Ruchi’s Rakhi…2 (ରୁଚି ର ରାକ୍ଷୀ)

(ମୁଁ ନୋଟ୍ ବାହାର କରି କାବେରୀ କୁ ଦେଲି କିନ୍ତୁ ରୁଚି ମୋତେ ଥେଙ୍କ୍ ୟୁ କହିଲା। ମୁଁ ଅଳ୍ପ ସ୍ମାଇଲ ଦେଇ କହିଲି, ୱେଲକମ୍ । )
ମନୁ: କିନ୍ତୁ ମୋତେ ଶୀଘ୍ର ଫେରେଇ ଦେବ?
ଆଉ ଜଣକୁ ଦେବାକୁ ପଡ଼ିବ ।
ଏତିକି କହି ମୁଁ ଚାଲିଗଲି ଘରକୁ ।
ଏମିତି ସବୁଦିନ ସେ କଲେଜ୍ କୁ ଆସନ୍ତି ମୁଁ ପ୍ରତିଦିନ ଗେଟ୍ ପାଖରେ ଅପେକ୍ଷା କରେ । କାବେରୀ ଏବଂ ରୁଚି କୁ ଅଳ୍ପ ସ୍ମାଇଲ ଦିଏ ମୋର ସ୍ମାଇଲ ରେ ସେମାନେ ମଧ୍ୟ ସ୍ମାଇଲ ଦେଇ ଚାଲି ଯାଆନ୍ତି କ୍ଲାସ୍ କୁ ।
ଦିନ ଗଡ଼ି ଚାଲିଲା ଆସିଲା କାର୍ତ୍ତିକ ମାସ । କାର୍ତ୍ତିକ ମାସ ପ୍ରତ୍ୟେକ ସୋମବାର ରେ ଲୋକମାନେ ମନ୍ଦିର ଯାଆନ୍ତି ଏବଂ ତୃତୀୟ ସୋମବାର ଦିନ ଆମେ ସବୁ ସାଙ୍ଗ ନୀଳ, ଗୌତମ, ଦିଗାମ୍ବର ଏବଂ ମୁଁ ମିଶି ବୁଦ୍ଧଖୋଲ ମନ୍ଦିର କୁ ଯାଇଥିଲୁ। ବୁଦ୍ଧଖୋଲ ମନ୍ଦିର ବୁଲାବୁଲି ଚାଲିଥିବା ବେଳେ ହଠାତ୍ ମୋ ନଜର ପଡିଲା ରୁଚି ଉପରେ ସେ ତାଙ୍କ ପରିବାର ସହ ମନ୍ଦିର ବୁଲିବାକୁ ଆସିଥିଲେ । ମୁଁ ବାହାନା ଖୋଜି ସାଙ୍ଗ ମେଳରୁ ଅଲଗା ହୋଇ ପହଞ୍ଚିଲି ରୁଚି ପାଖରେ ।
ମନୁ: ହାଏ!!
ରୁଚି: ହାଏ, ତମେ ଏଠି??
ମନୁ: କଣ ମୁଁ ଆସିପାରିବିନି କି?
ରୁଚି: ନା ଆସିପାରିବ ଯେ??
ମନୁ: ତେବେ କଣ?? ତମେ ଯଦି ଆସିପାରିବ ମୁଁ ମଧ୍ୟ ଆସିପାରିବି ।
ରୁଚି: ଆଉ କିଏ ଆସିଛନ୍ତି?
ମନୁ: ଆମ ସାଙ୍ଗ ମାନେ ମିଶି ଆସିଛୁ
ମନୁ: ତମେ କିଏ କିଏ ଆସିଛ??
ରୁଚି: ମୁଁ ଏବଂ ମୋ ଭାଇ ଏବଂ ମମି ଆସିଛନ୍ତି। ଆମର ରୋଷେଇ ହେଉଛି ସେଠୀ ମୁଁ ଆସି ଏଠି ବୁଲୁଛି ।
ମନୁ: ତେବେ ଭଲ ହେଲା, ଆମକୁ ଭୋକ ଲାଗିଲାଣି, ଏଠି ଆମେ ସମସ୍ତେ ଖାଇ ନେବୁ ।
ରୁଚି: ହଁ ଖାଇ ନେବ ।
ମନୁ: ତମ ସାଙ୍ଗ କାବେରୀ ଆସିନି କି??
କାବେରୀ: ନା, ସେ ଆସିନି। ସେ ଆସିବ ବୋଲି କହୁଥିଲା କିନ୍ତୁ ପରେ ମନା କରିଲା ।
ମନୁ: ହଉ ତମେ ରୋଷେଇ କର ମୁଁ ଚାଲିଲି ।
ରୁଚି: ଖାଇବ ପରା?
ମନୁ: ନା, ନା, ମୋ ସାଙ୍ଗ ମାନେ ସେଠୀ ଅପେକ୍ଷା କରିଛନ୍ତି । ଯିବାକୁ ହେବ ।
ଏତିକି କହି ମୁଁ ସାଙ୍ଗ ମାନଙ୍କ ପାଖେ ପହଞ୍ଚିଲି ।
ତା ପର ଦିନ କଲେଜ୍ ଗେଟ୍ ରେ ଅପେକ୍ଷା କରିଲି ଏବଂ ମୁଁ କହିଲି ନୋଟ୍ ଟା ଦେଲ ନି?
କାବେରୀ: ଭାଇ, ଆଉ କିଛି ଦିନ ପରେ ଦେଲେ ଚଳିବ ନାହିଁ??
ରୁଚି: ନୋଟ୍ ଟା ମୋ ପାଖରେ ଅଛି। ମୁଁ ଶୀଘ୍ର ଦେଇ ଦେବୀ
ପ୍ରକୃତରେ ମୋର ନୋଟ୍ ରେ କିଛି କାମ ନାହିଁ, ବାହାନା ଥିଲା ପଦେ କଥା ହେବା ପାଇଁ ।
ମୁଁ ଚାଲିଲି କ୍ଲାସ୍ ଭିତରକୁ । କିଛି ଦିନ ପରେ ମୁଁ ବଗିଚା ରେ ସାଙ୍ଗ ମାନଙ୍କ ସହ କଥା ହେଉଥିଲି । ହଠାତ୍ ରୁଚି ମୋତେ ମୋ ନାଁ ଧରି ଡାକିଲା ମୁଁ ପଛକୁ ବୁଲି ଦେଖିଲା ବେଳକୁ ରୁଚି। ମୁଁ ଖୁସି ହୋଇ ରୁଚି ପାଖରେ ପହଞ୍ଚିଲି ।
ରୁଚି : (ନୋଟ୍ ଫେରେଇ ) ଥେଙ୍କ୍ ୟୁ ।
ମନୁ: ୱେଲକମ (ନୋଟ୍ ଟିକୁ ଧରିଲି )। ମୋ ନାଁ ତମେ କେମିତି ଜାଣିଲ??
ରୁଚି: ତମ ନୋଟ୍ ରେ ତମ ନାଁ ଲେଖା ଥିଲା ।
ମନୁ: ସବୁ ଲେଖା ସରିଲା କି ??
ରୁଚି: ନା ନା , ଆଉ କିଛି ବାକି ରହିଗଲା । ତମେ କାହାକୁ ଦେବ ବୋଲି କହିଥିଲ ନା ସେଥିପାଇଁ ଫେରେଇ ବାକୁ ଆଣିଲି ।
ମନୁ: ଆରେ ରଖ, ସେ ଆଉ କାହାଠୁ ମାଗି ସାରିଲାଣି ।
ରୁଚି : ପକ୍କା, ( ପଛ ପଟୁ, କାବେରୀ ଆସି ପହଁଚିଲା)
କାବେରୀ: ଭାଇ , ତମ ଅକ୍ଷର ବହୁତ୍ ସୁନ୍ଦର୍ ।
ମନୁ: ଥେଙ୍କ୍ ୟୁ,
ରୁଚି କାବେରୀକୁ କହିଲା , ତୋର ସବୁ ଲେଖା ସରିଯାଇଥିଲା ନା ?
କାବେରୀ: ନା, ମୋର ମଧ୍ୟ ବାକି ଅଛି।
ରୁଚି: ଗୋଟିଏ କାମ କର, ତୁ ଏବେ ଲେଖେ ମୋତେ ଆଉ କିଛି ଦିନପରେ ଦେବୁ ।
ନୋଟ୍ ଟିକୁ କାବେରୀ ହାତରେ ଦେଇଦେଲା।
ମୋର ଅଳ୍ପ ମନ ଦୁଃଖ ହେଲା ଏବଂ କିଛି ନ କହି କ୍ଲାସ୍ କୁ ଚାଲିଗଲି ।
ତାର ଦୁଇ ଦିନ ପରେ ମୁଁ ଲାଇବ୍ରେରୀ ରେ ବହି ନେବା ପାଇଁ ଠିଆ ହୋଇଥିଲି । ସେତେବେଳେ ସେ ଦୁଇ ଜଣ ଆସି ପହଞ୍ଚିଲେ । ମୋର ବହି ଇସୁ ସରିଥିଲା । ମୋ ହାତରେ ଥିଲା ” ବର୍ଷା ବସନ୍ତ ବୈଶାଖ” ର ବହି ଟିଏ । କାବେରୀ ମୋତେ ଦେଖି ଖୁସି ହେଲା ।
କାବେରୀ: ଭାଇ ତମେ ଏତେ ବଡ ବହି ପଢ଼ୁଛ ?
ମନୁ: ହଁ,
କାବେରୀ: ଏଇ ବହି ଟା ତମ ସିଲାବସ ରେ ଅଛି?
ମନୁ: ନା ନା , ଏମିତି ପଢ଼ିବା ପାଇଁ ନେବି।
ରୁଚି: ହଉ, ପଢ଼ି ସାରିଲେ ଆମକୁ ମଧ୍ୟ ଦେବ ଆମେ ପଢ଼ିବୁ ।
ସମସ୍ତେ ଅଳ୍ପ ମୁରୁକି ହସ ଦେଲେ ଏବଂ ସେ ବହି ଇସୂ କରିବା ପର୍ଯ୍ୟନ୍ତ ମୁଁ ଅପେକ୍ଷା କରିଥିଲି । ତାପରେ ଆମେ ତିନି ଜଣ ଆସିଲୁ । କାରଣ କାହାର କ୍ଲାସ୍ ନଥିଲା ।
ମନୁ: କ୍ଲାସ୍ ନାହିଁ ପରା, ଚାଲ ଗାର୍ଡେନ ରେ ବସିବା ?
ରୁଚି : ନା ନା , କିଏ ଦେଖି କଣ ଭାବିବ? ତମେ ଯାଅ ବସ!!
କାବେରୀ: କ୍ଲାସ୍ ରୁମ୍ କୁ ଚାଲ, ସେଠୀ ବସିବା ।
ତାପରେ ସମସ୍ତେ ଚାଲିଲୁ । କ୍ଲାସ୍ ରୁମ୍ ରେ କିଛି ସମୟ କଥା ହେଲୁ, କିଛି ମୋ ବିଷୟରେ ତ କିଛି ସେମାନଙ୍କ ବିଷୟରେ କଥା ହେଲୁ । ପଢା ପଢ଼ି କଥା ମଧ୍ୟ ହେଲୁ।
ମୁଁ ରୁଚି କୁ ଭଲ ପାଉଥାଏ କିନ୍ତୁ କାବେରୀ ମୋତେ ଭଲ ପାଉଥାଏ । ପୁରା ତ୍ରି-କୋଣିଆ ଲଭ୍ ଷ୍ଟୋରୀ ଗଢି ଉଠି ଥିଲା । ତାପରେ ଚାଲିଲା ପ୍ରତିଦିନ ହାଏ ହେଲୋ ଏବଂ ଖାଲି ସମୟରେ କ୍ଲାସ ରେ କଥା ବାର୍ତ୍ତା, ମୋତେ ଦେଖି ତାଙ୍କ କ୍ଲାସ୍ ରେ ପିଲା ମାନେ ଈର୍ଷା କରୁଥିଲେ ମାତ୍ର ମୋତେ କିଛି ଫରକ୍ ପଡ଼ି ନଥିଲା। ଏମିତି କିଛି ଦିନ ଗଲା ପରେ କାବେରୀ କୁ ଅନୁଭବ ହେଲା ଯେ ମୁଁ ରୁଚି କୁ ଭଲ ପାଏ । କାବେରୀ ମୋତେ ପଚାରିଲା ଏବଂ ମୋ ଉତ୍ତର ଶୁଣି ସେ ବହୁତ୍ ଦୁଃଖୀ ହୋଇଗଲା । ଏବଂ ପର ଦିନ କଲେଜ୍ ମଧ୍ୟ ଆସିଲା ନାହିଁ କିନ୍ତୁ ଦୁଇ ଦିନ ପରେ ପୁଣି କାବେରୀ କଲେଜ୍ ଆସିବା ଆରମ୍ଭ କରିଲା ଏବଂ ନିଜ ମନରେ ମୋ ପାଇଁ ଥିବା ଭଲ ପାଇବା କୁ ଭୁଲି ରୁଚି ଏବଂ ମୋତେ ମିଶେଇବା ଚେଷ୍ଠା ରେ ଲାଗି ପଡ଼ିଲା କିନ୍ତୁ ତା ବଦଳରେ ମୋ ଠାରୁ ଚକୋଲେଟ୍ ଏବଂ ଗୋଲାପ ଫୁଲ ପ୍ରତି ଦିନ ନିଏ । ଯାହା ରୁଚି ପାଇଁ ଆସୁଥିଲା ତାହା କାବେରୀ ପାଇଁ ମଧ୍ୟ ଆସୁଥିଲା । କାବେରୀ ର ଗୋଟିଏ ଚିନ୍ତା ମୋର ଭଲ ପାଇବା ରୁଚି କୁ ଅନୁଭବ ହେଉ । ଏମିତି ଦିନ ଗଡି ଚାଲିଲା । ବର୍ଷ ଶେଷ ପରୀକ୍ଷା ସମୟ ଆସିଲା । ପରୀକ୍ଷା ମଧ୍ୟ ହେଲା ଏବଂ ପରୀକ୍ଷା ଶେଷ ହେବା ପରେ ଆଉ ଦେଖା ନାହିଁ ।

Categories:

3 Responses

  1. […] Click here for Previous page ……..ହଠାତ୍ କ୍ଲାସ୍ ସରିଲା ଏବଂ ମୁଁ ପୁରୁଣା ସ୍ମୃତି ରୁ ବର୍ତ୍ତମାନ କୁ ଫେରି ଆସି ଦେଖିଲା ବେଳକୁ ଅର୍ଥଶାସ୍ତ୍ର ଲେକ୍ଚର କ୍ଲାସ୍ ଛାଡ଼ି ଚାଲିଗଲେଣି । କ୍ଲାସ୍ ସରିଲା ବାହାରକୁ ଗଲି ଏବଂ ବାକି ସାଙ୍ଗ ମାନେ ମଧ୍ୟ ଆସିଲେ । ସମସ୍ତଙ୍କ କ୍ଲାସ୍ ସରିଗଲା। ସାଙ୍ଗ ମାନଙ୍କୁ କହିଲି ଆଉ ଗୋଟିଏ କ୍ଲାସ୍ ଅଛି ତମେ ଯାଅ କିନ୍ତୁ ମୁଁ ରୁଚି କୁ ଅପେକ୍ଷା କରିଥିଲି। ସାଙ୍ଗ ମାନେ ଚାଲିଗଲେ ଏବଂ ମୁଁ ରୁଚି କୁ ଗେଟ୍ ପାଖରେ ଅପେକ୍ଷା କରିଲି। କିଛି ସମୟ ପରେ ଦୁହେଁ ସାଇକେଲ କୁ ଗଡ଼େଇ ଗଡ଼େଇ ଗେଟ୍ ପାଖରେ ପହଞ୍ଚିଲେ । ମୁଁ ଅଳ୍ପ ମୁରୁକି ହସ ଦେଲି । କାବେରୀ ଅଳ୍ପ ହସି ଚାଲିଗଲା କିନ୍ତୁ ରୁଚି ମୋ ମୁହଁକୁ ମଧ୍ୟ ଚାହିଁଲା ନାହିଁ । ଦୁଇ ଦିନ ପରେ ରବିବାର, ପରିବା ମାର୍କେଟ ରେ କାବେରୀ ସହ ଦେଖା ହେଲା। ସେଠୀ ଅଳ୍ପ କଥା ହେଲୁ ଏବଂ ମୁଁ ପଚାରିଲି ରୁଚି କୁ କଣ ହୋଇଛି । କାବେରୀ କହିଲା ତାର ଘରେ କଣ ଅସୁବିଧା ଅଛି ସେଥିପାଇଁ ସେ ମୁଡ ଅଫ୍ ରେ ରହୁଛି । କିଛି ସମୟ କଥା ପରେ ମୁଁ ଫେରି ଆସିଲି ଘର କୁ। ଗୋଟିଏ ଦିନ ପରେ ମଙ୍ଗଳ ବାର ଏବଂ ସେଦିନ ଟି ମୋ ପାଇଁ ବୋଧେ ଅଶୁଭ ଦିନ ଥିଲା । କଲେଜ୍ ଗାର୍ଡେନ ପାଖରେ ମୁଁ ମୋ ସାଙ୍ଗ ମାନଙ୍କ ସହ କଥା ହେଉଥିଲି । ସେତେବେଳେ ଆମର କ୍ଲାସ୍ ସରିଯାଇଥିଲା ଏବଂ ଆଉ ଗୋଟିଏ କ୍ଲାସ୍ କୁ ଅପେକ୍ଷା କରିଥିଲୁ । ସେ ଦୁହେଁ କ୍ଲାସ୍ ସାରି ମହିଳା କମନ୍ ରୁମ୍ ଭିତରକୁ ଗଲେ । ଆମେ ଠିଆ ହୋଇଥିଲୁ, ସେମାନଙ୍କ କିଛି ହସ ନାହିଁ କିଛି ଇଶାରା ନାହିଁ । ମୁଁ ମଧ୍ୟ ସେଦିନ ଭାବିଥିଲି ଯେ ଆଜି ଯାହା ହେଉ ପଛେ ମୁଁ ଆଜି ରୁଚି କୁ ମୋ ମନ କଥା କହିବି ଏବଂ ମୋ ସାଙ୍ଗ ମାନେ ମଧ୍ଯ ମୋତେ ସାହାସ ଦେଉଥିଲେ। ଯାହା ହେବ ପଛେ ଆଜି ପ୍ରୋପୋଜ୍ କରିଦିଅ । ଠିକ୍ ୦୨ ମିନିଟ୍ ପରେ ଦୁହେଁ କମନ୍ ରୁମ୍ ରୁ ବାହାରି କ୍ଲାସ୍ ରୁମ୍ ଭିତରେ ପଶିଲେ ଏବଂ ମୋତେ କାବେରୀ ଅଳ୍ପ ବାହାରି ଆସି ଡାକିଲା କି କ୍ଲାସ୍ କୁ ଆସ କିଛି କଥା ଅଛି । ଏତିକି ଶୁଣି ମୁଁ ମଧ୍ୟ ଖୁସି । ମୋ ସାଙ୍ଗ ମାନେ ମୋତେ ଶୁଭେଚ୍ଛା ଜଣାଇ ପଠେଇଲେ । କ୍ଲାସ୍ ରୁମ୍ ଭିତରକୁ। ବହୁତ୍ ଦିନ ପରେ ପୁଣି କ୍ଲାସ୍ ଭିତରେ ରୁଚି ସହ ପ୍ରଥମ ଦେଖା ହେବ । ରୁମ୍ ରେ କେବଳ କାବେରୀ ଏବଂ ରୁଚି ଥିଲେ । ରୁଚି: ଆସ ଭିତରକୁ ଆସ! (ମୁଁ ମନେ ମନେ ଭାବିଲି ରୁଚି କେବେ ମୁହଁ ଖୋଲି କହେ ନି ଆଜି କେମିତି କହିଦେଲା ) ମନୁ: ଆଉ କେମିତି ଅଛ? ପଢା ପଢ଼ି କେମିତି ଚାଲିଛି ? ରୁଚି: ସବୁ ଠିକ୍ ଠାକ୍। ମନୁ: ଆଉ କଣ କୁହ? ରୁଚି: କିଛି ବିଶେଷ କଥା ଅଛି?? ମନୁ: କୁହ କଣ?? (କାବେରୀ ମୁଣ୍ଡ ତଳକୁ କରି ବସିଥାଏ) ମନୁ: କଣ ହେଇଛି କୁହ, ( ମୁଁ ଭାବୁଥାଏ କେତେବେଳେ ମୁଁ ତାକୁ ପ୍ରପୋଜ୍ କରିବି ଆଉ କେମିତି କହିଁବି ) ରୁଚି: ତମେ ଯାହା ଭାବୁଛ ସେମିତି କିଛି କଥା ନାହିଁ । ଏତିକି କହି ରୁଚି ଚେୟାର ରୁ ଉଠି ଆସି ମୋ ପାଖରେ ପହଞ୍ଚିଲା ଏବଂ ତା ହେଣ୍ଡ ବ୍ୟାଗ୍ ରୁ ଗୋଟିଏ ରାକ୍ଷୀ ବାହାର କରି ମୋ ହାତରେ ବାନ୍ଧି ଦେଲା । ମୋତେ ଯେମିତି ଶକ୍ତ ବିଜୁଳି ଝଟକା ଲାଗିଲା । କଣ କହିବି ମୋ ପାଖରେ କିଛି ଉତ୍ତର ନଥିଲା । ରୁଚି କହିଲା ମୋ ମନରେ ତମ ପାଇଁ କେବେ ଭଲ ପାଇବା ସୃଷ୍ଟି ହୋଇନି ଏବଂ ତମେ ଆଜି ପର୍ଯ୍ୟନ୍ତ ମୋ ସାଙ୍ଗରେ ଯାହା କଥା ହୋଇଛ ସେଥିରେ ତମ ପାଖରେ ମୁଁ କେବଳ ଭାଇ ର ପରିଚୟ ଦେଖିଛି । ଆଜି ଠୁ ମୁଁ ତୁମର ଭଉଣୀ ହୋଇ ଏ କଲେଜ୍ ରେ ରହିବାକୁ ଚାହୁଁଛି କଣ ତମେ ମୋତେ ଭାଇ ଭଳି ସବୁ ବିପଦ ରୁ ରକ୍ଷା କରିବ ?? ସେହି ସମୟରେ ମୋର ଶୁଣିବା ପାଇଁ ଧର୍ଯ୍ୟ ଶେଷ ହୋଇ ଆସୁଥିଲା । ସେପଟେ କାବେରୀ ଅଳ୍ପ ମୁରୁକି ହସ ଦେଇ ମୋତେ ହସେଇବାକୁ ପ୍ରେରଣା ଦେଉଥାଏ । ମୋ ପକେଟ୍ ରେ ଥିବା ଗୋଲାପ କଢ଼ ରେ ହଠାତ୍ ମୋତେ ଛୋଟ ଛୋଟ କଣ୍ଟା ଥିଲା ଭଳି ଅନୁଭବ ହେଲା । ହାତରେ ରାକ୍ଷୀ ବାନ୍ଧି ରୁଚି ମୁହଁ ରେ ହସ ଦେଖିଲି ମୁଁ ମଧ୍ୟ ବାଧ୍ୟ ହୋଇ ହସିବାକୁ ଚେଷ୍ଟା କରିଲି । ଯେଉଁ ହାତରେ ମୁଁ ଗୋଲାପ ଧରି ପ୍ରପୋଜ ପାଇଁ ଭାବୁଥିଲି ସେ ହାତରେ ଥିଲା ରାକ୍ଷୀ । ପକେଟ୍ ରେ ଥିବା ଚକୋଲେଟ୍ କୁ ବାହାର କରି ଦୁଇ ଜଣକୁ ଦେଲି ଏଵଂ ୨୦୦ ଟଙ୍କିଆ ନୋଟ୍ ଟେ ରୁଚି ହାତରେ ଧରେଇ କହି ଆସିଲି ଏ ହେଉଛି ତୋ ରାକ୍ଷୀ ପାଉଣା । ତା ପରେ କଣ ହେବ!! ମୁଁହ ରେ ଭରଣେ ଲାଜ ଶରମ ଧରି ସାଙ୍ଗ ପାଖରେ ପହଞ୍ଚିଲି କିନ୍ତୁ ମୋ ସାଙ୍ଗ ମାନଙ୍କ ହୃଦୟ ଏତେ ବଡ ଯେ ସେ ସମୟରେ ମୋତେ ଆଶ୍ୱାସନା ଦେଇ କହିଲେ ” ହଉ ଛାଡ଼ ସେ କଥା, ରୁଚି ବୋଧେ ତମ ପାଇଁ ନଥିଲା” । ବେଳେବେଳେ ମୋତେ ରୁଚି କଥା ନେଇ ମୋ ସାଙ୍ଗ ମାନେ ମୋତେ ଚିଡ଼େଇ ଥାନ୍ତି କିନ୍ତୁ ସତ କଥା ହେଲା ସେ ଚିଡ଼େଇବା କ୍ଷଣ ମୋତେ ପୁଣି ଥରେ ରୁଚି ପାଖକୁ ନେଇଯାଏ । ଏବେ କିଛି ଦିନ ତଳେ କାବେରୀ ସହିତ ମୋର ଦେଖା ହେଲା ସେ ବିବାହ କରି ବହୁତ୍ ଖୁସି ରେ ଅଛି ଏବଂ କଥା ହେଲା ପରେ ଜାଣି ପାରିଲି ଯେ ରୁଚି ମଧ୍ୟ ମୋତେ ବହୁତ୍ ଭଲ ପାଉଥିଲା କିନ୍ତୁ କେବେ କହି ପାରିଲା ନାହିଁ । କାରଣ ତାଙ୍କ ଘରେ ବାହାଘର ପାଇଁ ଅନ୍ୟ ଏକ ସ୍ଥାନରେ ସ୍ଥିର କରିଥିଲେ। ଘର ର ବାଧ୍ୟକତା ଆଗରେ ସେ ଝୁକି ଯାଇ ନିଜ ପ୍ରେମ କୁ ବଳୀ ଦେଇ ଚାଲିଗଲା କିନ୍ତୁ ତା ପ୍ରେମ ର ସନ୍ତକ ଭାବେ ଆଜି ପର୍ଯ୍ୟନ୍ତ ତାର ରାକ୍ଷୀ କୁ ସାଇତି ରଖିଛି। ମନୋଜ କୁମାର ବେହେରା ଙ୍କ ହୃଦୟରୁ…… By. Nilamadhab Bhuyan Click here for all pages […]

  2. […] Click here for Previous page ନୂତନ ବର୍ଷ ର ପାଠ୍ୟକ୍ରମ ଆରମ୍ଭ ହେଲା ଏବଂ ପୂର୍ବ ଭଳି କ୍ଲାସ୍ ଚାଲିଲା କିନ୍ତୁ କିଛି ଦିନ ପର୍ଯ୍ୟନ୍ତ ଯେମିତି ସେ ଦୁଇ ଜଣ ଙ୍କୁ ମୁଁ ଦେଖି ପାରୁ ନଥାଏ । ଏବଂ ଯେବେ ଦେଖେ ସେତେବେଳେ ସେମାନେ ସାଇକେଲ ନେଇ ବାହାରି ଯାଉଥିଲେ । ମନେ ଭାବିଲି ହଉ କିଛି ଦିନ ଯାଉ, ତାପରେ କଥା ହେବା । ଦିନେ କ୍ଲାସ୍ ରେ ବସି ବସି ଭାବୁଥାଏ ଏବଂ ଶେଷ ଶବ୍ଦ ଟି ଶୁଣା ଗଲା କି ” ବାକି କ୍ଲାସ୍ ଆସନ୍ତା କାଲି କରିବା” ଦେଖୁ ଦେଖୁ କ୍ଲାସ୍ କେତେବେଳେ ସରିଗଲା ମୁଁ ଜାଣି ପାରିଲି ନାହିଁ ଏବଂ ମୁଁ ପୁରୁଣା ସ୍ମୃତି ରୁ ବର୍ତ୍ତମାନ କୁ ଫେରି ଆସି ଦେଖିଲା ବେଳକୁ ଅର୍ଥଶାସ୍ତ୍ର ଲେକ୍ଚର କ୍ଲାସ୍ ଛାଡ଼ି ଚାଲିଗଲେଣି । କ୍ଲାସ୍ ସରିଲା ବାହାରକୁ ଗଲି ଏବଂ ବାକି ସାଙ୍ଗ ମାନେ ମଧ୍ୟ ଆସିଲେ । ସମସ୍ତଙ୍କ କ୍ଲାସ୍ ସରିଗଲା। ସାଙ୍ଗ ମାନଙ୍କୁ କହିଲି ଆଉ ଗୋଟିଏ କ୍ଲାସ୍ ଅଛି ତମେ ଯାଅ କିନ୍ତୁ ମୁଁ ରୁଚି କୁ ଅପେକ୍ଷା କରିଥିଲି। ସାଙ୍ଗ ମାନେ ଚାଲିଗଲେ ଏବଂ ମୁଁ ରୁଚି କୁ ଗେଟ୍ ପାଖରେ ଅପେକ୍ଷା କରିଲି। କିଛି ସମୟ ପରେ ଦୁହେଁ ସାଇକେଲ କୁ ଗଡ଼େଇ ଗଡ଼େଇ ଗେଟ୍ ପାଖରେ ପହଞ୍ଚିଲେ । ମୁଁ ଅଳ୍ପ ମୁରୁକି ହସ ଦେଲି । କାବେରୀ ଅଳ୍ପ ହସି ଚାଲିଗଲା କିନ୍ତୁ ରୁଚି ମୋ ମୁହଁକୁ ମଧ୍ୟ ଚାହିଁଲା ନାହିଁ । ଦୁଇ ଦିନ ପରେ ରବିବାର, ପରିବା ମାର୍କେଟ ରେ କାବେରୀ ସହ ଦେଖା ହେଲା। ସେଠୀ ଅଳ୍ପ କଥା ହେଲୁ ଏବଂ ମୁଁ ପଚାରିଲି ରୁଚି କୁ କଣ ହୋଇଛି । କାବେରୀ କହିଲା ତାର ଘରେ କଣ ଅସୁବିଧା ଅଛି ସେଥିପାଇଁ ସେ ମୁଡ ଅଫ୍ ରେ ରହୁଛି । କିଛି ସମୟ କଥା ପରେ ମୁଁ ଫେରି ଆସିଲି ଘର କୁ। ଗୋଟିଏ ଦିନ ପରେ ମଙ୍ଗଳ ବାର ଏବଂ ସେଦିନ ଟି ମୋ ପାଇଁ ବୋଧେ ଅଶୁଭ ଦିନ ଥିଲା । କଲେଜ୍ ଗାର୍ଡେନ ପାଖରେ ମୁଁ ମୋ ସାଙ୍ଗ ମାନଙ୍କ ସହ କଥା ହେଉଥିଲି । ସେତେବେଳେ ଆମର କ୍ଲାସ୍ ସରିଯାଇଥିଲା ଏବଂ ଆଉ ଗୋଟିଏ କ୍ଲାସ୍ କୁ ଅପେକ୍ଷା କରିଥିଲୁ । ସେ ଦୁହେଁ କ୍ଲାସ୍ ସାରି ମହିଳା କମନ୍ ରୁମ୍ ଭିତରକୁ ଗଲେ । ଆମେ ଠିଆ ହୋଇଥିଲୁ, ସେମାନଙ୍କ କିଛି ହସ ନାହିଁ କିଛି ଇଶାରା ନାହିଁ । ମୁଁ ମଧ୍ୟ ସେଦିନ ଭାବିଥିଲି ଯେ ଆଜି ଯାହା ହେଉ ପଛେ ମୁଁ ଆଜି ରୁଚି କୁ ମୋ ମନ କଥା କହିବି ଏବଂ ମୋ ସାଙ୍ଗ ମାନେ ମଧ୍ଯ ମୋତେ ସାହାସ ଦେଉଥିଲେ। ଯାହା ହେବ ପଛେ ଆଜି ପ୍ରୋପୋଜ୍ କରିଦିଅ । ଠିକ୍ ୦୨ ମିନିଟ୍ ପରେ ଦୁହେଁ କମନ୍ ରୁମ୍ ରୁ ବାହାରି କ୍ଲାସ୍ ରୁମ୍ ଭିତରେ ପଶିଲେ ଏବଂ ମୋତେ କାବେରୀ ଅଳ୍ପ ବାହାରି ଆସି ଡାକିଲା କି କ୍ଲାସ୍ କୁ ଆସ କିଛି କଥା ଅଛି । ଏତିକି ଶୁଣି ମୁଁ ମଧ୍ୟ ଖୁସି । ମୋ ସାଙ୍ଗ ମାନେ ମୋତେ ଶୁଭେଚ୍ଛା ଜଣାଇ ପଠେଇଲେ । କ୍ଲାସ୍ ରୁମ୍ ଭିତରକୁ। ବହୁତ୍ ଦିନ ପରେ ପୁଣି କ୍ଲାସ୍ ଭିତରେ ରୁଚି ସହ ପ୍ରଥମ ଦେଖା ହେବ । ରୁମ୍ ରେ କେବଳ କାବେରୀ ଏବଂ ରୁଚି ଥିଲେ । ରୁଚି: ଆସ ଭିତରକୁ ଆସ! (ମୁଁ ମନେ ମନେ ଭାବିଲି ରୁଚି କେବେ ମୁହଁ ଖୋଲି କହେ ନି ଆଜି କେମିତି କହିଦେଲା ) ମନୁ: ଆଉ କେମିତି ଅଛ? ପଢା ପଢ଼ି କେମିତି ଚାଲିଛି ? ରୁଚି: ସବୁ ଠିକ୍ ଠାକ୍। ମନୁ: ଆଉ କଣ କୁହ? ରୁଚି: କିଛି ବିଶେଷ କଥା ଅଛି?? ମନୁ: କୁହ କଣ?? (କାବେରୀ ମୁଣ୍ଡ ତଳକୁ କରି ବସିଥାଏ) ମନୁ: କଣ ହେଇଛି କୁହ, ( ମୁଁ ଭାବୁଥାଏ କେତେବେଳେ ମୁଁ ତାକୁ ପ୍ରପୋଜ୍ କରିବି ଆଉ କେମିତି କହିଁବି ) ରୁଚି: ତମେ ଯାହା ଭାବୁଛ ସେମିତି କିଛି କଥା ନାହିଁ । ଏତିକି କହି ରୁଚି ଚେୟାର ରୁ ଉଠି ଆସି ମୋ ପାଖରେ ପହଞ୍ଚିଲା ଏବଂ ତା ହେଣ୍ଡ ବ୍ୟାଗ୍ ରୁ ଗୋଟିଏ ରାକ୍ଷୀ ବାହାର କରି ମୋ ହାତରେ ବାନ୍ଧି ଦେଲା । ମୋତେ ଯେମିତି ଶକ୍ତ ବିଜୁଳି ଝଟକା ଲାଗିଲା । କଣ କହିବି ମୋ ପାଖରେ କିଛି ଉତ୍ତର ନଥିଲା । ରୁଚି କହିଲା ମୋ ମନରେ ତମ ପାଇଁ କେବେ ଭଲ ପାଇବା ସୃଷ୍ଟି ହୋଇନି ଏବଂ ତମେ ଆଜି ପର୍ଯ୍ୟନ୍ତ ମୋ ସାଙ୍ଗରେ ଯାହା କଥା ହୋଇଛ ସେଥିରେ ତମ ପାଖରେ ମୁଁ କେବଳ ଭାଇ ର ପରିଚୟ ଦେଖିଛି । ଆଜି ଠୁ ମୁଁ ତୁମର ଭଉଣୀ ହୋଇ ଏ କଲେଜ୍ ରେ ରହିବାକୁ ଚାହୁଁଛି କଣ ତମେ ମୋତେ ଭାଇ ଭଳି ସବୁ ବିପଦ ରୁ ରକ୍ଷା କରିବ ?? ସେହି ସମୟରେ ମୋର ଶୁଣିବା ପାଇଁ ଧର୍ଯ୍ୟ ଶେଷ ହୋଇ ଆସୁଥିଲା । ସେପଟେ କାବେରୀ ଅଳ୍ପ ମୁରୁକି ହସ ଦେଇ ମୋତେ ହସେଇବାକୁ ପ୍ରେରଣା ଦେଉଥାଏ । ମୋ ପକେଟ୍ ରେ ଥିବା ଗୋଲାପ କଢ଼ ରେ ହଠାତ୍ ମୋତେ ଛୋଟ ଛୋଟ କଣ୍ଟା ଗୁଡ଼ିକ କଷ୍ଟ ଦେଲା ଭଳି ଅନୁଭବ ହେଲା । ହାତରେ ରାକ୍ଷୀ ବାନ୍ଧି ରୁଚି ମୁହଁ ରେ ହସ ଦେଖିଲି ମୁଁ ମଧ୍ୟ ବାଧ୍ୟ ହୋଇ ହସିବାକୁ ଚେଷ୍ଟା କରିଲି । ଯେଉଁ ହାତରେ ମୁଁ ଗୋଲାପ ଧରି ପ୍ରପୋଜ ପାଇଁ ଭାବୁଥିଲି ସେ ହାତରେ ଥିଲା ରାକ୍ଷୀ । ପକେଟ୍ ରେ ଥିବା ଚକୋଲେଟ୍ କୁ ବାହାର କରି ଦୁଇ ଜଣକୁ ଦେଲି ଏଵଂ ୨୦୦ ଟଙ୍କିଆ ନୋଟ୍ ଟେ ରୁଚି ହାତରେ ଧରେଇ କହି ଆସିଲି, ଏ ହେଉଛି ତୋ ରାକ୍ଷୀ ପାଉଣା । ତା ପରେ କଣ ହେବ!! ମୁଁହ ରେ ଭରଣେ ଲାଜ ଶରମ ଧରି ସାଙ୍ଗ ପାଖରେ ପହଞ୍ଚିଲି କିନ୍ତୁ ମୋ ସାଙ୍ଗ ମାନଙ୍କ ହୃଦୟ ଏତେ ବଡ ଯେ ସେ ସମୟରେ ମୋତେ ଆଶ୍ୱାସନା ଦେଇ କହିଲେ ” ହଉ ଛାଡ଼ ସେ କଥା, ରୁଚି ବୋଧେ ତମ ପାଇଁ ନଥିଲା” । ବେଳେବେଳେ ମୋତେ ରୁଚି କଥା ନେଇ ମୋ ସାଙ୍ଗ ମାନେ ମୋତେ ଚିଡ଼େଇ ଥାନ୍ତି କିନ୍ତୁ ସତ କଥା ହେଲା ସେ ଚିଡ଼େଇବା କ୍ଷଣ ମୋତେ ପୁଣି ଥରେ ରୁଚି ପାଖକୁ ନେଇଯାଏ । ଏବେ କିଛି ଦିନ ତଳେ କାବେରୀ ସହିତ ମୋର ଦେଖା ହେଲା ସେ ବିବାହ କରି ବହୁତ୍ ଖୁସି ରେ ଅଛି ଏବଂ କଥା ହେଲା ପରେ ଜାଣି ପାରିଲି ଯେ ରୁଚି ମଧ୍ୟ ମୋତେ ବହୁତ୍ ଭଲ ପାଉଥିଲା କିନ୍ତୁ କେବେ କହି ପାରିଲା ନାହିଁ । କାରଣ ତାଙ୍କ ଘରେ ବାହାଘର ପାଇଁ ଅନ୍ୟ ଏକ ସ୍ଥାନରେ ସ୍ଥିର କରିଥିଲେ। ଘର ର ବାଧ୍ୟକତା ଆଗରେ ସେ ଝୁକି ଯାଇ ନିଜ ପ୍ରେମ କୁ ବଳୀ ଦେଇ ଚାଲିଗଲା କିନ୍ତୁ ତା ପ୍ରେମ ର ସନ୍ତକ ଭାବେ ଆଜି ପର୍ଯ୍ୟନ୍ତ ତାର ରାକ୍ଷୀ କୁ ସାଇତି ରଖିଛି। ମନୋଜ କୁମାର ବେହେରା ଙ୍କ ହୃଦୟରୁ…… By. Nilamadhab Bhuyan […]

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading