
ଏହି କାହାଣୀ ର ପୂର୍ବ ଖଣ୍ଡ କୁ ଯଦି ପଢ଼ି ନାହାନ୍ତି ତେବେ ପ୍ରଥମେ ସେ ପୃଷ୍ଠା କୁ ପଢନ୍ତୁ ତଳେ ଲିଙ୍କ୍ ଦିଆ ଯାଇଛି 👇👇👇👇
ଦ୍ୱିତୀୟ ପୃଷ୍ଠା କୁ ପଢନ୍ତୁ
ଦ୍ୱିତୀୟ ବର୍ଷ ଆରମ୍ଭ ଏବଂ ରିନା ର ଜିବନରେ ନୂଆ ମୋଡ ଦେଖିବାକୁ ମିଳିଲା । କଥାରେ ଅଛି “ଯାହା ହେବାକୁ ଥିବ ତାହା ଆଜି ନହେଲେ କାଲି ତ ନିଶ୍ଚୟ ହେବ” ଦେଖୁ ଦେଖୁ 2 ମାସ ଭଲରେ ଚାଲିଲା କିନ୍ତୁ ତୃତୀୟ ମାସ ବେଳକୁ ହଠାତ୍ ଦିନେ ସଂଧ୍ୟାରେ ରିନା ର ବାପାଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହେଲା ଏବଂ ହସ୍ପିଟାଲ ନେବାକୁ ବାହାରିଛନ୍ତି ସେ ଆରପାରି କୁ ଚାଲିଗଲେ । ଦୁଃଖ ର ଭାର ଓଜନ ହେବାକୁ ଲାଗିଥିଲା। ସାଙ୍ଗ ସମ୍ବନ୍ଧି ସମସ୍ତେ ଯେମିତି ଆଶ୍ଵସନା ଚକ୍ଷୁରେ ଦେଖୁଥିଲେ ସତ କିନ୍ତୁ ପାଖରେ ଛିଡ଼ା ହୋଇ କେହି ସାହାଯ୍ୟ କରୁ ନଥିଲେ। ଇଚ୍ଛା ନଥିବା ସ୍ୱତେ ସେ ନିଜ ସାଙ୍ଗ ମାନଙ୍କୁ ସାହାଯ୍ୟ ମାଗିଲା। କେବଳ ଏତିକି ମୋ ପାଖରେ ସ୍ତମ୍ଭ ହୋଇ ମୋ ପଛରେ ଆଶ୍ଵସନା ଦେଉ ଥାଅ। ଧନ ତ କେମିତି ହେଲେ ଯୋଗାଡ ହୋଇଯିବ। ଖବର ପାଇ ରାଜୁ ଏବଂ ଅରୁଣ ଆସି ଶୁଦ୍ଧି କ୍ରିୟା ପର୍ଯ୍ୟନ୍ତ ସମସ୍ତ ପ୍ରକାର ଜିନିଷ ଠାରୁ ଆରମ୍ଭ କରି ଘର ର ସବୁ କାର୍ଯ୍ୟରେ ସାହାଯ୍ୟ କରିଲେ ।
ଏହି ସାହାଯ୍ୟ ଦେଖି ଗାଁ ଲୋକେ ସହି ପାରୁନଥିଲେ ମାତ୍ର କିଛି କରିବାକୁ ସାହାସ ମଧ୍ୟ ଦେଖାଉ ନଥିଲେ । ଶୁଦ୍ଧି କ୍ରିୟା ସରିଗଲା ଏବଂ ରିନା ମନରେ ଅଜବ ପ୍ରକାର ର ଡର ମାଡ଼ି ବସିଥିଲା ଯେମିତି ବାପା ଥିଲା ସମୟରେ ସେ ସାହାସ ର ଉତ୍ସ ମନେ କରୁଥିଲା କିନ୍ତୁ ବର୍ତମାନ ସେ ପୁରାପୁରି ଏକା ଏବଂ ତାର ଅପଙ୍ଗ ଭାଇ । ଆମ ସମାଜରେ ମହିଳା ମାନେ ଘରୁ ଗୋଡ଼ ବାହାର କରିଲେ ୧୦ ଟା କଥା ହେବେ ଏବଂ ରିନା ପୁଣି ପଛୁଆ ବର୍ଗ ର ଏକୁଟିଆ ଝିଅ ଟିଏ। ଶୁଦ୍ଧି କ୍ରିୟା ସରିବାର ୭ ଦିନ ପର୍ଯ୍ୟନ୍ତ ସେ କଲେଜ୍ ଯାଉ ନଥିଲା।
ସେପଟେ ସାଙ୍ଗ ମାନେ ଏବଂ ରାଜୁ ଅପେକ୍ଷା ରେ ଥିଲେ କିନ୍ତୁ ଠିକ୍ ସାତ ଦିନ ପରେ ରାଜୁ ର ମନ ବୁଝିଲାନି ସେ କଲ୍ କରି ରିନା କୁ ପଚାରିଲା । ରାଜୁ, ରିନା ତମେ କଲେଜ୍ କାହିଁକି ଆସୁ ନାହଁ ?? ରିନା ର ପାଖେ ଉତ୍ତର ଥାଇ ମଧ୍ୟ ଚୁପ୍ ରହୁଥିଲା । ରାଜୁ ପୁଣି ବ୍ୟସ୍ତତା ରେ ପଚାରିଲା, କୁହ ରିନା, କଣ ଅସୁବିଧା ହେଉଛି କି କୁହ। ରିନା, ଧିର ସ୍ଵରରେ କହିଲା, ମୁଁ ଆଉ କଲେଜ୍ ଆସିବି ନାହିଁ।
ରାଜୁ, କାହିଁକି ??
ରିନା, ନା, ରାଜୁ ଆଉ ପଚାର ନାହିଁ ମୋତେ, ବାପା ବିନା ମୁଁ ଦୁନିଆରେ ଏକା ହୋଇଯାଇଛି , ଯେତେବେଳେ ମା ଚାଲିଗଲେ ସେତେବେଳେ ମୁଁ ୧୦ ବର୍ଷର ଥିଲି କିନ୍ତୁ ବାପା ମୋତେ ବୁଝେଇ ମୋ ସହିତ ସବୁବେଳେ ଥିଲେ । ୨-୩ ବର୍ଷ ଲାଗିଥିଲା ନିଜ ମନକୁ ବୁଝାଇବାକୁ , ଭାବିଲି ବାପା ମୋର ସବୁ କିଛି ବର୍ତମାନ ସେ ମଧ୍ୟ ଚାଲିଗଲେ । ଆମେ ଭାଇ ଭଉଣୀ ଅନାଥ ହୋଇଗଲୁ । ସେପଟୁ ରାଜୁ ଉତ୍ତର ଦେଲା, ଅନାଥ ମାନେ କଣ ! ଆମେ କଣ ମରି ଯାଇଛୁ କି? ଯେ ତୁମେ ନିଜକୁ ଅନାଥ ମନେ କରୁଛ ? ରିନା ର ଆଖିରୁ ଲୁହ ବହି ଚାଲିଥାଏ ।
ରିନା, ତମେ ବୁଝୁନ କାହିଁକି ରାଜୁ ?? ମୋର ଆର୍ଥିକ ସମ୍ବଳ ଅଭାବ । ମୁଁ ଘରୁ ଗୋଡ ବାହାର କରିଲେ ମୋତେ ଧନ ଦରକାର । ଯାହା ଟଙ୍କା ଥିଲା ତାହା ଖର୍ଚ୍ଚ ହୋଇଯାଇଛି ଏବଂ ବାକି ବାପାଙ୍କ ଶୁଦ୍ଧି କ୍ରିୟା ସମୟରେ ତୁମେ ଖର୍ଚ୍ଚ କରିଥିବା ଟଙ୍କା ମଧ୍ୟ ତୁମକୁ କେବେ ଆଉ କେମିତି ଫେରେଇବି ମୁଁ ମଧ୍ୟ ଜାଣିନି। ସେଥିପାଇଁ ମୁଁ ସ୍ଥିର କରିଛି ଯେ, ମୁଁ କେଉଁଠି ଯାଇ କାମ କରିବି । ଏବେ ମୋ ଘରେ ଦୁଇ ଓଳା ଖାଇବା କେଉଁଠୁ ଆସିବ ତାହା ଏବେ ସ୍ବପ୍ନ ପାଲଟି ଯାଇଛି ।
ରାଜୁ : ଆମେ ଖର୍ଚ୍ଚ କରିଥିବା ଟଙ୍କା ତୁମକୁ ଆମେ ମାଗିଛୁ କି?? ଏବଂ ତୁମେ କଲେଜ୍ ଆସ ତୁମର ସବୁ ଖର୍ଚ୍ଚ ମୁଁ ବହନ କରିବି ଏବଂ ତୁମ ଭାଇ ର ପଢା ଖର୍ଚ୍ଚ ମଧ୍ୟ ମୁଁ ବହନ କରିବି ।
ରିନା : ନାହିଁ ରାଜୁ ତମେ ବୁଝିବାକୁ ଚେଷ୍ଟା କର, ଏମିତି ରେ ମୁଁ ତୁମ ପାଖରେ ରୁଣି ଅଛି , ପୁଣି ମୋର ଏବଂ ଭାଇ ର ପଢା ଖର୍ଚ୍ଚ ପାଇଁ ତୁମେ ପୁଣି ମୋତେ ରୁଣୀ କରିବାକୁ ବାଧ୍ୟ କର ନାହିଁ।
ରାଜୁ: ମୁଁ କିଛି ସୁଣିବାକୁ ଚାହୁଁନି, କି ବୁଝିବାକୁ ଚାହୁଁନି ତୁମେ ଆଜି ୧୦ ଟା ରେ କଲେଜ୍ ରେ ଆସି ପହଞ୍ଚିବ। ତୁମ ପାଖରେ ୨ ଘଣ୍ଟା ସମୟ ଅଛି । ଯଦି ନ ପହଞ୍ଚିଲ ତେବେ ମୁଁ ବାଇକ୍ ନେଇ ତୁମ ଘରେ ପହଞ୍ଚିବି । ତୁମେ ସ୍ଥିର କର ଏବଂ ଏବେ ମୁଁ ଫୋନ୍ ରଖୁଛି।
ରିନା ପୁଣି ଚିନ୍ତାରେ ପଡ଼ିଲା । ଇଛା ନଥିବା ଶ୍ୱତେ ମୁଣ୍ଡ କୁ ନୁଆଇଁ ସାଇକେଲ ଧରି ବାହାରି ଗଲା କଲେଜ୍ ଅଭିମୁଖେ। ସେଠି ପହଞ୍ଚୁ ପହଞ୍ଚୁ ରିନା ର ସାଙ୍ଗ ସୌମ୍ୟା ଏବଂ ଚୀଙ୍କି ଆସି ରିନା କୁ କୁଣ୍ଢେଇ କାନ୍ଦିଲେ। ରିନା ମଧ୍ୟ କାନ୍ଦିବାକୁ ଲାଗିଲା । ସମସ୍ତେ ଏକାଠି ହେଲେ ରିନା କୁ ସ୍ୱାନ୍ତନା ଦେଇ କହିଲେ । ଆଜି ଠାରୁ ତୁ କେବେ କଲେଜ୍ ମିସ୍ କରିବୁ ନାହିଁ । ରାଜୁ କେବଳ ଏକା ତୋର ଫିସ୍ ଦେବ ନାହିଁ। ଆମେ ସମସ୍ତେ ମିଶି ତୋର କଲେଜ୍ ଫିସ୍ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ସାହାଯ୍ୟ କରିବୁ କିନ୍ତୁ ତୁ କଲେଜ୍ ପ୍ରତିଦିନ ଆସିବୁ ଏବଂ ଆମ ସମସ୍ତଙ୍କର ତୁ ଯେମିତି ମାଷ୍ଟର ମାଇଣ୍ଡ ଥିଲୁ ଠିକ୍ ସେମିତି ରହିବୁ । ତାପରେ ସମସ୍ତେ ରିନା କୁ ହସେଇବାକୁ ଚେଷ୍ଟା କରିଲେ । ରାଜୁ ଆସି ପାଖରେ ବସି କହିଲା, ଦେଖିଲ ତ ତମେ ନିଜକୁ ଏକା କେବେ ମନେ କରିବ ନାହିଁ । ଅସୁବିଧା ସମୟରେ ବନ୍ଧୁ ମାନେ ହିଁ ପାଖରେ ରୁହନ୍ତି। ସମ୍ପର୍କୀୟ ସେତେବେଳେ ମୁକ ଏବଂ ବଧିର ହୋଇ ଯାଆନ୍ତି। ହଉ ଛାଡ଼ ସେ କଥା।
ମୁଁ ଗୋଟିଏ କଥା ପଚାରିବି ତାର ମୋତେ ଉତ୍ତର ଦେବ ତାପରେ ତମକୁ ଗୋଟିଏ କଥା କହିବି ଏବଂ ତମେ ମୋ କଥା ରଖିବ ? ରିନା , କଣ ? ତମ ଗାଁ ଘର କୁ ତମେ ଛାଡ଼ି ପାରିବ କି ?? ରିନା ଆଶ୍ଚର୍ୟ୍ଯ ରେ ଚାହିଁ ରହିଲା। ରାଜୁ, ଆରେ ପ୍ରଥମେ ଉତ୍ତର ଦିଅ, ତାପରେ ଗୋଟିଏ କଥା କହିବି। ରିନା, ନା ଛାଡ଼ି ପାରିବି ନାହିଁ, ଆଉ ଯଦି ଛାଡ଼ିବି ତେବେ ଆମେ ରହିବୁ କୋଉଠି ?? ରାଜୁ, ହଉ ଏବେ ମୁଁ କହୁଛି ତମେ, ମୋ କଥା କୁ ପୁରା ଶୁଣିବ ତାପରେ କିଛି ଉତ୍ତର ଦେବ। ଯଦି ମୁଁ କହେ ତମେ ଗାଁ ଛାଡି ସହର ରେ ରହିଥାନ୍ତ ଏବଂ ଗାଁ ଘର କୁ ବେଳେବେଳେ ବୁଲି ଆସି ଥାନ୍ତ ତେବେ କେମିତି ହୁଅନ୍ତା। ଯାହା ଫଳରେ ତୁମର ଏବଂ ତୁମ ଭାଇଙ୍କ ପଢା ପଢ଼ିରେ ସୁବିଧା ହେବ। ତା ସହିତ ତୁମ ପାଇଁ ଗୋଟିଏ ପାର୍ଟ ଟାଇମ୍ ଜବ୍ ମଧ୍ୟ ଦେଖି ଦେବି । ତୁମର ଅସୁବିଧା ମଧ୍ୟ ହେବ ନାହିଁ । ଜବ୍ କଥା ଶୁଣି ରିନା ଅଳ୍ପ ଖୁସି ହୋଇଗଲା କିନ୍ତୁ ଘର ଛାଡ଼ି ଆସିବାର ତାର ତିଳେ ମାତ୍ର ଇଚ୍ଛା ନଥିଲା।
କ୍ରମଶଃ…….
One thought on “ରିନା…01”