Prema Eka Bhabanara – 03 (Anutapa "ଅନୁତାପ")

anutapa_odia_poem
Prema Eka Bhabanara – 03 (Anutapa “ଅନୁତାପ”)

ଅନୁତାପ


ଯେବେ ତୁମେ ମୋ ପାଇଁ ସଂଜ ସଳିତା ଜାଳୁଥିଲ, ଶୁଭ ମନାସୁ ଥିଲ, ମୁଁ ବୁଝି ପାରିନଥିଲି ତୁମକୁ । 


ତୁମେ ମତେ ନେଇ ଯେଉଁ ଇଚ୍ଛାର-ଭାବନାର ଘରଟିଏ କରି ନିକଟ ତର ହେବାକୁ ଚେଷ୍ଟା କରୁଥିଲ, ମୁଁ କିନ୍ତୁ ଅନୁଭବ କରି ନଥିଲି ତୁମେ ମନ ଭିତରେ ମତେ ନେଇ କେତେ ଅନେକ ସ୍ୱପ୍ନ ଦେଖିଥିଲ; ମୁଁ ବାସ୍ତବତା ବୁଝି ପାରିନଥିଲି । 

ତୁମେ ଅନେକ ଅଭିମାନ କରିଛ-ଶାନ୍ତ-ନିରବତା ଭିତରେ ମତେ ବହୁବାର ମୋତେ ଖୋଜିଛ । 

ଏକାନ୍ତ ନୀରବତାରେ ମୋ ପାଇଁ ବହୁତ କଷ୍ଟ ପାଇଛ କିନ୍ତୁ ମୁଁ….. ହୁଏତ, ମୁଁ ଓ ମୋ ଅଜାଣନ୍ତରେ ଦେଇଥିବା କଷ୍ଟ ଆଜି ମୁଁ ଅନୁଭବ କରେ । 

ମୋ ପାଇଁ ଦୀପାଳିରେ ସଳିତା ଯୋଗାଡୁ ଯୋଗାଡୁ ବହୁଥର ହାତ ପୋଡି ଦେଇଛ…….ମୁଁ ଦେଖିପାରିଛି ତୁମର ସେ ପୋଡ଼ା ଚିହ୍ନ କିନ୍ତୁ ସେତେବେଳେ ବୁଝିପାରିନି ଏବଂ ବୁଝିବାକୁ କେବେ ଚେଷ୍ଟା ବି କରି ନଥିଲି କାହିଁକି କଣ ପାଇଁ ଏତେ କଷ୍ଟକର ମୋ ପାଇଁ ।

କେତେ ବାହାନା କର ମିଶିବାକୁ, ଦି ପଦ କଥା ଦେବାକୁ ଆଉ ମୁଁହ ରେ ଚେନାଏ ହସ ରଖି ବୋଧହୁଏ ଆତ୍ମ ତୃପ୍ତିର ନିଦଟିଏ ପାଇଁ; ବାସି ସେଜରେ ବସି ମୁରୁକି ହସି ଦେବା ଭିତରେ ସେଇ ମୁହଁ କୁ ମୁଁ କେବେ ଧ୍ୟାନ ବି ଦେଇନି…..।
           
  ସମସ୍ତେ ଚାହାନ୍ତି ସେମାନଙ୍କ ପ୍ରିୟ ପୁରୁଷ ପୃଥିବୀର ସର୍ବଶ୍ରେଷ୍ଠ ହେବାପାଇଁ । 

“କିନ୍ତୁ ତୁମେ ମୋ ପାଇଁ ଯେତିକି ଲୁହଲୁହାଣ ହୋଇଛ” ତା ବାସ୍ତବତା ପୂର୍ବରୁ ବୁଝିନଥିଲି ।

 ତୁମେ ଠାକୁରଙ୍କ ନିକଟରେ ପ୍ରାର୍ଥନା କରୁଥିଲ ମୋର ସଦ୍ୱୀପ ଆଦର୍ଶ ମୟ ଜୀବନ ପାଇଁ । 

ହୁଏତ ତୁମ ଆଶା-ଭାବନା ପୂର୍ଣ୍ଣ ହେବ….. 
ମତେ ନେଇ…..
କିନ୍ତୁ ମୁଁ ତୁମକୁ ନିଜର ବୋଲି ଭାବି ପାରିନଥିଲି , ଏବେ ସେଇ ଅନୁତାପ ମୋତେ ବହୁତ ଦୂରକୁ ନେଇଯାଇଛି ।

ମନୋଜ କୁମାର ବେହେରାଙ୍କ

କବିତା ପୃଷ୍ଠାରୁ……..

anutapa_odia_poem



Follow My Pages:-

Bhuyans blog

Categories:

Tagged:

No responses yet

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading