||ହୃଦୟ ତୁମର||
ହୃଦୟ ତୁମର ଏମିତି ଅଙ୍କଟେ
ଚାହେଁନା ମୁଁ କଷିବାକୁ,
ମୁଁ ଚାହୁଁଛି ଏବେ ଜୀବନ ସାହିତ୍ୟ
ନିରୋଳାରେ ଘୋଷିବାକୁ…
ମନକୁ ତୁମର ବୁଝିବାକୁ ଯାଇ
ଅବୁଝା ମୁଁ ସବୁବେଳେ
ପ୍ରେମକୁ ତୁମର ଖୋଜିବାକୁ ଯାଇ
ବିରହରେ ନୀତି ଜଳେ…
ସାହସ ପାଉନି ସପନ ସହରେ
ଏବେ ଆଉ ବୁଲିବାକୁ,
ଭରସା ପାଉନି ମୁଦା ଲଫାପା ର
ଚିଠି ପୁଣି ଖୋଲିବାକୁ…||୧||
ତମ ସାଥେ ଘର ବାନ୍ଧିବାକୁ ଯାଇ
ମନ ମୋ ବେଘର ଏବେ,
ଥକି ପଡ଼ିଲାଣି ଯେଉଁ ମନ ପକ୍ଷୀ
ଉଡ଼ି ବୁଲୁଥିଲା ସେବେ…
ଚାହେଁନା ମୁଁ ପୁଣି ସପନ ସଉଧ
ଆଉ ଥରେ ତୋଳିବାକୁ
ମିଛି ମିଛିକା ସେ ବାଲିଘର କରି
ମିଛି ମିଛି ଖେଳିବାକୁ…||୨||
ଶ୍ରୀ ଲୋକନାଥ ନାୟକ (ଅଧ୍ୟାପକ, ଓଡ଼ିଆ ବିଭାଗ)
କବିସୂର୍ଯ୍ୟ ନଗର, ମହାବିଦ୍ୟାଳୟ, ଗଞ୍ଜାମ ।

5 Responses
Nice poem
Ati sundara kabita ti ..hrudayaku chhuingala
ଅତ୍ୟନ୍ତ ମନଲୋଭା କବିତା
Thank u
Great poem sir, Really awesome.