ଟଙ୍କା

Money, rupees, money heist, stock market,stock
ଟଙ୍କା

ମୋତେ ପାଇବାକୁ ଏତେ ଚିନ୍ତା ସିନା,
ତୁମ ପାଖରେ ରହିବାର ପ୍ରଶ୍ନ ଉଠୁନି…
ମୋର ଅସ୍ତିତ୍ବ ନାହିଁ,
ନା ମୋର ମୃତ୍ୟୁ ଅଛି,
ନା ମୁଁ ଜୀବିତ,
ତଥାପି ମୁଁ ତୁମର ଅନ୍ତରଙ୍ଗ ବନ୍ଧୁତ୍ୱ…
ଯଦି ମୋତେ ଆପଣେଇ ନେଲ,
ତାହା ମଧ୍ୟ ସ୍ୱଳ୍ପ ସମୟ ପାଇଁ…
ତାଗିଦ୍ କରିବାକୁ ବାଧ୍ୟ ହେଉଛି
ମୁଁ ମୋର ରୂପ ବଦଳେଇବା ପାଇଁ ସମୟ ନିଏ ନାହିଁ…
ନିଜ ପାଖରେ ରଖି ଚିନ୍ତାମଗ୍ନ କାହିଁକି ?
ମୁଁ ତ କହିନି ମୋତେ ଆପଣେଇ ବାକୁ… 
ତୁମର ସ୍ବାର୍ଥ ମୋତେ ଆପଣେଇ ବାକୁ ବାଧ୍ୟ କରୁଛି ??
କାରଣ!!
ମୁଁ ହେଉଛି ଏମିତି ଏକ ପଦାର୍ଥ,
ତୁମର ସବୁ ସ୍ବାର୍ଥ 
ମୁଁ କ୍ଷଣକ ମଧ୍ୟରେ ପୂରଣ କରିପାରେ…
ମୋର ସ୍ଥାନ ସବୁଠି,
ସବୁ ସ୍ଥାନରେ ମୁଁ ପ୍ରତିତ
ଲୋଭ ଦେବାରେ ମୁଁ ପଛାଏ ନାହିଁ…
ନା କଷ୍ଟ ଦେବାରେ !
ନା ଦୁଃଖ ଦେବାରେ!!
ନା ଖୁସି ଦେବାରେ !!!
କାରଣ ମୁଁ ହେଉଛି ?????     
” ଟଙ୍କା “
ନୀଳମାଧବ ଭୂୟାଁ
ଙ୍କ କଲମରୁ…

If the contents are helpful to share them with your friends, Thanking You.

One thought on “ଟଙ୍କା”

Leave a Reply

Your email address will not be published. Required fields are marked *