ଅଦୃଶ୍ୟ ତାରା By Manoj

Prema Eka Bhabanara – 02 (Adrushya Tara “ଅଦୃଶ୍ୟ ତାରା”)

ଅଦୃଶ୍ୟ ତାରା

ମତେ ନେଇ ତୁମେ ତୁମର ଯେଉଁ ନୁଆଁ ଦିନଟି ଆରମ୍ଭ କରିବାକୁ ଭାବିଥିଲ ତାହା ତୁମ ଖୁସିର ବାହାରେ ଆଉ ତୁମ କଳ୍ପନାର ବହୁତ ଦୂରରେ !!

“ମୁଁ ନିର୍ବିକାର ସମୟ ପାଖରେ ଯେମିତି ଅଜଣା ଏକ ଭବିଷ୍ୟତ ପାଖରେ ପହଂଚି ଯାଇଛି ” କିପରି କାହିଁକି ଅନେକ ପ୍ରଶ୍ନ ବାଚିର ସୌଧ ଭିତରେ ବନ୍ଦି ହୋଇ ସେଇ ପ୍ରଶ୍ନର ପୁଷ୍ପ ଗୁଚ୍ଛାରୁ ସୁଗନ୍ଧ ବାଛିବାକୁ ଲାଗିଛି ।

ତୁମେ ତ ନିଳ ଆକାଶ, ସେଇ ଆକାଶ ତଳେ ରଶ୍ମିଟିଏ ହୋଇ ଗୋଧୂଳି ସନ୍ଧ୍ୟାର ମୁଁ ମୁକ୍ତା ହେବାକୁ ଚାହେଁ ! କିନ୍ତୁ ମୋ ଜୀବନରେ ତାହା ପୂର୍ଣ୍ଣିମା ରାତିରେ ଜହ୍ନ ଆଲୁଅ ର ଛାୟା ହୋଇଯାଇଛି !!!

ମୋ ପାଖରେ ନିର୍ମଳ ହୃଦୟଟେ ନାହିଁ ଯେ ତୁମକୁ ନେଇ ନୀଳାମୟୀ କୃଷ୍ଣଙ୍କ କ୍ରିଷ୍ଣା ଭଳି ଏବଂ ଗୌତମ ବୁଦ୍ଧଙ୍କ ପରି ତୁମକୁ ସଜାଇ ପାରିବି । ସେଥିପାଇଁ ବୋଧେ ସାହସ କରିପାରୁନି ତୁମର ସେଇ ନିସ୍ୱାର୍ଥପର ପ୍ରେମକୁ ।

ତୁମେ ଗ୍ରହଣ କରିବ ସେ ଭାବନା ମୋ ପାଈଁ ଅନ୍ଧକାର ର ସ୍ୱପ୍ନ ପାଲଟି ଯାଇଛି । ତୁମେ ରାଧା ଓ ମିରାର ଏବଂ ସଞ୍ଜୁକ୍ତ ରେ ଏକ ପ୍ରେମ ଓ ଭକ୍ତି ଭରା ନିରର୍ବଛିନ ବର୍ଷା ।

ମୁଁ ଇନ୍ଦ୍ରଧନୁର କିରଣ ଭଳି ମୌସୁମୀ ର ଫୁଲ ପାଖୁଡା ସାଜି ତୁମ ସହ ମିଶି ଯିବାକୁ ଚାହେଁ ଏବଂ ଭିଜିଯିବାକୁ ଚାହେଁ । କିନ୍ତୁ ତୁମର ଉତ୍ତପ୍ତ ନିଶ୍ୱାସକୁ ଯେତେଥର ମୁଁ ଶୀତଳ କରିବାକୁ ଚାହିଁଛି ମୁଁ ସେତେଥର ନିଜର ଅନୁତାପ ରେ ଜଳିଯାଇଛି ।

ତୁମେ ଆଜି ଯାଏ ଭାବୁଥିବ ମୁଁ ସବୁ ଜାଣିବି ତୁମକୁ କାହିଁକି ଗ୍ରହଣ କରୁନି-ନିଜର କରିପାରୁନି !!

ଏହି ପ୍ରଶ୍ନ ତୁମ ମନ ଭିତରେ ବାରମ୍ବାର ଉଙ୍କି ମାରୁଥିବ ଏବଂ ଏକ ବିରାଟ ପ୍ରଶ୍ନ ର କାଚ ଘର ଗଢି ଉଠିଥିବ ।

ମୁଁ ଜାଣେ ତୁମକୁ କେତେ କଷ୍ଟ ଆଉ କେତେ ଭାବନା ତୁମ ହୃଦୟରେ ଜାତ ହେଉଥିବ । ତୁମେ କଣ ଜାଣିଛ ଯେ ଏହି ଭାବନା କୁ ସତ୍ୟ ରେ ପରିଣତ କରିବା ପାଈଁ ମୁଁ କେତେଥର ପ୍ରୟାସ କରିନଥିବି ।

ହଁ ଏହା ସତ୍ୟ ଯେ ବହୁତ ଥର ସେଇ ତାରା ପୁଞ୍ଜରୁ ତୁମ ଚାରିପାଖେ ଆଲୋକିତ କରିବା ପାଈଁ ସୁର୍ଯ୍ୟ ର ଜ୍ୱଳନ୍ତ ଆଲୋକ କୁ ମୁଁ ସହ୍ୟ କରିଛି । କିନ୍ତୁ ପାରିନି, କାରଣ ମୁଁ ଅନନ୍ତ ଆକାଶ ର ଗୋଟିଏ ଅଦୃଶ୍ୟ ତାରା ଟିଏ ।

ମନୋଜ କୁମାର ବେହେରାଙ୍କ

କବିତା ପୃଷ୍ଠାରୁ……..

adrushya_tara_odia_poem



Follow My Pages:-

Bhuyans blog

Categories:

Tagged:

One response

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading