ମେଥ୍ ନୋଟସ୍ |
ଶ୍ରୀୟା !!!!
ମେଥ ନୋଟସ୍ ଟା ଦେବ କି ????
କିଛି ଡାଉଟ୍ ଥିଲା????
ଶ୍ରୀୟା କିଛି ନ ଭାବି ମେଥ ନୋଟ୍ ଟିକୁ ଅରୁଣ କୁ ଦେଇ ଦେଲା । ସେଠୁ ଗୋଟିଏ ସମ୍ପର୍କ ଯୋଡ଼ି ହେବାର ଆଶଙ୍କା ଅନୁଭବ ହେଲା………
************************
ମହାମାୟୀ କୋଚିଙ୍ଗ ସେଣ୍ଟର ରେ ଅରୁଣ ର ମାସେ ହେବାକୁ ବସିଲାଣି । ଦଶମ ପରୀକ୍ଷା ମୁଣ୍ଡ ଉପରେ। ବାପା ସୁରଟ ରେ ରହି ଫୋନ୍ ଉପରେ ଫୋନ୍ କରି କହୁଥାନ୍ତି ଯେ ଦେଖ୍ ଅରୁଣ ଭଲ ସେଣ୍ଟର୍ ଦେଖି ତୋତେ ଟିଉସନ୍ ପଠେଇଲି କିନ୍ତୁ ଦଶମ ପରୀକ୍ଷା ପାସ୍ ହେବା ଦରକାର । ଅରୁଣ ସବୁ କ୍ଷେତ୍ରରେ ଭଲ କିନ୍ତୁ ମେଥ୍ ରେ ଜିରୋ। ପିଲା ଦିନୁ ମେଥ୍ ର ଭୂତ ତାକୁ ଡରେଇ ଆସିଛି ।
ସୁଶାନ୍ତ ସାର୍ ଙ୍କ ମେଥ୍ ଅରୁଣ ମୁଣ୍ଡରେ ତ ପଶି ଯାଏ କିନ୍ତୁ ଦ୍ଵିତୀୟ ଦିନ ଯୋଉଟା କୁ ସେଇଟା। ସେ ବା କଣ କରିବ କିନ୍ତୁ ଅରୁଣ ର ଭାଗ୍ୟ ବୋଧେ ଖରାପ। ଠିକ୍ ମାସେ ହେବାକୁ ବସିଥିଲା ।
ଶ୍ରୀୟା ବୋଲି ଗୋଟିଏ ଝିଅ ସେ କୋଚିଙ୍ଗ ସେଣ୍ଟର୍ ରେ ଆସି ଜଏନ କରିଲା। ଶ୍ରୀୟା ଦେଖିବାକୁ ସାବର୍ଣ୍ଣ ଚେହେରା କିନ୍ତୁ ଫେସ୍ କଟ୍ ରେ ବହୁତ୍ ସୁନ୍ଦର । ସେ ବହୁତ୍ ଶାନ୍ତ । ତାର ବାପା ମଧ୍ୟ ସୁରଟ ଚାକିରି ବାଲା । ଦିନେ ସକାଳେ ପରିମିତି ର କିଛି ପ୍ରଶ୍ନ ପଢା ସରିବା ପରେ ଅରୁଣ ମୁଣ୍ଡରେ ପଶିଲା ନାହିଁ। ସୁଶାନ୍ତ ସାର୍ କହିଲେ , ଯାହାକୁ ବୁଝା ପଡ଼ିଲା ନାହିଁ ତମ ପାଖ ପିଲାଙ୍କୁ ପଚାରି ବୁଝି ଦିଅ। ମୁଁ ଅଳ୍ପ ଘରକୁ ଯାଇ ଆସେ। ସୁଶାନ୍ତ ସାର୍ ଚାଲିଗଲେ ଘରକୁ।
ଅରୁଣ ମୁଣ୍ଡରେ କିଛି ପଶି ନଥାଏ। ଅରୁଣ ଏପଟ ସେପଟ ଦେଖିଲା ତାର ସାମ୍ନାରେ ଶ୍ରୀୟା ବସିଥାଏ। ତାକୁ ଡାକରେ କହିଲା??
ହେଇ ?? ତମ ମେଥ ନୋଟ୍ ଟା ଅଳ୍ପ ଦେବ କି ?? କିଛି ଡାଉଟ୍ ଥିଲା?? ଶ୍ରୀୟା କିଛି ନ ଭାବି ମେଥ ନୋଟ୍ ଟିକୁ ଅରୁଣ କୁ ଦେଇ ଦେଲା । ସେଠୁ ଗୋଟିଏ ସମ୍ପର୍କ ଯୋଡ଼ି ହେବାର ଆଶଙ୍କା ଅନୁଭବ ହେଲା ଅରୁଣ ମନରେ… । ସେ ଧ୍ୟାନ ନ ଦେଇ ଶ୍ରୀୟା ର ମେଥ୍ ନୋଟ୍ ରୁ ପ୍ରଶ୍ନ ଉତ୍ତର ଲେଖିବାରେ ଲାଗିଲା। ପ୍ରଶ୍ନ ଉତ୍ତର କପି କରୁଥିବା ବେଳେ ଦେଖିଲା ଯେ ଶ୍ରୀୟା ର ଅକ୍ଷର ବହୁତ୍ ସୁନ୍ଦର୍। ଯେତେବେଳେ ସେ ନୋଟ୍ ଟିକୁ ଫେରାଇଲା ସେତେବେଳେ ଶ୍ରୀୟା କୁ ଧନ୍ୟବାଦ୍ ଦେଲା ଏବଂ କହିଲା ତମ ଅକ୍ଷର ବହୁତ୍ ସୁନ୍ଦର୍। ଶ୍ରୀୟା ୱେଲକମ୍ କହି ନୋଟ୍ ଟିକୁ ନେଇଗଲା ।
ତା ପର ଦିନ ସୁଶାନ୍ତ ସାର୍ ୫ଟି ଗ୍ରୁପ ବନେଇଲେ ସେଥିରେ ଜଣେ ଭଲ ପଢ଼ାକୁ ସହିତ ବାକି ଦୁଇ ଜଣ ଅଳ୍ପ ପଢାକୁ। ଠିକ୍ ସେମିତି ଅରୁଣ ର ଗ୍ରୁପ୍ ରେ ଶ୍ରୀୟା ଏବଂ ତପନ କୁ ଦେଲେ। ତପନ ର ମେଥ ଭଲ । ଶ୍ରୀୟା ର ମଧ୍ୟ ମେଥ୍ ଭଲ କିନ୍ତୁ ତାହା କେବଳ ମେଥ୍-୨ ଭଲ ହୁଏ। ଆଉ ଅରୁଣ ର ତ ମେଥ୍ ଶତ୍ରୁ। ଦେଖୁ ଦେଖୁ ୨ ମାସ ବିତିଗଲା । ତପନ କମ୍ କଥା ହୁଏ କିନ୍ତୁ ଶ୍ରୀୟା ଆଉ ଅରୁଣର ଥରେ କଥା ଆରମ୍ଭ ହୋଇଗଲେ ତାଙ୍କର କଥା ସରେ ନାହିଁ ।
ଏହି କଥା ଆଳରେ ଅରୁଣ ଆଉ ଶ୍ରୀୟା ର ପ୍ରେମ ସଂପର୍କ ମଧ୍ୟ ମଜବୁତ୍ ହେବାକୁ ଲାଗିଲା । ତପନ କୁ ଅଳ୍ପ ଅନୁଭବ ହେଲା ପରେ ସେ ଚେତାବନୀ ଦେଲା । ଦେଖ ତମେ ଦୁଇ ଜଣ ପାଠ ପଢା କମ୍ ଆଉ ବେକାର କଥା ବେଶୀ ହେଉଛ । ଭଲ ପାଠ ପଢ଼ !! ନହେଲେ ଫେଲ ହୋଇଯିବ କିନ୍ତୁ ନୂଆ ନୂଆ ପ୍ରେମ ଆରମ୍ଭ ହୋଇଥିଲା ନା ?? ତପନ ର କଥା କୁ ଶ୍ରୀୟା ଆଉ ଅରୁଣ କୁ ପିତା ଲାଗୁଥିଲା ।
ଯାହା ଖରାପ ହୁଏ ତାହାର ପରିଣାମ ବହୁତ୍ ଶୀଘ୍ର ଜଣା ପଡ଼ିଯାଏ । ଠିକ୍ ସେମିତି ହିଁ ହେଲା । ଟେଷ୍ଟ ପରୀକ୍ଷା ବେଳକୁ ତ ମାର୍କ ଠିକ୍ ଥିଲା କିନ୍ତୁ ବାର୍ଷିକ ପରୀକ୍ଷା ବେଳକୁ ପାଠ ପଢା କମ୍ ପ୍ରେମ ପାଠ ବେଶୀ ଚାଲିଲା। ଯାହା ଫଳରେ ରେଜଲ୍ଟ ଆସିବା ପରେ ଜଣା ପଡ଼ିଲା । ଯେ ଶ୍ରୀୟା କେବଳ ୮ ମାର୍କ ରୁ ଜଷ୍ଟ ପାସ୍ ହୋଇଛି । ତପନ ଫାର୍ଷ୍ଟ୍ ଡିଭିଜନ ରେ ପାସ୍ ଏବଂ ଅରୁଣ ଫେଲ୍ ହୋଇଗଲା।
ଅରୁଣ କୋଉ କାରଣ ରୁ ଫେଲ ହେଲା ଟିଉସନ୍ ରେ ସମସ୍ତେ ଜାଣିଗଲେ କିନ୍ତୁ ଅରୁଣ ର ଘର ପର୍ଯ୍ୟନ୍ତ ପହଞ୍ଚି ପାରିଲା ନାହିଁ।
ଅରୁଣ ଫେଲ ହେବା ପରେ ସାହି ପଡିଶା ଲୋକ ଟାହି ଟାପରା ଆଉ ସାଙ୍ଗ ମାନଙ୍କ ସେ ଖୁଣ କଥା ” ସେ ଶ୍ରୀୟା ପଛରେ ବୁଲି ନାମ ନେଲୁ ନା ??? ” ସମ୍ପର୍କୀୟ ମଧ୍ୟ କଥା ହେବା ବନ୍ଦ କରିଦେଲେ । ଫେଲ ହେବା ପରେ ଶ୍ରୀୟା ମଧ୍ୟ ଅରୁଣ ସହିତ ସଂପର୍କ କାଟିଦେଲା।
ସମସ୍ତଙ୍କ ତାନା ଶୁଣି ଶୁଣି ଅରୁଣ ପୁରା ପାଗଳ ହୋଇଯାଇଥିଲା । ରେଜଲ୍ଟ ବାହାରିବା ଦିନ ଅରୁଣ ର ବାପା ଆସି ପହଁଚିଲେ।
ଅରୁଣ ଫେଲ ହେବା କଥା ଘରକୁ ଆସିବା ପରେ ଜାଣିଲେ। ଅରୁଣ ପାଇଁ ନୂଆ ଡ୍ରେସ୍ ଆସିଥିଲା। ବାପା ରାଗରେ ସେ ଡ୍ରେସ କୁ ତା ମୁହଁରେ ଫୋପାଡି କହିଲେ ” ଫେଲ ହେଲୁନି ଯେ ମୋ ନାକ କାଟି ଦେଲୁ ” ।
ଏତେ ଗାଳି ଗୁଲଜ, ତାନା ଶୁଣି ଅରୁଣ ଶେଷରେ ଆତ୍ମହତ୍ୟା କରିବ ବୋଲି ସ୍ଥିର କରିଲା।
ରାତିରେ ସମସ୍ତେ ଖାଇ ସାରିବା ପରେ , ଅରୁଣ ବାଥ୍ ରୁମ୍ ଯିବା ବାହାନାରେ କୂଅ ପାଖରେ ପହଁଚିଲା। କୁଅ ଭିତର ଟା ଅନ୍ଧାର ରେ କିଛି ଦେଖା ଯାଉ ନଥିଲା । ବହୁତ୍ ସାହାସ କରି ଅରୁଣ କୂଅ ଭିତରକୁ ଡେଇଁ ପଡ଼ିଲା । ତାପରେ ଆଉ କଣ????
.
.
.
.
.
.
କିଛି ନାହିଁ ଯେମିତି କି ସେମିତି…
ଅରୁଣ ଭୁଲି ଯାଇଛି
ଯେ ତାକୁ ପହଁରା ଆସେ ।
ସେ ବୁଡ଼ିବାକୁ ଚାହୁଁଥିଲେ ମଧ୍ୟ ବୁଡି ପାରୁ ନଥାଏ। ଅଧ ଘଣ୍ଟା ର ପାଣି ଭିତରେ ବୁଡି ବୁଡ଼ିକା ପରେ ଯେତେବେଳେ ଅରୁଣ ନିଜକୁ ହାଲିଆ ଅନୁଭବ କଲା ଏବଂ ସେତେବେଳକୁ ସେ ପେଟେ ପାଣି ପିଇ ସାରିଥିଲା। ତା ମନରୁ ଆତ୍ମହତ୍ୟା ଭୂତ ଟା ଉଭେଇ ଗଲା । ସେ ବଞ୍ଚିବାକୁ ଈଛା କଲା । ପାଟି କରି ଡାକିବାକୁ ଲାଗିଲା । ଘର ଲୋକ ମଧ୍ୟ ଅରୁଣ କଥା ପଚାରିବା ଭୁଲି ଯାଇଛନ୍ତି। କାରଣ ସମସ୍ତେ ଚିନ୍ତାରେ ଥିଲେ ।
କିଛି ସମୟ ପରେ ଅରୁଣ ର ବାପା କିଛି ଶବ୍ଦ ଶୁଣିବାକୁ ପାଇଲେ ।
ବୋଉ… ବୋଉ….
ବାବା… ବାବା…
ସେ ଭାବିଲେ କିଏ ଡାକୁଥିବ କିନ୍ତୁ ପୁଣି ଥରେ ଡାକ ଶବ୍ଦ ଶୁଣି ସେ ଭାବିଲେ ଯେ ,
ୟେ ଅରୁଣ ନୁହଁ ତ??
ସେ ଅରୁଣ ର ମା କୁ ପଚାରିଲେ । ଅରୁଣ କୁଆଡେ ଯାଇଛି?? ଅରୁଣ ର ମା କହିଲେ ସେ ତ ବାଥରୁମ୍ କୁ ଯାଇଥିଲା । ତାପରେ ମୁଁ ଆଉ ଜାଣିନି । ଦୁହେଁ ବାଥରୁମ୍ ଆଡ଼କୁ ଦୌଡ଼ିବାକୁ ଲାଗିଲେ।
ବାଥରୁମ୍ କୁ ଯାଇ ଦେଖିଲେ ଅରୁଣ ନାହିଁ। ଠିକ୍ ସେତିକିବେଳେ କୂଅ ଭିତରୁ ଶବ୍ଦ ଶୁଣିବାକୁ ମିଳିଲା ଯେ ବାବା….. ବୋଉ….. । ଦୁହେଁ କୁଅ ଭିତରକୁ ଦେଖିଲେ କିଛି ଦେଖା ଯାଉ ନଥାଏ କିନ୍ତୁ ଅରୁଣ ର ଶବ୍ଦ ଶୁଣିବାକୁ ପାଇଲେ । ଅରୁଣ ର ବାପା ଟର୍ଚ୍ଚ ଆଣି ଦେଖିଲେ ଯେ ଅରୁଣ ପାଣି ଭିତରେ ସୋଡୋବୋଡ ଅବସ୍ଥାରେ ଉପରକୁ ଦୟା ଭାବରେ ଚାହିଁ ରହିଥିଲା ଏବଂ କହୁଥାଏ ବାବା ମୋତେ ବଞ୍ଚାଅ !!!
ଅରୁଣ ର ବାପା ପଡିଶା ଘର ଲୋକ ଆଉ ଗାଁ ର ଅନ୍ୟ ଲୋକ କୁ ଡାକି ଆଣିଲେ। କିଛି ଲୋକ ଟୋକେଇ ରେ ରସି ବାନ୍ଧି କୁଅ ଭିତରକୁ ଛାଡ଼ିଲେ । ବହୁ କଷ୍ଟରେ ଅରୁଣ କୁ କୁଅ ରୁ ଉଦ୍ଧାର କରାଗଲା।
ପୁଣି ଲଜ୍ୟାମୟ ପରିବେଶ ସୃଷ୍ଟି ହେଲା। ସମସ୍ତେ କହିଲେ ଯେ ଅରୁଣ ଫେଲ ହେଲା ବୋଲି ଆତ୍ମହତ୍ୟା କରିବାକୁ ଯାଇଥିଲା କିନ୍ତୁ ବଞ୍ଚିଗଲା ।
କେତେ କଣ ଶୁଣିବାକୁ ମିଳିଲା ଅରୁଣ ଆଉ ଅରୁଣ ର ବାପା, ମା କୁ । ଅରୁଣ ର ବାପା କହିଲେ । ଆଜିକାଲି ପିଲା ମାନଙ୍କୁ କିଛି କହିବା ଭୁଲ। କିଛି କହିଦେଲେ କହିବେ ମୁଁ ଆତ୍ମହତ୍ୟା କରିବି । ନିଜକୁ ତ ଲାଜ ଶରମ ନାହିଁ ଏବଂ ଆମର ମଧ୍ୟ ଇଜ୍ଜତ ଖରାପ କରୁଛନ୍ତି ।
ଗାଳି ଗୁଲଜ ପଞ୍ଚକ ପାଞ୍ଚ ଦିନ ପର୍ଯ୍ୟନ୍ତ ଚାଲିଲା । ଷଷ୍ଠ ଦିନ ଯେମିତି ଅରୁଣ ର ବାପା ପୁରା ଚୁପ୍ ହୋଇଗଲେ । ଅରୁଣ କୁ ପାଖରେ ବସେଇ ପଚାରିଲେ କଣ ଚାହୁଁଛୁ ତୁ?? ମୋ ଭଳି ସୁରଟ ରେ ଯାଇ କାମ କରିବୁ ନା କିଛି ଭଲ କାମ କରିବୁ?? ତୁ ଜାଣିନୁ ତୋର ପାଇଁ କେତେ ରାତି ଅନିଦ୍ରା ରହିବାକୁ ପଡୁଛି । ଓଭର୍ ଟାଇମ୍ ଡ଼ିଉଟି କରୁଛି କେବଳ ତୋ ପାଇଁ । ଆମେ ତ ପାଠ ପଢ଼ିଲୁ କିନ୍ତୁ କୋଉ କାମରେ ଲାଗିଲାନି । ବହୁତ୍ ଥର ଚେଷ୍ଟା କରିଛି, ଆର୍ମି,ପୋଲିସ ଆଉ ହୋମ ଗାର୍ଡ ରେ ଚାକିରୀ ଟେ ପାଇବା ପାଇଁ ।ଶେଷରେ ବୟସ ଚାଲିଗଲା। କିଛି ଦିନ ଗୋଟିଏ ସଉଦା ଦୋକାନରେ ରହି କାମ ସିଖିଲି ଭାବିଲି ଗୋଟିଏ ସଉଦା ଦୋକାନ ଟେ କରିବି କିନ୍ତୁ ସେ ଭୂତ ମଧ୍ୟ ଉଭେଇଗଲା ।
ପୁଣି ଭାବିଲି ଗାଁ ରେ ରହିବି ନାହିଁ । ଚାକିରି କରିବା ବୟସ ତ ଚାଲି ଗଲାଣି । ବ୍ୟାଗ୍ ଧରି ପହଞ୍ଚିଲି ସୁରଟ ରେ । ବାହାଘର ମଧ୍ୟ ବଡ କଷ୍ଟରେ ହେଲା । ସମସ୍ତେ କୁହନ୍ତି ଭେଣ୍ଡିଆ ଟିଏ ହୋଇକି ସୁରଟ ରେ କାମ କରୁଛି । ଏମିତି ଦିନେ ତୋ ଅଜା ମୋତେ ସୁରଟ ରେ ଦେଖିଲେ । ସେ ସେତେବେଳେ ସେଠୀ ରହୁଥିଲେ । ଏମିତି କଥା ବାର୍ତ୍ତା ପରେ ସେ ତାଙ୍କ ଆଡୁ ପ୍ରସ୍ତାବ ନେଇ ଆମ ଘରେ ପହଞ୍ଚିଲେ ଏବଂ ବାହାଘର ସମ୍ପନ୍ନ ହେଲା କିନ୍ତୁ ତୁ ଯେବେ ଠାରୁ ଜନ୍ମ ନେଲୁ ତୋ ମା ଏବଂ ମୁଁ ଗୋଟିଏ ଶପଥ କରିଲୁ ଯାହା ଖର୍ଚ୍ଚ ହେଉ ପଛେ ଆମ ପୁଅ କୁ ପଢେ଼ଇ ମଣିଷ କରିବା କିନ୍ତୁ ଆମର ସବୁ ସ୍ଵପ୍ନ ଅଧାରେ ରହିଗଲା। ଶେଷରେ ତୁ ଆତ୍ମହତ୍ୟା କରିବାକୁ ସାହାସ କରିଲୁ ।
ଏତିକି କଥା ଶୁଣି ଅରୁଣ ଆଖିରୁ ଦୁଇ ଟୋପା ଲୁହ ବହିଗଲା ଏବଂ ବାପା ଙ୍କ ହାତ କୁ ଧରି କହିଲା । ବାପା ମୁଁ ସପ୍ଲିମେଣ୍ଟ ପରୀକ୍ଷା ଦେବୀ ଆଉ ପାସ୍ ହୋଇ ଦେଖେଇବି । ଅରୁଣ ର ବାପା କହିଲେ , ସପ୍ଲୀମେଣ୍ଟ ଦେବା ବଦଳରେ ଆଉ ଗୋଟିଏ ବର୍ଷ ପଢ଼ି ଦେ । ଭଲ ମାର୍କ ଆସିବ । ଅରୁଣ ର ଏକା ଜିଦ୍ । ନାହିଁ ବାପା ମୁଁ ସପ୍ଲିମେଣ୍ଟ୍ ଦେବି। ବାପା ରାଜି ହେଲେ ପଚାରିଲେ କୋଉ ଟିଉସନ୍ ଯିବୁ । ଅରୁଣ କହିଲା , ମୁଁ ସେହି ପୁରୁଣା ଟିଉସନ୍ କୁ ଯିବି ତମେ ଥରେ ସୁଶାନ୍ତ ସାର୍ ସହିତ କଥା ହୁଅ ।
ପ୍ରଥମେ ସୁଶାନ୍ତ ସାର୍ ମନା କରିଲେ କିନ୍ତୁ ପରେ ଅନୁରୋଧ କରିବା ପରେ ଅରୁଣ ର ପୁଣି ଟିଉସନ୍ ଯାତ୍ରା ଆରମ୍ଭ ହେଲା କିନ୍ତୁ ପରେ ଅରୁଣ କୁ ଚେତାବନୀ ଦେଇ କହିଲେ ଯେ ପ୍ରେମ ପାଠ ନାହିଁ ଦଶମ ପାଠ ପଢ଼ିବୁ ନହେଲେ ନାମ ନେବୁ। ଅରୁଣ ସୁଶାନ୍ତ ସାର୍ ଙ୍କୁ କଥା ଦେଲା ଯେ ନାହିଁ ସାର୍ ଆଉ ହେବନି ସେମିତି । ପଢା ପଢ଼ି ଜୋର୍ ସୋର୍ ରେ ଚାଲିଲା ।
ସୁଶାନ୍ତ ସାର୍ , ସପ୍ଲୀମେଣ୍ଟ ର ଗୋଟିଏ ଅଲଗା ଗ୍ରୁପ୍ ବନେଇଲେ।
ସେଥିରେ ମଧ୍ୟ ସେମିତି, ତିନି ଜଣ ଥିଲେ ଅରୁଣ, ରାକେଶ ଆଉ ଜଣେ ଝିଅ ।
ତାର ନାଁ ଥିଲା ଅଙ୍କିତା । ଏଠି ଅଙ୍କିତା ର ଅକ୍ଷର ବହୁତ୍ ସୁନ୍ଦର୍ ଥିଲା ତଥା ତାର ମୁଖ ମଣ୍ଡଳ ଶ୍ରୀୟା ଭଳି ସାବର୍ଣ୍ଣ ଚେହେରା ଥିଲା।
ଅରୁଣ ତ ନିଜକୁ ଭଲ ବାଟରେ ଆସିବାକୁ ଚାହୁଁଥିଲା କିନ୍ତୁ କଣ ହେଲା କେଜାଣି ଅରୁଣ କୁ ଏକ ନୂଆ ସଂପର୍କ ସହିତ ଯୋଡ଼ି ହେବ ବୋଲି ପରିବେଶ ତାକୁ ବାଧ୍ୟ କରୁଥିଲା ।
ଅରୁଣ ପୁଣି ମେଥ୍ ଡ଼ାଉଟ୍ ର ତୃଷ୍ଣା ନେଇ ଘୁରି ବୁଲିଲା ।
ସେ ରାକେଶ କୁ ପଚାରିଲା କିନ୍ତୁ ସେ ଲେଖିନି ବୋଲି ମନା କରିଲା ।
ଏବେ ଅରୁଣ ଉପାୟ ଶୂନ୍ୟ…..
ସେ ଅଙ୍କିତା ପାଖରେ ପହଞ୍ଚିଲା ।
ପୁଣି ସେ ପ୍ରଶ୍ନ????
ଅଙ୍କିତା !!!!
ମେଥ ନୋଟସ୍ ଟା ଦେବ କି ????
କିଛି ଡାଉଟ୍ ଥିଲା ????
****************
“କାହାଣୀ ଟି ସମାପ୍ତ ହୋଇ ସାରିଛି ନିଜର ମତାମତ କମେଣ୍ଟ କରି ଜଣାନ୍ତୁ ”
By. Nilamadhab Bhuyan
If the contents are helpful to share them with your friends, Thanking You.