Ruchi's Rakhi-1 (ରୁଚି ର ରାକ୍ଷୀ)

Ruchi's Rakhi-1 (ରୁଚି ର ରାକ୍ଷୀ)
Ruchi’s Rakhi-1 (ରୁଚି ର ରାକ୍ଷୀ)


*ରୁଚିର ରାକ୍ଷୀ*


କଲେଜ୍ ଖୋଲିବାର କିଛି ଦିନ ପରେ ପୁଣି ମୋ ପ୍ରେମିକା ରୁଚି ସହିତ ଦେଖା ହେଲା କଲେଜ୍ ଗେଟ୍ ରେ । ମୁଁ ମୋ ସାଙ୍ଗ ମାନଙ୍କ ଠାରୁ ଏକ୍ସକ୍ୟୁଜ କହି ସିଧା ପହଞ୍ଚିଲି ରୁଚି ପାଖରେ। ମୋତେ ଦେଖି ମୁରୁକି ହସ ଦେଲା।  ତା ସାଙ୍ଗ କାବେରୀ ମୋତେ ବହୁତ୍ ସାହାଯ୍ୟ କରିଛି ରୁଚିସହିତ ମିସେଇବା ପାଇଁ । ଗତ ବର୍ଷ ଶେଷରେ ମୁଁ ସଫଳ ହୋଇଥିଲି ମୁଁ ରୁଚି ର ମନ ଜିତିବାକୁ । ପରୀକ୍ଷା ଶେଷ ଏବଂ ଆଉ ଦେଖା ନାହିଁ ଆଜି ବହୁତ୍ ଦିନ ପରେ ରୁଚିକୁ ଦେଖିଲି ସେ ଆଗରୁ ଯେତିକି ଗୋରୀ ଥିଲା ଆଉ ଟିକେ ଗୋରୀ ହୋଇଯାଇଛି। ଦୁହେଁ ସାଇକେଲ ଷ୍ଟାଣ୍ଡ ରେ ସାଇକେଲ ରଖି କ୍ଲାସ୍ ରୁମ୍ କୁ ଚାଲିଗଲେ । ମୁଁ କିଛି ସମୟ ପାଇଁ ସ୍ତବ୍ଧ ହୋଇଗଲି ଏ କଣ ମୋ ହାଏ ର ଜବାବ ଖାଲି ଏତିକି।  ପୁଣି ଫେରିଗଲି ସାଙ୍ଗ ପାଖକୁ । ସାଙ୍ଗ ମାନେ ଚିଡ଼େଇବା ଆରମ୍ଭ କରିଦେଲେ। କିନ୍ତୁ ସାଙ୍ଗ ମାନଙ୍କ କଥା କୁ ଖାତିର କରିଲି ନାହିଁ । ମୁଁ ମଧ୍ୟ କ୍ଲାସ୍ ରୁମ୍ ରେ ପହଞ୍ଚିଲି।


କ୍ଲାସ୍ ରେ ବସିଲା ପରେ ଗତ ବର୍ଷ ର କିଛି ସ୍ମୃତି ଫେରି ଆସୁଥିଲା ମୋ ଆଖି ପଟଳରେ । ଅର୍ଥଶାସ୍ତ୍ର ର କ୍ଲାସ୍ ରେ ମୁଁ ରୁଚି ସହିତ ବିତେଇଥିବା ସେ ପୁରୁଣା ସମୟ କୁ ଚାଲିଗଲି। 

ଯେଉଁ ଦିନ ତାକୁ ପ୍ରଥମ କରି ଦେଖିଲି ସେ ଦିନ ସେ ଏତେ ଶାନ୍ତ ଥିଲା । ଗଭାରେ ତାର ଇଟିମଳା ଫୁଲ ର ଗୁନ୍ଥା ରେ ତାର କେଶ ସହିତ ତାର ଚେହେରା ସ୍ବର୍ଗ ର ମେନକା ସଦୃଶ୍ୟ ମନେ ହେଉଥିଲା।  କିନ୍ତୁ ତାହା ଥିଲା କ୍ଷଣିକ ପାଇଁ।  ହଠାତ୍ ତା ସାଙ୍ଗ କାବେରୀ ଆସି ତାକୁ ପଛପଟୁ ହଗ୍ କରିଲା।  ମୁଁ ମନେ ମନେ ଭାବିଲି କାବେରୀ ଜାଗାରେ ମୁଁ ଯଦି ରହିଥାନ୍ତି ତେବେ କେମିତି ହୁଅନ୍ତା କିନ୍ତୁ ତାହା ଅସମ୍ଭବ । ମୋର ଆଉ ରୁଚି ର ଦୂରତା କେବଳ 02 ମିଟର । ମୁଁ ମୋ ସାଙ୍ଗ ମାନଙ୍କ ସହ କଥା ହେଉଥିଲି କିନ୍ତୁ ମୋ ନଜର କେବଳ ତା ପାଖରେ । ସେ ଦୁଇ ସାଙ୍ଗ ଙ୍କ କଥା ମୋତେ ଭଲ ଭାବରେ ଶୁଣା ଯାଉଥିଲା ।

କାବେରୀ : କଣ ଲୋ, ଟୋକା ମାନଙ୍କୁ ଦେଖେଇ ହେବାକୁ ଆସିଛୁ ନା କଣ?

ରୁଚି: କଣ ହେଲା??

କାବେରୀ: ଏଇଟା କଲେଜ୍, ଗାଁ ସ୍କୁଲ୍ ନୁହଁ !!

ରୁଚି: ତ କଣ ହେଲା?

କାବେରୀ: ଏ ଫୁଲ ମାଳ, ବାହାର କର!!!

ରୁଚି: କାହିଁକି ,ଭଲ ଲାଗୁନି କି??

କାବେରୀ: ଭଲ ଲାଗୁଚି, କହିବି ତୁ କଣ ଲାଗୁଛୁ, ଚମ୍ପି!!!

ରୁଚି: ଚମ୍ପି କଣ ଲୋ??

କାବେରୀ: ଛାଡ଼ ସେ କଥା, ତୁ ସେ ଫୁଲ ମାଳ ଛିଣ୍ଡେଇବୁ ନା ମୁଁ ଛିଣ୍ଡେଇବି??

ରୁଚି: (ଅଳ୍ପ ମନ ଦୁଃଖରେ) ହଉ ବାହାର କରି ଦେଉଛି ।

କାବେରୀ: ଏବେ ଚୋଖା ଲାଗୁଚି । ଚାଲ କ୍ଲାସ୍ କୁ।


ଦୁହେଁ କ୍ଲାସ୍ ରୁମ୍ କୁ ଚାଲିଗଲେ । ଆମେ ମଧ୍ୟ ଚାଲିଗଲୁ କ୍ଲାସ୍ କୁ ।

କିଛି ଦିନ ପରେ। କଲେଜ୍ ବଗିଚାରେ ମୁଁ ଏକା ବସିଥାଏ କାରଣ ଅର୍ଥଶାସ୍ତ୍ର ଲେକ୍ଚର୍ ସେଦିନ ଆସି ନଥାନ୍ତି । ମୋର ବାକି ସାଙ୍ଗ ମାନେ ନିଜ ନିଜ ବିଷୟ ରାଜନୀତି ବିଜ୍ଞାନ ଏବଂ ଇତିହାସ କ୍ଲାସ୍ କରୁଥାନ୍ତି। କାବେରୀମୋ ପାଖକୁ ଆସିଲା।


କାବେରୀ: ଭାଇ , ଆପଣ ଅର୍ଥଶାସ୍ତ୍ର ନେଇଛନ୍ତି ନା??

( ହଠାତ୍, ମୁଁ କାବେରୀ କୁ ଦେଖି ମନେ ପଡ଼ିଗଲା, ଯେ ଏ ହେଉଛି ରୁଚିର ସାଙ୍ଗ, ସେତେ ପର୍ଯ୍ୟନ୍ତ ମୁଁ କାବେରୀ ର ଏବଂ ରୁଚି ର ନାମ ଜାଣି ନଥାଏ)


ମନୁ: ହଁ କୁହ??

କାବେରୀ: କିଛି ସାହାଯ୍ୟ ଦରକାର?

ମନୁ: କଣ ସାହାଯ୍ୟ??

କାବେରୀ: ମୋତେ ଅର୍ଥଶାସ୍ତ୍ର ର ଲାଷ୍ଟ୍ ଇୟର ର କିଛି ନୋଟସ୍ ଦରକାର?

ମନୁ: ହଁ ଅଛି ଯେ? ( ପ୍ରକୃତରେ ମୋ ନୋଟସ୍ ସବୁ ଆଉ ଜଣଙ୍କୁ ଦେଇ ସାରିଥିଲି)

କାବେରୀ: ନାହିଁ କି??

ମନୁ: ଅଛି, ଯେ ଖୋଜିବାକୁ ପଡ଼ିବ, କୋଉଠି ଅଛି ମନେ ନାହିଁ ।

କାବେରୀ: ଯଦି ଅଛି କାଲି ନେଇକି ଆସିବ ।

ମନୁ: ହଉ ଠିକ୍ ଅଛି।

କାବେରୀ: ଥେଙ୍କ୍ ୟୁ

(ଏତିକି କହି ସେ ଚାଲିଯିବାକୁ ବାହାରିଲା )

ମନୁ: ଶୁଣ?

କାବେରୀ: ହଁ କୁହ ଭାଇ??

ମନୁ: ତମ ନାମ କଣ?? ମୁଁ କାଲି ଯଦି ଆଣିବି କେମିତି ଜାଣିବି କାହାକୁ ଦେବୀ, କାରଣ ତମ ଭଳି ଦେଖିବାକୁ ତମ କ୍ଲାସ୍ ରେ ଆଉ କେତେଜଣ ଝିଅ ଅଛନ୍ତି ।

କାବେରୀ: ନା ନା , ଆମେ ଦୁଇ ଜଣ, ହିଁ ଦେଖିବାକୁ ଏକା ଭଳି , ମୁଁ ଆଉ ମୋ ସାଙ୍ଗ ରୁଚି । ଆଉ ସେ ମଧ୍ୟ ଅର୍ଥଶାସ୍ତ୍ର ନେଇଛି ।

ମନୁ: ରୁଚିକିଏ?

କାବେରୀ: ସେ ଆଜି ଆସିନି। କାଲି ଆସିଲେ ଦେଖିଦେବ, ତମେ ଆଉ ଦ୍ଵନ୍ଦ ରେ ପଡ଼ିବନି

ମନୁ: ହଉ ଠିକ୍ ଅଛି।

କାବେରୀ ଏବଂ ରୁଚି ମୋ ଠୁ ଗୋଟିଏ ବର୍ଷ ଜୁନିଅର।


ତା ପର ଦିନ ମୁଁ ଯାହାକୁ ନୋଟସ୍ ଦେଇ ଥିଲି ତା ଠାରୁ ମାଗି ଆଣି ମୁଁ ଅପେକ୍ଷା କରିଛି।  ଗେଟ୍ ପାଖରେ, ସେ ଦୁଇ ଜଣ ଆସିଲେ ଏବଂ ମୋତେ ଦେଖି ଅଣଦେଖା କରି ଚାଲିଗଲେ । ମୋର ନୋଟସ୍ ଦେବା ର ଇଚ୍ଛା ଭାଙ୍ଗିଗଲା । ମୁଁ ସିଧା ପହଞ୍ଚିଲି କ୍ଲାସ୍ ରେ । କାହାକୁ କିଛି ନ କହି କ୍ଲାସ୍ ରେ ଧ୍ୟାନ ଦେଲି । କ୍ଲାସ୍ ସରିଲା ଏବଂ ମୁଁ ସାଇକେଲ ବାହାର କରି ଯିବାକୁ ବାହାରିଲି । ହଠାତ୍ ପଛ ପଟୁ କାବେରୀଡ଼ାକି ବାର ଶବ୍ଦ ଶୁଣାଗଲା । ମୁଁ ଅଳ୍ପ ରାଗରେ ନ ଶୁଣିବାର ଅଭିନୟ କରି ସାଇକେଲ ରେ ବସି ପେଦଲ ମାରିଲି । ପୁଣି ଥରେ କାବେରୀ” ଭାଇ ଶୁଣ” ବୋଲି ଡାକିଲା । ମୋ ମନ ତରଳି ଗଲା । ସାଇକେଲ ରୁ ଓହ୍ଲାଇ ଦେଖିଲା ବେଳକୁ କାବେରୀସହିତ ରୁଚିମୋ ସାଇକେଲ ପାଖରେ ଆସି ହାଜର ।

ମନୁ: କଣ ହେଲା ??

କାବେରୀ: ଭାଇ ଆଣିଲ??

ମନୁ: କଣ??

କାବେରୀ: (ଅଳ୍ପ ଦୁଃଖୀ ହୋଇ) ଭାଇ ନୋଟସ୍ କଥା କହୁଥିଲି ।

ମନୁ: ଆଚ୍ଛା, ନୋଟ୍?? ତମକୁ ଡାକିଲି ତମେ ତ ଶୁଣିଲ ନାହିଁ?? ସେଥିପାଇଁ ମୁଁ ଆଉ ଜଣଙ୍କୁ ଦେଇ ଦେଲି ।

କାବେରୀ: କାହାକୁ ଦେଲ??

ମନୁ: ସରି.. ଦେଇନି ତାକୁ ଦେଇ ଦେବୀ ।

କାବେରୀ: ପ୍ଲିଜ ଭାଇ, ଦେଇ ଦିଅ??



Thanking You, for giving your important time on this web page. By Bhuyans Blog

2 thoughts on “Ruchi's Rakhi-1 (ରୁଚି ର ରାକ୍ଷୀ)”

Put your Valuable feedback