Category Archives: story

ବଣ ଭୋଜି ( Picnic)

ବଣ ଭୋଜି ( Picnic)
ଜଙ୍ଗଲ ପାଖରେ ଗୋଟିଏ ସୁନ୍ଦର ଗ୍ରାମ । କିଛି ପରିବାର ସେହି ଗ୍ରାମରେ ବାସ କରୁଥିଲେ । ଗ୍ରାମ ମଧ୍ୟରେ ଗୋଟିଏ ସୁନ୍ଦର ପ୍ରାଥମିକ ବିଦ୍ୟାଳୟ । ବିଦ୍ୟାର୍ଥୀ ମାନେ ସେଠୀ ପାଠ ପଢା କରନ୍ତି । ପାଖ ପଡିଆ ରେ ସମସ୍ତେ ଖେଳ କୁଦ କରନ୍ତି । ପଞ୍ଚମ ଶ୍ରେଣୀ ର ଛାତ୍ର ଛାତ୍ରୀ ଭିତରୁ କୁନୁ, ପାପୁ ଭଲ ପାଠ ପଢ଼ନ୍ତି । ଟୁନା, କୁନା, ଟିକୁ, ତୁନି, ସାନି ଏମାନେ ବି ଭଲ ପାଠ ପଢ଼ନ୍ତି କିନ୍ତୁ କୁନୁ, ପାପୁ ସ୍କୁଲ ରେ ପ୍ରଥମ ଏବଂ ଦୁହେଁ ବହୁତ୍ ସାହସୀ । କୁନୁ, ପାପୁ ଭାଇ ଭଉଣୀ ଏକା ସାଙ୍ଗରେ ହିଁ ପଢ଼ନ୍ତି । କୁନୁ, ପାପୁ ଭଲ ପଢ଼ନ୍ତି ବୋଲି ସାନି ସେମାନଙ୍କ ଉପରେ ଈର୍ଷା କରେ କିନ୍ତୁ ସାନି ସହ ସେ ଦୁଇ ଭାଇ ଭଉଣୀ ଭଲରେ କଥା ବାର୍ତ୍ତା ହେଉଥିଲେ। ସାନି ଟିକିଏ ଟିକିଏ କଥାରେ ପାପୁ ସହ ଝଗଡା ଲାଗେ କିନ୍ତୁ ପାପୁ ବହୁତ ସରଳ ହେତୁ ତା ସହ ଝଗଡା ନ ଲାଗି କାନ୍ଦି ପକାଏ । ପାପୁ କାନ୍ଦିବାର ଦେଖିଲେ ତା ଭାଇ କୁନୁ ଆସି ବୁଝାଇ ଦିଏ ଆଉ ପାପୁ ସାଙ୍ଗେ ସାଙ୍ଗେ ବୁଝିଯାଏ । ଏମିତି ଖେଳ କୁଦ ଝଗଡା ରେ କିଛି ଦିନ ଚାଲିଗଲା । କିଛିଦିନ ପରେ ନୂଆବର୍ଷ ଆସିଲା । ଶିକ୍ଷକ ଏବଂ ଦିଦି ମାନେ ବଣ ଭୋଜି ପାଇଁ ଯୋଜନା କଲେ । ବଣ ଭୋଜି ଯିବା ପାଇଁ ପିଲାମାନଙ୍କୁ ବି କହିଲେ । ବଣ ଭୋଜି କଥା ଉଠିଲା ପରେ ସମସ୍ତେ ଖୁସି ହୋଇଗଲେ । ପିଲାମାନେ ନାଚି ଉଠିଲେ। ସମସ୍ତେ ନିଜ ନିଜ ଘରେ ବଣ ଭୋଜି କଥା ଯାଇ କହିଲେ । ଘରେ କିଏ ରାଜି ହେଲେ ତ କିଏ ରାଜି ହେଲେନି । ଯୋଉ ଘରେ ରାଜି ହେଲେନି ସେମାନେ କାନ୍ଦିବା ଆରମ୍ଭ ସହିତ ବଣଭୋଜି ଯିବା ପାଇଁ ଜିଦ୍ ଧରି ବସିଲେ । କିନ୍ତୁ ପିଲା ମାନଙ୍କ ଜିଦ୍ ଯୋଗୁ ବାପା ମା ଶିକ୍ଷକ ଙ୍କ ସହ ଦେଖା କରି ପିଲା ମାନଙ୍କ ଯତ୍ନ ନେଇ ଯତ୍ନ ରେ ଆଣିବା ପାଇଁ କହିଲେ । ସବୁ ପିଲା ମାନେ ବଣ ଭୋଜି ପାଇଁ ବାହାରିଲେ ।
ସମସ୍ତେ ନୁଆ ବର୍ଷ ଦିନ ଭଳି ଭଳିକି ରଙ୍ଗ ର ପୋଷାକ ପିନ୍ଧି ବଣ ଭୋଜି ପାଇଁ ବାହାରିଲେ । ସମସ୍ତେ ଗାଡ଼ିରେ ବସି ଗଲେ । ସ୍କୁଲ ରୁ 10 କିମି ଦୂରରେ ବଣ ଭୋଜି କରିବାକୁ ବାହାରିଲେ । ଜଙ୍ଗଲ ପାଖ ଆମ୍ବ ତୋଟା ରେ ବଣ ଭୋଜି ଆରମ୍ଭ ହେଲା । ଗୋଟିଏ ପଟେ ଭୋଜି ରନ୍ଧା ହେଲା ଆଉ ଗୋଟିଏ ପଟେ ପିଲାମାନେ ଖେଳ କୁଦ ସହିତ ନାଚ, ଗୀତ, ବୋହୂ ବୋହୂକା, ଲୁଚକାଳି ଏମିତି ନାନା ପ୍ରକାର ଖେଳ ଖେଳିଲେ । ଶିକ୍ଷକ ସମସ୍ତଙ୍କୁ କିଛି ନିର୍ଦ୍ଦେଶ ଦେଲେ ଏବଂ କୁନୁ ଓ ପାପୁ କୁ ମନିଟର୍ ଭାବେ ଦୁହିଁଙ୍କୁ କହିଲେ ତମେ ଦୁଇ ଜଣ ପିଲା ମାନଙ୍କ ଠାରୁ ବହୁତ୍ ସାହସୀ ଏବଂ ଚତୁର । ତମେ ଦୁଇଜଣ ପିଲାମାନଙ୍କୁ ଜଙ୍ଗଲ ଭିତରକୁ ଯିବା ପାଇଁ ମନା କରିବ। ଏବଂ ପିଲା ମାନଙ୍କୁ ଏଠି ସେଠୀ ଯିବା ପାଇଁ ମନା କରିବ। କୁନୁ ଏବଂ ପାପୁ ହଁ ଭରିଲେ ଏବଂ ସମସ୍ତଙ୍କୁ ବୁଝେଇ କହିଲେ କିନ୍ତୁ ସାନି କୁନୁ ଏବଂ ପାପୁ ର କଥା କୁ ଶୁଣିଲା ନାହିଁ । ଲୁଚି ଲୁଚିକା ଖେଳରେ ସାନି ଜଙ୍ଗଲ ଭିତରେ ଲୁଚିବାକୁ ଚାଲିଗଲା। ମାତ୍ର କୁନୁ ଏବଂ ପାପୁ ଦେଖି ନଥିଲେ। ସାନି ଜଙ୍ଗଲ ଭିତରକୁ ଲୁଚାଇବାକୁ ଚାଲିଗଲା କିନ୍ତୁ ସେ ରାସ୍ତା ଭୁଲି ଜଙ୍ଗଲ ଭିତରକୁ ଭିତରକୁ ଚାଲିଗଲା। ସାନି ରାସ୍ତା ପାଇଲାନି ଏବଂ ସେ ଜଙ୍ଗଲରେ କାନ୍ଦିବାକୁ ଲାଗିଲା । ସବୁ ସାଙ୍ଗମାନେ ଖେଳି ଖେଳି ସମସ୍ତ ଙ୍କୁ ପାଇଲେ କିନ୍ତୁ ସାନି କୁ ପାଇଲେ ନାହିଁ । ସମସ୍ତେ ଡରରେ ଶିକ୍ଷକ ଙ୍କୁ କହିଲେ ନାହିଁ । ନିଜ ନିଜ ଭିତରେ ଖୋଜିବା କୁ ଲାଗିଲେ ହେଲେ ପାଇଲେନି । ସମସ୍ତେ ବ୍ୟସ୍ତ ହେଇଗଲେ । ଏପଟେ ଶିକ୍ଷକ ଏବଂ ଦିଦି ମାନେ ରନ୍ଧା କାର୍ଯ୍ୟରେ ଲାଗିଥିଲେ ପିଲାମାନଙ୍କ ଉପରେ ତାଙ୍କର ଧ୍ୟାନ ନଥିଲା । କୁନୁ ଆଉ ପାପୁ ଡର ଭୟ ନ କରି ଜଙ୍ଗଲ ଭିତରକୁ ସାନି କୁ ଖୋଜିବାକୁ ଗଲେ । ସେ ଯେଉଁ ରାସ୍ତାରେ ଯାଉଥିଲେ ପ୍ରତିଟି ଜାଗାରେ ଚିହ୍ନ ଦେଇ ଦେଇ ଜଙ୍ଗଲ ଭିତରକୁ ଯାଉଥିଲେ ଯାହା ଫଳରେ ତାଙ୍କୁ ପୁଣି ସେହି ରାସ୍ତା ଦେଇ ଆସିବାକୁ ସୁବିଧା ହେବ । କିଛି ସମୟ ଖୋଜିବା ପରେ ଦୁହେଁ କାନ୍ଦ ଶବ୍ଦ ଶୁଣିଲେ। ଜଙ୍ଗଲ ର କିଛି ଦୂରରେ ସାନି ଗୋଟିଏ ଗଛ ତଳେ ବସି କାନ୍ଦୁଥିଲା । କାନ୍ଦ ଶବ୍ଦ ଶୁଣି ଦୁହେଁ ସାନି ପାଖରେ ପହଞ୍ଚିଲେ । ସାନି , କୁନୁ ଆଉ ପାପୁ କୁ ଦେଖି ବହୁତ୍ ଖୁସି ହେଲା ଏବଂ ଦଉଡ଼ି ଦଉଡି ଆସି କୁଣ୍ଢେଇ ପକେଇଲା। ସାନି, କୁନୁ ଏବଂ ପାପୁ କୁ କ୍ଷମା ମାଗିଲା । ତାପରେ ତିନି ଜଣ ଜଙ୍ଗଲ ବାହାରକୁ ଆସିଲେ। ଏତିକିବେଳେ ବାକି ପିଲା ମାନେ ଶିକ୍ଷକ ଙ୍କୁ କହିଲେ । ଶିକ୍ଷକ ମାନେ ମଧ୍ୟ ବହୁତ୍ ଚିନ୍ତାରେ ଥିଲେ । କିନ୍ତୁ ଶିକ୍ଷକ ମାନେ ଖୋଜିବାକୁ ଯିବା ପୂର୍ବରୁ 03 ଜଣ ଆସି ପହଞ୍ଚିଲେ। ସାନି କୁ ଶିକ୍ଷକ ଗାଳି ଦେଲେ । ସାନି ନିଜ ଭୁଲ ବୁଝିଲା ଏବଂ ଭୁଲ ମାଗିଲା ଏବଂ ଏମିତି କେବେ ଦୁଷ୍ଟାମୀ କରିବି ନାହିଁ ବୋଲି କହିଲା । ଶିକ୍ଷକ କୁନୁ,ପାପୁ କୁ ସାବାସ୍ ଜଣାଇଲେ ଏବଂ ବୁଦ୍ଧି ପ୍ରୟୋଗ କରି କେମିତି ଜଙ୍ଗଲ ଭିତରକୁ ଗଲେ, କେମିତି ଖୋଜିଲେ ସେକଥା ସବୁ କହିଲେ । ଶିକ୍ଷକ ପୁଣି ଥରେ ସମସ୍ତଙ୍କୁ ବୁଝାଇଲେ ଏବଂ ଏମିତି ନିଜ ଇଚ୍ଛାରେ କିଛି କାମ କରିବାକୁ ମନା କରିଲେ ଏବଂ କହିଲେ ଯଦି କିଛି କାମ କରିବ ତେବେ ନିଜ ଗୁରୁଜନ ଙ୍କ ଠାରୁ ପ୍ରଥମେ ପଚାରି କରିବା ଦରକାର । ସେତେବେଳେ ଭୋଜି ରନ୍ଧା ସରିଥିଲା, ସମସ୍ତେ ଭୋଜି ଖାଇଲେ ଏବଂ ଶିକ୍ଷକ କିଛି ଖେଳ ର ଆୟୋଜନ କରିଲେ । ସମସ୍ତେ ସେହି ଖେଳ ରେ ଭାଗ ନେଲେ ଏବଂ ଭୋଜି ଖାଇ ଘରକୁ ଆସିଲେ ।
ଦ୍ଵିତୀୟ ଦିନ କୁନୁ ଏବଂ ପାପୁ ଙ୍କୁ ପ୍ରଧାନ ଶିକ୍ଷକ ସାହସିକତା ର ପୁରସ୍କୃତ କରିଲେ ଏବଂ କୁନୁ ଏବଂ ପାପୁ ଭଳି ସମସ୍ତେ ସାହସୀ ହେବା ପାଇଁ ପ୍ରଧାନ ଶିକ୍ଷକ ପ୍ରେରଣା ଦେଲେ।
ଏଥିରୁ କଣ ଶିଖିଲ?
୧. ନିଜ ଇଚ୍ଛା ରେ କୋଉ କାମ କରିବା ଅନୁଚିତ୍।
୨. ନିଜ ସାଙ୍ଗ କୁ ଈର୍ଷା କରିବା ଅନୁଚିତ୍ ।
୩. ସବୁବେଳେ ସାହସିକତା ର କାର୍ଯ୍ୟ କରିବା ଉଚିତ୍।
ଲେଖିକା. ରୁବି ନାହାକ
ବୁଗୁଡ଼ା, ଗଞ୍ଜାମ ।
 
 

ଜମିଦାର ବାବୁଙ୍କ ପରିବାର (Zamidars Family)

ଜମିଦାର ବାବୁଙ୍କ ପରିବାର (Zamidars Family)
ଜମିଦାର ବାବୁଙ୍କ ପରିବାର (Zamidars Family)
ସୂର୍ଯ୍ୟ ନଗର ନାମକ ଗୋଟିଏ ସୁନ୍ଦର ଗ୍ରାମ ଥିଲା। ସେହି ଗ୍ରାମ ରେ ରବୀନ୍ଦ୍ର ନାମକ ଜଣେ ଜମିଦାର ଥିଲେ ଏବଂ ତାଙ୍କର ଦୁଇଟି ପୁତ୍ର ଥିଲେ ସେ ଅତ୍ୟନ୍ତ ସୁନ୍ଦର ଓ ପାଠୁଆ ଥିଲେ । ସହର କୁ ପଠେଇ ସେ ସେମାନଙ୍କୁ ପାଠ ପଢ଼ାଉ ଥିଲେ । ତାଙ୍କର ସ୍ତ୍ରୀ ବହୁତ ଗର୍ବି ଓ ଅହଂକାରି ଏବଂ ଧନ ପ୍ରିୟ ଥିଲେ । ତାଙ୍କର ନାମ ରମାବତୀ ଥିଲା । ଦୁଇ ପୁଅ ପାଠ ପଢ଼ା ସାରି ଗ୍ରାମକୁ ଆସିଲେ । ମା ବାପାଙ୍କୁ କହିଲେ କି ଏବେ ଆମ ପାଠ ପଢ଼ା ସରିଗଲା ଏବେ ଆମେ କିଛି ଚାକିରି କରିବୁ । ବାପା, ମା ବହୁତ ଖୁସି ହେଲେ ଏବଂ ଚାକିରୀ ପାଇଁ ପୁଅ ଦୁଇ ଜଣ ବିଦେଶ ଯିବା ପାଇଁ ବାହାରିଲେ । ସେହି ସମୟରେ ରମାଦେବୀ କୁହନ୍ତି ଯଦି କିଛି ଅସୁବିଧା ହୁଏ ଟଙ୍କା ରଖିବ ନହେଲେ ସବୁ ଟଙ୍କା ଘରକୁ ପଠେଇ ଦେଉଥିବ । ତାପରେ ଦୁହେଁ ଭଲ ରୋଜଗାର କରି ଦିନକୁ ଭଲ ଭାବରେ କାଟୁ ଥାନ୍ତି।
ଏଣେ ବୟସ ହେବା ଯୋଗୁ ପୁଅ ଦୁଇଙ୍କୁ ବିବାହ କରାଇବା ପାଇଁ ଜମିଦାର ନିଜ ସ୍ତ୍ରୀ କୁ କୁହନ୍ତି। ଏହା ଶୁଣି ରମାବତୀ କୁହନ୍ତି ” ହଁ ଠିକ୍ ଅଛି କିନ୍ତୁ ଦୁଇ ବୋହୂ କୁ ଏକା ସଙ୍ଗେ ଆଣିବା ଏବଂ ଧନୀ ଘର ରୁ ମଧ୍ୟ ବୋହୂ ଆଣିବା ଆମର ଅଧିକ ଧନ ହେବ । ଯାହା ଫଳରେ ଲୋକମାନେ ଆମ ବିଷୟରେ ଭଲ ଚର୍ଚ୍ଚା କରିବେ ଏବଂ ଆମକୁ ମାନିବେ ଏବଂ ମୋତେ ମାଲିକିଆଣି ବୋଲି କହିବେ । ପୁଅ ମାନଙ୍କ ପାଇଁ ବୋହୂ ଖୋଜା ଆରମ୍ଭ ହେଲା ଦୁଇଟି ବୋହୂ ଧନୀ ଘରେ ଠିକ୍ କରିଲେ । ରମାଦେବୀ ପୁଅ ମାନକୁ ବିବାହ ବିଷୟରେ ଖବର ଦେଲେ। ବଡ଼ପୁଅ ବିବାହ ପାଇଁ ରାଜି ହେଇଗଲା କିନ୍ତୁ ସାନପୁଅ ନାହିଁ କରିଲା । କହିଲା କି ମୁଁ ଏବେ ବିବାହ କରିବି ନାହିଁ, ମା ତାକୁ ପଚାରିଲେ କଣ ପାଇଁ ବିବାହ କରିବୁ ନାହିଁ । ତୁ ନିଜେ ନିଜ ପାଇଁ କମାଇ ସାରିଲୁଣି ଆଉ ତୋର ପଢା ମଧ୍ୟ ସରିଲାଣି କିନ୍ତୁ ସେ ମା ଙ୍କ କଥାରେ ରାଜି ହୁଏ ନାହିଁ । ରମାବତୀ ନିଜ ସ୍ୱାମୀକୁ ସାନପୁଅ କୁ ବୁଝାଇବା ପାଇଁ କୁହନ୍ତି । ଏହା ମଧ୍ୟ କୁହନ୍ତି କି ଏମିତି ଧନୀ ଘର ଝିଅ କୁ ଯଦି ହାତଛଡା କରିଦେବ ଯଦି ଆଉ ମିଳିବ ନାହିଁ । ଆଉ ଆମ୍ଭ ଘରକୁ ଏତେ ସମ୍ପତି ଆସିବ ନାହିଁ । ତେଣୁ ତମେ ତାକୁ ବୁଝାଅ ଏବଂ ଆସିବାକୁ କୁହ ତଥା ବାହାଘର ପାଇଁ କେମିତି ହେଲେ ରାଜି କରାଅ । ସ୍ତ୍ରୀ କଥା ଶୁଣି ରବୀନ୍ଦ୍ର ବାବୁ ସାନପୁଅ କୁ କହିଲେ ଏବଂ ସେ ଘରକୁ ଆସିଲା । ତାକୁ ବୁଝାଇବା କୁ ଚେଷ୍ଟା କଲେ କିନ୍ତୁ ପୁଅର ଏକା ଜିଦ କି ମୁଁ ଏବେ ବାହା ହେବି ନାହିଁ । ରବିନ୍ଦ୍ର ବାବୁ ପଚାରିଲେ କଣ ପାଇଁ ତୁ ବିବାହ ପାଇଁ ମନା କରୁଛୁ । ତୋର କଣ ଅସୁବିଧା ହେଲା । ସେହି ସମୟରେ ପୁଅ କୁହେ ମୁଁ ଆଉ ଜଣକୁ ପସନ୍ଦ କରୁଛି । ସେ ବହୁତ ଭଲ ଝିଅ ମୁଁ ତାକୁ ବିବାହ କରିବି । ଏହା ଶୁଣି ରମାବତୀ ବହୁତ ରାଗିଯାଇ କୁହେକି ତୁ ଯଦି ଆମ ଇଛା ରେ ବିବାହ ନ କରିବୁ ତେବେ ଏହି ଘରୁ ସବୁଦିନ ପାଇଁ ଚାଲିଯିବୁ । ତୋର ଏହି ଘରେ କୌଣସି ଜିନିଷ ରେ ଅଧିକାର ରହିବ ନାହିଁ । ପୁଅ ନିଜ ମା ର କଥା କୁ ଗ୍ରହଣ କରି କୁହେ ଯେ ମା ତୁମେ ଆଜି ମୋତେ ଘରୁ ବାହାରି ଯିବାକୁ କହୁଛ କିନ୍ତୁ ଦିନେ ତମେ ମୋତେ ହିଁ ସୁନା ପୁଅ କହିବ । ଏତିକି କହି ସାନ ପୁଅ ଘରୁ ବାହାରି ଗଲା ଏବଂ ବାହାରି ଯାଇ ଯୋଉଠି ଚାକିରି କରେ ସେଠୀ ତାର ସ୍ତ୍ରୀ ସାଙ୍ଗରେ ରହିଲା । କିଛି ଦିନ ପରେ ବଡ଼ ପୁଅର ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲା ଏବଂ ବାହାଘର ମଧ୍ୟ ସରିଲା । ବଡ଼ ବୋହୂ ଘରକୁ ଆସେ ସେ ବହୁତ ଧନ ସମ୍ପତ୍ତି ନେଇ ଆସେ । ଜମିଦାର ବାବୁ ଏବଂ ସ୍ତ୍ରୀ ରମାବତୀ ବହୁତ ଖୁସି ହୁଅନ୍ତି । ବୋହୂ କୁ ମଧ୍ୟ ଭଲ ପାଆନ୍ତି। ସାନ ପୁଅ ମଧ୍ୟ ନିଜ ପସନ୍ଦର ଝିଅକୁ ବିବାହ କରି ଖୁସିରେ ରହିଲା । ସେ ଝିଅ ଧନୀ ଘରର ନୁହଁ କିନ୍ତୁ ସମ୍ପର୍କ, ଶିକ୍ଷା ଓ ସଂମାନ ର ମୂଲ୍ୟ ତାକୁ ବହୁତ ଭଲ ଭାବରେ ଜଣାଥିଲା । ତେଣୁ ଧନ ନଥାଇ ମଧ୍ୟ ଦୁହେଁ ସ୍ୱାମୀ ସ୍ତ୍ରୀ ଖୁସିରେ ରହୁଥିଲେ । ବିବାହର ପରଦିନ ଶାଶୁ ମା ” ବୋହୂ କୁ କୁହନ୍ତି ଯେ ମା ଜଲଦି ଉଠ ଆଉ ଶଶୁର ଙ୍କୁ ଚାହା କରିକି ଦିଅ କିନ୍ତୁ ବଡ଼ ବୋହୂ କୁହେ ମୋର ସକାଳୁ ଉଠିବାର ଅଭ୍ୟାସ ନାହିଁ ତେଣୁ ତୁମେ ନିଜେ ବନେଇ ଦେଇଦିଅ । ଶାଶୁ କିଛି ନ କହି ସେଠୁ ଚାଲିଆସେ । ପୁଣି ଶାଶୁ କୁହେ ମା ରେ ରୋଷେଇ କରିବା ପାଇଁ ଯା, ବୋହୂ କୁହେ ମୋତେ ରୋଷେଇ କରି ଆସେନି ଆପଣ କରିଦିଅନ୍ତୁ । ଏହା ଶୁଣି ଶାଶୁ ଜମିଦାର ବାବୁକୁ କୁହନ୍ତି ଏମିତି କଣ ବୋହୂ ଆଣିଲ ଯେ କିଛି କାମ କରୁନି କେବଳ ସୋଇକି ରହୁଛି । ଯାହା କହିଲେ ମଧ୍ୟ ନିଜେ କର ବୋଲି କହୁଛି । ଜମିଦାର ବାବୁ କୁହନ୍ତି ତୁମେ ତ କହିଲ ଧନୀ ଘରୁ ବୋହୂ ଆଣିବାକୁ ମୁଁ ତ ଧନୀ ଘରୁ ବୋହୂ ଆଣିଲି ଏବେ କିଛି କାମ ନ କରିଲେ ମୁଁ କଣ କରିବି ଯେ ରମାଦେବୀ କୁହନ୍ତି ତୁମେ ତାକୁ କୁହ କାମ ଧାମ କିଛି କରିବା ପାଇଁ । ଜମିଦାର ବାବୁ କୁହନ୍ତି ଠିକ୍ ଅଛି ମୁଁ କହିବି । ବୋହୂ କୁ ଡାକି ଜମିଦାର ବାବୁ କୁହନ୍ତି କି ବୋହୂ ମା, ତମ ମା ଙ୍କୁ ଘର କାମରେ ସାହାଯ୍ୟ କର । ଏହା ଶୁଣି ବୋହୂ କୁହେ କି ମୋ ବାପା ଆପଣଙ୍କୁ ଟଙ୍କା, ସୁନା,ଗହଣା ଜମି ସବୁ ଦେଇଛନ୍ତି ତା ବଦଳରେ କଣ ମୁଁ ତମ ଘରେ ଚାକରାଣୀ ଭାବେ କାମ କରିବି ବୋଲି?? ମୁଁ କିଛି କାମ କରିବି ନାହିଁ । ଯଦି ଖାଇବାକୁ ଇଚ୍ଛା ଅଛି ତେବେ ନିଜେ ରାନ୍ଧି ଖାଇ ନିଅ ମୋତେ ଯଦି କହିବ ମୁଁ ମୋ ବାପା ଘରକୁ ଚାଲିଯିବି। ଏତିକି କଥା ଶୁଣି ଜମିଦାର ବାବୁ ଚୁପ୍ ହୋଇ ଆସିଗଲେ କିନ୍ତୁ ଶାଶୂ ଆଉ ବୋହୂ ର କଳି ଝଗଡା ଆରମ୍ଭ ହୋଇଗଲା। ଏତିକି ଦେଖି ବଡ ପୁଅ ତା ସ୍ତ୍ରୀ କୁ ନେଇ ତା ବାପା ଘରକୁ ଚାଲିଗଲା। ଜମିଦାର ବାବୁ ନିଜ ସ୍ତ୍ରୀ ର ଲୋଭ ଯୋଗୁଁ ଏ ସବୁ ହୋଇଛି ବୋଲି ମନ ଦୁଃଖ କରୁଥାନ୍ତି । ରମାବତି ମଧ୍ୟ ନିଜେ ଭୁଲ କରିଥିବା କଥା କୁ ମନେ ପକେଇ ମନ ଦୁଃଖ କରିଲେ । ବଡ ପୁଅ ଶଶୁର ଘରେ ପ୍ରାୟ ରହୁଥାଏ। ରମାବତୀ ପୁଅ କୁ କୁହନ୍ତି ବୋହୂ କୁ ନେଇ ଆସେ କିନ୍ତୁ ପୁଅ କୁହେ ସେ ଏଠି ଆସି ରହିବାକୁ ଚାହୁଁନି । ରମାବତୀ ସାନ ପୁଅ କଥା ମନେ ପକେଇଲେ ଏବଂ ତାକୁ ଖବର ଦେଲେ ଯେ ଘରକୁ ଆସିବାକୁ , ପ୍ରଥମେ ସାନ ପୁଅ ମନା କରିଲା କିନ୍ତୁ ବାପା, ମା ଙ୍କ ଖୁସି ପାଇଁ ସେ ଘରକୁ ଆସିଲା । ଘରକୁ ଆସିବା ପର ଠାରୁ ସାନ ବୋହୁ ଘର କାମରେ ଲାଗିପଡିଲା। ଶାଶୁ ମା ଙ୍କୁ କିଛି କାମ କରିବାକୁ ଦେଉ ନଥିଲା। ସକାଳୁ ଉଠି ନିତ୍ୟ କର୍ମ ସାରି ବାପା ଙ୍କୁ ଚା ପିଇବାକୁ ଦେଇ ରୋଷେଇ କାମରେ ଲାଗିଯାଏ। ସାନ ବୋହୁ ର ସେବା ରେ ଜମିଦାର ବାବୁ ବହୁତ୍ ଖୁସି ଥିଲେ । ଦିନେ ସାନ ପୁଅ କୁ କହିଲେ ଆମେ ଧନ ସମ୍ପତି ଲାଳସା ରେ ବୋହୂ ଆଣିଲୁ କିନ୍ତୁ ସେ ହେଉଛି ଉଦଣ୍ଡି, ଶିଷ୍ଟାଚାର ଏବଂ ବ୍ୟବହାର ନାହିଁ । କିନ୍ତୁ ତୁ ଆମ ଇଚ୍ଛା ବିରୁଦ୍ଧରେ ବିବାହ କରି ଆମ ଘର ପାଇଁ ଲକ୍ଷ୍ମୀ ଟିଏ ଆଣିଛୁ । ଏହା କହି ବାପା ସାନ ପୁଅ କୁ ଗ୍ରହଣ କରି କହିଲେ ଆମେ ରାଗରେ ତୋତେ ଯାହା କହିଚୁ ସେଗୁଡ଼ାକ ଭୁଲି ଯା, ଏତିକି କହି ଜମିଦାର ବାବୁ ସାନ ପୁଅ କୁ କୋଳେଇ ନେଲେ। ସାନ ବୋହୁ କୁ ମଧ୍ୟ ଶାଶୂ କୋଳେଇ ନେଇ ଆଶୀର୍ବାଦ ଦେଲେ । ଏତିକିବେଳେ ବଡ ବୋହୂ ଏବଂ ବୋହୂ ସାଙ୍ଗରେ ତାଙ୍କ ବାପା ମା ଆସିଲେ। ସେମାନେ ଜମିଦାର ବାବୁ ଙ୍କୁ କ୍ଷମା ମାଗି କହିଲେ , ଜମିଦାର ବାବୁ ଆମ ଝିଅ ବହୁତ୍ ଗେହ୍ଲାରେ ବଢ଼ିଛି ତାକୁ କେବେ ରୋଷେଇ କରିବା ଏବଂ ଅନ୍ୟ କାମ ପାଇଁ କେବେ କହିନୁ ତାହା ମଧ୍ୟ ଆମର ଭୁଲ କିନ୍ତୁ ବର୍ତ୍ତମାନ ସେ ଅଳ୍ପ ଅଳ୍ପ ଶିଖି ଆସିଛି ବାକି ତାକୁ ଆପଣ କ୍ଷମା କରି ଗ୍ରହଣ କରିଲେ ଆମେ ବହୁତ୍ ଖୁସି ହେବୁ। ଗାଁ ରେ ଲୋକମାନେ ମୋତେ ବହୁତ୍ କଥା କହିଲେ ଏବଂ ମୋର ନାମ ଖରାପ ହେଉଛି । ଆମେ ତାକୁ ବୁଝେଇ ଦେଇଛୁ ବର୍ତ୍ତମାନ ସେ ସବୁ କାମ କରିବ ଏବଂ ସବୁ କଥା ଶୁଣିବ । ପୁଅ ଏବଂ ବୋହୂ ଦୁହେଁ ବାପା ମାଁ ଙ୍କୁ କ୍ଷମା ମାଗିଲେ । ପରେ ଦୁଇ ପୁଅ ବୋହୂ ଏବଂ ଜମିଦାର ବାବୁ ଙ୍କ ତତ୍ତ୍ଵାବଧାନରେ ପରିବାର ଖୁସିରେ ଚାଲିଲା।  

ଏଥିରୁ କଣ ଶିଖିଲ ?
୧. ଅତି ଲୋଭ ହାନିକାରକ ।
୨. ନିଜ ଠୁ ବଡ ଅବା ଗୁରୁଜନ ଙ୍କୁ ଖରାପ କଥା କହିବା ଅନୁଚିତ୍ ।
୩. ନିଜ ଠାରୁ ଛୋଟ ମାନଙ୍କ ଭୁଲ କୁ କ୍ଷମା କରିବା ଉଚିତ୍ ।
 

Puja Swain (Writer)
Buguda, Ganjam.