Tag Archives: # kataka ra pagala part 2

କଟକ ର ପାଗଳ…2

Part-1

ହେଲେ ଶ୍ରାବଣୀ କୁ ସେ ଭୟରେ ଭୋକ ଲାଗୁ ନଥାଏ। ମିଥୁନ ପାଖେ ଆସି ବସିଲା ଏବଂ ଶ୍ରାବଣୀ କୁ ଛୁଇଁବା ପରେ ସେ ଯେମିତି ଚମକି ପଡ଼ିଲା, ଶ୍ରାବଣୀ କହିଲା, ସରୀ ମିଥୁନ । ମୁଁ ଭୁଲ କରିଛି ମୋତେ କ୍ଷମା କରିବ। ମିଥୁନ ଶ୍ରାବଣୀ କୁ କୋଳେଇ ନେଇ କହିଲା। ଆରେ ପାଗଳି ମୁଁ କିଛି କହିଲି କି? ମୁଁ ରାଗିନି ମଧ୍ୟ, ତମେ କାହିଁକି ସେମିତି ଭାବୁଛ ? ଶ୍ରାବଣୀ ପୁଣି ପଚାରିଲା, ତମେ ମୋ ଉପରେ କାହିଁକି ରାଗିନ, ମୁଁ ତମକୁ ମିଛ କହିଥିଲି। ପ୍ରକୃତରେ ମୁଁ ସେ ଶ୍ରୀକାନ୍ତ କୁ ଦେଖିବାକୁ ସେଠି ବାହାନା କରି ରହି ଯାଇଥିଲି। ମିଥୁନ ,ମୁଣ୍ଡ ହଲେଇ କହିଲା। ହଁ ଜାଣିଛି, ସେଠୁ କଣ ହେଲା ? ତୁମର ଇଛା ହେଲା ତୁମେ ରହିଲ ଏଥିରେ ମୁଁ ରାଗିବି କାହିଁକି ? ପାଖରେ ଠିଆ ହୋଇ ରହିଥିବା ପୁଅ ରାହୁଲ କହିଲା । ଜାଣିଛ ମାମା , ବାବା ମୋ ପାଇଁ କିଛି କିଣି ଦେଲେ ନାହିଁ, କେବଳ ତୁମ ପଛେ ପଛେ ଯିବାକୁ କହିଲେ । ମୁଁ ପଚାରିଲି କାହିଁକି ? ତେବେ ବାବା କହିଲେ ଆଜି ମାମା ଯୁଆଡେ ଯୁଆଡେ ବୁଲିବ। ଆମେ ମଧ୍ୟ ତାଙ୍କ ପଛେ ପଛେ ବୁଲିବା।

ଏତିକି ଶୁଣି ଶ୍ରାବଣୀ ର ଚେହେରା ଯେମିତି ଲଜ୍ୟା କର ସ୍ଥିତି ଗଠିତ ହେବାରେ ଲାଗିଲା। ମିଥୁନ କହିଲା, କିଛି କଥା ନାହିଁ, ମୁଁ କିଛି ଭାବିନି ଆଉ ତମ ଉପରେ ମୋର ବିଶ୍ବାସ ଅଛି। ଆରେ ତମ ସହିତ ମୁଁ ଗତ ୬ ବର୍ଷ ହେଲା ଅଛି । ମୁଁ ତମକୁ ଭଲ ଭାବରେ ଜାଣିଛି। ତମେ କଣ କର, କଣ ଭାବ, ମୁଁ ସବୁ ଜାଣେ । ଆଉ ଏଇଟା କେମିତି ଲୁଚି ରହିଥାନ୍ତା କୁହ ? ଶ୍ରାବଣୀ କହିଲା, ନା ମିଥୁନ ମୁଁ ଶ୍ରୀକାନ୍ତ ବିଷୟରେ କିଛି ଜାଣି ନଥିଲି। ତମକୁ ଯାହା ଯାହା କହିଛି ସବୁ ସତ କଥା, ଆଉ ତା ସହିତ ଶେଷ ଦେଖା ପରେ ମୁଁ ତାକୁ ଖୋଜିନି କି କେବେ ଦେଖିନି। ବାହା ଘର ପର୍ଯ୍ୟନ୍ତ ଅଳ୍ପ ମନେ ପଡ଼ୁଥିଲା କିନ୍ତୁ ପରେ ସବୁ ଭୁଲିଗଲି । ମିଥୁନ କହିଲା ତମେ ସିନା ଭୁଲିଗଲ ହେଲେ ମୁଁ ଭୁଲି ପାରିଲି ନାହିଁ । ଶ୍ରାବଣୀ, ଆଶ୍ଚର୍ୟ୍ଯ ରେ ଚାହିଁ ରହିଲା ।

ଶ୍ରାବଣୀ ପଚାରିଲା, ମୁଁ ବୁଝି ପାରିଲିନି ମିଥୁନ । ପ୍ଲିଜ୍ ଖୋଲି କରି କୁହ ? ହଉ ଶୁଣ , ଯଦି ଧର୍ଯ୍ୟ ଅଛି ତେବେ ଶୁଣ !! ତମର ଆଉ ଶ୍ରୀକାନ୍ତ ର କଲେଜ ଝଗଡ଼ା ହେବା ପରେ ତମେ ତାକୁ କହିଥିଲ ନା, ମୋ ପିଛା କରିବା ଛାଡି ଦିଅ। ଶ୍ରାବଣୀ ହଁ କରିଲା, ସେ ପୁଣି ଥରେ ତୁମକୁ କ୍ୟାଣ୍ଟିନ ରେ ପ୍ରପୋଜ କରିଲା ଏବଂ ସର୍ତ୍ତ ରଖିଲା ଯେ ଏହି ପ୍ରପୋଜ୍ ର ଉତ୍ତର ମୋତେ ପରେ ଦେବ ବୋଲି କହିଥିଲା ଏବଂ ତା ପର ଦିନ ଠାରୁ ସେ କଲେଜ ଆସିନି। ଶ୍ରାବଣୀ ହଁ ଠିକ୍ କଥା କିନ୍ତୁ ତମେ ଏତେ କଥା କେମିତି ଜାଣିଲ। ମିଥୁନ କହିଲା, ତମ ବାୟୋଲୋଜି କ୍ଲାସମେଟ ସୁନୟନା କୁ ଜାଣିଛ। ହଁ ହଁ, ଶ୍ରାବଣୀ କହିଲା, ହଁ ସେ ତ ମୋର ସାଙ୍ଗ, ତାକୁ କେମିତି ଜାଣିଲ। ସୁନାୟନା ମୋର ପିଲା ଦିନ ର ସାଙ୍ଗ। ଆମେ ପିଲା ଦିନେ କଲିକତା ରେ ପଡୋଶୀ ଥିଲୁ। ତାଙ୍କ ବାପା ଏବଂ ଆମ ବାପା ସେଠି ରହୁଥିଲେ। ଚାକିରି ଅଲଗା ଥିଲା କିନ୍ତୁ ରୁମ୍ ଗୋଟିଏ ବିଲ୍ଡିଂ ରେ ଥିଲା ଏବଂ ଆମେ ଦୁହେଁ ପିଲା ଦିନୁ ଏବେ ପର୍ଯ୍ୟନ୍ତ contact ରେ ଥିଲୁ।

ତମ କଲେଜ ସମୟରେ ମୁଁ କଲିକତା ରେ ପଢ଼ୁଥିଲି ଏବଂ ତମେ କଟକ ରେ ପଢ଼ୁଥିଲ । ସେ ମୋତେ ତୁମ ବିଷୟରେ ସବୁ କଥା କହୁଥାଏ। ଏମିତି କି ଶ୍ରୀକାନ୍ତ କଥା ମଧ୍ୟ ମୋତେ ସବୁ କହିଛି। ଶ୍ରାବଣୀ, ମୁଣ୍ଡରେ ହାତ ଦେଇ ବସିଲା। ମିଥୁନ କହିଲା ଚିନ୍ତା କରିବା ଦରକାର ନାହିଁ। ତମେ ମୋତେ କିଛି କହିବା ଦରକାର ନାହିଁ। ତମଠୁ ଅଧିକ ଶ୍ରୀକାନ୍ତ କଥା ମୁଁ ଜାଣିଛି। ସେ ଯୋଉଦିନ ତମକୁ ଅପେକ୍ଷା କରି କହି ଚାଲିଗଲା। ସେ ସିଧା ଯାଇ ପହଁଚିଲା କୋଝିକୋଡ଼ (କେରଳ) ରେ। ପ୍ରାୟ ୨ ବର୍ଷ ସେଠି ରହିବା ପରେ ସେ ପୁଣି ଆସିଲା ବେଙ୍ଗଲୋର୍ ରେ ପହଁଚିଲା । ସେ ସେଠି ନିଜ ପାଇଁ ଗାଁ ରେ ଜାଗା କିଣି ଘର କରିଲା । ସେ ତମ ଖବର ରଖିଥିଲା କିନ୍ତୁ ୩ ବର୍ଷ ପୂରିବା ପୂର୍ବରୁ ସେ ତୁମ ପାଖକୁ ଆସି ତୁମକୁ ପ୍ରାପୋଜ କରି ତୁମକୁ ବିବାହ ପାଇଁ କହିଥାନ୍ତା କିନ୍ତୁ ଟ୍ରେନ ରେ କିଛି ଅଘଟଣ ଘଟି ଗଲା ।

କିଛି ଚୋର ଶ୍ରୀକାନ୍ତ ର ଜିନିଷ ନେଇ ପଳେଇ ଯିବା ସମୟରେ ସେ ସେମାନଙ୍କୁ ଅଟକେଇ ବାକୁ ଚେଷ୍ଟା କରିଲା କିନ୍ତୁ ଚୋର ମାନେ ତାକୁ ବିରୋଧ କରି ତାଙ୍କୁ ଟ୍ରେନ ରୁ ଧକ୍କା ଦେଇ ଖସି ପଳେଇ ଗଲେ।

ତାପରେ ତାର ଆଉ ଖବର ନାହିଁ । ଦେଖୁ ଦେଖୁ ପୁଣି ଗୋଟିଏ ବର୍ଷ ବିତିଗଲା । ତମ ଘର ଲୋକ ମଧ୍ୟ ପୁଅ ଖୋଜିବାରେ ଲାଗିଲେ। ତମ ବିଷୟରେ ମୁଁ ଖବର ରଖିଥିଲି। ଏମିତି ରେ ତମ ସହିତ ଘଟିଥିବା ଘଟଣା କୁ ଭୁଲି ତମକୁ ମୁଁ ଆପଣେଇବାକୁ ଚେଷ୍ଟା କରିଲି ଏବଂ ଅନୁଭବ କରିଲି ଯେ ତମେ ମଧ୍ୟ ଶ୍ରୀକାନ୍ତ କୁ ଭୁଲି ସାରିଛ। ଦେଖୁ ଦେଖୁ ୬ ବର୍ଷ ବିତିଗଲା । ମାତ୍ର ଏବେ ଗତ ଛଅ ମାସ ହେଲା ବେଙ୍ଗଲୋର ରେ ଏଠିକାର କିଛି ଲୋକ ରହନ୍ତି । ସେମାନେ ଶ୍ରୀକାନ୍ତ କୁ ଚିହ୍ନି ତାକୁ କଟକ ନେଇ ଆସିଲେ । ଶ୍ରୀକାନ୍ତ, ନିଜ ଘର ଲୋକ କୁ ମଧ୍ୟ ଚିହ୍ନି ପାରୁନି । ଶେଷରେ ସେ ଘର ଛାଡ଼ି ଏଠି ବାହାରେ ବୁଲୁଛି ।


ଏତିକି ଶୁଣି ଶ୍ରାବଣୀ ର ଆଖିର ଲୁହ ଦାଗ ଯେମିତି ଶ୍ରାବଣୀ ର ଗାଲ ରେ ଦାଗ ହୋଇ ଚାଲି ଥିଲା । ସେତେବେଳେ ଶ୍ରାବଣୀ ପୁଣି କାନ୍ଦିବାକୁ ଲାଗିଲା । ସେତେବେଳେ ରାହୁଲ, ଶୋଇ ପଡ଼ିଥାଏ । ରାହୁଲ ଅଳ୍ପ ଖାଇ ଥାଏ କିନ୍ତୁ ମିଥୁନ ର ବାଧ୍ୟକତାରେ ଶ୍ରାବଣୀ ଦୁଇ ମୁଠା ଖାଇ ଦୁହେଁ ଶୋଇଲେ ।

ରାତି ପାଇଲା ପରେ ଶ୍ରାବଣୀ ମିଥୁନ କୁ ଅନୁରୋଧ କରି କହିଲା । ମିଥୁନ ତମକୁ ଗୋଟିଏ ଅନୁରୋଧ କରିବି । ମିଥୁନ ପଚାରିଲା କୁହ ? ତମେ ରାଗିବ ନାହିଁ ତ? ତମ ହସ୍ପିଟାଲ ରେ ଶ୍ରୀକାନ୍ତ ଙ୍କ ଚିକିତ୍ସା ହୋଇ ପାରିବ କି ? ମିଥୁନ କହିଲା, ତମେ ଭାବିବା ପୂର୍ବରୁ ଶ୍ରୀକାନ୍ତ ର ଘର ଲୋକ ଆଗରୁ ଆମ ହସ୍ପିଟାଲ କୁ ଆସି ସାରି ଥିଲେ ଏବଂ ଚିକିତ୍ସା ପାଇଁ ଡାକ୍ତର ପ୍ରଫୁଲ୍ଲ ସହିତ କଥା ହେଲେ ଏବଂ ସେହି ସମୟରେ ମୁଁ ସେଠି ପାଖରେ ଥିଲି କିନ୍ତୁ ଡାକ୍ତର ପ୍ରଫୁଲ୍ଲ କହିଲେ ଯେ ମସ୍ତିଷ୍କ ର ଯୋଉ ଭାଗରେ ଆଘାତ ଲାଗିଛି ଯଦି ତାକୁ ସର୍ଜରୀ କରାଯାଏ ତେବେ ଶ୍ରୀକାନ୍ତ ର ଜୀବନ ପ୍ରତି ବିପଦ ଅଛି ତେବେ ସେ କୋମା କୁ ଯାଇ ପାରେ କିମ୍ବା ତାର ଜୀବନ ମଧ୍ୟ ଯାଇ ପାରେ। ଏମିତି ଶୁଣିବା ପରେ ତାଙ୍କ ଘର ଲୋକ ମଧ୍ୟ ଏହି ସର୍ଜରୀ କରିବା ପାଇଁ ମନା କରିଦେଲେ ।

ଶ୍ରାବଣୀ ପୁଣି ଥରେ ନିରୁପାୟ ହୋଇଗଲା ଏବଂ ନିଜକୁ ଧିକ୍କାର ମନେ କରି କହିଲା ଏ ସବୁ ର ମୂଳ କାରଣ ହେଉଛି ମୁଁ, ମୋତେ ଶାସ୍ତି ମିଳିବା ଦରକାର। କାରଣ ମୋ ଯୋଗୁ ଗୋଟିଏ ଜୀବନ ଏବଂ ତାର ହସ ଖୁସି ସବୁ ମାଟିରେ ମିଶିଗଲା।

ମିଥୁନ ପୁଣି କୁଣ୍ଢେଇ ନେଲା ଶ୍ରାବଣୀ କୁ ଏବଂ ଦୁଃଖରେ ପୁଣି କେତେ ଯେ ଲୁହ ବାହାରିଗଲା । ଶ୍ରାବଣୀ କୁ ଆଶ୍ଵାସନା ଦେଇ ମିଥୁନ କହିଲା । ମୁଁ ଶୁଣିଛି ଶ୍ରୀକାନ୍ତ ଯେତେବେଳେ ଟ୍ରେନ ରୁ ତଳେ ପଡ଼ିଗଲା ସେ ସମୟରେ ତାର ମୁଣ୍ଡ କେଉଁ ଲୁହ କିମ୍ବା ପଥର ରେ ବାଜି ଗଲା ସେ ବହୁତ୍ ଦିନ ପର୍ଯ୍ୟନ୍ତ ଅଚେତ୍ ଅବସ୍ଥାରେ ଥିଲା। ତା ପରେ ଗୋଟିଏ ସହକାରୀ ସଂସ୍ଥା ତାର ଚିକିତ୍ସା ପାଇଁ ଭରଣ ପୋଷଣ କରିବା ଦ୍ୱାରା ଚିକିତ୍ସା ରେ ସୁଧାର ହୋଇ ତାର ହୋସ୍ ଆସିଲା କିନ୍ତୁ ସେ ସବୁଦିନ ପାଇଁ ପାଗଳ ହୋଇଗଲା।

ଶ୍ରାବଣୀ, ମିଥୁନ ର ବାହୁ ବନ୍ଧନ ରୁ ଅଲଗା ହୋଇ ପୂଜା ଘରେ ଯାଇ ଭଗବାନ ଙ୍କୁ ବହୁତ୍ ଗୁହାରି କଲା କିନ୍ତୁ ଯାହା କପାଳ ଲିଖନ ତାହା କେବେ ବଦଳିବ ନାହିଁ।

ଆଜି ମଧ୍ୟ ସେ ପାଗଳ କଟକ ର ଗଳି ସନ୍ଧି ରେ ନିଜ ପାଇଁ କୁତ୍ରୀମ କୁଡିଆ ରେ ଆଶ୍ରୟ ହୋଇ ନିଜ ଦିନ କାଟୁଛି। କଷ୍ଟ ହେଲେ ମଧ୍ୟ ସେ ସବୁ ସହି ଯାଉଛି। ସେ ସମସ୍ତଙ୍କୁ ଜାଣେ ଏବଂ ଭୁଲିବା ପାଇଁ ଚେଷ୍ଟା କରେ। ଏମିତି କି ଯେତେବେଳେ ଶ୍ରାବଣୀ କୁ ମଧ୍ୟ ପ୍ରଥମ କରି ଦେଖିଲା ସେ ଚିହ୍ନି ପାରିଥିଲା କିନ୍ତୁ ଶ୍ରାବଣୀ ର ଖୁସିର ସଂସାର ରେ ସେ ବାଧା ହେବାକୁ ପୁଣି ଚେଷ୍ଟା କରିଲା ନାହିଁ। ସେ ଯାହାକୁ ପ୍ରତିଶ୍ରୁତି ଦେଇଥିଲା ସେ ତ ଅପେକ୍ଷା କରି ପାରିଲା ନାହିଁ ତେବେ ତାକୁ ଏମିତି ମୁହୂ୍ତ୍ତରେ ଚିହ୍ନି କଣ ଉପକାର କରିଥାନ୍ତା ସେ।

ସେ ଆଜି ମଧ୍ୟ ବୁଲୁଛି । ଜାଣି ଜାଣି ନିଜକୁ କଷ୍ଟ ଦେଉଛି। ପ୍ରତିଦିନ କେବଳ ଦୁଃଖ ଆଉ କଷ୍ଟ ରେ ବଞ୍ଚିବାକୁ ଚେଷ୍ଟା କରୁଛି କିନ୍ତୁ ଦୁନିଆ ତା ଆଗରେ ସେ ନିରୁପାୟ। ସତ୍ୟ ଏହା ଯେ ସେ ପାଗଳ ଟିଏ କିନ୍ତୁ ପ୍ରକୃତରେ ସେ ଭଲ ମଣିଷ ଟିଏ ଥିଲା। କେବଳ ଭୁଲ ଥିଲା ଯେ ଗୋଟିଏ ଝିଅ କୁ ଅନ୍ତରରୁ ଭଲ ପାଇବା ତାର ବହୁତ୍ ବଡ ଭୁଲ ଥିଲା ଏବଂ ସେହି ଭୁଲ ର ପ୍ରାୟଶ୍ଚିତ ସେ ପ୍ରତିଦିନ ନିଜକୁ ଦେଇ ଚାଲିଛି।

ଶ୍ରାବଣୀ ବେଳେ ବେଳେ ଶ୍ରୀକାନ୍ତ କୁ ବାଟ ଘାଟରେ ଦେଖି ଦେଲେ କିନ୍ତୁ ଲୁହ ଛଳ ଛଳ ରେ ନିରୁପାୟ ହୋଇ ନିଜ ପରିବାର ସହିତ ଫେରି ଯାଏ ଏବଂ ବର୍ତ୍ତମାନ ସେ ସାଜିଛି କଟକ ର ପାଗଳ । କେତେବେଳେ ସେ କେଉଁଠି ଠିକଣା ବିହୀନ ହୋଇ ବୁଲୁଛି ସେ ପାଗଳ ।

ଶ୍ରୀକାନ୍ତ, ଶ୍ରାବଣୀ କୁ ପ୍ରତିଶ୍ରୁତି ଦେବା ଟା କଣ ଭୁଲ ଥିଲା ? ନା ଶ୍ରାବଣୀ ଜାଣିଶୁଣି ଶ୍ରୀକାନ୍ତ କୁ ଅନାଦର କରୁଥିଲା ? ଶ୍ରାବଣୀ ଯଦି ଥରେ କହିଥାନ୍ତା ଯେ ,ହଁ ଶ୍ରୀକାନ୍ତ ମୁଁ ତୁମକୁ ଭଲ ପାଏ । ଏହି ଶବ୍ଦ ରେ ଶ୍ରୀକାନ୍ତ ବୋଧେ ଟଙ୍କା ରୋଜଗାର କରିବା ପାଇଁ ଅନ୍ୟ ରାଜ୍ୟ ର ଦ୍ବାରସ୍ଥ ହୋଇ ନଥାନ୍ତା !! କିନ୍ତୁ କଣ ଥିଲା ପ୍ରକୃତ ରହସ୍ୟ ? ଯଦି ଆପଣ ମାନଙ୍କ ମନରେ ଏମିତି ପ୍ରଶ୍ନ ଘୁରି ବୁଲୁଛି ତେବେ କମେଣ୍ଟ ବାକ୍ସ ରେ ଲେଖିବା ପାଇଁ ବାଧ୍ୟ ହେବେ ।

ଗଳ୍ପ ଟି ଅଧିକ ଦୁଃଖଦ ମୟ କିନ୍ତୁ ଗାଳ୍ପିକ ଆପଣଙ୍କୁ ଦୁଃଖୀ କରିବା ପାଇଁ ପ୍ରୟାସ କରି ନାହାନ୍ତି। ଯଦି ସତ୍ୟ ଭାବରେ ନିଆ ଯାଏ ତେବେ ହୃଦୟ ରୁ ଭଲ ପାଉଥିବା ମଣିଷ ର ଆଖିରୁ ଟୋପାଏ ଲୁହ ତ ନିଶ୍ଚୟ ବାହାରି ଯିବ, ଆପଣ କେତେ ଚେଷ୍ଟା କରିଲେ ମଧ୍ୟ ସେ ଲୁହ ମିଶା କୋହ କୁ ରୋକି ପାରିବେ ନାହିଁ ।

ଗଳ୍ପ ଟି ଶେଷ ପର୍ଯ୍ୟନ୍ତ ପଢି ଥିବା ଯୋଗୁଁ ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ।

ଆପଣଙ୍କ ପ୍ରିୟ ଗାଳ୍ପିକ, ନୀଳମାଧବ ଭୂୟାଁ