ମୁଖା ପିନ୍ଧା ନାୟକ

ମୁଖା ପିନ୍ଧା ନାୟକ, ଓଡ଼ିଆ କବିତା, କବିତା, ନୀଳମାଧବ ଭୂୟାଁ
ମୁଖା ପିନ୍ଧା ନାୟକ



ଛଇଳ ଚପଳ ସଦୃଶ୍ୟ 
ଏ ଦୁନିଆ ର କିଛି ମୁଖା ପିନ୍ଧା ନାୟକ
ନିଜକୁ ବହୁତ୍ ପରିପକ୍ବ ମନେ କରନ୍ତି ।

ଅମିୟ ର ଆଶାରେ 
ମୋହ କୁ ଆପଣେଇ ସଂଯ୍ୟମ ହରେଇ
ଉଲ୍ଲାସ ପାଇବେ ବୋଲି ଭାବି ନିଅନ୍ତି ।
 
କିଛି ନିରୀହ ତରୁଣୀ ଙ୍କ 
ରୁକ୍ଷ ଶରୀର କୁ ଚିରି
ଖାଇବାକୁ ତିଳେ ମାତ୍ର ବିଳମ୍ବ କରନ୍ତିନି ।

ସ୍ନିଗ୍ଧ ବିଭା ଯୁକ୍ତ ସୁରଭି କୁ ଗ୍ରହଣ କରି
ନିଜକୁ ନାୟକ ମନେ କରୁଥିବା କିଛି ରାତ୍ରିଚର
ଲୁଚି ଯାଆନ୍ତି ଏହି କୁହେଳି ରଙ୍ଗମଞ୍ଚ ରେ ।

ସେ ଜାଣି ନାହାନ୍ତି ନିଜକୁ ସିନା ଲୁଚେଇ ଦେଲେ 
କିନ୍ତୁ ସମ୍ମାନ ହାନି ହୋଇଥିବା ତରୁଣୀ ର 
କର୍କଶ ସ୍ୱର୍ କୁ ସେ ଶୁଣି ପାରିଲେ ନାହିଁ ।

ଶାର୍ଗୁଣା ପାଲଟି ଗଲେ 
ଏବଂ ନିଜ କାମ ସାରି ଉଡ଼ି ଯାଆନ୍ତି 
ଦୀର୍ଘ ଦୂର ଗ୍ରାମ ମଶାଣି ପାଖକୁ ।

ଦ୍ରଷ୍ଟା ଭାବେ ଏ ପୃଥିବୀ 
ଶେଷରେ ସେ ତାର ପ୍ରତିଶୋଧ ନିଏ..
ଅସମୟରେ ସେ ନାୟକ 
ମାଟି ରେ ଲୋଟି ପଡେ
ଏବଂ ପଡୋଶୀ ଭାଇ ମାନେ ତାକୁ
କିଛି ପଦ ଗାଳି ଦେଇ 
ଶୁଆଇ ଦିଅନ୍ତି ତାର ଚିତା କାଷ୍ଠ ଉପରେ ।

ସରିଯାଏ ତାର ସମୟ ସିନା
କିନ୍ତୁ ମୁଖାପିନ୍ଧା ନାୟକ ମରେ ନାହିଁ
ସେ ପଦ କୁ ଗ୍ରହଣ କରି
ପୁଣି ଥରେ ଅନ୍ୟ ଏକ ମୁଖା ପିନ୍ଧା ନାୟକ
ସଜ ହୁଏ ପୁଣି ଏକ ଜୀବନ ଛାରଖାର 
କରିବା ପାଇଁ। 


ନୀଳମାଧବ ଭୂୟାଁ (ଲେଖକ)






If the contents are helpful to share them with your friends, Thanking You.

Put your Valuable feedback