ଗୁଜୁରାଟ ରେ ଗୋଟିଏ ଗରିବ ପରିବାର ରହୁଥିଲେ । ସେ ପରିବାର ରେ ବାପା ସୁରେଶ ଆଉ ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ରହୁଥିଲେ । ସ୍ତ୍ରୀ ଗୋଟିଏ ବର୍ଷ ପୂର୍ବରୁ ଚାଲିଯାଇଛି । ପୁଅ ପପୁ ପାଞ୍ଚ ବର୍ଷର ହୋଇଥାଏ ଓ ଝିଅ ପାପୁନି ତିନି ବର୍ଷର ହୋଇଥାଏ । ସେଠୀ ଗରିବ ବସ୍ତି ରେ ଗୋଟିଏ ଚାଳ ଘରେ ରହୁଥିଲେ । ସୁରେଶ ବଙ୍ଗଳା ରେ ଲାଗୁଥିବା ଇଟା ସିମେଣ୍ଟ ଗୁଡି ବୋହିବା କାମ କରେ । ସେତିକି ରୁ ଯେତିକି ମିଳେ ପୁରା ଟଙ୍କା ଖାଇ ସାରି ଦେଉଥିଲେ । ଖୁସିରେ ତାଙ୍କର ଘର ଚାଳିଯାଏ । ତାକୁ କୌଣସି ଦିନ ଖାଇବାରେ ଅସୁବିଧା ହେଉନଥିଲା । ମଜୁରୀ ଠିକ୍ ସମୟରେ ମିଳି ଯାଉଥିଲା ଚାଉଳ, ଅଟା, ପରିବା ସରିବା ମାତ୍ରେ ଘରକୁ ଆସିଯାଉ ଥିଲା । ଦୁଇ ଓଳି ଖାଇବା ଆଉ ରହିବା ପାଇଁ ଜାଗା ସହିତ ପୁଅ ଝିଅ ଙ୍କ ସହ ଖେଳିବା ରେ ତାର ସମୟ ବିତି ଯାଉଥିଲା । ସୁରେଶ କାମ କୁ ଗଲାବେଳେ ପପୁ ଭଉଣୀ (ପାପୁନୀ) ର ଦେଖା ଶୁଣା କରେ । ମା ନଥିବା ହେତୁ ପପୁ ସାନ ଭଉଣୀ ପାପୁନି କୁ ବହୁତ ଭଲ ପାଏ ଏବଂ ଯତ୍ନ ବି ନିଏ।
ହଠାତ୍ କୋରନା ରୋଗ କୁଆଡୁ ମାଡ଼ି ଆସିଲା । ଦେଶରେ ଲକ ଡାଉନ ଏବଂ ସଟ ଡାଉନ୍ ହେଲା ଯାହା ଫଳରେ କାମ ଧନ୍ଦା ବନ୍ଦ ହେଇଗଲା । ସୁରେଶ ବହୁତ ଚିନ୍ତିତ ହେଇଗଲା । କାମ ବନ୍ଦ ହେଇଗଲା କେମିତି କଣ କରିବ ଆଉ ପିଲାଙ୍କୁ କଣ ଖାଇବା କୁ ଦେବ । କାରଣ ସେ ଦିନ ମଜୁରୀ ଭାବରେ କାମ କରୁଥାଏ । ଯୋଉ ଦିନ ଯାହା ମିଳିଥାଏ ସବୁତକ ଘର ଖର୍ଚ୍ଚରେ ଚାଲିଯାଏ । ଅଟା, ଚାଉଳ ଏତିକି ଥିଲା ସେତକ ଦୁଇ ଦିନ ରେ ସରିଗଲା । ସୁରେଶ ର ଆଖ ପାଖରେ କିଏ ବି ରହୁନଥିଲେ । ଅଟା ଡବା ଝାଡା ଝୁଡ଼ି କରିଲା ସେଥିରୁ ଯେତିକି ଅଟା ବାହାରିଲା ଦୁଇ ଖଣ୍ଡ ରୁଟି ହେବ । ସେତକ ଦେଖି ବହୁତ ଦୁଃଖି ହେଇଗଲା, ଭାବିଲା ଦୁଇ ଖଣ୍ଡ ରୁଟି ହେବ ତାହା ମୋ ପୁଅ ଝିଅ କେମିତି ଖାଇବେ, ଜଣକୁ ଦେବୀ ତ ଆଉ ଜଣେ ଭୋକରେ ରହିବ । ମାତ୍ର ସେ ଅଟା କୁ ଚକଟି ରୁଟି କରିଲା ପରେ ସେଥିରୁ ତିନି ଖଣ୍ଡ ରୁଟି ହେଲା ସେଥିରୁ ପାପୁନି କୁ ଗୋଟେ ଆଉ ଗୋଟେ ପାପୁନି କୁ ଖାଇବାକୁ ଦେଲା । ଆଉ ଗୋଟିଏ ଖଣ୍ଡ ରୁଟି ସେ ନିଜେ ଖାଇବାକୁ ନେଲା । ଖାଇ ବସି ପାଟିକୁ ନେଲା ବେଳେ ଭାବିଲା ମୁଁ ଯଦି ଖାଇନେବି ପାପୁନି କୁ ଅଧ ରାତି ରେ ଯଦି ଭୋକ ହେଲା କଣ ଖାଇବାକୁ ଦେବୀ ଏମିତି ଭାବି ସେ ରୁଟି ଖଣ୍ଡକ ରଖିଦେଲା । ସେ ଯେମିତି ଭାବିଥିଲା ସେମିତି ହିଁ ହେଲା । ଅଧ ରାତିରେ ଭୋକରେ ପାପୁନି ର ନିଦ ଭାଙ୍ଗିଗଲା। ବଞ୍ଚିଥିବା ରୁଟି ଖଣ୍ଡକ ଖୁଆଇ ଦେଲା ଆଉ ସେ ଭୋକରେ ସେମିତି ହିଁ ରହିଗଲା । ପିଲାମାନେ ସିନା ଶୋଇ ପଡ଼ିଲେ କିନ୍ତୁ ସୁରେଶ କୁ ନିଦ ହେଉ ନଥିଲା । ସେ କାଲି ସକାଳେ ପିଲାମାନ ଙ୍କୁ କଣ ଦେବ ଭାବି ଦୁଃଖି ହେଇଗଲା ଆଉ ଭଗବାନ ଙ୍କୁ ପ୍ରାର୍ଥନା କରୁଥିଲା । ସୁରେଶ କେବେ ଭାବିନଥିଲା ଏତେ ଖରାପ ସମୟ ମଧ୍ୟ ଆସିବ ବୋଲି । ରାତି ପାହୀ ସକାଳ ହେଲା । ପିଲାମାନେ ଖାଇବା ପାଇଁ ଆକୁଳ ବ୍ୟାକୁଳ ହେଲେ । ବାପା ଭୋକ ହେଲା, ଭୋକ ହେଲା, କହି କାନ୍ଦିବାକୁ ଲାଗିଲେ କିନ୍ତୁ ଘରେ କିଛି ବି ଖାଇବା ପାଇଁ ନାହିଁ। କଣ କୋଉଠୁ ଆଣିକି ଦେବ ଭାବିଲା ବହୁତ ଦୁଃଖି ହେଇଗଲା। ସେତିକି ବେଳେ ଗୋଟିଏ ଗାଡି ଆସିଲା ଆଉ ମାଇକ୍ ରେ ଡାକିବାକୁ ଲାଗିଲା ।ଆମେ ଏଠି ସାହାଯ୍ୟ କରିବାକୁ ଆସିଛୁ ଆଉ ଯାହା କୁ ବି ଅଟା ଦରକାର ଏଠି ଆସି ନେଇଯାଅ । ସମସ୍ତ ପରିବାର କୁ କେବଳ ଗୋଟିଏ କିଲୋ ହିଁ ଦିଆ ଯିବ। ଶବ୍ଦ ଶୁଣି ଲୋକମାନେ ଏକାଠି ହେଲେ । ଶବ୍ଦ ଶୁଣି ସୁରେଶ ର ମୁହଁରେ ବି ଖୁସି ଆସିଗଲା । ସେ ପପୁ କୁ କହିଲା ଶୀଘ୍ର ଚାଲ ପପୁ ଲୋକ ଭିଡ଼ ହୋଇ ଯିବେ । ଆମ କୁ ସେ ଅଟା ନିହାତି ଦରକାର । ପପୁ ଦୌଡ଼ି ବା କୁ ଲାଗିଲା ସୁରେଶ ପାପୁନି କୁ ନେଇକି ଗଲା । ପପୁ କିଛି ସମୟ ଦୌଡ଼ି ବା ପରେ ତଳେ ପଡ଼ିଗଲା । ହେଲେ ବି ସେ ଉଠିକି ପୁଣି ଦୌଡ଼ି ଯାଇ ଲାଇନ ରେ ଛିଡା ହେଲା । ଜଣ ଜଣ ଙ୍କ ପରେ ସୁରେଶ ର ପାଳି ଆସିଲା । ସେ ବ୍ୟକ୍ତି ଜଣକ ସୁରେଶ କୁ ଆଣି ଅଟା ପ୍ୟାକେଟ ଟି ଦେଲେ । ସୁରେଶ ଦୁଇ ହାତ ଯୋଡ଼ି ସେ ବ୍ୟକ୍ତି କୁ ଚାହିଁ ରହିଲା । ଆଖିରେ ଆଖିଏ ଲୁହ । କିଛି ସେକେଣ୍ଡ ପରେ ସେ ବ୍ୟକ୍ତି ଜଣକ ପଚାରିଲେ ଆଉ ଦରକାର କି । ସୁରେଶ ର ଆଖିରୁ ଲୁହ ବାହାରି ଯାଉଥାଏ। ସେ ବ୍ୟକ୍ତି ଦେଖିଲେ ସେ ସୁରେଶ ପଛରେ ଆଉ କିଏ ନାହାନ୍ତି। ସେ ବ୍ୟକ୍ତି ଜଣଙ୍କ ଆଉ ଗୋଟିଏ ପ୍ୟାକେଟ ଦେଲେ କହିଲେ ଏଥିରେ କିଛି ଡାଲି, ଚାଉଳ ଅଛି ୟକୁ ମଧ୍ୟ ନିଅ । ସୁରେଶ ସେ ବ୍ୟକ୍ତି ଜଣଙ୍କ ହାତକୁ ଧରି ଧନ୍ୟବାଦ ଦେଲା । ଅଟା ଏବଂ ଡାଲି ପ୍ୟାକେଟ କୁ ନେଇ ନିଜ ଘରକୁ ଚାଲିଗଲା । ଘର ଭିତରେ ଅଟା ପ୍ୟାକେଟ କୁ ଥାଳିରେ ଢାଳିଲେ ଏବଂ ଅନ୍ୟ ପ୍ୟାକେଟ କୁ ଆଉ ଗୋଟିଏ ଥାଳିରେ ଢାଳିଲା । ଅଟା ପ୍ୟାକେଟ ରୁ ଅଟା ବାହାରିଲା କିନ୍ତୁ ଡାଲି ପ୍ୟାକେଟ ରୁ କିଛି ଅଲଗା ଜିନିଷ ବାହାରିଲା। ସେଥିରେ ଥିଲା କିଛି ଟଙ୍କା ପାଖା ପାଖି ଦୁଇ ହଜାର ଟଙ୍କା ହେବ ତା ସହିତ ଡାଲି ଏବଂ ମସଲା ସାମଗ୍ରୀ ଥିଲା। ସେଥିରେ ଆଉ ଗୋଟିଏ କାଗଜରେ କିଛି ଠିକଣା ଦେଇ ଲେଖା ହୋଇଥିଲା ଆପଣଙ୍କ ଖାଇବା ସରିବା ପରେ ଆମର ଦିଆ ଯାଇଥିବା ଠିକଣା ରେ ପହଞ୍ଚି ପୁଣି ଥରେ ଅଟା, ଚାଉଳ ଏବଂ ଡାଲି ନେଇପାରିବେ । ସୁରେଶ ମନରେ ଆଶ୍ୱାସନା ଆସିଲା । ସେ ମନେ ମନେ ଭଗବାନ କୁ ଧନ୍ୟବାଦ ଦେଇ କହିଲା । ଆପଣ ଦୁଃଖ ଦରିଦ୍ର ଙ୍କ କଥା ପ୍ରକୃତରେ ବୁଝି ପାରନ୍ତି । ଖାଇବା ସାମାନ ସରିବା ପରେ ପୁଣି ସେହି ଠିକଣା ରେ ପହଞ୍ଚିଲା। ସେଠୀ ପୁଣି ଖାଇବା ସାମାନ ନେଇ ଆସିଲା ସେହି ସମୟରେ ବ୍ୟକ୍ତି ଜଣଙ୍କ କହିଲେ । ଭାଇନା ଏବେ କେବଳ ଅଟା ଏବଂ ଡାଲି ଅଛି ସେଥିରେ ଟଙ୍କା ନାହିଁ । ସୁରେଶ କହିଲା ଆପଣଙ୍କ ଦୟା ଯୋଗୁ ମୋର ଦୁଇ ଛୁଆ ଭୋକରେ ରହିବେ ନାହିଁ । ସେ ବ୍ୟକ୍ତି ଜଣଙ୍କ କହିଲେ ଆପଣ ଯଦି ଆମ ସାଙ୍ଗରେ ଲୋକ ମାନଙ୍କୁ ସାହାଯ୍ୟ କରନ୍ତି ତେବେ କିଛି ଟଙ୍କା ମିଳିପାରେ । ସୁରେଶ ଖୁସି ହୋଇ କହିଲା । ହଁ ଆଜ୍ଞା ମୁଁ କରିବାକୁ ରାଜି ଅଛି । ସେ ବ୍ୟକ୍ତି ଜଣକ କହିଲେ ତମେ ଏବେ ଯାଅ ସନ୍ଧ୍ୟାବେଳେ ଆସ ଏବଂ ଅଳ୍ପ ରାତି ପର୍ଯ୍ୟନ୍ତ ଖାଇବା ବାଣ୍ଟିବା ପରେ ତମେ ଚାଲିଯିବ । ସୁରେଶ ସବୁ କାମ ସାରି ସନ୍ଧ୍ୟାରେ ପହଁଚିଗଲା ଏବଂ ଖାଇବା ବାଣ୍ଟିବା ଆରମ୍ଭ କରିଦେଲା। ପ୍ରତିଦିନ କିଛି କିଛି ଟଙ୍କା ଆକାରରେ ସୁରେଶ କୁ ମିଳୁଥିଲା । ଏମିତି କିଛି ଦିନ ଚାଲିଲା ପରେ ଧିରେ ଧିରେ କାମ ଆରମ୍ଭ ହେଲା ଏବଂ ସୁରେଶ ପୁଣି ମଜୁରୀ କରି ନିଜ ଘର ଚଳେଇଲା କିନ୍ତୁ ଏବେ ସୁରେଶ ପ୍ରତିଦିନ ଯେତେ ଟଙ୍କା ମିଳୁଥିଲା ସେଥିରୁ ଅଧା ଟଙ୍କା ଖର୍ଚ୍ଚ କରି ବାକି ଟଙ୍କା ସଞ୍ଚୟ କରି ରଖୁଥିଲା । ସୁରେଶ ଭାବିଲା ଯେତେବେଳେ ପର୍ଯ୍ୟନ୍ତ ମୋତେ ପ୍ରତିଦିନ ଟଙ୍କା ମିଳୁଥିଲା ସେ ସମୟର ଟଙ୍କାର ମୂଲ୍ୟ ବୁଝିନଥିଲି କିନ୍ତୁ ଆଜି ଜାଣିଲି ଯେ ଯଦି ତୁମ ପାଖରେ ଟଙ୍କା ନାହିଁତ ତୁମ ପାଖରେ କିଛି ନାହିଁ ଏଵଂ ଯେତେବେଳେ ମଣିଷ କୁ ଭୋକ ଲାଗେ ସେତେବେଳେ ଟଙ୍କା ର ମୂଲ୍ୟ ଅଧିକା ହୋଇଯାଏ । ମନେ ମନେ ଭଗବାନ କୁ ଧନ୍ୟବାଦ ଦେଉଥିଲା ଏମିତି କା କୋରୋନା କାଳ ପୁଣିଥରେ ନ ଆସୁ ଭଗଵାନ !!!! ଏହି କୋରୋନା କାଳ ସମସ୍ତଙ୍କୁ କିଛି କିଛି ଉପଦେଶ ଦେଇ ଚାଲିଗଲା ଏବଂ କହିଦେଇଗଲା ଯେ, ସଞ୍ଚୟ କର ନହେଲେ ଆଗକୁ ପୁଣି କିଛି ଖରାପ ସମୟ ଆସିବ ତାହା ତମକୁ ଭୋଗିବାକୁ ପଡ଼ିବ । ତା ପର ଠାରୁ ସୁରେଶ ସବୁବେଳେ ଭାବି ଚିନ୍ତି ଖର୍ଚ୍ଚ କରୁଥାଏ ।
ଏଥିରୁ କଣ ଶିଖିଲ ?
୧. ନିଜେ ଭୋକରେ ରହି ମଧ୍ୟ ନିଜ ପରିବାର କୁ ଖୁଆଇବା ଦରକାର ।
୨. ଟଙ୍କାର ମୂଲ୍ୟ ବୁଝିବା ଦରକାର, ବେକାର ଖର୍ଚ୍ଚ ଠାରୁ ଦୂରରେ ରହିବା ଉଚିତ୍ ।
୩. ଟଙ୍କା ସଞ୍ଚୟ ପାଇଁ ଭାବନା ରଖିବା ଦରକାର ଯାହା ଆମକୁ ଅସୁବିଧା ସମୟରେ କାମ ଆସିବ ।
ଲେଖିକା. ରୁବି ନାହାକ
ବୁଗୁଡ଼ା, ଗଞ୍ଜାମ ।
One thought on “କୋରୋନା କାଳ (Corona Time)”