ଭାରତରେ ସୁନ୍ଦର ପୁର ନାମରେ ଗୋଟିଏ ଗ୍ରାମ ଥିଲା | ବହୁତ୍ ପରିବାର ସେହି ଗ୍ରାମରେ ରହୁଥିଲେ। ସମସ୍ତ ଅଶିକ୍ଷିତ ଏବଂ ସହରକୁ ଯାଇ କାମ କରି ଘରକୁ ଆସୁଥିଲେ | ଗ୍ରାମରୁ ଅନ୍ୟ ସହରକୁ ଯିବା ପାଇଁ ଗୋଟିଏ ରାସ୍ତା ଥିଲା | ତାହା ପୁଣି ମାଟି ରାସ୍ତା ଏବଂ ନଦୀ ଦେଇ ଯିବାକୁ ପଡେ। ଯଦି ଥରେ ବର୍ଷା ହୁଏ, ତେବେ କାଦୁଅ ଏବଂ ପାଣି ଦୁଇ ଫୁଟ ବଢ଼ି ଯାଉଥିଲା । ଯଦି କେହି ଅସୁସ୍ଥ ହୁଏ ତେବେ ସେ ସହର କୁ ଯିବା ପୂର୍ବରୁ ସେ ଉପରକୁ ଚାଲି ଯାଉଥିଲା । ଗାଁର ଲୋକମାନେ ସରକାରଙ୍କ ଠାରୁ ଭଲ ରାସ୍ତା ମାଗିଥିଲେ, କିନ୍ତୁ ଏବେ ପର୍ଯ୍ୟନ୍ତ ତାଙ୍କ ଦୁଃଖ କେହି ସୁଣିନାହନ୍ତି ।
ସଞ୍ଜୟ ଏବଂ ତାର ସ୍ତ୍ରୀ ଶାରଳା ସେହି ଗାଁରେ ରହୁ ଥିଲେ। ଉଭୟ ଶ୍ରମିକ ଭାବରେ ସହରକୁ ଯାଇ କାମ କରି ପ୍ରତିଦିନ ଘରକୁ ଫେରୁଥିଲେ। ସଞ୍ଜୟ ମିସ୍ତ୍ରୀ ଭାବରେ କାମ କରୁଥିଲେ ଏବଂ ଶାରଳା ସଞ୍ଜୟ ସହିତ ମାଟି ଉଠେଇବା ଏବଂ ପାଣି ଦେବା କାମ କରୁଥିଲେ | କିଛି ଦିନ ପରେ ସଞ୍ଜୟ ଜାଣିବାକୁ ପାଇଲେ ଯେ ସେ ଶୀଘ୍ର ପିତା ହେବାକୁ ଯାଉଛି। ସଂଜୟ ତା ପତ୍ନୀର ବହୁତ ଯତ୍ନ ନେଉଥିଲେ | ୯ ମାସ ପରେ, ପ୍ରସବ ସମୟ ଆସିଲା , ଶାରଳା ଯାଆଁଳା ଝିଅ କୁ ଜନ୍ମ ଦେଲା | ପ୍ରସବ ଯନ୍ତ୍ରଣା ଯୋଗୁ ଜନ୍ମ ପରେ ଶାରଳା ଦୁନିଆ ଛାଡି ଚାଲିଗଲେ। ସଞ୍ଜୟ ପତ୍ନୀ ଚାଲି ଯିବା ର ଦୁଃଖରେ ଦୁଃଖୀ ଥିଲେ, କିନ୍ତୁ ଦୁଇଟି ପରି ଭଳି ଝିଅ କୁ ଦେଖିବା ପରେ ସମସ୍ତ ଦୁଃଖ ଭୁଲି ଯାଉଥିଲେ |
ଦୁହେଁ ବଡ ହେବାକୁ ଲାଗିଲେ। ଦୁଇ ଭଉଣୀ ଶ୍ରୀୟା ଏବଂ ପ୍ରିୟା ଦୁହେଁ ବହୁତ୍ ସାହସୀ । ଉଭୟ ଏକାଠି ସବୁ କାମ କରୁଥିଲେ | ସଞ୍ଜୟ ଦୁହିଁ କୁ ସ୍କୁଲ ପଠାଇଲେ | ଦୁହେଁ ଖେଳକୁଦ ରେ ବହୁତ ଆଗୁଆ ଥିଲେ | ସପ୍ତମ ପରୀକ୍ଷା ଶେଷ ହୋଇଥିଲା। ଯଦି କୋଉ ପୁଅ ଅବା ଝିଅ ସପ୍ତମ ଶ୍ରେଣୀ ରୁ ଅଧିକ ଶିକ୍ଷାଦାନ କରିବାକୁ ଚାହୁଁଛି, ତେବେ ତାଙ୍କୁ ନଦୀ ଦେଇ ଆର ପଟେ ଗାଁକୁ ଯିବାକୁ ପଡୁଥିଲା | ସଞ୍ଜୟ ମଧ୍ୟ ଇଚ୍ଛା କରିଥିଲା ଯେ ତାଙ୍କ ଝିଅ ଅଧିକ ଅଧ୍ୟୟନ ପାଇଁ ସହରକୁ ଯାଆନ୍ତୁ। ପରେ ପଞ୍ଚାୟତ ଏହା ଜାଣିବା ପରେ ସଞ୍ଜୟଙ୍କୁ ସଭାକୁ ଡାକିଲେ। ସରପଞ୍ଚ କହିଲେ ଯେ ଯଦି ତମ ଝିଅ କୁ ପଢ଼ିବା ପାଇଁ ସହରକୁ ପଠେଇବ, ତେବେ ତମକୁ ଜୋରିମାନା ଦେବାକୁ ପଡିବ ଏବଂ ନିଆଁ ପାଣି ବନ୍ଦ କରାଯିବ । ଆଜି ପର୍ଯ୍ୟନ୍ତ ଆମ ଗାଁ ରୁ କୌଣସି ଝିଅ ବାହାରକୁ ପଢିବାକୁ ଯାଇନାହିଁ । ଏବଂ ନିଜ ଝିଅ କୁ ମଧ୍ୟ ତମେ ବାହାରକୁ ଛାଡ଼ିବ ନାହିଁ । ଆମ ଗାଁର ସମ୍ମାନ ରକ୍ଷା ପାଇଁ ତମକୁ କରିବାକୁ ବାଧ୍ୟ । ତାକୁ ସପ୍ତମ ପର୍ଯ୍ୟନ୍ତ ପଢେଇଲ ବହୁତ୍ ହେଇଗଲା ଏବେ ସେମାନଙ୍କୁ ଘର କାମ ଶିଖାଅ | ସଞ୍ଜୟ ସଭା ରେ କହିଲା ମୋ ଝିଅ ମାନଙ୍କୁ ଭଲ ଶିକ୍ଷା ଦେବା ଏବଂ ସେମାନଙ୍କୁ ଆଗକୁ ବଢେଇବା ମୋର ପ୍ରଥମ ଲକ୍ଷ୍ୟ। ସେ ଦୁଇ ଜଣ କୁ ମୋ ପରି ଅଶିକ୍ଷିତ ରଖିବି ନାହିଁ | ତୁମର ଯାହା ଦଣ୍ଡ ଅଛି ଦିଅ ମୁଁ ଗ୍ରହଣ କରିବାକୁ ରାଜି ଅଛି | ସଞ୍ଜୟ ଏତିକି କହିବା ପରେ ସଭା ରୁ ଘରକୁ ଆସିଗଲା । ସରପଞ୍ଚ ମଧ୍ୟ କିଛି ନ କହି ଚୁପ୍ ରହିଲେ ।
ସଞ୍ଜୟ ଦୁଇ ଝିଅଙ୍କୁ ସହର ସ୍କୁଲ୍ ରେ ନାମ ଲେଖାଇଲେ। ଉଭୟ ଝିଅ ପାଠ ପଢାରେ ବହୁତ ଭଲ ଥିଲେ | ସହରର ବିଦ୍ୟାଳୟରେ ଭଲ ପାଠ ପଢା ସହିତ କ୍ରୀଡା ପାଇଁ ଭଲ ତାଲିମ ଦିଆଯାଉଥିଲା | ଉଭୟ ମାର୍ଶଲ ଆର୍ଟ (କରାଟେ) କ୍ଲାସରେ ଯୋଗ ଦେଲେ | ଦୁହେଁ ବିଦ୍ୟାଳୟରେ ନିଜର ଭଲ ପ୍ରଦର୍ଶନ କଲେ | କିଛି ଦିନ ବିତିଗଲା,ଦୁହେଁ ଶ୍ରେଣୀରେ ପ୍ରଥମ ହୋଇଥିଲେ ଏବଂ ଉଭୟ ମାର୍ଶଲ ଆର୍ଟ ରେ ଭଲ ତାଲିମ ଯୋଗୁ ସ୍କୁଲ ଦ୍ୱାରା ପ୍ରଥମ ସ୍ଥାନରେ ମନୋନୀତ ହେଲେ | ଅନ୍ୟ ଏକ ସହରରେ ମାର୍ଶଲ ଆର୍ଟ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା | ଦୁଇ ଭଉଣୀ କହିଲେ ବାପା ଅନ୍ୟ ଏକ ସହରରେ ମାର୍ଶାଲ ଆର୍ଟ ପ୍ରତିଯୋଗିତା ହେଉଛି ଆମେ ସେଠୀ ଭାଗ ନେବୁ କିନ୍ତୁ ଏଥିରେ ସଞ୍ଜୟ ର ଟିକିଏ ଡରିଗଲା କଲେ ମୋ ପିଲାମାନେ ହଜି ଯିବେ | ଦୁହେଁ ବାପାଙ୍କୁ ବହୁତ୍ ବୁଝେଇବା ପରେ ବାପା ବୁଝିଗଲେ । ବାପା ଙ୍କୁ କଥା ଦେଲେ ଯେ ଆମେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବୁ ଏବଂ ଜିତି କରି ଫେରିବୁ |
ପୂର୍ବ ପରି, ଏହି ମାମଲା ପଞ୍ଚାୟତକୁ ଯାଇଥିଲା, ଏଥର ସଞ୍ଜୟଙ୍କୁ ଚେତାବନୀ ଦିଆଗଲା ଯେ ତୁମର ଝିଅ ମାନେ ଆମ ଗାଁ ର ନାକ କାଟି ସାରିଛନ୍ତି। ଯଦି ଏବେ ସେମାନେ ଅନ୍ୟ ସହରକୁ ଖେଳିବାକୁ ଯିବ, ତେବେ ତୁମକୁ ଗାଁ ରୁ ସବୁଦିନ ପାଇଁ ବାହାର କରାଯିବ। ଏହା ଶୁଣି ସଞ୍ଜୟ କହିଲା ସେମାନେ ଅନ୍ୟ ସହରକୁ ଖେଳିବାକୁ ଯାଉଛନ୍ତି ଏଥିରେ ଅସୁବିଧା କଣ ଏବଂ ମୋର ଦୋଷ କ’ଣ? ସରପଞ୍ଚ କହିଲେ , ମୁଁ କହିଲି ମାନେ ତମ ଝିଅ ଅନ୍ୟ ସହରକୁ ଯିବ ନାହିଁ ।
ଦୁଇ ଦିନ ପରେ ସେମାନଙ୍କ ଅନ୍ୟ ସହରରେ ଖେଳିବାକୁ ଯିବାର ଥିଲା ! ସେହି ରାତି ରେ ପ୍ରାୟ 10 ଟା ସମୟ ହେବ ଚାରିଜଣ ଗୁଣ୍ଡା ଅସ୍ତ୍ର ଶସ୍ତ୍ର ସାଙ୍ଗରେ ନିଶାସକ୍ତ ଅବସ୍ଥାରେ ସରପଞ୍ଚଙ୍କ ଘରେ ପହଞ୍ଚିଲେ । ସରପଞ୍ଚ ଘରେ ଥିବା ସମ୍ପତ୍ତି ନେବାକୁ ସରପଞ୍ଚ କୁ ମାରପିଟ କରିଲେ । ଆଉ ସିନ୍ଦୁକ ଭାଙ୍ଗିବାକୁ ଚେଷ୍ଟା କରିଲେ। ସରପଞ୍ଚଙ୍କ ଝିଅ ସହିତ ଖରାପ ବ୍ୟବହାର କରିବା ଆରମ୍ଭ କରିଦେଲେ | ସରପଞ୍ଚଙ୍କ ଘର ସଞ୍ଜୟ ର ଘରଠାରୁ କିଛି ଦୂରରେ। ଗୁଣ୍ଡମାନେ ସରପଞ୍ଚଙ୍କ ଘରେ ଅଛନ୍ତି ବୋଲି ସମସ୍ତେ ଜାଣିଲେ କିନ୍ତୁ ସେମାନଙ୍କୁ ବଞ୍ଚାଇବାକୁ କେହି ମଧ୍ୟ ଗଲେ ନାହିଁ । ସରପଞ୍ଚଙ୍କ ଘରେ ହେଉଥିବା ଅତ୍ୟାଚାର ର ଶବ୍ଦ ସଞ୍ଜୟ ର ଘରକୁ ଶୁଣାଗଲା । ଦୁଇ ଝିଅ ବାହାରକୁ ଆସି ଦେଖିଲେ ପୁରା ଗାଁ ଶୁନଶାନ୍ ଏପଟେ ସରପଞ୍ଚଙ୍କ ଘରୁ କାନ୍ଦିବାର ଶବ୍ଦ ମଧ୍ୟ ଆସୁଥିଲା | ଦୁହେଁ ବିଳମ୍ବ ନକରି ଦୁଇ ଝିଅ ସରପଞ୍ଚଙ୍କ ଘରକୁ ଗଲେ। ଦୁଇ ଝିଅ ଗୁଣ୍ଡା ମାନଙ୍କୁ ପିଟିବାକୁ ଲାଗିଲେ । ଦୁଇ ଝିଅ ଙ୍କ ଆଗରେ ଗୁଣ୍ଡା ମାନେ ନିଜର ଶକ୍ତି ହରେଇ ବସିଲେ । ପରେ ଦୁହେଁ ସେମାନଙ୍କୁ ବାନ୍ଧି ଗାଁ ମଝିକୁ ନେଇଗଲେ। ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିଲେ। ସରପଞ୍ଚ ପୋଲିସକୁ ଖବର ଦେଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁଣ୍ଡା ମାନଙ୍କୁ ଗିରଫ କରିଲା।
ସରପଞ୍ଚ ଗାଁ ରେ ରହୁଥିବା ଲୋକ ମାନଙ୍କୁ କହିଲେ ଆଜି ଯଦି ଏହି ଦୁଇ ଝିଅ ନଥାନ୍ତେ, ତେବେ ମୋ ଘରର ସମ୍ମାନ ମାଟିରେ ମିଶି ଯାଇଥାନ୍ତା | ତେଣୁ ଆଜି ମୁଁ ମୋ ଝିଅ କୁ ସ୍କୁଲକୁ ପଠେଇବି ଏବଂ ଏହି ଦୁଇ ଝିଅ ପରି ସାହସୀ କରେଇବି। ପୋଲିସ ଦୁଇ ଝିଅ କୁ ସାହସିକତା ର ପୁରସ୍କାର ମଧ୍ୟ ଦେଲେ। ଏହି କଥା ଖବର କାଗଜରେ ଆସିଥିଲା ଏବଂ ଜିଲ୍ଲା ଅଧିକାରୀମାନେ ମଧ୍ୟ ଦୁହିଁଙ୍କୁ ପୁରସ୍କାର ପ୍ରଦାନ କରିଲେ ଏବଂ ଗାଁ କୁ ଭଲ ରାସ୍ତା କରିବା ପାଇଁ ଅନୁମତି ସହିତ ଏବଂ ଉଚ୍ଚ ପାଠ୍ୟକ୍ରମ ପାଇଁ ବିଦ୍ୟାଳୟ ଖୋଲିଲେ |
ଆଗାମୀ ପ୍ରତିଯୋଗିତାରେ ଦୁହେଁ ପ୍ରଥମ ସ୍ଥାନ ହାସଲ କରି ଗାଁକୁ ଫେରିଲେ। ସରକାର ଙ୍କ ଅନୁମୋଦନ ରେ ଗ୍ରାମରେ ଝିଅ ମାନଙ୍କୁ କରାଟେ ଶିଖିବା ପାଇଁ ଟ୍ରେନିଂ ସ୍କୁଲ ଖୋଲାଗଲା ଏବଂ ଦୁହେଁ ସେହି ସ୍କୁଲ୍ ରେ ତାଲିମ ଦେଲେ ।
ସମସ୍ତ ମାତା ପିତା ଙ୍କୁ ଅନୁରୋଧ ଶ୍ରୀୟା ଏବଂ ପ୍ରିୟା ଭଳି ଆପଣଙ୍କ ଝିଅକୁ ମଧ୍ୟ ସାହସୀ କରାନ୍ତୁ ଏବଂ ପାଠ ପଢ଼ିବା ପାଇଁ ଉତ୍ସାହିତ କରନ୍ତୁ |
ଧନ୍ୟବାଦ !!!
By. Rubi Nahak
Buguda, Ganjam.
Stories main motto “Save Daughter and Teach daughter with save Girl child”.
One thought on “ବାହାଦୁର ବାଳିକା (The Bravery Girls)”