ଗୋଟିଏ ଜଙ୍ଗଲ ରେ ହରିଣ ଆଉ ବଗ ରହୁଥିଲେ, ଦୁହେଁ ଭଲ ସାଙ୍ଗ ଥିଲେ । ଦିନେ ସକାଳୁ ସକାଳୁ ହରିଣ ଶୀଘ୍ର ଉଠି ବଗ ପାଖକୁ ଗଲା । ଦେଖିଲା ବଗ ଶୋଇ ରହିଛି । ବଗକୁ କହିଲା ଭାଇ ଉଠ !! ସକାଳ ହେଲାଣି ତମେ ଏ ପର୍ଯ୍ୟନ୍ତ ଶୋଇଛ । ଶୀଘ୍ର ଉଠ !! ବଗ କହିଲା ଆରେ ମୋତେ ଶୋଇବାକୁ ଦିଅ । ତମେ ଏକା ଚାଲିଯାଅ ମୁଁ ଯିବିନି । ହରିଣ ଏକୁଟିଆ ଘାସ ଖାଇବାକୁ ଚାଲିଗଲା ଆଉ ମଜାରେ ଘାସ ଖାଇଲା । ଗୋଟିଏ ପଡ଼ିଆରେ ଘାସ ଖାଉଥିବା ସମୟରେ ସିଂହ ହରିଣ କୁ ଲୁଚି ଦେଖୁଥାଏ କିନ୍ତୁ ସିଂହ ଥିଲା କିଛି ଦୂରରେ । ହରିଣ ଦେଖିବାକୁ ବହୁତ୍ ସୁନ୍ଦର ମନ ଭିତରେ ତାକୁ ମାରି ଖାଇବାକୁ ଈଛା ବଢିଲା । ହେଲେ ଖାଇବି କେମିତି ?? କିଛି ବାହାନା କରି ୟା ସାଙ୍ଗରେ ବନ୍ଧୁତା କରିବାକୁ ପଡ଼ିବ ।ସେ ସଙ୍ଗେ ସଙ୍ଗେ ତଳେ ଗଡି ବାହାନା କରି କାନ୍ଦିଲା । ଏପଟେ ହରିଣ ସିଂହ ର କାନ୍ଦ ଶଦ୍ଦ ଶୁଣି ଦେଖିବାକୁ ଆସିଲା । ହରିଣ କିଛି ଦୂରରେ ରହି ସିଂହ କୁ ଚାହିଁ ରହିଲା ସେ ଭାବିଲା ସିଂହ କୁ କିଛି ଭରସା ନାହିଁ ସେ ବାହାନା ମଧ୍ୟ କରୁ ଥାଇ ପାରେ । ମାତ୍ର ହରିଣ ଥିଲା ଦୟାଳୁ । ଶେଷରେ ହରିଣ ସିଂହ ପାଖକୁ ଆସିଲା ଏବଂ ସିଂହ କୁ ପଚାରିଲା କଣ ହେଲା ମହାରାଜ ?? ସିଂହ କହିଲା, ହରିଣ ଭାଇ ଏବେ କିଛି ଦିନ ପୂର୍ବରୁ ମୋର ସ୍ତ୍ରି ଚାଲିଗଲା ପରେ ମୁଁ ପୁରା ଏକା ହୋଇଯାଇଛି । ସାରା ଜଙ୍ଗଲ ରେ ମୋର କିଏ ବି ସାଙ୍ଗ ନାହାନ୍ତି ମୋ ସାଙ୍ଗରେ କିଏ ଦୁଃଖ ସୁଖ ମଧ୍ୟ ହେଉ ନାହାନ୍ତି, ମୁଁ ପୁରା ଏକୁଟିଆ । କଣ ତମେ ମୋର ସାଙ୍ଗ ହେବ ??? ହରିଣ କହିଲା ସିଂହ କେବେ ହରିଣ ର ସାଙ୍ଗ ହୋଇ ପାରେନା । ହରିଣ ମନେ ମନେ ଭାବିଲା ଏବଂ ପୁଣି ଭାବୁଥାଏ ସତ ହୋଇଥିବ ସେ ଏକା ଅନୁଭବ କରୁଥିବ । ସିଂହ ପୁଣି କାନ୍ଦିବାକୁ ଲାଗିଲା ଏବଂ କହିଲା ମୁଁ ସବୁବେଳେ ଅନାଥ ଅନୁଭବ କରୁଛି । ହରିଣ ସିଂହ ର ଦୁଃଖ ଦେଖି କହିଲା ମୁଁ ତମ ସାଙ୍ଗରେ ସାଙ୍ଗ ହେବି କିନ୍ତୁ ଗୋଟିଏ ସର୍ତ୍ତରେ, ମୋ ବନ୍ଧୁ ଠାରୁ ପ୍ରଥମେ ଅନୁମତି ନେବା ପରେ ମୁଁ ତମ ସାଙ୍ଗରେ ସାଙ୍ଗ ହେବି। ହରିଣ କହିଲା ଚାଲ ମୋ ପ୍ରିୟ ସାଙ୍ଗ ପାଖକୁ। ଶାନ୍ତ ସରଳ ହରିଣ ଚାଲାକି ସିଂହ ର କଥା ବୁଝିପାରିଲା ନାହିଁ । ସେ ତା ସାଙ୍ଗ ବଗ ସହ ଭେଟ କରେଇଲା । ହରିଣ ବଗକୁ କହିଲା ସାଙ୍ଗ ଦେଖ ଦେଖ କିଏ ଆସିଛନ୍ତି । ବଗ ଦେଖି ଚମକି ପଡ଼ିଲା । ଏ ହେଉଛି ସିଂହ । ହରିଣ କହିଲା ମୋତେ ପଡ଼ିଆରେ ଦେଖା ହେଲେ ସେ ଏକୁଟିଆ ଅନୁଭବ କରୁ ଥିଲେ ଏବଂ ମୋ ସହ ସାଙ୍ଗ ହେବାକୁ ଚାହିଁଲେ । ବଗ ଭାବିଲା ସିଂହ ସାଙ୍ଗରେ ପୁଣି ସାଙ୍ଗ !! ବଗ କହିଲା ତମେ ଅଜଣା ପଶୁ ସହ କେମିତି ବନ୍ଧୁତା କରିନେଲ । ସିଂହ କହିଲା ନାହିଁ ନାହିଁ ବଗ ଭାଇ ମୁଁ ସତରେ ପୁରା ଏକୁଟିଆ ତମେ ଦୁଇଜଣଙ୍କ ବନ୍ଧୁତା ଅତି ନିବିଡ ଏବଂ ତୁମ ସାଙ୍ଗରେ ମୁଁ ମଧ୍ୟ ବନ୍ଧୁ ହୋଇ ରହିବାକୁ ଚାହୁଁଛି । ହରିଣ କହିଲା ବଗ ଭାଇ ମୁଁ ୟାଙ୍କ ସହ ସବୁ କଥା ହେଇ ସାରିଛି ୟାଙ୍କ ଉପରେ ଭରସା କରିପାରିବା । ବଗ ହରିଣ କୁ ସାଇଡ କୁ ଡାକି କହିଲ। ଯଦି ତମେ କହୁଛ ମୁଁ ମାନି ନେଉଛି, ତଥାପି ତମେ ଟିକେ ସମ୍ଭାଳି କି ରହିବ ।
କିଛି ଦିନ ଗଲା ପରେ ଦିନେ ସିଂହ ହରିଣ କୁ ଘାସ ର ଲୋଭରେ ପୂର୍ବ ଦିଗରେ ଥିବା ଗୋଟିଏ ମକା କ୍ଷେତକୁ ନେଇଯାଏ । ସେଠୀ ଗଲା ପରେ ହରିଣ କହିଲା, ଆରେ ବାଃ ଏଠି ତ ବହୁତ ଗୁଡିଏ ଫସଲ ହେଇଛି । ସିଂହ କହିଲା ହଁ ଆଜି ତମେ ମନ ଭରିକି ଖାଅ, ଆଜି ତମ ପାଇଁ ଗୋଟେ ଭୋଜି । ପେଟ ପୂରିଲା ପରେ ହରିଣ ଚାଲିଗଲା । ହରିଣ ବଗ କୁ ଆସି ସବୁ କହିଲା । ତାର କିଛି ସମୟ ପରେ ରେ ଜମି ମାଲିକ ଆସି ଦେଖିଲା ଯେ ଫସଲ ନଷ୍ଟ ହୋଇଛି । ସେ ଭାବିଲା ଏଇଟା ନିଶ୍ଚୟ ହରିଣ ର କାମ । ମୁଁ ତାକୁ ନିଶ୍ଚୟ ମାରିବି । ତାକୁ ମାରିବା ପାଇଁ ଜାଲ ବିଛେଇ ଦେଲା ଏବଂ କିଛି ଦୂରରେ ଗୋଟିଏ ଗାତ ଖୋଳି ତା ଉପରେ ମକା ଘାସ ବିଛେଇ ରଖିଦେଲା । ତା ପର ଦିନ ସକାଳୁ ହରିଣ ଏବଂ ସିଂହ ପୁଣି ଆସିଲେ ଫସଲ ଖାଇବା ପାଈଁ। ଆଗରେ ହରିଣ ପଛରେ ସିଂହ ଆସୁଥାଏ ଗାତ କରିଥିବା ସ୍ଥାନ ରେ ହରିଣ ଚାଲି ଚାଲି ଗଲା କିନ୍ତୁ ହରିଣ ଓଜନ କମ୍ ଯୋଗୁ ସେ ଗାତ ଭିତରେ ନ ଖସି ଆଗକୁ ଚାଲିଗଲା ମାତ୍ର ସେ ଜାଲରେ ଫସିଗଲା I ହରିଣ ଜାଲରେ ଫସିବା ପରେ ସିଂହ କୁ ଡାକିଲା ଏବଂ ବଞ୍ଚାଓ ବଞ୍ଚାଓ ଚିତ୍କାର କଲା । ସେଠୀ ସିଂହ ଖୁସି ହୋଇ କହିଲା ମୁଁ ଏହି ଦିନକୁ ଅପେକ୍ଷା କରିଥିଲି ଆଜି ମୁଁ ତୋର ମାଂସ ଖାଇବି। ହରିଣ ଡରିଗଲା। ହରିଣ ନେହୁରା ହୋଇ କହିଲା ତମେ ମୋର ସାଙ୍ଗ ଏବଂ ସାଙ୍ଗ କୁ ଧୋକା ଦେବା ଅନୁଚିତ୍ । ସିଂହ କହିଲା ମୋର ଗୋଟିଏ ଲକ୍ଷ କେବଳ ତୋର ମାଂସ । ସାଙ୍ଗ ହୋଇଥିଲି କେବଳ ତୋତେ ଖାଇବା ପାଇଁ । ହରିଣ ନିରୁପାୟ। ବଗ କଥା ମନେ ପକେଇ ଡାକିବାକୁ ଲାଗିଲା କିନ୍ତୁ ସେ ବହୁତ୍ ଦୂରରେ ଥିଲା। ଠିକ୍ ସେତିକିବେଳେ ବଗ ଶୋଇ ଉଠି ଦେଖିଲା ହରିଣ ନାହିଁ ଏବଂ ସେ ଭାବିଲା ପ୍ରକୃତରେ କୋଉ କ୍ଷେତ କଥା କହୁଥିଲା ଭାବି ଦେଖିବାକୁ ବାହାରିଲା। ଏପଟେ ସିଂହ ହସି ହସି ଧିରେ ଧିରେ ପାଦ ଆଗକୁ ବଢେଇ ହରିଣ ପାଖକୁ ଗଲା ସମୟରେ ସିଧା ଯାଇ ପଡ଼ିଲା ଗାତ ଭିତରେ ଏବଂ ସିଂହ ଗର୍ଜନ କରିବାକୁ ଲାଗିଲା । ସିଂହ ଭାବୁଥିଲା ମୁଁ ଆଜି ୟାର ମାଂସ ଖାଇବି ଏବଂ ସେ ନିଜେ ଗାତରେ ପଡ଼ିଗଲା। ସିଂହ ର ଗର୍ଜନ ଜମି ମାଲିକ ଶୁଣିଲା । ସେତେବେଳେ ବଗ ଆସି ପହଞ୍ଚିଛି ସେଠୀ ହରିଣ ଜାଲ ରେ ପଡ଼ି ଛଟପଟ ହେଉଛି ଏପଟେ ସିଂହ ପଡ଼ିଛି ଗାତରେ। ସେ କିଛି ବୁଝି ନ ପାରି ହରିଣ ପାଖକୁ ଗଲା । ହରିଣ ସବୁ ସତ କଥା କହିଲା। କିନ୍ତୁ ବଗ ଏକା ସେ ଅବା କଣ କରିବ । ହଠାତ୍ ତାର ମନେ ପଡ଼ିଲା ତାର ମୂଷିକ ବନ୍ଧୁ ସେଠୀ କିଛି ଦୂର ଜମିରେ ରହୁଥାଏ। ସେ ଦଉଡ଼ି ଯାଇ ମୂଷିକ କୁ ନିଜ ପିଠିରେ ବସେଇ ଆଣିଲା। ବଗ ଆସିବା ଭିତରେ ଜମି ମାଲିକ ଆସିବାର ବଗ ଦେଖିଦେଲା ସେ ଭାବିଲା ଆଜି ମୋ ସାଙ୍ଗ ର ଜୀବନ ବଞ୍ଚେଇ ପାରିବି ନାହିଁ । ସେ ମୂଷିକ କୁ କହିଲା ଭାଇ ଯେତେ ଶୀଘ୍ର ପାରୂଛ ଏହି ଜାଲ କୁ କାଟି ମୋ ସାଙ୍ଗକୁ ଉଦ୍ଧାର କର । ମାତ୍ର ଭାଗ୍ୟ ଭଲ ଯେ ମାଲିକ ଜମି ପାଖକୁ ଆସିବା ପୂର୍ବରୁ ମୂଷା ତାର ଦାନ୍ତରେ ଜାଲ କୁ କାଟି ହରିଣ କୁ ଉଧାର କରି ସେହି ସ୍ଥାନରୁ ଦୌଡ଼ି ପଳେଇଲେ। ଜମି ମାଲିକ ସିଂହ କୁ ଦେଖି ଚମକି ପଡ଼ିଲା ସେ ଗାତ ଭିତରେ କଣ୍ଟା ଏବଂ କାଠକୁ ଧାରୁଆ ଧାରୁଆ କରି ରଖିଥିଲା। ସିଂହ ସେଥିରେ ଆଘାତ ହୋଇ ପଡ଼ି ଚିତ୍କାର କରୁଥାଏ । ଦେହ ସାରା ଖଣ୍ଡିଆ ଖାବରା ହୋଇଯାଇଥିଲା । ଜମି ମାଲିକ ବନ ବିଭାଗ କୁ ଖବର ଦେବା ପରେ ବନବିଭାଗ ଆସି ସିଂହ କୁ ଚିଡ଼ିଆ ଘର କୁ ନେଇଗଲେ ।
ହରିଣ ବଗ କୁ କ୍ଷମା ମାଗିଲା କହିଲା ତମେ ଠିକ୍ କହୁଥିଲ । ବଗ କହିଲା ନୂଆ ବନ୍ଧୁ ଯୋଡିବା ପୂର୍ବରୁ ତା ବିଷୟରେ ପ୍ରଥମେ ଜାଣିବା ଦରକାର । ଯଦି ଜାଣିପାରୁନ ତେବେ ତାକୁ ପ୍ରଥମେ ପରୀକ୍ଷା କର। କାରଣ ନିଜ ଲାଳସା ମନୋଭାବ ନେଇ ପ୍ରାୟତଃ ବନ୍ଧୁ ବାନ୍ଧିବାକୁ ଆସି ଯାଆନ୍ତି । ତାପରେ ହରିଣ ମୂଷା କୁ ମଧ୍ୟ ଧନ୍ୟବାଦ ଦେଲା । ପରେ ଦୁହେଁ ଜଙ୍ଗଲ କୁ ଫେରିଲେ ।
ଏଥିରୁ କଣ ଶିଖିଲ ?
୧. ଆଖି ବନ୍ଦ କରି ବିଶ୍ୱାସ କରିବା ଅନୁଚିତ୍ ।
୨. ଉତ୍ତମ ବନ୍ଧୁ ର ଉପଦେଶ ନେବା ଦରକାର ।
୩. ଅସୁବିଧା ସମୟରେ ବାହୁ ବଳ ଅପେକ୍ଷା ନିଜ ବୁଦ୍ଧି ବଳରେ ଗଡ ଜିତିବା ଅତି ସହଜ ହୋଇଥାଏ ।
By. RUBI NAHAK (Writer)
Buguda, Ganjam.
One thought on “ସିଂହ ସାଙ୍ଗ (The Lion friend)”