Category Archives: hrusikesh kushulia

ଜଙ୍ଗଲ ଆମର ବନ୍ଧୁ



ଜଙ୍ଗଲ ଆମର ପ୍ରକୃତ ବନ୍ଧୁ ତା ପାଇଁ ଆମେ ମଙ୍ଗଳ,
ଜଙ୍ଗଲ ନଷ୍ଟ ହେଲେ ବରଷା ହବନି ହେବା ଆମେ କାଙ୍ଗାଳ ।

ଜଙ୍ଗଲ ରେ ନିଆଁ ଲଗାଇବା ନାହିଁ ଲଗାଇବା ଆମେ ଗଛ,
ଗଛ କାଟିବା ପୂର୍ବରୁ ଟିକେ ଭାବିବା ଗଛ ପ୍ରତି ଆମ ଆଗପଛ।

ଆମ ଜୀବନ ଠାରୁ ମରଣ ପର୍ଯ୍ୟନ୍ତ ଆମକୁ ସାହାଯ୍ୟ କରୁଛି ଗଛ ଦିଏ ଔଷଧପତ୍ର, ଫୁଲଫଳ, କାଠ, ଛାଇ, ଅମ୍ଳଜାନ,
ଗଛ ବଞ୍ଚିଲେ ହିଁ ଆମେ ବଞ୍ଚିବା ହେବା ଆମେ ସାବଧାନ,


ଜରୁରତରୁ ଅଧିକା ଗଛ ଆମେ କାଟିବା ନାହିଁ,
ଗୋଟିଏ କାଟିଲେ ଦୁଇଟି ଚାରା ରୋପଣ କରିବା ରେ ଭାଇ ।

ଫ୍ରୀ ରେ ମିଳୁଛି ସୁବିଧା ବୋଲି ଜାଣୁନୁ ଆମେ ଜଙ୍ଗଲ ର ମହତ୍ତ୍ଵ,
ଜଙ୍ଗଲ କୁ ସୁରକ୍ଷା କରିବା ଆମ ସମସ୍ତ ଙ୍କ ଦାୟୀତ୍ୱ ।

ଜଙ୍ଗଲ ଅଛି ବୋଲି ବଡ଼ଦାଣ୍ଡ ରେ ଗଡୁଛି ତାଳଧ୍ୱଜ, ଦେବଦଳନ, ନଦିଘୋଷ ରଥ,
ଆମ ଜଗତ ଠାକୁର ଶ୍ରୀ ଜଗନ୍ନାଥ ଅଟନ୍ତି ଦାରୁବ୍ରହ୍ମ ଦୁନିଆ ରେ ଗୋଟେ ସତ ।

ଜଙ୍ଗଲ ରେ ହିଁ ଶ୍ରୀ ଜଗନ୍ନାଥ ଙ୍କୁ କରିବା ଆମେ ପୂଜି,
ନବ କଳବର ପାଖେଇ ଆସୁଛି ଚାଲିଛି ଦାରୁ ଖୋଜା ଖୋଜି ।

Hrusikesh Kushulia
Muniguda, Rayagada.

କୈକେୟୀ ମାତା




ଅଯୋଧ୍ୟା ନଗରୀ ଧୂପ ଦୀପ ଫୁଲମାଳରେ ହୋଇଅଛି ସାଜସଜ୍ଜା ।
ରାଜା ଦଶରଥ ରାଜ୍ୟ ଅଭିଷେକ କରିବେ ଶ୍ରୀରାମ ହେବେ ଅଯୋଧ୍ୟା ର ରାଜା ।।



ଦେବାସୂର ସଂଗ୍ରାମେ ମାତା କୈକେୟୀ କରିଥିଲେ ଅଯୋଧ୍ୟା ର ପ୍ରତିରକ୍ଷା ।
ଅଯୋଧ୍ୟା ପତି ଖୁସି ହେଇ ମାତା କୈକେୟୀ ଙ୍କୁ ଦେବେ ଦୁଇଟି ବର ଭିକ୍ଷା ।।



ମନ୍ଥରା ର ମନ୍ତ୍ରେ ମାତା କୈକେୟୀ ହେଇଗଲେ ପରାଛନ୍ଦି ।
ଦୁଇଟି ବର ରାଜା ଙ୍କୁ ମାଗି ଅଯୋଧ୍ୟା ପତି ଙ୍କୁ କଲେ ବନ୍ଦୀ ।।



ଭରତ ବସିବ ରଜ ସିଂହାସନେ ଶ୍ରୀ ରାମ ଯିବ ଚଉଦ ବର୍ଷ ବନ ।
ରାଣୀ ର ଏହି ବାଣୀ ଶୁଣି ରାଜା ଦଶରଥଙ୍କ ଉଡିଗଲା ଜୀବନ ।।


ସୀୟା ରାମ ସହ ଲକ୍ଷ୍ମଣ ଗଲେ ବନ ପରିଶିତା ଉର୍ମିଳା ଙ୍କୁ ଘରେ ଛାଡ଼ି।
ଚିତ୍ରକୁଟ ଯାଇ ଭରତ ଆଣିଲେ ଶ୍ରୀ ରାମ ଙ୍କ ପଦୁକା କାଡି ।।


ଦଣ୍ଡକା ଅରଣ୍ୟ ରେ ସୀୟା ରାମ କଲେ ଛୋଟ ଘର । ଲକ୍ଷ୍ମଣ ସୂର୍ପନେଖାର ନାକ କାଟିଲେ ଏହିଟି ବହୁଛି ରକ୍ତ ଝର୍ ଝର ।।


ମାରୀଚ ରାବଣ ଛଦ୍ମ ବେଶରେ ମାତା ସୀତା ଙ୍କୁ କଲେ ହରଣ।
ଲକ୍ଷ୍ମଣ ରେଖାକୁ ମାତା ସୀତା କଲେ ଉଲଙ୍ଗନ ଚରଣ ।।


ଅନ୍ୟାୟ ପାଇଁ ରାବଣ ସହ ଯୁଦ୍ଧ କଲେ ବିର ବାଟ ଜଟାୟୁ ପକ୍ଷୀ ।
ଶ୍ରୀ ରାମ ଙ୍କୁ ମାତା ସିତାର ସନ୍ଦେଶ ଦେଲେ ପରଖି ପରଖି।।



ପାଶାଣି ଅହଲ୍ୟା, କୋବନ୍ଦ ରାକ୍ଷସ, ରାଜା ସୁଗ୍ରୀବ, ବିଭୀଷଣ ହେଲେ ଉଦ୍ଧାର।
ଶ୍ରୀ ରାମ ପ୍ରେମେ ପାଗଳ ତପସ୍ଵିନୀ ଶବରୀ, ହନୁମାନ ଜପେ ରାମ ନାମ ବାରମ୍ବାର ।।


ବାଳି ବଧ କରି ରାମ ସେତୁ ଗଢି ଉଡ଼ାଇ ବିଜୟ ପତାକା ।
ନଳ ନିଳ ସହ ଗୁଣ୍ଡୁଚି ମୁଷାର ଅବଦାନକୁ କର ତୁମେ ବାହା ବାହା।


ବିର ହନୁ ଜଳାଇଲେ ସ୍ଵର୍ଣ୍ଣମୟୀ ଲଙ୍କା ରାକ୍ଷସ ରାବଣ ମୁଁହ ବଙ୍କା ।
ତ୍ରିଭୁବନ ପତି ଶ୍ରୀରାମ ଙ୍କ ବାଜୁଛି ବିଜୟ ଡଙ୍କା ।।



ରାମ ସେନା ରେ ବିଭୀଷଣ ମିଶି ଲଗାଇଲା ଭାତ୍ରୁ ପ୍ରେମ ରେ ଦାଗ ।
ଦଶାନନ, ମେଘନାଦ, କୁମ୍ଭକର୍ଣ୍ଣ ଲଙ୍କା ରକ୍ଷା କରିବାକୁ ଆଗ ।।



ନାଗଫାଶ ବରସି କାମ ଦେଲା ନାହିଁ ହେଲା ମେଘନାଦ ବିଫଳ ।
ମାତା କୈକେୟୀ ର ଆଶ୍ରିବାଦ ପାଇ ଶ୍ରୀରାମ ହେଲେ ସଫଳ ।।


ମାତା କୈକେୟୀ ଙ୍କ ବର ଦୁଇଟି ପାଇଁ ଜଗତ ହେଲା ଶାନ୍ତି ।
ଶ୍ରୀରାମ ଚନ୍ଦ୍ର ମର୍ଯ୍ୟାଦା ପୁରୁଷୋତ୍ତମ ହେଲେ ମାତା କୈକେୟୀ ପାଇଁ ଟି ।।



ହୃଷିକେଶ କୁଷୁଲିଆ
ମୁନିଗୁଡ଼ା, ରାୟଗଡ଼ା ।

Hrusikesh Kusulia ଙ୍କ ବର୍ଣ୍ଣିତ ଅନ୍ୟ କବିତା ଗୁଡ଼ିକ ପଢନ୍ତୁ

ମନୋଜ କୁମାର ବେହେରା ଙ୍କ ଅନ୍ୟ କବିତା ଗୁଡ଼ିକ ପଢନ୍ତୁ

ଛାଡ଼ପତ୍ର



ପାଖ ପଡ଼ିଶା ର ଲୋକ ଦେଖୁଛନ୍ତି ହୋଇକି ଅଗଣା ଠିଆ
କେତେ ସୁନ୍ଦର ସୁନାର ସଂସାରେ ଲାଗିଛି ହିଂସାର ନିଆଁ ।

ଦମକଳ ନିଆଁ ଲିଭାଇ ପାରୁନି ଆସିଛନ୍ତି ପୋଲିସ ବାବୁ,
ବହୁ ବର୍ଷର ପରିଶ୍ରମ ଧନକୁ ଓକିଲ ନେବ ସବୁ ।

ସୁଖ ଶାନ୍ତିରେ ରହୁଥିଲେ ଦୁହେଁ ଜଣେ ରାଜା ଆଉ ରାଣୀ
ଦୁହିଁଙ୍କ ମୁହଁରୁ ବାହାରୁଛି ଆଜି ଗରଳ ବିଷ ବାଣୀ ।

ପ୍ରଚୁର ଗାଳି ଶୁଣୁ ଅଛି ଯିଏ କରିଥିଲା ଘଟ ସୂତ୍ର
ଫିକା ପଡିଗଲା ଆଜି ଶଙ୍ଖା ସିନ୍ଦୂର ଓ ପବିତ୍ର ମଙ୍ଗଳ ସୂତ୍ର ।

କାଗଜ କଲମ ହସ୍ତାକ୍ଷରେ ଯୋଡ଼ା ହୋଇଥିଲା ନକ୍ଷତ୍ର ତିଥି
ସେ କାଗଜ କଲମ ଆଜି ଛାଡ଼ ପତ୍ର ହେଲା ଲାଗିଲା କାନୁନ୍ ନୀତି ।

ପୋତିବେ ପୋତିବେ ଅଲଗା ଅଲଗା କେଉଁ ଦିନ କେଉଁ ରାତ୍ରି
କିଛି ଦିନର କୁଣିଆ ଆଉ ହେବେ କାଲିର ବର ଯାତ୍ରୀ ।

ଘର କଳି କୁ ଘରେ ନ ସୁଧୁରି ଗଲାଣି କୋର୍ଟ କଚେରି ଥାନା

ନ୍ୟାୟ ପାଇଁ ଦୁହେଁ ଧନ ସାରିବେ ବିକି ଜମି ବାଡ଼ି ଘର ଓ ପେଟର ଦାନା।

ସୁଖ ଓ ଦୁଃଖ ଲାଗିଛି ଏ ଜୀବନେ କର ନାହିଁ ଏହି କାମ
ମଣିଷ ଜୀବନ ଥରେ ତ ମିଳିଛି କରି ନିଅ ସମାଧାନ

ବୁଝିବାକୁ ହେବ ଭୁଲ ପରସ୍ପର ର ରାଗକୁ କର ଯେ ଶାନ୍ତ
ଥରେ ଭାଙ୍ଗିଗଲେ ଏ ପବିତ୍ର ସମ୍ପର୍କ ହେବ ସୁଖର ଅନ୍ତ ।

Hrusikesh Kushulia
Muniguda, Rayagada.

କେତେ ଭଲ ଥିଲା ମୋ ପିଲାଦିନ



କେତେ ଭଲ ଥିଲା ମୋ ପିଲାଦିନ,
ଥିଲା ମୋର ଅବୟବ ଛୋଟ ଛୋଟ ପାଦ ଚିହ୍ନ।

କାନ୍ଦି ଦେଲେ ପୂରଣ ହୁଏ ମନର ମୋ ସବୁ ଇଛା,
ବାୟା ସାପ କୁ ଚଢ଼େଇ ଡରେ ଡରେ ମୁଁ କଙ୍କଡା ବିଛା ।

ପ୍ରାଚୀର ଉଦୟ ରବି କୁ ଦେଖିଲେ ଲାଗୁଥିଲା ଭଲ,
ଭାବୁଥିଲି ମୁଁ କିଏ ରଖିଲା ଆକାଶ ରେ ଲାଲ୍ ବଲ୍ ।

ଖେଳୁ ଥିଲୁ ଗାଁ ପିଲାମାନେ ଏକାଠି ମିଶି,
ଜାଣି ପାରୁନଥିଲୁ ଦିବାନିଶି କେମିତି ଆକାଶେ ଉଡେ ଶଶି।

ଫଳ ଫୁଲ ତୋଳା ନଦୀ ପହଁରି ଯାଇଥିଲୁ ଆମେ ସ୍କୁଲ,
ବାପା ମା ଭାଇ ଭଉଣୀ ଏକାଠି ଥଲୁ ସତେ ଯେମିତି ମାଟି କଣ୍ଡିରେ ଟଙ୍କା ଠୁଲ ।

ବଦଳି ଗଲା ମୋ ପିଲାଦିନ ଶରୀର ଲିଭିନି ସେ ଦିନ କଥା,
ବର୍ଷା ପାଣିରେ କାଗଜର ଡଙ୍ଗା ଛାଡୁଥିଲୁ ଗୋଟେ ହାତେ ଧରି ଛତା ।

ଭାରତ ବର୍ଷର କୋଣ ଅନୁକୋଣେ ଆମେ ହେଇଗଲୁ ଭାଗବଣ୍ଟା,
କାହାକୁ କିଏ ସମୟ ଦେଇପାରୁନୁ ତଥାପି ହାତରେ ବାନ୍ଧିଛୁ ଘଣ୍ଟା ।

ମୋ ପରିବାର ପାଇଁ ଯୋଗାଡ କରୁଛୁ ଖାଦ୍ୟ ବସ୍ତ୍ର ଘର ପାତ୍ର ଖାଲି,
କାହା ଘରେ ପୂର୍ଣ୍ଣିମା କାହା ଘରେ ଅମାବାସ୍ୟା କିଏ ଭଙ୍ଗା ହୁର୍ଦୟେ ଫୁଟାଇ ମଲ୍ଲୀ ।

ମୋ ହୃଦୟରେ ନଥିଲା ଛଳ କପଟ ହିଂସା ଅହଂକାର କ୍ରୋଧ ହିଂସା ର ଝଡ,
ଆମ ଜୀବନ ନଦୀ ଗୋଟିଏ ପାଣି ଫୋଟୋକା ପ୍ରେମ ସ୍ନେହ ମମତା ରେ ବାନ୍ଧିବା ବାଡ ।

ମାଆ ର ପଣତ କାନି, ମାର ସ୍ନେହ, ମମତା ମା କୋଳ, ଥିଲା ମୋ ପାଇଁ ଛତ୍ର ଛାୟା,
ଆଜି ଆମେ ସମସ୍ତେ ମାୟା ରେ ହେଲୁ ବାୟା ।

ହୃଷିକେଷ କୁସୁଲିଆ
ମୁନିଗୁଡ଼ା, ରାୟଗଡ଼ା ।

ନୂତନ ବର୍ଷ ର ଅଭିନନ୍ଦନ

ଗଜ ଉପରେ ବସି, ମୁରୁକି ମୁରୁକି ହସି,
ସକାଳର ସୁନେଲି କିରଣେ ଆସୁଛନ୍ତି ଦେଖ ନୂଆ ବର୍ଷ।

ଆସୁଛନ୍ତି ଆମ ପାଇଁ ସୁଖ ଦୁଃଖ ର ଚିଠି ପତର,
କରିବା ପାଇଁ ଆମ ମନ ଉତ୍କର୍ଷ ।

ନୁଆ ବର୍ଷ ର ରବି କୁ ଦେଖି, ଅଭିନନ୍ଦନ କରେ କବି,
କବି ଆଖିରେ ଝଲସି ଉଠଇ, ନୂଆ ବର୍ଷ ର ସୁନ୍ଦର ଛବି ।

ବଦଳି ଗଲା ମୋ ଝାଟି ମାଟି ଘର କୁଡିଆ
ବଦଳି ଗଲା ମୋ ଘର କାଠ ର ଚୁଲି
ଜାଣି ପାରିଲିନି ୨୦୨୨ ମୋ ପାଖରୁ ଗଲା ଚାଲି
କେମିତି ଯିବି ମୁ ତାଙ୍କୁ ଭୁଲି ।

କ୍ୟାଲେଣ୍ଡର ଅଙ୍କ ବଦଳି ଗଲା ବୋଲି
ପାଳୁଛି ମୁଁ ନୂଆ ବର୍ଷ
ବଜାଇ ଖୁସିରେ ନୂଆ ବର୍ଷରେ ନୂଆ ଶଙ୍ଖ ।


ନୀଳ ସରବରେ ସୁନ୍ଦର ପଦ୍ମ ଫୁଲ ଫୁଟି ଉଠିଲା
ତଳେ ପକାଇ ପାଣି କାଦୁଆ ମାଟିର ପଙ୍କ
ହୃଦୟରେ ମୋର ଘର କରି ଅଛ
ତୁମକୁ ଦେଖିବାକୁ ଲାଗେ ମନେ ଭାରି ଇଚ୍ଛା ।

ନୁଆ ବର୍ଷର ଅଭିନନ୍ଦନ ଘେନ ହେ ବନ୍ଧୁ,
ତୁମକୁ ହଳଦିଆ ଡକ ରୁ କରୁଛି ହେ ଶୁଭେଚ୍ଛା।

ହୃଷିକେଶ କୁଶୁଲିଆ (ଲେଖକ)
ତାରିଖ ୦୧.୦୧.୨୦୨୩