ମା



ତୁମକୁ ଭୁଲି ପାରୁନି ବୋଲି ତ..

ସାନ୍ତ୍ୱନା ଦିଏ ଦି ଧାର ଲୁହ ପ୍ରତିଦିନ….

ତୁମ ବିନା ବଞ୍ଚି ପାରୁନି ବୋଲି ତ..

କଷ୍ଟ ଦିଏ ମୋତେ ପ୍ରତି ମୁହୂର୍ତ୍ତରେ….,

ତୁମ ଭଲ ପାଇବା…. 

ତୁମ ସ୍ନେହ ବୋଳା ଆଶୀର୍ବାଦ…..

ତୁମ ବିନା ନିଶ୍ୱାସ ବି ଅବିଶ୍ୱାସ ଲାଗୁଛି

ଏତେ ବଡ଼ ପୃଥିବୀରେ……

ଏକା ଏକା ବଞ୍ଚିବାର…….

ପୀଡା ଅନୁଭବରେ ଆଖିରୁ ଅଶ୍ରୁ ବଦଳରେ

ଲହୁ ଝରିଯାଏ…

ତୁମର ସେ ଦି ଗୁଣ୍ଡା ଖାଇବା

ମୋ ପାଈଁ ସ୍ବପ୍ନ ହୋଇ ପଡିଛି…

ପ୍ରତ୍ୟେକ ସନ୍ଧ୍ୟା ରେ ତୁମେ ମୋତେ

 ଖୋଜିବାର ସ୍ମୃତି ମନେ ପଡିଲେ 

ଆଖି ରେ କେବଳ ଅଶ୍ରୁ ର ବନ୍ୟା ଦେଖାଯାଏ

ଫେରାଇ ନିଅ ମା ମୋତେ

ସେ ସମୟ କୁ 

ଯୋଉ ସମୟରେ ତୁମ କୋଳ ମୋର

ଖେଳଘର ପାଲଟି ଥିଲା

ଆଉ ତୁମ ଆଖିର ଠାର ରେ

ମୋ ଓଠରେ ଆସୁଥିବା ହସ କୁ 

ଅନୁଭବ କରିବାକୁ ଚାହେଁ “ମା…”

ପୁଣି ଥରେ କୋଳେଇ ନିଅ ମୋତେ

ତୁମ ପଣତ କାନି ଦେଇ….

ପିଆଇ ଦିଅ..

ଦୁଇ ଟୋପା ଅମୃତ……..

ଆଉ

ଶାନ୍ତି ର ନିଦ୍ରା ରେ ଶୋଇ ଯିବା ପାଇଁ ….




ମନୋଜ କୁମାର ବେହେରା
……. ଙ୍କ କଲମରୁ



One thought on “ମା”

Leave a Reply

Your email address will not be published. Required fields are marked *