
ସୂର୍ଯ୍ୟ ଆଉ କାଦମ୍ବିନୀ ଙ୍କ ପ୍ରେମ କାହାଣୀ ରେ ପୁରା କଲେଜ ରେ ଚହଳ ସୃଷ୍ଟି କରିଥିଲା । ହଁ ଦୁହିଙ୍କ ଜାତି ଏବଂ ଗୋତ୍ର ସମାନ ଥିଲେ ମଧ୍ୟ ସୂର୍ଯ୍ୟ ଦେଖିବାକୁ ବହୁତ୍ ସୁନ୍ଦର ଥିଲେ କାଦମ୍ବିନୀ ସୂର୍ଯ୍ୟ ଠାରୁ ଟିକେ କମ୍ ସୁନ୍ଦର୍ । କିନ୍ତୁ ଦୁହେଁ ଦୁହିଙ୍କ ପାଇଁ ହିଁ ଜନ୍ମ ନେଇଥିଲେ।
କଲେଜ ସରିଲା ଘରେ କଥା ପଡ଼ିଲା ଏବଂ ଜ୍ୟୋତିଷ ନକ୍ଷତ୍ର ର କୁ-ପ୍ରଭାବ କହିବା ପରେ ଦୁହିଙ୍କ ପରିବାର ରେ ଚିନ୍ତା ଦେଖା ଗଲା। ଦୁହେଁ ଦୁହିଁଙ୍କୁ ବହୁତ୍ ଭଲ ପାଆନ୍ତି। କିଏ କାହାକୁ ଛାଡ଼ି ରହିବା ଅସମ୍ଭବ । ଏପଟେ ସୂର୍ଯ୍ୟ ଘର ଲୋକେ ସୂର୍ଯ୍ୟ କୁ ବୁଝାଇବାରେ ଲାଗିବା ବେଳେ ସେପଟେ କାଦମ୍ବିନୀ କୁ । ଶେଷରେ ନିଷ୍କର୍ଷ ଏହା ଯେ, ଗ୍ରହ, ନକ୍ଷତ୍ର କୁ ଆମେ ମାନିବୁ ନାହିଁ। ଯଦି ବିବାହ ନ କରିବ ତେବେ ଆମେ ଘରୁ ବାହାରି ଯିବୁ ଏବଂ ଆଇନ ଅନୁସାରେ ବିବାହ କରିବୁ । ଏତିକି ଶୁଣି ଘର ଲୋକେ ରାଜି ହୋଇଗଲେ। କହିଲେ ଯଦି କିଛି ଅଘଟଣ ଘଟେ ସେଥିପାଇଁ ତୁମେ ଦୁହେଁ ଦାୟୀ ରହିବ।
ରୀତି ନୀତିରେ ବିବାହ ହେଲା ସତ କିନ୍ତୁ କାହା ମନରେ ଖୁସି ନାହିଁ । ହେଉ ଦୁହିଁଙ୍କୁ ନିଜ ନିଜର ପ୍ରେମ ତ ମିଳିଗଲା । ସୁର୍ଯ୍ୟ ଆଇନ ପାଠ ପଢ଼ି ଥାଏ ତେଣୁ ସହର ରେ ରହି ଓକିଲାତି କରିବାର ସୁଯୋଗ ମିଳିଲା। ତାହା ପୁଣି ଘର ଠାରୁ ୮୭ କିମି ଦୂରରେ । ଯିବା ଆସିବା ତ ଦୂରର କଥା । ସେଠୀ ଗୋଟିଏ ଘର ଭଡ଼ା ନେଇ ରହିଲେ । ଦେଖୁ ଦେଖୁ ଦୁଇ ବର୍ଷ ଭିତରେ ନିଜର ସୁନ୍ଦର୍ ଫ୍ଲାଟ୍ ଟିଏ ମଧ୍ୟ କିଣିଲେ କିନ୍ତୁ ସବୁ ଖୁସି ଥିଲେ ମଧ୍ୟ ଗୋଟିଏ ଖୁସି ପାଇଁ ଦୁହେଁ ବେଳେବେଳେ ବହୁତ୍ ଦୁଃଖୀ ହୋଇ ଯାଉଥିଲେ ।
ଦେଖୁ ଦେଖୁ ଚାରି ବର୍ଷ ବିତି ଗଲାଣି କିନ୍ତୁ କାଦମ୍ବିନୀ ର କୋଳ କୁ ଛୁଆଟିଏ ଆସିଲା ନାହିଁ । ଏହା ତାଙ୍କ ପାଇଁ ସବୁଠୁ ବଡ ଦୁଃଖର କାରଣ । ଟଙ୍କା, ଗାଡି, ଘର ଥିଲେ ମଧ୍ୟ ମନରେ କେବେ ଖୁସି ନଥାଏ । ଏପଟେ ଛୁଆ ନ ହେବା ଫଳରେ ସମସ୍ତେ କାଦମ୍ବିନୀ କୁ ଦୋଷ ଦେବାରେ ଲାଗିଥିଲେ । ସୂର୍ଯ୍ୟ ଏବଂ କାଦମ୍ବିନୀ ଘର ର କୌଣସି ସଦସ୍ୟ କୁ ଯଦି ଡାକନ୍ତି ତେବେ ସେ ସିଧା ସିଧା କୁହନ୍ତି ଯେବେ ତୋ କୋଳରେ ଛୁଆ ଟିଏ ଆସିବ ଆମେ ସେଦିନ ତୋର ଘରେ ପାଦ ରଖିବୁ । ସୂର୍ଯ୍ୟ ମଧ୍ୟ ଘର ଲୋକ ଙ୍କ କଥା ଶୁଣି ବହୁତ୍ ଦୁଃଖୀ ହୋଇ ଯାଉଥାଏ । ଦିନ ଗଡି ଚାଲି ଥାଏ ।
ଦିନେ ସୂର୍ଯ୍ୟ ଅଫିସ୍ ଯିବା ସମୟରେ ଦେଖିଲା ଗୋଟିଏ ଅଜଣା ବୁଢ଼ୀ ଲୋକ ଟିଏ ତାଙ୍କ ବାରଣ୍ଡାରେ ଶୋଇ ରହିଛି । ବୟସ ପାଖା ପାଖି ୭୫ ହେବ । ସୂର୍ଯ୍ୟ ତାଙ୍କୁ ଉଠେଇବାକୁ ଗଲା ବେଳେ ଜାଣିବାକୁ ପାଇଲା ଯେ ବୁଢ଼ୀ ଲୋକ ଟି ଜ୍ଵର ରେ ଥରୁଛି । ସେ ସଙ୍ଗେ ସଙ୍ଗେ କାଦମ୍ବିନୀ କୁ ଡାକି ତାକୁ ଦୁହେଁ ଘର ଭିତରକୁ ନେଲେ । ଡ଼ାକ୍ତର ବାବୁ ଆସି କିଛି ଔଷଧ ଦେଲେ । ବୁଢ଼ୀ ମା ଦୁଇ ଦିନ ମଧ୍ୟରେ ସୁସ୍ଥ ମଧ୍ୟ ହୋଇଗଲେ ।
ସୂର୍ଯ୍ୟ ତାଙ୍କୁ ପଚାରିଲା ଯେ ମା ତୁମ ଘର କୋଉଠି ? ଏତିକି ପ୍ରଶ୍ନରେ ବୁଢ଼ୀ ମା ଜଣଙ୍କ ସବୁ କଥା ଗୋଟି ଗୋଟି କରି କହିଦେଲା । ସୂର୍ଯ୍ୟ ଏତକ ଶୁଣି କହିଲା । ମା ତମେ କୁଆଡେ ଯିବା ଦରକାର ନାହିଁ । ମୋତେ ନିଜ ପୁଅ ଭଳି ଭାବ । ତୁମ ଦୁଇ ପୁଅ ବିନୁ ଏବଂ ସାନୁ ର ସିନା ପଚାରିଲେ ନାହିଁ କିନ୍ତୁ ମୁଁ ତୁମର ସେବା କରିବି । ବୁଢ଼ୀ ମା କହିଲେ, ନା ପୁଅ , ତୋର ପରିବାର ଅଛି । ମୁଁ କାହିଁକି ଏଠି ତୁମ ପାଇଁ କଣ୍ଟା ସାଜିବି । ମୋତେ ଗାଁ ବସ୍ ରେ ବସେଇ ଦିଅ ମୁଁ ଗାଁ କୁ ଚାଲିଯିବି ।
ସୂର୍ଯ୍ୟ କହିଲା, ମା ତୁମେ କୁଆଡେ ଯିବା ଦରକାର ନାହିଁ । ଆମେ ଦୁହେଁ ତୁମର ଦୁଇଟି ଛୁଆ ବୋଲି ଭାବି ନିଅ । ଆମ ସେବାରେ ଯଦି ଅସନ୍ତୁଷ୍ଟ ହୁଅ ତେବେ ମୁଁ ତୁମକୁ ଗାଁ କୁ ଯିବାକୁ ଦେବୀ ।
ବୁଢ଼ୀ ମା ଙ୍କ କୌଣସି କଥା କୁ ସୂର୍ଯ୍ୟ ଏବଂ କାଦମ୍ବିନୀ ଶୁଣିଲେ ନାହିଁ । ଦୁହେଁ ବୁଢ଼ୀ ମା ଙ୍କ ସେବାରେ ଲାଗି ପଡ଼ିଲେ । କାଦମ୍ବିନୀ କୁ ମଧ୍ୟ ଗୋଟିଏ ଅତିଥି ରୂପରେ ନୂଆ ମା ଟିଏ ମିଳି ଯାଇଛି । ସେ ସବୁ ଦୁଃଖ ବୁଢ଼ୀ ମା ସହିତ ବାଣ୍ଟେ । ବୁଢ଼ୀ ମା ମଧ୍ୟ ବହୁତ୍ ଭଲ । ସେ ସବୁବେଳେ କାଦମ୍ବିନୀ କୁ ବୁଝେଇ ଥାଏ । ଯେ ତୋର ସମୟ ମଧ୍ୟ ଆସିବ ଆଉ ସବୁ ଠିକ୍ ହୋଇଯିବ ।
ପରିବାର ରେ ଯେମିତି ଗୋଟିଏ ଖୁସି ଫେରି ଆସିଥିଲା । ଦେଖୁ ଦେଖୁ ୪ ମାସ ବିତିଗଲା । ଦିନେ ରାତି ୧୧.୪୦ ହେବ, ବେଡ୍ ରେ ବସି କଥା ହେଉଥାନ୍ତି । କାଦମ୍ବିନୀ କହିଲା ଜାଣିଛ ସୂର୍ଯ୍ୟ ଏହି ମାସର ମୋ ପିରିଆଡ୍ ହୋଇନି । ଗୋଟିଏ ମାସ ପୁରୀ ୧୦ ଦିନ ଗଡ଼ି ଗଲାଣି । ସୂର୍ଯ୍ୟ କହିଲା, ଏମିତି ରେ ତୁମର ଗୋଟିଏ ମାସ ପୂର୍ବରୁ ହୋଇ ଯାଏ। କାଦମ୍ବିନୀ କହିଲା, ବୋଧେ ଲେଟ୍ ହେବ । ସୂର୍ଯ୍ୟ ଆଲମାରୀ ରୁ ପ୍ରେଗନାନ୍ସି କିଟ୍ କୁ ଆଣି କହିଲା ଥରେ ଚେକ୍ କର କାଳେ କିଛି ଶୁଭ ଖବର ଆସି ଥାଏ । କାଦମ୍ବିନୀ କହିଲା, ରଖ ସେ କିଟ୍, ଏହି କିଟ୍ କୁ ଦେଖି ଦେଖି ବୋର୍ ଲାଗିଲାଣି । ଚାଲ ଶୋଇବା । ସୂର୍ଯ୍ୟ କହିଲା ଆଜି ପୁଣି ଥରେ ଚେକ୍ କର । କାଦମ୍ବିନୀ କହିଲା । ନା ସୂର୍ଯ୍ୟ ମୋତେ ବାଧ୍ୟ କର ନାହିଁ । କିଛି ବାହାରିବ ନାହିଁ ଏବଂ ଆଜି ପୁଣି କାନ୍ଦି କାନ୍ଦି ଶୋଇବି । ସୂର୍ଯ୍ୟ କହିଲା, ହଉ ତମେ ଦୁଃଖୀ ହେଲେ ମୁଁ ମନେଇ ଦେଵୀ । ସୂର୍ଯ୍ୟ ର ବାଧ୍ୟ କୁ କାଦମ୍ବିନୀ କାଟି ପାରିଲା ନାହିଁ । ବାଥ ରୁମ୍ କୁ ଯାଇ ଚେକ୍ କରି ଆସି କିଟ୍ ଟିକୁ ସୂର୍ଯ୍ୟ ହାତରେ ଧରେଇ କାଦମ୍ବିନୀ ଶୋଇବାକୁ ଚାଲିଗଲା । ସୂର୍ଯ୍ୟ କିଟ୍ କୁ ଅନେଇ ରହିଥାଏ ।
ଭାଗ୍ୟ ର ଲିଖନ କେ କରିବ ଆନ । ଆଜି ପୁଣି ସୂର୍ଯ୍ୟ ଆଖିରେ ଲୁହ ଆସିଗଲା ଏବଂ ସେ କାନ୍ଦିବାକୁ ଲାଗିଲା। ସୂର୍ଯ୍ୟର କାନ୍ଦ ଦେଖି କାଦମ୍ବିନୀ ଦଉଡ଼ି ଆସି ଦେଖିଲା ବେଳକୁ କିଟ୍ ରେ ପୋଜିଟିଭ ଆସିଛି । କିଟ୍ କୁ ଦେଖି କାଦମ୍ବିନୀ ମଧ୍ୟ ନିଜ କାନ୍ଦ କୁ ରୋକି ପାରିଲା ନାହିଁ ।
3 thoughts on “ଅତିଥି…୧”