
ଚାରି ଦିନ ଯଦି ନଜର ରୁ ଦୁରେ
ଭୂଲି ଯିବେ ପରା ମତେ
ହୃଦୟେ ତୁମକୁ ସାଇତି ରଖିଛି
ବିତି ଗଲା ଦିନ କେତେ…
କିଏ ଏଠି ନିଜର ଓ
କିଏ ବା ଏଠି ପର
ଦେଉ ଥିଲେ ସଭିଙ୍କୁ ମୁଁ
ସଭିୟେଁ ବୋଲିବେ ମତେ ମୋର…
ମନେ ପକାଇବା ତ ଦୂରର କଥା
କାହା ପାଖେ ସମୟ ନାହିଁ
ନିଜ ଭିତରେ ଇଶ୍ବର ନ ଖୋଜି
ବାବା ମାନଙ୍କୁ ରୁହନ୍ତି ଚାହିଁ…
ଖଣ୍ଡିଏ କାଠ ଦେବ ବୋଲି
ମନେ ଭାବେ ମୁ ନିତି ଏଠି
ମୁ ଜାଣେ ନି କେବେ ଆସିବ ସେଦିନ
ମୋ ଶେଷ ଦିନର ତିଥି…
ହଜି ଗଲା ସବୁ ସ୍ନେହ ସମ୍ପର୍କ
ହଜି ଗଲା ସେ ଦିନ
ପାଖେ ଥାଇ ବି ଦୂରେଇ ଗଲେ
ଭାବିଲେ ଲାଗୁ ଛି ହିନ…
ରହି ଥିଲୁ ଆମେ ଏକା ଏକା
ଜବାବ ଥିଲା ପକ୍କା
ସାହି ପଡିସା ଲୋକ କହୁଥିଲେ
ବୁଲୁଥିଲା ଫାଲତୁ ଟୋକା…
ଟଙ୍କା ପଛରେ ମଣିଷ ପାଗଳ
ବ୍ୟାଙ୍କ୍ ରେ କରିଛୁ ଆମେ ଲୋନ
ଟ୍ରାଫିକ ରୁଲ କୁ କିଏ ମାନୁ ନାହାନ୍ତି
ଜୀବନ ରେଡ୍ ଜୋନ…
ଆକାଶ ର ତାରା ଦିଶେ ଝିକିମିକି
ଦିଅନ୍ତି ଆଲୋକ ଆଶା
ନିଜର ବୋଲି ଥରେ କହିଦିଅ
କେହି ଏତିକି ଆମ୍ଭର ଆଶା…
By. Hrusikesh Kusulia (Writer)
Muniguda, Rayagada.

nice poem