ମନେ ନ ରଖ ଡର କି ଭୟ




ଏମିତି କରମ କାହିଁ ଯେ କରୁଛ,
ନିଜ ଜାଲେ ନିଜେ ଫସି ଯାଉଛ ।
ସମସ୍ୟା କୁ ତୁମେ କାହିଁକି ଡାକୁଛ
ଆତ୍ମହତ୍ୟା ପାଇଁ ଚିନ୍ତା କରୁଛ।

ଏକୁଟିଆ ଘର ଅଗଣା ରେ ବସି
ଭାବନ୍ତି ସମସ୍ୟା ଅସାର,
ନା ଚିନ୍ତା କେବେ ସରିଛି ସରିବ
ତଥାପି ଜୀଅନ୍ତି ହଜାର।

ସବୁ ଠିକ୍ ହେବ ଧର୍ଯ୍ୟ ଧର ତୁମେ
ରଖ ଭରଷା ଯେ କାଳିଆକୁ
ସମୟ ଯାଉଛି ଖସି ଖସି ଏଠି
କେହି ରହିବ ନାହିଁ ଆପଣା କୁ ।

ସୁନ୍ଦର ସୁନାର ସଂସାରେ
ଜୀବନ ଯୁଦ୍ଧେ ନିଜେ ହାରିଗଲେ
ପରିବାରର ରକ୍ଷା କରିବ କିଏ,
ଦୁଃଖ ଯନ୍ତ୍ରଣା ସହ କଲେ ଲାଳନ ପାଳନ
ଅର୍ଣ୍ଣ ବସ୍ତ୍ର ସେବା ମୁଖାଗ୍ନୀ ମାଗନ୍ତି ସିଏ ।

ଦୁନିଆର ଲୋକେ ବର୍ଷ ମାସ ଧରି
ବିକଳାଙ୍ଗ ଯେ ପଡ଼ିଥାଏ,
ମରଣ କୁ ବାଦ ଦେଇ ଭାବେ ସେ
ବଞ୍ଚିବାକୁ ଇଚ୍ଛା ଥାଏ ।

ସୁସ୍ଥ ଶରୀର ତୁମେ ଧାରଣ କରିଛ
ମୃତ୍ୟୁ କରୁଛି କି ତୁମ ପିଛା,
ପରିବାର ସହ ଖୁସିରେ ଯେ ରୁହ
କାହିଁ କରୁଛ ଯେ ବେକାର ଚିନ୍ତା ।

ଆତ୍ମହତ୍ୟା ହିଁ ସମାଧାନ ନୁହଁ
ଆସୁ ପଛେ ଯେତେ ବ୍ୟଥା,
କରନି ମନେ ଡର କି ଭୟ
ସତ୍ୟ ପଥେ ଚାଲୁ ଥାଅ ସଦା ।

ହୃଷିକେଶ କୁଶୁଲିଆ
ମୁନିଗୁଡ଼ା, ରାୟଗଡ଼ା

No responses yet

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading