Tag Archives: khela_ghara

ଖେଳ ଘର

Khela_ghara_by_manoj_kumar_behera


khela Ghara
ଖେଳ ଘର



ଛୋଟ ବେଳେ ଖେଳ ଘର କୁ ନେଇ
କେତେ ବିଶ୍ୱାସ,
ସାନ୍ତନା…ଆଉ ଅଭିମାନ…. ।

ଛୋଟ ବେଳର ସେହି ଲୁଚି ଲୁଚିକା ଖେଳରେ 
ହାରିବା ଆଉ ଜିତିବା
ମିଳନ….ବିଚ୍ଛେଦ….
ସବୁଠୁ ନିଆରା……. ।

ଅନ୍ଧାର ରେ ଖୋଜୁ ଖୋଜୁ 
ଆଖିରେ ଲୁହ…… ଛାତିରେ କଷ୍ଟ………
ଆଉ ମନରେ ଭୟ…..
ତଥାପି ଚାଲି ଆସୁ 
ସେହି ସ୍ଥାନକୁ ମନରେ ଆଶା ନେଇ…. 
ଅଳ୍ପ ସମୟକୁ ସୁମଧୁର କରିବା ପାଈଁ….।

ଏବେ କିନ୍ତୁ ସେଗୁଡିକ ମନେ ପଡେନି
କାରଣ ସେ ସବୁ ଅତୀତ ….।
ଖାଲି ରହିଯାଇଛି ତାର ଅଙ୍ଗେନିଭା ସ୍ମୃତି…..।

ବୟସ ବଢିଗଲା ପରେ …….
ହୃଦୟ ଭିତରେ……
ମନରେ…. 
 ଅନ୍ୟ ଏକ  ମଣିଷକୁ ନେଇ ।
ସୌଧଟିଏ ଗଢ଼ିଲା ପରେ …..
ଅତୀତ ର ସେହି ସମୟକୁ 
ଲୁହରେ ପୂର୍ଣ୍ଣାହୁତି ଦେଇ
କବର ଭିତରେ ରଖିବାକୁ ପଡେ ।

ମନୋଜ କୁମାର ବେହେରା ଙ୍କ
କବିତା ପୃଷ୍ଠାରୁ……