ଏଇ ଜନମରେ ତୁମ ସାଥି ମୁଁ,
ହୋଇ ତ ପାରିଲି ନାହିଁ,
ଆର ଜନମରେ ହେବି କି ନ ହେବି
କିଛି ମତେ ଜଣା ନାହିଁ …
ତୁମେ କହିଥିଲ ପଛକଥା ସବୁ
ଭୁଲି ଯାଅ ଧୀରେ ଧୀରେ,
କେତେ କଷ୍ଟ ଯେ ଭୁଲିବା ତୁମକୁ
ଖୋଜେ ପ୍ରତି ମୁହୂର୍ତ୍ତରେ …
ବୁଝାଇ କହିଲ ଯେତେବେଳେ ତୁମେ
ବୁଝି ଯାଇଥିଲି ମୁହିଁ,
କିନ୍ତୁ ସ୍ବପ୍ନ ର ଛାୟା ରେ ଘୁରି ବୁଲେ ଖାଲି
ତୁମକୁ ପାଇବା ପାଈଁ…
ପଛ କଥା ଭୁଲି ଖୁସିରେ ଦି ପାଦ
ଆଗକୁ ମୁଁ ଚାଲିଗଲି,
ସେହି ଖୁସି ପୁଣି ଦୁଃଖ ଦେବ ବୋଲି
ଏବେ ମୁଁ ଜାଣି ପାରିଲି …
ଲୁହରେ ଭିଜି ମୁଁ, ଲୁହକୁ ପିଇ ମୁଁ
ଲୁହରେ କରିଛି ଘର,
ସେହି ଲୁହ ପୁଣି ତୁମ ସ୍ମୃତି ନେଇ
ଆଙ୍କେ ଛବି ବାରମ୍ବାର …
ଛବି ଦେଖି ଆଜି ଭାବେ ମୁଁ ସଖା ହେ
ପାଖେ ପାଖେ ଅଛ ମୋର,
ହେଲେ ମୋ ଭାବନା ସବୁ ବାଟବଣା
ତୁମେ ଯେ ହେଇଛ ଆଉ କାହାର …
ତୁମ କଥା ଭାବି ଆଖିରୁ ନିଦ ମୋ
କେବେଠୁ ଯାଇଛି ହଜି,
ହେଲେ ତୁମେ ଆଉ କାହା ସ୍ବପ୍ନ ପାଈଁ,
ଭୁଲିଛ ମୋ ସ୍ମୃତି ଆଜି …
ମିନ୍ମୟୀ ବେହେରା ଙ୍କ କବିତା ପୃଷ୍ଠାରୁ……