ଅତୀତ ର କିଛି ଅନୁଭୂତି

ଥରେ ଆମେ ସବୁ ଚାକିରିଆ ସାଙ୍ଗ ମିଶି ଆନ୍ତରିକ ସୁରକ୍ଷା ପାଇଁ କିଛି ସ୍ପେଶିଆଲ ଡିଉଟି ରେ ଯାଇଥିଲୁ । ପ୍ରାୟ ଦେଢ଼ ମାସ ର ଡିଉଟି ପରେ ଆମେ ସେଠୁ ଫେରି ଆସିଲୁ । ଆମେ ସମସ୍ତେ ଆସି ଜମ୍ମୁ ରେଳ ଷ୍ଟେସନ ରେ ପହଞ୍ଚିଲୁ। ସମୟ ପାଖା ପାଖି ସନ୍ଧ୍ୟା ୭ ଟା। ଆମ ଅଫିସର ଆମକୁ କହିଲେ ଯାହାକୁ ଯୋଉଠି ଭଲ ଲାଗୁଛି ସେ ସେହି ହୋଟେଲ ରେ ଖାଇ ନିଅ । 

ଆମେ ସମସ୍ତେ ପାଖ ବିଶ୍ରାମ ଗାର ରେ ଗାଧୁଆ ସାରି ଖାଇବା ପାଇଁ ବାହାରିଲୁ।  ଆମେ ତିନି ସାଙ୍ଗ ଶଙ୍କର, ପ୍ରଦୀପ ଆଉ ମୁଁ ଷ୍ଟେସନ ପାଖରେ ଥିବା ଶିବ ମାର୍କେଟ ରେ ପହଞ୍ଚିଲୁ। ଗୋଟିଏ ହୋଟେଲ୍ ରେ ପହଞ୍ଚିଲୁ। ସେଠୀ ଆମେ ଖାଇବା ପାଇଁ କଣ କଣ ଅଛି ପଚାରିବାରୁ ସେ କହିଲା ଆପଣ ରୋଟି ଆଉ ଭାତ ଛାଡ଼ି ଆଉ ଯାହା ତରକାରୀ ଏବଂ ଭଜା ଖାଇବେ ସବୁ ପଇସା ଲାଗିବ।  ଆମେ ଚିନ୍ତା କରିଲୁ ହଁ ଅଳ୍ପ ଖାଇ ନେବା । ସମସ୍ତେ ବସିଲୁ କିନ୍ତୁ ଏଠି ମୋ ସାଙ୍ଗ ପ୍ରଦୀପ ର ପ୍ରଶ୍ନ ଥିଲା ଯେ କେତୋଟି ରୋଟି ଫ୍ରି ଅଛି।  ହୋଟେଲ ମାଲିକ ମନେ ମନେ ଭାବିଲା ଯେ କେତେ ଖାଇବେ, ଅଧିକ ହେଲେ ୫-୭ ଟି ରୋଟି ଖାଇବେ।  ଆମେ ସମସ୍ତେ ଗୋଟିଏ ଗୋଟିଏ ପ୍ଲେଟ ଅର୍ଡର୍ କରିଲୁ।  ପ୍ରଦୀପ ପୁଣି ପଚାରିଲା କେତୋଟି ରୋଟି ପ୍ଲେଟ ରେ ଦେବେ।  ହୋଟେଲ ମାଲିକ ଅଳ୍ପ ଗାଢ଼ କଣ୍ଠରେ କହିଲା, ଆଜ୍ଞା ଆପଣ ବସନ୍ତୁ ନା?? ଆପଣ ଯେତେ ଖାଇବେ ସେତିକି ଦେବୁ। ପ୍ରଦୀପ ପୁଣି ପଚାରିଲା। ସେତିକି ଦେବ ନା? ମାଲିକ ପୁଣି ହଁ ମାରିଲା ।
ପ୍ରଦୀପ ଆମ ଦୁହିଁଙ୍କ କହିଲା । ଆଜି ପର ଠାରୁ ଏ ହୋଟେଲ ମାଲିକ ଆଉ କାହାକୁ ଫ୍ରି କହିବ ନାହିଁ । ସମସ୍ତେ ଭୋକରେ ଆଉଟୁ ପାଉଟୁ। ତିନି ଜଣ ସାଙ୍ଗ ପ୍ରଥମେ ତିନୋଟି ଲେଖାଏ ରୋଟି ଖାଇଲୁ ତାପରେ ଶଙ୍କର ଏବଂ ମୁଁ ଶେଷ ଥର ପାଇଁ ଆଉ ଗୋଟିଏ ଲେଖାଏଁ ରୋଟି ମାଗିଲୁ କିନ୍ତୁ ପ୍ରଦୀପ ଦୁଇଟି ମାଗିଲା ।
ସେପଟେ ରୋଟି ଗରମ କରି ସଙ୍ଗେ ସଙ୍ଗେ ଦିଆ ଯାଉଥିଲା । ଜଣେ ରୋଟି କୁ ବନେଇ ଦେଉଥିଲେ ଆଉ ଜଣେ ନିଆଁ ଭାଟି ରେ ତାକୁ ଗରମ କରି ଆମକୁ ପରଷି ଦେଉଥିଲେ ।
ହୋଟେଲ ମାଲିକ ଖୁସି ଥିଲା । ସେ ଭାବିଲା କି ଦଶ ଥର ପଚାରୁଥିଲେ ଯେମିତି ଏମାନେ ଅଗଣତି ରୋଟି ଖାଇ ଚାଲିବେ ବୋଲି ଏବଂ ହୋଟେଲ ମାଲିକ ର ଭାବନା ବିଲକୁଲ ଠିକ୍ ଥିଲା ଏବଂ ତାହା ହିଁ ହେଲା । ଆମେ ଦୁଇଜଣ ଚାରୋଟି ରୋଟି ଖାଇବା ପରେ ହାତ ଧୋଇ ପୁଣି ଟେବୁଲ୍ ରେ ବସିଲୁ କିନ୍ତୁ ପ୍ରଦୀପ ର ଖାଇବା ସରି ନଥିଲା ।
ଆମେ ଦୁହେଁ ପ୍ରଦୀପ କୁ ଅପେକ୍ଷା କରିଲୁ। ସେ ପୁଣି ଥରେ ଦୁଇଟି ରୋଟି ମାଗିଲା । ମାଲିକ ମଧ୍ୟ ପୁଣି ଦୁଇଟି ରୋଟି ଆଣି ଦେଲା।  ହୋଟେଲ ମାଲିକ ମନରେ ତେବେ ପର୍ଯ୍ୟନ୍ତ ଶୋକ ର ଛାୟା ଦେଖା ଯାଉ ନଥିଲା କିନ୍ତୁ ଯେତେବେଳେ ପ୍ରଦୀପ ପୁଣି ଥରେ ଦୁଇଟି ରୋଟି ର ଅର୍ଡର ଦେଲା।  ହୋଟେଲ ମାଲିକ ମନ ଅଳ୍ପ ଦୁଃଖ ହେଲା ଭଳି ପ୍ରତିତ ହେଉଥିଲା । ସେତେ ବେଳକୁ ପ୍ରଦୀପ ୯ ଟି ରୋଟି ଖାଇ ସାରିଥିଲା। ଠିକ୍ ଗୋଟିଏ ମିନିଟ ପରେ ପ୍ରଦୀପ ପୁଣି ଦୁଇଟି ରୋଟି ମାଗିଲା। ଏଥର ମାଲିକ ସହିତ ଅନ୍ୟ ଦୁଇଟି ଲୋକ ଙ୍କ ମନରେ ଦୁଃଖ ଝଲସି ଗଲା ଏବଂ ଆମ୍ଭ ମାନଙ୍କୁ ବଡ ବଡ ଆଖି କରି ଚାହିଁ ରହିଲେ, ସେ କହି ପାରୁ ନଥିଲେ କିନ୍ତୁ ଦେବାକୁ ବାଧ୍ୟ କାରଣ ଆମ୍ଭ ମୁହଁକୁ ଦେଖି ସେ ଭାବିଥିଲା ଅଳ୍ପ ଖାଇବେ କିନ୍ତୁ ହୋଟେଲ ମାଲିକ ର ଧାରଣା ର ବିପରୀତ ମୁଖି ହେବାର ଦୃଶ୍ୟମାନ ହେଉଥିଲା। ପୁଣି ପ୍ରଦୀପ ଦୁଇଟି ରୋଟି ଅର୍ଡର୍ ଦେଲା । ହୋଟେଲ ରେ କାମ କରୁଥିବା ଦୁଇଟି ଲୋକ ର ହାତ ଅଳ୍ପ ଧିର ହେବାର ଲାଗୁଥିଲା।
ସେମାନେ ଭାବିବାକୁ ବାଧ୍ୟ ହେଲେ ଯେ , ରୋଟି ଆଉ ଭାତ ଫ୍ରି ବୋଲି କାହିଁକି କହିଥିଲୁ। ଏମିତି ଦୁଇଟି ଦୁଇଟି କରି ପ୍ରଦୀପ ୧୯ ଟି ରୋଟି ଖାଇଲା । ଖାଇବା ପରେ ହୋଟେଲ ମାଲିକ ପ୍ରଦୀପ କୁ ରାଗ ମୁଖରେ ଦେଖୁଥିଲା । ଯେତିକି ଟଙ୍କା ର ଦାମ ଆଗରୁ କୁହାଯାଇଥିଲା ସେତିକି ଟଙ୍କା ହିଁ ପ୍ରଦୀପ ଦେଲା । ନିୟମ ମୁତାବକ ହୋଟେଲ ମାଲିକ କଥା ଦେଇଛି ଆଉ ଯଦି କଥା ନ ରଖିବେ ତେବେ ଖରାପ ହେବ ଏବଂ ସେ ହିସାବରେ ହୋଟେଲ ମାଲିକ ମଧ୍ୟ ଚୁପ୍ ରହିବାକୁ ବାଧ୍ୟ ହେଲା । ଆମେ ମଧ୍ୟ ହସି ହସି ସେଠୁ ଫେରିଲୁ।  ପ୍ରଦୀପ ଆମେ ଦୁଇ ଜଣଙ୍କୁ କହି ଉଠିଲା ଯେ, ତାକୁ ଫ୍ରି ବୋଲି କହି ବାର ନଥିଲା । ହୋଟେଲ ମାଲିକ ଆଉ ସେ ଦୁଇ ଜଣ ଆମ ମାନଙ୍କୁ ବୁଲି ବୁଲି ଚାହୁଁଥିଲେ ।

ସେ ଘଟଣା ର ତିନି ମାସ ପରେ । ମୁଁ ନିଜେ ଛୁଟି ନେଇ ଗାଁ କୁ ଆସୁଥିଲି । ସେତେବେଳେ ଟ୍ରେନ ଦୁଇ ଘଣ୍ଟା ବିଳମ୍ବ ଯୋଗୁଁ ମୁଁ ପୁଣି ସେମିତି ସନ୍ଧ୍ୟାରେ ସେ ଶିବ ମାର୍କେଟ କୁ କିଛି ଖାଇବାକୁ ଗଲି। ତେବେ ମୁଁ ପୁଣି ସେହି ହୋଟେଲ ରେ ପହଞ୍ଚିଲି। ସେତେବେଳେ ସେ ହୋଟେଲ ମାଲିକ  ମୋତେ ଦେଖି ଚିହ୍ନି ପଚାରି ବାକୁ ଲାଗିଲା ଯେ ଆପଣଙ୍କ ସାଙ୍ଗ ଆଜି ଆସି ନାହାନ୍ତି କି ? ମୁଁ ଅଳ୍ପ ମୁରୁକି ହସ ଦେଇ କହିଲି ନା ସେ ଆସିନି।  ମୁଁ ପଚାରିଲି ଯେ ଗୋଟିଏ ପ୍ଲେଟ କେତେ ରେଟ୍?? ସେ ସେଦିନ କହିଥିବା ରେଟ୍ କହିଲା କିନ୍ତୁ ରୋଟି କେବଳ ଚାରୋଟି ଥିଲା । ମୁଁ ଅଳ୍ପ ମୁରୁକି ହସ ଦେଇ ପଚାରିଲି ଯେ, ଗତ ଥର ଆସିଥିଲୁ ରୋଟି ଆଉ ଭାତ ଫ୍ରି ଥିଲା ଆଉ ଏବେ ଫ୍ରି ନାହିଁ କି ?? ହୋଟେଲ ମାଲିକ କହିଲା, ଆପଣ ସେଦିନ ଖାଇ ସାରି ଯିବାର କିଛି ଦିନ ପରେ ସବୁ ଜିନିଷରେ ରେଟ ବଢ଼ିଗଲା ଏବଂ ଫ୍ରି ଦେଲେ ଲାଭ ହେବ ନାହିଁ ତେଣୁ ମେନୁ ରେ ପରିବର୍ତନ କରି ଦେଲି । ମୁଁ ମନେ ମନେ ଭାବିଲି । ବୋଧେ ପ୍ରଦୀପ ଖାଇବା ପରେ ହୋଟେଲ ମାଲିକ ର ମନରେ ପରିବର୍ତ୍ତନ ଦେଖା ଦେଲା।

Advertisements

ସେଠୁ ମୁଁ କେବଳ ଚାରୋଟି ରୋଟି ହିଁ ଖାଇଲି ଏବଂ ଅଳ୍ପ ହସ ରେ ସେଠୁ ବାହାରି ଆସି ପ୍ରଦୀପ କୁ କଲ କରି କହିଲି ଯେ ତୋ ଯୋଗୁଁ ସେ ହୋଟେଲ ମାଲିକ ତାର ଫ୍ରି ଉଠେଇ ଦେଲା । ପ୍ରଦୀପ ମଧ୍ୟ କହିଲା, ସେ କେବେ ମୋତେ ଭୁଲିବ ନାହିଁ ।
ତେବେ ଏମିତି ଥିଲା କିଛି ଘଟିଥିବା ମୋ ସହିତ କିଛି ବିଶେଷ ମୁହୂର୍ତ୍ତ।

ଯଦି ଏହି କାହାଣୀ ଟି ଭଲ ଲାଗିଥାଏ ତେବେ ସେୟାର କରିବାକୁ ଭୁଲିବେ ନାହିଁ ।

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *