି ବର୍ଷ ପାଇଁ କାରାଗାର ର ଶୁଣାଣି ହେଲା ।

ଏପଟେ ରାକେଶ ମଧ୍ୟ ଛାଡ଼ପତ୍ର ପାଇଁ ଅପିଲ କରିଥିଲା ଏବଂ ପରେ ଦୁହିଁଙ୍କ ଛାଡ଼ପତ୍ର ମଧ୍ୟ ହୋଇଗଲା। ବର୍ତ୍ତମାନ୍ ରାକେଶ ସ୍ଥିର କରିଲା ଯେ ସେ ଏକା ରହିବ ଏବଂ ନିଜ ଘର ମଧ୍ୟ ବଦଳି କରି ଷ୍ଟୁଡ଼ିଓ କରିଥିବା ଘରରେ ବାପାଙ୍କ ସହିତ ରହିଲା। କାମବାଲୀ ଆସେ କେବଳ ବାପାଙ୍କ ସେବା ଏବଂ ରୋଷେଇ କରିବା ପାଇଁ । ଯେବେ ରାକେଶ ବାହାରକୁ ଯାଏ କାମବାଲୀ ନିଜ ବାପା ଭଳି ରାତି ରହି ବାପାଙ୍କ ସେବା ମଧ୍ୟ କରେ ।

ତେବେ କାହାଣୀ ଟି ଏତିକି ଥିଲା ଏଵଂ ଏହି କାହାଣୀ ସମ୍ପୂର୍ଣ୍ଣ କାଳ୍ପନିକ ଅଟେ ଏଠି ଲେଖକ କୌଣସି ବ୍ୟକ୍ତି ବିଶେଷ କୁ ଇଙ୍ଗିତ କରି ଏହି କାହାଣୀ କୁ ପଦାର୍ପଣ କରିବାକୁ ଚେଷ୍ଟା କରି ନାହାନ୍ତି ।

ତେବେ କାହାଣୀ କୁ ଶେଷ ପର୍ଯ୍ୟନ୍ତ ଧର୍ଯ୍ୟ ର ସହିତ ପଢ଼ି ଥିବାରୁ ଆପଣଙ୍କୁ ଲେଖକ ଙ୍କ ତରଫରୁ ଅଶେଷ ଅଶେଷ ଧନ୍ୟବାଦ।

ଆପଣଙ୍କ ପ୍ରିୟ ଗାଳ୍ପିକ
ନୀଳମାଧବ ଭୂୟାଁ

.

.

.

.

ଏହି କାହାଣୀ ଟି ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ। ତାଙ୍କର ଲିଖିତ ଅନ୍ୟ କାହାଣୀ ଗୁଡ଼ିକ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା ଲିଙ୍କ କୁ କ୍ଲିକ୍ କରନ୍ତୁ

Click Here

Click the image for read this story

Part-1 କୁ ପୁଣି ଥରେ ପଢ଼ିବା ପାଇଁ ଏଠି କ୍ଲିକ୍ କରନ୍ତୁ

ଗୃହ ଚଣ୍ଡୀ (ପଞ୍ଚମ)

Part-4

ରାକେଶ , ଅନିତାକୁ ମେଡ଼ିକାଲ ବାହାର କୁ ଡାକି ନିଶା ଔଷଧ ବିଷୟରେ ପଚାରିଲା । ସେ ପୁଣି ମିଛ ଉପରେ ମିଛ କହି ଚାଲିଲା। ସେ ନିଜ ଭୁଲ ମାନିଲା ନାହିଁ । ମାତ୍ର ଅନିତା ର ଆଖି ଦେଖି ରାକେଶ ଜାଣି ପାରୁଥିଲା। କିନ୍ତୁ ରାକେଶ ମଧ୍ୟ ଚୁପ୍ ନ ରହି କହି ଉଠିଲା, ମୁଁ ଜାଣି ସାରିଲିଣି ଏ ସବୁ ତମେ କରୁଛ। କେବଳ ପ୍ରମାଣ ନାହିଁ ବୋଲି ମୋତେ ଆଉ ମୋ ବାପାଙ୍କୁ ହଇରାଣ କରୁଛ ନା ?? ଅନିତା ମଧ୍ୟ କହି ଉଠିଲା, ହଁ ହଁ ଏ ସବୁ ମୁଁ କରୁଛି । ତମେ ପ୍ରମାଣ ନେଇ ଆସ ଆଉ ବେଶୀ କିଛି କହିବ ତେବେ ମହିଳା କମିଶନ ରେ ଯାଇ ତୁମ ନାମରେ ଅଭିଯୋଗ କରି ତୁମକୁ ଜେଲ୍ ପଠେଇବି ଆଉ ତୁମ ବାପାଙ୍କୁ ସିଧା ଉପରକୁ । ରାକେଶ ରାଗରେ ଜଳୁ ଥାଏ । ଅନିତା ମେଡିକାଲ କୁ ନ ଯାଇ ଗାଡ଼ି ଭିତରେ ବସି ରହିଲା । ସେ ମନେ ମନେ ଭାବୁଥିଲା ଏଥର କିଛି ବଡ ପଦକ୍ଷେପ ନେବ ବୋଲି । ସେ ମନେ ମନେ ରାଗରେ ଜଳୁଥାଏ , ରାକେଶ ମଧ୍ୟ ମନରେ ସ୍ଥିର କରି ସାରିଥିଲା ଯେ ଶେଷ ଉପାୟ ହେଲା ଯେ ଛାଡ଼ପତ୍ର ଆଉ ଯଦି ପ୍ରମାଣ ମିଳେ ତେବେ ସିଧା ଜେଲ୍ ପଠେଇବି। ଆଉ ଏହି ଗୃହ ଚଣ୍ଡୀ କୁ ସମ୍ଭାଳିବା ଅସମ୍ଭବ ହୋଇଗଲାଣି।

ସେପଟେ ସିସିଟିଭି ଫିଟ୍ ହୋଇ ସାରିଥିଲା ଏବଂ ପୋଲିସ କୁ ମଧ୍ୟ ଖବର ଦେଇ ସତର୍କ କରି ରଖିଥିଲା ସୁଧୀର । ସଭିୟେଁ ଘରକୁ ଆସିଲେ ଏବଂ ରାକେଶ କହିଲା ମୋର ବାହାଘର କଲ୍ ଅଛି ମୁଁ କାଲି ସନ୍ଧ୍ୟାରେ କିମ୍ବା ତା ପର ଦିନ ସକାଳେ ଆସିବି କହି ଚାଲିଗଲା। ଅନିତା କୁ ପୁଣି ମଉକା ମିଳିଲା ଏବଂ ମନେ ମନେ ଭାବିଲା । ଏ ବୁଢ଼ା କୁ ଆଜି ସିଧା ଉପରକୁ ପଠେଇବି। ମୋତେ କିଛି ବି କରିବାକୁ ପଡେ ତେବେ କରିବି। ସେପଟେ ରାକେଶ ସୁଧୀର , ରାକେଶ ର ଘର ଠାରୁ କେବଳ ୫୦ ମିଟର ଦୂରରେ ତାର ସାଙ୍ଗ ଘରେ ବସି ସିସିଟିଭି ରେ ସବୁ ଦେଖୁଥାନ୍ତି ଏବଂ ସିସିଟିଭି ରୁମ୍ ରେ ଗୋଟିଏ ସ୍ପେସିଆଲ ପୋଲିସ୍ ଅଫିସର୍ ଦେଖିବାକୁ ବସିଥିଲେ। ପୋଲିସ ର ଯୋଜନା ମୁତାବକ ରାକେଶ ସବୁ କଥା ମାନି ପୋଲିସ କୁ ସାହାଯ୍ୟ କରିବାକୁ ଲାଗିଥିଲା । କିନ୍ତୁ ଏତିକି ବିଶ୍ୱାସ ଥିଲା ଯେ ଅନିତା ଯାହା ଭୁଲ କାମ କରିବାର ଅଛି ଆଜି ହିଁ କରିବ ଅବା କାଲି ସକାଳ ଭିତରେ କରିବ । ସମସ୍ତେ କେବଳ ପ୍ରମାଣ ଅପେକ୍ଷାରେ ଥିଲେ ।

Click the image for read this story



ଅନିତା ମଧ୍ୟ ବହୁତ୍ ଚାଲାକ୍ ସେ ମଧ୍ୟ ଭାବିଲା ରାକେଶ ଆଉ ସୁଧୀର ମିଶି ଘରେ ସିସିଟିଭି ଲଗେଇ ନାହାନ୍ତି ତ ? ସେ ଭାବନାରେ ଅନିତା ପ୍ରଥମେ ପୁରା ଘର ଚେକ୍ କରିଲା କିନ୍ତୁ ଭାଗ୍ୟ ବଶତଃ ସେ କିଛି ମଧ୍ୟ ପାଇଲା ନାହିଁ କିନ୍ତୁ ବାପାଙ୍କ ଶୋଇବା ଘର, ରାକେଶ ର ବେଡ୍ ରୁମ୍ ଏବଂ ରୁମ୍ ରେ ସିସିଟିଭି ଲାଗିଥାଏ ଏବଂ ଯାହା କଥା ବାର୍ତ୍ତା ହେବ ତାହା ମଧ୍ୟ ଶୁଣି ପାରୁଥିଲେ ଏବଂ ଏଥର ଅନିତା ଭାବିଲା ଏଥର ସେ ସିଧା ଉପରକୁ ପଠେଇବା ବ୍ୟବସ୍ଥା କରିବ। ସେ ତାର ଅନ୍ୟ ଏକ ସାଙ୍ଗ ସିପ୍ରା କୁ ଫୋନ୍ କରି ଡାକିଲା। ସିପ୍ରା ହେଉଛି ତାର କଲେଜ କ୍ଲାସ୍ ମେଟ୍ । ସେ ତାର ନୂଆ ବଏଫ୍ରେଣ୍ଡ କୁ ମଧ୍ୟ ଡାକିଲା କିନ୍ତୁ ସେ କିଛି କାମ ବ୍ୟସ୍ତ ଯୋଗୁ ସେ ଫୋନ୍ ରେ ମନା କରିଦେଲା ଏହା ସବୁ ପୋଲିସ ଏବଂ ରାକେଶ CCTV ରେ ଦେଖି ପାରୁଥିଲେ । ସିପ୍ରା ଜଣେ ଚରିତ୍ର ହିନ ମହିଳା ଟିଏ ସେ ତାର ପ୍ରଥମ ସ୍ବାମୀ କୁ ବିଷ ଦେଇ ମାରି ନିଜ ପ୍ରେମିକା ସହ ଦ୍ଵିତୀୟ ବିବାହ କରିଛି କିନ୍ତୁ ତଥାପି ଅନ୍ୟ ଏକ ପ୍ରେମିକା ସହିତ ସମ୍ପର୍କରେ ଅଛି । ଲାଗୁଥିଲା ଏହି ଯୋଜନା ବିଷୟରେ ସେ ଦୁଇ ଜଣ ଆଗରୁ ଏ ବିଷୟରେ କଥା ହୋଇ ସାରି ଥିଲେ । ଅନିତା ବାପାଙ୍କୁ ପୁଣି ନିଶା ଔଷଧ ଦେଇ ଦେଲା ।



ସିପ୍ରା ସ୍କୁଟି ରେ ଆସି ପହଞ୍ଚିଲା ଏବଂ ନିଜ ବ୍ୟାଗ୍ ରୁ ହେଣ୍ଡ gloves ବାହାର କରି ଅନିତା କୁ ଦେଇ କହିଲା ତାକୁ ପିନ୍ଧି ନେ ଏବଂ କହିଲା ଯାହା କରିବା ଜଲ୍ଦୀ କରିବା । ସିପ୍ରା ପଚାରିଲା କଣ କରିବା?? ଅନିତା କହିଲା ଏ ବୁଢାକୁ ଉପରକୁ ପଠେଇବାକୁ ପଡ଼ିବ । ସିପ୍ରା ପଚାରିଲା କେମିତି ଆଉ କଣ ଭାବିଛୁ କହ। ଅନିତା କହିଲା ଗଳା ଚିପି ମାରିଦେବା। ସିପ୍ରା କହିଲା ନା, ନା, ପୋଷ୍ଟ ମୋର୍ଟମ୍ ହେଲେ ଜଣା ପଡ଼ିଯିବ । ଶୁଣ ତକିଆ ମୁହଁରେ ଦେଇ ମାରିଦେବା। ଅନିତା ସିପ୍ରା କଥା ରେ, ହଁ ଭରିଲା। ସେପଟେ ଏଇ କଥା ହେବା ଭିତରେ ରାକେଶ ଆଉ ଦୁଇଟି ମହିଳା ପୋଲିସ ପାଖ ଘର ଛାତ ଦେଇ ଘର ଭିତରକୁ ପଶି କେବଳ ସମୟ କୁ ଅପେକ୍ଷା କରିଥିଲେ । କେତେବେଳେ ସେମାନେ ଏମିତି କିଛି କାମ କରିବେ ଆଉ ତାଙ୍କୁ ପ୍ରମାଣ ସହିତ ଧରିବୁ ବୋଲି । ମାତ୍ର ସେ ସମୟ ବହୁତ୍ ବିପଦ ଜନକ ଥିଲା । ଦେଖୁ ଦେଖୁ ସେ ସମୟ ମଧ୍ୟ ଆସି ପହଂଚି ଗଲା। ସେମାନେ ତକିଆ ମୁହଁରେ ଦେଇଛନ୍ତି ନା ନାହିଁ, ସଙ୍ଗେ ସଙ୍ଗେ ଦୁହେଁ ପୋଲିସ ଆଉ ରାକେଶ ପହଁଚିଗଲେ ଏବଂ ବୁଢ଼ା ବାପା ଙ୍କୁ ବଞ୍ଚେଇବାରେ ସଫଳ ମଧ୍ୟ ହେଲେ। ଅଳ୍ପ ଭୁଲ ରେ ଜୀବନ ମଧ୍ୟ ଚାଲି ଯାଆନ୍ତା କିନ୍ତୁ ରାକେଶ ଆଉ ପୋଲିସ କର୍ମୀ ସତର୍କ ଥିବାରୁ ପ୍ରମାଣ ମଧ୍ୟ ମିଳିଲା ଆଉ ଜୀବନ ମଧ୍ୟ ବଞ୍ଚିଗଲା। ଅନିତା ଡରରେ ଥରିବାକୁ ଲାଗିଲା । ସିପ୍ରା ଭାବିଲା ଖସିଯିବ କିନ୍ତୁ ପୋଲିସ ତାକୁ ଧରି ନେଲେ ।

Click the image for read this story

To be continued…..

Last Part

ଆଗକୁ ପଢ଼ିବେ : ମଧୁ କହିଲା, ଛି..ତୋତେ ମୋ ସାଙ୍ଗ କହିବାକୁ ଖରାପ ଲାଗୁଛି । ଆଜି ତୋର ସବୁ କଳା କର୍ମ ମୁଁ CCTV ରେ ଦେଖି ମୋତେ ବିଶ୍ୱାସ ହେଉ ନଥିଲା। ତୁ ଏମିତି ଗୃହ ଚଣ୍ଡୀ ପାଲଟି ଯିବୁ ବୋଲି ମୁଁ କେବେ ଭାବି ନଥିଲି

ଏହି କାହାଣୀ ଟି ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ। ତାଙ୍କର ଲିଖିତ ଅନ୍ୟ କାହାଣୀ ଗୁଡ଼ିକ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା ଲିଙ୍କ କୁ କ୍ଲିକ୍ କରନ୍ତୁ

Click Here

ଗୃହ ଚଣ୍ଡୀ (ଚତୁର୍ଥ)

Part -3

ରାକେଶ ମଧ୍ୟ ନିରୁପାୟ ଥିଲା । ତାକୁ କିଛି ବୁଦ୍ଧି ବାଟ ଦେଖା କୁ ନଥିଲା କଣ କରିବ ? ସେ ପହଞ୍ଚିଲା ସୁଧୀର ପାଖରେ। ସୁଧୀର କୁ ସବୁ କଥା ଜଣାଇଲା । ସୁଧୀର ବିଶ୍ୱାସ କରିଲା ନାହିଁ । କହିଲା ତୋର ଭାବନା ଭୁଲ । ଅନିତା ବହୁତ୍ ଭଲ ଝିଅ ରେ। ରାକେଶ କହିଲା । ଭଲ ଥିଲା କିନ୍ତୁ ଏବେ ନାହିଁ । ସେ ଅନିତା ଯିଏ ପ୍ରଥମ ଦେଖାରେ ମୋତେ ଭଲ ପାଇ ବସିଥିଲା । ଆଜି ସେ ଭଲ ପାଇବା ଆଉ ନାହିଁ । ତୋତେ କହିବା ଭୁଲି ଯାଇଥିଲି । ତାର କଳା କାରନାମା ଶୁଣିବୁ ତେବେ ତୁ ମଧ୍ୟ ପାଗଳ ହୋଇ ଯିବୁ । ଭାଉଜ ର ସାଙ୍ଗ ବୋଲି ତୋତେ କହିବା ମଧ୍ୟ ମୋତେ ଠିକ୍ ଲାଗୁ ନଥିଲା ।

ସୁଧୀର ଆଉ କଣ କରିଛି କି? ରାକେଶ ହଁ ରେ ଭାଇ !! ତୋତେ ତ କେବଳ ବାପା କଥା କହିଲି । ସେ ଆଗରୁ ଖରାପ ଅଛି… ତାକୁ ଚିହ୍ନିବା ମୋର ଭୁଲ ଥିଲା । ଦିନେ ଇଚ୍ଛା ହେଲା ତମ ଦୁଇ ଜଣ ଙ୍କୁ ପଚାରିବି ଅନିତା ର ଚରିତ୍ର କେମିତିକା କିନ୍ତୁ ଭାଉଜଙ୍କ ଘନିଷ୍ଠ ସାଙ୍ଗ ବୋଲି ପଚାରିଲି ନାହିଁ ।
ସୁଧୀର, ମାନେ ??

Click the image for read this story


ରାକେଶ, ଶୁଣ?? ବିଶ୍ୱାସ ତୋର ହେବ କି ନାହିଁ ମୁଁ ଜାଣିନି ?? କିନ୍ତୁ ଏହା ସତ ? ୪ ମାସ ପର୍ଯ୍ୟନ୍ତ ଠିକ୍ ଥିଲା । ୪ ମାସ ପରେ ସେ ନିଜ ଗାଁ କୁ ଯାଇଥିଲା ଆସିଲା ପରେ ସେ ଯେମିତି ବଦଳି ଯାଇଥିଲା । ଘରେ ସବୁବେଳେ ମୋବାଇଲ ଚାର୍ଟିଂ କରୁଥିବ। କିଏ ପଚାରିଲେ କହିଲା କି ମୋର ଗୋଟିଏ କ୍ଲାସ ମେଟ୍ ଝିଅ । ମୁଁ ଅଧିକ ପ୍ରଶ୍ନ କରେ ନାହିଁ । ଦିନ ସାରା କାମ ବ୍ୟସ୍ତ ରେ ମୁଣ୍ଡ ବଥାହେଉଥାଏ ଏବଂ ମୁଁ ଶୀଘ୍ର ଶୋଇ ପଡେ । ସେ ରାତି ୨-୩ ପର୍ଯ୍ୟନ୍ତ ମେସେଜ କରୁଥାଏ ବେଳେବେଳେ ଶୁଭୁନି ଶୁଭୁନି କହି ବାଥ୍ ରୁମ୍ ରେ ଯାଇ କଥା ହୁଏ । ମୁଁ ଏତେ ଧ୍ୟାନ ଦିଏନି । ମୋତେ କେବେ ସନ୍ଦେହ ହେଉ ନଥିଲା । ସେ ଆସିବାର ୫ ଦିନ ପରେ ଦିନ ବେଳେ ମୁଁ ଷ୍ଟୁଡ଼ିଓ ରେ ଥିବା ସମୟରେ ଗୋଟିଏ ଯୁବକ ମୋ ଘରକୁ ଆସିଥିଲା ବୟସ ହାରାହାରି ୨୮ ହେବ । ମୋ ସାଙ୍ଗ ବେଣୁଧର ପଚାରିଲା ଯେ ସେଦିନ Bullet ରେ କିଏ ଆସିଥିଲା ରେ ? ଏହି କଥା ମୁଁ ଅନିତା କୁ ପଚାରିଲି ? ସେ କହିଲା ମୋ ସାଙ୍ଗର ଭାଇ । ମୁଁ ଏତେ ପ୍ରଶ୍ନ କରିଲି ନାହିଁ। କିନ୍ତୁ ପ୍ରକୃତରେ ସେ ତା ସହିତ ମେସେଜ ଏବଂ କଥା ହେଉଥାଏ। ମୁଁ ଦିନେ ମୋବାଇଲ ଚେକ୍ କରିଲି । ମୋବାଇଲ୍ ରେ କିଛି ପାଇଲି ନାହିଁ । ସବୁ ମେସେଜ ଡିଲିଟ କରି ଦେଉ ଥାଏ । ଏମିତି ପୁଣି ସାତ ଦିନ ପରେ ପୁଣି ସେହି ପୁଅ ଆଉ ଗୋଟିଏ କାହାର ବାଇକ୍ ନେଇ ଆସିଥିଲା । ସେଦିନ ଆମ ଗାଁ ର ସାଙ୍ଗ ମାନେ ଫଟୋ ଉଠେଇ ରଖିଥିଲେ । ସେ ଫଟୋ କୁ ନେଇ ଅନିତା କୁ ପଚାରିଲି ସେ ପ୍ରଥମେ ମନା କରିଲା କିନ୍ତୁ ପରେ ମାନିଗଲା ଏବଂ କହିଲା ମୋର ଭୁଲ ହୋଇ ଯାଇଛି ରାକେଶ । ସେ ମୋ ପିଲା ଦିନ ର ସାଙ୍ଗ ସେ ମୋତେ ଭଲ ପାଉଥିଲା । କିନ୍ତୁ ଏବେ ସେ ମୋତେ ଭଲ ପାଉନି । ସେ ମୋତେ ରାଣ ଦେଇ କହିଲା ଆଉ କେବେ କଥା ହେବି ନାହିଁ କିନ୍ତୁ ତାହା କେବଳ ମିଛ ଥିଲା ସେ ଏବେ ମଧ୍ୟ ଲୁଚି ଲୁଚି କଥା ହେଉଛି କିନ୍ତୁ ପ୍ରମାଣ ଅଭାବ ଯୋଗୁ ମୁଁ କିଛି କରି ପାରୁନି। ସୁଧୀର କହିଲା ଏତେ ଘଟଣା ଘଟି ଗଲାଣି ତୁ ମୋତେ ଏବେ କହୁଛୁ । ରାକେଶ କହିଲା, ମୋ ଲାଇଫ୍ ତ ଖରାପ କରୁଛି ମୋ ବାପାଙ୍କ ଜୀବନ ପ୍ରତି ମୋତେ ଖରାପ ସଂକେତ ଦେଖା ଗଲାଣି ।

ହଉ ଶୁଣ , ଅନିତା କୁ ଆଉ ଥରେ ଚେତାବନୀ ଦେ। ଯଦି ନ ମାନିବେ ତେବେ ଅନ୍ୟ ରାସ୍ତା ଦେଖିବା । ରାକେଶ ଅନ୍ୟ ଚିନ୍ତା କଣ ? ସିଧା ଛାଡ ପତ୍ର ଦେବୀ । ମୁଁ ଜାଣିଛି ସେ ମାନିବ ନାହିଁ । ହଉ ତୋ କଥାରେ ମୁଁ ତାକୁ ଶେଷ ଥର ପାଇଁ ଚେତାବନୀ ଦେଉଛି।

ଘରକୁ ଆସି , ଅନିତା କୁ ଚେତାବନୀ ଦେବା ପରେ ସେ କହିଲା । ମୋତେ ଫାଲତୁ ଧମକ ଦିଅ ନାହିଁ । ଯଦି ପ୍ରମାଣ ଅଛି ତେବେ ପ୍ରମାଣ ନେଇ ମୋ ସହିତ କଥା ହୁଅ । ରାକେଶ ମଧ୍ୟ ଚୁପ୍ ଥିଲା । ଏମିତି ପୁଣି ୧୦ ଦିନ ଭଲରେ ବିତିଗଲା । କିନ୍ତୁ କୁକୁର ଲାଞ୍ଜ ସହଜରେ ସିଧା ହେବନି । ରାକେଶ ଷ୍ଟୁଡିଓ କାମରେ ତିନି ଦିନ ପାଇଁ ବାହାରକୁ ଯାଇଥାଏ । ରାକେଶ ନଥିବା ସମୟରେ ଅନିତା ର ସେ କ୍ଲାସ୍ ମେଟ୍ ପୁଅ ପୁଣି ଘରକୁ ଆସିଥାଏ ଏବଂ ସେ ଗୋଟିଏ ଦିନ ଘରେ ରହିଥିଲା । ଏହି ଖବର ଗାଁ ସାଙ୍ଗ ମାନେ , ରାକେଶ କୁ ଫୋନ୍ ଦ୍ଵାରା ଜଣାଇଲେ । ସଙ୍ଗେ ସଙ୍ଗେ ରାକେଶ ଭିଡିଓ କଲ୍ କରି ଅନିତା କୁ ଦେଖିଲା ଯେ ସେ ଘରେ ଏକା ଥିଲା । ରାକେଶ ମନରେ ସନ୍ଦେହ ଥିଲା । ସେ ଷ୍ଟୁଡିଓ କାମରେ ଯାଇଥାଏ ସତ କିନ୍ତୁ ମନ ତାର ଏଠି ଥାଏ । ରାକେଶ ଯେତେବେଳେ ଅନିତା କୁ କଲ୍ କରେ ସେତେବେଳେ ବାପା ଶୋଇ ରହୁଛନ୍ତି। ସେ ଦୁଇ ଦିନ ଭିତରେ ଫେରି ଆସିଲା। ଏଥର ମଧ୍ୟ ଅନିତା ର ସେହି ପୁରୁଣା ବାହାନା ଆଉ ମିଛ।

Click the image for read this story



ରାକେଶ, ପୁଣି ସୁଧୀର ପାଖରେ ପହଞ୍ଚିଲା। ସୁଧୀର, ଆଇଡିଆ ଦେଲା ଯେ । ତୁ ଘରେ ସିସିଟିଭି ଲଗେଇ ଦେ । ପୁରା ସତ ଧରା ପଡ଼ିଯିବ । ରାକେଶ ପଚାରିଲା ଲଗେଇବି କେମିତି ? ସୁଧୀର କହିଲା , ଆଗାମୀ ମଙ୍ଗଳ ବାର ଦିନ ତୋ ବାପା ସହିତ ଅନିତା କୁ ମଧ୍ୟ ମେଡ଼ିକାଲ ନେଇ ଯା । ତମକୁ ଘଣ୍ଟେ ଦୁଇ ଘଣ୍ଟା ସମୟ ଲାଗିବ ? ସେ ସମୟ ଭିତରେ ମୁଁ ମୋ ସାଙ୍ଗକୁ ନେଇ ସିସିଟିଭି ଫିଟ୍ କରିଦେବୁ । ଆଉ ସେମିତି ହିଁ ହେଲା । ମଙ୍ଗଳ ବାର ଦିନ ମେଡ଼ିକାଲ ରେ ପହଞ୍ଚିଲେ। ଡାକ୍ତର ଙ୍କ କଥା ଶୁଣି ତାର ମୁଣ୍ଡ ବହୁତ୍ ଖରାପ୍ ହେଲା । ଡାକ୍ତର କହିଲେ । ପରାଲିଶିସ ଠିକ୍ ହେବା ମେଡିସିନ ଦେବା ବଦଳରେ ତାକୁ ନିଶା ଔଷଧ କିଏ ଦେଉଥିଲା । ରାକେଶ, ରାଗରେ ଜଳୁଥିଲା । ଡାକ୍ତର କହିଲେ ନିଶା ଔଷଧ ର ଡୋଜ୍ ଯଦି ଅଧିକ ହୁଏ, ତେବେ ତୁମ ବାପାଙ୍କ ଦେହ ରେ ଓଲଟା ପରିବର୍ତ୍ତନ ଦେଖା ଦେବା ସହିତ ଜୀବନ ଯିବାର ମଧ୍ୟ ସମ୍ଭାବନା ହୋଇପାରେ, ଧ୍ୟାନ ଦିଅ।

To be continued…….

Part-5

ଆସନ୍ତା କାଲି ପଢ଼ିବେ : ଅନିତା ମଧ୍ୟ କହି ଉଠିଲା, ହଁ ହଁ ଏ ସବୁ ମୁଁ କରୁଛି । ତମେ ପ୍ରମାଣ ନେଇ ଆସ ଆଉ ବେଶୀ କିଛି କହିବ ତେବେ ମହିଳା କମିଶନ ରେ ଯାଇ ତୁମ ନାମରେ ଅଭିଯୋଗ କରି ତୁମକୁ ଜେଲ୍ ପଠେଇବି ଆଉ ତୁମ ବାପାଙ୍କୁ ସିଧା ଉପରକୁ

ଏହି କାହାଣୀ ଟି ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ। ତାଙ୍କର ଲିଖିତ ଅନ୍ୟ କାହାଣୀ ଗୁଡ଼ିକ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା ଲିଙ୍କ କୁ କ୍ଲିକ୍ କରନ୍ତୁ

Click Here

ଗୃହ ଚଣ୍ଡୀ (ତୃତୀୟ)

ଦ୍ଵିତୀୟ ଭାଗ

Click the Image for read this story

୩-୪ ମାସ ଠିକ୍ ଠାକ୍ ରେ ରେ ଚାଲିଲା କିନ୍ତୁ ସ୍ଥିତି ଏମିତି ଖରାପ ରୂପ ନେବ ବୋଲି କିଏ ଜାଣି ନଥିଲା । ବାପାଙ୍କ ପରାଲିଶିସ୍ ଯୋଗୁ ସେ ସର୍ବଦା ଘରେ ପଡ଼ି ରହୁଥିଲେ । ଡାକ୍ତର ଙ୍କ ଅନୁସାରେ ସେବା ଦ୍ଵାରା ହିଁ ସେ ପୂର୍ବ ଅବସ୍ଥା କୁ ଫେରି ଆସି ପାରିବେ । ଅନିତା ର ସେବା ଶୁଶ୍ରୁଷା ମଧ୍ୟ ଠିକ୍ ଠାକ୍ ରେ ଚାଲିଥିଲା କିନ୍ତୁ 10 ଦିନ ପାଇଁ ଅନିତା ନିଜ ଘରକୁ ବୁଲିବାକୁ ଯାଇଥିଲା । ତାପର ଠାରୁ ଯେମିତି ସବୁ କିଛି ବଦଳି ଗଲା । ଅନିତା ର ସେବା ରେ ଅଳ୍ପ ଢିଲା ଦେଖିବାକୁ ମିଳିଲା । ଯେମିତି ଧୀରେ ଧୀରେ ସେବା କେବଳ ନାମ ମାତ୍ର ହିଁ ରହିଗଲା । ମେରେଜ୍ ର ଦେଢ଼ ବର୍ଷ ହେବାକୁ ଲାଗିଲାଣି । ପୂର୍ବ ଅପେକ୍ଷା ବାପା ଙ୍କ ଶରୀର ରେ ଠିକ୍ ହେବା ବଦଳରେ ଅଧିକ ଖରାପ ହେବାରେ ଲାଗିଥିଲା । ବାପା ଅଳ୍ପ କଥା କହି ପାରୁଥିଲେ । ରାକେଶ ମଧ୍ୟ ସବୁ ସମୟରେ ଘରେ ରହୁ ପାରୁ ନଥିଲା। କୋଉଠି ସୁଟିଂ ଏବଂ ଫଟୋ ଉଠେଇବା ପାଇଁ ଗଲେ । ଅନିତା ଘରେ ଏକା ଏକା ରହେ । ବାପାଙ୍କ ସେବା କରେ ଅବା ନାହିଁ କେହି ଜାଣନ୍ତି ନାହିଁ । କିଛି ଦିନ ପରେ ଅନିତା ଘରେ ନଥିବା ସମୟରେ ବାପା ରାକେଶ କୁ କହିଲେ, ପୁଅ ମୋ କଥା କୁ ଖରାପ ଭାବିବୁ ନାହିଁ। ମୋତେ କୋଉ ବୁଦ୍ଧାଶ୍ରମ ରେ ରେ ଛାଡି ଦେ ।

ରାକେଶ ପଚାରିଲା ବାପା କଣ ଅସୁବିଧା ହୋଇଛି କି ? ଅନିତା ତୁମର ସେବା ରେ ଅବହେଳା କରୁଛି କି ? ବାପା ଚୁପ୍ ରହିଲେ । ବାପା କହିଲେ, ସେମିତି ନାହିଁ ପୁଅ, ମୋତେ ସେଠୀ ଛାଡ଼ି ଦେ । ତୁମେ ଦୁହେଁ ଖୁସିରେ ରହିବ । ରାକେଶ ମନରେ ଅଳ୍ପ ସନ୍ଦେହ ଜାତ ହେଲା ? ରାକେଶ କହିଲା ବାପା କାମବାଲୀ ପୁଣି ରଖିବା କି ? ବାପା ମୁଣ୍ଡ ହଲେଇ ମନା କରିଲେ । ରାକେଶ ବାପା ଙ୍କୁ ଅନୁରୋଧ କରି ପଚାରିବା ପରେ ବାପା କହିଲେ ଯେ, ନା ପୁଅ ତୋ ସ୍ତ୍ରୀ ଅପେକ୍ଷା ତୁ ସେବା କରିବୁ ଯଦି ମୋତେ ଅଳ୍ପ ଆଶ୍ଵାସନା ମିଳିବ । ବୋହୂ ର ସେବା ମୋତେ ଦରକାର ନାହିଁ । କାରଣ ତାର ସେବା ବଦଳରେ ମାଡ ଗାଳି ଶୁଣିବାକୁ ଆଉ ଏ ଦେହ ଇଚ୍ଛା ପ୍ରକାଶ କରୁ ନାହିଁ।



ରାକେଶ ରାଗରେ, ସେ ଆପଣଙ୍କୁ ମାଡ ଗାଳି ଦେଉଛି କି? ବାପା, ତୁ ରାଗେନି ପୁଅ, ତୁମ ସମ୍ପର୍କ ଖରାପ କରିବାକୁ ମୁଁ ଚାହୁଁ ନାହିଁ । ତୁମେ ଖୁସିରେ ରହିବା ପାଇଁ ମୋର ଚେଷ୍ଟା ରେ ମୁଁ ଅସଫଳ ହୋଇଯିବି । ସେଥିପାଇଁ ମୋର ଅନୁରୋଧ ରକ୍ଷା କରିବୁ ମୋତେ କୋଉ ବୁଦ୍ଧା ଆଶ୍ରମ ରେ ଛାଡ଼ି ଦେ ମୁଁ ସେଠି ଖୁସିରେ ଦିନ କାଟି ପାରିବି। ରାକେଶ କହିଲା, ନାହିଁ ବାପା ତମେ କୋଉଠି ଯିବ ନାହିଁ । ଯେତେ ଦିନ ମୁଁ ବଞ୍ଚିଛି ବରଂ ମୁଁ ସେବା କରିବି ସିନା ତମକୁ ଆଉ କୋଉଠି ଛାଡ଼ିବି ନାହିଁ । ପୁଅ କଥା ଶୁଣି ବାପା ଙ୍କ ଆଖିରୁ ଖୁସିରେ ଲୁହ ବାହାରି ଗଲା । ରାକେଶ କହିଲା ମୁଁ କିଛି କରୁଛି । ସେ ଆଜି ତାଙ୍କ ଗାଁ କୁ ଯାଇଛି କାଲି ସେ ଆସିଲେ ମୁଁ କିଛି ବ୍ୟବସ୍ଥା କରିବି ।



ତା ପର ଦିନ, ଅନିତା ର ଭାଇ ଅନିତା କୁ ନେଇ ଘରେ ପହଞ୍ଚିଲା । ତାର ଭାଇ କିଛି ସମୟ ରହି ଚାଲିଗଲା । ରାକେଶ ଅନିତା କୁ ନିଜ ବେଡ୍ ରୁମ୍ କୁ ଆଣି ବାପାଙ୍କ ସେବା ବିଷୟରେ ପଚାରିଲା । ଅନିତା ଆଶ୍ଚର୍ୟ୍ଯ ରେ ଚାହିଁ ରହିଲା ଏବଂ ଶେଷରେ ସେ ମନା କରିଲା ଯେ ମୁଁ ବାପାଙ୍କୁ ମାଡ ଗାଳି କିଛି ଦେଇନି ତଥା ତାଙ୍କ ସେବା ରେ ମଧ୍ୟ ମୁଁ କେବେ ଅବହେଳା କରିନି, ବାରମ୍ବାର ପଚାରିବା ପରେ ମଧ୍ୟ ସେ ଗୋଟିଏ ଜିଦ୍ ରେ ଅଟଳ ଯେ ମୁଁ କିଛି କରିନି । ରାକେଶ ମଧ୍ୟ ଚୁପ୍ ରହିଲା । ରାକେଶ ଭାବିଲା ଦୁଇ ତିନି ଦିନ ଦେଖିବି ନହେଲେ ଅନ୍ୟ ଉପାୟ କିଛି ଦେଖିବି।

ସେ ପ୍ରଶ୍ନ ପରେ ଅନିତା ପ୍ରାୟ 20-25 ଦିନ ଠିକ୍ ରେ ସେବା କରିଲା କିନ୍ତୁ ତା ପର ଠାରୁ ସେ ଦେଖିଲା ଯେ ରାକେଶ ଏବେ ଆଉ ପଚାରୁ ନାହାନ୍ତି ପୁଣି ସେ ସେବାରେ ଅବହେଳା କରିବାକୁ ଲାଗିଲା ଏବଂ ବାପାଙ୍କୁ କହେ ତମେ ମୋ ନାମରେ ରାକେଶ ଙ୍କୁ କହୁଛ ତେବେ ମୁଁ ତୁମକୁ କୋଉ ଦିନ ବିଷ ଦେଇ ଦେବୀ । ବାପା ମଧ୍ୟ ଡରରେ କିଛି କହୁ ନଥାନ୍ତି ।

ରାକେଶ ପ୍ରତି ସପ୍ତାହ ରେ ମେଡ଼ିକାଲ ଚେକ୍ ଅପ୍ କରିବାକୁ ନିଅନ୍ତି। ଶେଷ ସପ୍ତାହ ରେ ଯେତେବେଳେ ମେଡ଼ିକାଲ ନେଇ ଗଲେ ସେତେବେଳେ ଜାଣିଲେ ଯେ ଦେହ ଠିକ୍ ଥିଲା କିନ୍ତୁ ଶେଷ ସପ୍ତାହ ରୁ ପୁଣି ଥରେ ଖରାପ ହେବାକୁ ଲାଗିଥିଲା। ଡାକ୍ତର ବାବୁ କହିଲେ । ତାଙ୍କୁ କିଏ ମାଲିସ୍ କରିବା ବଦଳରେ ତାଙ୍କ ପରାଲିଶିଶ୍ ଅଙ୍ଗରେ ଆଘାତ ଦିଆ ଯାଉଛି । ସେଥିପାଇଁ ଦେହରେ କିଛି ଉତ୍ତମ ପରିବର୍ତ୍ତନ ଆସୁ ନାହିଁ । ରାକେଶ ବାପା ଙ୍କୁ ପଚାରିଲା ଏବଂ ସେ ପୁଣି କାନ୍ଦ କାନ୍ଦ ହୋଇଗଲେ ।

ଏଥର ରାକେଶ ଜାଣି ପାରିଲା ଯେ ସବୁ ଭୁଲ ଅନିତା ର ? ରାକେଶ ବାପାଙ୍କୁ ଘରେ ଛାଡିଲା ପରେ ଅନିତା କୁ ପଚାରିଲା ଏବଂ ଏଥର ଅନିତା ରାଗରେ କହିଲା ମୁଁ କରୁଛି ନା ସେ ନିଜେ ପଡ଼ି ଯାଉଥିବେ, ମୁଁ କେମିତି ଜାଣିବି ?? ସବୁ ଦୋଷ ମୋତେ ଦେଉଛ ଯେ । ତମର ଯଦି ସନ୍ଦେହ ହେଉଛି ଘରେ ବସି ରୁହ ଆଉ ଦେଖ ମୁଁ ସେବା କରୁଛି ନା ଆଉ କଣ କରୁଛି । ରାକେଶ କଣ ଉତ୍ତର ଦେବ । ରାଗରେ ଜଳୁଥିଲା। ସେ କହିଲା ସତ କୁହ ଅନିତା ?? ବାପା ଙ୍କୁ ତମେ ଅନାଦର କାହିଁକି କରୁଛ ? ବାପାଙ୍କ ସେବା ଯଦି ଦେଇ ପାରୁନ ତେବେ ମୋତେ ମନା କରିଦିଅ । ମୁଁ ସେବା କରିବା ପାଇଁ କାହାକୁ ରଖିବି । ଅନିତା ମଧ୍ୟ ରାଗରେ ହଁ ହଁ ଆଉ କୋଉ ସ୍ତ୍ରୀ ଆଣି କୁ ଘରେ ରଖ । ସେ ସେବା ଦେବ ମୁଁ ତ ଦେଇ ପାରୁନି । ଏତିକି ରେ ରାଗ ତମ ତମ ହୋଇ ଅନିତା ବେଡ୍ ରୁମ୍ କୁ ଚାଲିଗଲା ।

To be continued…….

Click here for Part 4

ଆସନ୍ତା କାଲି ପଢ଼ିବେ: ମୋ ସାଙ୍ଗ ବେଣୁଧର ପଚାରିଲା ଯେ ସେଦିନ ବୁଲେଟ ରେ କିଏ ଆସିଥିଲା ରେ ? ଏହି କଥା ମୁଁ ଅନିତା କୁ ପଚାରିଲି ? ସେ କହିଲା ମୋ ସାଙ୍ଗର ଭାଇ

Click the image for read this story

ଏହି କାହାଣୀ ଟି ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ। ତାଙ୍କର ଲିଖିତ ଅନ୍ୟ କାହାଣୀ ଗୁଡ଼ିକ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା ଲିଙ୍କ କୁ କ୍ଲିକ୍ କରନ୍ତୁ

Click Here

ଗୃହ ଚଣ୍ଡୀ (ଦ୍ଵିତୀୟ)

Gruha chandi

ପ୍ରଥମ ଭାଗ

ଠିକ୍ ୮ ଦିନ ପରେ ସୁଧୀର ରାକେଶ କୁ କଲ୍ କରିଲା । କଣ ଭାଇ , ଫ୍ରି ହେଲୁଣି ନା ଆଉରି ଅଛି। ରାକେଶ, ନା ରେ ଭାଇ, ଆଉ ଚାରିଦିନ ପରେ ଫ୍ରି ହେବି । ତୋ କଥା କହ ? ସୁଧୀର, ମୋ କଥା ଛାଡ, ତୋର ଆଉ ଅନିତା ର ଖବର କଣ ?? ରାକେଶ, ଆରେ ସେ ମେଣ୍ଟାଲ !!! , ଭାଉଜ କୁ କହିବୁନି ରେ ଭାଇ, ସେ ତା ପର ଦିନ କଲ୍ କରି ମୋତେ ହାଲଚାଲ ପଚାରିଲା । ମୁଁ ଅଳ୍ପ କଥା ହୋଇ ରଖି ତାର ନମ୍ୱର୍ କୁ ବ୍ଲକ କରିଦେଇଛି । ସୁଧୀର, ଆବେ ଭାଉଜ ସବୁ ସୁଣୁଛି, ରାକେଶ, ତୁ ମୋତେ ଜେଲ୍ ପଠେଇବୁ ଲାଗୁଛି । ଭାଉଜ ନମସ୍କାର, ତମ ସାଙ୍ଗ କୁ ଟିକେ ବୁଝେଇ ଦେବ। ଆଉ ମୋତେ କ୍ଷମା କରିବ । ମାତ୍ର ମୁଁ ଏବେ ସେ ଚକ୍କର ରେ ପଡ଼ି ମୋର ସମୟ ନଷ୍ଟ କରିବାକୁ ଚାହୁଁ ନାହିଁ । ମଧୁ, ଠିକ୍ ଅଛି ଯେ, କିନ୍ତୁ ଘଟଣା ତ ଘଟି ସାରିଲାଣି, ବୋଧେ ତମ ପାଖକୁ ପହଞ୍ଚି ନାହିଁ । ରାକେଶ, କଣ ଘଟଣା ?
ମଧୁ: ଅନିତା ଏବେ ତମକୁ ନେଇ କେତେ ସ୍ବପ୍ନ ଦେଖିଲାଣି। ଆଉ ତମେ ମନା କରୁଛ ଯେ ? ରାକେଶ, ଭାଉଜ ଆଉ ସୁଧୀର ମୁଁ ଏବେ ରଖୁଛି , ମୁଁ ଆଉ ଚାରିଦିନ ପରେ ପୁରା ଫ୍ରୀ ହୋଇଯିବି ଏବଂ ଘରକୁ ଆସି ବାକି କଥା ହେବା। ଏବେ ମୋତେ ସମୟ ଅଭାବ। ଏତିକି କହି ରାକେଶ ଫୋନ୍ କାଟି ଦେଲା।

ବାହାଘର ର ଠିକ୍ ୧୩ ଦିନ ପରେ ରାକେଶ ସୁଧୀର ଘରେ ପହଞ୍ଚିଲା । ସୁଧୀର ବାହାରକୁ ଯାଇଥିଲା କିଛି ସମୟ ପରେ ଘରେ ଆସି ପହଞ୍ଚିଲା । ସୁଧୀର , ମଧୁ କୁ ଦେଖି କହିଲା । ତମେ ଅନିତା କୁ କହିନ କି ? ମଧୁ : ହଁ କହିଛି, ସେ ଛୁଟି ନେଇ ଆସିଛି ବୋଧେ ସେ ୨୦ ମିନିଟ୍ ଭିତରେ ପହଞ୍ଚିବ। ରାକେଶ ମୁଣ୍ଡରେ ହାତ ଦେଇ ବସିଲା। କଣ କରିଲ ଭାଉଜ ତମେ ? ସୁଧୀର ଆବେ କଣ ହେଲା ? ତୁ ତ କହୁଥିଲୁ ଭଲ ଝିଅ ଦେଖିଲେ ବିବାହ କରି ନେବି। ଆଉ ସେ ମଧ୍ୟ ଆମ କେଷ୍ଟ ର ତେବେ ଅସୁବିଧା କୋଉଠି ରହିଲା ଯେ । ରାକେଶ, ଆରେ ଭାଇ କଥା ସେଠୀ ନାହିଁ। ମୋତେ ଆଉ କିଛି ଦିନ ମୋ କାମ ଶିଖିବାର ଅଛି ତାପରେ ମୋ ବାହାଘର କଥା ଚିନ୍ତା କରି ଥାନ୍ତି।

Click the image for read this story


ସୁଧୀର : ହଉ ଠିକ୍ ଅଛି ବେଳେବେଳେ ଅନ୍ୟକୁ ମଧ୍ୟ ସମୟ ଦେବାକୁ ପଡ଼େ। ତୁ ଏତେ Tension କାହିଁକି ହେଉଚୁ ଯେ । ରାକେଶ, ସୁଧୀର ତୁ ତ ମୋତେ ଜାଣୁ। ସୁଧୀର, ବୁଝିବାର କିଛି ନାହିଁ, ସେଦିନ ତୁ ଶୁଣିଲୁ ନାହିଁ, ଆଜି ତୋତେ କହିବି। ଚାଲ ଖାଇ ଖାଇ କଥା ହେବା। ଦୁହେଁ ଖାଇବାକୁ ବସିଲେ।

ସୁଧୀର: ବାହାଘର ର ପର ଦିନ ସକାଳେ , ଆମ ମୁଣ୍ଡ ଖାଇଲା, କହିଲା ଭାଇ ମୁଁ ରାକେଶ ସହିତ ବିବାହ କରିବି। ମୁଁ କହିଲି ସେ ମାନିବ ନାହିଁ । କିନ୍ତୁ ସେ ଗୋଟିଏ ଜିଦ୍ ରେ ଅଟଳ ! ମୁଁ କହିଲି ହଉ ତା ନମ୍ୱର୍ କୁ ଫୋନ୍ କର । ସେ କଲ୍ କରିଲା କିନ୍ତୁ ତୁ ବ୍ୟସ୍ତ ଯୋଗୁ ଫୋନ୍ କାଟି ଦେଲୁ । ମୁଁ କହିଲି ସେ ବ୍ୟସ୍ତ ଅଛି ତାକୁ ତମେ ଡିଷ୍ଟର୍ବ କର ନାହିଁ । ତାପରେ ସେ ଆଉ କଲ୍ କରି ନାହିଁ । କିନ୍ତୁ ସେ ନିଜ ଘର କୁ ଯାଇ ତାଙ୍କ ଘରେ ତୋ କଥା କହିଲା । ତାଙ୍କ ଘରେ କଣ ହେଲା କେଜାଣି । ଦୁଇ ଦିନ ପର୍ଯ୍ୟନ୍ତ ଘରେ ଜୋର୍ ସୋର ରେ ଝଗଡ଼ା । ମୁଁ ଶୁଣି ପହଞ୍ଚିଲି ତାଙ୍କ ଘରେ । ମୋତେ ତୋ କଥା ତାଙ୍କ ଘରେ ପଚାରିଲେ । ମୁଁ ହଁ କହିଲା ପରେ ସେ ମାନିଗଲେ ଏବଂ ତୋତେ ତାଙ୍କ ଘରେ ଜୋଇଁ ପୁଅ କରିବା ପାଇଁ ସ୍ବପ୍ନ ଦେଖି ସାରିଲେଣି ଏବଂ ସେ ଆଜି ତୋତେ ଦେଖିବା ପାଇଁ ଆସୁଛି। ରାକେଶ ର Tension ବଢ଼ିଗଲା । ସେ ଚୁପ୍ ଚାପ୍ ରହିଲା।

ଖାଇବା ସରିବାକୁ ଥିଲା । ଅନିତା ଆସି ପହଁଚିଲା । ଅନିତା, ରାକେଶ କୁ ଦେଖି ଖୁସିରେ ପୁରା ପାଗଳ। ସାଙ୍ଗରେ ଝିଲି ମଧ୍ୟ ଆସି ଥାଏ। ଝିଲି, (ରାକେଶ କୁ ଦେଖି) ଏ ତୋର ଲାଇଫ ପାର୍ଟନର ??? ଏ କେମେରା ମେନ୍ ??? ତୁ ତ ସେଦିନ ମନା କରୁଥିଲୁ ପୁଣି ଏତେ ବଦଳି ଗଲୁ କେମିତି ? ଅନିତା: ତୁ ଚୁପ୍ କର, ସାଙ୍ଗରେ ଆସିଚୁ। ବେଶୀ ବଲ ବଲ ହେ ନାହିଁ । ଝିଲି ଚୁପ୍ ହୋଇଗଲା । ସେଦିନ ରାକେଶ ଆଉ ଅନିତା ବସି କଥା ହେଲେ ଏବଂ ରାକେଶ ଅନିତା କୁ କହିଲା ମୁଁ ଏବେ ମୋ କାମ ଉପରେ ଫୋକସ୍ ରଖିବାକୁ ହେବ । କାରଣ ମୋ ଷ୍ଟୁଡିଓ ରେ ମୋ ଘର ଚାଲେ । ମାଆ ଙ୍କ ଦେହ ଅସୁସ୍ଥ ସମୟରେ ବାପା ଆଣିଥିବା ଲକ୍ଷ ଲକ୍ଷ ଟଙ୍କା କୁ ସୁଧ ସହିତ ମୋତେ ଫେରେଇବାକୁ ପଡୁଛି । ତାପରେ ମା ଚାଲିଗଲେ, ତା ପର ଦିନ ଠାରୁ ବାପା ଙ୍କ ଦେହ ଠିକ୍ ନାହିଁ । ସେ ପରାଲିଶିସ ରେ ପଡ଼ି ରହିଛନ୍ତି ।

ଅନିତା କହିଲା, ତେବେ ଅସୁବିଧା କଣ? ମୁଁ ତମ ଘରକୁ ଆସିଲେ ତମ ବାପାଙ୍କ ସେବା ମଧ୍ୟ କରି ପାରିବି। କିନ୍ତୁ ମୋର ଇଚ୍ଛା ଥିଲା ଯେ ମୁଁ ଚାକିରୀ କରେ । ଚାକିରି ଶବ୍ଦ ଟି ଶୁଣି ରାକେଶ ପୁଣି ଦୁଃଖୀ ହୋଇଗଲା। ରାକେଶ: ତେବେ ଏହି ବାହାଘର ସମ୍ପୁର୍ଣ୍ଣ ଅସମ୍ଭବ କାରଣ ତମେ ଯଦି ଚାକିରି କରିବ। ତେବେ ତମେ ସେବା କରି ପାରିବ ନାହିଁ । ଅନିତା କହିଲା, ନାହିଁ ୟାର, ମୁଁ ମଜା ନେଉଥିଲି। ମୁଁ ତୁମ ସହିତ ରହିବି। ରାକେଶ ପଚାରିଲା ମୋ ପାଇଁ ଦୁଇ ବର୍ଷ ଅପେକ୍ଷା କରି ପାରିବ ? ଅନିତା, (ଆଶ୍ଚର୍ୟ୍ଯ ରେ) ଦୁଇ ବର୍ଷ , ନାହିଁ ନାହିଁ, ଏତେ ଲେଟ୍, ମୁଁ ରହି ପାରିବି ନାହିଁ । ରାକେଶ କହିଲା ହଉ ଠିକ୍ ଅଛି ମୁଁ ଘରକୁ ଯାଏ ,ବାପା ସହିତ କଥା ହୋଇ ମୁଁ ତୁମକୁ ଜଣେଇବି। ଅନିତା, ପ୍ରଥମେ ମୋ ନମ୍ବର୍ କୁ ବ୍ଲକ ଲିଷ୍ଟ ରୁ ରୀମୁଭ କର । ରାକେଶ ଅଳ୍ପ ହସି ମୋବାଇଲ ବାହାର କରି ନମ୍ୱର୍ କୁ ଅନ୍ ବ୍ଲକ୍ କରିଦେଲା ଏବଂ ଅଳ୍ପ ସମୟ ପରେ ରାକେଶ ଫେରିଗଲା ନିଜ ଘରକୁ। ରାକେଶ ବାପା ଙ୍କ ସହିତ କଥା ହୋଇ ଅନିତା କୁ ଜଣାଇଲା। ଅନିତା ମଧ୍ୟ ନିଜ ପରିବାର ସହିତ ଜଣାଇଲା ଏବଂ ଗୋଟିଏ ବର୍ଷ ଭିତରେ ସେ ଦୁଇ ଜଣଙ୍କ ବିବାହ ମଧ୍ୟ ହୋଇଗଲା।

To be continued……..

(ଆଗକୁ ପଢ଼ିବେ : ମୋର ଅନୁରୋଧ ରକ୍ଷା କରିବୁ ମୋତେ କୋଉ ବୁଦ୍ଧା ଆଶ୍ରମ ରେ ଛାଡ଼ି ଦେ ମୁଁ ସେଠି ଖୁସିରେ ଦିନ କାଟି ପାରିବି। ରାକେଶ କହିଲା, ନାହିଁ ବାପା ତମେ କୋଉଠି ଯିବ ନାହିଁ । ଯେତେ ଦିନ ମୁଁ ବଞ୍ଚିଛି ବରଂ ମୁଁ ସେବା କରିବି ସିନା ତମକୁ ଆଉ କୋଉଠି ଛାଡ଼ିବି ନାହିଁ)

Click the image for read this story

ଆସନ୍ତା କାଲି ଠିକ୍ ସନ୍ଧ୍ୟା 8 ଘଣ୍ଟ ସମୟରେ

ଏହି କାହାଣୀ ଟି ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ। ତାଙ୍କର ଲିଖିତ ଅନ୍ୟ କାହାଣୀ ଗୁଡ଼ିକ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା ଲିଙ୍କ କୁ କ୍ଲିକ୍ କରନ୍ତୁ

Click Here

ଗୃହ ଚଣ୍ଡୀ (ପ୍ରଥମ)

ଗୃହ ଚଣ୍ଡୀ

ଦେଖେ ଲୋ, କେତେ ହାଣ୍ଡସମ ହେଇଚି ନା ?
ଝିଲି : ସବୁ କ୍ୟାମେରା ବାଲା ହାଣ୍ଡସମ ରୁହନ୍ତି। ଆଉ ସେମାନଙ୍କ କାମ ହେଲା । ଷ୍ଟାଇଲ ରେ ରହିବେ ସବୁ ଝିଅ ମାନଙ୍କ ଭଲ ଭଲ ଫଟୋ ଉଠେଇ, ଝିଅ ମାନଙ୍କୁ ପଟେଇବେ।
ପଟେଇବେ…. ମାନେ ? ହେଇଟି ନାଁ ଟି ମୋର ଅନି! ଟଙ୍କା ପଇସା ହିସାବ ରଖେନି ସିନା, ଏମିତି ଫାଲତୁ ଲୋକକୁ ମନ ଦିଏନି ।

ଝିଲି: ହଁ ହଁ , ତୋ ଡାଇଲଗ ତୋ ପାଖରେ ରଖ ଅନିତା କିନ୍ତୁ ଭଲ ଟୋକା ଦେଖିଲେ ଫେସବୁକ୍ ଆଇଡି ଆଉ Insta ଆଇଡି ଫାଷ୍ଟ୍ ଦେଇ ଦେଉ ।
ଅନିତା : ଚୁପ୍ କର । ଝିଲି : ସତ କହିଲେ ବାଧି ଯାଉଛି ଲୋ, ଚାଲ ଚାଲ ଫଟୋ ଉଠେଇବା ।
ସମସ୍ତେ ଠିଆ ହେବା ପରେ କ୍ୟାମେରା ମେନ୍ ଅନିତା କୁ କହିଲା, ତମେ ଟିକେ ଭିତରକୁ ଆସ । ତମେ ବେଶୀ ସାଇଡ ରେ ରହୁଚ । ପୁଣି କ୍ୟାମେରା ସେଟ୍ କରିବା ପରେ ଅନିତା ର ଫୋଟୋ ଆସିଲା ନାହିଁ । କିନ୍ତୁ ଏଥର କିଛି ନ କହି ଫଟୋ ଉଠେଇବା ପରେ ଅନିତା ପାଖକୁ ଆସି ତାର ଫଟୋ ଦେଖିଲା । ତାର କେବଳ ଚୁଟି ଟିକେ ଆସୁଛି। ଅନିତା ଅଧା ରାଗରେ, ମୋ ଫଟୋ ତ ନାହିଁ ଏଥିରେ। ସୁଧୀର : ରାକେଶ ଆଉ ଥରେ ଉଠେଇ ଦେ। ନହେଲେ ପ୍ରଳୟ ଆସିଯିବ । ତୋ ଭାଉଜ ର ସାଙ୍ଗ ମାନେ ଟି । ସେଠୀ ବିବାହ ମଣ୍ଡପ ରେ ଥିବା ସମସ୍ତ ଲୋକ ହସିଲେ । ଅନିତା କୁ ଟିକେ ଗର୍ବ ମନେ ହେଲା । କେମେରା ମେନ୍, ରାକେଶ , ଅନିତା କୁ କହିଲା ତମେ ଏଠି ଆସ । ଫଟୋ ଉଠେଇବ ନା ? କେତେ ଉଠେଇବ କୁହ ? ଅନିତା କହିଲା ବହୁତ୍ ଫଟୋ । ରାକେଶ କହିଲା, ମୁଁ ଯେତେବେଳେ କହିବି ସେତେବେଳେ ଯାଇ ସେଠୀ ଠିଆ ହେବ । ଅନିତା ଖୁସ୍। ଯେତେବେଳେ ଲୋକ ଫ୍ରି ହୁଅନ୍ତି ରାକେଶ ଈଶାରା କରେ । ଅନିତା ଯାଇ ହାଜର । ସେଦିନ ସନ୍ଧ୍ୟାରେ ବର କନ୍ୟା ର ଯେତେ ଫଟୋ ଥିବ ତାର ଅଧା ଅନିତା ର ଫଟୋ ଉଠା ଯାଇଥିବ।

ଦେଖୁ ଦେଖୁ ରାତି ୧୧ଟା । ଅନିତା ର ମନ ଭାଙ୍ଗୁନି । ଏବେ ଲୋକ ଗହଳି କମି ଯାଇଥିଲା ଏବଂ ଭୋଜି ମଧ୍ୟ ଶେଷ । ରାକେଶ କହିଲା, ଏବେ ସୁଧୀର ଭାଇ ଆଉ ଭାଉଜଙ୍କ କ୍ଲୋଜ୍ ଫୋଟୋ ସୁଟ ଉଠା ଯିବ । ତମେ ସମସ୍ତେ ବାହାରକୁ ଯାଅ। ଅନିତା କହିଲା ନା ମୁଁ ଏଠି ରହିବି। ରାକେଶ ପୁଣି ସୁଧୀର କୁ ଚାହିଁଲା। ସୁଧୀର ମୁଣ୍ଡ ହଲେଇ କହିଲା । ରହିବାକୁ ଦେ। ଫଟୋ ଉଠା ସରିଲା । ରାତିରେ ରାକେଶ ନିଜ ଟିମ୍ ସହିତ ଯିବାକୁ ବାହାରିଲା । କାରଣ ରାତି ପହିଲେ ଆଉ ଗୋଟିଏ ବିବାହ କୁ ଯାଇ ଫଟୋ ଉଠେଇବାକୁ ହେବ ।


Click the image for read this story


ଏହି ଫଟୋ ଉଠା ସମୟ ସୀମା ଭିତରେ ଅନିତା ରାକେଶ କୁ ମନ ଦେଇ ବସିଥିଲା । ରାକେଶ କୁ କହିଲା ତମେ ଆଜି ରହି ଯାଅ। କାଲି ସକାଳେ ଯିବ । ରାକେଶ କହିଲା, ନାହିଁ ମାଡ଼ମ । ଆଜି ରାତି ରହିଲେ କାଲି ସକାଳେ ମୁଁ ଆଉ ଗୋଟିଏ ବାହାଘର ରେ ପହଞ୍ଚି ପାରିବି ନାହିଁ । ଅନିତା ର ମନ ଦୁଃଖ। କହିଲା ରାତିରେ ଯାଇ କଣ କରିବ ଯେ। ସେଠୀ ଯାଇ ଶୋଇବ ଏଠି ମଧ୍ୟ ଶୋଇ ଯାଅ । ଆମ ଘରେ ଶୋଇ ଯାଅ । ରାକେଶ ପୁଣି କହିଲା। ଏହି ଭିଡିଓ ସବୁ କୁ ମୁଁ ମୋ କମ୍ପ୍ୟୁଟର ରେ ଅପଲୋଡ଼ ଲଗେଇ ଶୋଇଯିବ ସକାଳ ହେଲା ଭିତରେ ହୋଇ ଯାଇଥିବ ଏବଂ ତାକୁ ପୁଣି ଫର୍ମାଟ କରି ଯିବାକୁ ହେବ।

ସୁଧୀର : ରାକେଶ କୁ, ଅନିତା ଯଦି ଏତେ ଅନୁରୋଧ କରୁଛି ରହି ଯା । ରାକେଶ, ଆରେ ତୁ ବୁଝୁନୁ ଯେ, ଏହି ସମୟ ଟା ରେ ମୁଁ ଯଦି ଅବହେଳା କରିବି ତେବେ ମୋର କେତେ ଟଙ୍କା ଲସ୍ ହେବ ତାହା ମୁଁ ହିଁ ଜାଣେ ।ଶେଷରେ ଅନିତା ବୁଝିଲା ଏବଂ କହିଲା ଯାଉଛ ଯଦି ପୁଣି କେବେ ଆସିବ । ରାକେଶ କହିଲା ପୁଣି କାହିଁକି ଆସିବି। ଏମାନଙ୍କ ଫଟୋ ଉଠା ସରିଛି । କେବଳ ଫେମିଲି ଫଟୋ ବାକି ଅଛି । ସୁଧୀର ଯୋଉଦିନ ଡାକିବ ସେଦିନ ଆସିବି। ଅନିତା କହିଲା ପହର ଦିନ ଆସ । ସୁଧୀର , ରାକେଶ ଆଡ଼କୁ ଚାହିଁଲା । ରାକେଶ ସୁଧୀର କୁ, କଣ ଭାଇ ତୁ କହ । ସୁଧୀର କହିଲା, ଅନିତା ତାକୁ ଏବେ 10 ଦିନ ପର୍ଯ୍ୟନ୍ତ ସମୟ ନାହିଁ । ସେ ପରେ ଆସି ଫଟୋ ନେଇଯିବ। ଅନିତା କହିଲା। କିନ୍ତୁ ମୁଁ ତ ମୋ ହଷ୍ଟେଲ ଫେରିଯିବି ନା ? ସୁଧୀର ତାର ସ୍ତ୍ରୀ ମଧୁ ଆଡ଼କୁ ଚାହିଁଲା । ମଧୁ କହିଲା । ଅନିତା ତୋର ଯଦି ରାକେଶ ସହିତ କଥା ହେବାର ଅଛି ତେବେ ତାଙ୍କ ନମ୍ୱର୍ ନେଇ ଯା । ଆଉ ତାକୁ ତୁ ପରେ ଦେଖା କରି ନେବୁ । ରାକେଶ ଆଶ୍ଚର୍ୟ୍ଯ ରେ ଚାହିଁ ରହିଥିଲା । ଅନିତା ରାକେଶ କୁ କହିଲା ନମ୍ୱର୍ କୁହ । ସେ ପୁଣି ସୁଧୀର ଆଡକୁ ଚାହିଁ ରହିଲା, ସୁଧୀର ମୁଣ୍ଡ ହଲେଇ କହିଲା, ଦେଇ ଦେ ବୋଲି ଇଶାରା କରିଲା। ରାକେଶ କହିଲା ଲେଖ ୭୯୮୫****** , କିନ୍ତୁ ମୋତେ ଏବେ ଡିଷ୍ଟର୍ବ କରିବ ନାହିଁ । ଅନିତା ମୁଣ୍ଡ ହଲେଇ ଦେଲା ଏବଂ ବାଏ କହି ଚାଲିଗଲା ।

ସମ୍ପର୍କର ଚନ୍ଦ୍ରବିନ୍ଦୁ
Click the image for read this story



ତାର ପର ଦିନ , ସକାଳ ୬ଟା ରେ ନୂଆ ନମ୍ୱର୍ ରୁ ରାକେଶ ର ମୋବାଇଲ କୁ କଲ୍ ଆସିଲା । ସେ ଭାବିଲା ମେରେଜ୍ ହେବା ଘର ଠାରୁ କେହି କଲ୍ କରିଥିବେ । ସଙ୍ଗେ ସଙ୍ଗେ ଫୋନ୍ ଉଠେଇ କହିଲେ । ଆଜ୍ଞା ଆସୁଛି। ୧୦ ମିନିଟ୍ ରେ ପହଞ୍ଚି ଯିବି । ସେପଟୁ ଅନିତା କହୁଛି । ୧୦ ମିନିଟ୍ ରେ କୋଉଠି ଆସିବ। ମୁଁ ଅନିତା କହୁଛି । କଣ ମୋତେ ଦେଖା କରିବାକୁ । ରାକେଶ ମୁଣ୍ଡରେ ହାତ ଦେଲା, ସରି ସରି , ଏଇଟା ତମ ନମ୍ୱର୍ । ହଉ ମୁଁ ପରେ କଲ୍ କରିବି। ମେରେଜ କୁ ବାହାରୁଛି । କହି ଫୋନ୍ କାଟିଦେଲା ଏବଂ ସେହି ନମ୍ୱର୍ କୁ ବ୍ଲକ ଲିଷ୍ଟ ରେ ରଖିଦେଲା । ମନେ ମନେ ଭାବିଲା, ଏ ମେଣ୍ଟାଲ କୁ ନମ୍ବର୍ ଦେଇ ଭୁଲ ହୋଇଗଲା।

ଆଗାମୀ ଅଧ୍ୟାୟରେ ପଢ଼ିବେ : ରାକେଶ ମୁଣ୍ଡରେ ହାତ ଦେଇ ବସିଲା। କଣ କରିଲ ଭାଉଜ ତମେ ? ସୁଧୀର ଆବେ କଣ ହେଲା ? ତୁ ତ କହୁଥିଲୁ ଭଲ ଝିଅ ଦେଖିଲେ ବିବାହ କରି ନେବି।

ଦ୍ଵିତୀୟ ଭାଗ

http://www.bhuyansblog.in

ଏହି କାହାଣୀ ଟି ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ। ତାଙ୍କର ଲିଖିତ ଅନ୍ୟ କାହାଣୀ ଗୁଡ଼ିକ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା ଲିଙ୍କ କୁ କ୍ଲିକ୍ କରନ୍ତୁ

Click Here

Dark Night

Every second of that night was a painful second for me and such a night should never come into anyone else’s life! This is what I will pray to God.

Hello friends…

I have brought for you a true incident of my life. Many people liked my last article, hope you will like this one too. If you like reading till the end, then share this link with your friends too.

The story is December 2001, about 11 years old. This incident happened at my home in Solandi, Odisha. At that time in my family Baba, my mother, 02 sisters, 02 brothers and me. The sad thing is that my elder sister is no more in this world.

Coming to the story, it was severely cold in 2001, now the weather has become normal. Being the youngest, I was a beloved son to my mother and used to sleep daily in my mother’s lap only. Like every evening, that day also all the family members were going to sleep after having dinner.

ଅତିଥି…୧

ସୂର୍ଯ୍ୟ ଆଉ କାଦମ୍ବିନୀ ଙ୍କ ପ୍ରେମ କାହାଣୀ ରେ ପୁରା କଲେଜ ରେ ଚହଳ ସୃଷ୍ଟି କରିଥିଲା । ହଁ ଦୁହିଙ୍କ ଜାତି ଏବଂ ଗୋତ୍ର ସମାନ ଥିଲେ ମଧ୍ୟ ସୂର୍ଯ୍ୟ ଦେଖିବାକୁ ବହୁତ୍ ସୁନ୍ଦର ଥିଲେ କାଦମ୍ବିନୀ ସୂର୍ଯ୍ୟ ଠାରୁ ଟିକେ କମ୍ ସୁନ୍ଦର୍ । କିନ୍ତୁ ଦୁହେଁ ଦୁହିଙ୍କ ପାଇଁ ହିଁ ଜନ୍ମ ନେଇଥିଲେ। 

କଲେଜ ସରିଲା ଘରେ କଥା ପଡ଼ିଲା ଏବଂ ଜ୍ୟୋତିଷ ନକ୍ଷତ୍ର ର କୁ-ପ୍ରଭାବ କହିବା ପରେ ଦୁହିଙ୍କ ପରିବାର ରେ ଚିନ୍ତା ଦେଖା ଗଲା।  ଦୁହେଁ ଦୁହିଁଙ୍କୁ ବହୁତ୍ ଭଲ ପାଆନ୍ତି।  କିଏ କାହାକୁ ଛାଡ଼ି ରହିବା ଅସମ୍ଭବ । ଏପଟେ ସୂର୍ଯ୍ୟ ଘର ଲୋକେ ସୂର୍ଯ୍ୟ କୁ ବୁଝାଇବାରେ ଲାଗିବା ବେଳେ ସେପଟେ କାଦମ୍ବିନୀ କୁ । ଶେଷରେ ନିଷ୍କର୍ଷ ଏହା ଯେ, ଗ୍ରହ, ନକ୍ଷତ୍ର କୁ ଆମେ ମାନିବୁ ନାହିଁ।  ଯଦି ବିବାହ ନ କରିବ ତେବେ ଆମେ ଘରୁ ବାହାରି ଯିବୁ ଏବଂ ଆଇନ ଅନୁସାରେ ବିବାହ କରିବୁ । ଏତିକି ଶୁଣି ଘର ଲୋକେ ରାଜି ହୋଇଗଲେ।  କହିଲେ ଯଦି କିଛି ଅଘଟଣ ଘଟେ ସେଥିପାଇଁ ତୁମେ ଦୁହେଁ ଦାୟୀ ରହିବ। 

ରୀତି ନୀତିରେ ବିବାହ ହେଲା ସତ କିନ୍ତୁ କାହା ମନରେ ଖୁସି ନାହିଁ । ହେଉ ଦୁହିଁଙ୍କୁ ନିଜ ନିଜର ପ୍ରେମ ତ ମିଳିଗଲା । ସୁର୍ଯ୍ୟ ଆଇନ ପାଠ ପଢ଼ି ଥାଏ ତେଣୁ ସହର ରେ ରହି ଓକିଲାତି କରିବାର ସୁଯୋଗ ମିଳିଲା।  ତାହା ପୁଣି ଘର ଠାରୁ ୮୭ କିମି ଦୂରରେ । ଯିବା ଆସିବା ତ ଦୂରର କଥା । ସେଠୀ ଗୋଟିଏ ଘର ଭଡ଼ା ନେଇ ରହିଲେ । ଦେଖୁ ଦେଖୁ ଦୁଇ ବର୍ଷ ଭିତରେ ନିଜର ସୁନ୍ଦର୍ ଫ୍ଲାଟ୍ ଟିଏ ମଧ୍ୟ କିଣିଲେ କିନ୍ତୁ ସବୁ ଖୁସି ଥିଲେ ମଧ୍ୟ ଗୋଟିଏ ଖୁସି ପାଇଁ ଦୁହେଁ ବେଳେବେଳେ ବହୁତ୍ ଦୁଃଖୀ ହୋଇ ଯାଉଥିଲେ ।

ଦେଖୁ ଦେଖୁ ଚାରି ବର୍ଷ ବିତି ଗଲାଣି କିନ୍ତୁ କାଦମ୍ବିନୀ ର କୋଳ କୁ ଛୁଆଟିଏ ଆସିଲା ନାହିଁ । ଏହା ତାଙ୍କ ପାଇଁ ସବୁଠୁ ବଡ ଦୁଃଖର କାରଣ । ଟଙ୍କା, ଗାଡି, ଘର ଥିଲେ ମଧ୍ୟ ମନରେ କେବେ ଖୁସି ନଥାଏ । ଏପଟେ ଛୁଆ ନ ହେବା ଫଳରେ ସମସ୍ତେ କାଦମ୍ବିନୀ କୁ ଦୋଷ ଦେବାରେ ଲାଗିଥିଲେ । ସୂର୍ଯ୍ୟ ଏବଂ କାଦମ୍ବିନୀ ଘର ର କୌଣସି ସଦସ୍ୟ କୁ ଯଦି ଡାକନ୍ତି ତେବେ ସେ ସିଧା ସିଧା କୁହନ୍ତି ଯେବେ ତୋ କୋଳରେ ଛୁଆ ଟିଏ ଆସିବ ଆମେ ସେଦିନ ତୋର ଘରେ ପାଦ ରଖିବୁ । ସୂର୍ଯ୍ୟ ମଧ୍ୟ ଘର ଲୋକ ଙ୍କ କଥା ଶୁଣି ବହୁତ୍ ଦୁଃଖୀ ହୋଇ ଯାଉଥାଏ । ଦିନ ଗଡି ଚାଲି ଥାଏ ।

ଦିନେ ସୂର୍ଯ୍ୟ ଅଫିସ୍ ଯିବା ସମୟରେ ଦେଖିଲା ଗୋଟିଏ ଅଜଣା ବୁଢ଼ୀ ଲୋକ ଟିଏ ତାଙ୍କ ବାରଣ୍ଡାରେ ଶୋଇ ରହିଛି । ବୟସ ପାଖା ପାଖି ୭୫ ହେବ ।  ସୂର୍ଯ୍ୟ ତାଙ୍କୁ ଉଠେଇବାକୁ ଗଲା ବେଳେ ଜାଣିବାକୁ ପାଇଲା ଯେ ବୁଢ଼ୀ ଲୋକ ଟି ଜ୍ଵର ରେ ଥରୁଛି । ସେ ସଙ୍ଗେ ସଙ୍ଗେ କାଦମ୍ବିନୀ କୁ ଡାକି ତାକୁ ଦୁହେଁ ଘର ଭିତରକୁ ନେଲେ । ଡ଼ାକ୍ତର ବାବୁ ଆସି କିଛି ଔଷଧ ଦେଲେ । ବୁଢ଼ୀ ମା ଦୁଇ ଦିନ ମଧ୍ୟରେ ସୁସ୍ଥ ମଧ୍ୟ ହୋଇଗଲେ ।

ସୂର୍ଯ୍ୟ ତାଙ୍କୁ ପଚାରିଲା ଯେ ମା ତୁମ ଘର କୋଉଠି ? ଏତିକି ପ୍ରଶ୍ନରେ ବୁଢ଼ୀ ମା ଜଣଙ୍କ ସବୁ କଥା ଗୋଟି ଗୋଟି କରି କହିଦେଲା । ସୂର୍ଯ୍ୟ ଏତକ ଶୁଣି କହିଲା । ମା ତମେ କୁଆଡେ ଯିବା ଦରକାର ନାହିଁ । ମୋତେ ନିଜ ପୁଅ ଭଳି ଭାବ । ତୁମ ଦୁଇ ପୁଅ ବିନୁ ଏବଂ ସାନୁ ର ସିନା ପଚାରିଲେ ନାହିଁ କିନ୍ତୁ ମୁଁ ତୁମର ସେବା କରିବି । ବୁଢ଼ୀ ମା କହିଲେ, ନା ପୁଅ , ତୋର ପରିବାର ଅଛି । ମୁଁ କାହିଁକି ଏଠି ତୁମ ପାଇଁ କଣ୍ଟା ସାଜିବି । ମୋତେ ଗାଁ ବସ୍ ରେ ବସେଇ ଦିଅ ମୁଁ ଗାଁ କୁ ଚାଲିଯିବି ।
ସୂର୍ଯ୍ୟ କହିଲା, ମା ତୁମେ କୁଆଡେ ଯିବା ଦରକାର ନାହିଁ । ଆମେ ଦୁହେଁ ତୁମର ଦୁଇଟି ଛୁଆ ବୋଲି ଭାବି ନିଅ । ଆମ ସେବାରେ ଯଦି ଅସନ୍ତୁଷ୍ଟ ହୁଅ ତେବେ ମୁଁ ତୁମକୁ ଗାଁ କୁ ଯିବାକୁ ଦେବୀ ।

ବୁଢ଼ୀ ମା ଙ୍କ କୌଣସି କଥା କୁ ସୂର୍ଯ୍ୟ ଏବଂ କାଦମ୍ବିନୀ ଶୁଣିଲେ ନାହିଁ । ଦୁହେଁ ବୁଢ଼ୀ ମା ଙ୍କ ସେବାରେ ଲାଗି ପଡ଼ିଲେ । କାଦମ୍ବିନୀ କୁ ମଧ୍ୟ ଗୋଟିଏ ଅତିଥି ରୂପରେ ନୂଆ ମା ଟିଏ ମିଳି ଯାଇଛି । ସେ ସବୁ ଦୁଃଖ ବୁଢ଼ୀ ମା ସହିତ ବାଣ୍ଟେ । ବୁଢ଼ୀ ମା ମଧ୍ୟ ବହୁତ୍ ଭଲ । ସେ ସବୁବେଳେ କାଦମ୍ବିନୀ କୁ ବୁଝେଇ ଥାଏ । ଯେ ତୋର ସମୟ ମଧ୍ୟ ଆସିବ ଆଉ ସବୁ ଠିକ୍ ହୋଇଯିବ ।

ପରିବାର ରେ ଯେମିତି ଗୋଟିଏ ଖୁସି ଫେରି ଆସିଥିଲା । ଦେଖୁ ଦେଖୁ ୪ ମାସ ବିତିଗଲା । ଦିନେ ରାତି ୧୧.୪୦ ହେବ, ବେଡ୍ ରେ ବସି କଥା ହେଉଥାନ୍ତି । କାଦମ୍ବିନୀ କହିଲା ଜାଣିଛ ସୂର୍ଯ୍ୟ ଏହି ମାସର ମୋ ପିରିଆଡ୍ ହୋଇନି । ଗୋଟିଏ ମାସ ପୁରୀ ୧୦ ଦିନ ଗଡ଼ି ଗଲାଣି । ସୂର୍ଯ୍ୟ କହିଲା, ଏମିତି ରେ ତୁମର ଗୋଟିଏ ମାସ  ପୂର୍ବରୁ ହୋଇ ଯାଏ।  କାଦମ୍ବିନୀ କହିଲା, ବୋଧେ ଲେଟ୍ ହେବ । ସୂର୍ଯ୍ୟ ଆଲମାରୀ ରୁ  ପ୍ରେଗନାନ୍ସି କିଟ୍ କୁ ଆଣି କହିଲା ଥରେ ଚେକ୍ କର କାଳେ କିଛି ଶୁଭ ଖବର ଆସି ଥାଏ । କାଦମ୍ବିନୀ କହିଲା, ରଖ ସେ କିଟ୍, ଏହି କିଟ୍ କୁ ଦେଖି ଦେଖି ବୋର୍ ଲାଗିଲାଣି । ଚାଲ ଶୋଇବା । ସୂର୍ଯ୍ୟ କହିଲା ଆଜି ପୁଣି ଥରେ ଚେକ୍ କର । କାଦମ୍ବିନୀ କହିଲା । ନା ସୂର୍ଯ୍ୟ ମୋତେ ବାଧ୍ୟ କର ନାହିଁ । କିଛି ବାହାରିବ ନାହିଁ ଏବଂ ଆଜି ପୁଣି କାନ୍ଦି କାନ୍ଦି ଶୋଇବି । ସୂର୍ଯ୍ୟ କହିଲା, ହଉ ତମେ ଦୁଃଖୀ ହେଲେ ମୁଁ ମନେଇ ଦେଵୀ । ସୂର୍ଯ୍ୟ ର ବାଧ୍ୟ କୁ କାଦମ୍ବିନୀ କାଟି ପାରିଲା ନାହିଁ । ବାଥ ରୁମ୍ କୁ ଯାଇ ଚେକ୍ କରି ଆସି କିଟ୍ ଟିକୁ ସୂର୍ଯ୍ୟ ହାତରେ ଧରେଇ କାଦମ୍ବିନୀ ଶୋଇବାକୁ ଚାଲିଗଲା । ସୂର୍ଯ୍ୟ କିଟ୍ କୁ ଅନେଇ ରହିଥାଏ ।


ଭାଗ୍ୟ ର ଲିଖନ କେ କରିବ ଆନ । ଆଜି ପୁଣି ସୂର୍ଯ୍ୟ ଆଖିରେ ଲୁହ ଆସିଗଲା ଏବଂ ସେ କାନ୍ଦିବାକୁ ଲାଗିଲା।  ସୂର୍ଯ୍ୟର କାନ୍ଦ ଦେଖି କାଦମ୍ବିନୀ ଦଉଡ଼ି ଆସି ଦେଖିଲା ବେଳକୁ କିଟ୍ ରେ ପୋଜିଟିଭ ଆସିଛି । କିଟ୍ କୁ ଦେଖି କାଦମ୍ବିନୀ ମଧ୍ୟ ନିଜ କାନ୍ଦ କୁ ରୋକି ପାରିଲା ନାହିଁ ।

Part-2

ଅତିଥି…୨

ଭାଗ – ୧

ଦୁହେଁ କୁଣ୍ଢେଇ ହୋଇ କାନ୍ଦିଲେ । ଏହା ଦୁଃଖ ର କାନ୍ଦ ନଥିଲା । ଏହା ଥିଲା ଦୁହିଁଙ୍କ ଖୁସିର କାନ୍ଦ । ସୂର୍ଯ୍ୟ କାଦମ୍ବିନୀ କୁ କୋଳକୁ ଉଠେଇ ନେଇ ବେଡ୍ ରେ ଶୁଆଇ ଦେଇ କହିଲା ଆଜିଠୁ ତମେ କିଛି କାମ କରିବ ନାହିଁ।  ସବୁ ମୁଁ ଆଉ ମା କରିବୁ । ସୂର୍ଯ୍ୟ ଦଉଡ଼ି ଯାଇ ଫ୍ରିଜ୍ ରୁ ମିଠା ଗୋଟିଏ ଆଣି କାଦମ୍ବିନୀ କୁ ଖୁଆଇ ଦେଲା । ସୂର୍ଯ୍ୟ କହିଲା ଜାଣିଛ ଏ ସବୁ କାହା ପାଇଁ ହୋଇଛି।  ଏହା ହେଉଛି ଆମ ବୁଢ଼ୀ ମା ଙ୍କ ଆଶୀର୍ବାଦ ରୁ ହୋଇଛି।  ଚାଲ ତାଙ୍କୁ ମିଠା ଖୁଆଇ ଦେବା ।

କାଦମ୍ବିନୀ କହିଲା, ନା ନା, ମା ଙ୍କ ଦେହ ଖରାପ ଥିଲା ସେ ମେଡ଼ିସିନ୍ ଖାଇ ଶୋଇଛନ୍ତି। କାଲି ସକାଳୁ ସକାଳୁ ତାଙ୍କୁ ଯାଇ ଏହି ଖୁସି ଖବର ଟା ଦେବା । ସେ ମଧ୍ୟ ଖୁସି ହେବେ । ସୂର୍ଯ୍ୟ କହିଲା , ହଁ ଠିକ୍ କଥା । ତାପରେ ଦୁହେଁ ଖୁସିରେ ନାଚିବାକୁ ଲାଗିଲେ । କିଛି ସମୟ ପରେ ଦୁହେଁ ଶୋଇବାକୁ ଗଲେ ।

ତା ପର ଦିନ ସକାଳୁ ସକାଳୁ ଦୁହେଁ ଗାଧୋଇ ନୂଆ ଡ୍ରେସ ପିନ୍ଧି।  ମିଠା ସହିତ ମା ଙ୍କ ପାଖକୁ ଯିବାକୁ ବାହାରିଲେ । ଦୁହେଁ ବୁଢ଼ୀ ମା ପାଖରେ ପହଞ୍ଚିଲେ।  ସୂର୍ଯ୍ୟ କହିଲା । ମା ଦେଖ ଗୋଟିଏ ନୂଆ ଉପହାର। ଏତିକି ପରେ ବୁଢୀମା କିଛି ଉତ୍ତର ଦେଲେ ନାହିଁ । ଦିନ ଆସି ୭ ଟା ବାଜିଲାଣି । ମା ତ ଉଠି ଯିବା କଥା।  କାଦମ୍ବିନୀ ବୁଢ଼ୀ ମା ଙ୍କୁ ହଲେଇ ଉଠେଇବାକୁ ଚେଷ୍ଟା କରିଲା ବେଳକୁ ଜଣା ପଡ଼ିଲା ଯେ ବୁଢ଼ୀ ମା ଆଉ ନାହାନ୍ତି । ସେ ତାଙ୍କ ଦୁଇ ଜଣଙ୍କୁ ବିଦାୟ ଦେଇ ଏ ଦୁନିଆରୁ ଚାଲି ଯାଇଥିଲେ। ଖୁସିର ସମୟ ପୁଣି ଥରେ ଦୁଃଖରେ ପରିଣତ ହୋଇ ଗଲା।  ଦୁହେଁ କେତେ ଆଶା ନେଇ ଆସିଥିଲେ । କିନ୍ତୁ ବୁଢ଼ୀ ମା ସେ ଦୁଇ ଜଣ ଙ୍କୁ ଖୁସି କରି ନିଜେ ଲୀନ ହୋଇଗଲେ ଏ ଭବ ସାଗରରୁ।

ସୂର୍ଯ୍ୟ ମା ବୋଲି ମାନିଥିଲା । ସେଥିପାଇଁ ସେ ତାଙ୍କ କର୍ତ୍ତବ୍ୟ କରିଲେ। ପ୍ରଥା ଅନୁସାରେ ଆଗାମୀ ୧୨ ଦିନ ପର୍ଯ୍ୟନ୍ତ ସବୁ ରୀତି ନୀତି ପାଳିଲେ ଏବଂ ଏହି ୧୨ ଦିନରେ ଦୁହିଙ୍କ ପରିବାର ମଧ୍ୟ ସାମିଲ ହୋଇଥିଲେ । ସାମିଲ ହେବାର କାରଣ ମଧ୍ୟ ଏହା ଯେ ସମସ୍ତଙ୍କ ବିଶ୍ୱାସ ବୁଢୀମା ଙ୍କ ବଦଳରେ ଗୋଟିଏ ନୂଆ ଅତିଥି ଙ୍କ ଆଗମନ ତାଙ୍କ ପରିବାର କୁ ଆସିଲା । ଏଥିରେ ପରିବାର ଲୋକେ କୌଣସି ପ୍ରକାର ର ଆରୋପ କରିଲେ ନାହିଁ। ହଁ ବୁଢ଼ିମା ଙ୍କ ଜୀବନ ଥିଲା ସମୟରେ ବହୁତ୍ ଥର ତାଙ୍କ ପୁଅ ବୋହୁ ବିଷୟରେ ପଚାରିଥିଲେ । ସେ କେବଳ ତାଙ୍କ ପୁଅ ଙ୍କ ଡାକ ନାମ ଜାଣିଥିଲେ। ଭଲ ନାଁ ଜାଣି ନଥିଲେ। କ୍ୱାର୍ଟର/ଘର କୋଉଠି ?? ତାହା ମଧ୍ୟ ମନେ ନଥିଲା । ସୂର୍ଯ୍ୟ କିଛି ନ ବୁଝି ପୁତ୍ର ର ସବୁ କାର୍ଯ୍ୟ ପାଳନ କରିଥିଲେ। ସବୁ ଠିକ୍ ଠାକ୍ ରେ ସରିଲା।

ସୂର୍ଯ୍ୟ ର ପରିବାର ରେ ନୂଆ ଅତିଥି ଆଗମନ କୁ ସମସ୍ତେ ଆତୁର ଭାବେ ଅପେକ୍ଷା ରତ ଥିଲେ । କାଦମ୍ବିନୀ ର ମା ଆସି ଝିଅ ର ସେବା କରୁଥିଲେ। ଦେଖୁ ଦେଖୁ ୯ ମାସ ପରେ ଗୋଟିଏ ସୁନ୍ଦର୍ ଗୁଲୁଗୁଲିଆ ଝିଅ ଟିଏ ସୂର୍ଯ୍ୟ ଏବଂ କାଦମ୍ବିନୀ ର ପରିବାର ରେ ଜନ୍ମ ନେଲା।

ସୌନ୍ଦର୍ଯ୍ୟ ରେ ଭରପୁର, ପୁରା ବୁଢ଼ିମା ଭଳି ଚେହେରା। ସମସ୍ତେ ଖୁସି ଥିଲେ। ଏହି ଖୁସି ର ଉତ୍ସବ ରେ ତାଙ୍କ ଓକିଲ ଷ୍ଟାଫ୍ ମାନଙ୍କ ପାଇଁ ମିଠା ନେଇ ପହଞ୍ଚିଥିଲା । ମିଠା ବାଣ୍ଟିବା ସମୟରେ ସୂର୍ଯ୍ୟ ର ସ୍କୁଲ ସାଙ୍ଗ ବିନୋଦ ସହିତ ସୂର୍ଯ୍ୟ ର ଦେଖା ହେଲା । ସୂର୍ଯ୍ୟ ବିନୋଦ କୁ ଚିହ୍ନି ପାରିଲା ନାହିଁ କିନ୍ତୁ ବିନୋଦ ଭଲ ଭାବରେ ଚିହ୍ନି ପାରିଲା । କାରଣ ସୂର୍ଯ୍ୟ ସ୍କୁଲ ରେ ପ୍ରଥମ ସ୍ଥାନ ଅଧିକାର କରୁଥିଲା। ଏମିତି ରେ ପ୍ରଥମ ସ୍ଥାନରେ ଯିଏ ରହେ ତାଙ୍କୁ ସବୁ ବହୁତ୍ ଶୀଘ୍ର ଚିହ୍ନି ପାରନ୍ତି । ସେ ସୁର୍ଯ୍ୟ ପାଖକୁ ଆସି ନିଜ ପରିଚୟ ଦେଲା । ଏବଂ ସୂର୍ଯ୍ୟ ମଧ୍ୟ ଜାଣି ତାକୁ ପଚାରିଲା, ଆରେ ଭାଇ ମୋର ଝିଅ ଟିଏ ହୋଇଛି ନେ ମିଠା ଟିଏ ଖା । ମିଠା ଖାଇବା ପରେ ସୂର୍ଯ୍ୟ ପଚାରିଲା ଆରେ କଣ ଖବର ବହୁତ୍ ଦିନ ପରେ ଦେଖା ହେଲା ଚାଲ ସର୍ବତ ପିଇବା । ବିନୋଦ କହିଲା , ନା ରେ ସାଙ୍ଗ ମୁଁ ଗୋଟିଏ ଅସୁବିଧା ରେ ପଡ଼ି ଯାଇଛି ।

ସୂର୍ଯ୍ୟ ପଚାରିଲା, କହ କଣ, ଆଉ ସମସ୍ୟା ର ସମାଧାନ ପାଇଁ ତ ଆମେ ଅଛୁ । ବିନୋଦ କହିଲା, ଗତ ବର୍ଷେ ହେଲା ମୋ ମା, ମୋ ପାଖରେ ରହୁଥିଲା । ଗୋଟିଏ ମାସ ପୁରା ହୋଇଗଲା ପରେ ତାକୁ ଆମେ ମୋ ସାନ ଭାଇ ସରୋଜ ପାଖରେ ଛାଡ଼ି ଆସିଲି କିନ୍ତୁ ସରୋଜ ର ସ୍ତ୍ରୀ ସହିତ ମୋର କଥା ଯୁଦ୍ଧ ହୋଇଥିବା ଯୋଗୁଁ ମୁଁ ତାଙ୍କ ଘର ଠାରୁ କିଛି ଦୂରରେ ଛାଡ଼ି ଆସିଥିଲି। ମୁଁ ସରୋଜ କୁ ଫୋନ୍ କରି ଜଣାଇଲି ସେ କହିଲା ମୁଁ ଏବେ ବାହାରେ ଅଛି ତମେ ମା ଙ୍କୁ ନେଇ ଯାଅ । ମୁଁ ଭାବିଲି ସରୋଜ ମିଛ କହୁଥିବ ବୋଲି ମୁଁ ଏତେ ଧ୍ୟାନ ଦେଲି ନାହିଁ । କିନ୍ତୁ ତା ପର ଠାରୁ ମା ଙ୍କର କିଛି ଖବର ନାହିଁ । ସୂର୍ଯ୍ୟ ପଚାରିଲା ତମେ ସରୋଜ କୁ ଆଉ ପଚାରିଲ ନାହିଁ କି ?? ବିନୋଦ କହିଲା ମୁଁ ୨ ମାସ ପରେ ପଚାରିଲି ଏବଂ ସେତେବେଳେ ସରୋଜ କହିଲା ଯେ ମା ତ ଆମ ଘରକୁ ଆସି ନାହାନ୍ତି । ଦୁହେଁ ଚିନ୍ତାରେ ପଡିଲୁ , ଖବର କାଗଜ ରେ ଫଟୋ ଛାଡିଲୁ କିନ୍ତୁ କିଛି ଖୋଜ ଖବର ମିଳିଲା ନାହିଁ ବର୍ଷେ ପୁରୀ ବାକୁ ଲାଗିଲାଣି । ସରୋଜ କହିଲା ସମ୍ପତି ଭାଗ କରିବାକୁ ପଡ଼ିବ ଏବଂ ସେଥିପାଇଁ ମା ଙ୍କ ମୃତ୍ୟୁ ପ୍ରମାଣ ପତ୍ର ଦରକାର । ମୁଁ ବୁଝି ପାରୁନି କଣ କରିବି । ମୃତ୍ୟୁ ପ୍ରମାଣ ପତ୍ର କେମିତି ଯୋଗାଡ କରିବି କିଛି ଉପାୟ ଦିଅ ।

Part-3

ଅତିଥି…୩

ଭାଗ – ୨

ଏବଂ ଆଇନ ଅନୁସାରେ କିଛି ଏଫିଡାଭିଟ ଭଳି କିଛି କାଗଜ ପତ୍ର କରିଲେ କାଳେ ଏ ସମସ୍ୟା ର ସମାଧାନ ହୋଇ ପାରିବ ବୋଲି ମୁଁ ଆଶା ନେଇ ଆସିଛି ଏଠି।   ସୂର୍ଯ୍ୟ କୁ କିଛି କିଛି ଆଭାସ ହେଉଥିଲା । ସୂର୍ଯ୍ୟ ପଚାରିଲା ତମ ମା ଙ୍କ କିଛି ଫଟୋ ଅଛି କି ?? ବିନୋଦ ସଙ୍ଗେ ସଙ୍ଗେ ଫଟୋ ବାହାର କରି ଦେଖେଇଲା।  ସୂର୍ଯ୍ୟ ଫଟୋ ଦେଖି ଚମକି ପଡ଼ିଲା ଏବଂ ତା ପାଦ ତଳୁ ମାଟି ଖସିବାର ଅନୁଭବ ହେଉଥିଲା । ସେ ଥିଲା ତା ବୁଢ଼ୀ ମା।  ଯିଏ କି ଅତିଥି ରୂପେ ଆସି ତା ଘର ପରିପୂର୍ଣ୍ଣ କରି ଦେଇ ଚାଲିଗଲେ।  ସେଭଳି ମା ଙ୍କୁ ଏହି ଦୁଇ ପୁଅ ବୋହୁ ଅନାଦର କରିଥିଲେ ଭାବି ସୂର୍ଯ୍ୟ ମନରେ ରାଗ ଆସିଲା କିନ୍ତୁ ରାଗ କୁ ଚାପି କହିଲା ତମେ କାଲି ଆସ, ଆଜି କିଛି ମୋର ଜରୁରୀ କାମ ଅଛି । ଏତିକି ପରେ ବିନୋଦ ଫେରିଗଲା ।

ସୂର୍ଯ୍ୟ ଘରକୁ ଆସି କାଦମ୍ବିନୀ କୁ ସବୁ କଥା କହିଲା।  କାଦମ୍ବିନୀ କହିଲା, ରୋକ୍ ଠୋକ୍ ମନା କରି ଦିଅ।  ସେଭଳି ଲୋକକୁ ସାହାଯ୍ୟ କରନ୍ତୁ ନାହିଁ । ଯିଏ ନିଜ ମା ଙ୍କୁ  ମୁଠାଏ ଖାଇବାକୁ ଦେବାର ସମ୍ବଳ ନାହିଁ । ରାତିରେ ବାହାରେ ଶୋଇବାକୁ ଯିଏ ବାଧ୍ୟ କରୁଥାଏ ଏବଂ ଯାହାର ସ୍ତ୍ରୀ ଲାତ ଗୋଇଠା ମାରି ଘରୁ ତଡ଼ି ଦେଇଛି ସେଭଳି ଲୋକକୁ ସାହାଯ୍ୟ କର ନାହିଁ । ସୂର୍ଯ୍ୟ କହିଲା । ଏଭଳି ଲୋକକୁ ଜେଲ ପଠେଇବା ଦରକାର । ଜେଲ ପଠେଇ କାହିଁକି ଆମେ ଦୋଷୀ ହେବା । ସେମାନଙ୍କୁ ସେମିତି ରହିବାକୁ ଦିଅ କିନ୍ତୁ ତାଙ୍କ କାମ କର ନାହିଁ କି କିଛି ସାହାଯ୍ୟ କର ନାହିଁ ଏବଂ ତୁମ ସବୁ ସାଙ୍ଗ ମାନଙ୍କ ମଧ୍ୟ ମନା କରି ଦିଅ । ଯେ ଏଭଳି ଲୋକକୁ ସାହାଯ୍ୟ କର ନାହିଁ ବୋଲି। 

ତା ପର ଦିନ , ସୂର୍ଯ୍ୟ ଆସି ସମସ୍ତ ଓକିଲ ସାଙ୍ଗ ମାନଙ୍କୁ କହିବା ପରେ ସମସ୍ତେ କହିଲେ । ଏଭଳି ଲୋକକୁ ଆମେ କଦାପି ସାହାଯ୍ୟ କରିବୁ ନାହିଁ । କିଛି ସମୟ ପରେ ବିନୋଦ ଆସିଲା ଏବଂ ସୂର୍ଯ୍ୟ ଜାଣିଶୁଣି ମନା କରିଦେଲା । ଏଭଳି କେସ କେବେ ମୁଁ କେବେ ହାଣ୍ଡଲ କରିନି ତମେ ଆଉ କୋଉ ଓକିଲ ସହିତ ପରାମର୍ଶ କର । ବିନୋଦ ବାକି ଓକିଲ ପାଖକୁ ଯାଇ ଅନୁରୋଧ କରିଲା। ସମସ୍ତେ ସେମିତି କହିଲେ। ସେ ନିରୁପାୟ ହୋଇ ଫେରିଗଲା।  ପ୍ରାୟ ୫-୧୦ ଥର ଆସି ସେ ଏମିତି ଅନୁରୋଧ କରୁଥାଏ ମାତ୍ର କେହି ତାକୁ ସାହାଯ୍ୟ କରୁ ନଥିଲେ । କିଛି ଦିନ ପରେ ସେ ଆଉ ଆସିଲା ନାହିଁ ।

ସୂର୍ଯ୍ୟ ମନେ ଭାବିଲା , ଏମିତି ଲୋକକୁ ଦୁନିଆରେ କୌଣସି ଲୋକ ମଧ୍ୟ ସାହାଯ୍ୟ ନ କରିଲେ ଭଲ ।

ନୂଆ ନାମ ରଖାଗଲା (ଗୁଡ୍ଡି) ସୂର୍ଯ୍ୟ ର ଝିଅ, ଦେଖିବାକୁ ବହୁତ୍ ସୁନ୍ଦର। ସେ ଠିକ୍ ବୁଢୀମା ଭଳି ଚେହେରା ନେଇ ନୂଆ ଅତିଥି ରୂପରେ ସୂର୍ଯ୍ୟ ର ପରିବାର ରେ ଜନ୍ମ ନେଇଥିଲା ଏବଂ ତାଙ୍କ ପରିବାର ରେ ଯେଉଁ ଖୁସି ପାଇଁ ଆଶା ରଖିଥିଲେ ତାହା ପରିପୂର୍ଣ୍ଣ ହୋଇଗଲା।  ଘର ଲୋକ ମଧ୍ୟ ଯିବା ଆସିବା ଆରମ୍ଭ କରିଦେଲେ । ପରିବାର ରେ ନୂଆ ମୋଡ଼ ନେଇ ଖୁସିରେ ଚାଲିବାକୁ ଲାଗିଲା ।

ପ୍ରକୃତରେ ବୁଢ଼ୀ ମା ସହିତ ଘଟିଥିବା ଏମିତି ଘଟଣା ଦୁନିଆରେ ପ୍ରାୟତଃ ସ୍ଥାନରେ ଦେଖିବାକୁ ମିଳୁଛି । କେତେ ଜଣା ପଡୁଛି ତ ଆଉ କେତେ ପୁତ୍ର ବଧୂ ମୋହରେ ଲୁଚି ଯାଉଛି । ଯଦି ଏମିତି କିଛି ଘଟଣା ଆପଣଙ୍କ ଆଖ ପାଖରେ ଘଟୁଛି ତେବେ ବିରୋଧ କରନ୍ତୁ ଏବଂ ବୃଦ୍ଧ ଦମ୍ପତି କିମ୍ବା ବୃଦ୍ଧା ମାନଙ୍କୁ ସାହାଯ୍ୟ କରନ୍ତୁ ।

ଏମିତି କିଛି ଘଟଣା ବଳି ଆପଣଙ୍କ ପାଖରେ ଅଛି ତେବେ ମୋତେ Contact Form ଜରିଆରେ ଜଣାନ୍ତୁ । ମୁଁ ଆପଣଙ୍କୁ Contact କରିବି  ଏବଂ ଏହି ବ୍ଲଗ୍ ମାଧ୍ୟମରେ ଦୁନିଆ ସାମ୍ନାରେ ଉଜାଗର କରିବି ।

ଯଦି କାହାଣୀ ଟି ମନକୁ ଛୁଇଁ ଥିବ ତେବେ କମେଣ୍ଟ୍ ଏବଂ ସେୟାର ତଥା ଲାଇକ କରିବାକୁ ଭୁଲିବେ ନାହିଁ ।

ଧନ୍ୟବାଦ

ନୀଳମାଧବ ଭୂୟାଁ (ଗାଳ୍ପିକ)

ଭାଗ – ୧

କଳଙ୍କିନି…2

Part-1


ଏହି ଖବର ପାଇ, ମିନୁ କୁ ଦେଖିବାକୁ ଆସିଥିବା ପୁଅ ଘର ଲୋକେ ଆସି ପହଁଚିଲେ। ମିନୁ ର ବାପା ଙ୍କୁ ଦେଖି ସେମାନେ ମଧ୍ୟ ଦୁଃଖୀ ହେଲେ ଏବଂ କହିଲେ ଆମ ପୁଅ ସହର ର ଭଲ ମେଡିକାଲ ରେ ରହୁଛି । ଆପଣ ସେଠୀ ଚାଲନ୍ତୁ। ସେଠୀ ଆପଣ ଠିକ୍ ହୋଇଯିବେ । ଏତିକି କଥାରେ ମିନୁ ମନରେ ଅଳ୍ପ ଆଶା ଜାଗ୍ରତ ହେଲା। ସେଦିନ ଠିକ୍ କିଛି ସମୟରେ ମିନୁ ର ମାମୁଁ ଆସି ପହଁଚିଲେ । ମାମୁ ଜଣେ ରାଜନୀତି ଲୋକ। ମାମୁ ମଧ୍ୟ ଠିକ୍ ସେମିତି କହିଲେ। ସମସ୍ତେ ସେହି ଆଶା ଦେଇ ଚାଲିଲେ। ଶେଷରେ ମିନୁ ମଧ୍ୟ ରାଜି ହେଲା। ସହର ରେ ଉପଚାର ଆରମ୍ଭ ହେଲା ଏବଂ କିଛି ଦିନ ପରେ ଠିକ୍ ହୋଇଗଲେ । ମାତ୍ର ଡାକ୍ତର ବାବୁ କହିଲେ ଯେ, ଯଦି ବେଶୀ ଚିନ୍ତା ରେ ରହିବେ ତେବେ ପୁଣି ଆପଣଙ୍କ ମୁଣ୍ଡ ବ୍ୟଥା ହୋଇ ପାରେ କାରଣ ଆପଣଙ୍କ ଗୋଟିଏ ଶିରା ରେ କିଛି ବ୍ଲକ ହୋଇଛି।


ପ୍ରାୟ ୬ ଦିନ ର ଚିକିତ୍ସା ପରେ ବାପା ଘରକୁ ଆସିଲେ । ମିନୁ ର ପାଠ ପଢା ସବୁ ଧୀରେ ଧୀରେ ଲୋପ ପାଇବାକୁ ଲାଗିଲା। ଶେଷରେ ବାପା ମଧ୍ୟ ମୁଣ୍ଡରେ ହାତ ରଖି କହିଦେଲେ, ଝିଅ ମୋର ଗୋଟିଏ କଥା ରଖିବୁ । ମିନୁ ହଁ କରି ପଚାରିଲା। ବାପା କହିଲେ ତୁ ସେ ପୁଅ କି ବିବାହ କର । ସେ ବହୁତ୍ ଭଲ। ସେ ବହୁତ୍ ଶିକ୍ଷିତ। ଡାକ୍ତର ପାଇଁ ପାଠ ପଢ଼ିଛନ୍ତି ଏବେ ସେ ଶିଖୁଛନ୍ତି। ଯେତେଦିନ ମୁଁ ରହିଲି , ତୁ ତ ଦେଖିଛୁ ନା, ସେ ସବୁବେଳେ ମୋ ପାଖେ ପାଖେ ରହୁଥିଲା ଆଉ ସବୁଠୁ ବଡ କଥା ହେଲା ମୋ ଶିକ୍ଷକତା ର ଅବସର ପରେ ଯେତେ ଟଙ୍କା ରଖିଥିଲି ସବୁ ସରିବାକୁ ଲାଗିଥିଲା । କିନ୍ତୁ ସେ ପୁଅ ଯୋଗୁ ମୋର ଚିକିତ୍ସା ଖର୍ଚ୍ଚରେ ସେ ବହୁତ୍ ସାହାଯ୍ୟ କରିଛନ୍ତି। ଆପଣଙ୍କୁ ସେ ଫ୍ରି ରେ ଚିକିତ୍ସା ବୋଲି କହିଥିବେ। ମିନୁ ହଁ କରିଲା, ହଁ ଆମକୁ ତ କହିଲେ , ଏ ସବୁ ଚିକିତ୍ସା ଫ୍ରି ରେ ହେଉଛି। ବାପା ହସି କହିଲେ, ସେ ଭଲ ଭାବରେ ଜାଣିଛି ଯେ ତୋର ଏହି ବାହାଘର ପାଇଁ ଇଚ୍ଛା ନାହିଁ ବୋଲି। କାରଣ ସେଦିନ ଦେଖାରେ ତୋର ସେମିତି ପ୍ରଶ୍ନ ରୁ ସେ ଜାଣି ସାରିଥିଲେ। ମୋତେ ମଧ୍ୟ କହିଲେ ଆପଣଙ୍କ ଝିଅ ମୋତେ ପସନ୍ଦ କରୁ ନାହାନ୍ତି କିନ୍ତୁ ଆପଣ ମୋ ବାପା ସମାନ । ଆପଣ ସେମିତି କିଛି ଭାବିବେ ନାହିଁ ଯେ ଏଠି ମୋର କିଛି ସ୍ୱାର୍ଥ ଅଛି । କିନ୍ତୁ ତଥାପି ସେ ମୋତେ ବିନା ସ୍ବାର୍ଥ ରେ ସେବା ଏବଂ ନିଜ ଟଙ୍କା ଖର୍ଚ୍ଚ କରି ମୋତେ ଚିକିତ୍ସା ପାଇଁ ସାହାଯ୍ୟ କରିଛି।


ମିନୁ ର ଇଚ୍ଛା ନଥାଇ ମଧ୍ୟ ବାପାଙ୍କ ପ୍ରମିସ୍ କୁ ରଖି ହଁ ମାରିଲା ଏବଂ ପଢା ପଢ଼ି ସବୁ ଭୁଲି , ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହେଲା। ଏପଟେ ମିନୁ ମଧ୍ୟ ସେ ପୁଅ କୁ ପସନ୍ଦ କରିବାରେ ଲାଗିଲା। କଥା ବାର୍ତ୍ତା ଆରମ୍ଭ ମଧ୍ୟ ହୋଇଗଲା। ଧିରେ ଧିରେ ଭଲ ପାଇବା ରେ ପରିଣତ ମଧ୍ୟ ହେଲା। ଠିକ୍ ୧୦ ଦିନ ପରେ ନିର୍ବନ୍ଧ ପାଇଁ ତିଥି ଠିକ୍ କରା ଗଲା। ନିବନ୍ଧ ଦିନ ପାଖେଇ ଆସୁଥାଏ। ସବୁ କିଛି ଠିକ୍ ଥିଲା। କିନ୍ତୁ… ସବୁ କିଛି ଓଲଟ ପାଲଟ ହୋଇଗଲା ।


୩ ଦିନ ପରେ ନିର୍ବନ୍ଧ ହେବ। ହଠାତ୍ ମିନୁ ର ଫୋନ୍ କୁ କଲ୍ ଆସିଲା ଯେ। ଆପଣ ରାକେଶ ଙ୍କ ର କଣ ହେବେ । ମୁଁ ବଡ ମେଡିକାଲ ରୁ କହୁଛି। ମିନୁ କହିଲା, ହଁ କୁହନ୍ତୁ। ସେପଟୁ ଉତ୍ତର ଆସିଲା, ଯେ ଆପଣ ଯଥା ଶୀଘ୍ର ମେଡିକାଲ କୁ ଆସନ୍ତୁ। ମିନୁ ମଧ୍ୟ ବିଳମ୍ବ ନ କରି ମେଡିକାଲ ରେ ପହଞ୍ଚିଲା । ମେଡ଼ିକାଲ ର ଗୋଟିଏ ୱାର୍ଡ ସାମ୍ନାରେ ଧଳା ଚାଦର ରେ ଢଙ୍କା ହୋଇଥିବା ଷ୍ଟ୍ରେଚର୍ ଉପରେ ଶୋଇ ରହିଥିଲା ରାକେଶ। ମିନୁ ସହିତ ମା ଆସିଥାନ୍ତି। ରାକେଶ କୁ ଦେଖି ମିନୁ ଯେମିତି ଅଚେତ୍ ହୋଇଗଲା । କିଛି ସମୟ ପରେ ସମସ୍ତେ ସେଠୀ ଆସି ପହଁଚିଲେ। କାରଣ ଜାଣି ବାକୁ ପାଇଲେ ଯେ ମୋବାଇଲ୍ କଥା ହୋଇ ରୋଡ କ୍ରସ କରୁଥିଲେ। ଏବଂ ଗୋଟିଏ କାର ସହିତ ଧକ୍କା ରେ ଏମିତି ଘଟଣା ଘଟିଛି ବୋଲି କୁହନ୍ତି। ପୋଲିସ ମଧ୍ୟ ଆସି ସେଠୀ ପହଁଚିଲା । ଏବଂ କହିଲେ ଯେ ୧୧.୫୪ ସମୟରେ, ମୋବାଇଲ୍ ରେ କଥା ହୋଇ ଆସୁଥିଲେ ଏବଂ ତାପରେ ଏହି ଦୁର୍ଘଟଣା ଘଟିଛି। ମିନୁ ର ମନେ ପଡ଼ିଗଲା ଯେ ୧୧.୪୦ ରୁ ସେ କଥା ହୋଇ ଆସୁଥିଲା ଏବଂ ହଠାତ୍ ୧୧.୫୪ ରେ ରାକେଶ ର ଫୋନ୍ କଟିଗଲା। ମିନୁ ଭାବିଲା ଯେ କିଏ ଆସିଥିବ ସେଥିପାଇଁ ଫୋନ୍ କାଟି ଦେଇଥିବେ। କିନ୍ତୁ ସେ ଜାଣି ନଥିଲା ଯେ ରାକେଶ ର ମୃତ୍ୟୁ ର କାରଣ ସେ ନିଜେ।


ମୋବାଇଲ୍ ତ ନଥିଲା କିନ୍ତୁ ରାସ୍ତା ରେ ଅନ୍ୟ ଜଣେ ଯୁବକ, ଘଟଣା ପରେ ରାକେଶ କୁ ନେଇ ବଡ ମେଡ଼ିକାଲ କୁ ପହଞ୍ଚି ଥିଲା ଏବଂ ପର୍ସ ରେ ମିନୁ ର ନମ୍ବର୍ ଦେଖି କଲ୍ କରି ଜଣେଇ ଥିଲା ।


ରାକେଶ ଆଉ ଏହି ଦୁନିଆରେ ନ ଥିଲା । କିନ୍ତୁ କିଛି ଅବହେଳା ଯୋଗୁ ଗୋଟିଏ ଜୀବନ ଚାଲିଗଲା । ଏଠି ପ୍ରକୃତରେ କାହାର ଭୁଲ ? ମିନୁ ର ନା ରାକେଶ ର? ନା ସମୟ ର? କାହାକୁ ଦୋଷ ଦେଲେ କିଛି ଲାଭ ନାହିଁ କାରଣ ଜୀବନ ଚାଲି ଗଲା ପରେ ସବୁ ଅନ୍ୟ କୁ ଦୋଷ ଦେବାରେ ଲାଗିଛନ୍ତି।

Order Now


ଆଉ ଆଜି ସେମିତି ଘଟିଛି । ରାକେଶ ଘର ଲୋକେ ମିନୁ କୁ ଦୋଷୀ ର ରୂପ ଦେଇ କଳଙ୍କ ସାଜି ଦେଲେ। ମିନୁ ମଧ୍ୟ ନିଜକୁ କଳଙ୍କିନି ର ଆଖ୍ୟା ନେବାକୁ ମଧ୍ୟ ରାଜି ହୋଇଗଲା। ସେ ନିଜେ ମଧ୍ୟ ଜାଣି ନଥିଲା। ମୁଁ ଠିକ୍ କରୁଛି ନା ଭୁଲ ??


ଲାଗୁଥିଲା ଏହି କିଛି ଦିନ ତଳ ର ସମ୍ପର୍କ ଥିଲା। ଆଉ ବଡ ଅଘଟଣ ରୁପ ନେଇ ସବୁ କିଛି ବଦଳେଇ ଦେଲା। ସତରେ ସମୟ କେତେ ନିଷ୍ଠୁର ନା ?


ଆଜି ମିନୁ ପୁଣି ବାହାରିଛି ସହରକୁ ଯିବା ପାଇଁ ?? ପାଠ ପଢ଼ିବାର ଆଶା ନେଇ । ହଁ ଦୁଇଟି କାରଣ ଲୋକେ ସବୁବେଳେ କୁହନ୍ତି ଯେ ଗୋଟିଏ ଭଲ ପୁଅ ଟିକୁ ତ ମାରି ଖାଇଲୁ। ଟାହି ଟାପରା ଶୁଣିବା ଠାରୁ ଭଲ। ପୁଣି ଥରେ ନିଜ କ୍ୟାରିୟର କୁ ଧ୍ୟାନ ଦେବୀ !!


ଆଜି ପୁଣି ପହଞ୍ଚି ଯାଇଛି ସହର ରେ , ସେ ନିଜ ପାଠ ପଢା ଆରମ୍ଭ କରି କିଛି କରିବାର ଆଶାରେ। କଣ ହେବ ମିନୁ ର ସେ ନିଜେ ମଧ୍ୟ ଜାଣିନି !!!


Nilamadhab Bhuyan (Writer)

Order Now

କଳଙ୍କିନି…1

ସ୍ବପ୍ନ ଦେଖିବା ମନା ନାହିଁ କିନ୍ତୁ ସ୍ବପ୍ନ ସତ କରିବା ବହୁତ୍ ବଡ କଥା । ଏହି କଥା ଟି ଶୁଣି ଶୁଣି ମିନୁ ଯେମିତି ଚିଡ ଚିଡ଼ ହୋଇ ଯାଇଥିଲା। କଣ କରିବ ସେ ନିଜେ ମଧ୍ୟ ଭାବି ପାରୁ ନଥିଲା । ।

+3 ବିଜ୍ଞାନ ର ପଦାର୍ଥ ବିଜ୍ଞାନ ରେ ପଢା ସରିବା ପରେ। ମନରେ ଚାକିରୀ କରିବା ର ବହୁତ୍ ଏତେ ବାଇଆ କଲା ଯେ ଗାଁ ଛାଡ଼ି ସିଧା ସହର ରେ ଆସି ରହିଲି । ସହର ର ପାଣିପାଗ ସବୁଠୁ ଅଲଗା। ଗାଁ ରେ ଯେତେ ରୀତି ନୀତି ଏଠି କିଛି ନାହିଁ । ନିଜ ଇଚ୍ଛାରେ ନିଜ ମାଲିକ। ଗାଁ ରେ ବହୁତ୍ ଜିନିଷ କୁ ମାନିବାକୁ ପଦେ କିନ୍ତୁ ଏଠି ସବୁ ଫ୍ରୀ । ଏହି ଅଭ୍ୟାସ ରେ ମିନୁ ମଧ୍ୟ ନିଜକୁ ବଦଳେଇ ଦେଲା । ହଁ ଗୋଟିଏ ଜିନିଷ ମିନୁ ମନରେ ରହିଥାଏ । ଖରାପ ହେବାକୁ ବେଶୀ ସମୟ ଲାଗେନା କିନ୍ତୁ ଏଠି ଭଲ ହୋଇ ରହିବାକୁ ପଡେ । ମନରେ ଅନେକ ଆଶା କୁ ପୁରା କରିବ ବୋଲି ଭାବିଛି । ସହର ରେ ବ୍ୟାଙ୍କିଙ୍ଗ ପାଇଁ କୋଚିଙ୍ଗ ଆରମ୍ଭ ହେଲା । ଦେଖୁ ଦେଖୁ ଦୁଇ ମାସ ବିତିଗଲା । ସବୁ ଠିକ୍ ଠାକ୍ ଚାଲି ଥିଲା କିନ୍ତୁ ତୃତୀୟ ମାସ ଆରମ୍ଭ ରୁ ଘରୁ ଡାକରା ଆରମ୍ଭ ହୋଇଗଲା । ଗୋଟିଏ ପୁଅ ର ପ୍ରସ୍ତାବ ଆସିଛି । ଗାଁ କୁ ଥରେ ଆସେ। ପୁଅ ଘର ଲୋକେ ଦୁଇ ଦିନ ପରେ ଆସିବେ। ମା ର ବାଧ୍ୟ ରେ ଆସିବାକୁ ଇଛା ନଥିଲା କିନ୍ତୁ ଘର କଥା ମଧ୍ୟ ମନେ ପଡ଼ିଲାଣି ଏବଂ ପୁଅ ଦେଖିବା ପରେ ରୋକ୍ ଠୋକ୍ ମନା କରିଦେବି ଏବଂ ସିଧା ମୋ ରୁମ୍ କୁ । କାରଣ ଆଇ ବି ପି ଏସ୍ ର ପରୀକ୍ଷା ଅଛି 10 ଦିନ ପରେ ।

Order Now


ଘରେ ଆସି ପହଞ୍ଚିଲି, ମା କୁ ଦଉଡ଼ି ଆସି କୁଣ୍ଢେଇ ପକେଇଲି। ଦୁଇ ଟୋପା ଲୁହ ଗଡିଗଲା । ବାପା ଙ୍କୁ ମୁଣ୍ଡିଆ ମାରି ତାଙ୍କ ପାଖେ ବସିଲି। ବାପା କହିଲେ , ଝିଅ ରେ ତୁ ଆଉ ଯାଆ ନି । ଆମର ତୋ କଥା ଭାରି ମନେ ପଡୁଚି । ମିନୁ କହିଲା, ଝିଅ କୁ ପଢ଼ିବା ପାଇଁ ଛାଡ଼ିଲ ଆଉ ପୁଣି ତମେ ଦୁଃଖୀ ହେଲେ କେମିତି ହେବ ଯେ। ବାପା କହିଲେ, ହଉ ଠିକ୍ ଅଛି, ତୋର ପଢା ଠିକ୍ ଚାଲିଛି ନା? ପରୀକ୍ଷା ଅଛି ପରା? ହଁ ବାପା ଆଉ ସାତ ଦିନ ରହିଲା। କାଲି ପୁଅ ଘର ଲୋକେ ଦେଖିଲା ପରେ ମୁଁ ରହିବିନି । ବାପା କହିଲେ ହଉ ଠିକ୍ ଅଛି ।


ପୁଅ ଘର ଲୋକେ ଏବଂ ସାଙ୍ଗରେ ପୁଅ ମଧ୍ୟ ଆସିଥାଏ। ରାକେଶ, ଦେଖିବାକୁ ଅଳ୍ପ ସାବର୍ଣ୍ଣ ଚେହେରା। ଡାକ୍ତରୀ ପାଠ ପଢ଼ି ସାରିବା ପରେ ଡାକ୍ତରଙ୍କ ପାଖେ ରହି ଶିଖୁଛନ୍ତି। ମିନୁ ମନରେ କେବଳ ପରୀକ୍ଷା କଥା ଚାଲିଥାଏ। ପୁଅ ଘର ଲୋକେ ମିନୁ କୁ ଦେଖି ପସନ୍ଦ କରି ଦେଲେ ଆଉ ପ୍ରସ୍ତାବ କରିବେ ବୋଲି କହି ଚାଲି ଗଲେ । ମିନୁ ର ଟେନସନ୍ ବଢ଼ିଗଲା। ସେ ଏହି କଥା ଭାବି ଭାବି ତାର ସବୁ ଜି ଏସ ଯେମିତି ଡିଲିଟ ହେବାକୁ ଲାଗିଲା।


ପରୀକ୍ଷା ହେଲା କିନ୍ତୁ ସବୁ ବେକାର ଗଲା। ମିନୁ ର ରାଗ ବାପା ମା ଉପରେ ବଢ଼ିବାକୁ ଲାଗିଲା। ପରୀକ୍ଷା ପରେ ବାପା ଫୋନ୍ କରି ପଚାରିଲେ। ଝିଅ ପରୀକ୍ଷା କେମିତି ହେଲା । ମିନୁ ରାଗରେ ଫୋନ୍ କାଟିଦେଲା। ପୁଣି ଫୋନ୍ ଆସିଲା । ଏଥର ମା କଥା ହେଲେ । ମିନୁ ର କାନ୍ଦ ଆରମ୍ଭ ହୋଇଗଲା। ରାଗରେ କହିଲା, ମୋର ପରୀକ୍ଷା ଖରାପ ହେଲା ଆଉ ସବୁ ଭୁଲ ତମ ଦୁଇ ଜଣ ଙ୍କ ର। ତମ ଯୋଗୁ ମୋର ଟେନ ସନ୍ ରେ ଦିନ ଗଲା। ଆସିବା ପୂର୍ବରୁ କହିଥିଲ ନା, ଥରେ ଆସି ଦେଖା କରି ଯା, ଆମେ ଏବେ କଣ ପ୍ରସ୍ତାବ ଠିକ୍ କରିବା ନା କଣ ?? ଆଉ ସେଦିନ ସେମାନଙ୍କ ସାମ୍ନାରେ କଣ କହିଲ। ଝିଅ ର ପରୀକ୍ଷା ପରେ କୋଉ ଦିନ ଦେଖି ନିର୍ବନ୍ଧ କରି ଦେବା। କାହିଁକି କହିଲ ଏମିତି ?? ମା କହିଲେ, ରାଗୁଛୁ କାହିଁକି ଯେ?? ଭଲ ଘର ଆଉ ପୁଅ ଡ଼ାକ୍ତର ଆଉ ଅସୁବିଧା କଣ ? ଡାକ୍ତର ନା ଚୋପା, ତମେ ଜାଣିଛ ସେ ଡାକ୍ତର ନା ଡ଼ାକ୍ତର ପାଖେ ରହି କାମ ଶିଖୁଛନ୍ତି । ତମେ ଫୋନ୍ ରଖ ମୁଁ ତୁମ ସହିତ କଥା ହେବିନି। ଫୋନ୍ କଟ୍।

Order Now


ଦୁଇ ଦିନ ପରେ ଫୋନ୍ ବାଜି ଉଠିଲା। ମିନୁ କ୍ଲାସ୍ ରେ ରହି କହିଲା, ମୁଁ କ୍ଲାସ୍ ରେ ଅଛି ପରେ କଥା ହେଉଛି। ସେପଟୁ ମା କହିଲେ, ମିନୁ ବାପା, ଦାଣ୍ଡ ଦୁଆରେ ପଡ଼ି ଗଲେ , ତାଙ୍କର ନିଃଶ୍ୱାସ ନେବାରେ ଅସୁବିଧା ହେଉଛି । ଶିଘ୍ର ଆସିବୁ। ମିନୁ ସାର୍ ଙ୍କୁ ଅନୁମତି ମାଗି ବସ୍ ଧରି ଗାଁ ରେ ପହଞ୍ଚିଲା। ବାପା ଙ୍କୁ ଦେଖି ସେ ଦୁଃଖୀ ହୋଇଗଲା। ମୁହଁରେ ଅକ୍ସିଜେନ ମାସ୍କ ଢ଼ଙ୍କା ମୁହଁରେ ବାପା ଝିଅକୁ ଦେଖି ତାଙ୍କ ମୁହଁରେ ଅଳ୍ପ ହସ ଝଲକି ଉଠିଲା। ମିନୁ କହିଲା, ବାପା କଣ ହେଲା ତୁମର ?? ବାପା କହିଲେ, ବାହାରୁ ଖରାରେ ଆସିଗଲି, ଦୁଆରେ ପାଦ ରଖୁ ରଖୁ ସବୁ ଅନ୍ଧାର ଦେଖାଗଲା, ସେଠୀ ପଡ଼ି ଗଲି। ଏପଟେ ବାପା କହିଲେ। ବୟସ ହେଲାଣି ମା କେତେବେଳେ କଣ ହେବ କିଛି କହି ହେବନି। ତୋର ଚାକିରୀ ଆଉ ତୋର ବାହାଘର ଦେଖିବା ଅଧାରେ ରହିଯିବ ବୋଲି ମନରେ ଭୟ ସୃଷ୍ଟି ହେଉଛି।


ମିନୁ ଆଖିରେ ଲୁହ ଆସିଗଲା । କହିଲା ତମର କିଛି ହେବନି ବାପା, ତମେ ଠିକ୍ ହୋଇଯିବ। ସନ୍ଧ୍ୟା ୭ଟା ରେ ସୁରେଶ ବାବୁ, ଗାଁ ବୁଲି ବୁଲି ଚିକିତ୍ସା କରନ୍ତି, ସେ ଆସି ପହଁଚିଲେ। ମିନୁ ତାଙ୍କୁ ଦେଖି ପ୍ରଣାମ କରିଲେ। ବାପାଙ୍କୁ କିଛି ମେଡ଼ିସିନ୍ ଦେଇ ବାହାରକୁ ଆସିଲେ। ପଛେ ପଛେ ମିନୁ ଆସି ପହଁଚିଲା। ପଚାରିଲା କଣ ହୋଇଛି ବାପା ଙ୍କ ର ? ସୁରେଶ ବାବୁ କହିଲେ । ମୁଣ୍ଡରେ ଏବଂ ଛାତିରେ ଆଘାତ ଲାଗିଛି। ମୋ ତରଫରୁ ମୁଁ ମେଡ଼ିସିନ୍ ଦେଇ ଦେଇଛି କିନ୍ତୁ ମୋ ମତରେ ତାଙ୍କୁ ସହର ର ଡାକ୍ତର ଖାନା କୁ ନେଇ ଯାଆନ୍ତୁ। କିଛି ଭଲ ଉପଚାର ହୋଇ ପାରିବ।

Part -2

Nilamadhab Bhuyan (Writer)

ଗୋଟିଏ ଡାଳର ପକ୍ଷୀ…୧


ଦିନବନ୍ଧୁ ବାବୁ ପେଶାରେ ଜଣେ ବୈଦିକ ଡାକ୍ତର। ବୟସ ପାଖାପାଖି ୫୭ ଡେଇଁଲାଣୀ। ସେ ବାହାରେ କୌଣସି ଜିନିଷ ଖାଆନ୍ତି ନାହିଁ । ସେ ଜାତିରେ ବ୍ରାହ୍ମଣ ନୁହନ୍ତି କିନ୍ତୁ ସେ ଧର୍ମ ପରାୟଣ ଲୋକ । ସେ ବେକାର କଥା ଅପେକ୍ଷା ପୂଜା ପାଠ ରେ ଅଧିକ ବିଶ୍ୱାସ ରଖନ୍ତି।

ଦିନେ ସନ୍ଧ୍ୟାରେ ନିଜର ସାଇକେଲ କୁ ଧରି ବଜାର ଅଭିମୁଖେ ବାହାରି ଗଲେ।

ବଜାର ରେ କାଳିଆ ବାବୁ ଦେଖା ହୋଇଗଲେ। ବହୁତ୍ ଦିନ ର ପୁରୁଣା ବନ୍ଧୁ ସହ ଦେଖା ହେବା ପରେ କାଳିଆ ବାବୁ କହିଲେ , ଆରେ ଦିନୁଆ ବହୁତ୍ ଦିନ ପରେ ଦେଖା ହୋଇଛି, ଚାଲ ଆଜି ବରା ପାକୁଡି ଟିକେ ଖାଇବା।

ଦିନବନ୍ଧୁ : ଆଉ ସେ ବୟସ ଅଛି କିରେ ଆଉ । ସ୍କୁଲ୍ ସମୟରେ ସେ ବରା ପାକୁଡ଼ି ର ମଜା ଏବେ କୁଆଡେ ମିଳିବ ??

କାଳିଆ : ଆରେ ସେଥିପାଇଁ ତ କହିଲି, ସେ ସ୍କୁଲ୍ ବେଳର ବରା ପାକୁଡ଼ି ର ସ୍ଵାଦ ଆଜି ତୋତେ ଖୁଆଇବି ।

ଦିନବନ୍ଧୁ : କେମିତି ??

କାଳିଆ : ଆମ ସାଙ୍ଗ ଗେଣ୍ଡୁଆ, ମନେ ଅଛି ତ ??

ଦିନବନ୍ଧୁ : ହଁ ହଁ , ଗଙ୍ଗାଧର ରାଉତ ନା ? ସେ କଣ କରିଛି କି??

କାଳିଆ : ଆରେ ସେ ଗୋଟିଏ ଟିଫିନ୍ ଷ୍ଟଲ୍ କରିଛି। ଆଉ ତାର ବରା ପାକୁଡ଼ି ଖାଇ ତୋତେ ସ୍କୁଲ୍ ର ବରା ପାକୁଡ଼ି କଥା ନିଶ୍ଚୟ ମନେ ପକେଇ ଦେବ।

ଦିନବନ୍ଧୁ : ନା ରେ ସାଙ୍ଗ!! ମୁଁ ବାହାର ଜିନିଷ ଖାଇଲେ ମୋ ଦେହରେ ଯାଏନି।

କାଳିଆ : ଚାଲ କିଛି ହେବନି। ଆରେ ସ୍କୁଲ୍ ବେଳେ ଯେମିତି କଂଜୁସ ଥିଲୁ ଏବେ ମଧ୍ୟ ସେମିତି କଞ୍ଜୁସ ଅଛୁ । ହଉ ଛାଡ଼ !!!

କଞ୍ଜୁସ ଶବ୍ଦ ଟି ଦିନବନ୍ଧୁ ବାବୁ ଙ୍କ ହୃଦୟ କୁ ବହୁତ୍ କଷ୍ଟ ଦେଲା । ସେ ଆଉ ରହି ନ ପାରି । କହି ଉଠିଲା ଆରେ ଚାଲ୍, ଆଜି ମୁଁ ତୋତେ ଖୁଆଇବି। ଏତିକି କହି ଦୁହେଁ ଚାଲିଲେ ଗେଣ୍ଡୁଆ ଦୋକାନ କୁ ।

କାଳିଆ: ଆଜି ବହୁତ୍ ଦିନ ପରେ ଦିନୂଆ ଖୁଆଇବା ପାଇଁ ଇଚ୍ଛା କରିଛି, ତୁ କଣ ଭାବୁଛୁ ?

ଗଙ୍ଗାଧର (ଗେଣ୍ଡୁଆ) : ଆରେ ଭାଇ ମୋର ତ ଲାଭ ହେବ ମୁଁ କାହିଁକି ମନା କରିବି ଯେ ?

ଦିନବନ୍ଧୁ ବାବୁ ପ୍ୟାକେଟ ଭିତରେ ହାତ ପୁରାଇ ଦେଖିଲେ ଯେ ୧୦୦ ଟଙ୍କିଆ ନୋଟ୍ ଟିଏ ପଡ଼ିଛି । ମନେ ମନେ ଭାବିଲା ଯେ, ହେ ଭଗବାନ ମୋର ଇଜ୍ଜତ ଆଜି ବଞ୍ଚିଗଲା କିନ୍ତୁ ଏଠି କାଳିଆ ଗେଣ୍ଡୁଆ କୁ ଆଖି ଠାରରେ କିଛି ଗୋଟେ କହିଲେ । ଗେଣ୍ଡୁଆ ବରା ଛାଣିଲା ଏବଂ ଏପଟେ ଖାଇବାକୁ ଦେଉଥିଲା। କାଳିଆ ଆଉ ଦିନବନ୍ଧୁ ମିଶି ବରା ପାକୁଡ଼ି ଖାଇବା ଆରମ୍ଭ କରିଲେ କିନ୍ତୁ ପର ମୁହୂର୍ତ୍ତରେ ଦିନବନ୍ଧୁ ଶୋଷରେ ଆଉଟୁ ପାଉଟୁ । ସେ ଢ଼କ ଢ଼କ କରି ଦୁଇ ଗ୍ଲାସ୍ ପାଣି ପିଇଗଲେ।

ଦିନବନ୍ଧୁ: କଣ କରିଲୁ ରେ ଗେଣ୍ଡୁଆ !! ଏତେ ରାଗ କଣ?? ଗେଣ୍ଡୁଆ କହିଲା ଆରେ ଭାଇ ରାଗ ବରା ଟି ତୋ ଆଡେ଼ ଚାଲି ଗଲା ବୋଧେ ।

କାଳିଆ : ଆରେ ଦିନୁଆ । ମୋତେ କ୍ଷମା କରିବୁ, ମୁଁ ହିଁ କହିଥିଲି ଅଳ୍ପ ରାଗ କରିବା ପାଇଁ । ଦିନବନ୍ଧୁ କଣ କରିବ ଯେ । ଭୁଲ ତ ମାଗିଲାଣି ଆଉ କଣ ଗାଳି ଦେବ !!

କିଛି ସମୟ ପରେ ସେମାନେ ତାଙ୍କ ପୁରୁଣା ସ୍କୁଲ୍ ର ପଡିଆ କୁ ବୁଲିବାକୁ ବାହାରିଲେ । ସେଠୀ ପଡିଆ ତ ନାହିଁ । ସ୍କୁଲ୍ ର ନୁଆ ଅଫିସ୍ ତିଆରି ହୋଇ ଯାଇଛି । ମାତ୍ର ପାଖରେ ଅଳ୍ପ ଜାଗା ଥିଲା ସେଠୀ ସମସ୍ତେ ବସିଲେ । ସୂର୍ଯ୍ୟ ପଶ୍ଚିମ ଦିଗରେ ଲାଲ ରଙ୍ଗର ବଳୟ ଭିତରେ ଘୋଡ଼ି ହେବାକୁ ଲାଗିଥିଲେ ।

ଦିନବନ୍ଧୁ : କଣ ଆଉ ତୋ କଥା କହ କାଳିଆ ??

କାଳିଆ: କଣ କହିବି ରେ ଭାଇ । ବିବାହ ର ୧୧ ବର୍ଷ ପରେ ଖୋଜି ନୋଡ଼ି ପୁଅ ଟିଏ ପାଇଥିଲି। ୧୦ ବର୍ଷ ତଳେ ଗୋଟିଏ ତଳ ଜାତିର ଝିଅ କୁ ଧରି କେରଳ ରେ ରହୁଛି । ନାତି ଏବଂ ନାତୁଣୀ ଦୁହିଙ୍କ ଫଟୋ ସିନା ଦେଖିଛି କିନ୍ତୁ ପାଖକୁ ଆସିବାକୁ ପୁଅ ମନା କରିଛି । ସେ ରାଗ ଧରି ବସିଛି । ସେ ଯେତେବେଳେ ଝିଅ କୁ ନେଇ କେରଳ ଗଲା । ମୁଁ ରାଗରେ ତାକୁ ତେଜ୍ୟ ପୁତ୍ର ର ଦର୍ଜା ଦେଇ ଥିଲି କିନ୍ତୁ ଦଶ ବର୍ଷ ପୁରୀ ଗଲାଣି । ସେ ସେହି କଥାଟିକୁ ଧରି ବସିଛି କିନ୍ତୁ ତାର କଥା ଭାରି ମନେ ପଡୁଛି। ନେତା ଗିରି ରେ ଖର୍ଚ୍ଚ ଚଳି ଯାଉଛି କିନ୍ତୁ ପୁତ୍ର ମୋହ ରେ ଦିନ ବିତୁଛି । ଛାଡ ମୋ କଥା, ତୋ କଥା କହ ???

If the contents are helpful to share them with your friends, Thanking You.

ଗୋଟିଏ ଡାଳର ପକ୍ଷୀ…୨

ଦୀନବନ୍ଧୁ: ମୋର ମଧ୍ୟ କାହାଣୀ ସେହିଭଳି । ଶୁଣିବୁ ଯଦି ଶୁଣ ! ବିବାହ ର ୨ ବର୍ଷ ପରେ ମୋ ସ୍ତ୍ରୀ ଲତା ମୋତେ ଏକା କରି ଚାଲିଗଲା । ତାର ଦୁଃଖରେ ମୋର ପିଅନ କାମରେ ମନ ଲାଗିଲାନି, କାମ ଛାଡ଼ି ଦେଲି। ମୋ ଚାକିରୀ କାଳ ରେ ଟଙ୍କା ବହୁତ୍ ରଖିଥିଲି ମାତ୍ର କୋଉ କାମକୁ ନୁହଁ । ଭାଇ ର ପୁଅ କୁ ନିଜ ପୁଅର ଦର୍ଜା ଦେଲି କାଳେ ମୁହଁରେ ନିଆଁ ଟିକେ ଦେବ। କିନ୍ତୁ ମୋ ଭାଇ ମୋ ପଛ ପଟେ ଛୁରୀ ମାରି ଦେଲା ରେ । ମୋର ଦସ୍ତଖତ ନେଇ ମୋର ସବୁ ସମ୍ପତି ତାର ପୁଅ ନାମରେ କରି ଦେଲା। ବିଶ୍ୱାସ ଥିଲା କିନ୍ତୁ ଦସ୍ତଖତ ର ପର ସେକେଣ୍ଡ ରୁ ସେ ମୋତେ ଗୋଇଠା ମାରି ଘରୁ ବାହାର କରିଦେଲା। ବଳ ବୟସ ନଥିଲା । ପିଅନ କାମ କୁ ହରେଇ ପଶ୍ଚ୍ୟାତାପ କରିଲି କିନ୍ତୁ ବେଳ ଗଡି ଯାଇଥିଲା। ବୈଦିକ କାମ ଅଳ୍ପ ଜାଣିଥିଲି। ମୋ ଶଶୁର ର ଘର ଲୋକେ ମୋତେ ତାଙ୍କ ଘର ପାଖରେ ଗୋଟିଏ ଯାଗା ଦେଲେ। ସେଠୀ ଘର ଟିଏ କରି ଆୟୁର୍ବେଦ ର ଔଷଧ ଦୋକାନ ଟିଏ ଖୋଲିଲି ।

ଏ ଦୁହିଁ ଜଣଙ୍କ କଥା ଶୁଣି ଗଙ୍ଗାଧର ର ଆଖିରୁ ଲୁହ ବାହାରି ଗଲା । ଗଙ୍ଗାଧର ବହୁତ୍ ଭାବୁକ ଲୋକ । ସେ ଏହି ଦୁଇ ଜଣଙ୍କ କଥା ଶୁଣି କହି ଉଠିଲେ ସମସ୍ତଙ୍କ ଘର ର ସମାନ କାହାଣୀ ରେ ଭାଇ ମାନେ । ମୋ କାହାଣୀ ମଧ୍ୟ ଟିକେ ଅଲଗା ପ୍ରକାର ର । ଦୁହେଁ ଗଙ୍ଗାଧର ଆଡ଼କୁ ଚାହିଁ ରହିଲେ । ପଚାରିଲେ ତୋର ପୁଣି କଣ ରେ ? ତୋ ପରିବାର ତ ଖୁସିରେ ଅଛନ୍ତି । ଏବେ ତୋ ପୁଅ କୁ ତୁ ଦୁଇ ମାସ ପୂର୍ବରୁ ବିବାହ କରେଇଲୁ ନା ?

ଗଙ୍ଗାଧର: କରେଇଲି ସତ ? କିନ୍ତୁ ସେ କଥା ନ କହିବା ହିଁ ଭଲ ! (ଏତିକି କହି ଗଙ୍ଗାଧର ପୁଣି କାନ୍ଦି ଉଠିଲା) ଦୁହେଁ ଗଙ୍ଗାଧର କୁ ବୁଝେଇ କହିଲେ । ମନ ଦୁଃଖ କରେନି । ତୁ ମଧ୍ୟ ତୋ ଦୁଃଖ ଆମ ସହିତ ସେୟାର କରି ଦେ। ମନ ହାଲୁକା ହୋଇ ଯିବ।

ଗଙ୍ଗାଧର କହି ଉଠିଲା, ହଁ ରେ ଭାଇ। ଏତେ ଦିନ ହେଲା ମନରେ ରଖିଛି କାହାକୁ କହିନି କିନ୍ତୁ ଆଜି କହିବି ।

ଶୁଣ, ଭଲ ଘର ଦେଖି ଝିଅ ଟିଏ ଆଣିଲି ସତ । ଘର ତ ଠିକ୍ କିନ୍ତୁ ଝିଅ କଥା ନ କହିବା ହିଁ ଭଲ । ପୁଅ ର ବିବାହ ପରେ ସେ ସୁରଟ ଚାଲିଗଲା କିନ୍ତୁ ତା ପର ଦିନଠୁ ସେ ଆମକୁ ଠିକ୍ ରେ ଖାଇବା ପାଇଁ ଦୁଇ ମୁଠା ଦେଉନି। ଲୁଗା ଛାଡ଼ି ନାଇଟୀ ଟେ ପିନ୍ଧି ଦାଣ୍ଡ ପିଣ୍ଡାରେ ମୋବାଇଲ୍ ଧରି ଘଣ୍ଟା ଘଣ୍ଟା କାହା ସହିତ ଗପୁଛି କେଜାଣି, ସେ ଜାଣେ । ବେଳେବେଳେ ନିଜ ଗାଁ କୁ ଯାଉଛି କହି ଯାଉଛି କିନ୍ତୁ ନିଜ ଗାଁ କୁ ଯାଉନି, ଆଉ କୁଆଡେ ଯାଉଛି ଭଗବାନ ଜାଣନ୍ତି ।

ପୁଅ କୁ ଆମେ ତା ବିରୁଦ୍ଧରେ କହିବୁ ବୋଲି ଭାବିଲୁ କିନ୍ତୁ ମୋ ପୁଅ କୁ ସେ କଣ ପାଠ ପଢେଇଛି କେଜାଣି, ସେ କହୁଛି ଯେ ମୋ ସ୍ତ୍ରୀ ଯୁଆଡେ ଗଲେ ମଧ୍ୟ ତମେ ତାକୁ ପଚାରିବ ନାହିଁ । ତା ମା, ସହି ନ ପାରି କହିଦେଲା ଯେ , ତୋ ସ୍ତ୍ରୀ ଖରାପ ଦିଗ କୁ ଗତି କରୁଛି ତାକୁ ତୁ ବୁଝା । ପୁଅ ଏତିକି ଶୁଣି ଆମ ଦୁହିଁଙ୍କ ଉପରେ ଖରାପ ଭାଷା ରେ ଗାଳି ଦେଲା । ସେଦିନ ଠାରୁ ଫୋନ୍ ଥରେ ମଧ୍ୟ କରୁନି । ଏପଟେ ବୋହୂ ଆମ କୁ ଅଳ୍ପ ଖାଇବାକୁ ଦେଉଥିଲା ସେତିକି ମଧ୍ୟ ବନ୍ଦ କରି ଦେଲା । ଆମେ ଅନ୍ୟ ରୁମ୍ ରେ ରାନ୍ଧି ଖାଉଛୁ ।

ଏବେ ପନ୍ଦର ଦିନ ତଳର କଥା । ସେଦିନ ତ ପାଣି ତଣ୍ଟି ପର୍ଯ୍ୟନ୍ତ ପହଞ୍ଚି ଗଲା । ବୋହୂ ଗାଁ ଯିବାର ଦୁଇ ଦିନ ହୋଇ ଯାଇଥିଲା ।

ରାତି ଦୁଇଟା ରେ ଗୋଟିଏ ଅଟୋ ରେ ଆସି ପହଞ୍ଚିଲା । ମୁହଁ ଟା ମଦ ଗନ୍ଧ ରେ ଭରା । ଡ୍ରେସ୍ ପିନ୍ଧିବା ଶୈଳୀ ତ ନ କହିବା ଭଲ। ସେଦିନ ମୁଁ ତାକୁ ରାଗରେ ଗାଳି ଦେଲି କିନ୍ତୁ ତାର ପ୍ରତିଫଳ ମଧ୍ୟ ମୋତେ ମିଳିଗଲା । ସଙ୍ଗେ ସଙ୍ଗେ ଚାପୁଡ଼ା ଟିଏ ମୋ ଗାଲରେ ଲଗେଇ ଘର ଭିତରକୁ ଯାଇ କବାଟ କିଳୀ ଶୋଇ ପଡ଼ିଲା । କଣ କହିବି ରେ ଭାଇ । ଦୁଃଖ କହିଲେ । ରାତି ପାହିଯିବ ।

ଏତିକି କହି ଗଙ୍ଗାଧର ମୁଣ୍ଡ ନୁଆଇଁ ଲୁହ ଗଡ଼େଇ ଚାଲିଥିଲା। ତିନି ଜଣ ଯାକ ଭାବୁକ ହୋଇ ଯାଇଥିଲେ । ଆଖିରେ କେବଳ ଲୁହ ଥିଲା । ସମସ୍ତେ ଏଠି ଗୋଟିଏ ଡାଳର ପକ୍ଷୀ ।

ସମସ୍ତେ ଫେରିବାକୁ ଲାଗିଲେ। ରାତି ହେବାକୁ ଆସିଲାଣି । ସମସ୍ତେ ନିଜ ମନର କୋହ କୁ ନିଜ ବନ୍ଧୁ ସହିତ ସେୟାର କରି ନିଜ ହୃଦୟ କୁ ହାଲୁକା ମନେ କରୁଥିଲେ । ଘରେ ପହଞ୍ଚି ସମସ୍ତେ ଗୋଟିଏ କଥା ଭାବିବାକୁ ଲାଗିଲେ । ଆମେ ଭାବୁଛେ ଆମର ହିଁ ସମସ୍ୟା ଅଛି । ଏଠି କାହାର ସମସ୍ୟା ନାହିଁ କୁହ ?? ଏଠି କେହି କହି ପାରୁଚି ତ କେହି ଲୁଚେଇ ରଖି କାନ୍ଦୁଛି। କେହି ସମ୍ମାନ ହାନି ହୋଇଯିବ ଭାବି ନିଜ ଘର କଥା କହିବାକୁ ଉଚିତ୍ ମନେ କରୁ ନାହାନ୍ତି କିନ୍ତୁ ଏଠି ସମସ୍ତଙ୍କ କାହାଣୀ ଗୋଟିଏ ।

ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ….

ଆଶା କରୁଛି କାହାଣୀ ଟି ଆପଣଙ୍କ ମନକୁ ନିଶ୍ଚୟ ଛୁଇଁ ଥିବ। ସେୟାର କରିବାକୁ ଭୁଲିବେ ନାହିଁ ।

ଧନ୍ୟବାଦ

If the contents are helpful to share them with your friends, Thanking You.

ପାଗଳ… (ଶେଷ)

ତୃତୀୟ ଭାଗ ପଢ଼ିବା ପାଇଁ ଏଠି କ୍ଲିକ୍ କରନ୍ତୁ ।

ଏତିକିବେଳେ ସେହି ଗ୍ରାମର ଜଣେ ଡାକ୍ତର ଆସି ପଚାରିଲା ? ଆପଣ ତାଙ୍କୁ ଜାଣିଛନ୍ତି ? ତାକୁ ପ୍ରାୟ ୩-୪ ଜଣ ମିଶି ବହୁତ୍ ମାଡ ମାରିଛନ୍ତି ଏବଂ ବାମ ଗୋଡ଼କୁ କେହି ଲୁହା ରଡ୍ ରେ ପିଟିବା ଫଳରେ ସେ ଗୋଡଟି କାମ କରୁନି ଏବଂ ପଛପଟୁ ତାଙ୍କ ମୁଣ୍ଡକୁ ମଧ୍ୟ କେହି ପିଟିବାରୁ ତାର କିଛି ସ୍ନାୟୁ ଶିରା ପ୍ରଶିରା ରେ ଆଘାତ ଲାଗିଛି ଏବଂ ତାର ବ୍ରେନ କାମ କରୁନି । ସେ କାହାକୁ ଚିହ୍ନି ପାରୁନି ।

ମଧୁ ଡାକ୍ତର ବାବୁ ଙ୍କ ଠାରୁ ଏତିକି ଶୁଣି । ସେ ବାପାଙ୍କ ପାଖକୁ ଦଉଡ଼ି ଆସି କହିଲା । ଏମିତି କାହିଁକି କରିଲ ବାପା ?

କଣ ଭୁଲ ଥିଲା କିରଣ ର ? ଯଦି ଭୁଲ ମୋର ଥିଲା, ତେବେ ତାକୁ ଏତେ ବଡ ଦଣ୍ଡ ଦେବା କଣ ଠିକ୍ ହେଲା? ତମେ ମଣିଷ ନା ଜଣେ ପଶୁ । ଏମିତି କେହି କେବେ କାହା ସହିତ ବ୍ୟବହାର କରନ୍ତି ? ତମ ର ରାଜନୀତି ରେ କେବଳ ଟଙ୍କା ମିଳେ କିନ୍ତୁ ଇଜ୍ଜତ୍ ମିଳେ ନାହିଁ କାରଣ ତମେ ସାଧାରଣ ଲୋକଙ୍କୁ ପଶୁ ଭଳି ଭାବୁଛ ? ଏ ଯଦି ତୁମ ପୁଅ ହୁଅନ୍ତା ତେବେ ତମେ କଣ ଏମିତି କରି ଥାନ୍ତ?

ଝିଅ ର କଥା ଶୁଣି ବାପା କହିଲେ, ଝିଅ ଏ କାମ ମୋର ନୁହଁ ତୁ ମୋତେ କାହିଁକି ଭୁଲ ବୁଝୁଚୁ । ତୋର ଜିଦ୍ଦି ଯୋଗୁଁ ମୁଁ ରାଜି ହୋଇଯାଇଥିଲି ଏବଂ ସନ୍ଧ୍ୟାରେ କିରଣ ଘରକୁ ଯାଇ ବିବାହ ବିଷୟରେ କଥା ହେବାକୁ ଭାବିଥିଲି । କିନ୍ତୁ ୪ ଟା ବେଳେ ରାଧେ ମୋତେ ଫୋନ୍ କରି କହିଲା । ଅଙ୍କଲ ମୋ ରାସ୍ତା ର କଣ୍ଟା କୁ ମୁଁ ଏବେ ଉପରକୁ ପଠେଇ ଦେଇ ଆସିଲି। ଆପଣ ମୋ ସହିତ ବିବାହ ପ୍ରସ୍ତୁତି ଆରମ୍ଭ କରନ୍ତୁ।

ମୁଁ ପୁଣି ଥରେ କହୁଛି। ଏ କାମ ସବୁ, ସେ ରାଧେ ର । ସେ କେଉଁଠି ଖବର ପାଇ ଏମିତି କରିଛି । କରିବା ପରେ ମୋତେ ଜଣାଇଲା। ମୁଁ ନିରୁପାୟ ଥିଲି। ମୁଁ ଚୁପ୍ ରହିଲି । କିରଣ ର ମଉସା ତୋର ନାମ ନେଲା ପରେ ମୁଁ ତୋ ନାମ ସହିତ ରିପୋର୍ଟ ଲେଖିବା ପାଇଁ ମନା କରିଥିଲି । ଏମିତି ଘଟଣା ପରେ ମୁଁ ପୋଲିସ କୁ କହିଥିଲି ତାକୁ ଖୋଜି ବାହାର କର ।

ମଧୁ, ବାପା ତାଙ୍କୁ ଶୀଘ୍ର ମେଡ଼ିକାଲ ନେଇ ଚାଲ। ଆଉ କିରଣ କୁ ଠିକ୍ କରିବା ଦାୟିତ୍ବ ତୁମର । ବାପା କହିଲେ ଠିକ୍ ଅଛି । ସମସ୍ତେ କିରଣ କୁ ନେଇ ମେଡ଼ିକାଲ ରେ ପହଞ୍ଚିଲେ । ଏପଟେ ମଧୁ, ପୋଲିସ ଷ୍ଟେସନ କୁ ଯାଇ ରାଧେ ବିରୁଦ୍ଧରେ ରିପୋର୍ଟ ଲେଖେଇବା ପରେ । ପୋଲିସ ତାକୁ ଗିରଫ କରି ଆଣିଲା।

ମେଡ଼ିକାଲ ରେ ପ୍ରାୟ ୮ ମାସ ଚିକିତ୍ସା ପରେ କିରଣ ଶାରୀରିକ ଭାବେ ଠିକ୍ ହୋଇଗଲା କିନ୍ତୁ ମାନସିକ ସ୍ଥରରେ ରେ ସେମିତି ହିଁ ରହିଲା । ସେ ବେଳେବେଳେ କାହାକୁ ଜାଣି ପାରେ ତ ଆଉ କେତେବେଳେ କାହାକୁ ଚିଁହେ ନାହିଁ । ମଧୁ ପ୍ରତିଦିନ ତାର ସେବା ରେ ଲାଗି ପଡ଼ିଥିଲା । କାଳେ ସେ ଠିକ୍ ହୋଇଯିବ କିନ୍ତୁ ଭାଗ୍ୟ ର ଲିଖନ ଯାହା ଅଛି ତାହା ହିଁ ଘଟିବ । ୮ ମାସ ପରେ କିରଣ ମାଉସୀ ପାଖକୁ ଫେରି ଆସିଲା ସତ କିନ୍ତୁ ବେଳେ ବେଳେ ସେ ଚାଲି ଚାଲି ବହୁ ଦୂରକୁ ଚାଲିଯାଏ ।

ତାକୁ ଖୋଜି ପୁଣି ଆଣି ରଖୁଥିଲେ । ଏମିତି ଥରେ ନୁହେଁ ପ୍ରାୟ ୧୦ ଥର ରୁ ଅଧିକ ଏମିତି ଘଟିବା ପରେ । ମାଉସୀ ଆଉ ଖୋଜିବାକୁ ଚେଷ୍ଟା କରିଲେ ନାହିଁ। କିରଣ ପ୍ରତି ତାଙ୍କ ର ଦୟା ଆଉ ପ୍ରେମ ଯେମିତି ମରି ଯାଇଥିଲା। ଏପଟେ ବିବାହ କରିବାକୁ ଇଛା କରିଥିବା ମଧୁ ର ମନରେ ଅଳ୍ପ ପରିବର୍ତ୍ତନ ଦେଖା ଦେଇଥିଲା କାରଣ ତାର ବାପା ସବୁବେଳେ ତାକୁ ବୁଝୋଉ ଥାଆନ୍ତି ।

ସେ ଘଟଣା ର ୨ ବର୍ଷ ପରେ ଦିନେ କିରଣ ଯେମିତି ହଜିଗଲା । ବହୂ ଖୋଜା ଖୋଜି ପରେ ମଧ୍ୟ ସେ ମିଳିଲା ନାହିଁ । ଦେଖୁ ଦେଖୁ ବର୍ଷେ ହେବାକୁ ଲାଗିଲାଣି । କେହି କୁହନ୍ତି କୋଉଠି ମରି ଯାଇଥିବ କିମ୍ବା କୋଉ ଟ୍ରକ୍ ତଳେ ଆସି ଯାଇଥିବ। ଏମିତି କଥା କୁ ମଧୁ ମଧ୍ୟ ବିଶ୍ୱାସ କରିବାରେ ଲାଗିଲା ଏବଂ କିରଣ ର ଖବର ନ ପାଇ ଶେଷରେ ଗୋଟିଏ ଇଞ୍ଜିନିୟର ସହିତ ବିବାହ ହେବାକୁ ରାଜି ହେଲା ।

ଯୋଗ ଭୋଗ ମୋହ ମାୟା କେମିତି ଦେଖ! ଯେଉଁ ଦିନ ତାର ବାହାଘର ସରି ଶାଶୁ ଘରକୁ ଯିବାରେ ଲାଗିଥିଲା । ରାସ୍ତାରେ ଦାଢ଼ି ଭୂତୁରା ବାଳ ରେ ଭରା, ହାତରେ ଗୋଟିଏ ବ୍ୟାଗ୍ ଧରି କିରଣ ରୋଡ଼ ଉପରକୁ ଆସି ଗାଡି ସାମ୍ନାରେ ପଡିଗଲା। ଗାଡି ଭିତରୁ ବର କନ୍ୟା ତାକୁ ଉଠେଇ ଆଣିଲେ। ଠିକ୍ ସେତିକି ବେଳେ କିରଣ ମୁଖରୁ ବାହାରି ଆସିଲା ଡାର୍ଲିଂ, ମଧୁ ଡାର୍ଲିଂ । ମଧୁ ଆଶ୍ଚର୍ୟ୍ଯ, ଏ ତ କିରଣ ! ମଧୁ ତାକୁ କୁଂଢ଼େଇ ବାକୁ ଚେଷ୍ଟା କରିଲା ବେଳକୁ କିରଣ ତା ଠାରୁ ଦୁରେଇ ଯାଇ କହିଲା ତମର ବିବାହ ସରିଛି । ତମେ ତମ ଜୀବନରେ ଖୁସିରେ ରୁହ ।

ମୋ ଭଳି ପାଗଳ କୁ ଭୁଲିବା ହିଁ ତୁମର ଉଚିତ୍ ପଦକ୍ଷେପ । ତମେ ଯାଅ ଏବଂ ନିଜ ଜୀବନ ସାଥି ସହିତ ଖୁସିରେ ବାକି ଜୀବନ କୁ ମଧୁମୟ କରିବାକୁ ଚେଷ୍ଟା କର। ଏତିକି କହି ସେ ଫେରି ଆସିଲା ନିଜ ଗାଁ କୁ । ମଧୁ ମଧ୍ୟ, ନିଜ ଲୁହ କୁ ଲୁଚେଇ ଫେରିଗଲା ନିଜ ନୂଆ ଜୀବନ ସାଥି ସହିତ। ତା ମନରେ ଦୟା ଆସିଲା କି ନାହିଁ କେହି ଜାଣେ ମାତ୍ର, ଥରେ ମଧ୍ୟ ସେ କିରଣ କୁ ଦେଖା କରିବାକୁ ଆସି ନାହିଁ ।

କିରଣ ସେହି ବର୍ଷେ ଭିତରେ ଜଙ୍ଗଲରେ ଜଣେ ସାଧୁ ବାବାଙ୍କ ଔଷଧି ଯୋଗୁ ସେ ପୁରାପୁରି ଠିକ୍ ହୋଇ ଯାଇଛି । ହଁ ବେଳେବେଳେ ତାର ମୁଣ୍ଡ କାମ କରେନି। କିନ୍ତୁ କିରଣ ସବୁ ଜାଣେ ଏବଂ ସେ ଗୃହ କୁ ପରିତ୍ୟାଗ କରି ସାରା ଜୀବନ ପାଗଳାମି ର ଅଭିନୟ କରିବାକୁ ସ୍ଥିର କରିଲା । ନିଜକୁ କଷ୍ଟ ଦେବ। ଯେଉଁଦିନ ଜୀବନ ମାଗିବାକୁ ଯମରାଜ ଆସିବେ ତାଙ୍କୁ ତାଙ୍କ ଆଗରେ ଖୁସିରେ ନିଜ ଜୀବନ କୁ ଅର୍ପଣ କରିଦେବ ।

ଏହା ଥିଲା କିରଣ ଦାସ ଙ୍କ ଡାଇରୀ ରୁ ଲେଖା ଥିବା କିଛି ଶବ୍ଦ । ଯାହା ଲୁଚି ରହି ଯାଇଥିଲା ଅନ୍ଧକାର ବସ୍ତାନି ଭିତରେ ଏବଂ ଆଜି ମଧ୍ୟ କିରଣ ପାଗଳ ଭାବେ ବୁଲୁଛି ଆଖ ପାଖ ଗ୍ରାମରେ। କେଉଁଠି ଖାଏ ତ କେତେବେଳେ ଭୋକରେ ରହେ କିନ୍ତୁ ସେ ସମସ୍ତଙ୍କୁ ଚିହ୍ନି ଜାଣି ମଧ୍ୟ ସେ ଅଳିଆ କୁ ଆପଣେଇ ନିଏ । ପଶୁ କୁ ସେ ସାଙ୍ଗ ର ଦର୍ଜା ଦେଇ ତା ସହିତ ବନ୍ଧୁ ର ହାତ ବଢ଼େଇ ଥାଏ । ଯଦି ଆପଣ କିରଣ କୁ କୋଉଠି ଦେଖନ୍ତି ତେବେ ଅନାଦର କରିବେ ନାହିଁ ।

ଏହା ଥିଲା ଗୋଟିଏ ପାଗଳ ର ଜୀବନୀ କାହାଣୀ । ଯଦି ଭଲ ଲାଗିଥାଏ ତେବେ ସେୟାର କରିବାକୁ ଭୁଲିବେ ନାହିଁ।

ଧନ୍ୟବାଦ

ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ…..

If the contents are helpful to share them with your friends, Thanking You.

ପାଗଳ…(ତୃତୀୟ)

ସେଦିନ ଦିନ ବେଳା ମଧୁ ଘରେ ଏମିତି ମହାଭାରତ ଶାନ୍ତ ହେଲା କିନ୍ତୁ କିରଣ ଘରେ କଳା ବାଦଲ ଖେଳିଗଲା। ଠିକ୍ ଦିନ ୩ ଟା ରେ ୪ ଜଣ ଲୋକ କିରଣ ଘରେ ପହଞ୍ଚିଲେ । ସେଠୀ କହିଲେ, ମଧୁ ସୁସାଇଡ କରିବା ପାଇଁ ଚେଷ୍ଟା କରିଛି ଏବଂ ବର୍ତ୍ତମାନ ସେ ମେଡିକାଲ ରେ ଅଛି ତୁମକୁ ଖୋଜୁଛି । କିରଣ ଏତିକି କଥା ଶୁଣି ସେ ବେଶି କିଛି ପ୍ରଶ୍ନ ନ କରି ଗାଡି ରେ ବସି ଗଲା। ଗାଡି ରେ ବସିବା ର ୨ ମିନିଟ୍ ପରେ ପରେ ତାକୁ କଣ ଗୋଟେ ସୁଙ୍ଘେଇ ଦେଲେ ଯେ ସେ ବେହୋସ୍ ହୋଇଗଲା। ତା ପର ଠାରୁ କିରଣ ର ଆଉ ଦେଖା ନାହିଁ ।

.

.

.

.

ତା ପର ଦିନ ମଧୁ କଲେଜ୍ ରେ ଆସି କିରଣ କୁ ଖୋଜି ବାକୁ ଲାଗିଲା କିନ୍ତୁ ତାର ଖବର ପାଇଲା ନାହିଁ । ସେ ପୁଣି ଫେରି ଗଲା ଘରକୁ, ସେ ଭାବିଲା ଯେ କିଛି ଗୋଟିଏ ପ୍ରୋବେଲମ୍ ହୋଇଥିବା ସେଥିପାଇଁ ସେ ଆସି ନଥିବ । ତା ପର ଦିନ ମଧୁ ପୁଣି ଥରେ କଲେଜ୍ ରେ ଖୋଜିଲା କିନ୍ତୁ କିରଣ ର ଖବର ନାହିଁ । ସେ ଘରକୁ ଆସି କିରଣ ପାଖକୁ ଯିବା ପାଇଁ କାର୍ ନେଇ ବାହାରିଲା। କିରଣ ଘରେ ପହଞ୍ଚିଲା ପରେ ମାଉସୀ ଏବଂ ମଉସା ଠାରୁ ସେ ଶୁଣିବାକୁ ପାଇଲା ଯେ ଗତ ଦୁଇ ଦିନ ରୁ କିରଣ ଘରେ ନାହିଁ । ସେଦିନ କିଛି ଲୋକ ଆସି କହିଲେ ଯେ ତମେ ମେଡ଼ିକାଲ ରେ ଅଛ ଏବଂ ତାକୁ ନେଇ ଚାଲିଗଲେ । ମୁଁ ସଂଧ୍ୟା ପର୍ୟ୍ୟନ୍ତ ଅପେକ୍ଷା କରିଲି ଶେଷରେ ପୋଲିସ ଷ୍ଟେସନ ଗଲି ସେଠୀ ମୋ ରିପୋର୍ଟ କେହି ଲେଖିଲେ ନାହିଁ ଓଲଟା ଗଳା ଧକ୍କା ଦେଇ ମୋତେ ଫେରେଇ ଦେଲେ। ଝିଅ, ତୁମକୁ ଆମର ଅନୁରୋଧ, ଆମ କିରଣ କୁ ଫେରେଇ ଆଣ?

ମଧୁ ପୋଲିସ ଷ୍ଟେସନ ଗଲା । ସେଠୀ ସେ ଶୁଣିବାକୁ ପାଇଲା ଯେ ସେ ଏଠି ଆସିଥିଲେ କିନ୍ତୁ ରିପୋର୍ଟ ଲେଖି ବାକୁ ମନା କରିଦେଲେ ସେଥିପାଇଁ ଆମେ ତଦନ୍ତ ଆରମ୍ଭ କରି ନାହୁଁ। ମଧୁ ପୋଲିସ କୁ ପୁଣିଥରେ ପଚାରିଲା , ସତ କୁହନ୍ତୁ । ସେ ଦୁଇ ଦିନ ଆସି ଫେରି ଯାଇଛନ୍ତି ଆପଣ ରିପୋର୍ଟ ନ ଲେଖିବାର କାରଣ କଣ ?? ବହୁତ୍ ବାଧ୍ୟ ପରେ , ପୋଲିସ ବାବୁ କହିଲେ , ଆପଣଙ୍କ ବାପା ମନା କରିଛନ୍ତି । ମଧୁ ସଙ୍ଗେ ସଙ୍ଗେ ଘରକୁ ଆସି ବାପା ପାଖରେ ପହଞ୍ଚିଲା । ବାପା କହିଲେ , ହଁ ମୁଁ ମନା କରିଛି। ସେ କାହା ସହିତ ଯାଇଥିବ । ରିପୋର୍ଟ ରେ ତୋ ନାଁ ସହିତ ରିପୋର୍ଟ ଫାଇଲ୍ କରିବା ପାଇଁ କହିବାରୁ ମୁଁ ମନା କରିଥିଲି ।

ମଧୁ ବାପା ଆଗରେ ହାତ ଯୋଡ଼ି କହିଲା , ବାପା ତମେ ସବୁ ଜାଣିଛ ? କିରଣ କାହିଁ, କୁଆଡେ ଗଲା? ତାକୁ ଖୋଜି ଆଣିଦିଅ। ତାକୁ ତମେ ମୋ ସହିତ ବିବାହ ଦେବାକୁ ହଁ କରିଥିଲ । ତାକୁ ଖୋଜି ଆଣି ଦିଅ ।

ବାପା ପ୍ଲିଜ୍ । ବାପା ମନା କରି କହିଲେ ମୁଁ ଜାଣିନି ତାକୁ , ସେ କୁଆଡେ ଯାଇଛି । ସେ ଯଦି ଫେରି ଆସିବ ତେବେ ତୋ ସହିତ ତାର ବିବାହ କରିଦେବି। ମଧୁ, ପ୍ଲିଜ୍ ବାପା ତାର ସହିତ କିଛି ଅଘଟଣ ହୋଇନି ନା? ପ୍ଲିଜ୍ ବାପା କୁହ ?

କୁହ ବାପା, ସତ କୁହ??

ଯଦି ସେ ଫେରି ନ ଆସିଲା ତେବେ ମୁଁ ସତରେ ଆତ୍ମହତ୍ୟା କରିଦେବି ।

ବାପା ପ୍ଲିଜ୍, ପ୍ଲିଜ୍ ବାପା,

(ମଧୁ ବାପାଙ୍କ ଗୋଡ କୁ ଧରି କାନ୍ଦି ବାକୁ ଲାଗିଲା ।)

ଝିଅ ର ଅବସ୍ଥା ଖରାପ ଦେଖି । ବାପା ଙ୍କ ମନ ବଦଳିବାକୁ ଲାଗିଲା । ବାପା କହିଲେ ସେ ଆଉ ଏ ଦୁନିଆରେ ନାହିଁ । ମଧୁ ଏତିକି ଶୁଣି ତାର ଚେତା ବୁଡିଗଲା । ସଙ୍ଗେ ସଙ୍ଗେ ତାକୁ ପାଣି ଛିଟା ଦେଇ ଉଠେଇଲେ। ମଧୁ, ବାପା ତମେ ମୋତେ ତା ପାଖକୁ ନେଇ ଚାଲ ପ୍ଲିଜ୍ । ବାପା କହିଲେ ମୁଁ ଜାଣିନି ସେ କୋଉଠି ଅଛି ? ମଧୁ, ବାପା ପ୍ଲିଜ୍ ତମେ କଣ ପାଇଁ ଏମିତି କରିଲ ? ତମ ଝିଅ ର ଜୀବନରେ କଳା ଦାଗ କାହିଁକି ବୋଳି ଦେଲ ? ଏହି ଘଟଣା ପାଇଁ ମୁଁ ତୁମକୁ କେବେ କ୍ଷମା କରିବି ନାହିଁ ଆଉ ତୁମକୁ ବାପା ର ସମ୍ମାନ କେବେ ମଧ୍ୟ ଦେବୀ ନାହିଁ ।

ପ୍ଲିଜ୍ ବାପା, ମୋତେ କିରଣ ପାଖକୁ ନେଇ ଚାଲ ।

ଠିକ୍ ଏତିକିବେଳେ ଲ୍ୟାଣ୍ଡ ଫୋନ୍ ବାଜି ଉଠିଲା । ସେପଟୁ କେହି ଜଣେ କହୁଥାଏ ଏବଂ ମଧୁ କୁ ସ୍ପଷ୍ଟ ଶୁଣାଯାଉଥିଲା । ସେପଟୁ କେହି କହିବାକୁ ଲାଗିଲା । ଆଜ୍ଞା ସେଦିନ ସେ ଟୋକାକୁ ପିଟି ନଦୀ ରେ ଫୋପାଡି ଦିଆ ଯାଇଥିଲା ନା ସେ ଆଜି ମିଳିଯାଇଛି ଆଉ ସେ ବଞ୍ଚିଛି। ଏଠି ୧୦ କିମି ଦୂର ନଦୀ ପାଖ ଗୋଟିଏ ଗାଁ ରେ ପୋଲିସ ପଚରା ଉଚରା ପରେ ଜଣା ପଡ଼ିଛି । ମଧୁ, ବାପାଙ୍କୁ କହିଲା , ବାପା ପ୍ଲିଜ୍ ବାପା , ମୋତେ ତା ପାଖକୁ ନେଇ ଚାଲ । ଝିଅ ର ଅନୁରୋଧ ରେ ବାପା ଝିଅ କୁ ନେଇ ସେଠୀ ପହଞ୍ଚିଲେ । ସେ ଗାଁ ଲୋକ କିରଣ କୁ ନେଇ ଆସିଲେ ।

ମଧୁ ଓହ୍ଲାଇବା ପରେ ସଙ୍ଗେ ସଙ୍ଗେ ଯାଇ କିରଣ କୁ ଜାବୁଡି ଧରିଲା। କିନ୍ତୁ କିରଣ ଚୁପ୍ ଚାପ୍ ପଥର ଭଳି ଠିଆ ହୋଇ ଥାଏ । ପ୍ରାୟ କିଛି ସେକେଣ୍ଡ ପରେ କିରଣ କହିଲା । ତମେ କିଏ ? ମୋତେ କାହିଁକି ଏମିତି ଜାବୁଡି ଧରିଛ ? ମଧୁ, ମୁଁ ମଧୁ ତୁମର ମଧୁ, ତମେ ଚିହ୍ନି ପାରୁନ?? ମଧୁ ବହୁତ୍ ବୁଝେଇବା ପାଇଁ ଚେଷ୍ଟା କରିଲା କିନ୍ତୁ କିରଣ ନା ମଧୁ କୁ ଚିହ୍ନି ପାରୁଛି ନା ଆଉ କାହାକୁ ? ମଧୁ , ଦଉଡ଼ି ଆସିଲା ବାପା ପାଖକୁ। ବାପା ତାର କଣ ହୋଇଛି ? ସେ ଚିହ୍ନି ପାରୁନି କାହିଁକି ? ବାପା ଚୁପ୍ ଥିଲେ।

ଚତୁର୍ଥ ଭାଗ କୁ ପଢ଼ିବା ପାଇଁ ଏଠି କ୍ଲିକ୍ କରନ୍ତୁ ।

ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ…..

If the contents are helpful to share them with your friends, Thanking You.

ପାଗଳ…(ଦ୍ଵିତୀୟ)

ପ୍ରଥମ ଭାଗ ପଢ଼ିବା ପାଇଁ କ୍ଲିକ୍ କରନ୍ତୁ ।

କିରଣ ଆରେ ତମେ ବୁଝିବନି । ମଧୁ, ତମେ କହିବା ବନ୍ଦ କରେ । ମୋତେ ମଧୁ ବୋଲି ଡାକିବୁ ନହେଲେ ତୋର ମୁହଁ ଫଟେଇ ଦେବୀ । କିରଣ, ଶୁଣ ମଧୁ? ମୋର ସ୍ଥିତି ଆଉ ତୁମ ସ୍ଥିତି ଆକାଶ ପାତାଳ ସହ ସମାନ । ମଧୁ, କଣ ସ୍ଥିତି? ତୁ ତୋ ମାଉସୀ ପାଖରେ ରହୁଛୁ, ତୋ ବାପା ମା ଏ ଦୁନିଆରେ ନାହାନ୍ତି ଆଉ ତୋତେ ମୋ ଲାଇଫ ପାର୍ଟନର କରିଲେ ମୋ ସହିତ ତୁ ରହିବୁ। ଏଥିରେ ଅସୁବିଧା କଣ ? କିରଣ, ଅସୁବିଧା ନାହିଁ। ମୁଁ ମୋ ମାଉସୀ କୁ ସାହାଯ୍ୟ କରିବାକୁ ହେବ। ତାଙ୍କର କେହି ପୁଅ ନାହାନ୍ତି , ମୋତେ ପୁଅ ଭଳି ପାଳି ବଡ କରିଛନ୍ତି । ତାଙ୍କୁ ତ ଭୁଲି ପାରିବିନି । ତାକୁ ସପୋର୍ଟ କରିବାକୁ ପଡ଼ିବ ନା !

ମଧୁ, ସେ କଥା ମୁଁ ବୁଝିବି । ତୁ ହଁ କରିବା ଦରକାର। କିରଣ, ନାହିଁ ମଧୁ ତମେ ରାଜନୀତି କରିବା ଲୋକ ଆଉ ମୋତେ ରାଜନୀତି ପସନ୍ଦ ନାହିଁ । ମଧୁ, ତାହା ହେଲେ , ମୁଁ ଆଜି ଠାରୁ ସଭାପତି ପଦ ରୁ ଇସ୍ତଫା ଦେଇ ଦେଉଛି । ତୁ ଖୁସି ହେବୁ ନା? କିରଣ, ତମ ବାପା ତ ଛାଡ଼ି ପାରିବେ ନାହିଁ ନା ? ମଧୁ, ତେବେ ଚାଲ, ଆଜି ଏହି ସମୟରୁ ଆମେ ଦୁହେଁ କୁଆଡେ ଫେରାର ହୋଇ ଯିବା। କିଛି ଦିନ ଗଲା ପରେ ସବୁ ଠିକ୍ ହୋଇଯିବ । ମୋ ବାପା ମୋତେ ସପୋର୍ଟ ମଧ୍ୟ କରିବେ । କାରଣ ମୋ ଖୁସି ପାଇଁ ସେ କିଛି ମଧ୍ୟ କରିବାକୁ ରାଜି ହୋଇ ଯାଆନ୍ତି ।

କିରଣ, କଣ ବେକାର କଥା କହୁଛ । ତମ ସର୍ତ୍ତ ରେ ମୋର ଏକମତ ନୁହଁ। ମୁଁ ତୁମ ସହିତ ବିବାହ କରି ପାରିବି ନାହିଁ । ମଧୁ, ପୁଣି କଣ ଅସୁବିଧା? ଯାହା ହୋଇ ଯାଉ ପଛେ ମୁଁ ତୋତେ ହିଁ ବାହା ହେବି । ଏତିକି କହି ସେ ରୋଡ ରେ ଚାଲି ଚାଲି ଯିବାକୁ ବାହାରିଲା। କିରଣ କହିଲା, ମୋତେ ବୁଝିବାକୁ ଚେଷ୍ଟା କର। ତୁମ ବଂଶ ପରମ୍ପରା ଅଲଗା। ତମ ବାପା ଆମ ସମ୍ପର୍କ କୁ ମାନ୍ୟତା ଦେବେ ନାହିଁ । ମଧୁ ପୁଣି ଥରେ ବୁଲି ଆସି କିରଣ ର ସାଇକେଲ ରେ ବସି ପଡ଼ି କହିଲା। ଚାଲ ମୋ ସହିତ। ମଧୁ, କିରଣ କୁ ନେଇ ପହଞ୍ଚିଲା ମଧୁ ଘରେ । କିରଣ ର ଇଚ୍ଛା ନଥାଇ ମଧ୍ୟ ମଧୁ ର ବାଧ୍ୟକତା ରେ ସେ ପହଞ୍ଚି ଥିଲା । ମଧୁ ର ମା କିରଣ କୁ ପାଛୋଟି ନେଇ ସମ୍ମାନ ଦେଇ ଖାଇବାକୁ ଦେଲେ। ମଧୁ, ର ବାପା କିରଣ କୁ ଦେଖି ଅଳ୍ପ ରାଗ ମୁହଁରେ କଥା ହେଲେ ଏବଂ ଘର ଭିତରକୁ ଯାଇ ମଧୁ ର ମା କୁ କହିଲେ ଯେ ଏ ପୁଅ କିଏ? ମଧୁ ର ମା କହିଲେ, ଏ ହେଉଛି ମଧୁ ର ସାଙ୍ଗ। ମଧୁ ର ବାପା ପଚାରିଲେ ? ସାଙ୍ଗ ନା ବଏଫ୍ରେଣ୍ଡ ? ବାପା କହିଲେ। ମଧୁ କୁ ବୁଝେଇ ଦିଅ ସେ ଏ ପୁଅ ର ପିଛା ଛାଡ଼ି ଦେବ। ତା ପାଇଁ ଗୋଟିଏ ଭଲ ପ୍ରସ୍ତାବ ଦେଖିଛି ମୁଁ ।

ସେପଟ ରୁମ୍ ରୁ ମଧୁ , ବାପାଙ୍କୁ ଡାକିବା କୁ ଲାଗିଲା । ବାପା ପହଞ୍ଚିଲେ। ବାପା, କିରଣ ସହିତ ୫ ମିନିଟ କଥା ରେ କେବଳ କିରଣ ର ଘର, ବଂଶ ଆଭିଜାତ୍ୟ ବିଷୟରେ ପଚାରିବାରେ ଲାଗିଲେ । ମଧୁ, ବାପା ବହୁତ୍ କଥା ଅଛି କେବଳ ବଂଶ ଜାତି ପଚାରିବା କଣ ଠିକ୍ ?? କିରଣ ଚୁପ୍ ଥାଏ। ବିନା ବିଳମ୍ବ ରେ ମଧୁ ବାପା ଙ୍କୁ କହିଦେଲା । ବାପା ମୁଁ କିରଣ କୁ ପସନ୍ଦ କରେ ଏବଂ ତାକୁ ବିବାହ କରିବାକୁ ଚାହେଁ । ଆପଣଙ୍କ ମତ କଣ ? ମଧୁ ର ବାପା , ମଧୁ ର ପ୍ରଶ୍ନ ରେ କିଛି ସମୟ ପାଇଁ ଆଶ୍ଚର୍ୟ୍ଯ ହୋଇ ଚାହିଁ ରହିଲେ । ବାପା କହିଲେ । ହଉ ମୁଁ ଏହି ପ୍ରଶ୍ନର ଉତ୍ତର ପରେ ଜଣେଇବି। ମୁଁ ଅଳ୍ପ ଥକି ଯାଇଛି। ତମେ କଥା ହେଉ ଥାଅ। ଏତିକି କହି ବାପା ସେଠୁ ଚାଲିଗଲେ । ଅନ୍ୟ ରୁମ୍ କୁ ଯାଇ ବାପା ମା ସହିତ ବହୁତ୍ ଜୋର୍ ରେ ପାଟି କରି କଣ କହୁଥିଲେ।

କିରଣ କହିଲା, ମଧୁ ମୁଁ ଏବେ ଆସୁଛି। ମଧୁ ର ଇଚ୍ଛା ଥାଏ ଆଉ ଅଳ୍ପ ସମୟ କଥା ହେବା ପାଇଁ କିନ୍ତୁ ଘରେ ମହାଭାରତ ର ଝଡ ଦେଖି ସେ ହଁ କହି ବିଦାୟ ଦେଲା କିରଣ କୁ । କିରଣ ଘରୁ ବାହାରି ଗଲା ପରେ , ମଧୁ ବାପାଙ୍କ ରୁମ୍ ଭିତରକୁ ଯାଇ ଦେଖିଲେ ଯେ । ମଧୁ ର ମା ଙ୍କ ଗାଲ ଲାଲ୍ ହୋଇ ପଡ଼ିଛି । ମଧୁ,ବାପା ତମେ ମା ଙ୍କୁ କାହିଁକି ଚାପୁଡ଼ା ମାରିଛ ? ବାପା କହିଲେ। ମୋ ଲାଳନ ପାଳନକୁ ଏଡାଇ ତୁ ଗୋଟିଏ ଅନ୍ୟ ଜାତିର ପୁଅ ସହିତ ବିବାହ ଦେବାକୁ ତୋ ମା ହଁ କରିଲେ ସେଥିପାଇଁ ସେ ଚାପୁଡ଼ା ଖାଇଲା।

ମଧୁ, ଭୁଲ ଯଦି ମୋର ତେବେ ମା ଙ୍କୁ ଦଣ୍ଡ କାହିଁକି ? ବାପା, ଏତିକି ଦଣ୍ଡ କିଛି ନୁହଁ। ଆଉ ଶୁଣ ସେ ପୁଅ ସହିତ ତୋର ବାହାଘର ହେବ ନାହିଁ। ମଧୁ, ବାପା , ସେ ବହୁତ୍ ଭଲ ପିଲା। ତାର ବାପା ମା, ନାହାନ୍ତି ସେ ଆମ ଘରେ ପୁଅ ହୋଇ ରହିବ। ବାପା, ନା ମାନେ ନା, ଏହା ଅସମ୍ଭବ । ମୁଁ ତୋ ପାଇଁ ବିକାଶ ବାବୁ ଙ୍କ ପୁଅ ରାଧେ ସହିତ ତୋ ବାହାଘର ଠିକ୍ କରିଛି । ମଧୁ, ବାପା ତମେ କଣ କହୁଛ ? ବିକାଶ ବାବୁ ଙ୍କ ପୁଅ ?? ମାନେ ସେ କୁଳାଙ୍ଗାର ରାଧେ, ସେ ବଳାତ୍କାର କେଶ ରେ ସେ ଜେଲ୍ ଯାଇଥିଲା ନା? ମୁଁ ସେ ପୁଅ କୁ ବାହା ହେବି ମାନେ ମୁଁ ଜିଅନ୍ତା ଶବ ପାଲଟି ଯିବି। ମୋତେ ସେଠୀ ବିବାହ ଦିଅ ନାହିଁ ବାପା।

ମଧୁ, ବାପା ମୋ ମନ କଥା ରଖ ପ୍ଲିଜ୍, ମୋତେ କିରଣ ସହିତ ବିବାହ ହେବାର ଅଛି। ମୋର ଇଚ୍ଛା ସବୁଠୀ ପୁରଣ କରିଛ । ଏଇଟା ମଧ୍ୟ କରିଦିଅ । କିନ୍ତୁ ବାପା ଙ୍କ ଗୋଟିଏ ଜିଦ୍ ନା, ହୋଇ ପାରିବ ନାହିଁ । ମଧୁ, ରାଗରେ ନିଜ ରୁମ୍ ରେ କବାଟ ଦେଇ ଶୋଇ ଗଲା। ଯେତେ କବାଟ ପିଟିଲେ ମଧ୍ୟ ସେ ଆଉ ଖୋଲିଲା ନାହିଁ। ଉତ୍ତର ରେ କହିଲା ଯଦି କିରଣ ସହିତ ବିବାହ କରିବ ତେବେ ଯାଇ ମୁଁ କବାଟ ଖୋଲିବି। ପ୍ରାୟ ୩ ଘଣ୍ଟା ପରେ ବାପା କହିଲେ ହଉ, ତା ସହିତ ବିବାହ ଦେବୀ। ତୁ କବାଟ ଖୋଲେ। ମଧୁ ବାହାରକୁ ଆସିଲା ।

ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ…..

If the contents are helpful to share them with your friends, Thanking You.

ପାଗଳ…(ପ୍ରଥମ)

ଏ ଷଣ୍ଢ ! ଆଜିଠୁ ତୋର ମୋର ସାଙ୍ଗ। ଯାହା ଖାଇବା ଦୁହେଁ ମିଶି ଖାଇବା । ଷଣ୍ଢ ର ବେକକୁ ହାତ ମାରିଲା ପରେ, ଷଣ୍ଢ ମୁଣ୍ଡ ହଲେଇ ଦେଲା । ପାଗଳ ପୁରା ଖୁସି, କାରଣ ତାକୁ ଆଜି ଗୋଟିଏ ନୁଆ ସାଙ୍ଗ ମିଳିଯାଇଛି । ହାତରେ ଥିବା ଦୁଇଟି କଦଳୀ ରୁ ଗୋଟିଏ କଦଳୀ ଷଣ୍ଢ ଖାଇଲା ପରେ ଆଉ ଗୋଟିଏ ପାଗଳ ଖାଇଲା। ଟିକେ ପୂର୍ବରୁ ପାଗଳ ଆଉ ଷଣ୍ଢ ର ଯେମିତି ବିସ୍ମୟ ସଂଯୋଗ ଦେଖି କେତେ ଜଣ ଲୋକ ଟାହି ଟାପରା କରି କହି ଉଠିଲେ ।

ହଇରେ ପାଗଳ ? ଆଜି ପୁଣି ନୂଆ ସାଙ୍ଗ ? କାଲି କୁକୁର ସହିତ ସାଙ୍ଗ ହୋଇଥିଲୁ ପରା । ଶୁଣ ପାଗଳ ସେ ଯେତବେଳେ ମାରିବ ନା ?? ତୋର ସାଙ୍ଗ ହେବା ଭୂତ ଟା ଛାଡି ଯିବ । ପାଗଳ ମୁଣ୍ଡ କୁ ନୁଖାରି ଅଳ୍ପ କୁଣ୍ଡେଇ କହିଲା ଯେ। ମୋର କଣ କେହି ସାଙ୍ଗ ହେବେନି? ଲୋକ ଜଣକ ଉତ୍ତର ଦେଲେ । ତୋର କେହି ସାଙ୍ଗ ନାହାନ୍ତି । ଏଠି ସମସ୍ତେ ପର । ସମସ୍ତେ ସ୍ବାର୍ଥ ପର। ତୋତେ ତ ନିଜର କରିବା ଲୋକ ପର କରିଦେଲା ପୁଣି ତୋର ସାଙ୍ଗ କିଏ ହେବ? ଏତିକି କଥା ପରେ ପାଗଳ ର ଆଖି ଛଳ ଛଳ ହୋଇଗଲା । ସେ ରଡ଼ି କରି କାନ୍ଦି ଉଠିଲା । ଯେମିତି ତାକୁ ଭୀଷଣ ଆଘାତ ଲାଗିଛି। ଲୋକ ଙ୍କ ଗହଳି କମିଗଲା । ପାଗଳ ନିଜର ଗନ୍ଧିଆ ବ୍ୟାଗ୍ କୁ ଧରି ପାଖ ବିଶ୍ରାମ ଗାର ରେ ଗୋଟିଏ କୋଣେ ନିସ୍ତେଜ୍ ହୋଇ ଶୋଇ ଗଲା ।

ପୁରା କାହାଣୀ କୁ ଜାଣିବା ପାଇଁ ଆମେ ୪ ବର୍ଷ ପଛକୁ ଯିବାକୁ ପଡ଼ିବ ।

ତେବେ ଏ ପାଗଳ କିଏ ?

କାହିଁକି ତାର ଏ ଦୁର୍ଦ୍ଦଶା ?

କଣ ପାଇଁ ସେ ପାଗଳ ହେଲା ?

ତାର ରହସ୍ୟ କଣ।?

କାହିଁକି ଆଜି ସେ ବିଭିନ୍ନ ନାମରେ ନାମିତ ? ପ୍ରେମ ପାଗଳ, ଅର୍ଦ୍ଧ ପାଗଳ, ତ କେହି ଜାଣି ପାଗଳ ର ନାମ ଦେଇଥିଲେ । ବଜାର ରେ ଅଧା ଚିରା ଡ୍ରେସ୍ ପିନ୍ଧି ବୁଲୁଥିବା ବ୍ୟକ୍ତି ଜଣକ ପ୍ରକୃତରେ କିଏ ?

ସେ ହେଉଛନ୍ତି କିରଣ ଦାସ। ପିଲା ଦିନୁ ମା ଛାଡ଼ି ଚାଲି ଯାଇଥିଲା । ବାପା ଙ୍କ ଲାଳନ ପାଳନର ଅଭାବ ମଧ୍ୟ ହୋଇ ଗଲା। ସେ ଯେତେବେଳେ ୧୨ ବର୍ଷର ହୋଇଥାଏ । ଲୋକେ କୁହନ୍ତି ତା ବାପା ଆତ୍ମହତ୍ୟା କରିଛି ବୋଲି ତ ଆଉ କିଏ କୁହନ୍ତି ତାକୁ କୋଉଠି କିଏ ମାରି ପୋତି ଦେଇ ଛନ୍ତି । କାରଣ ବହୁତ୍ ଲୋକଙ୍କ ଠାରୁ ଧାର ଉଦ୍ଧାର କରି ସେ ଯେମିତି ରୁଣୀ ହୋଇ ଯାଇଥିଲା।

୧୨ ବର୍ଷ ରୁ ସେ ତାର ମାଉସୀ ପାଖରେ ରହି ପାଠ ପଢି ଆସୁ ଥାଏ । ପାଠ ପଢାରେ ଏକ ନମ୍ବର । କ୍ରମଶଃ ସେ ସ୍କୁଲ୍ ରେ ଫାର୍ଷ୍ଟ କ୍ଲାସ ରେ ପାସ୍ କରି କଲେଜ୍ ରେ ପହଞ୍ଚି ମଧ୍ୟ ସେଠୀ ସେ ପ୍ରଥମେ ନମ୍ୱର୍ ରେ ରହି ଆସୁଥିଲା।

ମଧୁ ମଲ୍ଲିକା ଆଚାର୍ଯ୍ୟ, ନାମରୁ ସ୍ପଷ୍ଟ ଯେ ସୁନ୍ଦର ତରୁଣୀ ଟିଏ । ଆଉ ଠିକ୍ ସେହି ଭଳି। ବହୁତ୍ ଶାନ୍ତ ଆଉ ସରଳ କେବଳ ନାମ ମାତ୍ର ଟିଏ । କଲେଜ୍ ରେ ଅଣ୍ଡିରା ଚଣ୍ଡୀ ର ଉପାଧି ମଧ୍ୟ ପାଇ ଯାଇଥିଲା । ତାକୁ କେହି ଦେଖିଲେ, କିମ୍ବା କମେଣ୍ଟ୍ କରିଲେ। ସେ ଗୋଟିଏ ଫୋନ୍ କଲ୍ କରେ ଏବଂ ତାର ବାପା କେତେ ଲୋକଙ୍କୁ ପଠେଇ ତାକୁ ମାଡ ମାରିବା ପରେ ସବୁ ଶାନ୍ତି ହୁଏ । କିନ୍ତୁ କିଏ ଜାଣି ଥିଲା ମଧୁ କିରଣ କୁ ତାର ଲାଇଫ ପାର୍ଟନର ଭାବେ ବାଛି ସାରିଲାଣି।

କଲେଜ୍ ଇଲେକ୍ସନ ପରେ ମଧୁ ସଭାପତି ପଦରେ ମଧ୍ୟ ଚୟନ ହୋଇଗଲା, ଚୟନ କେମିତି ହୋଇନଥାନ୍ତା କୁହ ? ବାପା ଙ୍କ ରାଜନୀତି ର କମାଲ ଏ ସବୁ । ସେଦିନ ଶପଥ ପାଠ ପରେ ସେ ସିଧା ପହଞ୍ଚିଲା କମନ୍ ରୁମ୍ ରେ ବସିଥିବା କିରଣ ପାଖରେ । କିରଣ ପଚାରିଲା କଣ ହେଲା ମାଡମ୍। ମଧୁ ଉତ୍ତର ଦେଲା । ଆଜି ଠାରୁ, ତମେ ମୋତେ ମଧୁ ବୋଲି ଡାକିବ ! ନହେଲେ ଡାର୍ଲିଂ ବୋଲି ଡାକିବ!

କିରଣ ସହିତ ବାକି ସାଙ୍ଗ ମାନେ ମଧ୍ୟ ଛାନିଆ ହୋଇଗଲେ। କିରଣ ଦୂରେଇ ଯାଇ ବସିଲା। କିନ୍ତୁ ମଧୁ ର ଭୟ କଣ? ସେ ସିଧା ଯାଇ ବସିଲା କିରଣ ର ଗୋଡ ଉପରେ। କିରଣ , ଆରେ ଏ ସବୁ କଣ ବ୍ୟବହାର? ମୋର ସବୁ ସାଙ୍ଗ ଏଠି ଅଛନ୍ତି । ସେମାନେ କଣ ଭାବିବେ ? ମଧୁ, କିଏ କଣ ଭାବିବ? ମୁଁ ତୋତେ ଭଲ ପାଏ ଆଉ ମୁଁ ଏହି କଲେଜ୍ ର ସଭାପତି, ତଥା ତୋତେ ଭୟ କାହିଁକି ?

କିରଣ କିଛି ନ କହି ସେଠୁ ସେ ଉଠି ଚାଲିଗଲା । ସାଇକେଲ ଷ୍ଟାଣ୍ଡ ରୁ ସାଇକେଲ ବାହାର କରି ଯିବାକୁ ବାହାରିଲା । ମଧୁ ଦଉଡ଼ି ଆସି କିରଣ ର ସାଇକେଲ କୁ ଲକ୍ କରି ତାର ଚାବି ନେଇ ଚାଲିଗଲା ଏବଂ କହିଲା ମୋର ୧୦ ମିନିଟ୍ ର କାମ ଅଛି । ମୁଁ ପ୍ରିନ୍ସିପଲ୍ ରୁମ୍ ରୁ ଆସୁଛି । ତୁ ଏଠି ମୋତେ ଅପେକ୍ଷା କରେ। ମୁଁ ଆସିଲେ ଦୁହେଁ ମିଶି କରି ଯିବା । କିରଣ ନିରୁପାୟ । ସେ ଅପେକ୍ଷା କରି ରହିଲା। ୫ ମିନିଟ ଭିତରେ ମଧୁ ଆସି ପହଁଚିଲା। କହିଲା ଆଜି ତୋର ସାଇକେଲ ପଛରେ ମୁଁ ବସିକରି ଯିବି । କିରଣ, ଆରେ ତମେ ଆଜି ଶପଥ ପାଠ ନେଇ ସଭାପତି ହେଲ । ବାକି ପିଲା ମାନେ ମୋତେ କଣ କହିବେ । ତମେ ତମ ସାଇକେଲ ରେ ଆସ। ମଧୁ କହିଲା , କିଏ କଣ କହିବ, ମୋର କିଛି ଫରକ୍ ପଡ଼ିବ ନାହିଁ।

ମୁଁ ତୋ ସହିତ ତୋ ସାଇକେଲ ରେ ଯିବି ମାନେ ଯିବି। କିରଣ କହିଲା , ହଉ ଚାଲ। କିରଣ ମନରେ, ଭାବୁଥାଏ ଏ ଚଣ୍ଡୀ ଠାରୁ କେମିତି ମୁକ୍ତି ପାଇବି। ପ୍ରାୟ ୧ କିମି ପର୍ଯ୍ୟନ୍ତ ଚୁପ୍ ଚାପ୍ ଚାଲିଥାଏ। ତାପରେ ମଧୁ କହିଲା। ସାଇକେଲ ରଖ । କିରଣ ପଚାରିଲା, କଣ ହେଲା ? ମଧୁ କହିଲା । ମୁଁ ତୋତେ ଭଲ ପାଏ । ଆଉ ତୋତେ ମୋ ଲାଇଫ୍ ପାର୍ଟନର କରିବାକୁ ଚାହୁଁଛି । କିରଣ, ମୋର ମାତ୍ର ପସନ୍ଦ ନାହିଁ । ମଧୁ କହିଲା, କଣ ପସନ୍ଦ ନାହିଁ । ମୁଁ, ନା ମୋ ଦେହ, ନା ମୋ ରଙ୍ଗ, ନା ମୋ ଡ୍ରେସ୍ କଣ ପସନ୍ଦ ନାହିଁ କହ ?? କିରଣ, ତମେ ବୁଝିବ ନାହିଁ। ମଧୁ, ସିଧା ସିଧା କହ, କଣ ପସନ୍ଦ ନାହିଁ ଆଉ କଣ ଅସୁବିଧା କହ?

If the contents are helpful to share them with your friends, Thanking You.

ଶୁଖିଲା ପତ୍ର..3

ଶୁଖିଲା ପତ୍ର, ବର ଗଛ, ଓଡ଼ିଆ ପ୍ରେମ ଗଳ୍ପ, ପ୍ରେମ, ବିଚ୍ଛେଦ, ମୃତ୍ୟୁ

ମା ପଚାରିଲେ କଣ ହେଲା କହ?? ମା ମୁଁ ଜ୍ୟୋତି ର ଖବର ଜିତ୍ କୁ କହିନି । ମା, ଏତିକି ଶୁଣି ମୁଣ୍ଡରେ ହାତ ଦେଇ ବସିଲେ। ମା କହିଲେ, ତୁ କଣ କରିଲୁ ରାଜ୍, ସେ ନିଶ୍ଚୟ ଯିବା ପାଇଁ କହିବ। ରାଜ୍ କହିଲା ହଁ ମା ! ସେ ଯିବା ପାଇଁ କହୁଥିଲା ମାତ୍ର ମୁଁ ତାକୁ ସନ୍ଧ୍ୟା ବେଳେ ଯିବା ପାଇଁ କହି ଦେଇଛି। କିନ୍ତୁ ମୁଁ ଜାଣିନି ଯେ ତାକୁ କଣ କହିବି। ମା କହିଲେ ହଉ ଯା ଏବେ କହିଦେ !! ରାଜ୍ କହିଲା ନା ମା ମୁଁ ଆଉ ଗୋଟିଏ ଭୁଲ ବାରମ୍ଵାର କରି ଚାଲିଛି କିନ୍ତୁ ଆଜି ତାର ହିସାବ ମୋତେ ଦେବାକୁ ହେବ। ମା ପଚାରିଲେ କଣ ସେ କଥା ??

ଜିତ୍ ପ୍ରତ୍ୟେକ ୧୫ ଦିନରେ ଜ୍ୟୋତି କୁ ଗୋଟିଏ ଚିଠି ଲେଖି ପଠାଏ । କିନ୍ତୁ ଜିତ୍ ର ସେ ପ୍ରତ୍ୟେକ ପତ୍ର ର ମୁଁ ପ୍ରତ୍ୟୋତର ଦେଇ ଚାଲିଥିଲି। ତାକୁ କେମିତି ଜଣେଇବି ଯେ ଜ୍ୟୋତି ଆଉ ଏ ଦୁନିଆରେ ନାହିଁ । ଜ୍ୟୋତି ର ମୃତ୍ୟୁ ପରେ ଜ୍ୟୋତି ର ବାପା ସବୁ ପତ୍ର ଗୁଡ଼ିକ ମୋତେ ଫେରାଇ ଦେଲେ ଏବଂ ଜ୍ୟୋତି ର ଭାଇ , ପ୍ରତ୍ୟେକ ପତ୍ର ମୋତେ ଆଣି ଦେଉଥାଏ । ଜିତ୍ ର ଟ୍ରେନିଂ ରେ ଅସୁବିଧା ହେବ ଭାବି ତାକୁ ତାର ଜ୍ୟୋତି ରୂପରେ ମୁଁ ଚିଠି ଲେଖି ଜଣେଇ ଦେଉଥିଲି । କିନ୍ତୁ ଆଉ ନୁହଁ ମା ?? ମୋତେ ରାସ୍ତା ଦେଖାଅ। ମୁଁ କଣ କରିବି ଏବେ , କିଛି କୁହ ମା ??

ଏତିକି ବେଳେ କବାଟ କୋଣେ ଜିତ୍ ର ଅଳ୍ପ କାନ୍ଦ ଶବ୍ଦ ଦୁହେଁ ଶୁଣିବାକୁ ପାଇଲେ । ଦୁହେଁ ଜିତ୍ ପାଖକୁ ଦଉଡି ଗଲେ। ଜିତ୍ କିଛି କହିବା ପୂର୍ବରୁ ରାଜ୍ ତାକୁ କୁଂଢ଼େଇ କହିଲା। ଭାଇ ରେ ମୋତେ କ୍ଷମା କରିବୁ। ଜ୍ୟୋତି ର ମୃତ୍ୟୁ ଖବର ତୋତେ କହିନି ବୋଲି ମୋତେ କ୍ଷମା କରିବୁ । ଜିତ୍ ର ଆଖିରୁ ଲୁହ ବହି ଚାଲିଥାଏ । ସେ ନିର୍ଜୀବ ଭଳି ଟଳି ପଡ଼ିଲା। ସଙ୍ଗେ ସଙ୍ଗେ ଆଖି ବନ୍ଦ ହେବାକୁ ଲାଗିଲା। ମା ଦଉଡ଼ି ଯାଇ ପାଣି ଆଣି ଜିତ୍ ର ମୁହଁରେ ପାଣି ଛିଟା ଦେବା ପରେ ସେ ପୁର୍ବ ଅଵସ୍ଥା କୁ ଫେରି ଆସିଲା । କିନ୍ତୁ ଆଖିରୁ ତାର ଲୁହ ବନ୍ଦ ହେବାକୁ ନାମ ନେଉ ନଥାଏ । ରାଜ୍ , ଜିତ୍ କୁ ଉଠେଇ ଖଟରେ ବସେଇ ତାକୁ ଜ୍ୟୋତି କଥା କହିଲା ଯେ ଗତ ୩ ମାସ ତଳେ ସେ ଗୋଟିଏ ଅଜଣା ରୋଗର ଶିକାର ହୋଇ ଡ଼ାକ୍ତର ଖାନା ରେ ତାର ମୃତ୍ୟୁ ଘଟିଥିଲା।

ଜିତ୍ କିଛି ନ କହି କାନ୍ଦ କାନ୍ଦ ମୁଖରେ ସବୁ ଶୁଖିଲା ପତ୍ର ଚିଠି ଗୁଡ଼ିକୁ ନେଇ ଘରୁ ବାହାରି ଗଲା ।

ଫେରିଗଲା ସେ ଯାଗାକୁ ଯେଉଁଠି ଜ୍ୟୋତି ପ୍ରଥମେ ଶୁଖିଲା ପତ୍ର ଦ୍ୱାରା ନିଜ ମନ କଥା ଜିତ୍ କୁ ଲେଖି ଜଣେଇ ଥିଲା । ଜିତ୍ ସେ ବର ଗଛ ମୂଳେ ବସିବାକୁ ଲାଗିଲା । ହଠାତ୍ ଅଳ୍ପ ଝଡ ଯୁକ୍ତ ପବନ ଟିଏ ବହିଗଲା। ବର ଗଛ ରୁ ପ୍ରାୟ ଅର୍ଦ୍ଧେକ ଶୁଖିଲା ପତ୍ର ଝଡି ଜିତ୍ ଉପରେ ବରଷି ଗଲା । ଜିତ୍ ର ଆଖିରୁ ପୁଣି ଲୁହର ଧାର ବହିବାକୁ ଲାଗିଲା । ହଠାତ୍ ଏକ ଧିର ଶବ୍ଦ ଜିତ୍ କାନରେ ବାଜିଲା। ତାହା ଥିଲା ଜ୍ୟୋତି ର । ଜ୍ୟୋତି !!!! ଜିତ୍ ର କାନରେ ଦୁଇ ଶବ୍ଦ ପଚାରି ଦେଇ ଗଲା । ଯେ ଜିତ୍ ??? ତମେ ମୋତେ ମନେ ରଖିଛ ? ଜିତ୍ ଚାରି ଆଡେ଼ ଦେଖିଲା କିଏ କେଉଁଠି ନଥିଲା ? ଥିଲା କେବଳ ଜ୍ୟୋତି ର ସ୍ମୃତି ଆଉ କିଛି ପବନ ମିଶା ଶବ୍ଦ। ଜିତ୍ କାହାକୁ ଉତ୍ତର ଦେବ ? ଯେ ସେ ଆଜି ମଧ୍ୟ ଜ୍ୟୋତି କୁ ତାର ମନରୁ ଲିଭେଇ ପାରୁନି ଆଉ ତାର ପ୍ରତିଟି ଶୁଖିଲା ପତ୍ର କୁ ଜିତ୍ ଆଜି ମଧ୍ୟ ସାଇତି ରଖିଛି ।

ଆଜି ୨୭ ଦିନ ଗଡି ଗଲାଣି ଜିତ୍ ପ୍ରତିଦିନ ସେ ବର ଗଛ ମୂଳରେ ଆସି ଜ୍ୟୋତି କୁ ମନେ ପକାଏ। ଆସନ୍ତା କାଲି ଜିତ୍ ଫେରିଯିବ ନିଜ ୟୁନିଟ୍ କୁ କିନ୍ତୁ ତା ପାଖରେ ଥିଲା ଜ୍ୟୋତି ର ପ୍ରତିଟି ଶୁଖିଲା ପତ୍ର ର ଚିଠି ।

କେଜାଣି କାହିଁକି ଜିତ୍ ଅପେକ୍ଷା କରି ଚାଲିଛି ଜ୍ୟୋତି ର ବାଟକୁ । ସେ ଜାଣିଛି ଜ୍ୟୋତି ଆଉ ଫେରିବ ନାହିଁ । କିନ୍ତୁ ଶୁଖିଲା ପତ୍ର ରେ ସେ ପ୍ରତିଦିନ ଜ୍ୟୋତି କୁ ଅନୁଭବ କରି ଚାଲିଛି । ଏକ ଅନନ୍ୟ ପ୍ରେମ କେବେ ସରେ ନାହିଁ । ଯାହା କେଉଁ ରୂପରେ ମଧ୍ୟ ନିଜ ଭଲ ପାଇବା କୁ ବଞ୍ଚେଇ ରଖେ। ଠିକ୍ ସେହିପରି ଜୀତ୍ ଆଉ ଜ୍ୟୋତି ର ପ୍ରେମ ରେ ଶୁଖିଲା ପତ୍ର ଏକ ଜୀବନ୍ତ ସନ୍ତକ ହୋଇ ରହି ଯାଇଛି ।

ପୂଜା ସ୍ୱାଇଁ (ଗାଳ୍ପିକା)

If the contents are helpful to share them with your friends, Thanking You.

ଶୁଖିଲା ପତ୍ର..୨

ଓଡ଼ିଆ କାହାଣୀ, ପୁଜା ସ୍ୱାଇଁ , ଶୁଖିଲା ପତ୍ର

ଜ୍ୟୋତି ର ଠିକଣା କୁ ଜିତ୍ ନିଜ ଡାଏରୀ ରେ ଲେଖିଲା ଏବଂ ଦୁହେଁ ଦୁହିଁଙ୍କୁ ବିଦାୟ ଦେଇ ଜିତ୍ ଫେରିଗଲା ନିଜ ଲକ୍ଷ୍ୟ ଅଭିମୁଖେ । ସେତେ ଦିନ ପର୍ଯ୍ୟନ୍ତ ଜିତ୍, ଜ୍ୟୋତି କୁ ଦେଖି ନଥିଲା କିନ୍ତୁ ତା ପର ଠାରୁ ସେ ଜ୍ୟୋତି କୁ ଭଲ ପାଇ ବସିଲା। ଜିତ୍ ସେଠୀ ପହଞ୍ଚିବା ମାତ୍ରେ ଜ୍ୟୋତି ପାଖକୁ ଚିଠି ଲେଖିଲା । ସେ ମଧ୍ୟ ବର ଗଛ ର ଶୁଖିଲା ପତ୍ର ରେ ମାଧ୍ୟମରେ । ସେ ଶୁଖିଲା ପତ୍ର କୁ ଏତେ ଯତ୍ନରେ ସାଇତି କରି ସେ ଜ୍ୟୋତି ପାଖକୁ ପଠାଉଥିଲା ଯେ , ପତ୍ର ର ଟିକେ ଆଞ୍ଚ ମଧ୍ୟ ଆସୁ ନଥିଲା । ସେ ପତ୍ର ରେ ଲେଖି ଜଣାଇଥିଲା ଯେ ଆମ ପ୍ରେମ ର ପ୍ରଥମ ଚିଠି ଯଦି ପତ୍ର ରୁ ହୋଇଛି ତେବେ ସବୁ ଚିଠି ଏହି ପତ୍ର ରେ ହିଁ ଲେଖା ଯିବ । ତାର ସବୁ ପତ୍ର କୁ ଜ୍ୟୋତି ନିଜର ଅମୂଲ୍ୟ ସମ୍ପଦ ଭାବେ ସାଇତି ରଖୁଥାଏ।

ଦୁଇ ଜଣ କଥା ବାର୍ତ୍ତା ଏହି ପତ୍ର ମାଧ୍ୟମରେ ସନ୍ଦେଶ ରୂପରେ ଦୁହିଙ୍କ ପାଖରେ ପହଞ୍ଚିବା ରେ ଲାଗିଲା। ପ୍ରାୟ ୫ ମାସ ପରେ ଜିତ୍ ଘରକୁ ଛୁଟି ଆସିଲା । ନିଜ ମାଆ କୁ ଜ୍ୟୋତି ବିଷୟରେ କହିଲା । ଜ୍ୟୋତି କୁ ଜିତ୍ ର ମାଆ ଆଗରୁ ବ‌ହୁତ ଥର ଦେଖିଥିଲେ । କାରଣ ଜ୍ୟୋତି ଥିଲା ପଡୋଶୀ ଗ୍ରାମର ଝିଅ । ପୂଜା ପର୍ବ ହେଲେ ସେହି ଗ୍ରାମ ର ମନ୍ଦୀର କୁ ଯିବା ଆସିବା କରେ । ସେଠୁ ପରିଚିତ ହୋଇଥିଲା ଜ୍ୟୋତି ଆଉ ଜିତ୍ ର ମା ସହିତ। ସୁନ୍ଦର ଏବଂ ସୁଶିଳା ବୋଲି ସେ ମଧ୍ୟ ନିଜ ପୁଅ ସହିତ ବିବାହ କରିବାକୁ ଭାବି ଥିଲେ। ପୁଅ ମୁହଁରୁ ଏକଥା ଶୁଣି ସେ ମଧ୍ୟ ବହୁତ୍ ଖୁସୀ ହେଲେ‌ । ବଡ ଭାଇ ଯେତେବେଳେ ଜ୍ୟୋତି କଥା ଶୁଣିଲା ସେ ମଧ୍ୟ ଖୁସି ହୋଇ ହଁ କରିଲା ଏବଂ ତାଙ୍କୁ ହିଁ ସେ ଘର ର ବୋହୂ କରିବା ବୋଲି କହିଲା । ବଡ ଭାଇ ରାଜ୍ ପରେ ବିବାହ କରିବ ବୋଲି କହି ସେ ଜିତ୍ ର ବିବାହ କୁ ପ୍ରାଧାନ୍ୟ ଦେଲା ।

ସଭିଏଁ ମିଶି ଜ୍ୟୋତି ଘରକୁ ପ୍ରସ୍ତାବ ନେଇ ଗଲେ। ରାଜ୍ ଜ୍ୟୋତିଙ୍କ ବାପାକୁ ଅନୁରୋଧ କରି କହିଲେ। ଜିତ୍ ପାଇଁ ଆପଣଙ୍କ ଝିଅ ପାଇଁ ବୋହୂ କରିବାକୁ ନିଶ୍ଚୟ କରିଛୁ ଯଦି ଆପଣଙ୍କ ଅନୁମତି ହୁଏ ତେବେ ଏହି ବାହାଘର ସମ୍ଭବ ହୋଇ ପାରିବ। ଜ୍ୟୋତିର ବାପା ମଧ୍ୟ ରାଜି ହୋଇଗଲେ ଏବଂ କହିଲେ ଜିତ୍ ଭଳି ପୁଅ ମୋତେ କୋଉଠି ଖୋଜିଲେ ମଧ୍ୟ ପାଇବି ନାହିଁ। ଏତେ ଭଲ ପରିବାର ରେ ମୋ ଝିଅ ବହୁତ ଖୁସି ରେ ରହିବ ମୁଁ ଏଇ ପ୍ରସ୍ତାବ ରେ ସଂପୂର୍ଣ୍ଣ ରାଜି। ବାହାଘର ଠିକ୍ ‌କରି କିଛି ଦିନ ପରେ ଜିତ୍ ତା ନିଜ ୟୁନିଟ୍ କୁ ଚାଲିଗଲା।

ଏମିତି ପତ୍ର ଦିଆ ନିଆ ଚାଲିଥାଏ । କିନ୍ତୁ ଏଠି ଏକ ବିରାଟ ସତ୍ୟ ଜିତ୍ ସହିତ ଲୁଚକାଳି ଖେଳୁଥାଏ । ଜିତ୍ ସେମିତି ହିଁ ଚିଠି ପତ୍ର ଲେଖି ଜ୍ୟୋତି କୁ ପଠାଉ ଥାଏ। ଆଉ ସେ ପତ୍ର କୁ ଜ୍ୟୋତି ପାଇ ବହୁତ ଖୁସି ହେଉଥାଏ। ପ୍ରାୟ ୧୦ ମାସ ପରେ ଜିତ୍ ଘରକୁ ଆସିବା ପାଇଁ ବାହାରିଲା। ଘରକୁ ଚିଠି ମାଧ୍ୟମରେ ସେ ଖବର ଦେଲା ଯେ ସେ ଆସୁଛି । ଠିକ୍ ଦୁଇ ଦିନ ପରେ ସକାଳୁ ସକାଳୁ ଜିତ୍ ଘରେ ଆସି ପହଞ୍ଚିଲା ।

ସେ ଛୁଟି ନେଇ ଘରେ ପହଞ୍ଚିଲା ପରେ ଘରେ ମା ବହୁତ୍ ଖୁସୀ ହେଲେ ଏବଂ ଗାଧୁଆ ପାଧୁଆ ସାରି ସେ ଜ୍ୟୋତି ଘର କୁ ବୁଲି ଯିବା ପାଇଁ ବାହାରିଲା। ଜିତ୍ ଜ୍ୟୋତି କୁ ବହୁତ୍ ଦିନ ପରେ ଦେଖା କରିବ ବୋଲି ସେ ମନରେ ବହୁତ୍ ଖୁସି ସଞ୍ଚୟ କରି ରଖିଥିଲା। ସେ ତା ବଡ ଭାଇ ରାଜ୍ କୁ କହିଲା କି ମୁଁ ଜ୍ୟୋତି କୁ ଦେଖା କରିବା ପାଇଁ ଯିବି ତୁ ବି ମୋ ସହ ଯିବୁ। ଜିତ୍ ର ଏହି କଥାରେ ରାଜ୍ ଚିନ୍ତାରେ ପଡ଼ିଗଲା। ନିଜ ଭାଇ କୁ କଣ କହିବ ସେ ଚିନ୍ତାରେ ବ୍ୟସ୍ତ ହୋଇ ପଡୁଥାଏ।

ସେ କଥା କୁ ବୁଲେଇ କହିଲା ଯେ ଜିତ୍ ତୁ ଏବେ ଆସିଛୁ ଅଳ୍ପ ବିଶ୍ରାମ କରେ କାଲି ଯିବା। ଜିତ୍ ପଚାରିଲା କିଛି ଅସୁବିଧା ଅଛି କି ଭାଇ? ତମେ ଚିନ୍ତା ଆଉ ବ୍ୟସ୍ତ ଜଣା ପଡୁଛ ? ରାଜ୍ କହିଲା ନା ରେ କିଛି ନାହିଁ ମୋର ମୁଣ୍ଡ ଅଳ୍ପ ବ୍ୟଥା ହେଉଛି ତ ସେଥିପାଇଁ କହୁଥିଲି। ଜିତ୍ ମନରେ ଅଳ୍ପ ପ୍ରଶ୍ନ ଜାତ ହେଲା ସେ ରାଜ୍ ଭାଇ ର କଥା ରଖି କହିଲା ହଉ ଭାଇ ଆମେ ସନ୍ଧ୍ୟାରେ ଯିବା । ରାଜ୍ ହଁ…., ନା… କରି ଶେଷରେ ହଁ କରିଲା । ତାପରେ ଦୁହେଁ ବିଶ୍ରାମ କରି ବାକୁ ଗଲେ । ଜିତ୍ ଅଳ୍ପ ନିଦ ହେଲା ପରେ ରାଜ୍ ସେ ରୁମ୍ ରୁ ବାହାରି ଗଲା। ରାଜ୍ କୁ ନିଦ ଆସୁ ନଥିଲା । ସେ ମା ପାଖରେ ଆସି ପହଁଚିଲା । ମା ପାଖକୁ ଯାଇ କହିଲା । ମା ମୁଁ ଗୋଟିଏ ବଡ କଥା ଟିଏ ତୁମକୁ ଲୁଚେଇ ରଖିଛି । ମୋତେ କ୍ଷମା କରିବ ।

ଆଗକୁ ପଢ଼ିବେ

If the contents are helpful to share them with your friends, Thanking You.

ଶୁଖିଲା ପତ୍ର..୧

Pujaswain, sukhila patra, ପତ୍ର

ଶୁଖିଲା ପତ୍ର

ରାଜ୍ ଓ ତାର ସାନ ଭାଇ ଜିତ୍ । ଦୁଇ ଜଣ ଦେଖିବାକୁ ବହୁତ ସୁନ୍ଦର । ମା ଙ୍କ ଦୁଃଖ ଆଉ କଷ୍ଟ କେବଳ ଦୁଇ ଓଳା ପେଟ ପୋଷିବା ପାଇଁ ସକ୍ଷମ ଥିଲା କାରଣ ସ୍ବାମୀ ଛାଡ଼ି ଗଲା ପରେ ସେ ଏହି ଦୁଇ ଛୁଆ ର ସେ ଥିଲେ ସବୁ କିଛି । ବେଳେବେଳେ ଗୋଟିଏ ଓଳା ଖାଇଲେ ଆଉ ଗୋଟେ ଓଳା ନଖାଇ ଶୋଇବାକୁ ପଡେ କିନ୍ତୁ ଭଗବାନ ଙ୍କ ଆଶୀର୍ବାଦ ଯେ ଦୁଇ ଭାଇ ମଧ୍ୟ ସେମିତି ଗୁଣବାନ୍ ଥିଲେ। କିଛି ବର୍ଷ ବିତି ଗଲା । ଦୁଇ ଭାଇ ଭଲ ପଢ଼ିଲେ ଏବଂ ଭଲ ନମ୍ବର ରଖି ପାସ୍ କରିଲେ । କିନ୍ତୁ ଘର ଚଲେଇବା ପାଇଁ ରାଜ୍ ନିଜ ପାଠ ପଢ଼ାକୁ ଆହୁତି ଦେଇ ସେ ବିଦେଶ ଚାଲିଗଲା ଏବଂ ଅର୍ଜିତ ଧନ ରେ ଘର ଖର୍ଚ୍ଚ ସହିତ ସାନ ଭାଇ ଜିତ୍ କୁ ପଢେଇବାକୁ ଲାଗିଲା ।

ଦୁହେଁ ସୁନ୍ଦର୍ ଥିଲେ ମଧ୍ୟ ଜିତ୍ ଷ୍ଟାଇଲିଷ୍ଟ ରେ ଏକ ନମ୍ବର୍ । ଜିତ୍ ବହୁତ ଭଲ ପଢେ। ସେ କଲେଜ ରେ ଦୁଇ ବର୍ଷ ପଢି +୨ ରେ ପୁରା କଲେଜ ରେ ଟପ୍ ନମ୍ବର ରଖି ପାସ୍ ହେଲା। କଲେଜ ରେ ଭଲ ନମ୍ବର ରଖି ଥିବାରୁ ସଭିଏଁ ଜିତ୍ କୁ ଚିହ୍ନିଲେ କିନ୍ତୁ ଜିତ୍ ମଧ୍ୟ ନିଜ ଭାଇ ଙ୍କୁ କଥା ଦେଇଥିଲା ଯେ, ଭାଇ ଯଦି ତୁମେ ମୋ ପାଠ ପଢା ପାଇଁ ଆହୁତି ଦେଇଛ ମାନେ ମୁଁ ତୁମର ମର୍ଯ୍ୟାଦା ରକ୍ଷା କରିବି ଏବଂ ମୁଁ ଚାକିରୀ କରି ଦେଖାଇବି ଏବଂ ତୁମ ନାମ ରଖିବି।

ଜ୍ୟୋତି ନାମ ଯେମିତି ସେମିତି ସୁନ୍ଦରୀ ମଧ୍ୟ ଥିଲା। ସେ ଜିତ୍ କୁ ନିଜ ଆଡୁ ଭଲ ପାଉଥାଏ । ସେ ଜିତ୍ ଠାରୁ ଦୁଇ ବର୍ଷ ଜୁନୀୟର ଥିଲା । ଜ୍ୟୋତି ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ହେଲେ କଣ ହେବ ? ଜିତ୍ ର କେବଳ ପାଠ ପଢ଼ିବା ଆଉ ଭଲ ଚାକିରୀ କରିବା ଛଡ଼ା ତା ମୁଣ୍ଡରେ ଆଉ କିଛି ନଥିଲା । ତାର ସ୍ବପ୍ନ ପାଇଁ ସେ ବହୁତ୍ ଚିନ୍ତିତ ଥିଲା । କାରଣ ତାଙ୍କ ମା ବହୁତ କଷ୍ଟରେ ଦୁଇ ଜଣ କୁ ପଢେଇବା ପରେ ଭାଇ ଙ୍କ କଥା ତାକୁ ସବୁବେଳେ ମନେ ପକେଇ ଦେଉଥାଏ। ସେ ବିଷୟରେ ମଧ୍ୟ ଜ୍ୟୋତି ଜାଣି ପାରିଲା। ତେଣୁ ସେ ତାର ମନ କଥାକୁ ଜିତ୍ କୁ ନ କହି ଅପେକ୍ଷା କରି ରହିଥିଲା।

ଦିନ ବିତି ଗଲା ଏବଂ ଦ୍ବିତୀୟ ବର୍ଷ ସରି +3 ରେ ତୃତୀୟ ବର୍ଷ ଚାଲୁ ରହିଥାଏ। ଜିତ୍ କୁ ଇଣ୍ଡିଆନ୍ ଆର୍ମି ରେ ଜବ୍ ମିଳିଲା ଜିତ୍ ବହୁତ ଖୁସି ହେଲା ଏବଂ ମାଆ ଓ ନିଜ ଭାଇକୁ ଜଣାଇ ଟ୍ରେନିଙ୍ଗ୍ ଯିବା ପାଇଁ ପ୍ରସ୍ତୁତ ହେଲା। ଶେଷ ଥର ପାଇଁ କଲେଜ ରେ ସବୁ ସାଙ୍ଗକୁ ଦେଖା କରିବା ପାଇଁ ଗଲା ସବୁ ସାଙ୍ଗ ବହୁତ ଖୁସି ହୋଇ ଅଭିନନ୍ଦନ ମଧ୍ୟ ଜଣାଇଲେ। ଜ୍ୟୋତି ଏହି କଥାକୁ ଶୁଣି ବହୁତ୍ ଖୁସି ଥିଲା ଏବଂ ଦୁଃଖୀ ମଧ୍ୟ ଥିଲା କାରଣ ଜିତ୍ କଲେଜ୍ ପଢା ଛାଡ଼ି ସେ ବହୁ ଦୂରକୁ ଚାଲିଯିବ।

କାଳେ ଜିତ୍ ମନରେ ପରିବର୍ତ୍ତନ ଆସିବ ସେ ଦୁଃଖ ମଧ୍ୟ ଥିଲା ଏବଂ ଜିତ୍ କୁ ଯଦି ତା ମନ କଥା ନ କହିବ ଆଉ କିଏ‌ କହିଦେବ। ସେ ସଙ୍ଗେ ସଙ୍ଗେ ଜିତ୍ କୁ ତା ମନ କଥା କହିବାକୁ ସ୍ଥିର କଲା। ସେ ଜିତ୍ ପାଖକୁ ଗଲା ବେଳକୁ ଜିତ୍ ସାଙ୍ଗ ମାନଙ୍କ ସହିତ ଦେଖା କରି ବସ୍ ଭିତରେ ବସିଗଲାଣି । ଜ୍ୟୋତି କିଛି ଭାବି ପାରୁନଥିଲା କ’ଣ କରିବ ଭାବି ନିଜ ମନ କଥା କେମିତି କହିବ ? ଭାବି ପାରୁ ନଥିଲା ।

ହଠାତ୍ ତାର ନଜର ପଡ଼ିଲା ଗୋଟିଏ ଶୁଖିଲା ବର‌ ପତ୍ର ଉପରେ । ପତ୍ରଟିକୁ ଗୋଟାଇ ଆଣି ସେଥିରେ ଲେଖିକି ଦେବାକୁ ଭାବିଲା । ସେ ସମୟରେ ତା ପାଖରେ ଲେଖିବା ପାଇଁ କିଛି ନଥିଲା। ମନ ଭିତର ଈଛା ତ ଥିଲା କିନ୍ତୁ ଜଣେଇବା ଅତି ଜରୁରୀ । ସେ ନିଜ ଆଙ୍ଗୁଠି କୁ ଦାନ୍ତ ରେ ଛିଣ୍ଡେଇ ତାର ମନର ଭାବକୁ ଲେଖିବାକୁ ଚେଷ୍ଟା କରିଲା ବହୁତ୍ ଲେଖି ନ ପାରିଲେ ମଧ୍ୟ ଦୁଇ ଧାଡ଼ି ରେ ସବୁତକ ଶବ୍ଦ ଲେଖି ଦେଇଗଲା। ଏବଂ ସେ ବସ୍ ଭିତରକୁ ଯାଇ ଜିତ୍ ପାଖରେ ପହଞ୍ଚି ତାକୁ ହାତ ମିଳାଇ ଶୁଭକାମନା ଜଣେଇ ସେ ସୁଖିଲା ପତ୍ର କୁ ତା ହାତରେ ଦେଇ ଫେରିଗଲା । ଜିତ୍ ଆଶ୍ଚର୍ଯ୍ୟ ରେ ଚାହିଁ ରହିଥାଏ । ପ୍ରଥମ ଥର ଏକ ଅଜଣା ଝିଅ ଏତେ ସାହାସ କରି ମୋ ପାଖକୁ ଆସି ମୋତେ ଅଭିନନ୍ଦନ ଜଣାଇ ତା ସହିତ କିଛି ଦେଇ ଫେରିଗଲା। ସଙ୍ଗେ ସଙ୍ଗେ ଜ୍ୟୋତି ବସ୍ ରୁ ଓହ୍ଲାଇ ଗଲା। ଜିତ୍ ସେ ପତ୍ର କୁ ଖୋଲି ପଢିଲା ପରେ ଜିତ୍ ମନରେ ପରିବର୍ତ୍ତନ ଆସିଲା ଏବଂ ଖୁସି ହୋଇଗଲା ।

ସେଥିରେ ରକ୍ତବୋଳା ଅକ୍ଷର ଦ୍ଵାରା ଏମିତି କିଛି ଶବ୍ଦ ଲେଖା ଯାଇ ଥିଲା ଯାହା ଜିତ୍ ର ମନକୁ ବହୁତ୍ ଛୁଇଁ ଥିଲା । ସେଥିରେ ଜ୍ୟୋତି ତାର ମନ କଥା ଲେଖିଥିଲା ଯାହା ସେ ପ୍ରତ୍ୟକ୍ଷ ଭାବେ କହି ପାରୁ ନଥିଲା କିନ୍ତୁ ସେ ପତ୍ର ମାଧ୍ୟମରେ ଜଣେଇ ଦେଲା। ରକ୍ତ ର ଅକ୍ଷର ଦେଖି ତାକୁ କିଛି ଠିକ୍ ଲାଗିଲା ନାହିଁ । ସଙ୍ଗେ ସଙ୍ଗେ ବସ୍ ଅଟକାଇ ୫ ମିନଟ୍ ରଖିବା ପାଇଁ ସେ ଡ୍ରାଇଭର ଅନୁରୋଧ କରିଲା । ଡ୍ରାଇଭର ଜିତ୍ ର କଥା କୁ ରଖି ବସ୍ କୁ ଅଟକାଇଲା । ଜିତ୍ ଦଉଡ଼ି ଗଲା ଜ୍ୟୋତି ପାଖକୁ ଏବଂ ତୁମେ କିଏ ବୋଲି ପଚାରିଲା ? ଜ୍ୟୋତି ନିଜ ପରିଚୟ ଦେଲା ଏବଂ ଜିତ୍ ଜ୍ୟୋତି କୁ ଦେଖି ବହୁତ୍ ଖୁସି ମଧ୍ୟ ହେଲା । ତାକୁ ଏହି ପତ୍ର ରେ ଲେଖି ଦେବାର କାରଣ ପଚାରିବା ପରେ କହିଲା । ଯେ ମୋ ମନ କଥା କହିବା ପାଇଁ ଏହା ଥିଲା ମୋର ଶେଷ ପ୍ରୟାସ । ମୁଁ ଯଦି କହି ନ ଥାନ୍ତି ତେବେ ସବୁଦିନ ମୁଁ ଏମିତି ଏକ ତରଫା ଭଲ ପାଇବା ର ନିଆଁ ରେ ଜଳିଥାନ୍ତି କିନ୍ତୁ କେବେ କହି ପାରି ନଥାନ୍ତି । ଆଜି ହିଁ କହିବି ବୋଲି ଭାବି କହି ଦେଲି ।

ଆଗକୁ ପଢ଼ିବେ

If the contents are helpful to share them with your friends, Thanking You.

ତୋ ଅପେକ୍ଷାରେ..ଶେଷ

#pujabishoyi,#waitinglast,#wait,#puja,#bhuyansblog,
To Apekhyare

ରିତୁ ମେରେଜ୍ ପୂର୍ବରୁ ସୁମିତ୍ ବଦଳରେ ଅନ୍ୟ ଏକ ପୁଅ କୁ ଭଲ ପାଉଥିଲେ । ତାପରେ ରିତୁ ର ପୂର୍ବ ପ୍ରେମିକ ବିଷୟରେ ସତ ଜାଣିବାକୁ ଇଚ୍ଛା ରଖିଲି। ଆକାଶ ଙ୍କ ମାଧ୍ୟମ ରେ ସେ ପ୍ରେମିକ ର ଫୋନ୍ ନମ୍ବର୍ ପାଇଲି ଏବଂ ତାଙ୍କ ସହ କଥା ହୋଇ ଯାହା ସବୁ ଜାଣିବାକୁ ପାଇଲି ସେସବୁ ଭାଇ ଙ୍କୁ ଜଣାଇଲି। ତାପରେ ଭାଇ ମଧ୍ୟ ରିତୁ ମେରେଜ୍ ପୂର୍ବରୁ ଯାହା ସବୁ କରିଥିଲା ସବୁ ସତ ସତ କହିବାକୁ ଲାଗିଲେ । ଭାଇ ଙ୍କୁ ପଚାରିଲି ତମେ ଯଦି ସବୁ ସତ ଜାଣିଥିଲ ତେବେ ମୋତେ ଲୁଚେଇଲ କାହିଁକି ? ଭାଇ କହିଲେ ତୁ ଜାଣିଥିଲେ ରାଗି କି କାହା ଆଗରେ ମଧ୍ୟ କହିଦେଇଥାନ୍ତୁ । ଆଉ ତା ସ୍ବାମୀ ଯଦି ଏସବୁ ଜାଣେ ତେବେ ତାର ବୈବାହିକ ଜୀବନ ନଷ୍ଟ ହୋଇଯିବ । ସେଥି ପାଇଁ ମୁଁ ତୋତେ କହୁ ନଥିଲି ।

ଏତିକି ଶୁଣି ମୋର ମୁଣ୍ଡ କାମ କରୁ ନଥାଏ । ଏସବୁ ପରେ ମୁଁ ରିତୁ ଙ୍କ ସହ କଥା ହେବାକୁ ଈଛା କରିଲି । ସେ ଯଦି ସୁମିତ୍ ଙ୍କୁ ଭଲ ପାଉ ନଥିଲେ ତେବେ ମିଛ ପ୍ରେମ ର ଆଶ୍ଵାସନା ସୁମିତ୍ କାହିଁକି ଦେଇ ଆସୁଥିଲେ ? ଦିନେ ମୁଁ ସୁମିତ୍ ଙ୍କ ଅନୁମତି ନେଇ ରିତୁ ସହ କଥା ହେଲି । ରିତୁ ର କଥା ରୁ ଶୁଣି ପୁଣି ମୋ ମୁଣ୍ଡ ଖରାପ। ସେ କହିଲା ସେ ସତ ରେ ସୁମିତ୍ ଙ୍କୁ ଭୁଲି ସାରିଲେଣି ଏବଂ ରିତୁ ସୁମିତ୍ ସହିତ କଥା ହେବାକୁ ଚାହୁଁ ନଥିଲେ ମଧ୍ୟ ସୁମିତ୍ ତାଙ୍କ ସହ ବଧ୍ୟକତା ରୂପେ କଥା ହେଉଛନ୍ତି ଏବଂ ତାଙ୍କୁ ବହୁତ୍ ବିରକ୍ତ କରୁଛନ୍ତି। ବାରମ୍ଵାର କଲ୍ କରି ହଇରାଣ କରନ୍ତି।

ମୁଁ ମୁଣ୍ଡରେ ହାତ ଦେଇ ବସିଲି !! କଣ ଏ ସବୁ ଚାଲିଛି?? ସୁମିତ୍ ଦୋଷ ଦେବି ନା ରିତୁ କୁ ?? ନା ମୁଁ ନିଜେ ଦୋଷୀ ମୁଁ ପାଗଳ ସଦୃଶ୍ୟ ହୋଇଗଲି । ପୁଣି ଏକ ଘୋର ଦୁଃଖ ସମୟ ଭିତରକୁ ଗଲା ଭଳି ମୋତେ ଅନୁଭବ ହେଲା । ଯାତ୍ରା ଆଉ ନାଟକ ମାଧ୍ୟମରେ ରଙ୍ଗମଞ୍ଚ ରେ କାହାଣୀ ଦେଖିଥିଲି କିନ୍ତୁ ମୋ ଜୀବନର ରଙ୍ଗ ମଞ୍ଚ ସବୁଠୁ ଅଲଗା ଏବଂ ନିଆରା। ମୁଁ ମୋ ଭଲ ପାଇବା କୁ ହାସଲ କରିବା ପାଇଁ ଏବେ ମଧ୍ୟ ଜିବନ ଯୁଦ୍ଧରେ ହାର ମାନିନୀ । ଜାଣିନି କଣ ହେବ ଆଗକୁ ? କଣ ଅଛି ମୋ ଭାଗକୁ ? କେତେ ଦୁଃଖ ବଦଳରେ ଆଉ କେତେ ସୁଖ ମୋ ଭାଗ୍ୟରେ ଅଛି ତାହା ମଧ୍ୟ ମୋତେ ଅଜଣା । ଆଜି ମଧ୍ୟ ସୁମିତ୍ ମୋ ସହ ପ୍ରେମ ସମ୍ପର୍କ ରେ ଅଛନ୍ତି । କେବେ କେବେ ସୁମିତ୍ ଙ୍କୁ ରିତୁ କଥା ମନେ ପଡିଲେ ସେ ମତେ ଉପେକ୍ଷା କରି କୁହନ୍ତି । ସେତେବେଳେ ମୁଁ ହସ ର ଚେହେରା ଦେଇ ଭିତରେ ବହୁତ୍ କାନ୍ଦେ । ହୃଦୟ କୁ ତ ବହୁତ୍ ବାଧେ । କଷ୍ଟ ହୁଏ କିନ୍ତୁ ସୁମିତ୍ କୁ ଜଣାଇ ବାକୁ ଚେଷ୍ଟା କରେ ନାହିଁ କି ତାଙ୍କୁ ଅନୁଭବ ହେବାକୁ ଦିଏ ନାହିଁ । ଏତେ ସବୁ କଥା ଜାଣିବା ପରେ ମଧ୍ୟ ମୁଁ ତାଙ୍କୁ ଖୁସି ଦେବାକୁ ଚେଷ୍ଟା କରୁଛି ।

ସେ ରିତୁ କୁ ତ ଭୁଲି ପାରୁନାହାଁନ୍ତି ବୋଲି କହି ଦିଅନ୍ତି କିନ୍ତୁ ସେ କେବେ ଚେଷ୍ଟା କରନ୍ତି ନାହିଁ ଯେ ମୋତେ କେତେ କଷ୍ଟ ହୁଏ ?? କିଏ ଭଲ ! ଆଉ କିଏ ଖରାପ! ସେ ବିଷୟରେ ମୁଁ ସୁମିତ୍ ଙ୍କୁ ସବୁ ସତ କହିବାକୁ ଚାହେଁ କିନ୍ତୁ ପୁଣି ଫେରି ଆସେ । କାରଣ ସୁମିତ୍ ବର୍ତ୍ତମାନ ନିଜ ଜୀବନରେ ଆଗକୁ ବଢିବା ପାଇଁ ଚେଷ୍ଟା ରେ ଲାଗି ପଡିଛନ୍ତି ଏବଂ ମୁଁ ମଧ୍ୟ ଚାହେଁ ସେ ସଫଳ ହୁଅନ୍ତୁ। ଯଦି ମୁଁ ସତ କହିଦିଏ ତେବେ ମଧ୍ୟ ସେ ମୋ ଠାରୁ ଅଧିକା ରିତୁ ଙ୍କୁ ବିଶ୍ୱାସ କରନ୍ତି ।

ଏହା ଥିଲା ଗତ କିଛି ମାସ ତଳର ଘଟଣା । ବର୍ତ୍ତମାନ ସେ ଧିରେ ଧିରେ ବଦଳିବା ରେ ଲାଗିଛନ୍ତି । ମୋ ଜୀବନରେ ପୁଣି ଏକ ନିବିଡ ପ୍ରେମ ସଂପର୍କ ର ନୂଆ ବସନ୍ତ ଋତୁର ଆଗମନ ହୋଇଛି । ସେ ଧିରେ ଧିରେ ରିତୁ କୁ ଭୁଲିବାକୁ ଚେଷ୍ଟା କରୁଛନ୍ତି । ମୁଁ ମଧ୍ୟ ତାହା ଚାହେଁ ସେ ମୋ ଜୀବନ କୁ ଫେରି ଆସନ୍ତୁ ଏବଂ ମୋ ପ୍ରେମ କୁ ସମ୍ମାନ ଦିଅନ୍ତୁ ।

ଚେଷ୍ଟା ଚାଲିଛି ଯେତେ ଦିନ ପର୍ଯ୍ୟନ୍ତ ଏ ଦେହରେ ଜୀବନ ଅଛି ସେତେ ଦିନ ପର୍ଯ୍ୟନ୍ତ ମୋ ପ୍ରେମ କୁ ହାସଲ କରିବା ପାଇଁ ଚେଷ୍ଟା କରିବି। ଆଉ ଯେଉଁ ଦିନ ହାରିଯିବି ବୋଧ ହୁଏ ସେଦିନ ଦୁନିଆ ରୁ ପୂଜା ର ନାମ ଏବଂ ଏ ଶାଶ୍ଵତ ପ୍ରେମ ସବୁ ଦିନ ପାଇଁ ଲିଭିଯିବ । ଅପେକ୍ଷା କରିଛି କିଛି ଭଲ ହେବାର ଆଶା ମଧ୍ୟ ଅଛି । ଏହି ଭଳି ଭାବେ ଆମ ସମ୍ପର୍କ ର ଗାଡି ଚାଲିଛି ଆଗକୁ କଣ ହେବ ମୁଁ ମଧ୍ୟ ଜାଣିନି କେବଳ ମୋ ଭଲ ପାଇବା କୁ ମୁଁ ବିଶ୍ୱାସ କରି ଚାଲିଛି। ଆଶା ଏବଂ ବିଶ୍ୱାସ ଅଛି ମୋ ସୁମିତ୍ ଉପରେ ସେ ନିଶ୍ଚୟ ବଦଳିବେ ଏବଂ ଆଗାମୀ ଭବିଷ୍ୟତ ରେ ସବୁ କିଛି ଠିକ୍ ହୋଇଯିବ ଏବଂ ମୋତେ ଗ୍ରହଣ କରିବେ ।

ଏହି କାହାଣୀ ପୂଜା ଙ୍କ ହୃଦୟରୁ ବର୍ଣ୍ଣିତ…….

ପୂଜା ବିଷୋୟୀ (ଲେଖିକା)

  • ଲେଖନୀ କଳା ଏବଂ ସମ୍ପାଦନ ପାଇଁ ମୋ ଘନିଷ୍ଠ ବନ୍ଧୁ ସୁନିତା କୁମାରୀ ପ୍ରଧାନ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।

  • ଏହି କାହାଣୀର ପଠନ ପରେ କିଛି ମୂଲ୍ୟବାନ ବାକ୍ୟ ସହିତ କମେଣ୍ଟ ବକ୍ସ ରେ ମତାମତ ଦେବାକୁ ଅନୁରୋଧ।

  • Bhuyansblog.com ସଂସ୍ଥାପକ ଙ୍କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ ଏହି କାହାଣୀକୁ ସ୍ଥାନ ଦେଇ ଥିବାରୁ ।

If the contents are helpful to share them with your friends, Thanking You.

ତୋ ଅପେକ୍ଷାରେ..3

#pujabishoyi,#wait,#waiting3,#puja,#bhuyansblog,
To Apekhyare..3

ପୁଣି ଭାବିଲି ନିଜକୁ ଲୀନ କରି ଦୁନିଆ ଆଗରେ କଳଙ୍କ ର ନାମ ନେଇ ମୋ ବାପା ମା ଙ୍କ ନାମ କାହିଁକି ଖରାପ କରିବି। ମୋ ପାଇଁ ମୋ ପରିବାର କୁ ଟାହି ଟାପରା ଶିକାର ହେବାକୁ କାହିଁକି ସୁଯୋଗ ଦେବି। କିଛି ଦିନ ଏମିତି ବିତିଗଲା। ଏହି କିଛି ଦିନ ଭିତରେ ମୋତେ ସୁମିତ୍ ବହୁତ୍ ଥର କଲ୍ କରିଛନ୍ତି କିନ୍ତୁ ମୋ ଦୁଃଖର ତିଳେ ମାତ୍ର ଅନୁଭବ ତାଙ୍କୁ ଜଣା ପଡ଼ିଲା ନାହିଁ। ସବୁଦିନ ଭଳି ଦିନେ ମୋ ଜୀବନରେ ନୂଆ ପରିବର୍ତ୍ତନ ଆସିଲା। ରାତି ପାହି ସକାଳ ହେଲା ପରେ ନୂଆ ସୂର୍ଯ୍ୟ କିରଣ ର ଆଲୋକ ପରି ମୁଁ ମଧ୍ୟ ମୋ ମନକୁ ବୁଝେଇ ଦେଲି । ଭାବିଲି ଭଗବାନ ଙ୍କ ପାଖେ ଯାଇ ନିଜ ଦୋଷ କୁ ସ୍ବୀକାର କରି ମୋ ଅତୀତ କୁ ଭୁଲିଯିବି ବୋଲି ଶପଥ କରି ଆସିବି । କିନ୍ତୁ ସବୁ ଓଲଟା ହୋଇଗଲା ପୁଣି ସେ ସୁମିତ୍ ଙ୍କ ଗୁଲୁ ଗୁଲିଆ ଚେହେରା ମୋ ଆଖି ଆଗରେ ନାଚି ଉଠିଲା। ଭଗବାନ ଙ୍କ ପାଖକୁ ଗଲି ନାହିଁ। ନିଜକୁ ଏମିତି ବଦଳେଇବା ଚେଷ୍ଟାରେ ଲାଗି ପଡ଼ିଲି।

ସେତେବେଳେ ମୁଁ ଅନୁତାପ କରିଲି ଯେ । ଭଗବାନ ସବୁ ଜାଣନ୍ତି । ସେ ଭଲ ପାଇବା ହେଉ ଅବା ଧୋକା ହେଉ, ତାଙ୍କ ନିକିତିରେ ସମସ୍ତଙ୍କ ସୁଖ ଏବଂ ଦୁଃଖ ସମତୁଲ କରି ରଖିଥାନ୍ତି । ଦିନେ ମୁଁ ସୁଶାନ୍ତ ଙ୍କ ସହ ଏମିତି ଧୋକା କରିଥିଲି । ସେଥିପାଇଁ ଆଜି ମୋ ସହିତ ଏମିତି ହେଲା । ଆଉ ବେଳେ ବେଳେ ଭାବେ ସୁଶାନ୍ତ ଙ୍କ ପ୍ରତି ସେତେ ଭଲ ପାଇବା ନଥିଲା କିନ୍ତୁ ମୁଁ ସୁମିତ୍ କୁ ଛୋଟ ବେଳୁ ହିଁ ଭଲ ପାଇ ଆସିଛି। ତେବେ ମୋ ଭଲ ପାଇବା କୁ ଭଗବାନ କାହିଁକି ଚିହ୍ନି ପାରିଲେ ନାହିଁ ଏବଂ ମୋ ସହିତ କାହିଁକି ଏମିତି ହେଉଥିଲା। ସତ କହେ ମୁଁ ସୁମିତ୍ ଙ୍କୁ ଛାଡି ରହି ପାରୁ ନଥିଲି ।

ପୁଣି ପହଞ୍ଚିଲି ସୁମିତ୍ ପାଖରେ ମୋ ଭଲ ପାଇବା ଆଶା ନେଇ । ତାଙ୍କୁ ପ୍ରଶ୍ନ କରିଲି ? ସେ ଉତ୍ତର ରେ ସର୍ତ୍ତ ରଖି କହିଲେ ଯେ ସେ ରିତୁ ଙ୍କୁ ଏବେ ଯେମିତି ଭଲ ପାଉଛନ୍ତି ଆଗକୁ ମଧ୍ୟ ସେ ଭଲ ପାଇବେ। ଆଉ ସେ ସ୍ଥାନ ମୁଁ ଆଉ କାହାକୁ ଦେଇନି ଅବା ଆଗକୁ କାହାକୁ ଦେଇ ପାରିବି ନାହିଁ । ପୁଣି ଏହି କଥା ର ଶେଷରେ ମୋତେ କଷ୍ଟ ଅନୁଭବ ହେଲା । ଭାବିଲି, ସମସ୍ତେ କୁହନ୍ତି ପ୍ରଥମ ପ୍ରେମ କେହି କେବେ ଭୁଲି ପାରିନି ଅବା ଭୁଲି ପାରିବ ନାହିଁ। ସୁମିତ୍ ଯଦି ରିତୁ ପ୍ରତି ପ୍ରଥମ ପ୍ରେମ ଥିଲା ତେବେ ମୋର ମଧ୍ୟ ସୁମିତ୍ ପ୍ରତି ପ୍ରଥମ ପ୍ରେମ ଥିଲା ମୁଁ ଅବା କେମିତି ଭୁଲିଥାନ୍ତି । ସମାଧାନ ର ରାସ୍ତା ଖୋଜି ଖୋଜି ମୁଁ ମୋ ପ୍ରଥମ ପ୍ରେମ କୁ ହାସଲ କରିବା ପଥରେ ସଫଳ ହେବି ବୋଲି ମୁଁ ମୋ କାମରେ ଲାଗି ପଡ଼ିଲି।

ମୁଁ ଖବର ବାହାର କରି ଜାଣିଲି ଯେ ରିତୁ ମଧ୍ୟ ସୁମିତ୍ କୁ ସେତିକି ଭଲ ପାଉଛି । ମୋତେ ସନ୍ଦେହ ହେଲା । ସତ୍ୟାସତ୍ୟର ପୃଷ୍ଟି କରିବା ପାଇଁ ମୁଁ ସୁମିତ୍ ଙ୍କୁ ଅନୁରୋଧ କରିଲି ଯେ ରିତୁ ନିଜ ସ୍ବାମୀ ସହ ଖୁସି ରେ ଅଛନ୍ତି ତେବେ ତୁମେ ତାଙ୍କ ଜୀବନରୁ ଦୂରେଇ ଯାଇ ରିତୁ କୁ ଭୁଲିବାକୁ ଚେଷ୍ଟା କରୁନ କାହିଁକି। ହେଲେ ମୋ ଅନୁରୋଧ ବେକାର ଗଲା । ସୁମିତ୍ ମାନିବାକୁ ନାରାଜ ଥିଲେ ଏବଂ କହିଲେ ରିତୁ ମେରେଜ୍ ପରେ ମଧ୍ୟ ମୋ ସହ କଥା ହେଉଛନ୍ତି ତାହାର ଅର୍ଥ ସେ ମତେ ଭୁଲି ପାରିନାହାଁନ୍ତି । କିନ୍ତୁ ସତ ଟା ଆଉ କିଛି । ରିତୁ ଯେବେ ଆମ ଗାଁ ରୁ ଫେରି ଯାଇଥିଲା ତା ପର ଠାରୁ ସେ ସୁମିତ୍ ଙ୍କୁ ଭୁଲି ଯାଇଥିଲେ । ହେଲେ ସୁମିତ୍ ତାଙ୍କୁ ଭୁଲି ପାରୁ ନଥିଲେ । ଏମିତି କି ସୁମିତ୍ ମୋ ସହ ଯୁକ୍ତି କରି ରିତୁ ସହ କଥା ହେଉଥିବା ର କଲ୍ ହିଷ୍ଟ୍ରି ର ଗୋଟିଏ ସ୍କ୍ରିନ୍ ସର୍ଟ୍ ମଧ୍ୟ ଦେଲେ । ମୋତେ ଚକ୍ରବ୍ୟୁହ ରେ ରହିଲା ଭଳି ଅନୁଭବ ହେଲା। କଣ ହେଉଛି ଏ ସବୁ। କିଏ ସତ କହୁଛି ଆଉ କିଏ ମିଛ ?? ସ୍କ୍ରିନ୍ ସର୍ଟ୍ ଦେଖି ମୁଁ ଭାବିଲି ନା ଯେଉଁ ପର୍ଯ୍ୟନ୍ତ ସତକୁ ଖୋଜି ବାହାର କରିନି ସେ ପର୍ଯ୍ୟନ୍ତ ମୁଁ ଚୁପ୍ ବସିବି ନାହିଁ ।

ରିତୁ ହେଉଛି ମୋ ବଡ଼ ମା ଙ୍କ ଗାଁ ର ଝିଅ । ମୋ ମନ ରେ ଉଙ୍କି ମାରିଥିବା ପ୍ରଶ୍ନ ର ଉତ୍ତର ପାଇଁ ମୁଁ ମୋ ବଡ଼ ମା ଙ୍କ ପୁଅ ଭାଇ ଙ୍କୁ ରିତୁ ବିଷୟ ରେ ପଚାରିଲି । ସେ ଆମ ଗାଁ ରୁ ତାଙ୍କ ଗାଁ କୁ ଗଲା ପରେ କଣ କଣ ସବୁ ହୋଇଛି ସେ ବିଷୟରେ ସେ ଖବର ବାହାର କରି ମୋତେ ରିତୁ ବିଷୟ ରେ ଅଧା କଥା କହିଲେ ଆଉ ଅଧା କଥା ଲୁଚେଇଲେ। ମୋ ମନ ରେ ପୁଣି ସନ୍ଦେହ ଜାତ ହେଲା ତେଣୁ ଭାଇ ଙ୍କୁ ବାଧ୍ୟ କରି ପଚାରିବା ପରେ ମଧ୍ୟ ସେ ସେତେବେଳେ କହିଲେ ନାହିଁ । ତେଣୁ ମୁଁ ଅନ୍ୟ ଉପାୟ ପାଇଁ ଚିନ୍ତା କରିଲି। ସେହି ଗାଁ ର ଅନ୍ୟ ଜଣେ ସାଙ୍ଗ ( ଆକାଶ) ତାଙ୍କୁ ଖବର ବାହାର କରିବା ପାଇଁ ଅନୁରୋଧ କରିଲି । ସେ ଖୋଜ ଖବର ବାହାର କରି ଯାହା କହିଲେ ମୁଁ ବିଶ୍ୱାସ କରିପାରିଲିନି । ଆକାଶ ଙ୍କ ଉପରେ ରାଗିଲି ଏବଂ କହିଲି ଯେ ଗୋଟିଏ ଝିଅ ବିଷୟ ରେ ଭଲ ଭାବରେ ରେ ଖବର ବାହାର କର ତାପରେ କୁହ । ମିଛ ଆରୋପ ଲଗାଇବା ଠିକ୍ ନୁହଁ। ଆକାଶ ମୋ ଉପରେ ରାଗି କି କହିଲେ ଯାହା ସତ ମୁଁ ତାହା କହିଲି ତମ ଇଛା ତମେ ବିଶ୍ୱାସ କରିଲେ କର ନଚେତ୍ ନାହିଁ ।

If the contents are helpful to share them with your friends, Thanking You.

ତୋ ଅପେକ୍ଷାରେ..2

#pujabishoyi,#waiting2,#wait,#puja,#bhuyansblog,
ତୋ ଅପେକ୍ଷାରେ …2

+3 ରେ ପହଞ୍ଚିଲା ପରେ ମଧ୍ୟ ମୁଁ ସୁମିତ୍ ଙ୍କ ଭଲପାଇବା ଆଶା ର ଅପେକ୍ଷା ରେ ରହିଲି। +2 ଅପେକ୍ଷା +3 ରେ ଆମ ଦୁଇ ଜଣଙ୍କୁ ମିଶିବାକୁ ପର୍ଯ୍ୟାପ୍ତ ସମୟ ମିଳିଲା। ମୋର କ୍ଲାସ୍ ସରିବା ସହିତ ସୁମିତ୍ ଙ୍କ କ୍ଲାସ୍ ମଧ୍ୟ ସରିଯାଉଥିଲା। ବେଳେବେଳେ ଠିକ୍ ସମୟ ରେ ଗେଟ୍ ବାହାରକୁ ଯଦି ଆସୁ ତେବେ ଏକାଠି ହୋଇ ଘରକୁ ଫେରୁ ଥିଲୁ। ପ୍ରକୃତ କଥା ଟି ହେଲା ମୁଁ ସବୁବେଳେ ଚାହୁଁଥିଲି କି ଆମେ ଦୁହେଁ ମିଶି କଲେଜ୍ ରୁ ଏକା ସାଙ୍ଗରେ ଘରକୁ ଫେରୁ ଏବଂ ସେମିତି ବେଳେ ବେଳେ ହିଁ ହେଉଥାଏ । ଯେଉଁଦିନ ଆମେ ଦୁହେଁ ମିଶି ଘରକୁ ଫେରୁ ମୋତେ ବହୁତ୍ ଖୁସି ଅନୁଭବ ହେଉଥାଏ। ଫେରିବା ସମୟରେ ରାସ୍ତା ରେ ସାଇକେଲ ଚଲେଇ ଚଲେଇ କଥା ହେବାର ମଜା ହିଁ ଅଲଗା ଥିଲା। ମୋର ପାଠ ପଢା ତ କମ୍ କିନ୍ତୁ ସୁମିତ୍ ଙ୍କ ଭଲ ପାଇବା ଅପେକ୍ଷାରେ ବହୁତ୍ ସମୟ ବିତାଉ ଥିଲି। ଏମିତି ବହୁତ୍ ଦିନ ବିତିଗଲା ମାତ୍ର ମୋ ମନରେ ଥିବା ଇଚ୍ଛା କୁ ସୁମିତ୍ ଆଗରେ ପରିପ୍ରକାଶ କରି ପାରିଲି ନାହିଁ । +3 ମଧ୍ୟ ସରି ବାକୁ ଲାଗିଲା ।

ଦେଖୁ ଦେଖୁ ଏମିତି ଦିନ ଆସିବ ବୋଲି ମୁଁ ଭାବି ନଥିଲି । ହଠାତ୍ 23 ମାର୍ଚ୍ଚ ୨୦୨୦ ରେ ପୁଣି ସୁମିତ୍ ଏବଂ ମୋର ମନ ପୁଣି ଥରେ ମିଶିବାକୁ ଲାଗିଲା ତାହା ପୁଣି ସୋସିଆଲ ମିଡ଼ିଆ ମାଧ୍ୟମରେ । ଧୀରେ ଧୀରେ ଆମର କଥା ବଢ଼ିବାକୁ ଲାଗିଲା। ଦୁହେଁ ଅତି କ୍ଳୋଜ ହେବାକୁ ଲାଗିଲୁ। ସୁମିତ୍ ମତେ ତାଙ୍କର ସବୁ ସିକ୍ରେଟ୍ କଥା କହୁଥିଲେ ଆଉ ମୁଁ ବି ତାଙ୍କୁ ମୋ ମନ କଥା କହୁଥିଲି । ଏବଂ ସୁମିତ୍ ମଧ୍ୟ ଜାଣିବାକୁ ପାଇଲେ ଯେ ମୁଁ ତାଙ୍କୁ ଭଲ ପାଏ ବୋଲି । ସୁମିତ୍ ଆଉ ମୁଁ ଧିରେ ଧିରେ ନିକଟତର ହେବାକୁ ଲାଗିଥିଲୁ।

ମୁଁ ସୁମିତ୍ ଙ୍କୁ ଯେତିକି ଭଲ ପାଉଥିଲି ତାର ସମାନ ଭାର ରେ ସୁମିତ୍ ମଧ୍ଯ ରିତୁ କୁ ସେତିକି ଭଲ ପାଉଥିଲେ। ଏଠି ଏକ ତ୍ରିକୋଣିଆ ଲଭ୍ ଷ୍ଟୋରି ର ଆରମ୍ଭ ହୋଇଗଲା । କିନ୍ତୁ ଅଜବ କଥା ହେଲା ଯେ, ରିତୁ ର ମେରେଜ୍ ହୋଇଯାଇଥିଲା ପରେ ମଧ୍ୟ ସୁମିତ୍ ରିତୁ କୁ ଭୁଲି ପାରୁନଥିଲେ ଏବଂ ସୁମିତ୍ ରିତୁ ଙ୍କ ସହ ଫୋନ୍ ରେ କଥା ବାର୍ତ୍ତା ହେଉଥିଲେ । ରିତୁ ର ମେସେଜ ଆସିଲେ ସୁମିତ୍ ଯେମିତି ଖୁସିରେ ପାଗଳ ହୋଇ ଯାଉଥିଲେ । ଏସବୁ ମୁଁ ଯେତେବେଳେ ଦେଖେ ମୋତେ ବହୁତ୍ କଷ୍ଟ ଅନୁଭବ ହୁଏ କିନ୍ତୁ ସବୁ ଜାଣି ମଧ୍ୟ ଚୁପ୍ ରହୁଥିଲି ଭାବିଲି ସୁମିତ୍ ଙ୍କ ମନ ଆଜି ନହେଲେ କାଲି ନିଶ୍ଚୟ ବଦଳିବ। ଏହି କଷ୍ଟ ଅନୁଭବ ପରେ ମୁଁ ଭାବିଲି ପ୍ରପୋଜ୍ କରିବି ନାହିଁ ଏବଂ ସୁମିତ୍ ଙ୍କ ଠାରୁ ଦୂରେଇ ରହିବି । ଯଦି ସେ ମୋତେ ପ୍ରକୃତ ଭଲ ପାଉଛନ୍ତି ତେବେ ସେ ମୋ ପାଖକୁ ନିଶ୍ଚୟ ଫେରିବେ। ଭାବେ କଣ କହି ବୁଝେଇବି ତାଙ୍କୁ। ବେଳେବେଳେ ଭାବେ ସୁମିତ୍ ଏବଂ ରିତୁ ଙ୍କ ମଝିରେ ଆଉ ଆସିବି ନାହିଁ । ଏହି ଦୁହିଙ୍କ ଜୀବନରୁ ଦୂରେଇ ଯିବି ।

ଠିକ୍ ସେ ସମୟ ରେ ସୁଶାନ୍ତ ବୋଲି ଅନ୍ୟ ଜଣେ ଚରିତ୍ର ଯିଏ ମୋତେ କଲେଜ୍ ସମୟରୁ ଭଲ ପାଉଥିଲା ସେ ମୋତେ ପ୍ରପୋଜ୍ କରିଲେ। ସୁମିତ୍ ଙ୍କୁ ଭୁଲି ପାରୁନଥିଲି କି ସୁଶାନ୍ତ ଙ୍କୁ ଗ୍ରହଣ କରିପାରୁନଥିଲି। କିନ୍ତୁ ସୁଶାନ୍ତ ର ବାଧ୍ୟକତା ଏବଂ ତାର ମୋ ପ୍ରତି ନିବିଡ ଭଲ ପାଇବା ଦେଖି ମନା କରିବି ନା ହଁ କରିବି ଭାବି ତାର ପ୍ରପୋଜ୍ କୁ ଗ୍ରହଣ କରିଲି। ତାର ପ୍ରପୋଜ୍ କୁ ହଁ କରିଲି ସତ ମୋ ମନ କେବଳ ସୁମିତ୍ ପାଖରେ ଥାଏ। ଭାବିଲି ସୁଶାନ୍ତ ଙ୍କ ଭଲ ପାଇବା ଗ୍ରହଣ କରି ସୁମିତ୍ ଙ୍କୁ ଭୁଲି ଯିବି । ହେଲେ ମୋ ପକ୍ଷେ ସୁମିତ୍ ଙ୍କୁ ଭୁଲିବା ଅସମ୍ଭବ ହେଲା । ପୁଣି ଭାବିଲି ସୁମିତ୍ ରିତୁ ସହ କଥା ହୁଅନ୍ତୁ କିନ୍ତୁ ସେ ମୋ ସହ ବିତେଇଥିବା ମୂଲ୍ୟବାନ ସମୟ ର ପ୍ରଭାବରେ ମୋ ପାଖକୁ ନିଶ୍ଚୟ ଫେରି ଆସିବେ ଏବଂ ସେ ମୋତେ ମୋ ଭଲ ପାଇବା କୁ ଚିହ୍ନିଵେ ।ଅନ୍ୟ ପକ୍ଷେ ସୁଶାନ୍ତ ସିନା ମୋତେ ଭଲ ପାଉଥିଲା ମୁଁ ତା ପ୍ରତି ସେତେ ସିରିଆସ ନଥିଲି। ସୁମିତ୍ ଙ୍କ ଠାରୁ ଦୂରରେ ରହିବା ପାଇଁ ଏମିତି ଏକ ସିଦ୍ଧାନ୍ତ ନେଇଥିଲି ଯେ ସେ ସିଦ୍ଧାନ୍ତ ପାଇଁ ବେଳେ ବେଳେ ମୋତେ ନିଜ ଉପରେ ଘୃଣା ବି ଲାଗୁଥିଲା । ମୁଁ ଏସବୁ ବାଧ୍ୟ ହୋଇ କରୁଥିଲି କେବଳ ସୁମିତ୍ ମୋ ପାଖକୁ ଫେରି ଆସନ୍ତୁ।

ଏମିତି କିଛି ଦିନ ପରେ ଭାବିଲି ସୁଶାନ୍ତ ସହ ଆଉ କଥା ହେବିନି । ଏମିତି କେତେଦିନ ମିଛ ଭଲ ପାଇବା ଆଉ ଛଳନା ଦେଖାଇ କାହିଁକି ସୁଶାନ୍ତ ଆଗରେ ମୁଁ ଦୋଷୀ ହେବି । ଧିରେ ଧିରେ କଥା ହେବା ମଧ୍ୟ ବନ୍ଦ କରିଦେଲି । କିଛି ଦିନ ପରେ ମୋ ସାଙ୍ଗ ମାନଙ୍କ ଦ୍ଵାରା ମୁଁ ଶୁଣିବାକୁ ପାଇଲି ଯେ ସୁମିତ୍ ଆଉ ରିତୁ ବର୍ତ୍ତମାନ କଥା ହେଉନାହାଁନ୍ତି। କିନ୍ତୁ ସୁମିତ୍ ମୋ ସହିତ ପୁର୍ବ ଭଳି କଥା ହେଉଥିଲା। ସୁମିତ୍ ବଦଳି ଗଲେ ବୋଲି ମୁଁ ବହୁତ୍ ଖୁସି ହେଲି । ଆମ ପ୍ରେମ ପୁର୍ବ ଭଳି ନିବିଡ ହେଉ ସେ ଚେଷ୍ଟାରେ ମୁଁ ଲାଗି ପଡ଼ିଲି । ଆମର ପୁରୁଣା ଭଲ ପାଇବା ତାଜା ହେବାକୁ ଲାଗିଲା ଏବଂ ତା ପର ଠାରୁ ମୁଁ ସୁମିତ୍ କୁ ହରେଇବା ପାଇଁ ଚାହୁଁ ନଥିଲି। ଏହି ପ୍ରେମ ଗାଡି କୁ ସ୍ପିଡ୍ କରିବାରେ ମୁଁ ବହୁତ୍ ଜୋର୍ ଦେଲି ।

ହେଲେ ମୁଁ ଥିଲି ପାଗିଳୀ ମୋର ଭାବନା ସବୁ ଭୁଲ ଥିଲା। ସବୁ ପ୍ଲାନ୍ ଭଣ୍ଡୁର ହେବାର ମୋତେ ଜଳ ଜଳ ହୋଇ ଦେଖା ଯାଉଥିଲା । ମୋ ସହିତ ପ୍ରେମ ସମ୍ପର୍କ ଥିଲା ସତ ? ମାତ୍ର ତାହା କେବଳ ଦେଖାଣିଆ। ଦିନେ ମୁଁ ଜାଣିବାକୁ ପାଇଲି ଯେ ସେ ଦୁହେଁ ଏବେ ମଧ୍ୟ ପରସ୍ପରକୁ ଭଲ ପାଆନ୍ତି । ଏସବୁ ଶୁଣିଲା ପରେ ମୋ ପାଦ ତଳୁ ମାଟି ଖସିଗଲା । ମୋ ସହ ଧୋକା ହେଉଛି ବୋଲି ମୋତେ ଠିକ୍ ଅନୁଭବ ହେଲା। ମୋତେ ବହୁତ୍ କଷ୍ଟ ହେଲା । ବହୁତ୍ କାନ୍ଦିଲି । ନିଜକୁ ବହୁତ୍ ଘୃଣା କରିଲି। ହାତକୁ କଷ୍ଟ ଦେଇ କେତେ ଥର କାନ୍ଥ କୁ ପିଟିଛି ତାହା ଅଗଣତି । କେତେ ରାତି ଲୁହ ଭିଜା ଅନିଦ୍ରା କଟିଛି ତାହାର ହିସାବ ନାହିଁ। ଘରେ ଅଳ୍ପ ସନ୍ଦେହ ଶଦ୍ଦ ରେ ପଚାରିଲେ କିନ୍ତୁ କାହାକୁ ତାର ଆଭାସ ହେବାକୁ ଦେଲିନି। ଭୋକ ଲାଗୁଥିଲେ ମଧ୍ୟ ନିଜକୁ ଭୋକରେ ରଖି ବହୁତ୍ କଷ୍ଟ ଦେଇଛି । କାହାକୁ କହିବି ? କାହାକୁ ସୁଣେଇବି ମୋ ବିରହ ହୃଦୟର ବ୍ୟଥା !!! ଦିନେ ଇଚ୍ଛା ହେଲା ସବୁଦିନ ପାଇଁ ଲିନ ହୋଇଯିବି ଏହି ମୋହ ମାୟା ସଂସାର ରୁ…………

ତୃତୀୟ ଭାଗ ପଢ଼ିବା ପାଇଁ ଏଠି କ୍ଲିକ୍ କରନ୍ତୁ

If the contents are helpful to share them with your friends, Thanking You.

ତୋ ଅପେକ୍ଷାରେ..୧

#pujabishoyi,#waiting1,#wait,#puja,#bhuyansblog,
ତୋ ଅପେକ୍ଷାରେ ..1

ମୋ ଜୀବନ ର କିଛି ଅଭୁଲା ସ୍ମୃତି। ଯାହାକୁ କେବେ ଭୁଲି ପାରିବିନି କି ଭୁଲିବାକୁ ଚାହିଁଲେ ମଧ୍ୟ ଭୁଲି ହେବନି। ମୁଁ ଜାଣିଛି ଏହି ସ୍ମୃତି ମୋ ମନରୁ କେବେ ଲିଭିବ ନାହିଁ ଏବଂ ଏହା ସତ୍ୟ ଯେ ଏ ସ୍ମୃତି ସବୁ ଦିନ ମୋତେ ମନେ ପକେଇ ଦେଉଥିବ ଯେତେବେଳେ ସେମିତି କିଛି ପରିସ୍ଥିତି ଉତ୍ପନ୍ନ ହେବ । ଏହି ସ୍ମୃତି ରେ ମୋ ଖୁସି ସହିତ ଦୁଃଖ ଏବଂ ବ୍ୟକ୍ତିଗତ ରୂପେ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ ଥିବା ଏକ ଅନନ୍ୟ ସ୍ମୃତି ।

ତେବେ ବିନା ସମୟ ନଷ୍ଟ ନ କରି ଆରମ୍ଭ କରିବା ପିଲା ଦିନରୁ ।

ଏହି କାହାଣୀ ରେ ତିନି ଜଣ ମୁଖ୍ୟ ଚରିତ୍ର ବିଷୟରେ ପଢ଼ିବାକୁ ପାଇବେ ଏବଂ ସେ ତିନି ଜଣକୁ ନେଇ ଏହି କାହାଣୀ ପ୍ରଥମ ରୁ ଶେଷ ପର୍ଯ୍ୟନ୍ତ ଲମ୍ବି ଚାଲିଛି। ପ୍ରଥମ ଚରିତ୍ର ହେଲେ ପୁଜା, ମୁଁ ନିଜେ। ଦେଖିବାକୁ କେମିତି ତାହା ଆପଣ ଜାଣି ପାରିବେ। ମୋ ବାପା ମୋ ଚେହେରା କୁ ଦେଖି ପ୍ରତ୍ୟେକ କାମ ଆରମ୍ଭ କରିଲେ ସେ ସଫଳ ହୁଅନ୍ତି ବୋଲି କୁହନ୍ତି। ଘରେ କେହି ଯଦି କୁଣିଆ ଆସନ୍ତି ସେ ମୋ ସୁନ୍ଦରତା ବିଷୟରେ ଚର୍ଚ୍ଚା କରିବାକୁ ବିଳମ୍ବ କରନ୍ତି ନାହିଁ । ଏମିତି ରେ ମୁଁ ବହୁତ୍ ଲକି। ମୋ ବିଷୟରେ ଯଦି କହି ଚାଲିବି ତେବେ ପୁରା କାହାଣୀ ମୋର ହିଁ ହେବ । ଆଗକୁ ପଢ଼ିବା, ଦ୍ଵିତୀୟ ଚରିତ୍ର ଙ୍କ ବିଷୟରେ ସେ ହେଉଛି ରିତୁ । ଦେଖିବାକୁ ଯେତିକି ସୁନ୍ଦର୍ ସେତେ ଚାଲାକ୍ ଏବଂ ସେ ମୋର ଘନିଷ୍ଠ ବନ୍ଧୁ ମଧ୍ୟ । ତୃତୀୟ ଜଣକ ହେଲେ ଯାହାକୁ ମୁଁ ହୃଦୟରୁ ଆଜି ପର୍ଯ୍ୟନ୍ତ ଭଲ ପାଇ ଆସିଛି ସେ ହେଉଛନ୍ତି ମୋର ମାଙ୍କଡ (ସୁମିତ୍)।

ଏହି କାହାଣୀ ପଞ୍ଚମ ଶ୍ରେଣୀ ରୁ ଆରମ୍ଭ ହୋଇ ଯାଇଥିଲା। ମୁଁ ଶ୍ରେଣୀ ର ଟପ୍ ଲେବେଲ୍ ର ଷ୍ଟୁଡେଣ୍ଟ୍ ନଥିଲି ସତ କିନ୍ତୁ ସୁମିତ୍ ସେ ଶ୍ରେଣୀ ରେ ଟପର୍ ଷ୍ଟୁଡେଣ୍ଟ୍ ଥିଲେ । ରିତୁ ମଧ୍ୟ ଆମ ଶ୍ରେଣୀରେ ପଢୁଥିଲା। ମୁଁ ସୁମିତ୍ ଙ୍କୁ ପଞ୍ଚମ ଶ୍ରେଣୀ ରୁ ମନ ଦେଇ ବସିଥିଲି କିନ୍ତୁ ମୁଁ ସୁମିତ୍ ଙ୍କୁ କହିପାରୁନଥିଲି। କାହିଁକି ନା ମୁଁ ଡରୁଥିଲି କାଳେ ସେ ମନା କରିଦେବେ । ଧୀରେ ଧୀରେ ସମୟ ବିତିବା ସହ ପଞ୍ଚମ ଶ୍ରେଣୀ ରୁ ଷଷ୍ଟ, ଷଷ୍ଟ୍ ରୁ ସପ୍ତମ ରେ ପହଞ୍ଚିଲୁ । ମୋ ମନ ରେ ଥିବା ସୁମିତ୍ ଙ୍କ ପ୍ରତି ଆଦର ଧୀରେ ଧୀରେ ଭଲପାଇବା ରେ ପରିଣତ ହେବାକୁ ଲାଗିଲା । କିନ୍ତୁ ସପ୍ତମ ଶ୍ରେଣୀ ରେ ମୁଁ ଜାଣିବାକୁ ପାଇଲି ସୁମିତ୍ ରିତୁ କୁ ଭଲ ପାଉଛନ୍ତି। ମୋର ଏତେ ଦିନର ଏକ ତରଫା ଭଲ ପାଇବା ଉପରେ ପୂର୍ଣ୍ଣଛେଦ ର ଆଭାସ ହେଉଥିଲା। ମୁଁ ପୁରା ଭାଙ୍ଗି ପଡ଼ିଲି । କାହାକୁ କହିବାକୁ ସାହାସ କରି ପାରୁନଥିଲି ଅବା କହିବି କେମିତି । ଏମିତି ପୁଣି ଚାଲିଲା ଆମ ପାଠପଢା ଏବଂ ସମସ୍ତେ ଅଷ୍ଟମ ଶ୍ରେଣୀ ରେ ପହଞ୍ଚିଲୁ।

ଏହି ସମୟ ରେ ରିତୁ ର ଅକସ୍ମାତ ଦୁର୍ଘଟଣା ଘଟିଲା। ରିତୁ ଆଈ ଘରେ ରହି ପଢୁଥାଏ ମାନେ ଆମ ଗାଁ ରେ। ସେହି ଦୁର୍ଘଟଣା ପରେ ସେ ନିଜ ଗାଁ କୁ ଫେରିଗଲା। ସେତେବେଳେ ସୁମିତ୍ ଙ୍କ ଭଲ ପାଇବା ରିତୁ ଙ୍କ ପ୍ରତି ବହୁତ ବଢ଼ି ଯାଇଥିଲ। ଏଠି ଅନ୍ୟ ଜଣେ ଚରିତ୍ର (ପିହୁ) ଯିଏ ସୁମିତ୍ ଆଉ ରିତୁ ଙ୍କୁ ଏକାଠି କରିବାରେ ସାହାଯ୍ୟ କରୁଥିଲା। ଏସବୁ ଜାଣିବା ପରେ ମୋ ନିଜ ଉପରେ ଏବଂ ଆଉ ମୋ ଭାଗ୍ୟ ଉପରେ ବହୁତ ଘୃଣା ଲାଗିଲା । ରିତୁ ଉପରେ କିମ୍ବା ସୁମିତ୍ ଉପରେ ରାଗିବାର ଅଧିକାର ନଥିଲା । କାହିଁକି ନା ସେମାନେ କେହିବି ଜାଣି ନଥିଲେ ଯେ ମୁଁ ସୁମିତ୍ ଙ୍କୁ ମନେ ମନେ ଭଲ ପାଉଥିଲି ବୋଲି। କିନ୍ତୁ ମତେ ସ୍ୱଳ୍ପ ଅନୁଭବ ହେଉଥିଲା ଯେ ଏ ସବୁ ରିତୁ ଜାଣିଛି ।

ରିତୁ ଏହି ଦୁର୍ଘଟଣା ପରେ ନିଜ ଗାଁ ରେ ରହି ପଢ଼ିବାକୁ ଲାଗିଲା। ସେତେବେଳେ ସୁମିତ୍ ଙ୍କ ଅବସ୍ଥା କଣ ଥିଲା ମୁଁ ଜାଣିନି କିନ୍ତୁ ରିତୁ ଗାଁ କୁ ଫେରିବା କଥା ଶୁଣି ଯେତିକି ମୁଁ ଖୁସି ଥିଲି ତାଠୁ ଅଧିକ ଦୁଃଖୀ ମଧ୍ଯ ଥିଲି । କାହିଁକି ନା ରିତୁ ମୋର ଘନିଷ୍ଠ ବନ୍ଧୁ ଥିଲା। ରିତୁ ଯିବା ପରେ କିଛି ଦିନ ଦୁଃଖ ଲାଗିଲା କିନ୍ତୁ ପୁଣି ମନ ବଦଳେଇ ପାଠ ପଢାରେ ଲାଗିଗଲି। ଅଷ୍ଟମ ରୁ ଦଶମ କେମିତି ହେଲା ଜଣାପଡ଼ିଲା ନାହିଁ କିନ୍ତୁ ମୋ ମନ ରେ ସୁମିତ୍ ଙ୍କ ପ୍ରତି ଭଲ ପାଇବା ସେମିତି ହିଁ ଥିଲା ।

ଦଶମ ଶ୍ରେଣୀ ପାସ୍ ହୋଇ +2 ରେ ପହଞ୍ଚିଲୁ । ମୋର ଆଉ ସୁମିତ୍ ଙ୍କ ଦେଖା ସାକ୍ଷାତ କମ୍ ହେବାକୁ ଲାଗିଲା। । କାରଣ ସୁମିତ୍ ତାଙ୍କ ସ୍ବପ୍ନ ପୂରଣ ପାଇଁ ବିଜ୍ଞାନ ବିଭାଗ ରେ ଯାଇ ଜଏନ କରିଥିଲେ ମାତ୍ର ମୁଁ କଳା ବିଭାଗ ରେ ଜଏନ କରିଲି। ସୁମିତ୍ ଙ୍କୁ ଦେଖିବାକୁ ବହୁତ୍ ଇଛା ଥିଲେ ମଧ୍ୟ ପ୍ରତ୍ୟେକ ସମୟରେ ସମ୍ଭବ ହେଉ ନଥିଲା । କେବେ କେମିତି ଦେଖିଲେ ଅଳ୍ପ କଥା ବାର୍ତ୍ତା ହେଉଥିଲୁ ତାହା ମଧ୍ୟ ସେତେ ବେଶୀ ସମୟ ପାଇଁ ନୁହଁ ମାତ୍ର ମୋତେ ସୁମିତ୍ ଙ୍କ କଥା ସବୁବେଳେ ମନେ ପଡୁଥାଏ। ଏମିତି ଏକ ତରଫା ଭଲ ପାଇବା କୁ ଜାବୁଡ଼ି ଧରି +2 ମଧ୍ୟ ଡେଇଁବାକୁ ଲାଗିଲା। ଇତି ମଧ୍ୟରେ ମୋତେ ବହୁତ୍ ଜଣ ପ୍ରପୋଜ୍ ମଧ୍ୟ କରିଥିଲେ ମାତ୍ର ମୁଁ କାହାର ପ୍ରପୋଜ୍ କୁ ଗ୍ରହଣ କରି ନଥିଲି କାରଣ ମୋ ମନ କେବଳ ସୁମିତ୍ ପାଖରେ ହିଁ ଥାଏ। କହି ପାରୁନଥିଲି ସତ ମୋର ବିଶ୍ୱାସ ଥିଲା ସେ ଦିନେ ନା ଦିନେ ମୋ ଭଲ ପାଇବା କୁ ଚିହ୍ନିବ ଏବଂ ମୋ ଭଲ ପାଇବା କୁ ସମ୍ମାନ ମଧ୍ୟ ଦେବ।

If the contents are helpful to share them with your friends, Thanking You.

ଚନ୍ଦ୍ରବିନ୍ଦୁ ସେ ସମ୍ପର୍କର

ସମ୍ପର୍କ ର ଚନ୍ଦ୍ରବିନ୍ଦୁ, s k sahoo, ସନ୍ତୋଷ କୁମାର ସାହୁ,
ଚନ୍ଦ୍ରବିନ୍ଦୁ ସେ ସମ୍ପର୍କର

ଚନ୍ଦ୍ରବିନ୍ଦୁ ନୁହେଁ ତ ସେ

ଅଧୁରା କାହାଣୀ ର କବର…

ଫେରିବାକୁ ଚାହିଁଲେ ମଧ୍ୟ

ଫେରି ପାରିବୁନି ମୋ ମନକୁ…

କାରଣ ନାହିଁ ସେ ପ୍ରଶ୍ନ ର..

ଅଭିପ୍ରାୟ ନାହିଁ ସେ ସମୟର..

ଦୋଷ ଅବା କାହାକୁ ଦେବି…

ତୁ ଅବା କଣ କରିବୁ…

ନା ମୁଁ ଶ୍ରଦ୍ଧାଞ୍ଜଳି ହେବି…

ଭୁଲି ଯା ସେ ଅତୀତ କୁ

ଦୁଃଖ ପାଇ ସେ କଷ୍ଟ ର

ଭାଗୀଦାର ମୋତେ କରାଇବାକୁ

ଚେଷ୍ଟା କରେ ନାହିଁ…

କିଛି ରାସ୍ତା ନାହିଁ…

ଫେରିବାକୁ ସେ ସମୟକୁ…

ଭୁଲିବାକୁ ଚେଷ୍ଟା କର …

ନହେଲେ ଶେଷରେ ରହିଯିବ କେବଳ

ମୋର ଶେଷ ପ୍ରତିଶ୍ରୁତି ଟିକକ…

ନା ଦେଖିବି ତୋତେ…

ନା ଦେଖିବାର ଆଶା ଅଛି..

ନା ମୋର ଅଧିକାର…

ନା ଇଚ୍ଛା ଅଛି ମୋର…

ସମୟକୁ ସିନା ମୁଁ ମିଛ କହିପାରେ

କିନ୍ତୁ ନିଜ ବିବେକ କୁ ମିଛ କହି

କେତେଦିନ ଆଉ ବଞ୍ଚିବି…

ନା ଆଶା ଅଛି

ନା ଅଭିଳାଷା,

କିନ୍ତୁ ଜାଣିଛି ଦେଖା ହେବ ନିଶ୍ଚୟ ତୋର ମୋର

ସେଦିନ ତୋ ଲୁହ ଝରୁଥିବ

ଏବଂ ମୁଁ ଶାନ୍ତିରେ ଚିତା ଉପରେ ଶୋଇଥିବି….

ସେଦିନ ପ୍ରକୃତରେ

ଚନ୍ଦ୍ରବିନ୍ଦୁ ପଡିଯିବ ସେ ବାସ୍ତବ ସମ୍ପର୍କ ର……

ସନ୍ତୋଷ କୁମାର ସାହୁ (ଲେଖକ)

If the contents are helpful to share them with your friends, Thanking You.

ଅଧା ଗଢ଼ା ସମ୍ପର୍କ

ଅଧା ଗଢ଼ା ସମ୍ପର୍କ
Click the image for full story

ଅଧା ଗଢ଼ା ସମ୍ପhttps://youtube.com/shorts/ZAQAVsDTekQ?feature=shareର୍କ…1

ଅଧା ଗଢ଼ା ସମ୍ପର୍କ…1

ଅଧା ଗଢ଼ା ସମ୍ପର୍କ…2

ଅଧା ଗଢ଼ା ସମ୍ପର୍କ…2

ଅଧା ଗଢ଼ା ସମ୍ପର୍କ…3

ଅଧା ଗଢ଼ା ସମ୍ପର୍କ…3

ଅଧା ଗଢ଼ା ସମ୍ପର୍କ…Last

ଅଧା ଗଢ଼ା ସମ୍ପର୍କ…Last

ଅଧା ଗଢ଼ା ସମ୍ପର୍କ1

ଅଧା ଗଢ଼ା ସମ୍ପର୍କ 1,  ,ଓଡ଼ିଅଷ୍ଟୋରୀ, ଷ୍ଟୋରୀ odiastory, story,oriya, lovestory,lovemaking, love, lovelife
ଅଧା ଗଢ଼ା ସମ୍ପର୍କ ପ୍ରଥମ

ଏହି କାହାଣୀ କୁ ପଢ଼ିବା ପୂର୍ବରୁ ଆପଣଙ୍କୁ ବିନୀତ ଅନୁରୋଧ ଯେ “ଫେରିଆସ” କାହାଣୀ ଟିକୁ ପୁରା ପଢ଼ିବା ପାଇଁ। ତାପରେ ଏହି କାହାଣୀ ପଢ଼ିଲେ ଆପଣ ବୁଝିପାରିବେ। ଯଦି ପଢ଼ି ସାରି ଛନ୍ତି ତେବେ ଆଗକୁ ପଢ଼ନ୍ତୁ । ଫେରି ଆସ କାହାଣୀ ର ଶେଷ ରୁ ଏହି କାହାଣୀ ଟି ଆରମ୍ଭ ହୋଇଛି । ଉକ୍ତ କାହାଣୀ ର ଲିଙ୍କ୍ ଆପଣ ଏଠି Click କରି ପଢ଼ି ପାରିବେ ।

ତେବେ ଚାଲନ୍ତୁ ଆରମ୍ଭ କରିବା ଅଧା ଗଢା ସମ୍ପର୍କ….

ମଳୟ ଫେରି ଆସିଛି ଦିଲ୍ଲୀ । ମଳୟ ର କିଛି ବ୍ୟକ୍ତିଗତ କାମ ଯୋଗୁ ସେ ଫେରି ଆସିଥିଲା । ପ୍ରାୟ ୨ ଦିନ ପରେ ମଳୟ ଜଏନ କରିଛି ଅଫିସ ରେ । ଲଞ୍ଚ ବ୍ରେକ ପୂର୍ବରୁ ମଳୟ ତାର କାମ ସାରି ବସିଥାଏ। ଟିମ୍ ଲିଡର ମଳୟ ପାଖରେ ପହଁଚିଲା। କଣ ? ମଳୟ ଆଜି କାମ ସରିଗଲାଣି ??

ମଳୟ ହଁ କହିଲା ପରେ ଦୁହେଁ କେଣ୍ଟିନ ଯିବାକୁ ବାହାରିଲେ। ଟିମ୍ ଲିଡର ମଧ୍ୟ ଓଡ଼ିଆ ଭାଷୀ, ତାଙ୍କୁ ସମସ୍ତେ ରିପିନ୍ ସାର୍ ବୋଲି ଡାକନ୍ତି ଏବଂ ସେ ବହୁତ୍ ସିନିଅର । ରିପିନ୍ ସାର୍ ମୁକେଶ ସହିତ ମଧ୍ୟ ଭଲ ସମ୍ପର୍କ କିନ୍ତୁ ମୁକେଶ ଅପେକ୍ଷା ମଳୟ ସହିତ ବହୁତ୍ କ୍ଲୋଜ ।

ଭୁବନେଶ୍ୱର ର ହାଲଚାଲ ପଚାରିଲା ପରେ ଘର କଥା ଏବଂ ଅନ୍ୟ କଥା ମଳୟ ସାର୍ କୁ କହିଲା। ରିପିନ୍ ସାର୍ ପଚାରିଲେ । ମଳୟ !! ସବୁ କଥା ତ କହିଲ କିନ୍ତୁ ତମ କଥା ତ କହିଲ ନାହିଁ। ମଳୟ କହିଲା ମୋ କଥା କିଛି ନାହିଁ ସାର୍। ରିପିନ୍ ସାର୍ କହିଲେ। ମୁଁ ଶୁଣିବାକୁ ପାଇଲି ଯେ ତମେ ମୁକେଶ ର ଭଉଣୀ କୁ ପସନ୍ଦ କରିଛ । ଏଠି ତ ବହୁତ୍ ଝିଅ ଥିଲେ କେହି ପସନ୍ଦ ହେଲେ ନାହିଁ। ମଳୟ ଅଳ୍ପ ହସି କହିଲା ନାହିଁ ସାର୍ ସେମିତି କିଛି ନାହିଁ। ଏମିତି ରେ ଓଡ଼ିଆଣୀ ଝିଅ ସମସ୍ତଙ୍କ ଠାରୁ ନିଆରା। ଓଡ଼ିଆ ଝିଅଙ୍କ ଭଲ ପାଇବା ଏବଂ ଚରିତ୍ର ବ୍ୟବହାର ଏହି ମାୟା ନଗରୀ ଝିଅ ଙ୍କ ଅପେକ୍ଷା ପବିତ୍ର ଏବଂ ଶାନ୍ତ ସରଳ।

ରିପିନ୍ ସାର୍ କହିଲେ, ହଁ ଏ ତ ସତ କଥା । ଆମ ଓଡ଼ିଆ ଝିଅ ସବୁଠୁ ଅଲଗା। ଏଠି ତ ଝିଅ ଙ୍କୁ ଚିହ୍ନିବାକୁ ହେଲେ ତୁମ ପକେଟ୍ ରେ ଟଙ୍କା ଥିବା ଦରକାର କିନ୍ତୁ ଓଡ଼ିଆ ଝିଅ କୁ ଚିହ୍ନିବାକୁ ହେଲେ ତୁମର ଭଲ ମନ ଟିଏ ଥିଲେ ବହୁତ୍ କିଛି। ମଳୟ କହିଲା ସେହି ମନ ଯୋଗୁ ତ ମୋତେ ମୁକେଶ ର ଭଉଣୀ ପସନ୍ଦ କରିଛି ।

ହଠାତ୍ ରିପିନ୍ ସାର୍ ଙ୍କ ଫୋନ୍ ବାଜି ଉଠିଲା । ରିପିନ୍ ସାର୍ କହିଲେ ତମେ ଲଞ୍ଚ କରି ଆସ । ମୋତେ HR ଡାକୁଛନ୍ତି ମୁଁ ପରେ କଥା ହେବି କିନ୍ତୁ ମୋତେ ସବୁ କହିବ, କହି ଚାଲିଗଲେ। ମଳୟ କୁ ଭୋକ ନଥାଏ। ସେ ଟେବୁଲ୍ ବସି ଭାବୁଥାଏ । ଭୁବନେଶ୍ୱର ରେ ବିତେଇ ଥିବା କିଛି ସମୟ ପାଖକୁ ସେ ଫେରିଗଲା…….

.

.

.

.

.

.

.

.

ସେଦିନ ମୁକେଶ ସହିତ ମଳୟ ଭୁବନେଶ୍ୱର ଆସି ପହଞ୍ଚିଲା। ମୁକେଶ ଅଧିକ ଦିନ ଛୁଟି ଆଣିଥାଏ କିନ୍ତୁ ମଳୟ କେବଳ ଗୋଟିଏ ସପ୍ତାହ ନେଇ ଆସିଥିଲା। ଗୋଟିଏ ଦିନ ତାର ମାମୁଁ ଘରେ ରହିଲା। ଦ୍ଵିତୀୟ ଦିନ ତା ଘରକୁ ସକାଳେ ଯାଇ ସନ୍ଧ୍ୟା ବେଳେ ଫେରି ଆସିଲା ମୁକେଶ ଘରକୁ । ମୁକେଶ ଘରେ ମଳୟ କୁ ପୁଅ ର ସମ୍ମାନ ମିଳିଲା । ସେଦିନ ରାତି ବିତିଗଲା ।

ତୃତୀୟ ଦିନ ସକାଳେ ମଳୟ ବାଥ୍ ରୁମ୍ କୁ ଯାଇଥାଏ । ବାଥରୁମ୍ ଫେରିବା ସମୟରେ ତାର ନଜର ଯାଇ ପଡ଼ିଲା ପ୍ରିୟଙ୍କା ଉପରେ । ପ୍ରିୟଙ୍କା ଗୋଟିଏ ହାତରେ ବ୍ରସ୍ କରୁଛି ଆଉ ଗୋଟିଏ ହାତରେ ମୋବାଇଲ୍ ଦେଖିବାରେ ଲାଗିଛି । ସେ ମୋବାଇଲ୍ ତାର ନୁହଁ । ସେ ମୋବାଇଲ୍ ଥିଲା ମଳୟ ର । ମଳୟ ବାହାରକୁ ଆସିଲା । କେବଳ ଗୋଟିଏ ଟାୱେଲ ପିନ୍ଧି ବାହାରକୁ ଆସିଛି । ଅଳ୍ପ ଲଜ୍ଜା ଅନୁଭବ ପରେ ସେ ପ୍ରିୟଙ୍କା କୁ କହିଲା ଯେ ତମେ ଅଳ୍ପ ସାଇଡ ହେବ ?? ମୁଁ ରୁମ୍ କୁ ଯାଇଥାନ୍ତି। ଏତିକି ଶୁଣି ପ୍ରିୟଙ୍କା ମଳୟ ର ମୋବାଇଲ୍ କୁ ମଳୟ କୁ ଦେଇ କହିଲା ତମ ଫୋନ୍ ଆସିଥିଲା। ତୁମ ବାପା ଫୋନ୍ କରିଥିଲେ । ମୁଁ କହିଲି ଗାଧୋଇବାକୁ ଯାଇଛନ୍ତି ବୋଲି । ଏତିକି ଶୁଣି ମଳୟ ଅଳ୍ପ ରାଗ ସହିତ ଦୁଃଖୀ ହୋଇଗଲା ଏବଂ ମୋବାଇଲ୍ ନେଇ ରୁମ୍ ଭିତରକୁ ଚାଲିଗଲା।

ରୁମ୍ ଭିତରକୁ ଗଲା ପରେ ମଳୟ ମୋବାଇଲ୍ ଖୋଲି ଦେଖିଲା ଯେ ପ୍ରିୟଙ୍କା ତାର ମୋବାଇଲ୍ ରେ କଣ ଦେଖୁଥିଲା ?? ସେ ଦେଖିଲା ଯେ ସେ ମଳୟ ର ଫୋଟୋ କୁ ଦେଖୁଥିଲା । ମଳୟ ନିଜ ୱାଲପେପର ରେ ତାର ଫୋଟୋ କୁ ରଖିଥିଲା । ମଳୟ ଏତେ ଚିନ୍ତା ନ କରି ବ୍ରେକଫାଷ୍ଟ କରିବା ପାଇଁ ବାଇକ୍ ନେଇ ବାହାରି ଗଲା ଛକ ରେ ଥିବା ବାବୁ ଦୋକାନ କୁ । ସେଠୁ ଫେରିଲା ବେଳେ ଘର ପାଇଁ ମଧ୍ୟ କିଛି ବ୍ରେକଫାଷ୍ଟ୍ ନେଇ ଆସିଥିଲା।

ମଳୟ ଯେତେବେଳେ ଘରକୁ ଫେରିଲା ସେ ସିଧା ମୁକେଶ ରୁମ୍ କୁ ଗଲା ସେଠୀ ସେ ପ୍ରିୟଙ୍କା କୁ ଦେଖିଲା । ପ୍ରିୟଙ୍କା ମୁକେଶ ର ଟି ସାର୍ଟ ପିନ୍ଧି ବସି ଝିଅ ସହିତ ଗେଲ ହେଉଛି। ମଳୟ କୁ ଟିକେ ଅଡ଼ୁଆ ଲାଗିଲା। ସେ ପ୍ରିୟଙ୍କା କୁ ପଚାରିଲା । ୟେ ତ ମୁକେଶ ର ଟି ସାର୍ଟ। ତମେ କାହିଁକି ପିନ୍ଧିଚ?? ପ୍ରିୟଙ୍କା କହିଲା ତାର ସବୁ ଟି ସାର୍ଟ ମୁଁ ଘରେ ପିନ୍ଧେ। ଏତିକି ଶୁଣି ମୁକେଶ ଉଠି କହିଲା । ପ୍ରିୟଙ୍କା ତୁ ଯାଆ ଏଠୁ । ତାପରେ ପ୍ରିୟଙ୍କା ଝିଅ କୁ ନେଇ ସେଠୁ ଚାଲିଗଲା।

ମଳୟ ପଚରିଲା, କଣ ମହାରାଜ ଆଜି ଉଠିବ କି ନାହିଁ ? ମୁକେଶ କହିଲା। ତୁ ଆଜି ଶୀଘ୍ର ଉଠିଗଲୁ ଯେ । ମଳୟ କହିଲା, ରାତି ଯାକ ନିଦ ନାହିଁ ରେ । ମୁକେଶ ପଚାରିଲା କଣ ହେଲା କି ??

ମଳୟ କହିଲା ସେ ବାପା ଙ୍କ କଥା !!!

If the contents are helpful to share them with your friends, Thanking You.

ଅଧା ଗଢ଼ା ସମ୍ପର୍କ2

ଅଧା ଗଢ଼ା ସମ୍ପର୍କ 2,  ,ଓଡ଼ିଅଷ୍ଟୋରୀ, ଷ୍ଟୋରୀ odiastory, story,oriya, lovestory,lovemaking, love, lovelife
ଅଧା ଗଢ଼ା ସମ୍ପର୍କ ଦ୍ଵିତୀୟ

ମୁକେଶ ପଚାରିଲା କଣ ହେଲା କି ? ଏବେ ତ ସବୁ ଠିକ୍ ହୋଇ ଯାଇଥିଲା । ମଳୟ କହିଲା କଣ ଠିକ୍ ରେ ?? ମୋ ମା ତ ମୋ ଜନ୍ମ ପରେ ଛାଡ଼ି ଚାଲିଗଲା । ବାପା ସାବତ ମା କୁ ଘରକୁ ଆଣିଲେ । ମୁଁ ପିଲା ଦିନୁ ମାମୁ ଘରେ ରହି ବଡ ହୋଇଛି। କାଲି ଯେତେବେଳେ ମୁଁ ଘରେ ପହଞ୍ଚିଲି ।

ମୋ ସାବତ ମା, ମୋତେ ଯେମିତି ସନ୍ଦେହ ନଜର ରେ ଦେଖୁଥିଲେ। ମୋ ଭଉଣୀ ରୂପା ଆଉ ସାନ ଭାଇ ରୀଙ୍କୁ ମୋତେ ଯେମିତି ପର ଲୋକ ଭଳି ବ୍ୟବହାର କରିଲେ। ମୋତେ ଅଣ ନିଃଶ୍ୱାସି ଅନୁଭବ ହେଲା। ଏପଟେ ବାପା ମଧ୍ୟ ଦେଖାଣିଆ ହୋଇ ପଚାରିଲେ । ତାଙ୍କ ବ୍ୟବହାର ମୋତେ ବହୁତ୍ କଷ୍ଟ ଦେଲା। କଣ କରିବି ? ତୋର ଅନୁରୋଧ ରେ ସିନା ଆସିଲି । କିନ୍ତୁ ଭାବୁଛି ଆଜି ସନ୍ଧ୍ୟାରେ ଫେରିଯିବି।

ମୁକେଶ, ଆରେ ସେମାନଙ୍କ କଥା ଛାଡ । ତୋର ଛୁଟି ଆଉ ଚାରି ଦିନ ବାକି ଅଛି । ତୁ ଏଠି ତିନି ଦିନ ରହି ଯାଆ । ଏଠି କଣ ଅସୁବିଧା ଅଛି କି ?? ଠିକ୍ ସେତିକିବେଳେ ସୁଜାତା ସହିତ ପ୍ରିୟଙ୍କା ଆସି ପହଞ୍ଚିଲେ । ସୁଜାତା ପଚାରିଲା କଣ ମଳୟ ଆଜି ଏତେ ଶୀଘ୍ର ନିଦ ଭାଙ୍ଗି ଗଲାଣି । ମଳୟ କହିଲା, ଭାବୁଛି ଆଜି ଦିଲ୍ଲୀ ଫେରିଯିବି । ଏତିକି ଶୁଣି ସୁଜାତା ମଳୟ ପାଖରେ ବସିଲେ ଏବଂ ପ୍ଲେଟ ରେ ଆଣିଥିବା ଗୋଟିଏ ସିଙ୍ଗଡ଼ା ମଳୟ ପାଟିରେ ପୁରେଇ କହିଲେ ଯେ ତମେ ତିନି ଦିନ ଆମ ଘରେ ରହିବ ଏବଂ ଚତୁର୍ଥ ଦିନ ତମେ ଯାଇ ଜଏନ କରିବ।

ମଳୟ, ନାହିଁ ଭାଉଜ । ଆଉ ରହିବନି ମୁଁ ଏଠି ରହିଲେ ଘର କଥା ମନେ ପଡ଼ିବ। ମୋତେ ଏଠୁ ଫେରି ଯିବା ଭଲ। ମୁକେଶ ମଳୟ ର କାନ୍ଧରେ ହାତ ରଖି କହିଲା। ଭାଇ ତୁ କୁଆଡେ ଯିବୁନି ଦୁଇ ଦିନ ରହିବୁ ତାପରେ ଯିବୁ। ମୁଁ କିଛି ସୁଣିବିନି। ଆଉ ଆଜି ସମସ୍ତେ କିଛି ଯୋଜନା ବନେଇ ଛନ୍ତି। ମଳୟ କୁଆଡେ? ପ୍ରିୟଙ୍କା କହିଲା। ଆମେ ଆଜି ବଗିଚା ବୁଲି ଯିବା। ବୋଉ,ଭାଇ, ଭାଉଜ, ଝିଅ ଆଉ ତମେ ଆଉ ମୁଁ। ସମସ୍ତେ ମିଶି କରି ଯିବା। ମଳୟ ଅଳ୍ପ ଚିନ୍ତା ରେ ପଡ଼ିଲା। ମୁକେଶ କହିଲା, କିଛି ଚିନ୍ତା କରେ ନାହିଁ। ତୁ ଦୁଇ ଦିନ ରହ ତାପରେ ଚାଲିଯିବୁ ତୋତେ ଆଉ ବାଧ୍ୟ କରିବି ନାହିଁ। ମଳୟ ମୁକେଶ କଥାରେ ରାଜି ହେଲା। ତାପରେ ସମସ୍ତେ ଶୀଘ୍ର ରେଡ଼ି ହୋଇ ବାହାରିଲେ ବଗିଚା ବୁଲିବାକୁ।

ଘର ଠାରୁ ବଗିଚା ୨ କିମି ରୁ ଅଧିକ ହେବ। ଚାଲି ଚାଲି ଯିବାକୁ ପଡ଼େ । ପ୍ରିୟଙ୍କା ର ସବୁ ଯୋଜନା। ସକାଳୁ ସକାଳୁ ଆଜି ଭାଉଜ ସହିତ ମିଶି ଯୋଜନା ବନେଇ ସାରିଲେଣି। ସମସ୍ତେ ବଗିଚା ବୁଲିବାକୁ ବାହାରିଲେ କିନ୍ତୁ ବୋଉ ମନା କରିଲେ । ବାକି ସମସ୍ତେ ବଗିଚା ବୁଲିବାକୁ ବାହାରିଲେ। ବଗିଚାରେ ପହଞ୍ଚିଲା ପରେ ସମସ୍ତେ ସପୁରୀ ପଣସ ଖାଇଲେ ଏବଂ ନଡ଼ିଆ ପାଣି ପିଇଲେ। ମଜା ମସ୍ତି କରିଲେ । ମୁକେଶ ସହିତ ସୁଜାତା ଝିଅ ଥାଏ ଏପଟେ ପ୍ରିୟଙ୍କା ସହିତ ମଳୟ ବୁଲୁଥାଏ । କିଛି ସମୟ ବୁଲିଲା ଭାଉଜ କହିଲେ ମୁଁ ଥକି ଗଲିଣି ତମେ ବୁଲିବ ଯଦି ବୁଲ । ମୁଁ ଆଉ ପାରିବିନି । ପ୍ରିୟଙ୍କା କହିଲା ତମେ ବସିଥାଅ ଆମେ ଦୁଇ ଜଣ ବୁଲିବୁ । ମଳୟ ନାହିଁ କହିଲା କିନ୍ତୁ ମୁକେଶ କହିଲା ଯା ଯା ବୁଲି ଆସେ ।

ମଳୟ ଏବଂ ପ୍ରିୟଙ୍କା ବୁଲି ବୁଲି ବଗିଚା ରୁ ଦୂରରେ ନଦୀ କୂଳରେ ପହଞ୍ଚିଲେ। ପ୍ରିୟଙ୍କା କଥା ହେବାକୁ ଚାହୁଁଥିଲା କିନ୍ତୁ ମଳୟ କେବଳ ହଁ କିମ୍ବା ନା ରେ ଉତ୍ତର ଦେଉଥିଲା। ଦୁହେଁ ଚାଲି ଚାଲି ଥକି ଗଲେ । ପ୍ରିୟଙ୍କା ପଚାରିଲା ତମେ ଏମିତି ଶାନ୍ତ ରୁହ ନା ମୋ ଆଗରେ ଏମିତି ଚୁପ୍ ରହୁଚ। ମଳୟ ଚୁପ୍ ରହିଲା। ପ୍ରିୟଙ୍କା ପୁଣି ପଚାରିଲା, କଣ ୟାର ମଧ୍ୟ ଉତ୍ତର ଦେବନି । ମଳୟ କହିଲା ନା ସେମିତି କିଛି ନାହିଁ । ଏମିତି ରେ ଝିଅ ମାନଂକ ସହିତ ମୁଁ କମ୍ କଥାବାର୍ତ୍ତା ହୁଏ। ପ୍ରିୟଙ୍କା ପଚାରିଲା, ତେବେ ତୁମର କେହି ଝିଅ ସାଙ୍ଗ ନାହାନ୍ତି ?? ମଳୟ ପଚାରିଲା , ପ୍ରଶ୍ନ କରିବାର ମାନେ ?? ପ୍ରିୟଙ୍କା କହିଲା, ମୋର ପ୍ରଶ୍ନ ଯେ ତମେ ଝିଅ ମାନଂକ ସହିତ କଥା ହୁଅ ନାହିଁ କହିଲ ସେଥିପାଇଁ ଏହି ପ୍ରଶ୍ନ ପଚାରିଲି। ମଳୟ କହିଲା । ଅଛନ୍ତି ଆମ କମ୍ପାନୀ ରେ ସେମାନଙ୍କ ସହିତ କଥା ହୁଏ । ପ୍ରିୟଙ୍କା ତେବେ ସେମାନଙ୍କ ଭଳି ମୋ ସହିତ ମଧ୍ୟ କଥା ହୁଅ । ମଳୟ କଣ କଥା ହେବି ଭାବି ପାରୁନି।

ପ୍ରିୟଙ୍କା କହିଲା, ହଉ ମୁଁ ପଚାରିବି ତମେ ଉତ୍ତର ଦିଅ ଏବଂ ତମେ ପଚାରିବ ମୁଁ ଉତ୍ତର ଦେବୀ । ସେଠୁ କଥା ଆରମ୍ଭ ହୋଇଯିବ। ଏତିକି ଶୁଣି ଦୁହେଁ ହସିବାକୁ ଲାଗିଲେ। ମଳୟ ର ଚେହେରା ରେ ହସ ଦେଖି ପ୍ରିୟଙ୍କା କୁ ମଧ୍ୟ ଖୁସି ଲାଗିଲା। କାରଣ ସେ ସକାଳ ଠାରୁ ବହୁତ୍ ଦୁଃଖରେ ଥିଲା। ଦୁହିଙ୍କ କଥା ବାର୍ତ୍ତା ଆରମ୍ଭ ହୋଇଗଲା। ଦେଖୁ ଦେଖୁ ଦୁଇ ଘଣ୍ଟା ବିତିଗଲାଣି ମୁକେଶ ଅପେକ୍ଷା କରି ବସିଛି ସେ ଦୁଇ ଜଣ କେତେବେଳେ ଆସିବେ। ଶେଷରେ ମୁକେଶ ଖୋଜି ଖୋଜି ନଦୀ କୂଳରେ ଆସି ପହଞ୍ଚିଲା। ପ୍ରିୟଙ୍କା ଭାଇ କୁ ଦେଖି କହିଲା। ତମେ ବୁଲିବାକୁ ଆସିଲ। ମୁକେଶ ରାଗ ଭଳି ଅଭିନୟ କରି କହିଲା ଅନ ଦୁଇ ଘଣ୍ଟା ଅପେକ୍ଷା କରିଛୁ କେତେବେଳେ ଆସିବ କିନ୍ତୁ ତମ ଦୁଇ ଜଣଙ୍କ କଥା ସରିନି । ସୁଜାତା କହିଲେ । ଆଜି ପ୍ରିୟଙ୍କା କୁ ନୂଆ ଲୋକ ମିଳିଛନ୍ତି । ସେ ଆଜି ସବୁ କଥା ହୋଇ ସାରିବ। ପ୍ରିୟଙ୍କା ଅଳ୍ପ ଲାଜେଇ ଗଲା। ତାପରେ ସମସ୍ତେ ଘରକୁ ଫେରିଲେ । ଘରେ ଖାଇବା ପରେ ସମସ୍ତେ ତାସ ଖେଳରେ ବସି ଗଲେ। ତାସ ଖେଳ ରେ ମଧ୍ୟ ପ୍ରିୟଙ୍କା ମଳୟ କୁ କେବେ ହାରିବାକୁ ଦିଏ ନାହିଁ। ମୁକେଶ ପଚାରିଲା କଣ ପ୍ରିୟଙ୍କା ?? ମଳୟ କଣ ବାରମ୍ବାର ଜିତୁଛି ?? ଘଟଣା କଣ?? ଆମ ଘରେ ତୁ ସବୁବେଳେ ଜିତୁ ଆଜି କଣ ମଳୟ ଜୀତୁଛି । ପ୍ରିୟଙ୍କା ଚୁପ୍ ରହିଲା । କିଛି ସମୟ ଖେଳ ପରେ ସନ୍ଧ୍ୟା ଯୋଗୁ ମୁକେଶ ମଳୟ ବାହାରିଗଲେ । ନଈ ପଠା କୁ । ସେଠୀ କଥାବାର୍ତ୍ତା ସରି ଫେରୁ ଫେରୁ ରାତି ୭ ଟା। ଏପଟେ ପ୍ରିୟଙ୍କା ଭାଉଜ ଙ୍କୁ ବାରମ୍ବାର ପଚାରୁଥାଏ ସେମାନେ କେତେବେଳେ ଆସିବେ?? ସୁଜାତା କହିଲା ଖବର କଣ ଏତେ ଚିନ୍ତା କାହିଁକି ସେମାନେ ଆସିଯିବେ । ଶେଷରେ ପ୍ରିୟଙ୍କା ଭାଉଜ ଙ୍କୁ କହିଲା। ତମେ କଲ୍ କରି ଡାକ। ସୁଜାତା ହସିଲେ । ଘଟଣା କଣ?? ପ୍ରିୟଙ୍କା ?? ମଳୟ ପସନ୍ଦ ହୋଇଛି ବୋଧେ ତୁମକୁ। ପ୍ରିୟଙ୍କା କିଛି ନ କହି ଅଳ୍ପ ଲାଜେଇ ଚୁପ୍ ରହିଲା । ସୁଜାତା ପୁଣି ପଚାରିଲା ତେବେ ମୁଁ ଯାହା ଭାବିଛି ସବୁ ସତ ନା?? ପ୍ରିୟଙ୍କା ହଁ କରି କହିଲା , ହଁ ଭାଉଜ ପସନ୍ଦ ତ କରୁଛି କିନ୍ତୁ ସେ ପସନ୍ଦ କରୁଛି କି ନାହିଁ ମୁଁ ଜାଣିନି।

If the contents are helpful to share them with your friends, Thanking You.

ଅଧା ଗଢ଼ା ସମ୍ପର୍କ3

ଅଧା ଗଢ଼ା ସମ୍ପର୍କ 3,  ,ଓଡ଼ିଅଷ୍ଟୋରୀ, ଷ୍ଟୋରୀ odiastory, story,oriya, lovestory,lovemaking, love, lovelife
ଅଧା ଗଢ଼ା ସମ୍ପର୍କ ତୃତୀୟ

ସୁଜାତା କହିଲା, ଯଦି ତମେ ପସନ୍ଦ କରୁଛ ତେବେ ଆଜି ସନ୍ଧ୍ୟାରେ ତମକୁ ମଉକା ଦିଆ ଯିବ ତମେ ତମ ଭଲ ପାଇବା କୁ ମଳୟ ଆଗରେ ପ୍ରକାଶ କର।

ପ୍ରିୟଙ୍କା ପଚାରିଲା ସେ ବ୍ୟବସ୍ଥା ମୁଁ କରିଛି। ତମେ ଖାଲି ହଁ କରିଲେ ହେଲା। ପ୍ରିୟଙ୍କା ରାଜି ହେଲା। କିଛି ସମୟ ପରେ ଦୁଇ ସାଙ୍ଗ ଘରକୁ ଆସିଲେ । ରାତିରେ ଖାଇବା ପରେ । ଯୋଜନା ହେଲା ଯେ ଆଜି ସମସ୍ତେ ଛାତ ଉପରେ ଶୋଇବା । ସମସ୍ତେ ପହଞ୍ଚିଲେ ଛାତ ଉପରେ। ବିଛଣା ପଡ଼ିଲା ଶୋଇବା ପୂର୍ବରୁ ସମସ୍ତେ ବସି କଥା ହେଲେ । ଗୋଟିଏ ପଟେ ମୁକେଶ ଆଉ ସୁଜାତା ଟା ଆଉ ଗୋଟିଏ ପଟେ ମଳୟ ଏବଂ ପ୍ରିୟଙ୍କା । ଏ ଦୁଇ ଜଣକ ମଝିରେ ଝିଅ ସୋଇଛି। କିଛି ସମୟ କଥା ପରେ ମଳୟ କୁ ନିଦ ଲାଗି ଯାଇଛି କିନ୍ତୁ ତାହା ଥିଲା ମିଛ ନିଦ । ପ୍ରିୟଙ୍କା ଚାହୁଁଥିଲା କଥା ହେବାକୁ କିନ୍ତୁ ମଳୟ ସୋଇଯିବା ଦେଖି ସେ ଦୁଃଖୀ ହୋଇଗଲା ଏବଂ ସେ ଉଠି ବସିଗଲା । ତାକୁ ଭାଉଜ ଦେଇଥିବା ଯୋଜନା ବିଫଳ ହେଲା ଭଳି ଅନୁଭବ ହେଉଥିଲା । ଠିକ୍ ସେତିକିବେଳେ ହଠାତ୍ ମଳୟ ଧିର ସ୍ଵରରେ ପ୍ରିୟଙ୍କା କୁ ପଚାରିଲା, କଣ ନିଦ ଲାଗୁନି। ଏତିକି ଶୁଣି ପ୍ରିୟଙ୍କା ଯେମିତି ଖୁସିରେ ପାଗଳ ହୋଇଗଲା। ସେ ସଙ୍ଗେ ସଙ୍ଗେ ମଳୟ ଆଡ଼କୁ ଚାହିଁ ରହିଲା ଏବଂ କହିଲା ମୁଁ କଥା ହେବାକୁ ଚାହୁଁଛି ଏବଂ ତମେ ଯେ ଘୁଙ୍ଗୁଡ଼ି ମାରୁଚ। ମୁକେଶ ଧିର ସ୍ଵରରେ କହିଲା, ମୋତେ ମଧ୍ୟ କହିବୁ କଣ କଥା ହେବ । ସେପଟେ ସୁଜାତା ମୁକେଶ ପାଟି କୁ ଚୁପ୍ କରି କହିଲା ସେମାନେ କଥା ହୁଅନ୍ତୁ ତମେ କାହିଁକି ମଝିରେ କଳା ବିଲେଇ ସାଜିଲ। ମଳୟ ହସିଲା । ମୁକେଶ କହିଲା ଆରେ ମୋର କହିବାର ମାନେ ଯଦି କଥା ହେବାର ଅଛି ଏଠି କଥା ହେଲେ ଆମେ କାଳେ ସୁଣିଦେବୁ ତମେ ଟିକେ ଦୂରରେ ବସି କଥା ହେବ ଆମକୁ ମଧ୍ୟ ଡିଷ୍ଟର୍ବ ହେବ ନାହିଁ । ଏତିକି କହିବା ପରେ ସମସ୍ତେ ହସିଲେ । ସୁଜାତା କହିଲା । ପ୍ରିୟଙ୍କା ତମେ ଯାଅ କଣ କଥା ହେବାର ଅଛି କଥା ହୋଇ ଆସ।

ତାପରେ ପ୍ରିୟଙ୍କା ଏବଂ ମଳୟ ଅଳ୍ପ ଦୂରେଇ ଯାଇ ବସିଲେ । ଦୁହେଁ ଅଳ୍ପ ଅଳ୍ପ ଦୂରରେ ବସି ଥାନ୍ତି। ଦିନ ର ବ୍ୟଥା ଦୁହିଁଙ୍କୁ ଅନୁଭବ ହେଉଥିଲେ ମଧ୍ୟ ଦୁହେଁ ସେ ସମୟକୁ ବ୍ୟର୍ଥ କରିବାକୁ ଚାହୁଁ ନଥିଲେ। କଥା ଆରମ୍ଭ ହେବା ପୂର୍ବରୁ। ମଳୟ ପଚାରିଲା କଣ କଥା ଅଛି କୁହ ?? ପ୍ରିୟଙ୍କା କହିଲା ମୋ ପାଖରେ କିଛି କଥା ତ ନାହିଁ କିନ୍ତୁ ମୁଁ ତମ ମୁହଁରୁ ଶୁଣିବାକୁ ଚାହୁଁଛି । କାରଣ ଦିନରେ ମୁଁ କହିଛି ଏବେ ତୁମର ପାଳି ତମେ କୁହ ମୁଁ ଶୁଣିବି। ମଳୟ ଅଳ୍ପ ହସି କଣ କହିବି ମୋ କଥା ଏବଂ କିଛି କଥା ହେବା ପୂର୍ବରୁ ମୁଁ କେତୋଟି କଥା ପଚାରିବାକୁ ଚାହେଁ। ପ୍ରିୟଙ୍କା କହିଲା, ହଁ ପଚାର ?? ମଳୟ ପଚାରିଲା, ମୋତେ ଯେତିକି ଅନୁଭବ ହେଉଛି ଯେ ତୁମେ ମୋତେ ପସନ୍ଦ କରୁଛ ?? ଏବଂ ଯଦି ସେହିଭଳି ହୋଇଥାଏ ତେବେ ମୋ ଘର ଏବଂ ମୋ ବିଷୟରେ ତୁମକୁ ଜାଣିବା ଦରକାର ଏବଂ ଶେଷ କଥା ଟି ହେଉଛି । ଯଦି ତମେ ମୋ ସାଥୀ ହେବାର ସ୍ଵପ୍ନ ଦେଖିଛ ତେବେ ତୁମ ପରିବାର ଏହି ସମ୍ପର୍କ କୁ ଉଚିତ୍ ମାନ୍ୟତା ଦେବେ କି ?? ପ୍ରିୟଙ୍କା କହିଲା, ଏହି ପ୍ରଶ୍ନ ର ଉତ୍ତର ଦେବା ପୂର୍ବରୁ ମୋର ଗୋଟିଏ ପ୍ରଶ୍ନ ର ଉତ୍ତର ଦିଅ ଯେ ତୁମେ ମୋତେ ପସନ୍ଦ କର କି?? ମଳୟ ଚୁପ୍ ରହିଲା । ପ୍ରିୟଙ୍କା ପୁଣି ଥରେ ପଚାରିଲା। ଉତ୍ତର ଦିଅ ମଳୟ ?? ମଳୟ କହିଲା, ହଁ ମୁଁ ମଧ୍ୟ ତୁମକୁ ପସନ୍ଦ କରେ । ପ୍ରିୟଙ୍କା କହିଲା, ଆମ ଘରେ ଅନୁମତି ଦେବେ କି ନାହିଁ ମୁଁ ଜାଣିନି କିନ୍ତୁ ମୁଁ ତୁମକୁ ପସନ୍ଦ କରେ ଏବଂ ତୁମ ବିଷୟରେ ଏବଂ ତୁମ ଘର ବିଷୟରେ ମୁଁ ଭାଉଜ ଠାରୁ ବୁଝି ସାରିଛି ଏବଂ ତାଙ୍କ କଥା ରେ ମୁଁ ବିଶ୍ୱାସ କରି ତମକୁ ପସନ୍ଦ କରିଛି । ସକାଳେ ତୁମ ମୋବାଇଲ ର ତୁମର ଫୋଟୋ କୁ ଦେଖି ମୁଁ ମନେ ମନେ ତୁମକୁ ପସନ୍ଦ କରିବାରେ ଲାଗିଲି। ସଙ୍ଗେ ସଙ୍ଗେ ଭାଉଜ ଙ୍କୁ ତୁମ ବିଷୟରେ ପଚାରି ବୁଝିଲି।

ଭାଉଜ ତୁମ ବିଷୟରେ ମୋତେ ସବୁ କିଛି କହିଲେ ଏବଂ ମୁଁ ତୁମ ବିଷୟରେ ଯାହା ଯାହା ଶୁଣିଲି ମୁଁ ସେଥିରେ ବହୁତ୍ ଖୁସି ହେଲି ଏବଂ ବୁଲିବା ଯୋଜନା ମୁଁ କରିଲି। ମଳୟ ପଚାରିଲା ତେବେ ମୋ ଠାରୁ ତୁମେ ବହୁତ୍ ସ୍ମାର୍ଟ। ଆଚ୍ଛା ତୁମ ପାଇଁ ପୁଅ ଦେଖା ଚାଲିଛି ଶୁଣିଲି। ପ୍ରିୟଙ୍କା କହିଲା, ହଁ ସତ ଯେ କିନ୍ତୁ ମୋତେ କେହି ପସନ୍ଦ ହେଲେ ନାହିଁ । ଜଣେ ଏବେ ଲାଗି ପଡିଛନ୍ତି । ସେ ଡାକ୍ତର ଅଛନ୍ତି କିନ୍ତୁ ଏକ ନମ୍ବର୍ କଞ୍ଜୁସ ପରିବାର। ମଳୟ କଞ୍ଜୁସ ବୋଲି କେମିତି ଜାଣିଲ ?? ଏତେ ପୁଅ ଦେଖି ଦେଖି ଆମ ଘର ଲୋକ ଜାଣି ସାରିଲେଣି କିଏ କଂଜୁସ ଆଉ କିଏ କେମିତି। ମାତ୍ର ମୋତେ ଯେମିତି ପ୍ରକାର ର ପୁଅ ଦରକାର ଥିଲା ତାହା ସବୁ ତମ ପାଖରେ ମୁଁ ଦେଖିବାକୁ ପାଇଲି । ମଳୟ ପଚାରିଲା ତେବେ ସେ ପ୍ରସ୍ତାବ କଥା କଣ ହେଲା ?? ପ୍ରିୟଙ୍କା କହିଲା, କିଛି ନାହିଁ କାଲି ମନା କରି ଦେବି। ବାପା ଅଳ୍ପ ରାଗିବେ ପୁଣି ପୁଅ ଦେଖା ହେବ । ମଳୟ ଅଳ୍ପ ଦୁଃଖୀ ହେଲା ଭଳି ମୁଣ୍ଡ ତଳକୁ କରିଲା। ପ୍ରିୟଙ୍କା କହିଲା, ମୁଁ ଜାଣିଛି ତମେ କାହିଁକି ମୁଣ୍ଡ ତଳକୁ କରିଲ । ତମର ଆଉ ଆମ ପ୍ରସ୍ତାବ କଥା ମୁକେଶ ଭାଇ ବୁଝିବେ । ତୁମର ଉଚ୍ଚ ଜାତି ହେଲେ କଣ ହେବ । ମୁଁ କେବଳ ତୁମକୁ ପସନ୍ଦ କରୁଛି। ମଳୟ ପଚାରିଲା, ଘରେ ଯଦି ମନା କରିବେ ତେବେ ? ପ୍ରିୟଙ୍କା କହିଲା, ମୁକେଶ ଭାଇ ଙ୍କ ବାହାଘର କୁ ସମସ୍ତେ ବିରୋଧ କରିଲେ ଶେଷରେ ସେ ବିବାହ କରିଲେ ନା?? ସେମିତି ଅମର ମଧ୍ୟ ହେବ। ମଳୟ କହିଲା ନା.. ନା… ଠିକ୍ ନୁହଁ ।

ହଠାତ୍ ପଛ ପଟୁ ଶବ୍ଦ ଆସିଲା । ସବୁ ଦାୟିତ୍ଵ ଆମର। ତମେ ଚିନ୍ତା କର ନାହିଁ । ଦୁହେଁ ପଛକୁ ବୁଲି ଦେଖିଲେ । ସୁଜାତା ଭାଉଜ ଠିଆ ହୋଇଥିଲେ। ସୁଜାତା କହିଲେ, କଥା ସରିଲା ନା ଆଉ ବାକି ଅଛି ? ଚାଲ ଶୀଘ୍ର ଶୋଇବା, ତମ ଭାଇ କାଲି ନନ୍ଦନ କାନନ ବୁଲିବାକୁ ଯୋଜନା ବନେଇ ଶୋଇ ଗଲେଣି। ଚାଲ ଶୋଇବା ବାକି କଥା କାଲି ନନ୍ଦନ କାନନ ରେ କଥା ହୋଇଯିବ । ଦୁହିଙ୍କ ଆଉ କିଛି ସମୟ କଥା ହେବାକୁ ଇଚ୍ଛା ଥାଏ । କିନ୍ତୁ ଭାଉଜଙ୍କ ବାଧ୍ୟତା ପରେ ସେମାନେ ଫେରି ଶୋଇବାକୁ ଗଲେ । ଗୋଟିଏ ପଟେ ମୁକେଶ ଆଉ ମଳୟ ଅନ୍ୟ ପଟେ ସୁଜାତା ଆଉ ପ୍ରିୟଙ୍କା ଶୋଇଲେ ।

If the contents are helpful to share them with your friends, Thanking You.

ଅଧା ଗଢ଼ା ସମ୍ପର୍କ ଶେଷ

ଅଧା ଗଢ଼ା ସମ୍ପର୍କ last ,  ,ଓଡ଼ିଅଷ୍ଟୋରୀ, ଷ୍ଟୋରୀ odiastory, story,oriya, lovestory,lovemaking, love, lovelife
ଅଧା ଗଢ଼ା ସମ୍ପର୍କ ଶେଷ

ତା ପର ଦିନ ସମସ୍ତେ ନନ୍ଦନ କାନନ ବୁଲିବାକୁ ବାହାରିଲେ । ନନ୍ଦନ କାନନ ବୁଲାବୁଲି ରେ ମଧ୍ୟ ପ୍ରିୟଙ୍କା ଏବଂ ମଳୟ ମିଶି ବୁଲାବୁଲି କରୁଥିଲେ । ବୁଲାବୁଲି ସମୟରେ ପ୍ରିୟଙ୍କା କହିଲା। କଣ ନିଷ୍ପତି ନେଲ ?? ମଳୟ, ନିଷ୍ପତି କଣ ତୁମ ଘରେ ରାଜି ହେଲେ ମୋ କିଛି ଆପତ୍ତି ନାହିଁ । ପ୍ରିୟଙ୍କା ଖୁସି ହୋଇଗଲା। ସେ ଖୁସିରେ ନାଚିବାକୁ ଚାହୁଁଥିଲା କିନ୍ତୁ ନିଜକୁ ଏତେ ପୂର୍ବରୁ ଖୁସି ହେବା ଟା କାଳେ ଦୁଃଖର କାରଣ ହୋଇଯିବ ଭାବି ଚୁପ୍ ରହିଲା। ପ୍ରିୟଙ୍କା କହିଲା ମୋର କିଛି ଅନ୍ୟ କଥା କହିବା ର ଅଛି। ମଳୟ ପଚାରିଲା, କୁହ ? ପ୍ରିୟଙ୍କା କହିଲା, କଲେଜ୍ ସମୟରେ ରମାକାନ୍ତ ବୋଲି ଜଣେ ପୁଅ ମୋ ପଛରେ ଯୋକ ଭଳି ଲାଗୁଥାଏ। ମୁଁ ତାକୁ ପସନ୍ଦ କରୁ ନଥିଲି କିନ୍ତୁ ଶେଷ ବର୍ଷ ର ପରୀକ୍ଷା ପୂର୍ବରୁ ସେ ମୋତେ କଲେଜ୍ ରେ ସମସ୍ତ ଙ୍କ ସାମ୍ନାରେ ପ୍ରପୋଜ୍ କରିଲା। କିନ୍ତୁ ସେଠୀ ମୁଁ କିଛି ନ କହି ଚୁପ୍ କରି ଫେରି ଆସିଲି। କିନ୍ତୁ ସେଦିନ ସଂଧ୍ୟାରେ ପାଣି ତଣ୍ଟି ପର୍ଯ୍ୟନ୍ତ ପହଁଚିଗଲା । ସେ ମଦ ପିଇ ଆମ ଘର ଆଗରେ ଆସି I Love You Priyanka କହିବାକୁ ଲାଗିଲା । ସେ ସମୟରେ ମୁକେଶ ଭାଇ ଘରେ ଥିଲେ । ବାହାରେ ପାଟି ଶୁଣି ଦେଖିଲା ବେଳକୁ ସେ ମୋତେ ନେଇ ଏମିତି କହୁଥାଏ। ମୁକେଶ ଭାଇ ତାକୁ ବୁଝେଇବାକୁ ବହୁତ୍ ଚେଷ୍ଟା କରିଲା କିନ୍ତୁ ସେ ନିଶାରେ ଭାଇ କୁ ଧକ୍କା ଦେଇ ଠେଲି ଦେଲା । ଭାଇ ରାଗରେ ରାସ୍ତା ପାଖରେ ପଡ଼ିଥିବା ଗୋଟିଏ ଲାଠି ଉଠେଇ ତାକୁ ପିଟିବାକୁ ଲାଗିଲେ। ଭାଇ ତାକୁ ଏମିତି ପିଟିଲେ ଯେ ତାର ଗୋଟିଏ ହାତ ଭାଙ୍ଗିଗଲା। ସେ ମୁକେଶ ଭାଇ କୁ ସେଦିନ କହିଥିଲା ଯେ ତୋ ଭଉଣୀ ପାଇଁ ଯେତେ ପ୍ରସ୍ତାବ ଆସିବ ସବୁ ମୁଁ ଭାଙ୍ଗିବି କହି ଚାଲିଗଲା ଆଜି ପର୍ଯ୍ୟନ୍ତ ପ୍ରାୟ ୩୦ ରୁ ଅଧିକ ପ୍ରସ୍ତାବ ଆସିଲାଣି ସବୁ ପ୍ରସ୍ତାବ ସେ ମିଛ ସତ କହି ଭାଙ୍ଗି ଦେଉଛି ଏବଂ ମୋର ଭୟ ଯେ ତମକୁ ମଧ୍ୟ ସେ କିଛି କହି ପାରେ।

ମଳୟ କହିଲା ସେ କଥା ଚିନ୍ତା କର ନାହିଁ। ଏବେ ବୁଲିବାକୁ ଆସିଛେ। ବୁଲାବୁଲି କରିବା ବାକି ଆଗକୁ ଯାହା ହେବ ତାହା ଦେଖା ଯିବ। ସମସ୍ତେ ବୁଲାବୁଲି କଲେ ବୋଟିଂ କରିଲେ। ବୁଲାବୁଲି କରି ଫେରିଲା ବେଳକୁ ସନ୍ଧ୍ୟା ୬ ଟା ହେଲାଣି।

ସନ୍ଧ୍ୟା ୭ ଟା ରେ ପ୍ରିୟଙ୍କା ଭାଉଜ କୁ କହି ମଳୟ ସହିତ ଦୁହେଁ ଚାଲିଲେ ଛାତ ଉପରକୁ ସେଠୀ ବେଶୀ କିଛି ସମୟ କଥା ହେଲା ପରେ । ମଳୟ କହିଲା କାଲି ମୁଁ ଫେରିଯିବି। ଏତିକି ଶୁଣି ପ୍ରିୟଙ୍କା ର ଆଖିରୁ ଲୁହ ବାହାରିଗଲା । ସେ କହିଲା ଆଉ କିଛି ଦିନ ରହି ଯାଅ । ମଳୟ କହିଲା ମୁଁ ଯଦି ଏଠି ରହିବି ମୋ ବାପା ଏଠି ଚାଲି ଆସିବେ । ମୁଁ ଚାହୁଁ ନାହିଁ ସେ ଏଠି ଆସନ୍ତୁ। ପ୍ରିୟଙ୍କା ମଳୟ ର ହାତ ଧରି ପୁଣି ଅନୁରୋଧ କରିଲା ଯେ , ପ୍ଲିଜ୍ ମଳୟ ଆଉ ଗୋଟିଏ ଦିନ ରହି ଯାଅ। ମଳୟ କହିଲା। ଆମର ଏହି ମୂଲ୍ୟବାନ ଦୁଇ ଦିନ ସର୍ବଦା ମନେ ରହିବ। ଭଗବାନ ଯଦି ଆମ ଯୋଡି କୁ ମିସେଇବା ପାଇଁ ଲେଖିଛନ୍ତି ତେବେ ଆମ ମଧ୍ୟରେ କେହି ବାଧା ଦେବେ ନାହିଁ । କେବଳ ସମୟ କୁ ଅପେକ୍ଷା କର। ମୁଁ ମୁକେଶ କୁ କହିବି । ସେ ତ ମନା କରିବ ନାହିଁ। ରହିଲା କେବଳ ତୁମ ବାପା ମା।

ପ୍ରିୟଙ୍କା କହିଲା, ମୁଁ ମା କୁ କହି ସରିଛି ତୁମ କଥା ସେ ମଧ୍ୟ ରାଜି ଅଛି । ବାକି ବାବାଙ୍କ କଥା ସେ କଣ କହିବେ ଜାଣିନି। ସେ ଆସନ୍ତା ସପ୍ତାହ ରେ ଆସିବେ। ମୁକେଶ ଭାଇ ଙ୍କୁ ସେ ଭଲ ପାଆନ୍ତି ସେ ଯଦି କହିବେ ତେବେ ସେ ମନା କରିବେ ନାହିଁ। ଏତିକି କଥା ପରେ ପ୍ରିୟଙ୍କା କହିଲା । ମୋର ଗୋଟିଏ ଛୋଟ ଇଚ୍ଛା ଅଛି । ମଳୟ କହିଲା କୁହ କଣ ଇଚ୍ଛା । ଏତିକି କହୁ କହୁ ପ୍ରିୟଙ୍କା ମଳୟ କୁ କୁଣ୍ଢେଇ ପକେଇଲା। ପ୍ରିୟଙ୍କା କହିଲା ଏହା ମୋର ଇଚ୍ଛା ଥିଲା । ଏତିକି କହି ପୁଣି କେତେ ଲୁହ ବିନ୍ଦୁ ବାହାରି ଗଲା। ପ୍ରିୟଙ୍କା କହିଲା, ମୁଁ ଜାଣିନି ତମେ କାହିଁକି ଏତେ ପସନ୍ଦ ଲାଗିଲ। ତମେ ଯୋଉ ଦିନ ଆସିଲ। ସେଦିନ ହିଁ ମୁଁ ତମକୁ ପ୍ରଥମ ଦେଖାରେ ପସନ୍ଦ କରି ସାରିଛି। ପ୍ରଥମ ଦିନ ରାତିରେ ତୁମକୁ ବିଛଣା ଦେବା ସମୟରେ ମୁଁ ଚାହୁଁଥିଲି ତମେ କିଛି ପଚାର ଏବଂ ମୁଁ ତୁମ ସହିତ କଥା ହେବାକୁ ଚାହୁଁଥିଲି କିନ୍ତୁ ତମ ମନ ଭଲ ନଥିଲା ଦେଖି ଫେରି ଆସିଲି। ମଳୟ କହିଲା, ତେବେ ମୁଁ ପ୍ରଥମ ଦିନରୁ ତମ ମନରେ ସ୍ଥାନ ନେଇ ସାରିଛି। ତାପରେ ଦୁହେଁ ହଗ୍ କରି ଅଲଗା ହେଲେ।

ପ୍ରିୟଙ୍କା ପଚାରିଲା, ତମେ କହିବ ପରା କହୁଥିଲ ମୁକେଶ ଆଉ ସୁଜାତା ଭାଉଜ ବିଷୟରେ । ମଳୟ ହଁ ହଁ, ତେବେ ଶୁଣ ଆରମ୍ଭ କରୁଛି ପ୍ରଥମରୁ…

ମୁକେଶ ଯୋଉ ଦିନ ଜଏନ ହେଲା ତାର ଦୁଇ ଦିନ ପୂର୍ବରୁ ମୁଁ

ଜଏନ କରିଥିଲି । ଆମେ ଦୁହେଁ ଗୋଟିଏ ଯାଗାରେ PG ରେ ରହୁଥିଲି। ସେଦିନ ରାତିରେ ଖାଇବା ସମୟରେ ସେ ଫୋନ୍ ରେ କାହା ସହିତ ଓଡ଼ିଆ ରେ କଥା ହୋଇ ଖାଉଥିଲା। ତାର ଓଡ଼ିଆ କଥା ଶୁଣି ମୁଁ ତା ପାଖରେ ପହଞ୍ଚିଲି ଏବଂ ମୋତେ ଅଳ୍ପ ଖୁସି ଲାଗିଲା ଯେ ଆମ ଓଡ଼ିଆ ପିଲା ମଧ୍ୟ କେହି ଅଛନ୍ତି । ତାପରେ ଦୁହେଁ କଥା ହେଲା ପରେ ଜାଣିଲୁ ଯେ ଆମ ଦୁହିଙ୍କ ଘର ପାଖାପାଖି । ସେ PG ରେ ଗୋଟିଏ ମାସ ରହିବା ଭିତରେ ଆମେ ବହୁତ୍ କ୍ଲୋଜ୍ ହୋଇଗଲୁ ଏବଂ ମିଶି ଗୋଟିଏ ରୁମ୍ ନେଇ ରହିଲୁ। ତାର ଦ୍ଵିତୀୟ ଦିନ ଜାଣିଲି ଯେ ଆମ ଗ୍ରୁପ୍ ରେ ସୁଜାତା ବୋଲି ଗୋଟିଏ ଝିଅ କୁ ସେ ଭଲ ପାଉଛି ଏବଂ ସେ ତାକୁ ବିବାହ କରିବାକୁ ଚାହୁଁଛି। ତିନି ମାସ ପରେ ମୋର ଉପସ୍ଥିତି ରେ ଦୁହିଙ୍କ କୋର୍ଟ ମ୍ୟାରେଜ୍ ମଧ୍ୟ ସରିଲା………………..

.

.
.
.

(ବାକି କାହାଣୀ ” ଫେରିଆସ” ଗଳ୍ପରେ ବର୍ଣ୍ଣିତ )

.

.
.
.
.
.

କାହାଣୀ ସରିବା ପରେ ପ୍ରିୟଙ୍କା ର ଆଖିରୁ ଲୁହ ବାହାରି ଯାଇଛି । ଲୁହ କୁ ଦେଖି ମଳୟ କହିଲା ଏଥିରେ କାନ୍ଦିବାର କଣ ଅଛି?? ଏ ତ ଖୁସିର କଥା ଯେ ସେମାନେ ପୁଣି ଏକାଠି ହୋଇଗଲେ। ପ୍ରିୟଙ୍କା କହିଲା ଏ ଲୁହ ଖୁସିର ନା ଦୁଃଖ ର ମୁଁ ମଧ୍ୟ ଜାଣିନି କିନ୍ତୁ ବାହାରିଗଲା।

ପ୍ରିୟଙ୍କା ପଚାରିଲା ତେବେ ଭାଉଜ ଏତେ ଶୀଘ୍ର ବଦଳି ଗଲେ କେମିତି ? ମଳୟ କହିଲା। ଶୀଘ୍ର ନୁହଁ ଦୁଇ ବର୍ଷ ଲାଗିଗଲା ଆଉ ଯେଉଁ ସମ୍ପର୍କ ରେ ଭଲ ପାଇବା ଅଧିକ ଥିବ ସେଠୀ ଦୁହେଁ ଦୁହିଁଙ୍କୁ ଛାଡ଼ି କେବେ ରହି ପାରିବେ ନାହିଁ।

ଠିକ୍ ଏତିକି ବେଳେ ମୁକେଶ ଆସି ପହଁଚିଲା ମୁକେଶ ମଳୟ କୁ କହିଲା କଣ ଚାଲିଛି ଏଠି ?? ମଳୟ କହିଲା ତୋର ପ୍ରେମ କାହାଣୀ ପ୍ରିୟଙ୍କା କୁ କହୂଥିଲି । ମୁକେଶ କହିଲା ମୁଁ ଭାବୁଥିଲି ତମେ ତମର ଲଭ ଏକ୍ସପ୍ରେସ ରେ ମଜି ଥିବ କିନ୍ତୁ ଆମ କାହାଣୀ ଶୁଣେଇ ତାକୁ କାହିଁକି ଦୁଃଖୀ କରାଉଛୁ ।

ପ୍ରିୟଙ୍କା କହିଲା ନାହିଁ ଭାଇ ଦୁଃଖୀ ନାହିଁ । ତମ କାହାଣୀ ସମସ୍ତଙ୍କ ଠାରୁ ନିଆରା । ସତରେ ତମ କାହାଣୀ ରେ ଭଲ ପାଇବା, ରାଗ ରୋଷ, ଗର୍ବ, ଅହଙ୍କାର, ଦୁଃଖ ଏବଂ ଖୁସି ସବୁ କିଛି ଭରି ରହିଛି

ମୁକେଶ କହିଲା ଆରେ ମୋ ପ୍ରେମ କାହାଣୀ କଥା ବନ୍ଦ କର ?? ତୋ କଥା କହ ?? ତୋତେ ମଳୟ ପସନ୍ଦ କି ନାହିଁ ?? ପ୍ରିୟଙ୍କା ଲାଜରେ ଉଠି ଚାଲିଗଲା । ମଳୟ କହିଲା କଣ ବେ ?? ଏମିତି ପଚାରୁଛୁ ?? ମୁକେଶ କହିଲା, କାଲି ତୋ ଭାଉଜ ତମ ଦୁହିଙ୍କ ବିଷୟରେ ମୋତେ ସବୁ କହିଛନ୍ତି । ଆଉ ଗୋଟିଏ କାମ କର?? ତୁ ଆଉ କିଛି ଦିନ ରହି ଯା । ତମର ପ୍ରେମ ଦୃଢ଼ ହୋଇଯିବ ଏବଂ ସମୟ ସୁଯୋଗ ଦେଖି ବିବାହ କରି ଦେବା।

ମଳୟ କହିଲା ନା ରେ ଭାଇ ଆଉ ରହି ପାରିବି ନାହିଁ । ହଁ ଯଦି ତୋର ଅନୁମତି ମିଳେ ତେବେ ଏହି ପ୍ରେମ ଗାଡି ଆଗକୁ ବଢିବ । ମୁକେଶ ଅନୁମତି କଣ ବେ?? ତୁ ପ୍ରିୟଙ୍କା ଠାରୁ ଯେତେବେଳେ ନମ୍ୱର୍ ମାଗିଲୁ ସେତେବେଳେ ମୋ ଠାରୁ ଅନୁମତି ମାଗି ଥିଲୁ ?? ଆଉ ଦୁଇ ଘଣ୍ଟା ହେଲା ଏଠି କଥା ହେଉଛ ମୋତେ ଅନୁମତି ମାଗିଛୁ, ପୁଣି ଭଲ ପାଇବାକୁ ଅନୁମତି କଣ?? ତୁ ତ ଆରମ୍ଭ କରି ସାରିଲୁଣି । ମଳୟ କହିଲା ନା ରେ ଭାଇ, ତୁ ମୋ ଉପରେ ଭୁଲ ବୁଝିବୁ ନାହିଁ

ହଁ ମୁଁ ପ୍ରିୟଙ୍କା କୁ ପସନ୍ଦ କରେ କିନ୍ତୁ ଆମ ଦୁହିଁଙ୍କ ବାହାଘର ସମ୍ଭବ ହେବ କି ନାହିଁ ମୁଁ ଜାଣିନି । ମୁକେଶ କହିଲା, ସମ୍ଭବ କରିବା ପାଇଁ ମୁଁ ଅଛି । ତୁ ତୋର ପ୍ରେମ ଗାଡି କୁ ନେଇ ଆଗେଇ ଚାଲ୍ । ତୋ ଭଳି ଜୋଇଁ ପୁଅ କୁ ମୁଁ କେବେ ହାତ ଛଡ଼ା କରିବି ନାହିଁ । ତାପରେ ଦୁହେଁ ହସି ହସି ତଳକୁ ଆସିଲେ

ତା ପର ଦିନ ସକାଳେ ମଳୟ ବାହାରିଗଲା ଦିଲ୍ଲୀ ପାଇଁ ପ୍ରିୟଙ୍କା ଷ୍ଟେସନ ପର୍ଯ୍ୟନ୍ତ ଆସିଥାଏ। ପାଖରେ ମୁକେଶ ଭାଇ ଥିବାରୁ ସେ ଶେଷ ଥର ପାଇଁ ହଗ୍ କରିବାକୁ ଚାହୁଁଥିଲା କିନ୍ତୁ ତାହା ସମ୍ଭବ ହେଲା ନାହିଁ । ମଳୟ ଏବଂ ପ୍ରିୟଙ୍କା ଆଖିରେ ଲୁହଦେଖି ମୁକେଶ କହିଲା । ମୁଁ ଏବେ ମଧ୍ୟ କହୁଛି ରହିଯାଆ କିଛି ଦିନ । ଆଉ କିଛି ଦିନ ବୁଲାବୁଲି କରିବ । ତାର ବାପା ଆସିବେ ତୋ କଥା ଫାଇନାଲ କରିବା । ମଳୟ ଏବଂ ପ୍ରିୟଙ୍କା ଅଳ୍ପ ହସିଲେ । ମଳୟ କହିଲେ ସବୁ ତୋ ଉପରେ ନିର୍ଭର ତୁ ଯଦି ଚାହିଁବୁ ସବୁ ସମ୍ଭବ ହୋଇ ପାରିବ। ମୁକେଶ କହିଲା ତୁ ଚିନ୍ତା କରେ ନାହିଁ। ତୁ ଯା ତୋର ଫାଇନାଲ ପ୍ରସ୍ତାବ ନେଇ ମୁଁ ଦିଲ୍ଲୀ ପହଞ୍ଚିବି।

ମଳୟ ଟ୍ରେନ ର ସିଟ ରେ ଆସି ବସିଗଲା ଏବଂ ସେ ଫେରିଗଲା ଦିଲ୍ଲୀ ଅଭିମୁଖେ। …

.

.

.

.

.

ଏତିକିବେଳେ ମଳୟ ର ଫୋନ୍ ବାଜି ଉଠିଲା ଏବଂ ସେ ସ୍ଵପ୍ନ ଦୁନିଆରୁ ପୁଣି ଫେରି ଆସିଲା ଦେଖିଲା ଯେ ଲଞ୍ଚ ବ୍ରେକ ସରି ଆସିଲାଣି ଏବଂ ଫୋନ୍ ର ରିଙ୍ଗଟୋନ ବାଜିବାରେ ଲାଗିଥିଲା । ଏବଂ ସେ କଲ୍ ଟି ଥିଲା ପ୍ରିୟଙ୍କା ର……

ମଳୟ ପୁଣି ସାଧାରଣ ଅବସ୍ଥା କୁ ଫେରି ଆସି ଫୋନ୍ ଉଠେଇ କଥା ହେବାକୁ ଲାଗିଲା..

Hi Priyanka… କେମିତି ଅଛ !!!!!!!!!………….……

ଏହି କାହାଣୀ ଟି ସରି ଯାଇଛି । ଆଗାମୀ କାହାଣୀ ବହୁତ୍ ଶୀଘ୍ର ଅପଲୋଡ଼ ହେବ । ଏହି କାହାଣୀ ପଢ଼ିବା ପରେ କମେଣ୍ଟ କରିବାକୁ ଭୁଲିବେ ନାହିଁ । ଯଦି ଆଗକୁ ପଢିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ କମେଣ୍ଟ ର ଅପେକ୍ଷା ରହିଲା ।

।। ଧନ୍ୟବାଦ ।।

ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ….

…………………………………………………………………….

If the contents are helpful to share them with your friends, Thanking You.

ଅଧୁରା କାହାଣୀ






ଅଧୁରା କାହାଣୀ !!!
(ଏକ ଅଶ୍ରୁମୟ ଜୀବନ୍ତ ପୃଷ୍ଠା)

ଅଦିନିଆ ବର୍ଷା ଭଳି କ୍ରିଷ୍ଣା ଅମର ଉପରେ ଚାପୁଡା ଆଉ ଗାଳି ବରଷି ଚାଲିଛି। କଣ ହେଲା ଯେ କେଜାଣି ?? ଅମର କ୍ରିଷ୍ଣା କୁ ଅନୁରୋଧ କରି କହୁଥାଏ ମୋତେ ଭୁଲି ଯାଅ କିନ୍ତୁ କ୍ରିଷ୍ଣା ର ରାଗ ଏତେ ପ୍ରଖର ଅବସ୍ଥାରେ ପହଞ୍ଚି ସାରିଥିଲା ଯେ ସେ ଚଣ୍ଡୀ ଭଳି ଅମର କୁ ଚାପୁଡା ମାରିବାରେ ଲାଗିଥିଲା । କିନ୍ତୁ ଏ କଣ ହଠାତ୍ ଅମର ବେହୋସ୍ ହୋଇଗଲା । ନିର୍ଦୟୀ କ୍ରିଷ୍ଣା ଅମର ବେହୋସ୍ ହେବାର ଜାଣି ମଧ୍ୟ ତାକୁ ନ ଉଠେଇ ମୁହଁ ଫେରେଇ ନିଜ ସ୍କୁଟି ରେ ବସି ଚାଲିଗଲା ।
କିଛି ଦୂରରେ ଅପେକ୍ଷା କରିଥିବା ବୁନି ଦଉଡ଼ି ଆସିଲା, ଅମର ପାଖକୁ । ତାକୁ କୋଳରେ ନେଇ ଅମର..ଅମର.. ବୋଲି କେତେ ପାଟି କରିଲା । ନା ଅମର ଶୁଣୁଥିଲା ନା ସେଠୀ କେହି ଶୁଣିବାକୁ ଥିଲା । ଉଦୁଉଦିଆ ଖରା ବେଳ ଟା ରେ । ପାଣି ମଧ୍ୟ ପାଖରେ ନ ଥିଲା । କାରଣ ସେ ସ୍ଥାନ ବଜାର ଠାରୁ ବହୁତ୍ ଦୂରରେ ।
କିନ୍ତୁ ତାର ମନେ ହେଲା ଯେ ଏଠି ପାଖରେ ଗୋଟିଏ ପଥର କୁଅ ଅଛି । ସେ ସଙ୍ଗେ ସଙ୍ଗେ ଦଉଡ଼ି ଗଲା । ସେଠୀ କିଛି ବସ୍ତୁ ନ ମିଳିବାରୁ ସେ ନିଜେ କୁଅ ଭିତରକୁ ଅଳ୍ପ ଓହ୍ଲାଇ ନିଜ ଓଢ଼ଣି କୁ ଓଦା କରି ଦଉଡ଼ି ଆସିଲା ଅମର ପାଖକୁ । ଅମର ମୁହଁରେ ପାଣି ଚିପୁଡ଼ିଲା ପରେ ତାର ର ହୋସ ଫେରିଲା । ଅମର ବୁନି କୁ କୁଣ୍ଢେଇ ଧରି କାନ୍ଦିଲା । ୟା ପୂର୍ବରୁ ଅମର କେବେ କାନ୍ଦିନି ନା କେବେ ବୁନି କୁ ହଗ୍ କରିଥିଲା ।
ବୁନି କହିଲା, କଣ ହେଲା ତୋର ?? ତୁ କାହିଁକି ବେହୋସ୍ ହୋଇଗଲୁ?? ଆଉ କାନ୍ଦୁଛୁ କଣ ପାଇଁ ଯେ ?? କ୍ରିଷ୍ଣା ତୋ ଭଲ ପାଇବା କୁ ଚିହ୍ନି ପାରିଲା ନାହିଁ ବୋଲି କାନ୍ଦୁଛୁ କି ?? ମୁଁ ଅଛି ନା ତୋ ସାଙ୍ଗ ?? ଅମର ମୁଣ୍ଡ ହଲେଇ ହଁ କରିଲା ଏବଂ ଦୁହେଁ ଠିଆ ହେଲେ । ବୁନି କହିଲା ତୁ ବାଇକ୍ ଚଲେଇବୁ ନାହିଁ । ମୁଁ ଚଲେଇବି ?? ଅମର ହସିଲା, ଆବେ ତୁ ପୁଣି ବାଇକ୍??
ବୁନି କହିଲା, ହସୁଛୁ କଣ?? ତୋ ବତିଶି ଝଡେଇ ଦେବି । ଚୁପ୍ ଚାପ୍ ବସ୍ । ମୁଁ ଚଲେଇବି । ତାପରେ ଅମର ବସିଲା ଏବଂ ବୁନି ବାଇକ୍ ଚଲେଇ ଆସିଲା ।
ରାସ୍ତାରେ ଅମର ପଚାରିଲା। ତୋତେ ବାଇକ୍ ଚଲେଇ ଆସେ ମୋତେ କେବେ ତ କହିନୁ?? ସବୁ ବେଳେ ମୋତେ କହୁ ମୋତେ ଚଲେଇ ଆସେନି, ଚଲେଇ ଆସେନି ବୋଲି । କଥା କଣ?? ବୁନି କହିଲା, ଯେତେ ଦିନ ପର୍ଯ୍ୟନ୍ତ ତୁ ମୋ ପାଖରେ ଅଛୁ ସେତେ ଦିନ ପର୍ଯ୍ୟନ୍ତ୍ ତୁ ଚଲେଇବୁ ଏବଂ ମୁଁ ତୋ ବାଇକ୍ ର ପଛରେ ବସିବି।
ଅମର କହିଲା ତୁ ତ ପିଲା ଦିନୁ ସେମିତି ମୋତେ ଆସେନି ..ଆସେନି.. କହୁ, ମୋ ସାଇକେଲ ପଛରେ ବସି କେତେ ଆଡେ଼ ବୁଲିଛୁ ।
ଆଚ୍ଛା କହ ତୁ ଯେତେବେଳେ ବସୁ !!! ଅଳ୍ପ ଦୂରେଇ ବସିଲେ ହେବନି ?? ସବୁବେଳେ ମୋତେ ଜାବୁଡ଼ି ଧରି ବସୁ?? ବୁନି କହିଲା ପିଲାଦିନୁ ତୋତେ ଧରିକି ବସେ, ଏଇଟା କଣ ନୁଆ କଥା ଯେ?? ଏବଂ ତୁ ମନା କରିଲେ ମଧ୍ୟ ମୁଁ ତୋତେ ଧରିକି ବସିବି !!! ଅମର କହିଲା, ଏବେ ଆମେ ବଡ ହୋଇଗଲେଣି ଛୋଟ ଛୁଆ ହୋଇ ନାହୁଁ ।
ବୁନି ହଉ ଛାଡ଼ ସେ କଥା । ତୁ ବେହୋସ୍ କାହିଁକି ହେଲୁ କହ?? ଅମର, କିଛି କଥା ଲୁଚେଇଲା ଭଳି କହିଲା, ମୁଁ ଜାଣିନି, ମୁଁ କେମିତି ପଡ଼ିଗଲି ??? କିଛି ସମୟ ପରେ ଦୁହେଁ ଅମର ଘରେ ପହଞ୍ଚିଲେ ଏବଂ ବୁନି ଅମର ର ବାପା କୁ ପ୍ରଣାମ କରିଲା । ଅମର ର ବାପା କହିଲେ , କଣ ବୁନି ତୁ ମଧ୍ୟ ବାଇକ୍ ଚଲେଇ ଜାଣୁ କି ?? ବୁନି, କଣ ଅଙ୍କଲ ??? ଆପଣ ମଧ୍ୟ ଏମିତି ପ୍ରଶ୍ନ କରୁଛନ୍ତି । ଆମେ ମଧ୍ୟ ବାଇକ୍ ଶିଖିବା ଦରକାର ନା??
ଅମର ର ବାପା କହିଲେ ହଉ ଛାଡ଼ ଆଜି କଣ ବୁଲାବୁଲି କରି ଶୀଘ୍ର ଫେରିଗଲ ?? ଅମର କହିଲା, ବାପା ଆଜି ଖରା ପ୍ରବଳ ଯୋଗୁ ଫେରି ଆସିଲୁ ?? ଅମର ର ମା, ବୁନି କୁ ପସନ୍ଦ କରନ୍ତି ନାହିଁ । ଵୁନି ଆଣ୍ଟୀ ଙ୍କୁ ପ୍ରଣାମ କରିଲା ପରେ, ଆଣ୍ଟୀ କାନ୍ଥ କୁ ଦେଖି କହିଲେ ଠିକ୍ ଅଛି । ବୁନି କହିଲା, ଅମର ମୁଁ ଏବେ ଆସୁଛି କହି ସେ ଫେରିଗଲା ନିଜ ଘରକୁ ।
ତା ପରଦିନ ହଠାତ୍ ଦିନ ୨ ଟା ହେବ । ଅମର ର ବାପା ର ଫୋନ୍ ଆସିଲା । ବୁନି ସେତେବେଳେ ନିଜ ସାନ ଭାଇ ର ମୋବାଇଲ୍ ରେ ହେଡଫୋନ୍ ଲଗେଇ ମୁଭି ଦେଖୁଥାଏ । ବୁନି ର ମା ଆସି କହିଲେ । ନେ ତୋର ଫୋନ୍, ଅମର ର ବାପା ବହୁତ୍ ଥର ଫୋନ୍ କରିଲେଣି । ବୁନି କଲ୍ ଵେକ କରିଲା । ଅମର ର ବାପା କହିଲେ Govt. Hospital କୁ ଶୀଘ୍ର ଆସେ ।
ବୁନି ଅମର କୁ କଲ୍ କରିଲା କିନ୍ତୁ ସେ ଉଠେଇଲା ନାହିଁ । ବୁନି ସ୍କୁଟି ନେଇ ପହଞ୍ଚିଲା Govt. Hospital ରେ । ବୁନି ଅଙ୍କଲ କୁ ଫୋନ୍ କରୁଥାଏ ସେ ଫୋନ୍ ଉଠେଇଲେ ନାହିଁ । ମାତ୍ର ଭାଗ୍ୟ ବଶତଃ ଅମର ର ସାଙ୍ଗ ସୁଧୀର ବୁନି ସହିତ ଦେଖା ହେଲା । ସେ ଆଙ୍ଗୁଳି ଦେଖେଇ କହିଲା ସେଠୀ ଯା ଅମର ର ବାପା ଅଛନ୍ତି, ମୁଁ ଯାଉଛି କିଛି ସାଙ୍ଗକୁ କଲ୍ କରୁଛି। ବୁନି ପଚାରିଲା କଣ ହେଲା?? ସୁଧୀର କହିଲା ତୁ ସେଠୀ ଯା ମୁଁ ବାହାରକୁ ଯାଉଛି ଏଠି ନେଟୱର୍କ ନାହିଁ । କହି ସୁଧୀର ବାହାରକୁ ଦଉଡ଼ି ଗଲା।
ବୁନି ସେଠୀ ପହଞ୍ଚିଲା ପରେ ଜାଣିବାକୁ ପାଇଲା ଯାଏ ଅମର ଏବେ OT ରେ ଅଛି ଏବଂ ତାକୁ B+ ର ରକ୍ତ ଦରକାର । ବୁନି ପଚାରିଲା କଣ ହୋଇଛି ଅଙ୍କଲ ? ଅମର ର ବାପା କହିଲେ ତାକୁ ବ୍ଲଡ଼ କ୍ୟାନ୍ସର ହୋଇଛି । ତୋତେ କଣ ଅମର କହିନି କି?? ଏବଂ ତାକୁ ଏବେ ବ୍ଲଡ ନିହାତି ଦରକାର । ବୁନି ଅମର ର ବ୍ଲଡ଼ କ୍ୟାନ୍ସର କଥା ଶୁଣି ସେ ଯେମିତି ନିର୍ଜୀବ ହୋଇଗଲା । ଅଙ୍କଲ ବୁନି କୁ ହଲେଇ କହିଲେ କଣ ହେଲା ମା?? ବୁନି କହିଲା , ନାହିଁ ଅଙ୍କଲ କିଛି ନାହିଁ କହି ତାର ଆଖିରୁ ଦୁଇ ଟୋପା ଲୁହ ବହିଗଲା । ବୁନି କହିଲା, ଅଙ୍କଲ୍ ମୁଁ ରକ୍ତ ଦେବୀ । ଅଙ୍କଲ କହିଲେ ନାହିଁ ମା ତୁ ଏମିତି ରେ ପତଳା । ତୁ ଯଦି ରକ୍ତ ଦେବୁ ତେବେ ତୋର ଦେହ ଖରାପ୍ ହୋଇ ପାରେ । ବୁନି କହିଲା, ପ୍ଲିଜ୍ ଅଙ୍କଲ ମୁଁ ଦେବାକୁ ଚାହୁଁଛି ।
ବୁନି ର ବାଧ୍ୟକତା ଆଗରେ ଅଙ୍କଲ ଅନୁମତି ଦେଲେ । ବୁନି ଯାଇ ପହଞ୍ଚିଲା ଅମର ପାଖରେ । ଅମର ଆଖି ବନ୍ଦ କରି ଶୋଇଛି ଏବଂ ଡାକ୍ତର କିଛି ଟେଷ୍ଟ ପରେ ତାକୁ ପାଖ ବେଡ ରେ ଶୋଇବାକୁ କହିଲେ ଏବଂ ବୁନି କେବଳ ଅମର କୁ ଦେଖୁଥାଏ । ରକ୍ତ ଦେବା ର ପ୍ରସ୍ତୁତି ଆରମ୍ଭ ହେଲା । ବୁନି ଅଳ୍ପ ଆଖି ବନ୍ଦ କରି ଅମର କଥା ମନେ ପକେଇ ବାକୁ ଲାଗିଲା । ଆଖିରେ ତାର ଲୁହ ଥାଏ।

Click Page 2 for Next Page…..

If the contents are helpful to share them with your friends, Thanking You.

Rough Paper (English)

Rough Paper (English)
Rough Paper (English)
That day, before Sarita Devi got to catch her car to go to the office, she suddenly noticed a beautiful girl standing by the side of the road. At that moment, the girl covered her dress with her left hand and begged for a right hand. She is about 12 years old. Tears welled up in her half-gray face, and she hopes for some food.

Sarita Devi has been living in her house for about 30 years. She is currently a Tahsildar. For the first time today, she saw a girl begging in front of her door. She seemed surprised.

She closed the car door and approached the girl. Seeing Sarita Devi, the girl said, “Mother, will you give me some money?” Didn’t eat anything since last night ??? Sarita Devi asked girl what is your name ?? On replied, my name is Ambika. Sarita Devi asked again, was this the first time I saw you in this place ?? Where are you from And why is your dress torn ?? After so many questions, tears welled up in Ambika’s eyes.

Sarita Devi wiped Ambika’s tears in her handkerchief and asked what happened ??
Why are you crying ??
Tell me ??
Is there any problem?
No Mother?? Ambika Said,
Sarita Devi asked again, as your friend ?? I will definitely fix it if there are any problems. No Mother, my mother face remembered so ??

Sarita Devi asked again? Tell me where are you from and Where is your home? I’ll take you there and let you eat too but I have to be honest ??

Ambika saw the light of faith in Sarita Devi’s eyes. She started telling Sarita Devi all the truth. Tears well up in her eyes. “Our village is Manjara,” Ambika said. Too far from here? Dad, Mom, and I came here to work in a brick kiln its about 5km away ??

About 6 months after arriving, the owner of the brick kiln told his mother that another brick kiln needed people and that you had to go there ?? But my mother refused. That night, my father came home in drunken condition and slapped my mother. My mother hugged me and fell asleep, but at around 12 midnight, four people knocked on my door and handed a bag of money to my father. Father didn’t stop them after Mom refused. Mom keeps saying let my daughter come with me ?? But they didn’t listen to her?

At that moment, my father dragged me away and the door slammed shut. I tell Dad every day, I will go to Mom’s near, but he gets angry at me and slaps me, saying that your Mom will never come again. Go your work now, you will give me all of the money, and I did it. He spent his days drinking alcohol.
It will be about a month and a half. Suddenly it was I found a piece of news that my father had fallen into a well near Bhati intoxicated and died. I have been alone ever since. Goes to work every day. This went on for 20 to 25 days. One day, the owner’s son came to me while I m working and he trying to forcefully. When I protested, he picked me up and tried to rape me, but I survived because there were other people around him, but that night he came back to my hut.

He raped me. I was helpless but I did not give up. Suddenly I picked up the bucket and hit it on his head. There he was bleeding profusely. Seeing her blood, I ran away in fear. I walked here last night and got here. I slept near this house here. In the morning the guards of this house came and picked me up. I walked away in fear. I begged him for some food but he denied it. after seeing you I came here to see you because the guard left here.

Tears welled up in Ambika’s eyes as she said this. Hearing this, Sarita hugged the Ambika and said, ‘Will you stay with me? ‘Ambika smiled. Sarita Devi said. Just like you, when I was 12, my parents left me and moved away.

Listen, you will be at my house today and will you help me with my housework. My son is an engineer, he lives in the United States. So will you stay with me ?? Ambika raised her head a little and remained silent ?? What do you think Sarita Devi said ?? “Come with me,” he said, pulling Ambika’s hand towards her home.

The house was very large. Ambika is busy seeing this house. Sarita Devi said. For the past 20 days, there has been another girl, but she has left because her marriage is fixed for this month. I am alone now. You will not work here as a maid or a bai. You will be my daughter. I have no daughters yet.
My son’s room is empty. You will be there. You do one thing Go and bathe. There is food in the kitchen. you will eat and sleep a little. I’ll be back at two o’clock and we’ll go to the market together. From there, bring some clothes and go to the hospital.
Ambika took bath. Sarita Devi left for the office.
At two o’clock, Sarita Devi took Ambika to the market and brought her a dress for Ambika, and brought her a medical check-up. Medical check-ups revealed that she had been raped. Some of the scars on the body are clearly seen. According to the medical check-up, Sarita Devi reported the matter to the police.
Within hours of the report, police raided the brick kiln. The owner’s son was arrested and sent to jail. where some child laborers doing the job with some young girl labor doing there. all are evacuated this morning. All girl was placed in a women’s alliance, for sewing bags, and was hired by the government to pay for her services.
Sarita Devi was loved Ambika as a girl. She was sad sometimes, but she forgot her past because of Sarita Devi’s nature and love.
But what is written in “Fate of Destiny” must happen. Two years have passed since then. Sarita Devi’s husband had died of a heart attack a year before Ambika reached home. but two years later her son returned home from the United States with his girlfriend.

Sarita Devi was helpless at her son’s insistence, and the English-American girl with her son stayed at her house as a daughter-in-law, but that too for a few days. The country was useless with the small house of American girl said. So she left Sarita Devi’s house and returned to the United States. The son spends the day drinking the grief of his girlfriend left.

It’s been going 10 days. One night the boy came home drunk. Ambika is alone at home that day. Sarita Devi travels to other cities for some office work. On that day, Ambika was raped again like a black cloud. She tries to leave or protested, but no one listened to her voice. At the moment, he is alone in this dense world’s forest.

She thinking Sarita Devi has given her a new life. She thought she had tried to tell Sarita Devi about her son’s bad behavior, but the next morning Sarita Devi’s son fell at her feet and apologized for doing so. Ambika did not respond to a request for comment by Sarita Devi’s son. She endured the atrocities with tears in her eyes.

One day, Sarita Devi’s son came home drunk. Ambika sleeps in a room next to the storeroom. That day, she was raped again. He tried to shout but was helpless because his hands and face were bandaged and locked. She was raped that night, and her son threatened to kill her if she did or tell her mom.
She again did not dare to tell Sarita Devi about the atrocities committed against her. Ambika had no fear of losing her life. There was a fear that when Sarita Devi would not believe her. It’s been a long time since a small girl place in a big house to blame her son. She is afraid.
But not long after that, Ambika was going to be raped again but that day she escaped out of Sarita Devi’s son and left out of the house. Ambika feared that if I stayed here, the monster would continue to eat me and eat my blood meat like eagle and shrimp. Better than I left this house at all.
Here Ambika being the flesh of monster people in this world. He left this home but she was again raped by other monster people. In a state of shock, the monster raped and dumped Ambika on a nearby river. In the middle of the night, the jackal and the crocodile fell prey. The next morning, the passers-by saw her dead body. Newspapers, TV channels, etc. arrived immediately.
Sarita Devi’s son told his mother that she had stolen some jewelry and money from our house, but Sarita Devi did not believe it. He reported the matter to the police. A day later, police said Ambika’s body had been found lying on the bank of the river.
Sarita Devi reached the river bank and introduced Ambika to her daughter and proceed for post-mortem. The post-mortem report found that about three to four people had raped her, and the doctor said she had been raped ten hours before, but she was alive, according to the report, just six hours before her death.
Sarita Devi accepted the body and cremated it with reverence. Sarita Devi blames herself for Ambika’s death and spends the day starving. A few months later, Sarita Devi retired from the post of Tahsildar. Sarita Devi found Ambika as a daughter in her life but she is no more now.

The police investigation revealed that he had not found any money or gold from the scene and according to preliminary reports some people from the village near the river were interrogated and interrogated but the real culprit could not be found. The case file was closed with the permission of Sarita Devi.

But the perpetrators and atrocities of Ambika are still roaming the open world. Was it really wrong for Ambika to be born as a girl and come into this world ?? Either she had this condition due to her poverty or what else is there for her ?? They could not escape the evil eye of the world’s monsters people. So many questions ?? Sarita Devi has a crush on her mind.
Four years have passed since Ambika’s death. At the time, her son was leaving home and living in the United States with his girlfriend. One day Sarita Devi was sitting alone on the balcony of the house. Feeling emotional. Tears welled up in his eyes. She was unhappy due to Sarita Devi’s son was living in the United States with his girlfriend no that’s wrong. she Sad only Ambika did not get justice.
It was at this point that God heard Sarita Devi’s mind. Suddenly outside the gate, Kabaddi Bala came and asked her if there was any iron and old newspaper, sir madam? Sarita Devi looked at Kabaddi Bala and said yes yes, wait I bring for you some newspapers from the storeroom. Sarita Devi reads the newspaper every day. He keeps the newspaper in the storeroom. She thought I’d give her all the newspaper she had in this storeroom.

Sarita Devi call Kabaddi Bala to her home and took out all the newspapers that were in the storeroom but Sarita Devi saw every paper and handed it over to Kabaddi Bala. “It simply came to our notice then. After about half an hour of work, the storeroom newspaper was empty and cleaned and Kabaddi Bala asked to pay some money in exchange for the newspaper but Sarita Debi said that instead of giving me this money, she would take whatever money she could for her children with that money. There was a wave of joy on Kabaddi Bala’s face and he thanked Sarita Devi and left.

Sarita Devi going to lock the storeroom, while she has seen a piece of rough paper. The paper was found in a window corner.
she read some words on the Rough paper. Sarita Devi’s words hurt her and the ground slipped under her feet. His head turned. He didn’t know how to get out of the storeroom and sit on the sofa. He put the rough Paper on his chest and cried a lot. Even as a small child, he rolled down his sleeves and began to cry, hurting his hands.
She realized that the letter was from Ambika. It is true that Ambika studied until the sixth grade, but her letters are like computer writing. She loves to write. Seeing her letter, Sarita Debi asked her to read on, but Ambika refused, saying, “No, mother, I want to be your daughter forever.” I will not read any class.
But Ambika asked Sarita Devi for a Rough notebook. He used to tear up the rough paper to bring some ration, sometimes tearing up a piece of paper and writing. but the word on the last page of Rough paper really helped Ambika do justice.
The rough paper saying was, “Mom, you will forgive me for my hurting words. You are not a woman, you are a goddess of me, but you will forgive me for saying that a monster son has been born from your lap. If I refuse today, she will be murdered to you. I was threatened with death in the evening.

That’s why I’m to leave your house today because your son is a monster. I can’t say how many times he has had a bad relationship with me. No more daring to say how many times he has eaten on the raw flesh of my body. He has been raping me every time, threatening to kill me, and threatening to kill you in life.

The day I refuse to let your son have a bad relationship with me I don’t want him to take your life because I couldn’t save my birth mother but I am leaving this house in the hope that I will definitely save your life. but no more mother, I cannot survive the rape pains every day.

Sarita Devi holds the Rough paper to her chest and began to cry.
Sarita Devi has been saddened again. I began to think that the one I tore my stomach to was a monster. She hated herself, but she became stronger. she thought why did Ambika not get justice if my tehsildar had done justice to everyone during his life ?? Ambika is also a woman, a girl, and she deserves justice.

He grabbed Ruff’s paper and walked out to the police station. There he wrote a letter of complaint in the name of his son, urging him to be arrested as soon as possible.

He did so in the hope that he would be able to send his son to jail and bring peace to Ambika’s soul. Police have also started an investigation, but Sarita Devi did not tell her son that her mother had lodged a complaint against her son. Just two days later, U.S. police arrested Sarita Devi’s son and brought him back to his country.

Upon arrival in his home country, he was arraigned. Police reopened the case and started an investigation. Sarita Devi’s son has been charged with felony criminal mischief. As police began to crack down, new clues emerged. He admitted everything was wrong and began to tell the truth. He said he and his friends had raped Ambika on the riverbank the next night and dumped her. Police were called to the scene, and four of them were taken to court. The judge ruled that the four men should be sentenced to life in prison.

Afterlife imprisonment, Sarita Devi’s son’s fascination arose a little, but he denied his desire for justice. He considers himself blessed that Ambika deserved justice and deserved justice.
Just as we accept the use of Rough Paper as disrespectful, Ambika’s life disappeared from the world in a few days like a Rough Paper. But the Rough Paper of Ambika”It simply came to our notice then. No one understood the true value of her life, but Sarita Devi lived up to her ideals and prioritized justice for her daughter, Ambika, instead of her son.
Today, Sarita Devi is alone at home, but she feels blessed to have given peace to Ambika’s soul.
In fact, the story is over. Hopefully, this story will touch your heart. Now you can comment. How did you feel about this story?
Thank you.
By. Nilamadhab Bhuyan ( A Story Writer)
If the contents are helpful to share them with your friends, Thanking You.

ରଫ୍ ପେପର୍ (Rough Paper )…2

rough paper, ଓଡ଼ିଆ ଷ୍ଟୋରୀ , ଓଡ଼ିଆ ଗଳ୍ପ, ଓଡ଼ିଆ ଅବିଶ୍ୱାସନୀୟ କାହାଣୀ

ଘର ବହୁତ୍ ବଡ ଥିଲା । ଅମ୍ବିକା ଘର ର କୋଣ ଅନୁକୋଣ କୁ ଅନେଇବାରେ ବ୍ୟସ୍ତ। ସରିତା ଦେବୀ କହିଲେ। ଗତ ୨୦ ଦିନ ହେବ, ଅନ୍ୟ ଜଣେ ଝିଅ ଟିଏ ରହୁଥିଲା କିନ୍ତୁ ତାର ବିବାହ ଠିକ୍ ହେବା ଯୋଗୁ ସେ ଛାଡ଼ି ଚାଲି ଗଲାଣି । ବର୍ତ୍ତମାନ ମୁଁ ଏକା । ତୁ ଏଠି ଚାକରାଣୀ କି ବାଇ ହିସାବରେ କାମ କରିବୁ ନାହିଁ । ତୁ ମୋ ଝିଅ ହିସାବରେ ରହିବୁ । ଏମିତି ରେ ମୋର କେହି ଝିଅ ନାହାନ୍ତି ।

ମୋର ପୁଅ ର ରୁମ୍ ଖାଲି ପଡ଼ିଛି। ତୁ ସେଠୀ ରହିବୁ । ତୁ ଗୋଟିଏ କାମ କର। ଯାଅ ଗାଧୋଇ ପଡ। ରୋଷେଇ ଘରେ ଖାଇବା ଅଛି। ଖାଇ ନେବୁ ଏବଂ ଅଳ୍ପ ଶୋଇ ପଡ। ଦ୍ୱୀ-ପହରେ ମୁଁ ଆସିବି ଆମେ ଦୁହେଁ ମିଶି ବଜାର ଯିବା । ସେଠାରୁ ତୋ ପାଇଁ କିଛି କପଡା ନେଇ ଆଣିବା ତଥା ମେଡିକାଲ୍ ଯାଇ ଆସିବା ।

ଅମ୍ବିକା, ସରିତା ଦେବୀ ଙ୍କ କଥାରେ ହଁ ଭରି ଗାଧୋଇ ବାକୁ ଚାଲିଗଲା। ସରିତା ଦେବୀ ଅଫିସ ପାଇଁ ବାହାରିଗଲେ ।

ଦ୍ଵୀ-ପହରେ ସରିତା ଦେବୀ ଅମ୍ବିକା କୁ ନେଇ ବଜାର ଗଲେ ଏବଂ ସେଠୁ ଅମ୍ବିକା ପାଇଁ ଡ୍ରେସ ଆଣିବା ସହିତ ଅମ୍ବିକା ର ମେଡିକାଲ୍ ଚେକ୍ ଅପ୍ କରି ଆସିଲେ । ମେଡିକାଲ୍ ଚେକ୍ ଅପ୍ ରୁ ଜଣା ପଡ଼ିଲା ଯେ ତା ସହିତ ବଳାତ୍କାର ଉଦ୍ୟମ ହୋଇଛି। ଦେହରେ କିଛି କ୍ଷତ ଚିହ୍ନ ରୁ ସ୍ପଷ୍ଟ ଜଣା ପଡୁଥାଏ। ମେଡିକାଲ୍ ଚେକ୍ ଅପ୍ ଅନୁସାରେ ସରିତା ଦେବି ପୋଲିସ୍ ପାଖରେ ରିପୋର୍ଟ ଦର୍ଜ କରିଲେ ।

ରିପୋର୍ଟ ର କିଛି ଘଣ୍ଟା ଭିତରେ ପୋଲିସ ଇଟା ଭାଟି ଉପରେ ଚଢ଼ାଉ କରି । ମାଲିକ ର ପୁଅ କୁ ଗିରଫ କରି ଜେଲ କୁ ପଠାଗଲା ଏବଂ ଭାଟି ରେ ଶିଶୁ ଶ୍ରମିକ ତଥା ଅଳ୍ପ ବୟସ୍କ ଝିଅ ମାନଙ୍କୁ ସେଠୁ ବାହାର କରି । ତାଙ୍କୁ ମହିଳା ସହଯୋଗୀ ସଂଗଠନ ରେ ରଖି ସିଲେଇ ତଥା ବ୍ୟାଗ୍ ସିଲେଇ କାମ ଏବଂ ସରକାର ଙ୍କ ଦ୍ଵାରା ଅନ୍ୟ କିଛି କାମ ରେ ଲଗେଇ ଉଚିତ୍ ମୂଲ୍ୟ ଦେବା ସହ ରହିବା ବ୍ୟବସ୍ଥା କରାଗଲା।

ଅମ୍ବିକା ସରିତା ଦେବି ଙ୍କ ପାଖରେ ଝିଅ ଭଳି ସ୍ନେହ ପାଉଥିଲା । ବେଳେ ବେଳେ ସେ ଦୁଃଖୀ ହେଉଥିଲା କିନ୍ତୁ ସରିତା ଦେବି ଙ୍କ ସ୍ଵଭାବ ଏବଂ ଭଲ ପାଇବା ଯୋଗୁ ସେ ନିଜ ଅତୀତ କୁ ଭୁଲି ଯାଉଥିଲା ।

କିନ୍ତୁ “ଭାଗ୍ୟର ଲିଖନ କେ କରିବ ଆନ” ଯାହା ଭାଗ୍ୟରେ ଲେଖା ଅଛି ତାହା ତ ନିଶ୍ଚୟ ଘଟିବ । ଦେଖୁ ଦେଖୁ ୨ ବର୍ଷ ବିତିଗଲା । ସରିତା ଦେବି ଙ୍କ ସ୍ବାମୀ ଅମ୍ବିକା ଘରକୁ ଆସିବାର ବର୍ଷେ ପୂର୍ବରୁ ହୃଦଘାତରେ ସେ ମୃତ୍ୟୁ ବରଣ କରି ସାରିଥିଲେ କିନ୍ତୁ ୨ ବର୍ଷ ପରେ ପୁଅ ଆମେରିକା ରୁ ନିଜ ଗାର୍ଲ୍ ଫ୍ରେଣ୍ଡ୍ ସହ ଘରକୁ ଫେରିଲା। ପୁଅ ର ଜିଦ୍ ରେ ସରିତା ଦେବି ନିରୁପାୟ ଥିଲେ ଏବଂ ପୁଅ ସହିତ ଆମେରିକା ର ଅଂଗ୍ରେଜି ଝିଅ ତାଙ୍କ ଘରେ ବୋହୂ ଭାବରେ ରହି ଆସିଲା କିନ୍ତୁ ତାହା ମଧ୍ୟ କିଛି ଦିନ ପାଇଁ। ଆମେରିକା ଝିଅ କୁ ସରିତା ଦେବି ଙ୍କ ଘର ଛୋଟ ସହିତ ଏହି ଦେଶ ବେକାର ଲାଗିଲା। ସେଥିପାଇଁ ସେ ସରିତା ଦେବି ଙ୍କ ପୁଅ କୁ ଛାଡ଼ି ଆମେରିକା କୁ ପୁଣି ଫେରିଗଲା। ପୁଅ ନିଜ ଗାର୍ଲ୍ ଫ୍ରେଣ୍ଡ୍ ର ଯିବା ଦୁଃଖରେ ମଦ ପିଇ ଦିନ କାଟୁ ଥାଏ ।

ଦେଖୁ ଦେଖୁ ୧୦ ଦିନ ବିତିଗଲା। ଦିନେ ପୁଅ ରାତିରେ ମଦ ପିଇ ଘରେ ପହଞ୍ଚିଲା । ସେଦିନ ଅମ୍ବିକା ଘରେ ଏକା ଥାଏ। ସରିତା ଦେବୀ କିଛି ଅଫିସ୍ କାମ ପାଇଁ ଅନ୍ୟ ସହରକୁ ଯାଇ ଥାନ୍ତି । ସେଦିନ ଅଦିନିଆ ମେଘ ଭଳି ଦୁର୍ବ୍ୟବହାର ରୂପରେ ଅମ୍ବିକା ସହିତ ପୁଣି ବଳାତ୍କାର ହେଲା। ସେ ବିରୋଧ କରିଲେ ମଧ୍ୟ ତାର ଦୁଃଖ ଏବଂ ଚିତ୍କାର କେହି ଶୁଣିବାକୁ ନଥିଲେ। ଏପଟେ ଏ ଘଞ୍ଚ ଅରଣ୍ୟ ମୟ ଦୁନିଆ ରେ ସେ ଏକା । ସରିତା ଦେବୀ ତାଙ୍କୁ ନୂଆ ଜୀବନ ଦେଇଛନ୍ତି। ସେ ଭାବିଲା ଯେ ତାଙ୍କ ପୁଅ ର ଖରାପ କାମ ବିଷୟରେ ସେ ସରିତା ଦେବି ଙ୍କୁ କହିବାକୁ ଚେଷ୍ଟା କରିଥିଲା କିନ୍ତୁ ପର ଦିନ ସକାଳେ ସରିତା ଦେବି ଙ୍କ ପୁଅ ଅମ୍ବିକା ର ଗୋଡ଼ ତଳେ ପଡି କ୍ଷମା ପ୍ରାର୍ଥନା କରିଲା ଯେ ସେ ମଦ ନିଶାରେ ଏମିତି କରିଛି । ଅମ୍ବିକା ସରିତା ଦେବି ଙ୍କ ପୁଅ ର ଅନୁରୋଧ ରକ୍ଷା କରି ସରିତା ଦେବି କୁ କିଛି କହିଲା ନାହିଁ । ତା ଉପରେ ହୋଇଥିବା ଅତ୍ୟାଚାର କୁ ଆଖି ଲୁହ ସହିତ ଚୁପ୍ ଚାପ୍ ସହି ଗଲା ।

ଏମିତି ପୁଣି ଦିନେ ସରିତା ଦେବି ଙ୍କ ପୁଅ ମଦ ପିଇ ଘରେ ପହଞ୍ଚିଲା । ଅମ୍ବିକା ଷ୍ଟୋର ରୁମ ର ପାଖ ରୁମ୍ ରେ ଶୋଇ ଥାଏ । ସେଦିନ ସେ ପୁଣି ବଳାତ୍କାର ର ଶିକାର ହେଲା । ଚିତ୍କାର କରି କହିବାକୁ ଚାହୁଁଥିଲେ ମଧ୍ୟ ସେ ନିରୁପାୟ ଥିଲା କାରଣ ହାତ ଏବଂ ମୁହଁରେ ପଟି ବନ୍ଧା ଯାଇଥିଲା। ସେଦିନ ରାତି ସାରା ସେ ବଳାତ୍କାର ର ଶିକାର ହେଲା ଏବଂ ପୁଅ ର ଧମକ ଥିଲା ଯେ ଏହି କଥା ମା ପାଖରେ ଯଦି ପହଞ୍ଚିବ ତେବେ ତୋତେ ଜୀବନରେ ମାରି ଦେବୀ ।

ସେ ପୁଣି ନିଜ ଉପରେ ହୋଇଥିବା ଅତ୍ୟାଚାର ବିଷୟରେ ସରିତା ଦେବୀ ଙ୍କୁ କହିବାକୁ ସାହସ କରି ପାରିଲା ନାହିଁ । ନିଜ ଜିବନ ହରେଇବାର ଭୟ ଅମ୍ବିକା ପାଖରେ ନଥିଲା । ଭୟ ଥିଲା ଯେ କାଳେ ସରିତା ଦେବି ତା ଉପରେ ଅବିଶ୍ବାସ କରିବେ । ଏତେ ଦିନ ହେଲା ଗୋଟିଏ ଛୋଟ ଜାତିର ଝିଅ କୁ ବଡ ଘରେ ଝିଅ ର ସ୍ଥାନ ପାଇ ସେ ତାଙ୍କ ପୁଅ ଉପରେ ଦୋଷ ଦେବା କଥା କାଳେ ସେ ବିଶ୍ୱାସ କରି ନ ପାରନ୍ତି। ସେ ଭୟ ଅମ୍ବିକା କୁ ଘାରୁ ଥାଏ ।

କିନ୍ତୁ ସେତିକି ନଥିଲା ତାର କିଛି ଦିନ ପରେ ଅମ୍ବିକା ପୁଣି ବଳାତ୍କାର ର ଶିକାର ହେବାକୁ ଯାଉଥିଲା କିନ୍ତୁ ସେଦିନ ସେ ସରିତା ଦେବୀ ଙ୍କ ପୁଅ କବଳରୁ ଖସି ଘରୁ ବାହାରି ଆସିଲା । ଅମ୍ବିକା ମନରେ ଡର ଥିଲା ଯେ ଏଠି ଯଦି ରହିବି ତେବେ ଏହି ରାକ୍ଷସ ମୋର ପ୍ରତି ସମୟରେ ମୋତେ ଚିଲ, ଶାର୍ଗୁଣା ଭଳି ମୋ ରକ୍ତ ମାଂସ ଖାଇ ଚାଲିଥିବ। ତା ଅପେକ୍ଷା ମୁଁ ଏଇ ନର୍କ କୁ ତ୍ୟାଗ କରି ଚାଲି ଯିବା ଭଲ ।

କ୍ରମଶଃ ….

ସେୟାର କରିବାକୁ ଅନୁରୋଧ

Read in English

If the contents are helpful to share them with your friends, Thanking You.

ରଫ୍ ପେପର୍ (Rough Paper )…Last

rough paper, ଓଡ଼ିଆ ଷ୍ଟୋରୀ , ଓଡ଼ିଆ ଗଳ୍ପ, ଓଡ଼ିଆ ଅବିଶ୍ୱାସନୀୟ କାହାଣୀ

ତୃତୀୟ ପୃଷ୍ଠା

Read in English

ସେହି ଶବ୍ଦ ଥିଲା….

” ମା, ମୋର ଦୁଃ-ସାହାସ ପାଇଁ ମୋତେ କ୍ଷମା କରିବ । ସତରେ ଆପଣ ଜଣେ ନାରୀ ନୁହନ୍ତି ଆପଣ ସ୍ଵୟଂ ଜଣେ ଦେବୀ ମା, କିନ୍ତୁ ଆପଣଙ୍କ କୋଳରୁ ଜଣେ ରାକ୍ଷସ ପୁଅ ଜନ୍ମ ନେଇଛି ବୋଲି ମୁଁ କହିଥିବା ରୁ ମୋତେ କ୍ଷମା ଦେବେ । ଆଜି ଯଦି ମୁଁ ମନା କରେ ତେବେ ସେ ଆପଣଙ୍କ ଜୀବନ ନେବେ ବୋଲି ମୋତେ ସନ୍ଧ୍ୟାରେ ଧମକ ଦେଇ ଯାଇଛନ୍ତି । ସେଥିପାଇଁ ମୁଁ ଆଜି ଆପଣଙ୍କ ଘର ଛାଡ଼ି ଯିବାକୁ ବାଧ୍ୟ ହେଉଛି । କାରଣ ଆପଣଙ୍କ ପୁଅ ରାକ୍ଷସ ପାଲଟି ଯାଇଛି। ସେ କେତେ ଥର ମୋ ସହିତ ଖରାପ ସମ୍ପର୍କ ରଖିଛନ୍ତି ତାହା କହି ପାରିବି ନାହିଁ । ଖାଲି ସେତିକି ନୁହେଁ ଚିଲ, ଶାର୍ଗୁଣା ଭଳି ମୋ କଞ୍ଚା ମାଂସ କୁ ନୋଚି ନୋଚି କେତେ ଥର ଯେ ଖାଇଛନ୍ତି ତାହା କହିବା ର ସାହାସ ଆଉ ନାହିଁ। ସେ ପ୍ରତ୍ୟେକ ସମୟରେ ମୋତେ ଜୀବନରେ ମାରିବାର ଧମକ ତଥା ଆପଣକୁ ଜୀବନରେ ମାରିବାର ଧମକ ଦେଇ ମୋ ସହିତ ବଳାତ୍କାର ଉପରେ ବଳାତ୍କାର କରି ଚାଲିଛନ୍ତି । ମୁଁ ଆପଣଙ୍କ ପାଖେ ମୋ ମା ର ଭଲ ପାଇବା ପାଇଥିଲି । ମୋର କେବଳ ଗୋଟିଏ ଭୟ ଯେ କେଉଁ ଦିନ ମୁଁ ଆପଣଙ୍କ ପୁଅ କୁ ମୋ ସହିତ ଖରାପ ସମ୍ପର୍କ ରଖିବାକୁ ମନା କରିବି ତେବେ ସେ ଆପଣଙ୍କ ଜୀବନ ନେଇଯିବ ତାହା ମୁଁ ଚାହେଁ ନାହିଁ । କାରଣ ମୁଁ ମୋ ଜନ୍ମ କରିଲା ମା କୁ ବଞ୍ଚେଇ ପାରିଲି ନାହିଁ କିନ୍ତୁ ଆପଣଙ୍କ ଜୀବନକୁ ମୁଁ ନିଶ୍ଚୟ ବଞ୍ଚେଇବି ବୋଲି ସେହି ଆଶାରେ ମୁଁ ଏହି ଘର ଛାଡ଼ି ଚାଲି ଯାଉଛି । ଆପଣଙ୍କ ପୁଅ ଆଜି ରାତିରେ ମୋ ସହିତ ପୁଣି ଖରାପ ସମ୍ପର୍କ ରଖିବେ କହି, ବାହାରକୁ ମଦ ପିଇବାକୁ ଯାଇଛନ୍ତି କିନ୍ତୁ ଆଉ ନୁହଁ ମା, ବଳାତ୍କାର ର ଯନ୍ତ୍ରଣା ସହ୍ୟ କରିବାରେ ମୁଁ ଅସର୍ମଥ ହୋଇ ଗଲିଣି। ”

ସରିତା ଦେବୀ ସେହି ପେପର୍ ଟିକୁ ଛାତିରେ ଚାପି ହୃଦୟ ଫଟା କ୍ରନ୍ଦନ କରିବାକୁ ଲାଗିଲେ ।

ସରିତା ଦେବୀ ଦୁଃଖରେ ପୁଣି ଥରେ ଭାଙ୍ଗି ପଡିଲେ । ଭାବିବାକୁ ଲାଗିଲେ ଯେ ମୋ ପେଟ ଚିରି ଯାହାକୁ ଜନ୍ମ ଦେଇଥିଲି ସେ ଗୋଟିଏ ରାକ୍ଷସ ଥିଲା । ନିଜକୁ ଘୃଣା ମନେ କରିଲେ କିନ୍ତୁ ସେ ଶକ୍ତ ହୋଇ ପଡିଲେ । ସେ ଭାବିଲେ ମୋ ତହସିଲଦାର ଜୀବନ କାଳ ଭିତରେ ସମସ୍ତଙ୍କୁ ନ୍ୟାୟ ଦେଇଛି ତେବେ ଅମ୍ବିକା କୁ ନ୍ୟାୟ କାହିଁକି ମିଳିବ ନାହିଁ ?? ଅମ୍ବିକା ମଧ୍ୟ ଗୋଟିଏ ସ୍ତ୍ରୀ, ଗୋଟିଏ ଝିଅ, ସେ ମଧ୍ୟ ନ୍ୟାୟ ପାଇବା ଯୋଗ୍ୟ। ସେ ରଫ୍ ପେପର୍ ଟିକୁ ଧରି ବାହାରିଲେ ପୋଲିସ ଷ୍ଟେସନ କୁ । ସେଠୀ ସେ ନିଜ ପୁତ୍ର ନାମରେ ଅଭିଯୋଗ ପତ୍ର ଲେଖି ତାଙ୍କୁ ଯଥା ଶୀଘ୍ର ଗିରଫ କରା ଯାଉ ବୋଲି ଲେଖି ଆସିଲେ ।

ନିଜ ପୁଅ କୁ ଜେଲ ପଠାଇ ଅମ୍ବିକା ର ଆତ୍ମା କୁ ଶାନ୍ତି ଦେଇ ପାରିବା ଆଶାରେ ସେ ଏହି କାର୍ଯ୍ୟ ଟି କରି ଆସିଲେ। ପୋଲିସ ମଧ୍ୟ ନିଜ ତଦନ୍ତ କରିବା ଆରମ୍ଭ କରିଦେଲା କିନ୍ତୁ ସରିତା ଦେବି ନିଜ ପୁଅ କୁ କହି ନଥିଲେ ଯେ ନିଜ ମା ତାଙ୍କ ପୁଅ ବିରୋଧରେ ଅଭିଯୋଗ କରିଛି ବୋଲି। ଠିକ୍ ୨ ଦିନ ପରେ ଆମେରିକା ପୋଲିସ ଦ୍ବାରା ସରିତା ଦେବି ଙ୍କ ପୁଅ କୁ ଗିରଫ କରି ନିଜ ଦେଶକୁ ନେଇ ଆସିଲେ । ନିଜ ଦେଶରେ ପହଞ୍ଚିବା ପରେ ତାକୁ କୋର୍ଟ ଚାଲାଣ କରାଗଲା । ପୋଲିସ ଏହି କେଶ୍ କୁ ପୁଣି ଥରେ ଖୋଲି ତଦନ୍ତ ଆରମ୍ଭ କରିଲା। ସରିତା ଦେବୀ ଙ୍କ ପୁତ୍ର କୁ ଦୋଷୀ ରୂପରେ ପୋଲିସ ତନାଘନା ଏବଂ ପଚରା ଉଚରା ଜାରି ରଖିଲା। କଥା ବାହାର କରିବା ପାଇଁ ପୋଲିସ ଯେତେବେଳେ ଦଣ୍ଡ ଦେବା ଆରମ୍ଭ କରିଲା ସେତେବେଳେ କିଛି ନୂଆ ସୁରାକ ସାମ୍ନାକୁ ଆସିଲା। ସେ ସବୁ ଭୁଲ ମାନିଲା ଏବଂ ସବୁ ସତ କଥା କହିବାକୁ ଲାଗିଲା । ସେ ନିଜ ବୟାନ ରେ କହିଲା ଯେ, ସେ ଆଉ ତାଙ୍କ ସାଙ୍ଗ ମାନେ ମିଶି ତା ପର ଦିନ ରାତିରେ ପୁଣି ଥରେ ନଦୀ କୂଳରେ ଅମ୍ବିକା କୁ ବଳାତ୍କାର କରି ତାକୁ ସେଠୀ ଫୋପାଡି ଦେଇ ଆସିଥିଲେ। ସାଙ୍ଗ ମାନଙ୍କୁ ମଧ୍ୟ ପୋଲିସ୍ ଖୋଜିବାରେ ସଫଳ ହେଲା ଏବଂ ସେ ଚାରିଜଣ କୁ କୋର୍ଟ ଚାଲାଣ କରାଗଲା । ବିଚାରପତି ଉଚିତ୍ ନ୍ୟାୟ ଭାବରେ ଚାରି ଜଣଙ୍କୁ ଆଜୀବନ କାରାଦଣ୍ଡ ର ଦଣ୍ଡ ଦେବା ପାଇଁ ନିଷ୍ପତି ଦେଲେ ।

ଆଜୀବନ କାରାଦଣ୍ଡ ପରେ ସରିତା ଦେବୀ ଙ୍କ ମନରେ ପୁତ୍ର ମୋହ ଅଳ୍ପ ଜାଗି ଉଠିଲା କିନ୍ତୁ ନ୍ୟାୟ ଆଗରେ ସେ ମୋହ କୁ ଖଣ୍ଡନ କରିଥିଲେ । ଦୋଷୀ କୁ ଉଚିତ୍ ଦଣ୍ଡ ଏବଂ ନ୍ୟାୟ ପାଇବା ଯୋଗ୍ୟ ଅମ୍ବିକା କୁ ଉଚିତ୍ ନ୍ୟାୟ ମିଳିଲା ବୋଲି ସେ ନିଜକୁ ଧନ୍ୟ ମନେ କରିଲେ ।

ଆମେ ରଫ୍ ପେପର୍ ର ବ୍ୟବହାର ଯେମିତି ଅନାଦର ରୂପେ ଗ୍ରହଣ କରୁଛେ ଠିକ୍ ସେମିତି ଅମ୍ବିକା ର ଜୀବନ ଏକ ରଫ୍ ପେପର୍ ଭଳି ଦୁନିଆରୁ ଅଳ୍ପ ଦିନରେ ଲୋପ ପାଇଗଲା । ମାତ୍ର ସେ ରଫ୍ ପେପର୍ ଅମ୍ବିକା କୁ ନ୍ୟାୟ ଦେବାର ଶେଷ ପ୍ରମାଣ ଥିଲା । ତା ଜୀବନ ର ପ୍ରକୃତ ମୂଲ୍ୟବୋଧ କେହି ବୁଝି ପାରିଲେ ନାହିଁ କିନ୍ତୁ ସରିତା ଦେବି ନିଜ ଆଦର୍ଶ ରେ ବଞ୍ଚିବା ସହିତ ଅମ୍ବିକା ଭଳି ଗୋଟିଏ ଝିଅ ପାଇଁ ନିଜ ପୁତ୍ର ମୋହ ବଦଳରେ ନ୍ୟାୟ କୁ ପ୍ରାଥମିକତା ଦେଲେ।

ଆଜି ସରିତା ଦେବି ଘରେ ଏକା ଅଛନ୍ତି ସତ କିନ୍ତୁ ଅମ୍ବିକା ର ଆତ୍ମା କୁ ଶାନ୍ତି ଦେଇଛନ୍ତି ବୋଲି ଭାବି ନିଜକୁ ଧନ୍ୟ ମନେ କରୁଛନ୍ତି ।

ସତରେ କାହାଣୀ ଟି ଶେଷ ହୋଇ ଯାଇଛି। ଆଶା କରୁଛି ଏହି କାହାଣୀ ଆପଣଙ୍କ ମନକୁ ନିଶ୍ଚୟ ଛୁଇଁ ଥିବ । ଏବେ ଆପଣ ମତାମତ ରୂପରେ ଜଣେଇବେ । ଏହି କାହାଣୀ ଟି ଆପଣଙ୍କୁ କେମିତି ଲାଗିଲା।

ଧନ୍ୟବାଦ ।

ନୀଳମାଧବ ଭୂୟାଁ ଙ୍କ

ଦ୍ଵାରା ଲିଖିତ ଅନନ୍ୟ ଗଳ୍ପ ସାଗରରୁ

ଏକ କାହାଣୀ ଟିଏ….

If the contents helpful so share to your friends, Thanking You.

ରଫ୍ ପେପର୍ (Rough Paper )…3

rough paper, ଓଡ଼ିଆ ଷ୍ଟୋରୀ , ଓଡ଼ିଆ ଗଳ୍ପ, ଓଡ଼ିଆ ଅବିଶ୍ୱାସନୀୟ କାହାଣୀ

ଦ୍ଵିତୀୟ ପୃଷ୍ଠା

Read in English

ଏଠି ଅମ୍ବିକା ଦୁନିଆ ଆଗରେ ଏକ ରାକ୍ଷସ ମାନଙ୍କ ଭୋଜନ ହୋଇ ସାରିଥିଲା । ସେ ଘର ଛାଡ଼ି ପହଞ୍ଚିଲା ବହୁ ଦୂରରେ କିନ୍ତୁ ସେ ପୁଣି ଗଣ ଧର୍ଷଣ ର ଶିକାର ହେଲା । ଅଧମରା ଅବସ୍ଥାରେ ସେମାନେ ଅମ୍ବିକା କୁ ପାଖ ନଦୀ କୂଳରେ ଫୋପାଡି ଦେଇ ଆସିଲେ । ଅର୍ଦ୍ଧ ରାତିରେ ବିଲୁଆ ତଥା ନଦୀ କୁମ୍ଭୀର ର ଶିକାର ହୋଇ ତାର ଶରୀର ବିଖଣ୍ଡିତ ଅବସ୍ଥାରେ ସକାଳେ ପାଖ ରାସ୍ତା ଦେଇ ଯାଉଥିବା ପଥିକ ମାନଙ୍କ ଆଖିରେ ପଡ଼ିଲା । ଖବର କାଗଜ ତଥା ଟିଭି ଚ୍ୟାନେଲ ଇତ୍ୟାଦି ସଙ୍ଗେ ସଙ୍ଗେ ସେଠୀ ପହଞ୍ଚି ଗଲେ ।

ସେପଟେ ସରିତା ଦେବି ଙ୍କ ଘରେ ତାଙ୍କ ପୁଅ ମିଛ ଆରୋପ ଦେଇ କିଛି ଅଳଙ୍କାର ତଥା ଟଙ୍କା ଲୁଚେଇ ଅମ୍ବିକା ଚୋରି କରି ନେଇ ଯାଇଛି ବୋଲି ସରିତା ଦେବି ଙ୍କୁ କହିଲେ କିନ୍ତୁ ସରିତା ଦେବି ଏହି କଥା କୁ ବିଶ୍ୱାସ କରିଲେ ନାହିଁ। ସେ ପୋଲିସ କୁ ଖବର ଦେଲେ । ପୋଲିସ ଗୋଟିଏ ଦିନ ପରେ ଅମ୍ବିକା ର କ୍ଷତ ବିକ୍ଷତ ମର ଶରୀର ନଦୀ କୂଳରେ ପଡ଼ିଛି ବୋଲି ଖବର ଦେଲା।

ସରିତା ଦେବୀ ନଦୀ କୂଳରେ ପହଞ୍ଚିଲେ ଏବଂ ଅମ୍ବିକାକୁ ନିଜ ଝିଅ ର ପରିଚୟ ଦେଇ ତାକୁ ପୋଷ୍ଟ ମର୍ଟମ୍ ପାଇଁ ପଠାଇଲେ । ପୋଷ୍ଟ ମର୍ଟମ୍ ରିପୋର୍ଟ୍ ରେ ଜଣା ପଡ଼ିଲା ଯେ ପ୍ରାୟ ୩ ରୁ ୪ ଜଣ ବ୍ୟକ୍ତି ତାକୁ ବଳାତ୍କାର କରିଛନ୍ତି ଏବଂ ଡାକ୍ତର କହିବା ଅନୁସାରେ ସେ ବଳାତ୍କାର ର ଶିକାର ଦଶ ଘଣ୍ଟା ପୂର୍ବରୁ ହୋଇ ସାରିଥିଲା କିନ୍ତୁ ସେ ଜୀବିତ ଥିଲା ରିପୋର୍ଟ ଅନୁସାରେ ତାର ମୃତ୍ୟୁ କେବଳ ଛଅ ଘଣ୍ଟା ପୂର୍ବରୁ ହୋଇଛି ।

ମର ଶରୀର କୁ ସରିତା ଦେବୀ ଗ୍ରହଣ କରି ତାକୁ ସମ୍ମାନ ପୂର୍ବକ ଦାହ ସଂସ୍କାର କରିଲେ । ଅମ୍ବିକା ର ମୃତ୍ୟୁ ପାଇଁ ସରିତା ଦେବି ନିଜକୁ ଦୋଷ ଦେଇ ଭୋକ ଉପାସରେ ଦିନ କାଟୁ ଥାନ୍ତି । କିଛି ମାସ ପରେ ସରିତା ଦେବୀ ତହସିଲଦାର ପଦରୁ ଅବସର ନେଲେ କାରଣ ସେ ଅମ୍ବିକା କୁ ଝିଅ ରୂପରେ ପାଇଥିଲେ । ପୋଲିସ ତଦନ୍ତ ରେ ଜଣା ପଡିଲା ଯେ ସେ କୌଣସି ଟଙ୍କା କିମ୍ବା ସୁନା ଘଟଣା ସ୍ଥଳରୁ ପାଇ ନାହାନ୍ତି ଏବଂ ପ୍ରାଥମିକ ରିପୋର୍ଟ ଅନୁସାରେ ସେହି ନଦୀ ପାଖ ଗ୍ରାମ ର କିଛି ଲୋକଙ୍କୁ ଜେରା କରି ପଚରା ଉଚରା କରାଗଲା କିନ୍ତୁ ପ୍ରକୃତ ଦୋଷୀ କୁ ପୋଲିସ ପାଇ ପାରିଲା ନାହିଁ । ସରିତା ଦେବୀ ଙ୍କ ଅନୁମତି କ୍ରମେ କେସ ଫାଇଲ କୁ ବନ୍ଦ କରାଗଲା ।

କିନ୍ତୁ ଅମ୍ବିକା ସହିତ ଘଟିଥିବା ଦୁଷ୍କର୍ମ ର ଦୋଷୀ ଏବେ ମଧ୍ୟ ଖୋଲା ଆକାଶ ତଳେ ବିଚରଣ କରୁଛନ୍ତି। କଣ ପ୍ରକୃତରେ ଅମ୍ବିକା ଝିଅ ରୂପରେ ଜନ୍ମ ନେଇ ଏ ଦୁନିଆ କୁ ଆସିବା ଭୁଲ ଥିଲା ?? ଅବା ତାର ଗରିବତ୍ଵ ପାଇଁ ତାର ଏ ଅବସ୍ଥା ହେଲା ଅବା ଆଉ କଣ କାରଣ ଅଛି ?? ଏକ ସୁନାର ସଂସାର ଉପରେ ଏହି କଳିଯୁଗ ର ରାକ୍ଷସ ମାନଙ୍କ ଖରାପ ନଜର ରୁ ସେମାନେ ବଞ୍ଚି ପାରିଲେ ନାହିଁ । ଏମିତି ବହୁତ୍ ପ୍ରଶ୍ନ ?? ସରିତା ଦେବୀ ଙ୍କ ମନରେ ଉଙ୍କି ମାରୁ ଥାଏ ।

ଅମ୍ବିକା ମୃତ୍ୟୁ ର ୪ ବର୍ଷ ବିତିଗଲାଣି । ସେତେବେଳେ ତାଙ୍କ ପୁଅ ଘର ଛାଡ଼ି ଆମେରିକା ରେ ନିଜ ଗାର୍ଲ୍ ଫ୍ରେଣ୍ଡ୍ ସହ ରହି ଆସୁଥିଲା। ଦିନେ ସରିତା ଦେବୀ ଘର ର ବାଲକୋନୀ ରେ ଏକା ବସି ଥାନ୍ତି । ନିଜେ ଭାବି ଭାବି ଦୁଃଖ ଅନୁଭବ କରୁଥିଲେ । ଆଖିରୁ ତାଙ୍କର ଲୁହ ବହି ଯାଉଥିଲା। ସରିତା ଦେବୀ ଙ୍କ ପୁଅ ନିଜ ଗାର୍ଲ୍ ଫ୍ରେଣ୍ଡ୍ ସହିତ ଆମେରିକା ରେ ରହୁଛି ବୋଲି ତାଙ୍କର ଦୁଃଖ ନ ଥିଲା । ଦୁଃଖ ଥିଲା କେବଳ ଅମ୍ବିକା କୁ ନ୍ୟାୟ ମିଳିଲା ନାହିଁ ।

ଠିକ୍ ଏତିକିବେଳେ ସତରେ ଯେମିତି ସରିତା ଦେବୀଙ୍କ ମନ କଥା ଭଗବାନ ଶୁଣିଲେ । ହଠାତ୍ ଗେଟ୍ ବାହାରେ କବାଡି ବାଲା ଆସି ପଚାରିଲା ଯେ ଆଜ୍ଞା ମେଡମ୍ କିଛି ଲୁହା ଏବଂ ପୁରୁଣା ଖବର କାଗଜ ଅଛି କି?? ସରିତା ଦେବୀ କବାଡି ବାଲା କୁ ଦେଖି କହିଲେ ହଁ ହଁ, ରୁହ ମୋର ଷ୍ଟୋର ରୁମ୍ ରେ କିଛି ଖବର କାଗଜ ଅଛି ତାକୁ ନେଇ ଆସୁଛି। ସରିତା ଦେବୀ ପ୍ରତ୍ୟେକ ଦିନ ଖବର କାଗଜ ପଢନ୍ତି। ସେ ଖବର କାଗଜ କୁ ଷ୍ଟୋର ରୁମ ରେ ରଖି ଥାନ୍ତି। ସେ ଚିନ୍ତା କରିଲେ ଯେ ଏହି ଷ୍ଟୋର ରୁମ୍ ରେ ଯେତେ ଖବର କାଗଜ ଅଛି ସବୁ ଦେଇ ଦେବୀ। ସରିତା ଦେବୀ କବାଡି ବାଲା କୁ ଘରକୁ ଡାକି ଆଣିଲେ ଏବଂ ଷ୍ଟୋର ରୁମ୍ ରେ ଯେତେ ଖବର କାଗଜ ଥିଲା ସବୁ ବାହାର କରିଲେ କିନ୍ତୁ ସରିତା ଦେବୀ ପ୍ରତିଟି କାଗଜ କୁ ଦେଖି କବାଡି ବାଲା କୁ ଦେଉଥିଲେ । କାରଣ କାଳେ ତାଙ୍କର ପଢ଼ିବା ପୁସ୍ତକ ସେହି ମଧ୍ୟରେ ଚାଲି ନ ଯାଉ । ପ୍ରାୟ ଅଧ ଘଣ୍ଟା ର ପରିଶ୍ରମ ପରେ ଷ୍ଟୋର ରୁମ ଖବର କାଗଜ ଲୀନ ହୋଇଗଲା ଏବଂ କବାଡି ବାଲା ଖବର କାଗଜ ବଦଳରେ କିଛି ଟଙ୍କା ଦେବାକୁ କହିଲା କିନ୍ତୁ ସରିତା ଦେବି କହିଲେ ଯେ ଏହି ଟଙ୍କା ମୋତେ ଦେବା ବଦଳରେ ସେହି ଟଙ୍କାରେ ନିଜ ଛୁଆ ମାନଙ୍କ ପାଇଁ ଯାହା ସମ୍ଭବ ଜିନିଷ ନେଇ କରି ଯିବ । କବାଡି ବାଲା ମୁଖରେ ଖୁସିର ଲହରୀ ଖେଳି ଗଲା ଏବଂ ସରିତା ଦେବି କୁ ଧନ୍ୟବାଦ ଦେଇ ଚାଲିଗଲା।

ସରିତା ଦେବୀ ଷ୍ଟୋର ରୁମ କୁ ତାଲା ପକେଇ ବାକୁ ଗଲା ବେଳେ ହଠାତ୍ ତାଙ୍କ ନଜର ଯାଇ ପଡ଼ିଲା ଝରକା କୋଣରେ ଖୁଞ୍ଚା ହୋଇଥିବା ଗୋଟିଏ ପେପର୍ ଉପରେ। ଲାଗୁଥିଲା କୌଣସି ରଫ ଖାତାର ଶେଷ ପୃଷ୍ଠା ଭଳି। ପେପର୍ ଟି ଭାଙ୍ଗ ହୋଇ ଥିବା ଅବସ୍ଥାରେ ପାଇଲେ ।

ସେ ରଫ୍ ପେପର୍ ରେ କିଛି ଶବ୍ଦ ଲେଖାଥିଲା । ସେହି ଶବ୍ଦ ସରିତା ଦେବି ଙ୍କ ମନକୁ ବହୁତ୍ କଷ୍ଟ ଦେଲା ଏବଂ ତାଙ୍କ ପାଦ ତଳୁ ମାଟି ଖସିଗଲା । ତାଙ୍କର ମଥା ଘୂରିଗଲା । କାନ୍ଥ ର ଭରସାରେ ଷ୍ଟୋର ରୁମ ବାହାରକୁ ଆସି ସୋଫା ଉପରେ କେମିତି ବସିଗଲେ ସେ ଜାଣି ପାରିଲେ ନାହିଁ । ସେ ରଫ୍ ପେପର୍ କୁ ଛାତିରେ ରଖି ବହୁତ୍ କାନ୍ଦିଲେ । ଏମିତି କି ଛୋଟ ପିଲା ଭଳି ତଳେ ଗଡି ହାତକୁ ପିଟି ନିଜ ହାତକୁ କଷ୍ଟ ଦେଇ କାନ୍ଦିବାକୁ ଲାଗିଲେ ।

ସେ ଜାଣି ପାରିଲେ ଯେ ସେ ଅକ୍ଷର ହେଉଛି ଅମ୍ବିକା ର । ଅମ୍ବିକା ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛି ସତ କିନ୍ତୁ ତାର ଅକ୍ଷର ଯେମିତି କମ୍ପ୍ୟୁଟର ଲେଖନୀ ଭଳି। ସେ ଲେଖିବାକୁ ଭଲ ପାଏ । ତାର ଅକ୍ଷର ଦେଖି ସରିତା ଦେବି ତାକୁ ଆଗକୁ ପଢ଼ିବାକୁ କହି ଥିଲେ କିନ୍ତୁ ଅମ୍ବିକା ମନା କରି କହିଥିଲା ଯେ ନାହିଁ ମା, ମୁଁ ଆପଣଙ୍କ ଝିଅ ରୂପରେ ସବୁ ଦିନ ରହିବାକୁ ଚାହୁଁଚି । ମୁଁ ପାଠ ପଢିବି ନାହିଁ ।

କିନ୍ତୁ ଅମ୍ବିକା ସରିତା ଦେବୀ କୁ ଗୋଟିଏ ରଫ୍ ଖାତା ମାଗିଥିଲା । ସେ ରଫ୍ ଖାତା କେବଳ ସଉଦା ଆଣିବା ପାଇଁ ଅମ୍ବିକା ବେଳେ ବେଳେ ଖଣ୍ଡିଏ ଖଣ୍ଡିଏ ପେପର୍ ଚିରି ସଉଦା ଲେଖି ଦିଏ ଏବଂ ଗାର୍ଡ ସଉଦା ଆଣି ପହଞ୍ଚାଇ ଦେଉଥିଲେ କିନ୍ତୁ ସେ ରଫ୍ ଖାତାର ଶେଷ ପୃଷ୍ଠା ର ପେପର୍ ରେ ସେହି ଶବ୍ଦ ସତରେ ଅମ୍ବିକା କୁ ନ୍ୟାୟ ଦେବା ପାଇଁ ସାହାଯ୍ୟ କରିଲା।

ସେହି ଶବ୍ଦ ଥିଲା…. କ୍ରମଶଃ ….

ସେୟାର କରିବାକୁ ଅନୁରୋଧ

If the contents are helpful to share them with your friends, Thanking You.

ରଫ୍ ପେପର୍ (Rough Paper )…1

rough paper, ଓଡ଼ିଆ ଷ୍ଟୋରୀ , ଓଡ଼ିଆ ଗଳ୍ପ, ଓଡ଼ିଆ ଅବିଶ୍ୱାସନୀୟ କାହାଣୀ
ରଫ୍ ପେପର୍ (Rough Paper )…1

Read in English

ସେଦିନ ସରିତା ଦେବୀ ଅଫିସ ଯିବା ପାଇଁ ନିଜ କାର୍ ରେ ବସିବା ପୂର୍ବରୁ ହଠାତ୍ ତାଙ୍କ ନଜର ଯାଇ ପଡ଼ିଲା । ରାସ୍ତା କଡ଼ରେ ଠିଆ ହୋଇ ଥିବା ଗୋଟିଏ ସୁନ୍ଦର ଝିଅ ଉପରେ । ସେତେବେଳେ ସେ ଝିଅଟି ନିଜର ଚିରା ଡ୍ରେସ କୁ ବାମ ହାତରେ ଘୋଡେ଼ଇ ଡାହାଣ ହାତରେ ଭିକ ସ୍ବରୂପ ହାତ ପାତୀ ଥାଏ । ବୟସ ପାଖାପାଖି ୧୨ ବର୍ଷ । ଅର୍ଦ୍ଧ ଧୂସର ଚେହେରା ରେ ଲୁହ ରେ ସୁଖିଥିବା ଆଖି ଦୁଇଟି ସତରେ କିଛି ପାଇବା ଆଶାରେ ଗୁହାରି କରୁଥାଏ । 

ସରିତା ଦେବୀ ସେ ଘରେ ପ୍ରାୟ ୩୦ ବର୍ଷ ହେବ ରହି ଆସିଲେଣି। ସେ ବର୍ତ୍ତମାନ ତହସିଲଦାର ଭାବେ କାର୍ଯ୍ୟରତ। ସେ ଆଜି ପ୍ରଥମ ଥର ପାଇଁ ଦେଖିଲେ ଯେ ତାଙ୍କ ଦ୍ଵାର ସମ୍ମୁଖରେ କେହି ଜଣେ ଝିଅ ଭିକ ମାଗୁଛି । ତାଙ୍କୁ ଆଶ୍ଚର୍ଯ୍ୟ ମନେ ହେଲା।  

ସେ କାର୍ ର କବାଟ କୁ ବନ୍ଦ କରି ପହଞ୍ଚିଲେ ସେ ଝିଅ ପାଖରେ। ସରିତା ଦେବୀ କୁ ଦେଖି ଝିଅ ଟି କହିଲା ମା କିଛି ପଇସା ଦେବ ? କାଲି ରାତିରୁ କିଛି ଖାଇନି ??? ସରିତା ଦେବୀ ପଚାରିଲେ ଝିଅ ତୁମ ନାମ କଣ ?? ଉତ୍ତର ରେ ଜବାବ ମିଳିଲା ମା, ମୋର ନାମ ଅମ୍ବିକା । ସରିତା ଦେବୀ ପୁଣି ପଚାରିଲେ, ଏହି ସ୍ଥାନରେ ତୁମକୁ ମୁଁ ପ୍ରଥମ କରି ଦେଖିଲି ?? ତୁମେ କୋଉଠୁ ଆସିଛ?? ଏବଂ ତୁମ ଡ୍ରେସ ଚିରା ହୋଇଛି କଣ ପାଇଁ?? ଏତିକି ପ୍ରଶ୍ନ ପରେ ଅମ୍ବିକା ଆଖିରୁ ଲୁହ ର ସୁଅ ଛୁଟିବାକୁ ଲାଗିଲା । 

ସରିତା ଦେବୀ ନିଜ ରୁମାଲ ରେ ଅମ୍ବିକା ର ଲୁହ କୁ ପୋଛି ପଚାରିଲେ କଣ ହେଲା?? 

କାନ୍ଦୁଛ କାହିଁକି??  କୁହ ମତେ??  କିଛି ଅସୁବିଧା ଅଛି କି?  ଅମ୍ବିକା କହିଲା ନାହିଁ ମା?? 

ସରିତା ଦେବୀ ପୁଣି କହିଲେ, ମୋତେ ନିଜ ସାଙ୍ଗ ଭାବି କୁହ?? ଯଦି କିଛି ଅସୁବିଧା ଅଛି ତେବେ ନିଶ୍ଚୟ ସମାଧାନ କରିବି ।

ଅମ୍ବିକା କହିଲା ଏମିତି ମୋ ମା କଥା ମନେ ପଡିଗଲା ତ ସେଥିପାଇଁ?? 

ସରିତା ଦେବୀ ପୁଣି ପ୍ରଶ୍ନ କରିଲେ? ତମେ କୋଉଠୁ ଆସିଛ କୁହ? ତୁମ ନିଜ ଘର କୋଉଠି? ତୁମକୁ ସେଠୀ ନେଇ ଛାଡ଼ି ଆସିବି ଏବଂ ତମକୁ ଖାଇବାକୁ ମଧ୍ୟ ଦେବୀ କିନ୍ତୁ ମୋତେ ସତ କହିବାକୁ ପଡ଼ିବ??

ଅମ୍ବିକା ର ସରିତା ଦେବି ଙ୍କ ଆଖିରେ ବିଶ୍ୱାସ ର ଆଲୋକ ଦେଖିବାକୁ ପାଇଲା । ସେ ସରିତା ଦେବି କୁ ସବୁ ସତ କଥା କହିବାକୁ ଲାଗିଲା । ଏପଟେ ଆଖିରୁ ଲୁହ ବହି ଯାଉଥାଏ। ଅମ୍ବିକା କହିଲା ଆମ ଗାଁ ହେଉଛି ମଞ୍ଜରା । ଏଠୁ ବହୁତ୍ ଦୂର?  ବାପା, ମା ସହିତ ମୁଁ ଏଠି ୫ କିମି ହେବ ଦୂରରେ ଗୋଟିଏ ଇଟା ଭାଟି ରେ କାମ କରିବାକୁ ଆସିଥିଲୁ?? । ଆସିବାର ପ୍ରାୟ ୪ ମାସ ପରେ ଇଟା ଭାଟି ମାଲିକ ମା କୁ କହିଲେ ଅନ୍ୟ ଏକ ଇଟାଭାଟି ରେ ଲୋକ ଦରକାର ଏବଂ ସେଠୀ ତମେ ଯିବାକୁ ହେବ?? କିନ୍ତୁ ମା ମନା କରିଲେ।  ସେଦିନ ରାତିରେ ବାପା ମଦ ପିଇ ଆସିଲେ ଏବଂ ମା ଙ୍କୁ ଗାଳି ଗୁଲଜ କରିବା ସହିତ ମାଡ ମାରିଲେ । ମା ମୋତେ କୋଳେଇ ନେଇ ଚୁପ୍ ଚାପ୍ ଶୋଇ ଗଲେ କିନ୍ତୁ ରାତି ୧୨ ଟା ପାଖାପାଖି ୪ଟି ଲୋକ ଆସି କବାଟ ପିଟିଲେ ଏବଂ ବାପା ଙ୍କୁ ଗୋଟିଏ ଟଙ୍କା ବ୍ୟାଗ୍ ହାତରେ ଦେଇ ମା ଙ୍କୁ ଟାଣି ନେଇ ଗଲେ। ମା ମନା କରିବା ପରେ ବାପା ସେମାନଙ୍କୁ ଅଟକାଇଲେ ନାହିଁ। ମା ବାରମ୍ଵାର କହୁଥାଏ ମୋ ଝିଅକୁ ମୋ ସହିତ ଆସିବାକୁ ଦିଅ ?? କିନ୍ତୁ ସେମାନେ ମା ଙ୍କ କଥା କିଛି ଶୁଣିଲେ ନାହିଁ? 

ଏପଟେ ମୋତେ ବାପା ଟାଣି ଆଣି କବାଟ କିଳୀ ଚୁପ୍ ରହିଗଲେ । ମୁଁ ବାପା ଙ୍କୁ ପ୍ରତିଦିନ କହେ, ମୁଁ ମା ପାଖକୁ ଯିବି କିନ୍ତୁ ସେ ମୋ ଉପରେ ରାଗି ମୋତେ ମାଡ ମାରନ୍ତି ଏବଂ କୁହନ୍ତି ତୋ ମା ଆଉ କେବେ ଆସିବ ନାହିଁ। ତୁ ଚୁପ୍ ଚାପ୍ କାମ କରେ ଯାହା ପଇସା ଆଣିବୁ ସବୁ ମୋତେ ଦେବୁ ଏବଂ ସେମିତି କରୁଥିଲି। ବାପା କାମ କମ୍ ମଦ ପିଇ ତାଙ୍କ ଦିନ ବିତି ଯାଉଥିଲା ।

ସେ ଘଟଣା ର ପାଖାପାଖି ଦେଢ଼ ମାସ ହେବ । ହଠାତ୍ ଖବର ମିଳିଲା ଯେ ବାପା ମଦ ନିଶାରେ ଭାଟି ପାଖ କୂଅରେ ପଡ଼ି ତାଙ୍କର ପ୍ରାଣ ଚାଲି ଯାଇଛି। ସେଦିନ ଠାରୁ ମୁଁ ଏକା ହୋଇଗଲି।  ପ୍ରତିଦିନ କାମ କରିବାକୁ ଯାଏ।  ଏମିତି ଚାଲିଲା ୨୦ ରୁ ୨୫ ଦିନ। ଦିନେ ଭାଟି ମାଲିକ ର ପୁଅ ମୋତେ କାମ କରିବା ସମୟରେ ଆସି ମୋ ସହିତ ଦୁର୍ବ୍ୟବହାର କରିଲା । ମୁଁ ବିରୋଧ କରିବା ପରେ ସେ ମୋତେ ଉଠେଇ ନେଇ ବଳାତ୍କାର କରିବାକୁ ଚେଷ୍ଟା କରିଲା କିନ୍ତୁ ପାଖରେ ଅନ୍ୟ ଲୋକମାନେ ଥିଲେ ସେମାନଙ୍କ ଯୋଗୁ ମୁଁ ବଞ୍ଚିଗଲି କିନ୍ତୁ ସେଦିନ ରାତିରେ ସେ ପୁଣି ମୋ କୁଡିଆ କୁ ପଶି ଆସିଲା । ମଦ ନିଶାରେ ମୋତେ ବଳାତ୍କାର କରିଲା । ମୁଁ ନିରୁପାୟ ହୋଇଗଲି କିନ୍ତୁ ମୁଁ ହାର ମାନିଲି ନାହିଁ । ହଠାତ୍ ମୋ ହାତରେ ତଳେ ପଡ଼ିଥିବା ରସ ବାଲଟି ଉଠେଇ ତା ମୁଣ୍ଡରେ ପ୍ରହାର କରିଲି।  ସେଠୀ ସେ ରକ୍ତ ଯୁଡୁବୁଡୁ ହୋଇ ଚିତ୍କାର କରିଲା । ତାର ରକ୍ତ ଦେଖି ମୁଁ ଡରରେ ସେଠୁ ଦଉଡ଼ି ଆସିଲି  । ଗତ ରାତିରୁ ଚାଲି ଚାଲି ଆସି ଏଠି ପହଞ୍ଚିଲି । ଏଠି ଏହି ଘର ପାଖେ ଶୋଇଥିଲି।  ସକାଳୁ ଏ ଘର ର ଗାର୍ଡ ଆସି ମୋତେ ଉଠେଇଲେ। ମୁଁ ଡରରେ ଦୂରେଇ ଗଲି । ତାଙ୍କୁ ଗୁହାରି କରିଲି । ଆଜ୍ଞା ମୋତେ କିଛି ଖାଇବାକୁ ଦିଅ କିନ୍ତୁ ସେ ମୋତେ କିଛି ନାହିଁ ବୋଲି କହିବା ପରେ ମୁଁ ଦୌଡ଼ି ଗଲି ଅଳ୍ପ ଦୂରକୁ କିନ୍ତୁ ଏବେ ସେ ଗାର୍ଡ ନାହିଁ। ସେଥିପାଇଁ ଆପଣଙ୍କୁ ଦେଖି ଏଠି ଆସିଲି । 

ଏତିକି କହିଲା ବେଳକୁ ଅମ୍ବିକା ର ଆଖିରୁ ଧାର ଧାର ଲୁହ ବହି ଯାଉଥିଲା । ଏତିକି ଶୁଣି ସରିତା ଦେବୀ ଅମ୍ବିକା କୁ କୋଳେଇ ନେଇ କହିଲେ ‘ ତୁ ମୋ ପାଖରେ ରହିବୁ କି ? ‘ ଅମ୍ବିକା ର ଓଠରେ ହସ ଆସିଗଲା ।  ସରିତା ଦେବୀ କହିଲେ । ତୁ ଯେମିତି ଏକା ମୁଁ ମଧ୍ୟ  ୧୨ ବର୍ଷ ବୟସ ସମୟରେ ବାପା, ମା ମୋତେ ଛାଡ଼ି ଆର ପାରି କୁ ଚାଲି ଯାଇଥିଲେ। ହଉ ଶୁଣ ତୁ ଆଜିଠୁ ମୋ ଘରେ ରହିବୁ ଏବଂ ମୋ ସହିତ ମୋ ଘର କାମରେ ମୋତେ ସାହାଯ୍ୟ କରିବୁ । ମୋ ପୁଅ ଇଞ୍ଜିନିୟର, ସେ ଆମେରିକା ରେ ରହେ।  ତେବେ ତୁ ମୋ ସହିତ ରହିବୁ ତ ?? ଅମ୍ବିକା ଅଳ୍ପ ମୁଣ୍ଡ କୁ ଉଠେଇ ଚୁପ୍ ରହିଲା?? ସରିତା ଦେବୀ କହିଲେ କଣ ଭାବୁଛୁ ?? ଚାଲ ମୋ ସହିତ, କହି ଅମ୍ବିକା କୁ ଟାଣି ନେଇଗଲେ ଘରକୁ।   କ୍ରମଶଃ …



ସେୟାର କରିବାକୁ ଅନୁରୋଧ 

If the contents are helpful so share them with your friends, Thanking You.

ସେ ଅନ୍ଧାର ରାତିି (Dark Night)

Dark Night, Blog,
ସେ ଅନ୍ଧାର ରାତିର ପ୍ରତିଟି ସେକେଣ୍ଡ ମୋ ପାଇଁ ଏକ ଯନ୍ତ୍ରଣାଦାୟକ ସେକେଣ୍ଡ ଥିଲା ଏବଂ ଏହିପରି ରାତି ଅନ୍ୟ କାହାର ଜୀବନରେ କେବେବି ନ ଆସୁ । ଏହା ମୁଁ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି।
ନମସ୍କାର ବନ୍ଧୁଗଣ ..
ଏହି ଗଳ୍ପ ଟି ମୋ ଜୀବନର ଏକ ସତ୍ୟ ଘଟଣା ଉପରେ ଆଧାରିତ । ମୋର ଶେଷ ଆର୍ଟିକଲ କୁ ଅନେକ ଲୋକ ପସନ୍ଦ କରିଥିଲେ ଏବଂ ଏହି କାହାଣୀ ମଧ୍ୟ ଆପଣଙ୍କୁ ପସନ୍ଦ ଆସିବ ଏବଂ ପଢ଼ିବା ପରେ ନିଜର ମତାମତ ନିଶ୍ଚୟ ଜଣେଇବେ ଏବଂ ଅନ୍ୟମାନଙ୍କୁ ସେୟାର କରିବେ ।
କାହାଣୀ ଡିସେମ୍ବର ୨୦୦୧ ସମୟର, ସେତେବେଳେ ମୋତେ ପ୍ରାୟ ୧୧ ବର୍ଷ | ଏହି ଘଟଣା ମୋ ଗାଁ ସୋଲଣ୍ଡି ରେ ଘଟିଛି । ସେତେବେଳେ ମୋ ପରିବାର ରେ ବାବା, ମା, ୨ ଭଉଣୀ, ୨ ଭାଇ ଏବଂ ମୁଁ କିନ୍ତୁ ଦୁଃଖର ବିଷୟ ହେଉଛି ବର୍ତ୍ତମାନ ମୋର ବଡ଼ ଭଉଣୀ ଏହି ଦୁନିଆରେ ନାହାଁନ୍ତି |
କାହାଣୀକୁ ଆସିବା, ୨୦୦୧ ରେ ଭୀଷଣ ଥଣ୍ଡା ଥିଲା, ବର୍ତ୍ତମାନ ପାଗ ସ୍ୱାଭାବିକ ହୋଇ ସାରିଲାଣି | ସବୁଠୁ ସାନ ହୋଇଥିବାରୁ ବହୁତ୍ ଗେହ୍ଲା ଥିଲି । ମାଆର କୋଳରେ ହିଁ ନିଦ ଆସୁଥିଲା। ପ୍ରତ୍ୟେକ ସନ୍ଧ୍ୟା ପରି, ସେହି ଦିନ ପରିବାରର ସମସ୍ତ ସଦସ୍ୟ ରାତ୍ରୀ ଭୋଜନ ପରେ ଶୋଇବାକୁ ଯାଉଥିଲେ । ରାତିରେ ମା ଘର ସଫା କରି କବାଟ ବନ୍ଦ କରି ଶୋଇବାକୁ ଆସିଲେ । ମୋ ବାମ ପାର୍ଶ୍ୱରେ ମୋର ସାନ ଭଉଣୀ ଶୋଇଥିଲା । ସାନ ଭଉଣୀ କିନ୍ତୁ ମୋ ଠାରୁ ବଡ । ଶୋଇବା ପୂର୍ବରୁ ଆମେ ଦୁହେଁ ଗରମ କ୍ଷୀର ପିଇବା ପରେ ଶୋଉଥିଲୁ । ସେଦିନ ରାତି ପ୍ରାୟ ୧୧ ରୁ ୧୨ ଟା ହେବ । ମୋର ସାନ ଭଉଣୀ କୁ ଅଳ୍ପ ନିଦ ଲାଗିଯାଇଥିଲା। ମା କ୍ଷୀର ନେଇ ଆସିଲେ। ସବୁ ଦିନ ପରି ସେହି ଦିନ ମଧ୍ୟ କ୍ଷୀର ଅଳ୍ପ ଗରମ ଥିଲା । ଆମ ଗୋଡ଼ ପାଖରେ କମ୍ବଳ ରଖାଯାଇଥିଲା । ମା ଆସିବା ପରେ ତାଙ୍କର କମ୍ବଳ ଉପରେ ଗୋଡ ପଡ଼ି ଥିଲା । ଠିକ୍ ସେତିକିବେଳେ ହଠାତ୍ ସାନ ଭଉଣୀ ନିଦରୁ ଉଠି କମ୍ବଳ ଓଢେଇ ବାକୁ କମ୍ବଳ କୁ ଟାଣିଲା। ମା ହାତରେ କ୍ଷୀର ଗ୍ଲାସ ଟି ଆସି ସିଧା ମୋ ମୁହଁରେ ପଡିଗଲା ଏବଂ ମୋର ବାମ ମୁହଁ ସମ୍ପୂର୍ଣ୍ଣ ଜଳିଗଲା । ମୁଁ ଜୋରରେ କାନ୍ଦିବାକୁ ଲାଗିଲି। ସମସ୍ତେ ମୋର କାନ୍ଦ ଶବ୍ଦ ଶୁଣି ଉଠି ପଡ଼ିଲେ। ଆପଣ ନିଶ୍ଚୟ ଅନୁଭବ କରିଥିବେ ଯଦି ଆମେ ଶୋଇଥିବା ସମୟରେ ଯଦି କେହି ଆମକୁ ଉଠାନ୍ତି ତେବେ ଆମେ କେତେ ଖରାପ ଅନୁଭବ କରୁ କିନ୍ତୁ ସେତେବେଳେ ମୁଁ ଯନ୍ତ୍ରଣାରେ କାନ୍ଦୁଥିଲି। ଏହା ଏକ ସାଧାରଣ ଯନ୍ତ୍ରଣା ନଥିଲା । ଏହା ମୋ ଜୀବନର ଏକ ନର୍କର ଯନ୍ତ୍ରଣା ଠାରୁ ମଧ୍ୟ ଅଧିକା ଥିଲା ।
ମା ମୋତେ କୋଳରେ ଧରି କାନ୍ଦିବାକୁ ଲାଗିଲେ, ସାନ ଭଉଣୀ ମଧ୍ୟ ମୋତେ ଧରି କାନ୍ଦିବାକୁ ଲାଗିଲା | ରାତି ୧୨ ଟା ହେବାକୁ ଆସିଲାଣି । ମୋର ଚିତ୍କାର କାନ୍ଦ ଶବ୍ଦ ଶୁଣି ପଡୋଶୀମାନେ ମଧ୍ୟ ଆସିଗଲେ | ମୋର ଯନ୍ତ୍ରଣା ବଢ଼ି ବଢ଼ି ଯାଉଥିଲା | ମୁଁ ଯେତେବେଳେ ମୋ ମୁହଁକୁ ଛୁଇଁଲି ମୋ ହାତରେ ଜଳିଯାଇଥିବା ମାଂସ ଆସି ଯାଉଥିଲା | ରାତିରେ ଡାକ୍ତରଖାନା କେମିତି ଯିବେ ସମସ୍ତେ ଚିନ୍ତା କରୁଥିଲେ। ଗାଁରୁ ଡାକ୍ତରଖାନା ପର୍ଯ୍ୟନ୍ତ ରାସ୍ତା ବହୁତ ଖରାପ ଥିଲା ତଥା ରାତିରେ ବଣୁଆ ଜନ୍ତୁର ଭୟ ମଧ୍ୟ ରହିଥିଲା। ଏପଟେ ଅତ୍ୟଧିକ ଥଣ୍ଡା ଅନୁଭବ ହେଉଥାଏ। ମା କହିଲେ, ସକାଳ ହେଉ, ଆମେ ଡାକ୍ତରଖାନା ଯିବା। ପଡୋଶୀ ବଡ ବାପା ଙ୍କ କହିବା ଅନୁସାରେ ଆଳୁକୁ ପେଶି କରି ପୋଡିଯାଇଥିବା ସ୍ଥାନରେ ଲଗାଇବାକୁ ପରାମର୍ଶ ଦେଲେ ଏବଂ ଘରେ ସେମିତି କରିଲେ । କିଛି ଯନ୍ତ୍ରଣା କମ୍ କରିବା ପାଇଁ ମେଡ଼ିସିନ୍ ଦେଲେ ଏବଂ ମୋତେ ଶୋଇବାକୁ କହିଲେ |
ତାଙ୍କ କଥା ଶୁଣିବା ପରେ ମୁଁ ରାଜି ହେଲି। କିନ୍ତୁ ଜଳୁଥିବା ଯନ୍ତ୍ରଣା କମି ନଥିଲା। ଯନ୍ତ୍ରଣା ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ କମିଗଲା ଏବଂ ପରେ ଯନ୍ତ୍ରଣା ପୁଣି ଆରମ୍ଭ ହୋଇଗଲା | ରାତିସାରା ଯନ୍ତ୍ରଣା ହେତୁ ବେଳେବେଳେ ମା କହୁଥିଲେ ଏବଂ ବେଳେବେଳେ ସାନ ଭଉଣୀ କହୁଥିଲେ ଯେ “ଶୋଇବାକୁ ଚେଷ୍ଟା କର, ସକାଳେ ଉଠି ଆମେ ମେଡିକାଲକୁ ଯିବା” । ମା ଏବଂ ସାନ ଭଉଣୀ ରାତିସାରା ମୋର ଯତ୍ନ ନେଉଥିଲେ । ଯନ୍ତ୍ରଣା ଏବଂ ଲୁହ ମୋ ଆଖିରୁ ବନ୍ଦ ହେଲା ନାହିଁ । ମଝିରେ ମଝିରେ ମା ଙ୍କୁ କହୁଥିଲି କି ମା ବହୁତ୍ କଷ୍ଟ ହେଉଛି । ଏତିକି ଶୁଣି ତାଙ୍କ ଆଖିରେ ମଧ୍ୟ ଲୁହ ବନ୍ଦ ହେଉ ନଥିଲା। କେବଳ ମୋତେ ଵୁଝୋଉ ଥିଲେ ଯେ “ଶୋଇ ଯା ବାବୁ” “ଶୋଇ ଯା ବାବୁ” ।
ସେହି ଅନ୍ଧାର ରାତିରେ କାନ୍ଥରେ ଲାଗିଥିବା ଘଣ୍ଟାର ଟିକ୍ ଟିକ୍ ଶବ୍ଦ ମୋତେ ସ୍ୱଚ୍ଛ ଭାବେ ଶୁଣା ଯାଉଥିଲା । ରାତି ୧୨ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ, ମୁଁ ପ୍ରତି ସେକେଣ୍ଡରେ ସେ ଟିକ୍ ଟିକ୍ ଶବ୍ଦ କୁ ଗଣିଛି । ମୁଁ ରାତିସାରା ଭାବୁଥିଲି ଯେ କେତେବେଳେ ସକାଳ ହେବ ଏବଂ ମୋତେ ଡାକ୍ତରଖାନା ନେଇଯିବେ । ରାତି ସାରା ଲୁହ ଓ ଯନ୍ତ୍ରଣା ସହିତ ବିତିଗଲା । ସକାଳ ୫ ଟାରେ ଟିକିଏ ନିଦ ଲାଗିଲା ଏବଂ ମୁଁ ଶୋଇବାକୁ ଲାଗିଲି । ପରଦିନ ସେ ମୋତେ ଡାକ୍ତରଖାନା ନେଇଗଲେ। ମୁଁ ଏହି କାହାଣୀ ଲେଖିବାବେଳେ ମୋ ଆଖିରୁ ମଧ୍ୟ ଲୁହ ଆସି ଯାଉଛି |
୦୩ ମାସ ଧରି ଘରେ ଶୋଇ ରହିଲି। ଡାକ୍ତର କିଛି ମେଡ଼ିସିନ୍ ଦେଇଥିଲେ ଏବଂ ଏହାକୁ ଲଗାଇ ଘରେ ରହିବାକୁ ପରାମର୍ଶ ଦେଇଥିଲେ । ବାହାରକୁ ଯିବାକୁ ମନା ଥିଲା । ଧୀରେ ଧୀରେ ପୋଡ଼ା ଚିହ୍ନ ଭଲ ହେବାକୁ ଲାଗିଲା ଏବଂ କିଛି ପୋଡ଼ା ଚିହ୍ନ ବାକି ଥିଲା । ସେହି ଘଟଣା ପୂର୍ବରୁ ପ୍ରତି ଦିନ ମୋ ସାଙ୍ଗ ସହିତ ପୋଖରୀ କୁ ଗାଧୋଇବାକୁ ଯାଉ କିନ୍ତୁ ଏହି ଘଟଣା ପରେ ମୋତେ ଘରେ ଗାଧୋଇବାକୁ ପଡିଲା। ଏହି ଘଟଣା ବିଷୟରେ କେହି ଜାଣି ନଥିଲେ । ମୋ ସାଙ୍ଗମାନେ ମଧ୍ୟ ଜାଣି ନଥିଲେ ଯେ ମୋ ସହିତ ଏପରି ଘଟିଛି ବୋଲି |
ବିଦ୍ୟାଳୟରେ ଶିକ୍ଷକ ମୋ ବିଷୟରେ ପଚାରିଥିଲେ କିନ୍ତୁ ସମସ୍ତେ ଜାଣିଥିଲେ ଯେ ମୋର ଦେହ ଖରାପ ଅଛି | ଦିନେ ମୁଁ ପୋଖରୀରେ ଗାଧୋଇବାକୁ ଭାବିଲି, ମା ପଡୋଶୀ ଘରକୁ କିଛି ଜିନିଷ ଆଣିବାକୁ ଯାଇଥିଲେ।ସେତିକି ବେଳେ ମୁଁ ଘରୁ ବାହାରି ପୋଖରୀକୁ ଗାଧୋଇବାକୁ ଗଲି। ଗୋଟିଏ ଟାୱେଲ ମୋ ମୁହଁକୁ ଘୋଡେ଼ଇ ପୋଖରୀରେ ପହଞ୍ଚିଲି। ପୋଖରୀ ଦେଖି ମୁଁ ବହୁତ ଖୁସି ହେଲି । ମନ ଭରି ଗାଧୋଇଲି । ଗାଧୋଇବାବେଳେ ଜଣେ ଲୋକ ଦୀର୍ଘ ସମୟ ଧରି ମୋ ଆଡକୁ ଚାହିଁ ରହିଥିଲେ। ସେ ଭାବୁଥିଲେ ଯେ ମୁଁ କାହିଁକି ମୁହଁରେ ଟାୱେଲ୍ ଢାଙ୍କି ରଖିଛି। ସେ ମୋତେ ଶେଷରେ ପଚାରିଲେ ଯେ ଟାୱେଲ୍ କାହିଁକି ଢାଙ୍କି ରଖିଛୁ???
ମୁଁ କହିଲି “ସେପରି କିଛି ନାହିଁ” କହି ଚୁପ୍ ରହିଲି | ସେ ମୋତେ ପୁଣି ପଚାରିଲେ କଣ ହେଲା? ମୁଁ ପୁଣି ଚୁପ୍ ରହିଲି କିନ୍ତୁ ସେ ମୋ ଟାୱେଲ କୁ ଟାଣି ଦେଲେ ଏବଂ ମୋ ମୁହଁ ଦେଖି ସେ ଚମକି ପଡିଲେ !!! ସେ ଆଶ୍ଚର୍ଯ୍ୟ ହୋଇ ମୋତେ ପଚାରିଲେ ଏସବୁ କିପରି ହେଲା ଏବଂ କେବେ ଘଟିଲା ?? ମୁଁ କହିଲି ୩ ମାସ ହୋଇଗଲାଣି । ସେ ମୋ ମୁହଁ ଦେଖି ଦୁଃଖୀ ହେଲେ | ଏବଂ କହିଲେ ଏହି ସମୟରେ ପୋଖରୀ ପାଣିରେ ଗାଧୋଇବା ଠିକ୍ ନୁହଁ। ଘରେ ସ୍ନାନ କର | ସେତେବେଳକୁ ମୁଁ ଗାଧୋଇ ସାରିଥିଲି। ମୁଁ ଘରକୁ ଫେରିବା ପରେ ଦେଖିଲି ମା ରାଗି ଯାଇ ପଚାରିଲେ ସେ କେଉଁଆଡେ ଯାଇଥିଲୁ? ତୋତେ କିଏ ବାହାରକୁ ଯିବାକୁ କହିଲା? ବହୁତ ଗାଳି ଦେଲେ । ମା କହିଲେ, ବାହାରକୁ ଯାଅ ନାହିଁ। ବାହାର ଖରା ପବନ ବାଜିଲେ ଚେହେରା ଠିକ୍ ହେବ ନାହିଁ। ଠିକ୍ ହେବା ପାଇଁ ପ୍ରାୟ ୪ ରୁ ୫ ମାସ ସମୟ ଲାଗିଲା। ଯେତେବେଳେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲି, ମୁଁ ସ୍କୁଲ ଯିବା ଆରମ୍ଭ କଲି | ଭଲ ମେଡ଼ିସିନ୍ ହେତୁ, ମୋ ମୁହଁରେ ଗୋଟିଏ ବି ଦାଗ ରହିଲା ନାହିଁ କିନ୍ତୁ ସେ ଘଟଣା କୁ ଜୀବନ୍ତ ରଖିବା ପାଇଁ ମୋ ମୁହଁରେ ଗୋଟିଏ ଦାଗ ବାକି ରହିଗଲା । ଯେତେବେଳେ ମୁଁ ମୋ ମୁହଁକୁ ଦର୍ପଣ ରେ ଦେଖେ, ମୁଁ କିଛି ସମୟ ପାଇଁ ସେହି ରାତିର ଯନ୍ତ୍ରଣା ଅନୁଭବ କରେ ଏବଂ ସେ ଟିକ୍ ଟିକ୍ ଶବ୍ଦଗୁଡ଼ିକ ମୋ କାନରେ ବାରମ୍ଵାର ପ୍ରତିଧ୍ୱନିତ ହୋଇଯାଏ ଏବଂ ସେପରି ରାତି ଅନ୍ୟ କାହାର ଜୀବନରେ ନ ଆସୁ ! ଏହା ମୁଁ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି।
ମୋ ଜୀବନର ଅନ୍ୟ କିଛି ସତ୍ୟ କାହାଣୀ ଏହି ବ୍ଲଗ୍ ରେ ଅଛି ଯାହା ଆପଣ Story Section କୁ କ୍ଲିକ୍ କରି ପଢ଼ି ପାରିବେ ।
.. ଧନ୍ୟବାଦ ..
If the contents helpful so share to your friends, Thanking You.

ଫେରି ଆସ (1)

ଫେରି ଆସ, କ୍ଷୁଦ୍ର ଗଳ୍ପ
ସେଦିନ ମୁକେଶ ବସିଥାଏ ମେଡିକାଲ୍ କ୍ଲିନିକ୍ ରେ। ସେ ଯାଇଥାଏ ମେଡିକାଲ୍ ଚେକ୍ ଅପ୍ ପାଇଁ। ୧୩ ନମ୍ୱର୍ ଟୋକେନ୍ ନେଇ ବସିଥାଏ। ୪ ନମ୍ୱର୍ ଚାଲିଥାଏ । ସମୟ ପାଖାପାଖି ୧୧ ଟା ହେବ । ସେ ବ୍ୟସ୍ତ ହୋଇ ପଡୁଥାଏ । ସେ ବାରମ୍ବାର ତାର ସାଙ୍ଗ ମଳୟ କୁ କହୁ ଥାଏ । ଚାଲ୍ ରେ ଆଉ କୋଉ ଦିନ ଆସିବା। ମଳୟ ବୁଝେଇ ବାକୁ ଯାଇ କହିଲା, ତୋର ଅବସ୍ଥା ଦେଖିଛୁ ?? ଯାହା ହେଵ ଆଜି ହିଁ ହେବ। ମୁକେଶ ଚୁପ୍ ହୋଇଗଲା।

ଠିକ୍ ସେତିକିବେଳେ ସୁଜାତା ତାର ଦୁଇ ବର୍ଷ ର ଝିଅ କୁ ନେଇ କ୍ଲିନିକ୍ ରେ ପହଞ୍ଚିଲା। କୁନି ଝିଅ ପୂଜା ସଙ୍ଗେ ସଙ୍ଗେ ମୁକେଶ ପାଖକୁ ଆସି କୋଳେଇ କହିଲା ବାପା… ବାପା.. ତମେ ଏଠି?? ଜାଣିଛ ମୁଁ ତମକୁ କେତେ ଖୋଜିଛି ?? ମାମା କୁ ଯେବେ ପଚାରେ ସେ କଥା ଘୁମେଇ ଅନ୍ୟ କିଛି କଥା କହି ଦିଅନ୍ତି । ଜାଣିଛ ତମକୁ ପ୍ରତ୍ୟେକ ରାତିରେ ମୁଁ ବହୁତ୍ ଖୋଜେ ?? କିନ୍ତୁ ମାମା ମୋତେ ଗାଳି ଦେଇ ଶୁଆଇ ଦିଅନ୍ତି । କୁହ ବାପା ??? କଣ ପାଇଁ ଆସୁ ନଥିଲ?? ଚାଲ ଆଜି ଆମେ ଆମ ଘରକୁ ଯିବା।

ମୁକେଶ ଝିଅ କୁ ଦେଖି ଖୁସି ହୋଇଗଲା ଏବଂ କୋଳେଇ ନେଇ କହିଲା ନିଶ୍ଚୟ ଆସିବି । ମୁଁ ଅଫିସ କାମରେ ଅଳ୍ପ ବ୍ୟସ୍ତ ରହୁଛି ସେଥିପାଇଁ, ଆସି ପାରୁ ନଥିଲି। ଏବେ ନିଶ୍ଚୟ ଆସିବି। କିନ୍ତୁ ଏଠି ସୁଜାତା ପୂଜା କୁ ଟାଣି ନେଇ ଅନ୍ୟ ଏକ ସିଟ୍ ରେ ବସିଲେ । ମୁକେଶ ସୁଜାତା କୁ ଦେଖିଲା ପରେ ସତେ ଯେମିତି ତା ମୁଖରେ ଖୁସି ଫେରି ଆସିବା ଭଳି ମନେ ହେଲା।

ସେ ମଳୟ କୁ ଦେଖି ଇଶାରା ରେ କହିଲା । ଦେଖ ସୁଜାତା ଆସିଛି । ମଳୟ ଭାବିଲା ଆଜି ଭାଉଜ ସହିତ ମୁକେଶ ର କଥା ବାର୍ତ୍ତା ନିଶ୍ଚୟ କରେଇବି କିନ୍ତୁ ଭାଉଜ ମାରିଥିବା ଚାପୁଡା ମଳୟ କୁ ବାରମ୍ବାର ମନେ ପଡ଼ି ଯାଉଥାଏ । ମଳୟ ସ୍ଥିର କରିଲା ସେ ଘଟଣା କୁ ବର୍ଷେ ଉପରେ ହୋଇଗଲାଣି। ମନେ ରଖି କିଛି ଫାଇଦା ନାହିଁ କିନ୍ତୁ ମୁକେଶ ସହିତ ଘଟିଥିବା ପୁରୁଣା କଥା ଗୁଡ଼ିକ ତାକୁ ଆଜି ମଧ୍ୟ ମନେ ପଡ଼ି ଯାଉଥାଏ।
.
.
.
.
.
.

ଠିକ୍ ତିନି ବର୍ଷ ପୂର୍ବେ ସୁଜାତା ଆଉ ମୁକେଶ ର ଗୋଟିଏ ସଫ୍ଟୱେର କମ୍ପାନୀ ରେ ପ୍ରଥମ ଦେଖା ହେଲା । ଦୁହେଁ Interview ଦେବାକୁ ଆସି ସେହି କମ୍ପାନୀ ରେ ସିଲେକ୍ଟ ହୋଇଥିଲେ । ସେଦିନ ଠାରୁ ସେମାନଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇ ଯାଇଥିଲା । ଦୁହେଁ ଗୋଟିଏ ଟିମ୍ ରେ କାମ କରିଲେ। ଫ୍ରି ଟାଇମ ମିଳିଲେ ବୁଲିବା, କଫି ପିଇବା ଏବଂ ପାର୍କ ବୁଲିବା ଆରମ୍ଭ ହୋଇଗଲା । ସେହି ଟିମ୍ ରେ ମଳୟ ମଧ୍ୟ ସାମିଲ ଥିଲା । ମୁକେଶ ଏବଂ ମଳୟ ଗୋଟିଏ ରୁମ୍ ମେଟ୍ । ପ୍ରାୟ ତିନି ମାସ ପରେ ଦୁହେଁ କୋର୍ଟ ମେରେଜ୍ କରିଲେ । ଘରେ ବିପକ୍ଷରେ ଥିଲେ ମଧ୍ୟ ପ୍ରେମ ଆଗରେ ଘର ଲୋକେ ହାର ମାନିଗଲେ ।

ମେରେଜ୍ ପର ଠାରୁ ସେ କେବେ ମଧ୍ୟ ଘରକୁ ଯାଇନି କେବଳ ଫୋନ୍ ଏବଂ ଭିଡିଓ କଲ୍ ରେ କଥା ହେଉଥାଏ। ବାହାଘର ର ବର୍ଷେ ପୁରିନି ସେମାନଙ୍କ ଗୋଟିଏ ସୁନ୍ଦର୍ ଝିଅ ଟିଏ ଜନ୍ମ ହେଲା । ନାମ ଦିଆଗଲା ପୂଜା । ପୂଜା କୁ ୦୬ ମାସ ହେବା ପର୍ୟନ୍ତ ଠିକ୍ ଠାକ୍ ଚାଲିଲା କିନ୍ତୁ ତା ପରେ ସୁଜାତା ର ମା ଆସି ଘରେ ରହିବାକୁ ଲାଗିଲେ ଏବଂ ପୂଜା ର ଯତ୍ନ ନେବାକୁ ସ୍ଥିର କରିଲେ । ସୁଜାତା ପୁଣି ଥରେ ଜବ୍ ରେ ଜଏନ କରିଲା କିନ୍ତୁ ଅନ୍ୟ ଏକ ଟିମ୍ ରେ । ପ୍ରାୟ ଗୋଟିଏ ମାସ ଠିକ୍ ଠାକ୍ ଚାଲିଲା ତାପରେ ଆରମ୍ଭ ହୋଇଗଲା ଗୃହ ଯୁଦ୍ଧ । କାରଣ ଥିଲା ସନ୍ଦେହ ଏବଂ ଅନ୍ୟାନ୍ୟ ଘଟଣା ।

ସୁଜାତା ର ଚାକିରି ର ଗୋଟିଏ ମାସ ପରେ। ଦିନେ ରାତି ପ୍ରାୟ ୧୦.୩୦ ହେବ ସୁଜାତା ମୋବାଇଲ କୁ ଗୋଟିଏ କଲ୍ ଆସିଲା । ସେ ଥିଲା ତାଙ୍କ ଟିମ୍ ର ଗୋଟିଏ ମେମ୍ବର ରୋଷନ୍। ମୁକେଶ କହିଲା ଝିଅ କାନ୍ଦୁଛି ତାକୁ କ୍ଷୀର ଖୁଆଇ ଖୁଆଇ କଥା ହୁଅ କିନ୍ତୁ ସୁଜାତା ମନା କରି କହିଲା କିଛି ଇମ୍ପୋର୍ଟାଣ୍ଟ ପ୍ରୋଜେକ୍ଟ ବିଷୟରେ କଥା ଅଛି ଏବଂ ମୋତେ ଲାପଟପ୍ ରେ କିଛି ମେଲ୍ କରିବାର ଅଛି ତମେ ତାକୁ ବୋତଲ ରେ କ୍ଷୀର ପିଆଇ ପିଆଇ ଶୁଆଇ ଦିଅ। ମୁକେଶ ସେମିତି କରିଲା।

ସୁଜାତା ଫୋନ୍ ଧରି ବାଲକୋନି ରେ ଲାପଟପ୍ ନେଇ ବସିଲା । ମୁକେଶ ଝିଅ କୁ ଖୁଆଇ ଖୁଆଇ ଶୋଇଗଲା। ହଠାତ୍ ମୁକେଶ ର ନିଦ ଭାଙ୍ଗିଲା । କାରଣ ଝିଅ ଚିଚି କରି ଦେଇଛି । ଝିଅ ପାଇଁ କପଡା ବଦଳେଇ ତାକୁ ଡାଇପର୍ ପିନ୍ଧାଇ ବାକୁ ଲାଗିଲା । ସମୟ ପାଖାପାଖି ୧୨.୨୦ ହେବାକୁ ବସିଲାଣି କିନ୍ତୁ ସୁଜାତା ସେତେବେଳେ ପର୍ଯ୍ୟନ୍ତ ବେଡ୍ କୁ ଆସି ନାହିଁ ।

ଝିଅ କୁ ପୁଣି ଥରେ ଶୁଆଇ ମୁକେଶ ବାଲକୋନୀ କୁ ଯାଇ ଦେଖିଲା । ଫୋନ୍ କଥାବାର୍ତ୍ତା ବନ୍ଦ ଥିଲା କିନ୍ତୁ ମେସେଞ୍ଜର ରେ ଚାଟ୍ ଚାଲିଥିଲା । ଆର ପଟେ ଥିଲା ରୋଷନ୍। ମୁକେଶ ଧିରେ ଧିରେ ସୁଜାତା ପଛ ପଟେ ପହଞ୍ଚିଲା । ଏହି ଧିର ପାଦ ଶବ୍ଦ ସୁଜାତା କୁ ଶୁଣା ଗଲା ନାହିଁ । ମୁକେଶ ସୁଜାତା ପାଖକୁ ପହଞ୍ଚି ମେସେଞ୍ଜର ର କିଛି ଚାଟ୍ ପଢ଼ିବାକୁ ଲାଗିଲା । ସେ ଚାଟ୍ ପଢ଼ି ମୁକେଶ ର ନିଦ ହଜିଗଲା । ତାର ମୁଣ୍ଡ ଘୁରିଗଲା, ତାର ମନରେ ରାଗ ଉତ୍ପନ୍ନ ହେଉଥାଏ କିନ୍ତୁ ସେ ପ୍ରାୟ ୫ ମିନିଟ୍ ପର୍ଯ୍ୟନ୍ତ ଠିଆ ହୋଇ ଚାଟ୍ ପଢୁଥାଏ । ମୁକେଶ ଏମିତି ଭାବୁଥାଏ ଯେ ସୁଜାତା କୁ ଜୀବନରୁ ମାରିଦେବାକୁ କିନ୍ତୁ ସେ ନିଜକୁ କଣ୍ଟ୍ରୋଲ କରିଲା।

କେମିତି କେଜାଣି ସୁଜାତା କୁ ଅନୁଭବ ହେଲା ଯେ ତାର ପଛ ପଟେ କେହି ଜଣେ ଅଛି । ହଠାତ୍ ସେ ବୁଲି ଦେଖିଲା ବେଳକୁ ମୁକେଶ ଠିଆ ହୋଇଛି। ସୁଜାତା ନିଜ ଭୁଲ କୁ ଲୁଚାଇବା ପାଇଁ ସଙ୍ଗେ ସଙ୍ଗେ ଲାପଟପ୍ ବନ୍ଦ କରି ବେଡ ରୁମ କୁ ଯାଇ ଝିଅ କୁ ଧରି ଶୋଇବାକୁ ଲାଗିଲା । ମୁକେଶ ର ରାଗ ଆକାଶ ଛୁଆଁ । ସେ ଚାଟ୍ ପଢ଼ି ରାଗରେ କିଛି କରିବାକୁ ଇଛା କରୁଥାଏ। ସଙ୍ଗେ ସଙ୍ଗେ ବେଡ ରୂମ କୁ ଆସି ଦେଖିଲା ବେଳକୁ ସୁଜାତା ଲାଇଟ୍ ବନ୍ଦ କରି ଝିଅକୁ କୋଳେଇ ଶୋଇଛି ।

ମୁକେଶ ନିଜ ରାଗ କୁ ଶାନ୍ତ କରିବାକୁ ଯାଇ ଡ୍ର ରୁ ସିଗାରେଟ ପକେଟ୍ ଟିକୁ ବାହାର କରି ବାଲକୋନି କୁ ଆସି ଗୋଟିଏ ପରେ ଗୋଟିଏ ସିଗାରେଟ୍ ଟାଣି ବାରେ ଲାଗିଲା । ତିନୋଟି ସିଗାରେଟ ପରେ ସେ ମଳୟ କୁ ଫୋନ୍ କରି ସବୁ କଥା କହିଲା । ମଳୟ ତାକୁ ବୁଝେଇଲା। ଯେ ତୁ ଭୁଲ ଦେଖିଥିବୁ!! ଭାଉଜ ସେମିତି ନୁହଁ, ସେ ବହୁତ୍ ଭଲ । ମୁକେଶ କହିଲା, ଆରେ ମୁଁ ନିଜ ଆଖିରେ ଦେଖିଛି। ସେ ରୋଷନ୍ ସହିତ ଖରାପ ଚାଟ୍ କରୁଥିଲା ।

ମଳୟ କହିଲା ତୁ ଏବେ ଶୋଇ ଯା । ସକାଳୁ କଥା ହେବା, ଫୋନ୍ କଟ୍ । ରାତି ସାରା ମୁକେଶ ଆଖିରେ ନିଦ ନାହିଁ। ସେ ରାତିରେ ୬ ପ୍ୟାକେଟ ସିଗାରେଟ ପିଇ ବାଲକୋନି ରେ ଚେୟାର ରେ ତାକୁ ନିଦ ଲାଗି ଯାଇଛି । ସକାଳୁ ସକାଳୁ ମଳୟ ଆସି ପହଁଚିଲା । ସୁଜାତା ଆଖି ମଳି ମଳି କବାଟ ଖୋଲିଲା। ମଳୟ ଭାଉଜ କୁ ଗୁଡ଼ ମର୍ଣୀଙ୍ଗ କହି ଭିତରକୁ ଆସିଲା ଏବଂ ପଚାରିଲା ଭାଇ କୁଆଡେ ଗଲେ । ସୁଜାତା ବାଲକୋନୀ କୁ ଆଙ୍ଗୁଠି ଦେଖେଇ କହିଲା ସେଠୀ ଅଛନ୍ତି। ଏତିକି କହି ଭାଉଜ ବାଥରୁମ୍ କୁ ଚାଲି ଗଲେ। ମଳୟ ମୁକେଶ କୁ ଉଠେଇଲା । ଦେଖିଲା ମୁହଁ ଲାଲ ହୋଇ ପଡ଼ିଛି । ୬ ଟି ପ୍ୟାକେଟ ରୁ କେବଳ ତିନୋଟି ସିଗାରେଟ୍ ବଞ୍ଚିଛି।
ମୁକେଶ ମଳୟ କୁ ପଚାରିଲା, ସେ କୁଆଡେ ଗଲା ?? ମଳୟ କହିଲା, ଭାଉଜ ବାଥରୁମ୍ କୁ ଗଲେ । ମୁକେଶ ସୁଜାତା ର ଲାପଟପ୍ କୁ ନେଇ ଆସି ଖୋଲି ଦେଖିଲା । ମେସେଞ୍ଜର ରେ କିଛି ଚାଟ୍ ନାହିଁ । ସବୁ ଡିଲିଟ୍ ହୋଇ ସାରିଛି । ମୁକେଶ ର ପୁଣି ମୁଣ୍ଡ ଖରାପ। ସୁଜାତା ର ମା ଆସି ପଚାରିଲେ । ମଳୟ ଆଜି ସକାଳୁ ସକାଳୁ କୁଆଡେ କଣ କାମ ଅଛି କି?? ମଳୟ ଭାଉଜ ଙ୍କ ମା ଙ୍କ ଉତ୍ତର ରେ କହିଲେ ଯେ, ମାଉସୀ, ଭାଇ କଥା ମନେ ପଡ଼ିଲା ତ ସେଥିପାଇଁ ବୁଲି ଆସିଲି । ତାପରେ ଦୁହେଁ ମର୍ଣିଙ୍ଗ ୱାକ ପାଇଁ ବାହାରିଲେ।
ମର୍ଣିଙ୍ଗ ୱାକ ରେ ମୁକେଶ ସବୁ କଥା କହିଲା । ମଳୟ ବିଶ୍ୱାସ କରି ପାରୁ ନଥାଏ। ମୁକେଶ କହିଲା, ଆରେ ଭାଇ ତୁ ମୋ କଥା କୁ ବିଶ୍ୱାସ କର। ମୁଁ ଚାହିଁଥିଲେ କାଲି କିଛି ଭୁଲ କାମ କରି ଦିଅନ୍ତି । ମାତ୍ର ମୋ ଛୋଟ ଝିଅ ପାଇଁ ମୁଁ ପଛକୁ ଫେରି ଗଲି। ମଳୟ କହିଲା ହଉ ତୁ ଅଫିସ ଆସେ ସେଠୀ କଥା ହେବା।

If the contents helpful so share to your friends, Thanking You.

ଫେରି ଆସ (2)

ଫେରି ଆସ, କ୍ଷୁଦ୍ର ଗଳ୍ପ
ମୁକେଶ ଘରକୁ ଆସିଲା, ମୁକେଶ ସୁଜାତା କୁ କହିଲା ଆଜି ତମେ ଶୀଘ୍ର ରେଡ୍ଡୀ ହୁଅ, ମୋ କାର ରେ ଅଫିସ୍ ଯିବା କିନ୍ତୁ ସୁଜାତା କହିଲା ମୁଁ ଆଜି ଛୁଟି ନେଇଛି। ତମେ ଏକା ଯିବାକୁ ପଡିବ। ମୁକେଶ ହଁ କରି ଜଳଖିଆ କରିଲା । ସେ ସୁଜାତା ସହିତ କଥା ହେବାକୁ ଚାହୁଁଥିଲା କିନ୍ତୁ ସେ କଥା ହେବାକୁ ସୁଯୋଗ ଦେଉ ନଥିଲା । ଶେଷରେ ସେ ଏକା ଅଫିସ୍ ଗଲା । ମୁକେଶ ର ଅଫିସ୍ କାମରେ ମନ ଲାଗୁ ନଥାଏ । ସେ ପୁଣି ମଳୟ ପାଖକୁ ଆସି କହିଲା କିଛି ଗୋଟେ କର ମଳୟ!! ନହେଲେ ମୁଁ ସେ କଥା ଭାବି ଭାବି ପାଗଳ ହୋଇଯିବି । ମଳୟ କହିଲା, ତୋ କଥା ଯଦି ସତ ହୋଇ ଥାଏ ତେବେ ଆମେ ଭାଉଜ ଆଉ ରୋଷନ ଉପରେ ନଜର ରଖିବା। ସେଥିରୁ ପ୍ରମାଣିତ ହୋଇଗଲେ କିଛି ଗୋଟେ ବ୍ୟବସ୍ଥା କରିବା । ଏତିକି ଶୁଣି ମୁକେଶ ମଧ୍ୟ ମାନିଗଲା ।

କିଛି ଦିନ ଏମିତି ଚାଲିଲା କିନ୍ତୁ ରୋଷନ୍ ଏବଂ ଭାଉଜ ଙ୍କ କଥା ହେବା ର ପ୍ରମାଣ ମିଳୁ ନଥିଲା । ପ୍ରାୟ ୨୦ ଦିନ ବିତିଗଲା। ମଳୟ କହିଲା ତୁ ସେଦିନ ସ୍ବପ୍ନ ଦେଖିଥିବୁ!! ବେକାର ଟାରେ ଭାଉଜ ଉପରେ ତୁ ସନ୍ଦେହ କରୁଛୁ । ମୁକେଶ କହିଲା, ଆରେ ଭାଇ ମୁଁ ସ୍ବପ୍ନ ଦେଖିନି କି ତୋତେ କାହାଣୀ କହୁନି। ଯାହା ସତ, ତାହା ହିଁ କହୁଛି । ସେଦିନ ଠାରୁ ସେ ମୋ ସହିତ ଭଲ ରେ କଥା ହେଉନି । କାମ ସାରି ଶୀଘ୍ର ଶୋଇ ଯାଉଛି । ଆଉ ଯେତେବେଳେ କଥା ହେବାକୁ ବସେ ତାଙ୍କ ମା ମୋ ସାମ୍ନାରେ ଆସି ହାଜର ହୋଇ ଯାଆନ୍ତି ।

ତୁ ଆମ ଭଲ ପାଇବା ଦେଖିଛୁ । ଭଲ ପାଇବା ସେତିକି ସୁଦୃଢ଼ ଥିଲା କିନ୍ତୁ ସୁଜାତା ଯେବେ ଠାରୁ ପୁଣି ଥରେ ଅଫିସ୍ ରେ ଜଏନ କରିଛି । ସେଦିନ ଠାରୁ ତାର ଭଲ ପାଇବା ଉଭେଇ ଯାଇଛି। ଆଉ ତାର ମା ମଧ୍ୟ ମୋତେ ଯେମିତି ଘର ର କୁକୁର ଭଳି ବ୍ୟବହାର କରୁଛନ୍ତି । ନୂଆ ନୂଆ ସମୟରେ ସବୁ ଠିକ୍ ଥିଲା କିନ୍ତୁ ସେ ଆମ ଘରେ ରହିବା ପର ଠାରୁ ଆମ ଭିତରେ କଳହ ସୃଷ୍ଟି ହେବାରେ ଲାଗିଛି । ସେଗୁଡିକ ମୁଁ ଆଖି ମୁଦି ସହି ଯାଉଥିଲି କିନ୍ତୁ ଆଉ ନାହିଁ ରେ ଭାଇ ।

କିଛି ଗୋଟେ କର ?? ମଳୟ କହିଲା ହଉ ତୋ ଭଲ ପାଇବା ର ମୁଁ ପ୍ରତ୍ୟକ୍ଷ ଦର୍ଶି ଆଉ ତୁ ଯଦି କହୁଛୁ ତେବେ ଅନ୍ୟ ଏକ ଯୋଜନା ମୋ ମୁଣ୍ଡ ଭିତରେ ଆସିଛି । ମୁକେଶ କହିଲା କହ?? ମଳୟ କହିଲା କିଛି ଗୋଟିଏ ବୁଲିବା ପ୍ଲାନିଂ କରି ତୁ ୩-୪ ଦିନ ପର୍ଯ୍ୟନ୍ତ ଘରେ ରହିବୁ ନାହିଁ ଏବଂ ତୋ ଘରେ କିଛି କିଛି ଜାଗାରେ ସ୍ପାୟେ କ୍ୟାମେରା ଲୁଚେଇ ସେଟ୍ କରି ଦେବା । ଯଦି ତୋର ସନ୍ଦେହ ସତ ତେବେ କିଛି ନା କିଛି ଆମକୁ ପ୍ରମାଣ ମିଳିଯିବ।

ଏହି କଥା ରେ ମୁକେଶ ହଁ କରିଲା ଏବଂ ଦୁଇ ଦିନ ପରେ ସନ୍ଧ୍ୟାରେ ସୁଜାତା ଏବଂ ତାଙ୍କ ମା ପାଖ ପାର୍କ କୁ ବୁଲିବାକୁ ଯାଇଥିଲେ । ଏତିକିବେଳେ ମଳୟ ଏବଂ ମୁକେଶ କ୍ୟାମେରା ଫିଟ୍ କରିଦେଲେ ଏବଂ ତାର ଗୋଟିଏ ଦିନ ପରେ ବୁଲିବା ପାଇଁ ପ୍ଲାନ୍ ଆୟୋଜନ ହେଲା । ମୁକେଶ ବୁଲିବାକୁ କହି ଘରୁ ବାହାରି ମଳୟ ର ରୁମ୍ ରେ ରହିଲେ ଏବଂ ରୋଷନ୍ ର ପିଛା କରିବାକୁ ଲାଗିଲେ । ପ୍ରଥମ ଦିନ ତ କିଛି ଜଣା ପଡିଲା ନାହିଁ କିନ୍ତୁ ଦ୍ୱିତୀୟ ଦିନ ସକାଳେ ରୋଷନ୍ ପହଞ୍ଚିଲା ସୁଜାତା ର ଘରେ। ମଳୟ ର ସନ୍ଦେହ ଅଳ୍ପ ଅଳ୍ପ ଦୂର ହେବାକୁ ଲାଗିଲା । ପୁଣି ସେ ସନ୍ଧ୍ୟାରେ ଦୁହେଁ କଫି ପିଇବାକୁ ପାଖ ଶିଶିଡି ରେ ପହଁଚିଲେ । ସେଠୀ ଦୁହେଁ କଫି ପିଇବା ସମୟରେ ମଳୟ ର ସାଙ୍ଗ ଦ୍ଵାରା କିଛି ଫୋଟୋ ଉଠା ଗଲା।

ଏଗୁଡ଼ିକ ଦେଖି ମୁକେଶ ରାଗରେ ଜଳୁ ଥାଏ କିନ୍ତୁ ମଳୟ ତାକୁ ବୁଝେଇ ରାଗ ଶାନ୍ତ କରୁଥାଏ । ମୁକେଶ କହିଲା ମୋର ରାଗ ଅସମ୍ଭାଳ ହେଲାଣି ଆଜି ରାତିରେ ରୋଷନ୍ ଘରକୁ ଯାଇ ତାର କଲର୍ ଟାଣି ଆଣି ପଚାରିବି । ମଳୟ କହିଲା, ତୁ ଏମିତି କରି ପାରୁ କିନ୍ତୁ ମୋ ମତରେ ଆଉ ଗୋଟିଏ ଦିନ ଅପେକ୍ଷା କର । ମୁକେଶ ମଳୟ କଥାରେ ରାଜି ହୋଇଗଲା। ତା ପର ଦିନ ଦେଖା ଗଲା ଯେ ପୁରା ଦିନ ରୋଷନ୍ ସୁଜାତା ଘରେ ଥାଏ।

ମୁକେଶ ର ରାଗ ଏତେ ବଢ଼ିଗଲା ଯେ ସନ୍ଧ୍ୟାରେ ରୋଷନ୍ ନିଜ ଘରକୁ ଫେରିଲା ପରେ ମୁକେଶ ଯାଇ ପହଁଚିଲା ନିଜ ଘରେ । ସେତେବେଳେ ସୁଜାତା ଏବଂ ତାଙ୍କ ମା ପାର୍କ କୁ ବୁଲିବାକୁ ଯାଇଥିଲେ। ମୁକେଶ ପ୍ରଥମେ ସ୍ପାଏ କ୍ୟାମେରା କୁ କନେକ୍ଟ କରି ସବୁ ଭିଡିଓ ଦେଖିଲା ପରେ ତାର ମୁଣ୍ଡ ପୁଣି ଘୁରି ଗଲା। କଣ କରିବ ଭାବି ସୁଜାତା କୁ ଫୋନ୍ କରିବା ପରେ ସୁଜାତା ଆସି ପହଁଚିଲା
ସୁଜାତା ପଚାରିଲା ତମେ କାଲି ଆସିବ ବୋଲି କହୁଥିଲ ଏତେ ଶୀଘ୍ର ଆସିଗଲ କେମିତି ?? ମୁକେଶ କହିଲା, ଓଃ ତମକୁ ଡିଷ୍ଟର୍ବ ହୋଇ ଯାଇଥିବ ନା? ରୋଷନ୍ ସହିତ ବୁଲିବା ପାଇଁ ଆଉ କୁଆଡେ ପ୍ଲାନ୍ ଥିଲା କି?? ସୁଜାତା କହିଲା, କଣ ବେକାର କଥା କହୁଛ?? ମୁକେଶ କହିଲା, ମୁଁ ବେକାର କଥା କହୁଛି ?? ଚାଲ ବେଡ ରୁମ୍ କୁ ?? ପଛେ ପଛେ ମା ଆସିବାକୁ ବାହାରିଲେ । ମୁକେଶ କହିଲା ତମେ ଝିଅ କୁ ଧରି ଏଠି ରୁହ । ମଳୟ ଏବଂ ସୁଜାତା ଯିବ । ସୁଜାତା ମନରେ ଭୟ ସୃଷ୍ଟି ହେବାକୁ ଲାଗିଲା । ବେଡ ରୁମ୍ ରେ ପହଞ୍ଚିଲା ପରେ ମୁକେଶ ସୁଜାତା କୁ ପଚାରିଲା ତମେ ଦୁଇ ଦିନ ହେଲା ଅଫିସ କାହିଁକି ଯାଇନ ?? ସୁଜାତା କହିଲା ମୋର ଦେହ ଭଲ ନଥିଲା ।

If the contents helpful so share to your friends, Thanking You.

ଫେରି ଆସ (3)

ଫେରି ଆସ, କ୍ଷୁଦ୍ର ଗଳ୍ପ
ମୁକେଶ ରାଗରେ ନିଜ ପ୍ୟାକେଟ ରୁ ଫୋଟୋ ଗୁଡ଼ିକ ବାହାର କରି ସୁଜାତା ମୁହଁ କୁ ଫୋପାଡି କହିଲା, ଦେହ ଭଲ ନଥିଲା ତେବେ କଫି ମିଶି ପିଇଲ ଏବଂ ଦେହ ଭଲ ହୋଇ ଯାଇଥିବ ନା?? ଏବଂ ଲାପଟପ୍ ଖୋଲି ଘର ଭିତରେ ରେକର୍ଡ ହୋଇଥିବା ରୋଷନ୍ ସହିତ ଭିଡିଓ ଦେଖାଇଲା ଏବଂ ରାତି ୨ ଟା ପର୍