ଲୁହ ଭିଜା ସ୍ମୃତିରେ

ଆଜି ପୁଣି ଅନ୍ଧକାର ମୟ ହୋଇ ପଡ଼ିଛି ସେ ବନ୍ଧୁତା ଯେଉଁଠି କେବଳ ସବୁ ନିଶ୍ଵ ଆଉ ଶ୍ମଶାନ…

ସେଦିନ ର କଥା କୁ କେମିତି ଭୁଲିଥାନ୍ତି କୁହ, ସେଦିନ ଅଳ୍ପ ବିଳମ୍ବ ରେ କେତେ ଯେ ରାଗ ଦେଖା ଦେଇଥିଲା ତୁମ ମୁଖରେ…

ଏହା ଥିଲା କେବଳ ଭଲ ପାଇବା, ଆଉ ନିବିଡ ସମ୍ପର୍କ ର ଉଦାହରଣ, କହି ଉଠିଲ ଯେ ସାଙ୍ଗ ତମେ ନ ଆସିଲେ କିଛି ଭଲ ଲାଗୁନି…

ଟଙ୍କାର ଭୟ ନଥିଲା, ଟଙ୍କା ତ ଆସିବ ଆଉ ଯିବ, କିନ୍ତୁ ବନ୍ଧୁତ୍ୱ ଥରେ ଭାଙ୍ଗି ଗଲେ ଆଉ ଯୋଡ଼ି ହୁଏନା। କେତେ ଯେ ଅନୁରୋଧ ଯେ କରିବାକୁ ପଡେ ପୁଣି ଯୋଡ଼ି ବାକୁ ସେ ସମ୍ପର୍କ କୁ..

ଯାହା ହୋଇ ଯାଉ ପଛେ ତମେ ଆମ ସମ୍ପର୍କ କୁ ଭଙ୍ଗ କରିବ ନାହିଁ ବୋଲି ବାରମ୍ବାର କୁହ ତମେ ।

କିନ୍ତୁ ସେ ଅଘଟଣ ର ଦ୍ବାରସ୍ଥ ହୋଇ ତାର ନାମ ନେଇ ତୁମେ ଲୁଚିଗଲ ଅନ୍ଧାର ର କାଳିମା ଭିତରେ…

ଆଜି ପୁଣି ଥରେ ସେ କଥା ମନେ ପଡ଼ିଲେ ଆଖିରେ କେବଳ ଲୁହ ଝରିଯାଏ । ତମେ ନାହଁ ଯେ ଏ ପୃଥିବୀ ମୋ ପାଇଁ ଶ୍ମଶାନ ପାଲଟି ଯାଇଛି…

ତୁମ ସ୍ମୃତି ଛାଇ ଭଳି ରହୁଥିଲା ମୋ ପାଶ୍ୱର୍ରେ ରେ ସର୍ବଦା କିନ୍ତୁ ଆଜି ସବୁ ନିଛାଟିଆ ଆଉ ନିରୁପାୟ ଅବସ୍ଥାରେ ସମୟ ଅତିବାହିତ ହେଉଛି ସିନା, ମନ ର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି ।

ଆଜି ସବୁ ଶାନ୍ତ
ସବୁ ଅବହେଳା
ଅଚିନ୍ତା ରେ ଅବହେଳିତ ସମୟ ଗଡ଼ି ଚାଲିଛି କେବଳ ତୁମ ଲୁହ ଭିଜା ସ୍ମୃତିରେ….

ଅନ୍ୟ ଏକ ଦୁଃଖଦ କବିତା

Categories:

Tagged:

7 Responses

  1. Bandhutwa agare sabu samparka fika padi jae,jibanare kie thau ki nathau Bandhu Bina jibana Andhara Purna hoithae

    • ଏ ବନ୍ଧୁତ୍ୱ ଶବ୍ଦ ଟି ହିଁ ସେମିତି ଏବଂ ସେ ସବୁ ସମ୍ପର୍କ ଠୁ ନିଆରା ହୋଇ ସର୍ବଦା ଅମର ହୋଇ ରହିଥାଏ । ଆମ ହୃଦୟ ଭିତରେ…

  2. ମନେ ପଡେ ପ୍ରତେକଟି ଶବ୍ଦ, ମନେ ପଡେ ବାସ୍ତବ ପ୍ରତିଛବି ,ସୃଷ୍ଟି ର ନିୟତି କୁ ପଛରେ ପକାଇ ଫେରି ଆସ ବାସ୍ତବ ରୂପେ।

    • ସେ ପ୍ରତିଛବି ଏବେ ଅନ୍ଧାର ର କାଳିମା ଭିତରେ ହଜି ଯାଇଛି । ଯାହା କେବେ ଫେରି ଆସିବ ନାହିଁ ନା ତାକୁ ଫେରି ପାଇ ପାରିବା ।

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading