Status…

Status…
ମୁଁ ବି ଦିନେ ଜୀବନକୁ ପଢିବାକୁ
ଚେଷ୍ଟା କରିଥିଲି
ହେଲେ ଜୀବନର ପ୍ରତ୍ୟେକ ଶବ୍ଦ ଭିତରେ
କେବଳ ଘୃଣା, ଦୁଃଖ, ଯନ୍ତ୍ରଣା ଆଉ ଶୋକ କୁ ହିଁ ପାଇଲି
ତଥାପି ପଢ଼ି ଚାଲିଛି
ଟିକିଏ ଭଲ ପାଇବା ଆଶାରେ…..

Reply…(୧)
କିନ୍ତୁ ସେ ରାସ୍ତାରେ ଭଲ ପାଇବା ବଦଳରେ କେବଳ ସ୍ବାର୍ଥ ଆଉ ନିନ୍ଦା ହିଁ ମିଳି ଥାଏ।
କିନ୍ତୁ ଭଲ ପାଇବା ର ରାସ୍ତା ଅସୀମ
କେତେବେଳେ
କେଉଁ କୋଣରୁ କେବେ ସେ ପୂର୍ଣ୍ଣ କଳସ ଭରା
ଆଶା ଆମ ସବୁ
ପ୍ରଶ୍ନ ର ଉତ୍ତର ସାଜିବ
ସେ ଅପେକ୍ଷାରେ ଅଗ୍ରସର ହୋଇ ଚାଲୁଥାଅ।
କିନ୍ତୁ ଟିକିଏ ଭଲ ପାଇବା ଆଶାରେ
ମଣିଷ ଆଜି ମଧ୍ୟ ପ୍ରୟାସ ରତ…

Status replying…(୧)
ସୁନ୍ଦର ଶବ୍ଦ ଭରା ସନ୍ଦେଶ ଟିଏ…


Reply…(୨)
ହେଲେ ମଣିଷ ଖୋଜେ ଖାଲି ପ୍ରେମ….


Status replying…(୨)
ହଁ…

Reply…(୩)

କବିତା ର ସାରାଂଶ କେବେ ସରେନି
ସରିବାକୁ ପଡ଼ିଥାଏ ଯେମିତି ଭଲ ପାଇବା ଭିନ୍ନକ୍ଷମ ହୋଇ ପଡେ ସେମିତି…

Status replying…(୩)
ସେଇଟା ତ ସତ…


Reply…(୪)
ଭଲ ପାଇବା ଖୋଜି ଖୋଜି
ଶବ୍ଦ ଛନ୍ଦ ରେ ନିଜକୁ ଛନ୍ଦି
କେବେ ଅସୀମ ଗର୍ତ୍ତ ରେ ନିଜକୁ ସମର୍ପଣ କରିବାକୁ ଚେଷ୍ଟା
ନଗଣ୍ୟ ମୂର୍ଖାମି ଯୁକ୍ତ ଅଟେ…


Reply…(୫)
ଶବ୍ଦ ସରେନୀ ସଖି
ତାକୁ ଅନ୍ତିମ ଶବ୍ଦ ପର୍ଯ୍ୟନ୍ତ
ସେ ନିଜେ ଲମ୍ବି ବାକୁ
ଇଚ୍ଛା ରଖେ
ଯେମିତି ମଣିଷ ଟିଏ…

Reply…(୬)
ଅନ୍ତିମ ଶବ୍ଦ ପାଇଁ ଇଚ୍ଛା ରଖିଥିବା
ମଣିଷ ଟିଏ
ଦ୍ଵନ୍ଦ ରେ ପଡ଼ିଯାଏ
ମହମ ର ମହାନତା କୁ ଦେଖି
ନିଜେ ଜଳେଇ
ଅନ୍ୟକୁ ଆଲୋକ ଯୁକ୍ତ କରିବା…

ସଖୀ ସୁଚିତ୍ରା ପ୍ରଧାନ ଙ୍କ Status ରୁ କିଛି ଶବ୍ଦ ର ସନ୍ଦେଶ ଯୁକ୍ତ ବାର୍ତ୍ତାଳାପ ରୁ ବର୍ଣ୍ଣିତ….

Tagged:

No responses yet

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading