Tag Archives: #kataka ra pagala

କଟକ ର ପାଗଳ..୧

ଶ୍ରାବଣୀ ର ପରିବାର କଟକ ବାଲି ଯାତ୍ରା ଦେଖିବାକୁ ବାହାରି ଛନ୍ତି। ସେପଟେ ଶ୍ରାବଣୀ ର ସ୍ବାମୀ ବାଇକ୍ ପାର୍କିଂ କରି ଆସୁଛନ୍ତି। ହଠାତ୍ ଶ୍ରାବଣୀ ଗୋଟିଏ ପାଗଳ ସହିତ ଧକ୍କା ହୋଇଗଲା।  ଶ୍ରାବଣୀ ର ପୁଅ ତାର ଡାହାଣ ହାତର ଆଙ୍ଗୁଠି କୁ ଧରି ଥାଏ। ପଚାରିଲା, କଣ ହେଲା ମାମା, ଶ୍ରାବଣୀ କହିଲା, ନାହିଁ ବାବୁ କିଛି ନାହିଁ, ଗୋଟିଏ ପାଗଳ ସହିତ ଧକ୍କା ହୋଇଗଲା।  ପୁଅ, ରାହୁଲ ପାଗଳ କୁ ରାଗରେ ଚାହିଁ ରହିଲା। ଶ୍ରାବଣୀ ରାଗରେ ପାଗଳ ର ଚୁଟି କୁ ଧରି କହିଲା, ଆବେ କିଏ ତୁ, ତୋତେ କଣ ଦେଖା ଯାଉନି ? ପଛକୁ ବୁଲି ଦେଖିଲା ବେଳକୁ ପାଗଳ ବେଶରେ ଶ୍ରୀକାନ୍ତ।

ଶ୍ରାବଣୀ ର ଆଖି ବଡ ବଡ ହୋଇ ରହିଗଲା।  ସେ କଣ କହିବ କିଛି ବୁଝି ପାରିଲା ନାହିଁ । ଚୁଟି କୁ ଧରିବା ଫଳରେ ପାଗଳ କୁ ଅଳ୍ପ କଷ୍ଟ ହେଉଥାଏ।  ସେତିକି କଷ୍ଟ ରେ ସେ ହାତ ଯୋଡ଼ି କହିଲା, କ୍ଷମା କରିଦିଅ ଭଉଣୀ।  ମୋର ଭୁଲ ହୋଇ ଯାଇଛି । ଏତିକି କହୁ କହୁ ପାଗଳ ର ଆଖିରୁ ଅଳ୍ପ ଲୁହ ବାହାରି ଗଲା।  ପାଗଳ ର ଲୁହ ଦେଖି ଶ୍ରାବଣୀ ର ମଧ୍ୟ ଆଖିରୁ ଲୁହ ବାହାରି ଗଲା ।

ସେ କଣ କହିବ କିଛି ବୁଝି ପାରୁ ନଥାଏ। ଚୁଟି ରୁ ତାର ହାତ କୋହଳ ହେବାକୁ ଲାଗିଲା। ସେପଟେ ପଛ ପଟୁ ମିଥୁନ ଶ୍ରାବଣୀ ର ହାତକୁ ଧରି ପଚାରିଲା କଣ ହେଲା ଶ୍ରାବଣୀ ?? ଶ୍ରାବଣୀ କହିଲା, ନା କିଛି ନାହିଁ, ରାହୁଲ କହିଲା, ବାବା, ଏ ପାଗଳ ଟି ମାମା ସହିତ ଧକ୍କା ହୋଇଗଲା।  ଏତିକି ପରେ ମିଥୁନ କହିଲା, ହଉ ଛାଡ଼, କିଛି ହୋଇନି ନା?? ଶ୍ରାବଣୀ ଏବଂ ମିଥୁନ ସହିତ ପୁଅ ସେଠୁ ଯିବାକୁ ବାହାରିଲେ। 

ଶ୍ରାବଣୀ ର କୋଉଥିରେ ମନ ଲାଗୁ ନଥାଏ।  କେବଳ ପାଗଳ ଶ୍ରୀକାନ୍ତ ର ଚେହେରା ତାର ଆଖିରେ ନାଚୁଥିଲା। ସେ ମିଥୁନ କୁ କହିଲା ମୁଁ ଏହି ଚେୟାର ରେ ବସୁଛି ତମେ ରାହୁଲ କୁ ନେଇ ବୁଲି ଆସ।  ମିଥୁନ କହିଲା , ଆରେ ୟାର, କଣ ହେଲା? ଶ୍ରାବଣୀ ଟିକେ ବାହାନା କରି କହିଲା।  ମୋର ଗୋଡ ଟିକେ ବ୍ୟଥା ହେଉଛି।  ତମେ ବୁଲା ବୁଲି କରି ଆସ। ତୁମର ବୁଲାବୁଲି ସରିବା ପରେ ମୋତେ ଲାଇଭ ଲୋକେସନ ସେଣ୍ଡ କରିବ ମୁଁ ସେଠି ପହଞ୍ଚି ଯିବି । ହଁ ଭିଡିଓ ଆଉ ଫଟୋ ଉଠେଇବା ଭୁଲିବ ନାହିଁ।  ମିଥୁନ କହିଲା, ତମେ ଯଦି ବୁଲିବ ନାହିଁ ତେବେ ଆମେ ମଧ୍ୟ ବୁଲିବୁ ନାହିଁ । ଶ୍ରାବଣୀ ଅଳ୍ପ ଅନୁରୋଧ କରି କହିଲା।  ଦେଖ ରାହୁଲ ର ମନ ଦୁଃଖ ହେବ।  ତମେ ବୁଲି ଆସ । ମୁଁ କଣ ହଜି ଯାଉଛି କି। ମୋବାଇଲ୍ ଅଛି ପର୍ସ ଅଛି। କଣ ଅସୁବିଧା ହେଲେ କଲ୍ ନହେଲେ ମେସେଜ କରିବି। ତମେ ଏବେ ଯାଅ ବୁଲାବୁଲି କର।

ମିଥୁନ ରାହୁଲ କୁ ଧରି ଆଗକୁ ବଢ଼ିବାକୁ ଲାଗିଲା । ଏପଟେ ଶ୍ରାବଣୀ ଉଠି ପାଗଳ ଶ୍ରୀକାନ୍ତ କୁ ଦେଖିବାକୁ ବାହାରିଲା । କିଛି ସମୟ ଖୋଜିବା ପରେ ସେ ଦେଖିବାକୁ ପାଇଲା। ଯେ ଶ୍ରୀକାନ୍ତ କୁ କେହି ଜଣେ କୁରକୁରେ ପ୍ୟାକେଟ ଟିଏ ଦେଲା । ସେ କୁର୍କୁରେ ପ୍ୟାକେଟ କୁ ଦେଖି ଶ୍ରୀକାନ୍ତ ଖୁସି ହୋଇଗଲା କିନ୍ତୁ ଶ୍ରାବଣୀ ର ଆଖିରୁ ଲୁହ ବାହାରି ଗଲା । ଶ୍ରାବଣୀ ଶ୍ରୀକାନ୍ତ ପାଖକୁ ଆସି ଠିଆ ହେଲା । ପାଗଳ ଶ୍ରୀକାନ୍ତ ଜାଣିଗଲା ଏବଂ ପୁଣି ଥରେ ହାତ ଯୋଡ଼ି କହିଲା ଭଉଣୀ ଦୟାକରି ମୋତେ ମାର ନାହିଁ । ଶ୍ରାବଣୀ କହିଲା ନା ନା ମୁଁ ମାରିବି ନାହିଁ । ଶ୍ରୀକାନ୍ତ ପଚାରିଲା ତମେ ମାରିବ ନାହିଁ ତ । ” ହଉ ମୁଁ ଆସୁଛି ” କହି ପାଗଳ ଶ୍ରୀକାନ୍ତ ସେ ଜାଗାରୁ ବାହାରି ବାକୁ ଲାଗିଲା । ଶ୍ରାବଣୀ ପଚାରିଲା ମୋତେ ଚିହ୍ନି ପାରୁଛ ଶ୍ରୀକାନ୍ତ ? ପାଗଳ ଶ୍ରୀକାନ୍ତ, ମୁଣ୍ଡ ହଲେଇ କହିଲା ,ନା ଜାଣିନି !!

ସେ ଆଗକୁ ବଢ଼ି ଚାଲିଲା।  ଶ୍ରାବଣୀ ତାର ପଛେ ପଛେ କିଛି ଦୂର ଗଲା ପରେ।  ସେ ଦେଖିବାକୁ ପାଇଲା ଯେ ଶ୍ରୀକାନ୍ତ ଗୋଟିଏ ବସ୍ତା କୁ ଉଠେଇ ଚାଲିବାକୁ ଲାଗିଲା । ଶ୍ରାବଣୀ ମଧ୍ୟ ପଛେ ପଛେ ଚାଲିଲା। ଧୀରେ ଧୀରେ ପାଗଳ ଶ୍ରୀକାନ୍ତ ମେଳା ର ଗେଟ୍ ରୁ ବାହାରି ଗଲା।  ଶ୍ରାବଣୀ ମଧ୍ୟ କିଛି ବୁଝି ନ ଶୁଝି ସେ ମଧ୍ୟ ବାହାରି ଗଲା।  ପ୍ରାୟ ୧ କିମି ଶ୍ରୀକାନ୍ତ ପଛରେ ଗଲା ପରେ।  ଶେଷରେ ଶ୍ରୀକାନ୍ତ ଗୋଟିଏ ଛୋଟ କୁଡିଆ ଘର ଭିତରେ ପଶିବାକୁ ଲାଗିଲା। 

ନା ଲାଇଟ୍ ନା ଛାତ କେବଳ ଗୋଟିଏ ଚିରା ପାଲ କୁ ଗୋଟିଏ ଗଛ ମୂଳକୁ ବନ୍ଧା ଯାଇଥିଲା ଏବଂ ତଳେ କିଛି କାର୍ଟୁନ୍ ଗତ୍ତା ପଡ଼ିଥିଲା, ଲାଗୁଥିଲା ତାହା ହିଁ ପାଗଳ ର ଗଦି । ସେ ଭିତରକୁ ପଶି ଗଲା ଏବଂ ବସ୍ତା ଭିତରକୁ ହାତ ପୁରେଇ ଗୋଟିଏ ଅଧା ଚିରା ପଲିଥିନ ଟିଏ ବାହାର କରିଲା।  ଏପଟେ ଶ୍ରାବଣୀ କିଛି ଦୂରରେ ରହି ସବୁ କିଛି ଦେଖୁଥାଏ। ମେଳା ର ହାଲୋଜିନ ଲାଇଟ୍ ଯୋଗୁ ପାଗଳ ର କୁଡିଆ ମଧ୍ୟ ହାଲୁକା ଆଲୋକିତ ହେଉଥିଲା । ପଲିଥିନ ରୁ କିଛି ଦହି ବରା ବାହାର କରି ଖାଇବାକୁ ଲାଗିଲା ଏବଂ ଅନ୍ୟ ଗୋଟିଏ ପଲିଥିନ ବାହାର କରିଲା ସେଥିରୁ ଗୋଟିଏ ପ୍ଲେଟ ରେ ଅଧା ଖିଆ ବିରିଆନି ଟିକୁ ବାହାର କରିଲା। ଅଳ୍ପ ଖାଇବା ପରେ ଲାଗିଲା ଯେମିତି ବହୁତ୍ ରାଗ ଥିଲା ସେ ପାଣି ଖୋଜିବାକୁ ଲାଗିଲା ।

ସଙ୍ଗେ ସଙ୍ଗେ ବସ୍ତା ଭିତରକୁ ହାତ ପୁରେଇ ପୁଣି ଖୋଜିବାକୁ ଲାଗିଲା। ପାଣି ବୋତଲ ଟିଏ ଥିଲା କିନ୍ତୁ ପାଣି କେବଳ ଅଳ୍ପ ଥାଏ ଏବଂ ସେତକ ପାଣି ପିଇବା ପରେ ମଧ୍ୟ ତାର ରାଗ ଥମୁ ନଥାଏ। ଶ୍ରାବଣୀ ସଙ୍ଗେ ସଙ୍ଗେ ପାଖ ଦୋକାନ ରୁ ଗୋଟିଏ ପାଣି ବୋତଲ କିଣି ଆଣି ଦଉଡ଼ି ଆସି ପହଁଚିଲା ପାଗଳ ପାଖରେ।  ପାଗଳ ଶ୍ରାବଣୀ ହାତରେ ପାଣି ଦେଖି ତା ମୁଖରେ ହସ ଫୁଟି ଉଠିଲା। ସେ ଏକା ତରକେ ପୁରା ବୋତଲ କୁ ପିଇ ଦେଲା। ପାଗଳ ଶ୍ରାବଣୀ ର ମୁହଁ ଦେଖି ପାରୁ ନଥାଏ।  କାରଣ ଆଲୋକ ର ଅପର ପକ୍ଷେ ସେ ଠିଆ ହୋଇଥାଏ। ହଠାତ୍ ମେଳା ର ଜେନେରେଟର ବନ୍ଦ ହେବା ଯୋଗୁ ପ୍ରାୟ ୧୫ ସେକେଣ୍ଡ ପାଇଁ ଲାଇଟ୍ ବନ୍ଦ ହୋଇଗଲା। 

ଠିକ୍ ୧୫ ସେକେଣ୍ଡ ପରେ ପାଗଳ ଆଉ ସେ ଝିଅ କୁ ଖୋଜି ପାଇଲା ନାହିଁ।  ପାଗଳ ମଧ୍ୟ ବସ୍ତା କୁ ମୁଣ୍ଡ ତଳେ ରଖି ତକିଆ କରି ଶୋଇ ବାକୁ ଲାଗିଲା । ଏପଟେ ଦୋକାନ ଆଢ଼ୁଆଳରେ ଶ୍ରାବଣୀ ନିଜ ଆଖି ଲୁହ କୁ ରୋକି ନ ପାରି ପୁଣି କାନ୍ଦିବାକୁ ଲାଗିଲା।  ଠିକ୍ ଏତିକିବେଳେ ଗୋଟିଏ ସହାନୁଭୂତି ହାତ ଆସି ଶ୍ରାବଣୀ ର ମୁଣ୍ଡ ଉପରେ ରହିଲା । ପଛକୁ ବୁଲି ଦେଖିଲା ବେଳକୁ ସେ ଥିଲା ମିଥୁନ।

ମିଥୁନ କୁ ଦେଖି ଶ୍ରାବଣୀ ର ଯେମିତି ଦେହ ହାତ ଥରିବାକୁ ଲାଗିଲା। ମିଥୁନ କହିଲା କଣ ହେଲା ଶ୍ରାବଣୀ ? ଶ୍ରାବଣୀ କଣ କହିବ କିଛି ଭାବି ପାରୁ ନଥାଏ।  ମିଥୁନ ପଚାରିଲା, ସେ ତମକୁ ଚିହ୍ନି ପାରୁଛି?? ଶ୍ରାବଣୀ ର ଆଖି ବଡ ବଡ କରି ମିଥୁନ କୁ ଚାହିଁ ପୁଣି ତାର ଆଖିରୁ ଲୁହ ବାହାରି ଗଲା।  ଶ୍ରାବଣୀ ର ହାତ ଆପେ ଆପେ ଯୋଡ଼ି ହୋଇଗଲା।  ଶ୍ରାବଣୀ ର ଯୋଡ଼ା ହାତକୁ ଧରି ମିଥୁନ କହିଲା । କିଛି ନାହିଁ ଚାଲ, ଏବେ ଘରକୁ ଯିବା ?? ଶ୍ରାବଣୀ ର ମୁଖରେ କିଛି ଉତ୍ତର ନଥିଲା।  ସେ ସେଠୁ ଚାଲିଲେ ବାଇକ୍ ଷ୍ଟାଣ୍ଡ କୁ । ସେଠି ଚୁପ୍ ଚାପ୍ ତିନି ଜଣ ଘର ଅଭିମୁଖେ ଚାଲିଲେ।  ରାତିରେ ଶ୍ରାବଣୀ ର ଘର ଯେମିତି ନିଶବ୍ଦ ହୋଇ ପଡ଼ିଥିଲା । ବାଲି ଯାତ୍ରା ରୁ ମିଥୁନ ଖାଇବା ପାର୍ସଲ ନେଇ ଆସିଥିଲା କିନ୍ତୁ ଶ୍ରାବଣୀ ମନରେ ଗୋଟିଏ ଭୟ ସୃଷ୍ଟି ହୋଇ ଯାଇଥାଏ ।

(କଣ ହେବ ଆଗକୁ? କଣ ମିଥୁନ ଶ୍ରାବଣୀ ଉପରେ ରାଗି କିଛି ଭୁଲ କରିବ ନାହିଁ ତ, ତେବେ ଆଗକୁ ପଢ଼ନ୍ତୁ )

Part-2