Category Archives: #kids story

Homework

ସେଦିନ ଗୋବିନ୍ଦ ଆଜ୍ଞା ଙ୍କ ଟିଉସନ ରେ ସଂଧ୍ୟା ରେ ସମସ୍ତଙ୍କୁ ପ୍ରବଳ ମାଡ଼ । କେତେଟା ବାଡି ଭାଙ୍ଗିଛି ତାର ହିସାବ ନାହିଁ। କେତେ ପିଲା ଭାବିଲେ ଯେ କାଲି ଠାରୁ ଆଉ ଟିଉସନ ଆସିବି ନାହିଁ । କିନ୍ତୁ ଗୋବିନ୍ଦ ଆଜ୍ଞା ଆଉ କାଶୀନାଥ ଆଜ୍ଞା ଙ୍କ ନୀତି ଏକ ସମାନ। ଯଦି ପିଲା ନ ଆସିଲା। ତେବେ ଆଜ୍ଞା ଙ୍କ ସହିତ ଦୁଇଟି ପିଲା ଯିବେ ଯେମିତି ସେ ଦୁଇଟି ପିଲା , ଆସି ନଥିବା ପିଲା କୁ ଟେକି ଆଣି ପାରୁଥିବେ। କିନ୍ତୁ ଏହି କାହାଣୀ ରେ ସେମିତି କିଛି ନାହିଁ ବିଷୟ ଟିକେ ଅଲଗା, କାଶୀନାଥ ଆଜ୍ଞା ଙ୍କ ବିଷୟରେ ଅନ୍ୟ ଏକ କାହାଣୀରେ ପୁଣି କେବେ ପଢ଼ିବା ବର୍ତ୍ତମାନ ପଢ଼ିବା ଗୋବିନ୍ଦ ଆଜ୍ଞା ଙ୍କ କଥା ।

ଟିଉସନ ରେ ପ୍ରତିଦିନ ଲେଖା ଦିଆଯାଏ ମାନେ ହୋମୱର୍କ । ଘରୁ ଲେଖି ଆଣିବାକୁ ପଡେ ଆଉ ମୁଁ ଥିଲି ତଣ୍ଡିପ ଗୋଷ୍ଠୀ ରୁ । ସିଲଟରେ ଖଡ଼ି ଦ୍ଵାରା ଛୋଟ ଛୋଟ କରି ଲେଖିବାକୁ ପଡୁଥିଲା। ମୋ କ୍ଲାସ ର ସମସ୍ତଙ୍କୁ କୁହା ଯାଇଥିଲା । ଆ’ କାର ଠାରୁ ଆରମ୍ଭ କରି ଔ’ କାର ପର୍ଯ୍ୟନ୍ତ ଲେଖି ଆଣିବାର ଥିଲା । ମୁଁ ଏତେ ତଣ୍ଡିପ ଯେ ଟିଉସନ ଯିବା ପୂର୍ବରୁ ହିଁ ଲେଖେ । ତାହା ପୁଣି ଘଣ୍ଟାଏ ପୂର୍ବରୁ ।

ହେଲେ ଭାଗ୍ୟ ର ବିଡମ୍ବନା। ସେଦିନ ସକାଳେ ଘରେ ଛୋଟ ମାଛ ଅଣା ଯାଇଥିଲା । ତାହା ପୁଣି ସହଦେବ ଦାଦା ଆଣି ଦେଇ ଯାଇଥିଲେ । ବୋଉ କଣ କରିଲେ ଯେ ସେ ଛୋଟ ମାଛ ଗୁଡିକୁ ଦୁଇ ଭାଗ କରିଦେଲେ। ଗୋଟିଏ ଭାଗ ତରକାରୀ ହେଲା ଆଉ ଅନ୍ୟ ଭାଗ ଟିକୁ ଭାଜି କରି ରଖା ଗଲା କାରଣ ତାକୁ ସଂଧ୍ୟାରେ  ତରକାରୀ ହେବ । ଘରେ ଭାଇ ଭଉଣୀ ଏବଂ ବୋଉ, ଆମେ ତିନି ଜଣ ମାତ୍ର ସେଦିନ ମୋ ଭଉଣୀ ଯାଇଥାଏ ମାମୁଁ ଘରକୁ । ବୋଉ ତରକାରୀ କରିବା ପରେ ବୋଉ ଙ୍କୁ  ପଡୋଶୀ ଘର ଖୁଡି କିଛି କାମ ପାଇଁ ଡାକିଲେ । ବୋଉ ମୋତେ କହିଲେ ଯେ ମୁଁ ଖୁଡ଼ି ଘରକୁ ଯାଉଛି , ଘଂଟାଏ ଲାଗିବ । ଆସିଲେ ଦୁହେଁ ଖାଇବା। କିନ୍ତୁ ମାଛ କୁ ଦେଖୁଥିବୁ ବିଲେଇ ଖାଇଦେବ। 

ଏତିକି କହି ଚାଲିଗଲେ। ଛୁଟି ଯୋଗୁ ସ୍କୁଲ ବନ୍ଦ ଥିଲା । ବୋଉ ଗଲା ପରେ ମୋର ମନ ଟା ଟିଭି ରେ ଲାଗିଗଲା । ଟିଭି ଲଗେଇ ଦେଖିଲି । ସେପଟେ ବାରି କବାଟ ଖୋଲା ଅଛି ଆଉ ମୁଁ ବାରି କବାଟ ସିଧା ଟିଭି ଆଗରେ ଗୋଟିଏ ଚେୟାର ପକେଇ ଟିଭି ଦେଖୁଥାଏ ଆଉ ବେଳେବେଳେ ବାରି ପଟକୁ ଦେଖୁଥାଏ କାରଣ ବିଲେଇ କାଳେ ଆସିଯିବ । ଟିଭି ଦେଖୁ ଦେଖୁ ମୋତେ କେତେବେଳେ ନିଦ ଆସି ଯାଇଛି ମୁଁ ଜାଣିନି ।

ହଠାତ୍ ମୋ ନିଦ ଭାଙ୍ଗିଲା ଦେଖିଲି ମୋ ସାମ୍ନାରେ ବୋଉ ଠିଆ ହୋଇଛନ୍ତି । ହାତରେ ଗୋଟିଏ ବାଡ଼ି, ଚାଇଁ କରି ମୋ ହାତକୁ ଗୋଟିଏ ବାଜିଲା, ବୋଉ କୁ ପଚାରିଲି କଣ ହେଲା ମୋତେ କାହିଁକି ମାରୁଛ ? ବୋଉ କହିଲେ ଚାଲ ସେ ଘରକୁ ଦେଖିବୁ ତା ପରେ ମୋତେ ପଚାରିବୁ , ମନେ ପଡିଗଲା ମାଛ ତରକାରୀ କଥା ମୁଣ୍ଡରେ ହାତ ଦେଲି । ଦୌଡ଼ି ଗଲି ରୋଷେଇ ଘରକୁ ଦେଖିଲା ବେଳକୁ ତରକାରୀ କଡେଇ ରେ ଗୋଟିଏ ମଧ୍ୟ ମାଛ ନାହିଁ ଖାଲି ସେତିକି ନୁହଁ । କଣ୍ଟା ରେ ଓହଳି ଥିବା ପଲିଥିନ ଭିତରେ ରଖା ଯାଇଥିବା ଭଜା ମାଛ ମଧ୍ୟ ନାହିଁ । ବୋଉ କୁ ଚାହିଁଲି । ଆଉ ଗୋଟିଏ ପାହାର ପଡିଲା ମୋ ଉପରେ, କାନ୍ଦ ବାହାରିଲା ନାହିଁ କାରଣ ଭୁଲ ହୋଇଛି ପରା, ମନ ଭିତରେ କାନ୍ଦି ଦେଲି ଆଉ ପାଟି ଚୁପ୍ । ବୋଉ ରାଗରେ କହିଲେ ଏବେ ଖାଲି ଭାତ ଖାଇବୁ । ଆଉ ସେମିତି ହିଁ ହେଲା ସେଦିନ ଆଚାର ଆଉ ଲୁଣ ମରିଚ ସହିତ ପିଆଜ ଖାଇଲୁ । ଖାଇବା ସମୟରେ ବୋଉ ର ରାଗ ଚେହେରା ମୋତେ ଏବେ ମଧ୍ୟ ମନେ ପଡ଼ିଯାଏ ।

ଏତିକି ଥିଲା ଦିନ ବେଳ ର କଥା । ମାଛ ର ମାଡ଼ ସରିଲା ଏବେ ସଂଧ୍ୟା ମାଡ଼ ବାକି ଅଛି । ସଂଧ୍ୟା ଛଅ ଟା ରେ ଟିଉସନ ଅଛି । ନିଦ ଭାଙ୍ଗିଲା ଚାରି ଟାରେ ଏପଟ ସେପଟ ହେଉ ହେଉ ପାଞ୍ଚଟା ବାଜିଲା । ମନେ ପଡିଗଲା ଯେ ହୋମୱର୍କ କରିବାର ଅଛି, ମୁଁ ବାରି ପିଣ୍ଡା ରେ ଲେଖିବାକୁ ବସିଲି । ଲେଖା ମଧ୍ୟ ସରିଲା । ଠିକ୍ ସେତିକି ବେଳେ ସେ ଚୋର ବିଲେଇ ଆମ ଘରକୁ ଆସିବାକୁ ଲାଗିଲା । ସେ ବିଲେଇ ଆମ ସାହିର ସମସ୍ତଙ୍କ ଘରକୁ ଯାଏ ଆଉ ତାକୁ ସମସ୍ତେ ଭଲ ଭାବରେ ଜାଣିଛନ୍ତି ମଧ୍ୟ । ଦିନ ବେଳର ମାଡ଼ କଥା ମନେ ପଡିଗଲା, ଆରେ ଏଇ ବିଲେଇ ଯୋଗୁ ଆଜି ମୁଁ ମାଡ଼ ଖାଇଛି ତେବେ ୟାକୁ ପାନେ ଦେବାକୁ ପଡିବ ଭାବି ହାତରେ ସିଲଟ ଟା ଥିଲା ତା ଉପରକୁ ଫୋପାଡ଼ି ଦେଲି । ଆଉ ତାପରେ କଣ ହେବ ?? ବିଲେଇ କୁ ତ ବାଜିଲା ନାହିଁ ମୋ ସିଲଟ ଯାଇ ସିଧା ପଡିଲା ଡ୍ରେନ ଭିତରେ ( ଘରୁ ପାଣି ଆସି ଜମା ହେଉଥିବା ଗୋଟିଏ ଗାତରେ ) । ମୋ ମୁଣ୍ଡ ପୁଣି ଖରାପ । ବିଲେଇ ତ ଗଲା ହେଲେ ମୋ ହୋମୱର୍କ ମଧ୍ୟ ଗଲା (ପୁଣି ଟେନ୍ସନ ) ହୋମୱର୍କ ସବୁ ଲିଭି ଯାଇଥିଲା । କଷ୍ଟ ଲାଗିଲା, ସେପଟେ ଟିଉସନ ମାଡ଼ କଥା ଭାବି ଦୁଇ ଧାର ଲୁହ ଆସିଗଲା ମଧ୍ୟ । ମୋ ଦୁଃଖ ଏବେ କିଏ ଶୁଣିବ ? ଆଉ କାହାକୁ ଅବା କହିବି । ପାଞ୍ଚ ମିନିଟ୍ ବାକି ଅଛି ଟିଉସନ ଆରମ୍ଭ ହେବାକୁ, ଏବେ ଚାହିଁଲେ ମଧ୍ୟ ଲେଖି ହେବନି । ସିଲଟ କୁ ଆଣିଲି ପ୍ରାୟ ପାଞ୍ଚ ଥର ସାବୁନ ଲଗେଇ ଧୋଇଲି। ଗୋଟିଏ ବୋଲି ସିଲଟ ତାକୁ ଫୋପାଡ଼ି ପାରିବି ନାହିଁ । ମାତ୍ର ଅଳ୍ପ ଅଳ୍ପ ଗନ୍ଧ ବାହାରୁ ଥିଲା ମଧ୍ୟ…

ଉପାୟ ଶୂନ୍ୟ ଟିଉସନ ସେମିତି ଗଲି । ଟିଉସନ ରେ ସିଲଟ ପକେଇବାକୁ ପଡେ ମାତ୍ର ମୁଁ ଲେଖିନି ପକେଇବି କଣ । ସେମିତି ବସିଥାଏ । ଗୋବିନ୍ଦ ଆଜ୍ଞା କାହାକୁ ପଚାରିବା ପୂର୍ବରୁ ମୋତେ ପଚାରିଲେ ସନ୍ତୋଷ ତୁମର ସିଲଟ କାହିଁକି ରଖି ନାହଁ। ଏତିକି ପ୍ରଶ୍ନରେ ମୋ ଆଖିରୁ ପୁଣି ଲୁହ ବାହାରି ଗଲା । ଦିନରେ ମାଡ଼ ପଡିଥିଲା ଆଉ ଏବେ ପୁଣି ମାଡ଼ ହେବ ଏତିକି ଭାବି ଭାବି ମୋ ଲୁହ ବାହାରି ଗଲା ।  ଗୋବିନ୍ଦ ଆଜ୍ଞା କହିଲେ ମୁଁ ଜାଣିଛି ତମେ ଆଜି ଲେଖି ନାହଁ ନା । ମୁଁ ମୁଣ୍ଡ ହଲେଇ ହଁ କରିଲି। ଗୋବିନ୍ଦ ଆଜ୍ଞା ମୋତେ ପାଖକୁ ଆଣି ଡାକି ବସେଇଲେ ଆଉ କାହଁକି ଲେଖିନ ? ବୋଲି ପଚାରିବା ପରେ ମୁଁ ସକାଳ ଠାରୁ ଆରମ୍ଭ କରି ଘରେ ଘଟିଥିବା ସବୁ ଘଟଣା କୁ ସତ ସତ କହିଲି, ବାକି ସବୁ ପିଲା ମାନେ ମୋ କାହାଣୀ କୁ ମନ ଧ୍ୟାନ ଦେଇ ଶୁଣୁ ଥିଲେ, ଯେମିତି ମୁଁ ବୁଢ଼ୀ ଅସୁରୁଣୀ ର ଗପ କହୁଥିଲି… ଆଉ ଶେଷରେ ଯେତେବେଳେ ସିଲଟ ଡ୍ରେନ ର ପଡିବା କଥା ଶୁଣିବା ପରେ ଗୋବିନ୍ଦ ଆଜ୍ଞା ସହିତ ସବୁ ପିଲା ହସିବାକୁ ଲାଗିଲେ । ମୋତେ ସେତେବେଳେ ଅଳ୍ପ ଲାଜ ଲାଗିଲା । 

ଗୋବିନ୍ଦ ଆଜ୍ଞା କହିଲେ ହଉ ଯାହା ହେଲା ତ ହେଲା, ଏବେ ଯିଏ ନ ଲେଖିକି ଆଣିଛି ସେ ତ ମାଡ଼ ଖାଇବ, ମୁଁ ମନେ ମନେ ସେୟା ହିଁ ଭାବୁଥିଲି, ଆଉ ତାହା ଗୋବିନ୍ଦ ଆଜ୍ଞା ମଧ୍ୟ କହିଦେଲେ । କିନ୍ତୁ ସେମିତି କିଛି ହେଲା ନାହିଁ । ମାନେ ଗୋବିନ୍ଦ ଆଜ୍ଞା କହିଲେ ଯେ ସନ୍ତୋଷ ଆଜି ତମେ ସବୁ ସତ ସତ କହିଦେଲ ସେଥିପାଇଁ ତମକୁ ମାଡ଼ ବାଜିବ ନାହିଁ ମାତ୍ର ତମେ ଏବେ ସଙ୍ଗେ ସଙ୍ଗେ ସବୁ ହୋମୱର୍କ୍ ଏଠି ଲେଖି ମୋତେ ଦେଖାଇବ । ମୁଁ ପୁରା ଖୁସି, ଆଉ ବାକି ପିଲା ମାନେ ମୋ ଉପରେ ଜଳିବାକୁ ଲାଗିଲେ ।

ସେଦିନ ସେମାନେ ଅଧିକ ମାଡ଼ ଖାଇଲେ ଯେଉଁମାନେ ଲେଖି ଆଣି ନଥିଲେ । ସେମାନେ ମଧ୍ୟ କିଛି କିଛି ବାହାନା କରିବାକୁ ଲାଗିଲେ କିନ୍ତୁ ସବୁ ମିଛ ଥିଲା ଆଉ ତାପରେ ଆରମ୍ଭ ହୋଇଗଲା ନିର୍ଦ୍ଧୁମ ମାଡ଼ ର କାର୍ଯ୍ୟକ୍ରମ । ଯେଉଁମାନେ ସେଦିନ ମାଡ଼ ଖାଇଲେ ସେ ସାଙ୍ଗ ମାନେ ମୋ ବିରୁଦ୍ଧରେ କେତେ କଣ ଭାବିଲେ । ମୋତେ କିଛି ଦିନ ପାଇଁ ଅଲଗା ରହିବାକୁ ପଡ଼ିଲା, ସବୁ କଥା ରେ ମୋତେ ଅଣଦେଖା କରା ଯାଉଥିଲା । କିନ୍ତୁ କିଛି ଦିନ ପରେ ସବୁ ଠିକ୍ ହୋଇଗଲା । (ଏଇଟା ପିଲା ଦିନେ ସମସ୍ତଙ୍କ ସହିତ ହୋଇଛି ନା ନାହିଁ ମୁଁ ଜାଣିନି କିନ୍ତୁ ଆମ ବ୍ୟାଚ୍ ର କୋଉ ପିଲା ଯଦି କଣ ଖରପ କରିଲା ତାକୁ ସାଙ୍ଗ ଗୋଷ୍ଠୀ ରୁ କିଛି ଦିନ ପାଇଁ ବାଛନ୍ଦ କରାଯାଉଥିଲା ) ମାତ୍ର ଗୋଟିଏ ଚମତ୍କାର ହୋଇଗଲା ସେଦିନ , କଣ ହେଲା କେଜାଣି ସେଦିନ ଗୋବିନ୍ଦ ଆଜ୍ଞା ମୋ କଥା ଶୁଣି ବହୁତ୍ ଖୁସି ହୋଇଗଲେ ଆଉ ମୁଁ ସବୁ ସତ ସତ କହିଥିବାରୁ ସେ ମୋତେ ବିଶ୍ୱାସ କରିଲେ ଏବଂ ମୋତେ ସମସ୍ତଙ୍କ ଆଗରେ ଗୋଟିଏ ଉଦାହରଣ ସଜେଇ ଦେଇ କହିଲେ ଯେ ଦେଖ ସେ ହୋମୱର୍କ କରିନି ମାତ୍ର ସବୁ ସତ ସତ କହିଥିବାରୁ ତାକୁ ଏମିତି ସୁଯୋଗ ଦିଆଗଲା । 

ସେଦିନ ସବୁଠୁ ବଡ଼ ଉପଲବ୍ଧି ହୋଇଥିଲା ଯେ ସେଦିନ ଠାରୁ ମୁଁ ଗୋବିନ୍ଦ ଆଜ୍ଞା ଙ୍କ ପ୍ରିୟ ଛାତ୍ର ହୋଇ ଯାଇଥିଲି । ଯଦି କେବେ କେବେ ମୁଁ ମିଛ କହେ ତେବେ ମଧ୍ୟ ଗୋବିନ୍ଦ ଆଜ୍ଞା ତାକୁ ସତ ବୋଲି ଭାବୁଥିଲେ । ସେ ବିଶ୍ୱାସ ରେ ସେ ମୋତେ ସଦାବେଳେ ତାଙ୍କ ପାଖରେ ବସିବାକୁ ସୁଯୋଗ ମଧ୍ୟ ଦେଇଥିଲେ । 

ତେବେ ଏତିକି ଥିଲା, ଗଳ୍ପ ଟି, ଆଶା କରୁଛି, ନିଜର ପିଲା ଦିନ କଥା ମଧ୍ୟ ମନେ ପଡ଼ି ଯାଇଥିବ । ଦୁଃଖ କରନି । ଯଦି କିଛି ଅଛି ମୋତେ କୁହ , ତୁମ ପିଲା ଦିନ କାଠ ମଧ୍ୟ ଏଠି ଲେଖି ଦେବା । ହଁ ପିଲା ଦିନ କଥା ଆଜି ମଧ୍ୟ ଅମର ହୋଇ ରହି ଯାଇଛି । ଆଉ

ଆଜି ମଧ୍ୟ ମନେ ପଡେ ସେ ପିଲା ଦିନ ର କିଛି ମୁହୁର୍ତ । କିନ୍ତୁ ଭାଗ୍ୟ ର ବିଡମ୍ବନା ଯେ ଆଜି ଗୋବିନ୍ଦ ଆଜ୍ଞା ଏ ଦୁନିଆରେ ନାହାନ୍ତି କିନ୍ତୁ ତାଙ୍କ କଥା ଗୁଡିକ ଆଜି ମଧ୍ୟ ମନେ ପଡ଼ିଯାଏ ଏବଂ ତାଙ୍କ ଶ୍ରଦ୍ଧାଞ୍ଜଳିର ସମର୍ପଣ  ରୂପରେ ତାଙ୍କ ପାଇଁ ଦୁଇ ଧାର ଲୁହ ବହିଯାଏ  । 

।।ଧନ୍ୟବାଦ ।।

ନୀଳମାଧଵ ଭୂୟାଁ ଙ୍କ ଦ୍ୱାରା ଲିଖିତ……..

ଜଙ୍ଗଲ ରେ ଗୋଟେ ରାତି

ଜଙ୍ଗଲ ରେ ଗୋଟେ ରାତି

ପ୍ରଧାନ ବୁଢ଼ା ଭାରି ଚାଲାକ୍ ବୋଲି ଲୋକେ କୁହନ୍ତି । ପିଲା ବେଳ ର କଥା । କୁହନ୍ତି ତାଙ୍କ ପାଖରେ ସବୁ ପ୍ରଶ୍ନର ଉତ୍ତର ଥାଏ। ସେ ସବୁବେଳେ ଚୁପ୍ ରହିବାକୁ ପସନ୍ଦ କରନ୍ତି ନାହିଁ। କାରଣ ସେ ହେଉଛନ୍ତି ଏକ ନମ୍ୱର୍ ବାଲୁରା ବୁଢ଼ା । କୌଣସି ଗୋଟିଏ ଲୋକ ମଧ୍ୟ ତାଙ୍କ ପାଖରେ ବସନ୍ତି ନାହିଁ । ସବୁବେଳେ ମିଛ ସତ କୁହନ୍ତି ବୋଲି ଗାଁ ଟି ଯାକ ଚର୍ଚ୍ଚା । ତାଙ୍କ କାହାଣୀ କୁ ସମସ୍ତେ ଶୁଣନ୍ତି ଏବଂ ଶେଷରେ କୁହନ୍ତି ,ଧେତ୍ ବେକାର କଥା ଗୁଡାକ କାହିଁକି କହୁଚ କହି ଲୋକେ ଉଠି ଚାଲି ଯାଆନ୍ତି କିନ୍ତୁ ସେ କାହାଣୀ ମଧ୍ୟରୁ ଆଜି ଗୋଟିଏ କାହାଣୀ ଆପଣଙ୍କ ପାଇଁ ଯାହା ମୁଁ ପିଲା ଦିନେ ଶୁଣିଛି ଏବଂ ଆଜି ଆପଣ ପଢ଼ିବେ ।

ତେବେ କୁହନ୍ତୁ ତ କାହାଣୀ ଶୁଣିବାକୁ କାହାକୁ ପସନ୍ଦ ନୁହଁ ତାହା ପୁଣି ରାତିରେ । ମୋ ଭଳି ସମସ୍ତେ କାହାଣୀ ଶୁଣିବାକୁ ପସନ୍ଦ କରନ୍ତି ଏବଂ କାହାଣୀ ଯଦି ବହୁତ୍ ଭଲ ହୋଇଥାଏ ତେବେ ପ୍ରଶ୍ନ ଉପରେ ପ୍ରଶ୍ନ ଆଉ ଯଦି ଅତି ଭଲ ହୁଏ ତେବେ ନିଦ ଆସିବା ସୁନିଶ୍ଚିତ । କଣ ଠିକ୍ କହିଲି ନା?? ଟିକେ ହସି ଦିଅ ?? କିଛି କିଛି କାହାଣୀ ବହୁତ୍ ବୋରୀଙ୍ଗ ଥାଏ । ଆଉ କିଛି କାହାଣୀ ଅଜଣା ଦୁନିଆ ରେ ପହଞ୍ଚେଇ ଦିଏ । ତେବେ ବେଶୀ ଭାଷଣ ନାହିଁ ।

କାହାଣୀ ଆରମ୍ଭ……

( ପ୍ରତ୍ୟେକ ସ୍ଥାନରେ ବୟସ୍କ ଲୋକଙ୍କୁ ସମ୍ମାନ ଦେବା ଉଚିତ୍ କିନ୍ତୁ କାହାଣୀ କୁ ମଜାଳିଆ ଢଙ୍ଗରେ ନ ପଢ଼ିଲେ ମଜା ଆସିବ ନାହିଁ । ତେବେ ବହୁତ୍ ସ୍ଥାନରେ ସମ୍ମାନ ଜନିତ ଶବ୍ଦ କୁ ବ୍ୟବହାର କରା ଯାଇ ନାହିଁ । )

ଦିନ ୧୦ ଟା ରେ ଜାଉ ଭାତ ସହିତ ଲୁଣ ମରିଚ ଆଉ କୁଜି ପିଆଜ ଖାଇବା ପରେ ପେଟ କୁ ଅଣ୍ଡାଳି ପ୍ରଧାନ ବୁଢ଼ା ଦାଣ୍ଡ ରେ ଆସି ବସିଲା । ଦୁଆର ମୁହଁରେ ଧୂପ କାଠି ଡାଙ୍ଗ ଟିକୁ ଆଣି କଷା ଦାନ୍ତ ରୁ କଣ ଗୋଟିଏ ବାହାର କରିବାକୁ ଲାଗିଲା । ହଠାତ୍ ମନେ ପଡିଗଲା । ଆଜି ପାଗ ଟିକେ କୋହଲା ଅଛି ଜଙ୍ଗଲ ଆଡେ ଯାଇ ଟିକେ ବୁଲି ଆସିବା।



ବୟସ ଆସି ୭୦ ଛୁଇଁଲାଣି କିନ୍ତୁ ପ୍ରଧାନ ବୁଢ଼ା ସହିତ କେହି ଚାଲି ପାରିବ ନାହିଁ । ବୁଢ଼ୀ ୫ ବର୍ଷ ତଳୁ ଚାଲି ଗଲାଣି। କିଛି ହୋଇ ନଥିଲା, ଶୀତ ଅଧିକ ଯୋଗୁ ରାତିରୁ ବୁଢ଼ୀ ର ଦେହ ରୁ ପ୍ରାଣ ଚାଲି ଯାଇଥିଲା କୁହନ୍ତି।

ବୁଢ଼ା ଚାଲି ଚାଲି ରେଙ୍ଗୁନ ଯାଇଥିଲା ବୋଲି ମଧ୍ୟ ଲୋକେ କୁହନ୍ତି । ସେଠି କେତେବର୍ଷ ରହି ଚାକିରୀ କରି ପୁଣି ଫେରିଥିଲା । ଆଉ ଯିଏ ରେଙ୍ଗୁନ୍ ଯାଇଛି ତା ସହିତ କିଏ ଅବା ଚାଲି ପାରିବ । ଛୋଟ କାତୀ ଟିଏ ଧରି ବାହାରିଲା ବୁଢ଼ା ଜଙ୍ଗଲ କୁ ।

ଜଙ୍ଗଲ ରେ କିଛି ଶାଳୁଆ ଦାନ୍ତ କାଠି ହାଣି ଗୋଟିଏ ଗଛ ମୂଳେ ବସି ପଡିଲା। କେମିତି କଣ ଆଖି ଲାଗିଗଲା। ହଠାତ୍ ତିନି ଘଣ୍ଟା ପରେ ନିଦ ଭାଙ୍ଗି ଗଲା । ଦେଖିଲା ସଞ୍ଜ ମାଡ଼ି ଆସିଲାଣି। ମାତ୍ର ବୁଢ଼ା ରାସ୍ତା ଭୁଲିଗଲା। ଯୁଆଡ଼େ ଯାଉଛି ରାସ୍ତା ସରୁନି । ଏପଟେ ମେଘୁଆ ପାଗ । ଯଦି ସୂର୍ଯ୍ୟ କିରଣ ପଡି ଥାଆନ୍ତା ତେବେ ପୂର୍ବ ଆଡ଼କୁ ମୁହାଁଇ ଚାଲିଥିଲେ ଗାଁ ଆସି ଯାଆନ୍ତା କିନ୍ତୁ ବୁଢ଼ା ର ଭାଗ୍ୟ ଖରାପ। ସେ ପୁଣି ଫେରୁଛି ଆଉ ଗୋଟିଏ ରାସ୍ତାରେ, ସେ ରାସ୍ତା ମଧ୍ୟ ସରୁନି । ଶେଷରେ ରାସ୍ତା ଖୋଜି ଖୋଜି ୨ ଘଣ୍ଟା ରୁ ଅଧିକ ହୋଇଗଲା। ବୁଢ଼ା ଭାବିଲା । ଅନ୍ଧାର ହେଲାଣି । ଆଉ ପାରିବିନି କହି ଗୋଟିଏ ବଡ ଶାଳ ଗଛ ଉପରେ ଚଢି ପଡ଼ିଲା ଏଵଂ ଉପରେ ଚାଦର ରେ ଦୋଳି କରି ସେଠି ଶୋଇବା ପାଇଁ ବ୍ୟବସ୍ଥା କରିବାକୁ ଲାଗିଲା ।

ସାଙ୍ଗରେ କିଛି ଖଜୁରୀ କୋଳି ଆଉ କିଛି କନ୍ଧ ମୂଳ ମଧ୍ୟ ରଖିଥିଲା ଘରକୁ ନେବା ପାଇଁ । ମାତ୍ର ସେ କଣ ଜାଣିଥିଲା ଯେ ଆଜି ରାତିକ ତାର ଗଛ ଉପରେ କଟିବ ବୋଲି । ଦେଖୁ ଦେଖୁ ରାତି ବଢ଼ିବାକୁ ଲାଗିଲା । ସମୟ ବଢ଼ି ବଢ଼ି ଯାଉଥାଏ ।

ସେ ସମୟରେ ଗଧିଆ ବାଘ ଜଙ୍ଗଲରେ ରୁହନ୍ତି ଏବଂ ବେଳେବେଳେ ଭାଲୁ ମଧ୍ୟ ଆସନ୍ତି । ସେ ଭୟ ମଧ୍ୟ ଥିଲା । ଯଦି ଭାଲୁ ଜାଣେ ତେବେ ତାକୁ ମାରି ନିଶ୍ଚୟ ଖାଇ ଦେବ । କାରଣ ଭାଲୁ ସହଜରେ ଗଛ ଚଢି ପାରିବ । ଚୁପ୍ ଚାପ୍ ତଳକୁ ଅନେଇ ଶୋଇ ବାକୁ ଚେଷ୍ଟା କରିଲା । ଜହ୍ନ ଆଲୁଅ ପଡୁଥିଲା । ଗଛ ମୂଳ ଅଳ୍ପ ଅଳ୍ପ ଦେଖା ଯାଉଥିଲା ।

ଏମିତି ମନଛୁଆଁ ଗଳ୍ପ ପଢ଼ିବା ପାଇଁ ଏହି Channel ରେ ଜଏନ କରନ୍ତୁ ।



ସେଦିନ ରାତିରେ ପ୍ରଧାନ ବୁଢ଼ା ଯାହା ଦେଖିଲା ତା ଜୀବନରେ ଆଉ କେହି ଦେଖି ନଥିବେ । ସେ ଦେଖିଲା ଯେ ସେଦିନ ଜଙ୍ଗଲ ରେ କିଛି ଗୋଟିଏ ସଭା ହେଉଥିଲା । ସବୁ ପଶୁ ମାନେ ଗୋଟିଏ ପରେ ଗୋଟିଏ ଆସୁଥାନ୍ତି ଏବଂ ସେହି ଗଛ ପାଖରେ ହିଁ ସେମାନଙ୍କ ଭିଡ ଜମି ଥିଲା ।

ପ୍ରଥମେ କିଛି ବିଲୁଆ ଆସିଲେ । ପରେ ଦୁଇ ତିନିଟା ଗଧିଆ ବାଘ ଆସିଲେ । ଧିର ସ୍ୱର ରେ ସମସ୍ତେ ଆସି ସେଠି ଭିଡ ଜମାଇଥିଲେ । କିଛି ବଣୁଆ ଘୁଷୁରୀ(ବାରହା) ଆସିଲେ । ତାପରେ ଭାଲୁ ଆସିଲା ଏବଂ ଶେଷରେ ଚିତା ଭାଗ ଟିଏ ଆସିଲା । ଏତିକି ସବୁ ବୁଢ଼ା ଦେଖୁଥିଲା ଏପଟେ ତାକୁ ଡର ମଧ୍ୟ ମାଡୁ ଥିଲା । କାଳେ ଯଦି ଚାଦର ଛିଣ୍ଡି ଗଲା ତେବେ ଆଜି ସବୁ ପଶୁ ମାନେ ମିଶି ମୋର ରାତ୍ରି ଭୋଜନ କରି ଦେବେ କିନ୍ତୁ ତାହା ସମ୍ଭବ ନଥିଲା କାରଣ ଜୀବନକୁ କାହାର ଭୟ ନାହିଁ । ସେ ଆଗରୁ ଟାଣ କରି ବାନ୍ଧି ରଖିଥିଲା । ସମସ୍ତେ ଆସି ରୁଣ୍ଡ ହେଲେ ହେଲେ ଏମିତି ଲାଗୁଥିଲା ଯେ ତଥାପି ସେମାନେ ଆଉ କାହାକୁ ଅପେକ୍ଷା କରି ଥିଲେ ।


କିଛି ସମୟ ପରେ ଆଉ ଜଣେ ଆସିଲା । ତାକୁ ଦେଖି ପ୍ରଧାନ ବୁଢ଼ା ର ଯେମିତି ଏକ ବାହାରି ଯିବ ଭଳି ଅନୁଭବ ହେଲା । ପ୍ରାୟ ୯ଫୁଟ ଉଚ୍ଚତା, ବାଘ ଛାଲର ବସ୍ତ୍ର, ଲମ୍ବା ବାଳ ଏବଂ ଗୋଟିଏ ସିଂହ ମୁଣ୍ଡ ର ମୁଖା ଟିଏ ପିନ୍ଧିଥିବା ଗୋଟିଏ ବିରାଟ ମଣିଷ ଟିଏ। ସେ ଆସିଲା ବେଳେ ଯେମିତି ତାର ପଛରେ କିଛି ଆଲୋକ ତାକୁ ଅନୁସରଣ କରୁଥିଲେ। ସେ ମଣିଷ ଟି ଯେମିତି ଚମକୁ ଥିଲା। ବୁଢ଼ା କୁ ଅଳ୍ପ ନିଦ ଆସୁଥିଲା । ତାକୁ ଦେଖି ତାର ସବୁ ନିଦ ଉଡିଗଲା । ସେ ବିରାଟ ମଣିଷ ଟି ଯେତେବେଳେ ଆସି ପହଞ୍ଚିଲା । ଜଙ୍ଗଲ ରେ ରୁଣ୍ଡ ହୋଇଥିବା ସମସ୍ତ ପଶୁ ମାନେ ମୁଣ୍ଡ ନୁଆଇଁ ପ୍ରଣାମ କରିଲେ । ବୁଢ଼ା ଭାବୁଥାଏ ଏ ଲୋକଟି କିଏ ? ପ୍ରଧାନ ବୁଢ଼ା ବହୁତ୍ ଚାଲାକ୍ ଥିଲେ ମଧ୍ୟ, ସେ ସେଠି ଚୁପ୍ ରହିବା ପାଇଁ ଉଚିତ୍ ମନେ କରିଲା। ତାର ଟିକେ ଚଗଲାମି ରେ ତାର ଜୀବନ ମଧ୍ୟ ଚାଲି ଯାଇ ପାରେ।

ବିରାଟ ମଣିଷ ଆସି ସମସ୍ତ ପଶୁ ମାନଙ୍କୁ କିଛି ଶବ୍ଦ ମାଧ୍ୟମରେ କହିବାକୁ ଲାଗିଲା । ବୁଢ଼ା ସେ ଶବ୍ଦ କୁ ପ୍ରଥମ କରି ଶୁଣୁ ଥିଲା । ମାତ୍ର ସେ ବୁଝି ପାରୁ ନଥିଲା । ପ୍ରାୟ ୪୦ ମିନିଟ୍ ପାଖାପାଖି ଏମିତି ସଭା ପରେ ସେ ବିରାଟ ମଣିଷ ଏତେ ଶୀଘ୍ର କୁଆଡେ ଚାଲିଗଲା, ପ୍ରଧାନ ବୁଢ଼ା ମଧ୍ୟ ଜାଣି ପାରିଲା ନାହିଁ । ତାପରେ ପଶୁ ମାନେ ଯିଏ ଯୁଆଡେ ଚାଲି ଗଲେ ।

ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ



ପଶୁ ମାନଙ୍କ ସଭା ତ ସରିଗଲା ହେଲେ ପ୍ରଧାନ ବୁଢ଼ା ର କିଛି ସମୟ ପାଇଁ ନିଦ ହଜିଗଲା । ଅନେକ ପ୍ରଶ୍ନ ?? ସେ ଲୋକଟି କିଏ ?? ସେ ଏମିତି ମୁଖା ପିନ୍ଧି କାହିଁକି ଆସିଥିଲା ?? ସେ ପଶୁ ମାନଙ୍କୁ କଣ ଆଦେଶ ଦେଇ ଚାଲି ଗଲା ?? କଣ ସେ ଏହି ଜଙ୍ଗଲ ର ରାଜା ?? ନା ସର୍ଦାର?? ଏମିତି କେତେ ପ୍ରଶ୍ନ ? ଭାବି ଭାବି ବୁଢ଼ା କୁ କିଛି ଘଣ୍ଟା ପରେ ନିଦ ଆସିଗଲା।

ଆଖି ଖୋଲିଲା ବେଳକୁ ସକାଳ ହୋଇ ଯାଇ ଥାଏ। ଧୀରେ ଧୀରେ ତଳକୁ ଓହ୍ଲାଇଲା । ରାତିରେ ସେ ବିରାଟ ମଣିଷ ଟି ଧରିଥିବା ଲମ୍ବା ବାଡି ରଖିଥିବା ସ୍ଥାନକୁ ଗଲା । ସେଠି ବାଡି ରଖିବାର କିଛି ଚିହ୍ନ ଥିଲା । ବୁଢ଼ା ର ମନରେ ପୁଣି ଡର ମାଡ଼ି ବସିଲା । ବୁଢ଼ା ଯେତେ ଶିଘ୍ର ପାରିଲା ସେ ଜଙ୍ଗଲ ଛାଡ଼ି ସୂର୍ଯ୍ୟ କିରଣ କୁ ଅନୁସରଣ କରି ଗାଁ ରେ ଆସି ପହଞ୍ଚିଲା।

ସେଦିନ ବୁଢ଼ା କୁ ଭୀଷଣ ଜ୍ଵର। ବୁଢ଼ା ଗତ ରାତିରୁ କିଛି ଖାଇନି। ତୁଳସୀ ପତ୍ର ଆଉ କିଛି ମସଲା ଗୁଣ୍ଡ କରି ତାକୁ ସିଝାଇ ପିଇଲା। ରୋଷେଇ କରି ପାରିଲା ନାହିଁ । ସାଥିରେ ଆଣିଥିବା କନ୍ଧ ମୂଳ କୁ ଖାଇ ସେଦିନ ଶୋଇଲା ।

ତା ପର ଦିନ ବୁଢ଼ା ର ଜ୍ଵର ତ ଠିକ୍ ହୋଇଗଲା । ହେଲେ ସେ ପ୍ରଶ୍ନ ର ଉତ୍ତର ସେ କୋଉଠୁ ପାଇବ ?? କିଏ ଦେବ? ତାର ପ୍ରଶ୍ନ ର ଉତ୍ତର । ଏମିତି ରେ ଗାଁ ଲୋକେ କୁହନ୍ତି ଏ ତ ପାଗଳ ବୁଢ଼ା ଟା । ପୁଣି ଏହି କଥା କହିବି ତେବେ ମୋତେ ସତରେ ପାଗଳ କରି ରାଞ୍ଚି ପଠେଇ ଦେବେ ।

ତଥାପି ବୁଢ଼ା ପାଖରେ ଯେଉଁ ଲୋକ କଥା ହେବାକୁ ବସୁଥିଲେ ସେ ସମସ୍ତଙ୍କୁ ଏହି କଥା କହିଲା । ସମସ୍ତେ ହସିଲେ । ବେକାର କଥା ?? ବିରାଟ ମଣିଷ ?? ତାକୁ ପୁଣି ଚିତା ବାଘ, ଆଉ ଭାଲୁ ମୁଣ୍ଡିଆ ମାରୁଛି?? ହା ହା ହା, ହସି ହସି ଲୋକେ ତାର ମଜା ଉଡେଇ ବାକୁ ଲାଗିଲେ । କିନ୍ତୁ ପ୍ରକୃତରେ ବୁଢ଼ା ଉତ୍ତର ପାଇ ପାରିଲା ନାହିଁ । ଗାଁ ସାରା ସମସ୍ତ ଲୋକଙ୍କ ପାଖେ ଖବର ପହଞ୍ଚି ଗଲା ଯେ ବୁଢ଼ା ପୁଣି ଜଙ୍ଗଲ ର ସର୍ଦାର କୁ ଦେଖିଲା ସେ ପୁଣି ମଣିଷ ଟିଏ ??

କେହି ମଧ୍ୟ ବୁଢ଼ା ର କଥା କୁ ବିଶ୍ୱାସ କରିଲେ ନାହିଁ । ଶେଷରେ ବୁଢ଼ା ର ପ୍ରଶ୍ନ , ପ୍ରଶ୍ନ ରେ ହିଁ ରହିଗଲା । କିଛି ବର୍ଷ ପରେ ବୁଢ଼ା ମଧ୍ୟ ଆର ପାରି କୁ ଚାଲିଗଲା। ବୁଢ଼ା ର ପ୍ରଶ୍ନ ର ଉତ୍ତର କେହି ଦେଇ ପାରିଲେ ନାହିଁ ।

ହେଲେ ଏହି କାହାଣୀ କୁ ଗାଁ ର ସବୁ ଲୋକ ଶୁଣିଲେ କିଏ ବିଶ୍ୱାସ କରିଲା ତ କିଏ ନାହିଁ ?

ତେବେ ଏଠି ମୋର ପ୍ରଶ୍ନ ଯେ?? କଣ ସତରେ ଏମିତି ସମୟ ଥିଲା ?? ଆଉ ସେ ମୁଖା ପିନ୍ଧା, ବାଘ ଛାଲ ପିନ୍ଧା ବିରାଟ ମଣିଷ ଟା କିଏ ??


ଆଉ ଆଜି ପର୍ଯ୍ୟନ୍ତ ପ୍ରଧାନ ବୁଢ଼ା ର କଥା ଗୁଡାକ କାହାଣୀ ହୋଇ ରହିଗଲା । ସେ ପ୍ରଶ୍ନ ର ଉତ୍ତର ଆଜି ପର୍ଯ୍ୟନ୍ତ ମିଳିଲା ନାହିଁ ।

ଯଦି ଉତ୍ତର ଥାଏ ତେବେ କମେଣ୍ଟ ବକ୍ସ ରେ ଲେଖିବାକୁ ସଙ୍କୋଚ କରିବେ ନାହିଁ।


ଏହି କାହାଣୀ ଟି କେମିତି ଲାଗିଲା ଜଣାଇବାକୁ ଅନୁରୋଧ ।

ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ…



@bhuyansblog

ବିଲେଇ ଆକାଶରେ ଉଡୁଛି



ଗୋଟିଏ ରାଜ୍ୟ ରେ ଜଣେ ରାଜା ଥିଲେ । ତାଙ୍କୁ ଗପ ଶୁଣିବାକୁ ଭାରି ଭଲ ଲାଗେ । ସେ ନିଜ ରାଜ୍ୟ ରେ ଘୋଷଣା କରିଲେ ଯେ ଯିଏ ରାଜାଙ୍କୁ ଭଲ ଗପ କହି ମନ ମୋହିତ କରି ପାରିବ, ରାଜା ନିଜ କନ୍ୟା ସହ ତାଙ୍କୁ ବିବାହ କରାଇବେ। ସାରା ରାଜ୍ୟ ର ଲୋକ ଏହି ଘୋଷଣାକୁ ଶୁଣି ଗପ କହିବା ପାଇଁ ଅଭ୍ୟାସ କରିଲେ ।

ସ୍ୱାଧୀନ ବୋଲି ଗୋଟିଏ ପିଲା ଥିଲା । ସେ ବହୁତ୍ ଗରିବ, ଖାଇବାକୁ ମଧ୍ୟ ତା ପାଖରେ କିଛି ନଥିଲା । ସେ ଆଉ ତାର ଦୁଇ ବୁଢା ବାବା, ମାଆ ଥିଲେ । ବାବା ଥିଲେ ଜଣେ ଅନ୍ଧ ଏବଂ ମାଆ ଅପଙ୍ଗ। ସେମାନଙ୍କ ପାଇଁ ସେ ସମୟରେ ଔଷଧ ମଧ୍ୟ କିଣି ପାରୁ ନଥିଲା । ରାଜା ଙ୍କର ଏହି ଘୋଷଣା ଯେମିତି ସ୍ୱାଧୀନ ପାଇଁ ଗୋଟେ ବଡ଼ ସୁଯୋଗ ଥିଲା । ଯେ ସେ ରାଜ ଦରବାର ରେ ଥରେ ପହଞ୍ଚି ପାରିବ ତ। ନିଜ ବାବା ଓ ମାଆ କୁ ଗରିବ ସ୍ଥିତି ରୁ ବାହାର କରିବା ପାଇଁ ସେ ଥରେ ଚେଷ୍ଟା କରି ପାରିବ ଭାବି ବାହାରିଲା ଦରବାର ଅଭିମୁଖେ ।

ସେ ରାଜା ଙ୍କ ଦରବାର କୁ ଯାଇ ନାମ ଲେଖାଇ ଆସିଲା ଏବଂ ସେ ଗପ କହିବ । ସେ ସିନା ନିଜ ପରିବାର ପାଇଁ ଯାଇଛି କିନ୍ତୁ ସେ କଣ ଗପ କହିବ, କିଛି ଜାଣି ନଥିଲା । ଗୋଟିଏ ଦିନ ପରେ ରାଜା ଙ୍କୁ ଗପ ଶୁଣାଇବ, ପୁରା ଦିନ ସେ ଭାବିଲା । ପ୍ରତି ଦିନ ଦଶ ଜଣ ଲେଖାଏଁ ଲୋକ ଗପ କହୁଥିଲେ। ସେ ରାଜ ଦରବାର ରେ କେବଳ ଜଣେ ହିଁ ଛୋଟ ପିଲା ଗପ କହିବାକୁ ଆସିଥିଲା। ଯେଉଁ ଦିନ ସ୍ଵାଧୀନ ଗପ କହିବ ତାର ପୂର୍ବ ଦିନ ଗପ ର ନାମ କହିବାକୁ ପଡେ । ସ୍ୱାଧୀନ ଭାବି ଭାବି ଗପର ନାମ କହିଦେଲା ” ବିଲେଇ ଆକାଶରେ ଉଡୁଛି” । ଏହା ଶୁଣି ସମସ୍ତେ ଆଶ୍ଚର୍ୟ୍ଯ । ସବୁ ଲୋକ ଭାବିଲେ ଏମିତି ମଧ୍ୟ ଗପ ଅଛି ? ତାହା ପୁଣି ” ବିଲେଇ ଆକାଶରେ ଉଡୁଛି”। ଏହା ଏକ ଅଦ୍ଭୁତ ଗପ ହୋଇଥିବ । ଗପର ନାମ ଶୁଣି ରାଜା ମଧ୍ୟ ଆଗ୍ରହୀ ହେଲେ।

ପର ଦିନ ରାଜ ଦରବାର ରେ ନିଜ ରାଜ୍ୟ ସହ ପଡୋଶୀ ରାଜ୍ୟ ର ଲୋକ ମଧ୍ୟ ଗପ ଶୁଣିବାକୁ ଆସିଥିଲେ। ରାଜ ଦରବାର ରେ ସ୍ବାଧିନ କୁ ଦେଖି କିଛି ଲୋକ ବୁଟୁର ବାଟୁର ହୋଇ ହସି ହସି କଥା ହେଲେ ଯେ ” ଏ ଛୋଟ ପିଲାଟି କଣ ଗପ କହିବ ? ଆଉ ସେ ପୁଣି ରାଜ କନ୍ୟା କୁ ବିବାହ କରିବ ??? ଆଉ ଏମିତି ବହୁତ୍ କିଛି କଥା ହେଉଥିଲେ । ରାଜା ଓ ରାଜକନ୍ୟା ଏବଂ ଅନ୍ୟ ଲୋକ ସବୁ ରାଜା ଙ୍କ ଦରବାର ରେ ଉପସ୍ଥିତ ହେଲେ। ସମସ୍ତେ ଗପ ଶୁଣିବା ପାଇଁ ଅପେକ୍ଷା କରିଥିଲେ । ସ୍ୱାଧୀନ ବହୁତ୍ ଲୋକଙ୍କୁ ଦେଖି ତା ମନରେ ଭୟ ଜାତ ହେଲା । ପୁଣି ନିଜ ବାପା ଓ ମାଆଙ୍କ କଥା ଭାବି, ମନରେ ସାହସ ବାନ୍ଧି, ନ ଡରି ଗପ କହିବା ଆରମ୍ଭ କଲା।

ଗୋଟିଏ ଛୋଟ ବ୍ରାହ୍ମଣ ପରିବାର ରେ ଗୋଟିଏ ଧଳା ବିଲେଇ ଟିଏ ଥିଲା । ସେ ସେହି ପରିବାର ଜଣେ ସଦସ୍ୟ ହୋଇ ଯାଇଥିଲା । ପ୍ରତ୍ୟେକ ସଦସ୍ୟ ତାକୁ ଖୁସିରେ ” ରାଣୀ ” ଡାକୁଥିଲେ । ଦିନେ ଗୋଟିଏ କୁକୁର ତା ପଛରେ ପଡିଗଲା । ବାରି ପଟୁ ଗୋଡ଼ାଇ ଗୋଡ଼ାଇ ଆଣି ଦାଣ୍ଡ ରେ ପହଞ୍ଚିଲା । ସେ କୁକୁର ତାକୁ ଚୋବାଇ ମାରିବାକୁ ଚେଷ୍ଟା କରୁଥିଲା । ଭାଗ୍ୟ ବଶତଃ ସେ କୁକୁର ହାବୁଡ଼ରେ ପଡିଗଲା ଏବଂ ବିଲେଇ କୁ କୁକୁର ଏମିତି ଚୋବାଈଲା ଯେ ବିଲେଇ ଦେହରୁ ପ୍ରାଣ ଉଡିଗଲା । ମରିଗଲା ପରେ କୁକୁର ଆଉ କଣ କରିଥାନ୍ତା ଯେ ସେ ଯେତେବେଳେ ଜାଣିଲା ଯେ ବିଲେଇ ମରିଗଲା । ସେ ପ୍ରାଣ ବିକଳରେ ଧାଇଁ ପଳେଇ ଗଲା । ଏମିତି ରେ କୁକୁର ବିଲେଇ ଶତ୍ରୁତା ବହୁ କାଳରୁ ଅଛି । କିଛି ସମୟ ପରେ ସେ ଘର ଲୋକ ରାଣୀ କୁ ଖୋଜିବାକୁ ଲାଗିଲେ। ଶେଷରେ ସେ ଘର ର ସାନ ପୁଅ କୁନା ଆସି ଦେଖିଲା ଯେ ରାଣୀ କୁ କେହି ଚୋବେଇ ମାରି ଦେଇଛି। ତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଏବଂ ବିକଳା ମନରେ ସମସ୍ତେ କାନ୍ଦିଲେ ଏବଂ ବ୍ରାହ୍ମଣ ପରିବାର ଯୋଗୁ ପରିବାର ଲୋକେ କହିଲେ। କୁନା, ତୁ ସେ ବିଲେଇ କୁ ନେଇ ପାଖ ପଡିଆ ରେ ଗାତ ଖୋଳି ପୋତି ଦେବୁ । ଏବଂ ପାଖ ପୋଖରୀ ରେ ଗାଧୋଇ ଆସି ଯିବୁ। କୁନା ମଧ୍ୟ ସେମିତି କରିଲା କିନ୍ତୁ କୁନା ମନରେ ଭୟ ଥିଲା ଯେ କାଳେ ରାଣୀ ବିଲେଇ ର ଭୂତ ଆସି ତାକୁ ଡରେଇବ ନାହିଁ ତ ? ସେ ଅଳ୍ପ ପୋତି, ଗାଧୋଇ ଘରକୁ ଧାଇଁ ଆସିଲା।

ରାତିରେ ବିଲୁଆ ମାନେ ବିଲେଇ ପୋତି ଥିବା ସ୍ଥାନରେ ପହଞ୍ଚି ତାର ସବୁ ମାଂସ ଖାଇ ସାରି କେବଳ ବିଲେଇ ର ଚମଡା ଟି ପଡ଼ି ଥାଏ । ରାତି ପାହି ସକାଳ ହେଲା। କୁନା ଦାନ୍ତ ଘଷିବା ପାଇଁ ଦାଣ୍ଡ ରେ ଆସି ବସିଲା। ସେ ମନେ ମନେ ଭାବିଲା । ସେ ବିଲେଇ ପୋତି ଥିବା ଜାଗାରେ ପହଞ୍ଚିଲା । ଦେଖିଲା ସେଠି ତ ମାଟି ଖୋଳା ଯାଇଛି ଏବଂ ବିଲେଇ ନାହିଁ । କୁନା ମନରେ ପୁଣି ଭୟ ଜାତ ହେଲା । ସେ ଡର ରେ ଥରିବାକୁ ଲାଗିଲା । ସେ ଭାବିଲା ଯେ ଲୋକେ କୁହନ୍ତି ମାଟି ରେ ପୋତି ଦେଲେ କିଛି ପ୍ରାଣୀ ବଞ୍ଚି ଯାଆନ୍ତି । ବୋଧ ହୁଏ ବିଲେଇ ବଞ୍ଚି ଯାଇଥିବ ନହେଲେ ସେ ଭୂତ ହୋଇ ବୁଲୁ ଥିବ ଭାବି ଆକାଶ କୁ ଯେତେବେଳେ ଅନେଇଛି ହଠାତ୍ ବିଲେଇ ଉଡ଼ି ଉଡ଼ି ଯେମିତି ତା ପାଖକୁ ଆସୁଛି । ସେ ଭାବିଲା ବିଲେଇ ସତରେ ଭୂତ ହୋଇ ଯାଇଛି ଏବଂ ସେ ମୋତେ ମାରିବାକୁ ଆସୁଛି । ସେ ସେଠୁ ବଡ ପାଟିରେ ଚିତ୍କାର କରି ଆସିଲା ଯେ ଭୂତ… ଭୂତ… ଭୁତ… ” ବିଲେଇ ଆକାଶରେ ଉଡୁଛି ” ” ବିଲେଇ ଆକାଶରେ ଉଡୁଛି ” ରେ ଏମିତି କହି ନିଜ ଘରକୁ ଦଉଡ଼ି ଗଲା ଏବଂ ମା କୋଳରେ ଯାଇ ଲୁଚି ବସିଲା । ମା ପଚାରିଲେ କଣ ହେଲା ବାବୁ । କୁନା ଥରି ଥରି କହିଲା, ମା ମା ବିଲେଇ ଭୂତ ଆଉ ସେ ଆକାଶରେ ଉଡୁଛି । ମା ହସି ହସି କହିଲେ, ବାବୁ ରେ ଭୁତ ବୋଲି ଦୁନିଆରେ କିଛି ନାହିଁ । ଆମ ମନରେ ଥିବା ଭୟ ଆମକୁ ବିଭିନ୍ନ ରୂପ କୁ ଆମ ଆଖି ଆଗରେ ରଖି ତାକୁ ଭୁତ ର ରୂପ ଦିଅନ୍ତି । କୁନା କହିଲା ନାହିଁ ମା, ପ୍ରକୃତରେ ଭୁତ ଥିଲା । ଚାଲନ୍ତୁ ଦେଖିବେ । ତାପରେ କୁନା, ତାର ମା ଏବଂ ବାପା ମିଶି ସେ ପଡିଆ କୁ ଗଲେ । ସେଠି ଦେଖିଲେ , ବିଲେଇ ର ଚମଡା ଟି ପଡ଼ି ଥାଏ । ଉପରକୁ ଦେଖିଲେ କିଛି ଚିଲ ଉପରେ ଉଡୁ ଥାଆନ୍ତି । ଏବେ କୁନା ର ମା ବୁଝିଗଲା । କୁନା କୁ ବୁଝେଇ କହିଲେ । ପ୍ରକୃତରେ ବିଲେଇ ଭାବି ଚିଲ ତାକୁ ଉଠେଇ ନେଲା । କିନ୍ତୁ ଅନ୍ୟ ଚିଲ ସହିତ ଝଗଡ଼ା ରେ ସେ ତାଙ୍କ ପଞ୍ଝା ରୁ ଖସି ଆସିଲା । ଚମଡା ତ ହାଲୁକା ସେଥିପାଇଁ ସେ ତଳକୁ ଖସିବା ସମୟରେ ଦୋଳାୟମାନ ହୋଇ ତଳକୁ ଆସିଲା ଏବଂ ତୁମେ ତାକୁ ଦେଖି ତୁମକୁ ଉଡିବା ଭଳି ଅନୁଭବ ହୋଇ ଥିବ । କୁନା, ମା କୁ ଚାହିଁ କହିଲା, ମା ହଁ ସେମିତି ହୋଇ ଥାଇ ପାରେ କାରଣ ଦୁଇଟି ଚିଲ ଏକା ଥରକେ ମୋ ଆଡକୁ ସେତେବେଳେ ଉଡ଼ି ଆସୁଥିଲେ । କୁନା ପୁଣି ପଚାରିଲା ଯେ ବିଲେଇ ର ହାଡ ମାଂସ ସବୁ କୁଆଡେ ଗଲା ? ମା କହିଲେ ରାତିରେ ବିଲୁଆ ମାନେ ଆସି ଖାଇ ଯାଇଥିବେ। କୁନା ମୁଣ୍ଡ ହଲେଇ କହିଲା ହଁ ହଁ ଠିକ୍ କଥା । ତାପରେ କୁନା ପୁଣି ସେ ବିଲେଇ ଚମଡା କୁ ନେଇ ତାକୁ ଅଧିକ ଗଭୀର ଗାତ ଖୋଳି ତାକୁ ପୋତି ଆସିଲା ଏବଂ କହିଲା ସତରେ ମା, ମୁଁ ଗତ କାଲି ଠାରୁ ବିଲେଇ ଭୁତ ବୋଲି ଭାବୁଥିଲି ସେଥିପାଇଁ ମୋତେ ଭୁତ ବୋଲି ଅନୁଭବ ହେଲା । ଏବେ ମୁଁ ବିଲକୁଲ ଭାବିବି ନାହିଁ । ଏବଂ ସମସ୍ତେ ଘରକୁ ଫେରିଲେ ।

ଏତିକି କହି ସ୍ଵାଧୀନ ପ୍ରଣାମ କରି , ଗପ ଟି ସରିଲା ମହାରାଜ । କହି ମୁଣ୍ଡିଆ ଟିଏ ମାରିଲା। ଏତିକି ପରେ ପୁରା ରାଜ ଦରବାର ତାଳି ରେ କମ୍ପି ଉଠିଲା । ଏମିତି ତାଳି ଆଗରୁ କେବେ ଶୁଣା ଯାଇ ନଥିଲା । ସ୍ବାଧିନ ର ଗପ ରେ ମୁଗ୍ଧ ହୋଇ ରାଜା ନିଜ ସିଂହାସନ ରୁ ଉଠି ଆସି ସ୍ବାଧିନ କୁ ସାବାସ ଜଣାଇଲେ। ଏବଂ କହିଲେ ତୁମେ କୋଉଠୁ ସିଖିଛ । ସ୍ବାଧିନ କହିଲା, ମହାରାଜ ମୁଁ ବେଳେବେଳେ କାହାଣୀ ପଢ଼େ ଆଉ ଲେଖେ ମଧ୍ୟ । ରାଜା ପୁଣି ଖୁସି ହେଲେ ଏବଂ ନିଜ ଗଳା ରୁ ମୋତି ମାଳି ଟିଏ ବାହାର କରି ସ୍ବାଧିନ ଗଳା ରେ ପିନ୍ଧେଇ ଦେଇ କହିଲେ। ତୁମ କଥାରେ ମୁଁ ବହୁତ୍ ଖୁସି କିନ୍ତୁ ମୋର ସର୍ତ୍ତ ଅନୁଯାୟୀ ମୁଁ ତୁମ ଗପ ରେ ଖୁସି ହେଲି କିନ୍ତୁ ତୁମ ବୟସ ଠାରୁ ଏବଂ ମୋର ପୁତ୍ରି ର ବୟସ 15 ବର୍ଷ ଅଧିକ ହେବ । ସ୍ବାଧିନ ଅଳ୍ପ ହସି କହିଲା, ମହାରାଜ ମୋତେ ଏହି ରାଜ ଦରବାର ରେ କହିବାକୁ ସୁଯୋଗ ମିଳିଲା ତା ଠାରୁ ବଡ ଉପହାର ଆଉ କଣ ହୋଇ ପାରେ। ରାଜା କହିଲେ, ତେବେ ମୋ ସର୍ତ୍ତ ପ୍ରକାରେ ତୁମେ ଯୋଗ୍ୟ ବର ପାତ୍ର ହେବା ପାଇଁ ତୁମକୁ 15 ବର୍ଷ ସମୟ ଲାଗିବ ଏବଂ ମୋର ପୂତ୍ରି କୁ ମୁଁ 15 ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରେଇ ପାରିବି ନାହିଁ । ସ୍ବାଧିନ କହିଲା, ମହାରାଜ ମୁଁ ଏଥି ଆପଣଙ୍କ ପୁତ୍ରୀ କୁ ବିବାହ ଲାଳସା ରେ ଆସି ନଥିଲି । ଯଦିଓ ତୁମେ ମୋ ଗପ ରେ ମୁଗ୍ଧ ଅନୁଭବ କରିଛ ଏବଂ ତୁମେ ସର୍ତ୍ତ କୁ ଭାଙ୍ଗ କରିବା ପାଇଁ ଚାହୁଁ ନାହଁ ତେବେ ବିବାହ ବଦଳରେ ମୋତେ କିଛି ଉପହାର ଦେଲେ ମୁଁ ଖୁସି ହୁଅନ୍ତି। ରାଜା ପଚାରିଲେ କୁହ ସ୍ବାଧିନ ତୁମର ଆଉ କି ଉପହାର ଦରକାର ? ସ୍ବାଧିନ କହିଲା, ମହାରାଜ ମୋର ବୃଦ୍ଧା ବାପା ମା ସେମାନଙ୍କ ପାଇଁ ମୁଁ ଦୁଇ ବେଳା ଖାଇବା ଯୋଗାଡ କରି ପାରୁନି ଏବଂ ତାଙ୍କ ପାଇଁ ଔଷଧ ର ବ୍ୟବସ୍ଥା କରି ପାରୁନି। ଯଦି ସେତିକି କରି ଦିଅନ୍ତି ତେବେ ଆପଣଙ୍କ ବହୁତ୍ ଉପକାର ହୁଅନ୍ତା । ରାଜା ସଙ୍ଗେ ସଙ୍ଗେ ଦରବାର ର ବୈଦ୍ୟ ଙ୍କୁ ଏବଂ କିଛି ଦୂତ କୁ ପଠେଇ କହିଲେ । ଏବେ ସଙ୍ଗେ ସଙ୍ଗେ ସ୍ବାଧିନ ଙ୍କ ବାପା ମା ଙ୍କୁ ରାଜ ଦରବାର ର ବୈଦ୍ୟ ଶାଳାରେ ଚିକିତ୍ସା ଆରମ୍ଭ କରା ଯାଉ ଏବଂ ସ୍ବାଧିନ ଙ୍କୁ ଆମ ପାଠ୍ୟ ଶାଳାରେ ତାଙ୍କୁ ଶିକ୍ଷକ ରୂପରେ ପଦାର୍ପଣ କରାଯାଉ । ରାଜା ଙ୍କ ଏତିକି କଥା ପରେ ପୁଣି ରାଜ ଦରବାର ତାଳି ରେ କମ୍ପି ଉଠିଲା ଏବଂ ରାଜା ଙ୍କ କଥା ଅନୁଯାଇ ଠିକ୍ ସେମିତି ପାଳନ ହେଲା ।

ପୂଜା ସ୍ୱାଇଁ (ଲେଖିକା)
ସୋଲଣ୍ଡି , ଗଞ୍ଜାମ ।

ଏଠି ଆପଣଙ୍କ ଲେଖା ପଠେଇ ପାରିବେ 👇👇👇

Dogs or Cats??

Dogs or cats?

A little story, a dog and a cat live in the same building, but they do not close each other and always fight about everything, if anything touch the dog so cat complaint to dad(House owner). dad know about his reason of fight but they don’t sleep each other they sleep at single place and cuddle type like Tom and Jerry. Dad bring two because dad loves both. But they fight all day or night but they loved very much each other. One day they fight each other and a beautiful vase broken by their fight. After broken they fear and how to tell to dad and what ?

At evening dad came and see the vase is broken. Dad call them, both are stand with head down mode. But dad didn’t anger on him and dad said , why are you fear I m not angry upon you if you fight each other so my valuable items broken one by one. If you’re satisfied then I m not angry. Both are feeling shame and came to dad and licking dad’s hand. Dad taking both and hugged tight. Then both are decided we are live happily but don’t fight each other.

On or further they don’t fight each other and live very happily. Both are show kindness by using their unique talents to help each other.

Bad ideas result always wrong ( Short Story )

A man sat down under a banyan tree near a forest after walking a long distance.

A few minutes later, he feels calm in the shade of the tree. 

Sitting under the tree, he thought that if there was a bed there, he would sleep in peace. 

Thinking so much, suddenly a bed came from the sky. 

He thought again that it would be better if the bed came with a mattress and a pillow, and immediately mattress and pillow also fell from the sky.  The man was very happy. 

He again wondered if I could have some water. 

While thinking so much, suddenly a bucket of water came.

He thought to himself what do I expect is coming soon? 

Then he decided that What can be so impossible?  Because my wife is far away, would she come and care for me ?? 

While he was thinking so much, suddenly his wife came down from the sky and walked towards him. 

He was startled and thought that this all was magic.

This is probably a ghost.  

He is probably doing all this to eat me. 

Just after the judgment, his wife took the form of a ghost and ate the man.
.
.
.
.

The way we think is sometimes getting wrong. 

And the man who now lost his life was sitting under such a tree where all that man could wish for and immediately full fill his wishes. 

Therefore, man should always think of bad ideas.  And unfortunately, it’s happened.

King Yama’s Messenger (Short story)

By the time I went to sleep that night, it was midnight. The mosquito net was ready to sleep. There is no question of getting up early in the morning because the Next day is Sunday. I put my mobile on the table 2 feet away and fell asleep.
After about 1 hour suddenly a grasshopper came and sat near my ear and my sleep was disturbed. I tried to grab the grasshopper and pull it out but she is holding my skin so tightly that she doesn’t want to let go of me. I felt that if I pulled too hard, my skin would shrivel up with the jingle. I gave up but I was afraid that she might bite me and I might get some infectious disease. I tried again but failed. Now I thought I can’t do it anymore.

I sat up. Suddenly I heard someone saying something
“What did you lose?? Failed to try?? “
I looked around the bed in fear, there was no one. Other friends are deep sleeping. Fear arose in my mind. He asked again “Didn’t you find me?”
I asked who are you, she said in a low voice “I am sitting next to your ear?”
To tell you the truth, I was so scared that my body began to sweat, and I started shaking with fear.
My mouth trembled, I asked again in a half-hearted voice, “Who are you, go away??”
On my questions, she said, “Do you want to know why have I come here? I must go, but I will take something with me?” But you have to obey whatever I say and do it??”
I said no!!! I won’t obey anything?
She said with a smile, “you have to obey you.”
I asked her why?
grasshopper said, time will tell you the answer to your every question, I am only a messenger for someone of this time.
I asked again in fear!
“What do you want from me?”
Out of fear, I could not dare to touch that grasshopper/messenger.
The messenger said, “What I want, what I want to do, I will tell you and you have to do it.” Otherwise, your life will be gone at this moment.
Everyone’s greed for his life is why he wants to lose.
I asked
“If I obey you, will you give me back my life?”
He said, “I told you from the beginning, didn’t I?”
I am a messenger only!!
My job is just to get you on time.
I am not obliged to answer more questions than that.

“Now you will follow me,” said the messengers, “if you turn back, you will surely die.”
I was forced to obey the messenger’s words.
He asked me to come out of the mosquito net and reach the porch.
After saying this, she flew away from my ear.
I was shaking with fear and seeing him understand I took a few breaths and thought to myself, I grew up anyway.
But I heard the sound of that messengers once again.
“If anyone delays then I can’t tolerate it, come to the porch as soon as possible”
Now I came out of the mosquito net in a helpless state. I screamed and tried to wake up my friends but no one could hear me.
“No one can hear our voice now and we will try our best, no one will hear your words or voice,” said the messenger
I stepped forward.
I wanted to know if I could go back again but where my feet fall the flat ground grabs my feet and forces me to move forward.
I reached the porch in a precarious condition.
On the porch, I saw that the tree has grown. A man has turned into a rag. Messenger was standing on two legs and she was trying to call me on the other leg. The red cloth is fluttering on the body. He stands holding a 5-foot-long sword in his hand.
He was a messenger of Yama and time is the king of Yama.
I slowly started moving forward. I could not turn back. Even so, I cannot move my head to turn back.
And I followed the messenger in a desperate state. After about 10 steps. I couldn’t see anything I felt like I was blind but my feet kept moving forward.
I feel like I walked about 500 meters. Suddenly the messenger said to me.
Stand up, O man. I stood still. Suddenly there was a light in my eyes. A light flashes before my eyes.
I turned around and looked. He was not present as a messenger, It was dark all around. There was only one bright light in front of him.
A voice came from that bright light
“O man, your end has come.” Now you are far away from earth. If you have a last wish then I am bound to fulfil your wish. Tell me, what do you want?
.
.
.
Just then, I heard a rustling sound.
.
.
.
.
Suddenly my sleep was interrupted. I thought, hey I had such a terrible dream and I just came back from dream rise but then my phone vibrates. When I tried to pick it up, it was cut. The phone call was from my friend Tushar.
Keeping the phone close. I came out of the mosquito net. I fold the mosquito net and kept it near the table. I re-sized the bed sheet and sat on the bed again.
I thought, what was this strange dream? Rubbing my face with my palms, I reached the porch.
I remembered that the messenger had called me to the porch in my dream. I continued to follow the road in the direction it told me to take.
After reaching the spot, I realized that there was no further road because there was only dense forest ahead.
In my right mind, I thought again. That was a dream, I wanted to go back.
Thinking so much, I turned back to go back. All of a sudden, my eyes fell on a grasshopper.
.
.
.
.
Fear again arose in the mind. My body trembled. I saw a grasshopper lying dead. That insect was a wild grasshopper. It’s about 7 inches or more.
Normal grasshopper length range from 5cm to 7cm. I’ve only seen up to 7 cm but this is weird it is about 7 inches long. A truly strange situation arose.
I came back with fear in my mind. I went to the bathroom and washed my face. I was forced to sit on the bed again and think.
Did Yam’s messenger come to pick me up???
And because he failed in his mission, her life was sacrificed???
Or a phone call that saved me from death??
What exactly is the truth???
I am trying to find ?? But I could not find the answer to that question.

If you have the answer to this question please let me know.
And you must write and tell how you like this story.

Thank you

A story from the authors directory.

ବରଷା ରାଣୀ

Barish, writer, puja swain, ବର୍ଷା, ବରଷା
ବରଷା ରାଣୀ
ବରଷା ରାଣୀ
ବରଷା ରାଣୀ ଲୋ
ବରଷା ରାଣୀ
ତୁ ହେଉଛୁ ଆମ ମୁକୁତା ମଣି।
ଯେବେ ତୁ ଆସୁ ଶବଦ କରି
ମନରେ ନେଇ ଖୁସି ଲହରୀ।
ତୋହରୀ ପାଣି ବୁନ୍ଦା କୁ ନେଇ
ସଭିଏଁ ନାଦ କରନ୍ତି ଏଠି
ତୋତେ ନେଇ କେତେ ଖୁସି ମନାନ୍ତି
ଦେଖରେ ଦେଖ
ଆକାଶୁ ଆଜି ଖସୁଛି ମୋତି।
ତୋହରୀ ଅମୃତ ଜଳୀୟ ବିନ୍ଦୁ
ଗଢା ହୋଇଯାଏ କେତେ ଯେ ସିନ୍ଧୁ।
ଯେବେ ତୁ ଛୁଇଁ ଦେଉ ଧରାକୁ
ନଦୀ ପୋଖରୀ ଫେରି ପାଆନ୍ତି ଖୁସିକୁ ।
ଯେବେ ଧରଣୀ ଗ୍ରୀଷ୍ମଋତୁରେ
ଉତପ୍ତ ହୋଇ ଥାଏ
ତୋହର ବର୍ଷା ଜଳରେ ସେତ
ଶିତଳ‌ ଶାନ୍ତ ହୁଏ।
ଚାଷୀ ଭାଇ ଚାଷ ପାଇଁକି
ଅନେଇ ବସେ ତୋ ବାଟ ଚାହିଁ
ଯେବେ ପଡଇ ତୋହର ଜଳ‌
କୃଷକ ଧରେ କୋଡ଼ି କୋଦଳ।
ବରଷା ରାଣୀ ଲୋ ବରଷା ରାଣୀ
ଯେବେ ତୁ ଆସୁ ଛମ୍ ଛମ୍ କରି
ବିଶ୍ବର ଜୀବ ଜଗତ ଶାନ୍ତ ହୁଏ ସେ କ୍ଷଣି।
ତୋହରୀ ଜଳ ପାଇଲା ପରେ
ସବୁଜ ଭରେ ବନ ତରୁ ଲତା
ସ୍ବର୍ଗ ପରି ଲାଗେ ଆମ ପୃଥିବୀ ଟା।
ତୋ ଋତୁ ଯେବେ ଆସଇ ଗଗନେ
ବରଷା ରାଣୀ କୁ ନେଇ
ଫଳ ଖାଦ୍ୟ ରେ ଅଭାବ ନ ଘଟଇ
ସଭିଙ୍କ ପେଟ‌ ଭରଇ ।
ପୂଜା ସ୍ୱାଇଁ (ଲେଖିକା)
ପୂଜା ସ୍ୱାଇଁ ଙ୍କ କିଛି ନୂତନ ଲେଖା ଗୁଡ଼ିକ

If the contents are helpful to share them with your friends, Thanking You.

ରାଜକନ୍ୟା ର ଗୁପ୍ତକଥା

Princess, ରାଜକନ୍ୟା ର ଗୁପ୍ତ କଥା, ଗୁପ୍ତ କଥା, ପୁଜା ସ୍ୱାଇଁ
ରାଜକନ୍ୟା ର ଗୁପ୍ତ କଥା
ଜୟନ ଗଡ ନାମକ ଗୋଟିଏ ରାଜ୍ୟ ଥିଲା । ସେଠୀ ଜଣେ ମହାନ ରାଜା ରାଜତ୍ଵ କରୁଥିଲେ । ରାଜା ପ୍ରତାପ‌ ମଣି ନାମରେ ବିଖ୍ୟାତ ଥିଲେ । ସେ ବହୁତ ରାଜ୍ୟକୁ ଜୟ କରି ନିଜ ଅଧିନରେ ରଖି ବହୁତ ଧନ ସଂପତ୍ତି ର ଅଧୀନ ଥିଲେ।
ତାଙ୍କର ପତ୍ନୀଙ୍କ ନାମ ସୁମତି ଏବଂ ଗୋଟିଏ ସୁନ୍ଦର ଶିଶୁ କନ୍ୟା ଥିଲା। ତାହାର ନାମ ସୁମିତ୍ରା। ସୁମିତ୍ରା ଦେଖିବାକୁ ବହୁତ ସୁନ୍ଦରୀ । ସତେ ଯେମିତି ସେ ଗୋଟେ ସ୍ବର୍ଗ ର ପରୀ । ହେଲେ କଣ ହେବ ରାଜା ନିଜ ଝିଅ କୁ କିଛି କାରଣ ବଶତଃ ଗୋଟିଏ ରାକ୍ଷସ କୁ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସେଥିପାଇଁ ସୁମତି ସବୁ ସମୟରେ ଝିଅ ପାଇଁ ଚିନ୍ତାରେ ରହୁଥାନ୍ତି।
ଦିନେ ରାଜା ରାଣୀ ସୁମତି କୁ ବୁଝାଇ କହିଲେ କି ତୁମେ ସବୁଦିନେ ଏମିତି ଚିନ୍ତା ରେ ରହିଲେ ସବୁ ସମସ୍ୟା ର ସମାଧାନ ହୋଇ ପାରିବ ନାହିଁ । ତୁମେ ନିଜକୁ ଯନ୍ତ୍ରଣା ଦିଅ ନାହିଁ । ମୋତେ ଘୃଣା ଅନୁଭବ ହେଉଛି। ମୁଁ ନିଜେ ରାଜା ହେବା ସତ୍ତ୍ୱେ ମଧ୍ୟ ନିଜ ଝିଅର ଜୀବନ ଗୋଟିଏ ରାକ୍ଷସ ହାତରେ ଦେବା ପାଇଁ କଥା ଦେଇଛି । ସୁମତି କାନ୍ଦି କାନ୍ଦି କୁହନ୍ତି ମହାରାଜ, ଆମେ କ’ଣ ଆମ ଝିଅ ର ଜୀବନ କୁ ଏମିତି ଜଳାଞ୍ଜଳି ଦେଇ ଦେବା ? ଆମ ଜୀବନ ପାଇଁ ଆମେ ତା ଜୀବନକୁ ବାଜି ଲଗେଇ ଦେଇ ଛନ୍ତି। ଆମେ ଏବେ କ’ଣ ଅବା କରି ପାରିବା ? ସବୁ କିଛି ସେ ରାକ୍ଷସ ହାତରେ ଅଛି । ଆମେ ଏବେ ନିରୁପାୟ ।
ଠିକ୍ ସେତିକିବେଳେ ସୁମିତ୍ରା ଆସି ପହଞ୍ଚିଲା। ବାପା ମା କ’ଣ ହେଲା ଆପଣଙ୍କ ର ?? ତୁମେ କ’ଣ ପାଇଁ କାନ୍ଦୁଛ ? ସୁମିତ୍ରା ଏହି ସବୁ କଥା କିଛି ଜାଣି ନଥିଲା କାରଣ ସେତେବେଳେ ସୁମିତ୍ରା କୁ ମାତ୍ର ଆଠ ବର୍ଷ ହୋଇଥିଲା। ସେଥି ପାଇଁ ରାଜା ଓ ରାଣୀ ସୁମିତ୍ରା କୁ କିଛି କହି ନଥିଲେ। ଏମିତି ଦେଖୁ ଦେଖୁ ବହୁ ଦିନ ବିତି ଗଲା । ପୁଣି ଥରେ ରାଣୀ ସୁମତି ରାଜା କୁ କହିଲେ, ମହାରାଜା ସେ ରାକ୍ଷସ ଆମ ଝିଅ କୁ ଏଥର ସେ ଆଉ ଛାଡ଼ିବ ନାହିଁ କାରଣ ସେ ସୁମିତ୍ରା କୁ ବିବାହ କରିବାକୁ କହିଛି। ତାର କହିବା ଅନୁସାରେ ତାକୁ ୧୫ବର୍ଷ ହେବା ପରେ ସେ ସୁମିତ୍ରା କୁ ନେଇ ଚାଲି ଯିବ । ଏବଂ ୧୫ ବର୍ଷହେବା ପାଇଁ ଅଳ୍ପ କିଛି ଦିନ ବାକି ଅଛି । ସେଦିନ ସିନା ସୁମିତ୍ରା ର ସୁନ୍ଦରତା ଦେଖି ତାକୁ ଛାଡି ଦେଇ କଥା ଦେଇ ଚାଲିଗଲା ।
ସେଦିନ ଆମେ ସେ ରାକ୍ଷସ କଥାକୁ ମାନି ସୁମିତ୍ରା କୁ ୧୫ ବର୍ଷ ପରେ ଦାନ କରିବା ପାଇଁ କାହିଁକି କଥା ଦେଲେ ? ରାଜା ରାଣୀ ବହୁତ ଚିନ୍ତାରେ ପଡିଲେ । ନିଜ ଝିଅ କୁ କିପରି ଏହି ବିଷୟରେ ଜଣାଇବେ ଚିନ୍ତାରେ ପଡିଲେ । ରାଜା କହିଲେ କାଲି ସୁମିତ୍ରା କୁ ସବୁ ସତ କହି ଦେବା। ରାଣୀ କହିଲେ ନାଁ ନାଁ ସେ ଏକଥା ଶୁଣି ସହି ପାରିବ ନାହିଁ । ରାଜା କହିଲେ ଆଉ କେତେ ଦିନ ଲୁଚାଇ ରଖିଥିବା ଏହି କଥା କୁ ? କାଲି ଆମେ ଆମର ଇଷ୍ଟ ଦେବତା ଙ୍କ ପାଖରେ ସବୁ ସତ କହି ଦେବା । ସକାଳୁ ଉଠି ରାଣୀ ସୁମତି, ସୁମିତ୍ରା କୁ ମନ୍ଦିର ଯିବାକୁ କହିଲେ ଏବଂ ତିନି ଜଣ ମିଶି ମନ୍ଦିର କୁ‌ ଗଲେ । ସେଠୀ ପହଞ୍ଚି ରାଣୀ ଓ ରାଜା ନିଜ ଝିଅ କୁ କୋଳେଇ ନେଇ ବହୁତ କାନ୍ଦିଲେ ସୁମିତ୍ରା ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲା। କ’ଣ ହେଲା ବାପା ଆପଣ କ’ଣ ପାଇଁ ଏମିତି କାନ୍ଦୁଛନ୍ତି । ରାଣୀ କହିଲେ ମା’ ରେ ଆମର ବହୁତ ବଡ ଭୁଲ୍ ହୋଇ ଯାଇଛି । ଆମ ଦୁଇ ଜଣକୁ କ୍ଷମା କରିଦେବୁ। ସୁମିତ୍ରା ପଚାରେ କ’ଣ କ୍ଷମା ?? କଣ ଭୁଲ୍ କରିଛ ତମେ??
ରାଣୀ ସୁମତି କୁହନ୍ତି ଯେ ଆମେ ନିଜ ଜୀବନ ଏବଂ ପ୍ରଜା ଙ୍କ ଜିବନ ବଦଳରେ ତୋ ଜୀବନ ଗୋଟିଏ ରାକ୍ଷସ ହାତରେ ଟେକି ଦେଇଛୁ। ସେତେବେଳେ ଆମ ରାଜ୍ୟ କୁ ଗୋଟିଏ ରାକ୍ଷସ ନିଜ ଅଧିକାର କରି ନେଇ ଥିଲା ଏବଂ ଆମ ରାଜ୍ୟ ର ସବୁ ଲୋକଙ୍କୁ ମାରିବା ଆରମ୍ଭ କରିଦେଲା। ପ୍ରତି ଦିନ ସେ ୧୦ରୁ ଅଧିକ ଲୋକଙ୍କ ଜୀବନ ନେଉଥିଲା। ଏହା ଦେଖି ତୋ ବାପା ନିଜ ପ୍ରଜାଙ୍କ ଜୀବନ ବଞ୍ଚାଇବାକୁ ସେ ରାକ୍ଷସ ସହିତ ଯୁଦ୍ଧ କରିଲେ କିନ୍ତୁ ତୋ ବାପା ଙ୍କୁ ସେ ପରସ୍ତ୍ରକରି ମାରିବାକୁ ଚେଷ୍ଟା କରିବା ସମୟରେ ମୁଁ ଯାଇ ପହଞ୍ଚିଲି । ତୁ ସେ ସମୟରେ ୮ ବର୍ଷର ଥିଲୁ । ତୋତେ ଦେଖି ସେ ରାକ୍ଷସ କହିଲା ଯେ ଏ ରାଜ କନ୍ୟା କୁ ମୋତେ ଖାଇବାକୁ ଦେଲେ ମୁଁ ଏଇ ରାଜ୍ୟ ଛାଡି ଚାଲିଯିବ। ସେତେବେଳେ ମୋତେ ଆଉ କିଛି ବୁଦ୍ଧି ବାଟ ଦେଖାଯାଉ ନଥିଲା ଏବଂ ସେ ରାକ୍ଷସ କହୁଥିବା କଥା ରେ ମୁଁ ହଁ କରିଦେଲି। ହେଲେ ରାକ୍ଷସ ତୋ ସୁନ୍ଦରତା ଦେଖି ନିଜ ମନ ବଦଳେଇ ତୋତେ ଆମକୁ ଫେରାଇ ଦେଇ କହିଲା। ମୁଁ ଏଇ ରାଜକନ୍ୟା କୁ ନିଜ ରାକ୍ଷସ ପୁର ର ରାଣୀ କରିବି। ତେଣୁ ଏହି ରାଜକନ୍ୟା କୁ ମୁଁ ବିବାହ କରିବି। ଯେବେ ଏ ରାଜ କନ୍ୟା ୧୫ ବର୍ଷର ହୋଇଯିବ। ମୁଁ ଆସି ଏହି ସୁନ୍ଦରୀ ରାଜକନ୍ୟା କୁ ମୋ ସହିତ ନେଇ ଚାଲିଯିବି।
ବର୍ତମାନ ସେ ସମୟ ଆସି ଯାଇଛି । ଆଉ କିଛି ଦିନ ପରେ ତୋତେ ୧୫ ବର୍ଷ ହୋଇ ଯିବ ଆଉ ସେ ତୋତେ ନିଜ ସାଥିରେ ନେଇ ଯିବ। ଏହି ସବୁ କଥା ଶୁଣି ସୁମିତ୍ରା ଦୁଃଖୀ ହୋଇ ବହୁତ୍ କାନ୍ଦିଲା ଏବଂ ମନ ଦୁଃଖରେ ସେ ରାକ୍ଷସ ପାଖକୁ ଯିବା ପାଇଁ ମଧ୍ୟ ରାଜି ହୋଇଗଲା । ସୁମିତ୍ରା କହିଲା ମୋ ପାଇଁ ଯଦି ଆମ ପୁରା ରାଜ୍ୟ ଖୁସି ରେ ରହିବ । ତେବେ ମୁଁ ସେ ରାକ୍ଷସ ପାଖକୁ ଯିବା ପାଇଁ ପ୍ରସ୍ତୁତ ଅଛି । ତୁମେ ଦୁଃଖ କର ନାହିଁ।
ରାଜା ରାଜ ଦରବାରରେ ଦୁଃଖରେ ବସିଥିବା ଦେଖି ମହା ମନ୍ତ୍ରୀ ପଚାରିଲେ । ରାଜା କହିଲେ ସେ ରାକ୍ଷସ ର ଫେରି ଆସିବାର ସମୟ ହୋଇ ଗଲାଣି ଏବଂ ଏ ରାଜ୍ୟର ରାଜକନ୍ୟା କୁ ସେ ନେଇ ଚାଲିଯିବ। ଏହା ଶୁଣିବା ପରେ ମହା ମନ୍ତ୍ରି ରାଜା କୁ କହିଲେ ଯେ, ମହାରାଜା ମୁଁ କିଛି ଉପାୟ ଚିନ୍ତା କରିଛି । ଯଦି ଆପଣ ଅନୁମତି ଦିଅନ୍ତି ତେବେ ସେ ଉପାୟ କୁ ମୁଁ କାର୍ଯ୍ୟରେ ପରିଣତ କରିବି। ମନ୍ତ୍ରୀଙ୍କ କଥା ଶୁଣି ରାଜା ଅନୁମତି ଦେଇ କହିଲେ । ଠିକ୍ ଅଛି ମହା ମନ୍ତ୍ରୀ ଆପଣଙ୍କ ପାଖରେ ଯାହା ଉପାୟ ଅଛି ତାହା ଅବଲମ୍ବନ କରନ୍ତୁ କିନ୍ତୁ ମୋ ଝିଅ ବଞ୍ଚିବା ଦରକାର । ମହା ମନ୍ତ୍ରୀ କହିଲେ ଯେ, ମହାରାଜା ଆମେ ଗୋଟିଏ ଏମିତି ବୀର କୁ ଡାକି ଆଣିବା ଯିଏ ଆମ ରାଜକନ୍ୟା ର ରକ୍ଷା କରିବ ।
ରାଜା ପଚାରିଲେ, ଏମିତିକା ସାହାସୀ ବୀର କେଉଁଠାରୁ ପାଇବା । ମନ୍ତ୍ରୀ କହିଲେ ଆପଣ ଚିନ୍ତା କରନ୍ତୁ ନାହିଁ । ସେମିତିକା ବୀର ମୋ ନଜର ରେ ଜଣେ ଅଛି। ମନ୍ତ୍ରୀ ନିଜ ଘରକୁ ଫେରିଲେ ଏବଂ ନିଜ ପୁଅ କୁ ସବୁ କଥା କହିଲେ । ତାଙ୍କ ପୁଅ ସଞୀବ, ସେ ବଡ ସାହାସୀ। ସବୁ କାର୍ଯ୍ୟ ରେ ପାରଙ୍ଗମ ତା ସହିତ ସେ ଗୋଟିଏ ଯୋଦ୍ଧା । ମହାମନ୍ତ୍ରି ନିଜ ସାହସୀ ପୂତ୍ର କୁ ସେ ରାକ୍ଷସ ପାଖକୁ ପଠାଇ ବାକୁ ଉପାୟ କରିଲେ।
ଠିକ୍ ୧୫ ବର୍ଷ ପୁରିଲା ପରେ ରାକ୍ଷସ ଯେମିତି କହିଥିଲା ସେମିତି ସେ ଆସି ପହଁଚିଲା। ସେ ସୁମିତ୍ରା କୁ ଦେଖି ବହୁତ ଖୁସି ହୋଇଗଲା । ସୁମିତ୍ରା ର ହାତକୁ ଧରିବା ସମୟରେ ସଞ୍ଜୀବ ନୀଜ ବାହୁ ବଳରେ ଅସ୍ତ୍ର ପ୍ରହାର କରି ରାକ୍ଷସ ର ହାତକୁ କାଟି ଦେଲା । ରାକ୍ଷସ ନିଜର ବିରାଟ ରୂପ ଧାରଣ କରିବାକୁ ଯାଉଥିଲା । ସଂଜୀବ ରାକ୍ଷସ ର ଅନ୍ୟ ହାତକୁ ମଧ୍ୟ କାଟିଦେଲା । ସଂଜିବ ର ପରାକ୍ରମ ଏବଂ ସାହାସ ଦେଖି ରାକ୍ଷସ ନିଜ ଜୀବନ ବଞ୍ଚାଇ ରାକ୍ଷସ ପୂର କୁ ପଳାୟନ କରୁଥିବା ସମୟରେ ସଞ୍ଜୀବ ଅନ୍ୟ ଏକ ଅସ୍ତ୍ର ପ୍ରହାରରେ ତାହାର ମସ୍ତକ ଦେହରୁ ଅଲଗା କରି ଦେଲା।
ରାକ୍ଷସ ର ମୃତ୍ୟୁ ପରେ ରାଜା ସହିତ ରାଜ୍ୟ ର ପ୍ରଜା ମାନେ ମଧ୍ୟ ବହୁତ ଖୁସି ହେଲେ। ରାଜା ସଞ୍ଜୀବ ର ସାହାସିକତା ଦେଖି ରାଜ କନ୍ୟା କୁ ସଞ୍ଜୀବ ସହିତ ବିବାହ କରାଇଲେ । କିଛି ଦିନ ପରେ ରାଜା ନିଜ ରାଜ୍ୟ ଭାର ସଞ୍ଜୀବ ହାତରେ ଦେଇ ରାଜା ରୂପରେ ଘୋଷଣା କରିଲେ ।
ସୁମିତ୍ରା ଏବଂ ସଞ୍ଜୀବ ଙ୍କ ରାଜ କାର୍ଯ୍ୟରେ ରାଜ୍ୟ ର ସମସ୍ତ ପ୍ରଜା ଖୁସି ରେ ଜୀବନ ଯାପନ କରୁଥିଲେ ।
 
ପୂଜା ସ୍ୱାଇଁ (ଶିଶୁ ଗାଳ୍ପିକା)
If the contents are helpful to share them with your friends, Thanking You.

Childhood Memories

୧. ପିଲା ଦିନ ର କିଛି ଅନୁଭୂତି

୨. ହଜି ଯାଇଛି ମୋ ପିଲା ଦିନ

୩. ଭାରି ମନେ ପଡେ ମୋ ପିଲାଦିନ (ପ୍ରଥମ)

୪. ଭାରି ମନେ ପଡେ ମୋ ପିଲାଦିନ (ଦ୍ୱିତୀୟ)

୫. ପିଲାଦିନର କିଛି ସତ ମିଛ କାହାଣୀ !!!

ରାଣୀ ହୋଟେଲ (Rani Hotel)

ରାଣୀ ହୋଟେଲ (Rani Hotel)
ରାଣୀ ହୋଟେଲ (Rani Hotel)
ସୀତାନଗର ରେ ରାଣୀ ତା ସ୍ୱାମୀ ଆଉ ପୁଅ କୁ ନେଇ ରହୁଥିଲା । ବହୁତ ଗରିବ ପରିବାରଟିଏ । ରାଣୀ ବହୁତ ଭଲ ରୋଷେଇ କରେ । ରାଣୀ ରୋଷେଇ କରି ଅନ୍ୟକୁ ଖୁଆଇବାକୁ ବହୁତ ପସନ୍ଦ କରେ । ତା ସ୍ୱାମୀ ଏ ସବୁ ଦେଖି ବହୁତ ବ୍ୟସ୍ତ ହେଉଥିଲେ ଆଉ ତାକୁ ମନା କରୁଥିଲେ । ଭଲ ରୋଷେଇ ଦେଖିକି ପଡୋଶୀ ମାନେ ବେଳେ ବେଳେ ଘରେ ଆସି ଖାଇବା ପାଇଁ ବସିଯାନ୍ତି। ଗୋଟିଏ ଦିନ ଚାରି-ପଞ୍ଚ ଜଣ ଭାଉଜ ଭାଉଜ କହି ଆସି ଖାଇବା ପାଇଁ ବସିଗଲେ। ରାଣୀ ଖୁସି ହେଇ ଖାଇବା ପରସି ଦେଲା । ସମସ୍ତେ ଖୁସି ହେଇ କହିଲେ ଭାଉଜ ତମ ହାତରେ ଯାଦୁ ଅଛି ବହୁତ ସ୍ୱାଦିଷ୍ଟ ଖାଇବା ରୋଷେଇ କରୁଛ । ଏତିକି କହି ନିଜ ନିଜ ଘରକୁ ଚାଲିଗଲେ । ସେତିକିବେଳେ ରାଣୀ ର ସ୍ୱାମୀ ଆସି ପହଞ୍ଚିଗଲା । ସେମାନେ ଗଲାପରେ ରାଣୀକୁ କହିଲା ରାଣୀ ଆଜି ବି ଏମାନଙ୍କୁ ଖାଇବାକୁ ଦେଲ ବହୁତ କଷ୍ଟରେ ଆମ ଘର ଚଳୁଛି ମାସେ ବି ଯାଉନି ସଉଦା ସରିଯାଉଛି। ରାଣୀ କହିଲା ଆରେ ବାବା ଛାଡ଼ ସେ କଥା ଏମିତି ରେ କେହି କେବେ ଆସିଯାଆନ୍ତି, ମୋ ହାତର ରୋଷେଇ ଖାଇ ସେମାନେ ଖୁସି ହେଉଛନ୍ତି ସେମାନଙ୍କ ର ଖୁସି ପାଇଁ ଯଦି କିଛି କରିଦଉଛି ତାହାଲେ କଣ ହେଇଯାଉଛି । ଶୁଣିଲ ତ କେମିତି ପ୍ରଶଂସା କରୁଥିଲେ ମୋତେ । ସ୍ବାମୀ କହିଲା ଆରେ ମାଗଣା ଖାଇବାକୁ ମିଳିଲେ ତ ସମସ୍ତେ ପ୍ରଶଂସା କରିବେ ନା? କିନ୍ତୁ ରାଣୀ ଉପରେ କିଛି ପ୍ରଭାବ ପଡ଼ିଲା ନାହିଁ । ଘରେ କିଛି ଭଲ ରୋଷେଇ କଲେ ପୁଅ ହାତରେ ପଡ଼ୋଶୀ ଘରକୁ ପଠେଇ ଦେଉଥିଲା । ଦିନେ ରାଣୀ ର ସ୍ୱାମୀ ଅସୁସ୍ଥ ହୋଇଗଲା । ରାଣୀ ଚିନ୍ତା ରେ ପଡିଗଲା, ଡାକ୍ତର କୁ ଘରକୁ ଡାକି ସ୍ବାମୀ ର ଦେହ ଦେଖାଇଲା । ଡାକ୍ତର କହିଲେ ବହୁତ ପଇସା ଖର୍ଚ୍ଚ ହେବ । ରାଣୀ ଚିନ୍ତା ରେ ପଡିଗଲା ସ୍ୱାମୀ ର ଦେହ କେମିତି ଭଲ ହେବ । ସ୍ୱାମୀର ସେବା ଯତ୍ନ ରେ ଲାଗିପଡ଼ିଲା । ଦିନେ ପଡ଼ୋଶୀ ଆସି କହିଲେ ଭଉଣୀ ମୋର ମା ଘରେ କିଛି କାମ ଅଛି ମୁଁ ଗାଁ ଯିବି ମୋ ସ୍ବାମୀ କୁ ରୁଟି କରୀକି ଟିକେ ଦେଇଦେବ। ରାଣୀ କହିଲା ଭଉଣୀ ସ୍ୱାମୀ ଙ୍କର ଦେହ ଖରାପ ଘରେ କିଛି ବି ସଉଦା ନାହିଁ । ସ୍ୱାମୀଙ୍କୁ ଭଲ ଡାକ୍ତରଙ୍କୁ ବି ଦେଖାଇବା ପାଇଁ ଟଙ୍କା ନାହିଁ। ପଡୋଶୀ ଶହେ ଟଙ୍କା ବାହାର କରି ରାଣୀକୁ ଦେଲା କହିଲା ଏଇ ଟଙ୍କାରେ ଅଟା ନେଇ ଆସିବ । ରାଣୀ କହିଲା ଅଟା ପକେଟ ତ ତିରିଶି ଟଙ୍କା ଶହେ ଟଙ୍କା କାହିଁକି ଦଉଛ । ଆରେ ଭଉଣୀ ମୋ ସ୍ୱାମୀ ପାଇଁ ରୁଟି କରିଦେବ ଆଉ ବାକି ଟଙ୍କା ତମ ଘର ପାଈଁ ସଉଦା ନେଇ ଆସିବ । ରାଣୀ କହିଲା ନାଇଁ ନାଇଁ ଭଉଣୀ ମୁଁ ତମ ଠୁ ଟଙ୍କା ନେଇପାରିବିନି । ପଡୋଶୀ କହିଲା ଚିନ୍ତା କରନି ତମ ପାଖରେ ଟଙ୍କା ହେଲେ ମୋତେ ଫେରେଇ ଦେବ। ଯଦି କିଛି ଖରାପ ନ ଭାବିବ ଗୋଟିଏ ଉପାୟ କହିବି ଭଉଣୀ । ଏଥିରେ ଖରାପ ଭାବିବାର କଣ ଅଛି । କୁହ ।ତମେ ଗୋଟିଏ ଛୋଟିଆ ହୋଟେଲ ଖୋଲିଦିଅ, ଏମିତି ରେ ତମ ହାତର ରୋଷେଇ ବହୁତ ଭଲ । ହୋଟେଲ ଖୋଲିବା ଦ୍ଵାରା ଆମ ମାନକୁ ତମ ହାତର ରୋଷେଇ ଖାଇବାକୁ ମିଳିଯିବ ଆଉ ତମ ଘରେ ବି କିଛି ଅସୁବିଧା ହେବନି। ଏତିକି କହି ପଡୋଶୀ ଚାଲିଗଲା । ରାଣୀ ପଡ଼ୋଶୀ କଥା ଭାବିଲା ଏବଂ ଗାଁ ର ଗୁମସ୍ତା ପାଖକୁ ଯାଇ କିଛି କରଜ ରେ ଟଙ୍କା ନେଇ ଆସିଲା । ସ୍ବାମୀ ପାଇଁ ଔଷଧ ନେଇ ଆସିଲା ଏବଂ ଘର ବାରଣ୍ଡାରେ ଗୋଟିଏ ଛୋଟିଆ କେବିନ୍ କରି ରୋଷେଇ କରି ବିକିବାକୁ ଲାଗିଲା। ରାଣୀ ହାତର ରୋଷେଇ ଏମିତି ରେ ସମସ୍ତଙ୍କୁ ବହୁତ ପସନ୍ଦ । ହୋଟେଲ ବହୁତ ଭଲ ଚାଲିଲା ଆଉ ଛୋଟ ପୁଅ ମଧ୍ୟ ବେଳେବେଳେ ଦୋକାନ ରେ ବସି ବିକ୍ରି କରୁଥାଏ। ରାଣୀ ସ୍ୱାମୀର ସେବା ରେ ଲାଗିପଡିଲା। ଧିରେ ଧିରେ ବେପାର ବଢ଼ିଲା ରାଣୀ ଗୁମାସ୍ତାଙ୍କ କରଜ ସୁଜିବା ସହ ସ୍ୱାମୀକୁ ଭଲ ଡାକ୍ତର ଦେଖେଇବା ପରେ ସ୍ବାମୀ ଧିରେ ଧିରେ ସୁସ୍ଥ ହେବାକୁ ଲାଗିଲେ । ରାଣୀକୁ ସ୍ୱାମୀ ଧନ୍ୟବାଦ ଜଣାଇ କହିଲେ ଦିନେ ମୁଁ ମନା କରୁଥିଲି ରୋଷେଇ କରିକି ଦେବାପାଇଁ ଆଜି ସେଇ ରୋଷେଇ ପାଇଁ ଆମ ପାଖରେ ଟଙ୍କା ସହିତ ଆମର ଗୋଟିଏ ହୋଟେଲ ହୋଇଗଲା। ସ୍ବାମୀ ସ୍ତ୍ରୀ ଦୁହେଁ ହୋଟେଲ କାମରେ ଲାଗିପଡିଲେ । ପୁଅକୁ ଭଲ ସ୍କୁଲ ରେ ପଢେଇଲେ । ସ୍ୱାମୀ ସ୍ତ୍ରୀ ଦୁହେଁ ବହୁତ ପରିଶ୍ରମ କରିଲେ। ତାଙ୍କ ଛୋଟ ହୋଟେଲରୁ ଦିନେ ତାହା ବଡ଼ ହୋଟେଲ ରେ ପରିଣତ ହେଲା । ହୋଟେଲ ନାମ ରଖାଗଲା ରାଣୀ ହୋଟେଲ। ଆଖ ପାଖରେ ରାଣୀ ହୋଟେଲ ର ଖାଇବା ବିଷୟରେ ବହୁତ୍ ଚର୍ଚ୍ଚା କରୁଥିଲେ । ଦୁହେଁ ଖୁସିରେ ଚଳିଲେ ।
 
ମୁଖ୍ୟ ବିନ୍ଦୁ:-
୧. ନିଜ ହାତର କଳା କୁ ଦେଖାଇବାକୁ ଚେଷ୍ଟା କରିବା ଉଚିତ୍ ।
୨. ସର୍ବଦା ପରିଶ୍ରମ ରୁ ଉତ୍ତମ ଫଳ ମିଳିଥାଏ।
୩. ଅସୁବିଧା ସମୟରେ ବାଟବଣା ହେବା ଅନୁଚିତ୍, ଉଚିତ୍ ରାସ୍ତା ଚୟନ କରିବା ଉଚିତ୍ ।
 
By. Rubi Nahak
Buguda, Ganjam.