Category Archives: story

ରାଣୀ ହୋଟେଲ (Rani Hotel)

ରାଣୀ ହୋଟେଲ (Rani Hotel)
ରାଣୀ ହୋଟେଲ (Rani Hotel)
ସୀତାନଗର ରେ ରାଣୀ ତା ସ୍ୱାମୀ ଆଉ ପୁଅ କୁ ନେଇ ରହୁଥିଲା । ବହୁତ ଗରିବ ପରିବାରଟିଏ । ରାଣୀ ବହୁତ ଭଲ ରୋଷେଇ କରେ । ରାଣୀ ରୋଷେଇ କରି ଅନ୍ୟକୁ ଖୁଆଇବାକୁ ବହୁତ ପସନ୍ଦ କରେ । ତା ସ୍ୱାମୀ ଏ ସବୁ ଦେଖି ବହୁତ ବ୍ୟସ୍ତ ହେଉଥିଲେ ଆଉ ତାକୁ ମନା କରୁଥିଲେ । ଭଲ ରୋଷେଇ ଦେଖିକି ପଡୋଶୀ ମାନେ ବେଳେ ବେଳେ ଘରେ ଆସି ଖାଇବା ପାଇଁ ବସିଯାନ୍ତି। ଗୋଟିଏ ଦିନ ଚାରି-ପଞ୍ଚ ଜଣ ଭାଉଜ ଭାଉଜ କହି ଆସି ଖାଇବା ପାଇଁ ବସିଗଲେ। ରାଣୀ ଖୁସି ହେଇ ଖାଇବା ପରସି ଦେଲା । ସମସ୍ତେ ଖୁସି ହେଇ କହିଲେ ଭାଉଜ ତମ ହାତରେ ଯାଦୁ ଅଛି ବହୁତ ସ୍ୱାଦିଷ୍ଟ ଖାଇବା ରୋଷେଇ କରୁଛ । ଏତିକି କହି ନିଜ ନିଜ ଘରକୁ ଚାଲିଗଲେ । ସେତିକିବେଳେ ରାଣୀ ର ସ୍ୱାମୀ ଆସି ପହଞ୍ଚିଗଲା । ସେମାନେ ଗଲାପରେ ରାଣୀକୁ କହିଲା ରାଣୀ ଆଜି ବି ଏମାନଙ୍କୁ ଖାଇବାକୁ ଦେଲ ବହୁତ କଷ୍ଟରେ ଆମ ଘର ଚଳୁଛି ମାସେ ବି ଯାଉନି ସଉଦା ସରିଯାଉଛି। ରାଣୀ କହିଲା ଆରେ ବାବା ଛାଡ଼ ସେ କଥା ଏମିତି ରେ କେହି କେବେ ଆସିଯାଆନ୍ତି, ମୋ ହାତର ରୋଷେଇ ଖାଇ ସେମାନେ ଖୁସି ହେଉଛନ୍ତି ସେମାନଙ୍କ ର ଖୁସି ପାଇଁ ଯଦି କିଛି କରିଦଉଛି ତାହାଲେ କଣ ହେଇଯାଉଛି । ଶୁଣିଲ ତ କେମିତି ପ୍ରଶଂସା କରୁଥିଲେ ମୋତେ । ସ୍ବାମୀ କହିଲା ଆରେ ମାଗଣା ଖାଇବାକୁ ମିଳିଲେ ତ ସମସ୍ତେ ପ୍ରଶଂସା କରିବେ ନା? କିନ୍ତୁ ରାଣୀ ଉପରେ କିଛି ପ୍ରଭାବ ପଡ଼ିଲା ନାହିଁ । ଘରେ କିଛି ଭଲ ରୋଷେଇ କଲେ ପୁଅ ହାତରେ ପଡ଼ୋଶୀ ଘରକୁ ପଠେଇ ଦେଉଥିଲା । ଦିନେ ରାଣୀ ର ସ୍ୱାମୀ ଅସୁସ୍ଥ ହୋଇଗଲା । ରାଣୀ ଚିନ୍ତା ରେ ପଡିଗଲା, ଡାକ୍ତର କୁ ଘରକୁ ଡାକି ସ୍ବାମୀ ର ଦେହ ଦେଖାଇଲା । ଡାକ୍ତର କହିଲେ ବହୁତ ପଇସା ଖର୍ଚ୍ଚ ହେବ । ରାଣୀ ଚିନ୍ତା ରେ ପଡିଗଲା ସ୍ୱାମୀ ର ଦେହ କେମିତି ଭଲ ହେବ । ସ୍ୱାମୀର ସେବା ଯତ୍ନ ରେ ଲାଗିପଡ଼ିଲା । ଦିନେ ପଡ଼ୋଶୀ ଆସି କହିଲେ ଭଉଣୀ ମୋର ମା ଘରେ କିଛି କାମ ଅଛି ମୁଁ ଗାଁ ଯିବି ମୋ ସ୍ବାମୀ କୁ ରୁଟି କରୀକି ଟିକେ ଦେଇଦେବ। ରାଣୀ କହିଲା ଭଉଣୀ ସ୍ୱାମୀ ଙ୍କର ଦେହ ଖରାପ ଘରେ କିଛି ବି ସଉଦା ନାହିଁ । ସ୍ୱାମୀଙ୍କୁ ଭଲ ଡାକ୍ତରଙ୍କୁ ବି ଦେଖାଇବା ପାଇଁ ଟଙ୍କା ନାହିଁ। ପଡୋଶୀ ଶହେ ଟଙ୍କା ବାହାର କରି ରାଣୀକୁ ଦେଲା କହିଲା ଏଇ ଟଙ୍କାରେ ଅଟା ନେଇ ଆସିବ । ରାଣୀ କହିଲା ଅଟା ପକେଟ ତ ତିରିଶି ଟଙ୍କା ଶହେ ଟଙ୍କା କାହିଁକି ଦଉଛ । ଆରେ ଭଉଣୀ ମୋ ସ୍ୱାମୀ ପାଇଁ ରୁଟି କରିଦେବ ଆଉ ବାକି ଟଙ୍କା ତମ ଘର ପାଈଁ ସଉଦା ନେଇ ଆସିବ । ରାଣୀ କହିଲା ନାଇଁ ନାଇଁ ଭଉଣୀ ମୁଁ ତମ ଠୁ ଟଙ୍କା ନେଇପାରିବିନି । ପଡୋଶୀ କହିଲା ଚିନ୍ତା କରନି ତମ ପାଖରେ ଟଙ୍କା ହେଲେ ମୋତେ ଫେରେଇ ଦେବ। ଯଦି କିଛି ଖରାପ ନ ଭାବିବ ଗୋଟିଏ ଉପାୟ କହିବି ଭଉଣୀ । ଏଥିରେ ଖରାପ ଭାବିବାର କଣ ଅଛି । କୁହ ।ତମେ ଗୋଟିଏ ଛୋଟିଆ ହୋଟେଲ ଖୋଲିଦିଅ, ଏମିତି ରେ ତମ ହାତର ରୋଷେଇ ବହୁତ ଭଲ । ହୋଟେଲ ଖୋଲିବା ଦ୍ଵାରା ଆମ ମାନକୁ ତମ ହାତର ରୋଷେଇ ଖାଇବାକୁ ମିଳିଯିବ ଆଉ ତମ ଘରେ ବି କିଛି ଅସୁବିଧା ହେବନି। ଏତିକି କହି ପଡୋଶୀ ଚାଲିଗଲା । ରାଣୀ ପଡ଼ୋଶୀ କଥା ଭାବିଲା ଏବଂ ଗାଁ ର ଗୁମସ୍ତା ପାଖକୁ ଯାଇ କିଛି କରଜ ରେ ଟଙ୍କା ନେଇ ଆସିଲା । ସ୍ବାମୀ ପାଇଁ ଔଷଧ ନେଇ ଆସିଲା ଏବଂ ଘର ବାରଣ୍ଡାରେ ଗୋଟିଏ ଛୋଟିଆ କେବିନ୍ କରି ରୋଷେଇ କରି ବିକିବାକୁ ଲାଗିଲା। ରାଣୀ ହାତର ରୋଷେଇ ଏମିତି ରେ ସମସ୍ତଙ୍କୁ ବହୁତ ପସନ୍ଦ । ହୋଟେଲ ବହୁତ ଭଲ ଚାଲିଲା ଆଉ ଛୋଟ ପୁଅ ମଧ୍ୟ ବେଳେବେଳେ ଦୋକାନ ରେ ବସି ବିକ୍ରି କରୁଥାଏ। ରାଣୀ ସ୍ୱାମୀର ସେବା ରେ ଲାଗିପଡିଲା। ଧିରେ ଧିରେ ବେପାର ବଢ଼ିଲା ରାଣୀ ଗୁମାସ୍ତାଙ୍କ କରଜ ସୁଜିବା ସହ ସ୍ୱାମୀକୁ ଭଲ ଡାକ୍ତର ଦେଖେଇବା ପରେ ସ୍ବାମୀ ଧିରେ ଧିରେ ସୁସ୍ଥ ହେବାକୁ ଲାଗିଲେ । ରାଣୀକୁ ସ୍ୱାମୀ ଧନ୍ୟବାଦ ଜଣାଇ କହିଲେ ଦିନେ ମୁଁ ମନା କରୁଥିଲି ରୋଷେଇ କରିକି ଦେବାପାଇଁ ଆଜି ସେଇ ରୋଷେଇ ପାଇଁ ଆମ ପାଖରେ ଟଙ୍କା ସହିତ ଆମର ଗୋଟିଏ ହୋଟେଲ ହୋଇଗଲା। ସ୍ବାମୀ ସ୍ତ୍ରୀ ଦୁହେଁ ହୋଟେଲ କାମରେ ଲାଗିପଡିଲେ । ପୁଅକୁ ଭଲ ସ୍କୁଲ ରେ ପଢେଇଲେ । ସ୍ୱାମୀ ସ୍ତ୍ରୀ ଦୁହେଁ ବହୁତ ପରିଶ୍ରମ କରିଲେ। ତାଙ୍କ ଛୋଟ ହୋଟେଲରୁ ଦିନେ ତାହା ବଡ଼ ହୋଟେଲ ରେ ପରିଣତ ହେଲା । ହୋଟେଲ ନାମ ରଖାଗଲା ରାଣୀ ହୋଟେଲ। ଆଖ ପାଖରେ ରାଣୀ ହୋଟେଲ ର ଖାଇବା ବିଷୟରେ ବହୁତ୍ ଚର୍ଚ୍ଚା କରୁଥିଲେ । ଦୁହେଁ ଖୁସିରେ ଚଳିଲେ ।
 
ମୁଖ୍ୟ ବିନ୍ଦୁ:-
୧. ନିଜ ହାତର କଳା କୁ ଦେଖାଇବାକୁ ଚେଷ୍ଟା କରିବା ଉଚିତ୍ ।
୨. ସର୍ବଦା ପରିଶ୍ରମ ରୁ ଉତ୍ତମ ଫଳ ମିଳିଥାଏ।
୩. ଅସୁବିଧା ସମୟରେ ବାଟବଣା ହେବା ଅନୁଚିତ୍, ଉଚିତ୍ ରାସ୍ତା ଚୟନ କରିବା ଉଚିତ୍ ।
 
By. Rubi Nahak
Buguda, Ganjam.
 

ମିଛୁଆ ତାନ୍ତ୍ରିକ (A Blackmagician)

ମିଛୁଆ ତାନ୍ତ୍ରିକ (A Blackmagician)
ମିଛୁଆ ତାନ୍ତ୍ରିକ (A Blackmagician)
ପଳାସ ପଲି ନାମକ ଏକ ଛୋଟିଆ ସୁନ୍ଦର ଗ୍ରାମ ଟିଏ ଥାଏ । ସେଠି ଜଣେ ବିଧବା ସ୍ତ୍ରୀ ଲୋକ ଆଉ ତା ପୁଅ ବାସ କରୁଥିଲେ। ପ୍ରାୟ ଏକ ସହରୁ ଅଧିକ ଘର ଥାଏ । ସେଠି କେହି ମଧ୍ୟ ଲୋକ ଶିକ୍ଷିତ ନଥାନ୍ତି । ସମସ୍ତେ ଗାଉଁଳି କେବଳ ଖାଇବା ଶୋଇବା ଆଉ ନିଜ କାମରେ ନିଜେ ବ୍ୟସ୍ତ ରହିବା ସେମାନଙ୍କ କାମ । ସେଠିକାର ଛୋଟ ଛୁଆ ମଧ୍ୟ ସେମିତିକା। ସେହି ବିଧବା ସ୍ତ୍ରୀ ର ପୁଅର ନାମ ଥିଲା ରାମୁ ସେ ବହୁତ୍ ଚାଲାକ ଥିଲା । ଦିନେ ସେ ଜଣେ ତାନ୍ତ୍ରିକ କୁ ଦେଖିଲା । ସେ ଗୋଟିଏ ଶିଶୁକନ୍ୟା ର ଶରୀରରୁ ଭୂତ ବାହାର କରୁଥିଲା ।ତାନ୍ତ୍ରିକ କୁ ଦେଖି ସବୁ ଲୋକ ମୁଣ୍ଡିଆ ମାରୁଛନ୍ତି ଆଉ ଯିଏ ଯାର ଅସୁବିଧା କଥା ତାନ୍ତ୍ରିକ କୁ କହୁଛନ୍ତି । ଏ ସବୁ ଦେଖି ସେ ତାର ମା ପାଖକୁ ଯାଇ ଏ ସବୁ ବିଷୟରେ ପଚାରିଲା କି ମା ସେ କଣ ସତରେ ଏମିତି କରନ୍ତି ? ମା କହିଲେ ହଁ ସେ ହେଉଛନ୍ତି ବଡ ତାନ୍ତ୍ରିକ ଏବଂ ତାଙ୍କୁ ସମସ୍ତେ ମାନନ୍ତି ସେ ସବୁ କିଛି ଜାଣିଦିଅନ୍ତି । ମା କଥା ଶୁଣି ରାମୁ କୁ ନିଦ ଆସିଲା ନାହିଁ , ରାତି ସାରା ସେ ତାନ୍ତ୍ରିକ କଥା ହିଁ ଭାବୁଥାଏ । ଯେ ଜଣେ ଲୋକ ଏତେ ସବୁ କଥା କେମିତି ଜାଣେ ବୋଲି ପୁଣି ପରଦିନ ମଧ ସେ ସେଠାକୁ ଗଲା । ପୁଣି ଲୋକମାନେ ପୂର୍ବ ଦିନ ପରି ଗହଳି ହୋଇ ତାନ୍ତ୍ରିକ ର ମାୟା ଦେଖିବାକୁ ରୁଣ୍ଡ ହୋଇଥାନ୍ତି । ଆଉ ଗୋଟିଏ ପୂଜା ପାଠ ଚାଲିଥାଏ । ଲୋକମାନେ ଖୁସିରେ ଟଙ୍କା, ସୁନା, ଲୁଗାପଟା ସବୁକିଛି ଦିଅନ୍ତି । ସେ ମନରେ ଭାବିଲା କି ମୁଁ ମଧ୍ୟ ମା ଠାରୁ ଟଙ୍କା ଆଣି ମୋ ବିଷୟରେ ଏଇ ତାନ୍ତ୍ରିକ କୁ ପଚାରିବି ଏବଂ ମୋ ବିଷୟରେ କଣ କହୁଛନ୍ତି ଦେଖିବି । ତା ପରଦିନ ତାର ମା ଠାରୁ କିଛି ଟଙ୍କା ନେଇ ସେ ସେହି ତାନ୍ତ୍ରିକ ପାଖକୁ ଯାଏ ।ତାନ୍ତ୍ରିକ ଜଣକ ପଚାରନ୍ତି ତୁମର କଣ ଅସୁବିଧା କୁହ । ରାମୁ କୁହେ ବାବା ତୁମେ ଏସବୁ କିପରି ଜାଣିପାରୁଛ । ମୋତେ ତୁମେ କୁହ ରାମୁର କଥା ଶୁଣି ତାନ୍ତ୍ରିକ କୁହେ କି ତୁ ଏତିକି ଟଙ୍କା ଆଣିଛୁ । ଏତେ ସବୁ କହିବାକୁ ହେଲେ ଅଧିକ ଟଙ୍କା ନେଇ ଆସ । ଏବେ ତୁ ଯା ରାମୁ କୁ ସିନା ସେଦିନ ଛାଡିଦେଲେ କିନ୍ତୁ ତାନ୍ତ୍ରିକ ବହୁତ ବିଚଳିତ ଥିଲା । ରାମୁର ପ୍ରଶ୍ନରେ ସେ କଣ କହିବ ଭାବି ନିରୁତ୍ତର ହୋଇ ତାକୁ ଫେରାଇ ଦେଲା। ରାମୁ ଦ୍ଵିତୀୟ ଦିନ ଟଙ୍କା ନେଇ ଆସି ବସିଲା । ସେଠି ତାନ୍ତ୍ରିକ ବାବା ଙ୍କ ଲୋକ ବସିଥାନ୍ତି। ସେହି ଲୋକମାନେ ରାମୁକୁ ଭିତରକୁ ଯିବାକୁ ମନା କଲେ । ରାମୁ କିନ୍ତୁ ନ ମାନି ଯିବାକୁ କହିଲା କିନ୍ତୁ ସେମାନେ ରାମୁକୁ ଛାଡିଲେ ନାହିଁ । କହିଲେ କି ସବୁଲୋକ ଗଲାପରେ ତୁ ଯିବୁ କାରଣ ତୁ ପଛରେ ଆସିଛୁ । ସବୁ ଲୋକ ଗଲାପରେ ରାମୁ ଗଲା । ତାନ୍ତ୍ରିକ ବାବାକୁ ପଚାରିଲା ତୁମେ ଏଇ ସବୁ କେମିତି ଜାଣୁଛ ବାବା ? ତାନ୍ତ୍ରିକ ଜଣକ ତାକୁ ମିଛ କଥା କହି ଭୁଲେଇ ଦେଲେ । ଆଉ ଘରକୁ ଯିବାକୁ କହିଲେ ସେ ଘରକୁ ଆସି ଭାବିଲା ଏହି ତାନ୍ତ୍ରିକ ମୋର କଥାକୁ ଅଲଗା ପ୍ରକାର କହି ଘରକୁ ପଠେଇ ଦେଲା । ସେ ଏହି ତାନ୍ତ୍ରିକ ବିଦ୍ୟା କେମିତି ଶିଖିଛି କିଛି କହିଲା ନାହିଁ । ଏହା ଭାବି ସେ ପୁଣି ଗୋଟିଏ ଦିନ ରାତିରେ ଯାଇ ତାନ୍ତ୍ରିକ ଘରେ ବାହାରେ ଥାଇ ଲୁଚି ଦେଖିଲା ଯେ ପ୍ରକୃତରେ ସେ ଗୋଟିଏ ସାଧାରଣ ମଣିଷ ସେ କୌଣସି ମନ୍ତ୍ର ଜାଣିନି । ରାତିରେ ଅନ୍ୟ ଲୋକ ମାନଙ୍କ ସହ ମିଶି ମଦ୍ୟ ପାନ କରେ ଏବଂ ଗଞ୍ଜେଇ ଟାଣେ। ସେ ଯାହା ବି କହୁଛି ସବୁ ମିଛ। ସେ ସବୁ ଲୋକଙ୍କୁ ମିଛ କଥା କହି ତାଙ୍କ ଠାରୁ ଟଙ୍କା ସୁନା ଲୁଟିକି ନେଉଛି । ରାମୁ ଭାବିଲା ସେ ତାନ୍ତ୍ରିକ କୁ କିଛି ଉଚିତ୍ ଶିକ୍ଷା ଦେବାକୁ ପଡିବ ଏବଂ ଲୋକଙ୍କୁ ତାର ସତ ବିଷୟରେ ସଚେତନ କରାଇବାକୁ ପଡ଼ିବ । ସେ ଭାବିଲା ଲୋକଙ୍କୁ କେମିତି ସବୁ ସତ କଥା କହିବ । ସେ ତାର ଦୁଇଜଣ ସାଙ୍ଗକୁ ନେଇ ସେ ତାନ୍ତ୍ରିକର ସବୁ କାମ ଦେଖାଇଲା । ସେମାନେ ରାମୁ ସହିତ ସାହାଯ୍ୟ କରିବାକୁ କହିଲେ । ସେମାନେ ଗୋଟିଏ ଯୋଜନା ବନେଇଲେ । ସମସ୍ତେ ମିଶି ପଥରରେ ସିନ୍ଦୁର ଲଗେଇ ନଦୀ ପାଖରେ ରଖିଦେଲେ । ତାପରେ ସେମାନେ ଗାଁ ରେ ଯାଇ ସମସ୍ତଙ୍କୁ କହିଲେ କି ନଦୀ ପାଖରେ ଭଗବାନ ବାହାରିଛନ୍ତି। ଲୋକମାନେ ମଧ୍ୟ ଏହି କଥାକୁ ସତ ଭାବି ପୂଜା କରିବା ଆରମ୍ଭ କରିଦେଲେ।
ଏହି କଥା ତାନ୍ତ୍ରିକ ପାଖକୁ କଥା ପହଞ୍ଚିବା ପରେ ସେ ନିଜେ ଆସି ଗାଁ ଲୋକକୁ ମିଛ କହିଲା କି ଏଠି କୋଉ ଭଗବାନ ନାହାନ୍ତି ଏସବୁ ମିଛ କଥା । ଏକଥା ଗାଁ ଲୋକମାନେ ରାମୁର ସାଙ୍ଗକୁ ପଚାରିଲେ । ସାଙ୍ଗମାନେ କହିଲେ ତାନ୍ତ୍ରିକ କଥା କୁ ଆପଣ ବିଶ୍ୱାସ କରୁଛ କିନ୍ତୁ ଆମ କଥା ବିଶ୍ୱାସ କରୁ ନାହଁ । ଏମିତି କହି ସମସ୍ତେ ରାମୁ ଏବଂ ରାମୁ ର ସାଙ୍ଗକୁ ଗାଳି ଦେଲେ । ରାମୁ ର ସାଙ୍ଗ ମାନେ ଗ୍ରାମ ମୁଖିଆ କୁ ଅନୁରୋଧ କରିଲେ। ବହୁତ୍ ଅନୁରୋଧ ପରେ ଗ୍ରାମ ମୁଖିଆ ରାମୁ ଏବଂ ରାମୁ ର ସାଙ୍ଗ ମାନଙ୍କ କଥା କୁ ବିଶ୍ୱାସ କରିଲେ। ରାତିରେ ସେମାନେ ତାନ୍ତ୍ରିକ ର ଘର ର ସାମ୍ନାରେ ଲୁଚି ବସିଲେ । କିଛି ସମୟ ପରେ ଅନ୍ୟ କିଛି ମଦୁଆ ଆସି ତାନ୍ତ୍ରିକ କୁଡିଆ ଭିତରକୁ ଗଲେ । ସେଠୀ ସମସ୍ତେ ମଦ୍ୟ ପାନ କରି ଗଞ୍ଜେଇ ଟାଣିବା ସମୟରେ ଗ୍ରାମ ମୁଖିଆ ସେଠୀ ପହଞ୍ଚିଲେ । ଗ୍ରାମ ମୁଖିଆ କୁ ଦେଖି ତାନ୍ତ୍ରିକ ଚମକି ପଡ଼ିଲା ଏବଂ ସେ ମନେ ମନେ ମନ୍ତ୍ର ପଢ଼ିବା ଆରମ୍ଭ କରିଦେଲା। ଗ୍ରାମ ମୁଖିଆ ତାନ୍ତ୍ରିକ କୁ କହିଲା ତୋର ଅସଲ ରୂପ ଜଣା ପଡ଼ିଯାଇଛି । ଆଉ ମିଛ କହି ଭଣ୍ଡେଇ ବାକୁ ଚେଷ୍ଟା କରେ ନାହିଁ । ଗ୍ରାମ ମୁଖିଆ ପୋଲିସ କୁ ଖବର ଦେଲେ। ପୋଲିସ ତାନ୍ତ୍ରିକ ଘରେ ପହଞ୍ଚି ତାକୁ ଗିରଫ କରିଲା ଏବଂ ସତ ମିଛ କହି ଲୋକ ମାନଙ୍କ ଠାରୁ ଲୁଟି ଥିବା ଧନ ସମ୍ପତି କୁ ଗାଁ ମୁଖିଆ କୁ ଦେଲେ । ଗ୍ରାମ ମୁଖିଆ ଯାହାର ଯାହାର ଟଙ୍କା ଅଳଙ୍କାର ସବୁ ଫେରେଇ ଦେଲା । ପୋଲିସ ରାମୁ କୁ ତାର ସାହସିକତା ର ପୁରସ୍କାର ଦେଇ ସମସ୍ତଙ୍କୁ ପ୍ରେରଣା ଦେଇ କହିଲେ ଯେ ରାମୁ ଭଳି ସମସ୍ତେ ସଚେତନ ହେବା ଦରକାର ଏବଂ ଆମ୍ଭ ମାନଙ୍କୁ କେହି ବୋକା ବନେଇ ପାରିବେ ନାହିଁ ।
ମୁଖ୍ୟ ବିନ୍ଦୁ:-
୧. ମିଛ କହିବାର ଫଳ ସବୁବେଳେ ଖରାପ ହୋଇଥାଏ ।
୨. ମିଛ କହି କାହାଠାରୁ ଧନ ଅର୍ଜନ କରିବା ଅନୁଚିତ୍ ।
୩. ସବୁବେଳେ ସଚେତନ ରହିବା ସହିତ ଅନ୍ୟକୁ ସଚେତନ କରାଇବା ଉଚିତ୍ ।
ପୂଜା ସ୍ୱାଇଁ (ଲେଖିକା)
ବୁଗୁଡ଼ା, ଗଞ୍ଜାମ।