ରିନା….



ସେଦିନ ରିନା ବହୁତ୍ ବିଚଳିତ ହୋଇ ପଡ଼ିଲା। ତା ପାଖରେ ଆଉ କିଛି ଉପାୟ ନଥିଲା । ରାଗରେ ଘରୁ ବାହାରି ଆସିଲା । ଲାଗୁଥିଲା ସେ ଆଜି ଘର ଛାଡ଼ି ଚାଲି ଯିବ । ତାର ମୁଣ୍ଡ କିଛି କାମ କରୁ ନଥିଲା । ସାଇକେଲ ପାଖକୁ ଯାଇ ଠିଆ ହେଲା ସେତେବେଳେ ଦାଣ୍ଡ ରେ ଠିଆ ହୋଇଥିବା କିଛି ବ୍ୟକ୍ତି କହିଲେ,
କଣ ଲୋ ଏବେ ଆଉ ଥରେ କୁଆଡେ ବାହାରିଲୁ ??
କଣ ନୂଆ ଅଣ୍ଡିରା ଖୋଜିବାକୁ ନା କଣ ?
ଏତିକି ଶୁଣି ରାଗରେ ଜଳୁ ଥାଏ ମାତ୍ର ସେ ନିରୁପାୟ
ବାରି ପଟେ କିଛି ସ୍ତ୍ରୀ ଲୋକଙ୍କ ଟାହି ଟାପରା ବାରମ୍ବାର ତା କାନରେ ଗୁଞ୍ଜରି ଉଠିଲା । ଯେ…..

‘ ସେ କଲେଜ୍ ଯାଉନି ଯେ ସେଠି ଯାଇ ଦେହ ବେପାର କରୁଛି ‘
‘ ନିଜର ଇଜ୍ଜତ ତ ନାହିଁ, ଆମ ଗାଁ ର ଇଜ୍ଜତ ମଧ୍ୟ ମାଟିରେ ମିଶେଇ ଦେଲାଣି ‘
ଆଉ କିଏ କହେ
‘ ବୁଢ଼ା ବାପାଙ୍କୁ ସେବା କରିବ କଣ ? ଇଏ ତ ଘଇତା କରୁଛି ‘
‘ କହୁଛି ସଭିଏ ସାଙ୍ଗ, ସାଙ୍ଗ ନା ଫାଙ୍ଗ ‘
‘ ସବୁ ଯାକ ଭେଣ୍ଡିଆ ସାଙ୍ଗ, ସାଙ୍ଗ କିଏ ଆଉ ଗରାଖ କିଏ ଆମେ ଜାଣିନୁ ଯେ, ଏଇ ଆମକୁ କଲେଜ୍ ପାଠ ପଢ଼ୋଉଛି ।
‘ ହଇଲୋ ଗେରସ୍ତ କରିବା ବୁଦ୍ଧି ଟା ସେ କଲେଜ୍ ରେ ଶିଖା ହେଉଛି କିଲୋ.. ??’
ଆଉରି କେତେ କଣ ??

…ହଠାତ୍ ସାନ ଭାଇ କୁନା ର ଶବ୍ଦ ଶୁଣି ରିନା ଚିନ୍ତାମୟ ଦୁନିଆରୁ ପୁନଃ ଅବସ୍ଥା କୁ ଫେରି ଆସିଲା ଏବଂ ଦୀର୍ଘ ନିଃଶ୍ୱାସ ନେଇ ସାଇକେଲ ପେଡାଲ୍ ରେ ଗୋଡ ରଖିଛି ନା ନାହିଁ କୁନା ବଡ ପାଟି କରି ଡାକି କହିଲା , ଦିଦି.. ଦିଦି.. ଘରକୁ ଆସେ ବାପା ପୁଣି ନିଃଶ୍ୱାସ ନେଇ ପାରୁ ନାହାଁନ୍ତି।

ହ୍ୟାଣ୍ଡ ବ୍ୟାଗ୍ ରୁ ମୋବାଇଲ୍ ବାହାର କରିଲା, ଡାକ୍ତର ସୋମେଶ ବାବୁ ଙ୍କୁ ଫୋନ୍ କରି କହିଲା, ସାର୍ ଆପଣ ପୁଣି ଥରେ ଆସିବେ କି ?? ସେପଟୁ ଉତ୍ତର ଆସିଲା, ଶୁଣ ଝିଅ , ତମ ଗାଁ ଲୋକ ବିଲକୁଲ ଭଲ ଲୋକ ନୁହନ୍ତି, ତୁମେ ମା ଙ୍କର ଭଲ ଷ୍ଟୁଡେଣ୍ଟ୍ ବୋଲି ତୁମ ଘରକୁ ଯାଇ ତୁମ ବାପାଙ୍କୁ ଦେଖି ଆସିଲି କିନ୍ତୁ ଆଉ ନୁହଁ, ତୁମେ ସରକାରୀ ମେଡିକାଲ୍ କୁ ନେଇ ସେଠି ଚିକିତ୍ସା କର କହି ସେପଟୁ ଫୋନ୍ କଟି ଗଲା।

ରିନା ର ଆଖିରୁ ଲୁହ ଧାର ବହି ଚାଲି ଥାଏ। କୁନା କହିଲା ଦିଦି କିଛି କରେ ??? ନହେଲେ ବାପା ଙ୍କ ଦେହ ଖରାପ ହେବାକୁ ଲାଗିଲାଣି???
ରିନା , ରହ ମୁଁ କିଛି କରୁଛି ??
ସଙ୍ଗେ ସଙ୍ଗେ ତାର ସାଙ୍ଗ ଅରୁଣ କୁ ଫୋନ୍ କରି କହିଲା, ହେଲୋ… ଅରୁଣ ପ୍ଲିଜ ମୋତେ ସାହାଯ୍ୟ କର, ମୋ ବାପା ଙ୍କୁ ମେଡିକାଲ ଟିକେ ନେଇ ଦେବ ।

ଅରୁଣ କହିଲା, ତୁମ ଘର ଆଗରେ ସେ ଲୋକ ମାନେ ଅଛନ୍ତି ନା ? ସେମାନେ ମୋତେ ସେଦିନ କେତେ କଣ କହିଲେ, ମୋତେ ଆଉ ସେଠି ଯିବାକୁ ଭଲ ଲାଗୁନି । ରିନା କହିଲା, ପ୍ଲିଜ୍ ଅରୁଣ !! ସେମାନେ ମଣିଷ ଚିହ୍ନି ପାରୁ ନାହାଁନ୍ତି । ଆମେ ଛୋଟ ଦଳିତ କୂଳରେ ଜନ୍ମ ବୋଲି ଆମେ ପାପ କରିଛୁ । ଲୋକ ଏଠି ନାକରେ ଆଙ୍ଗୁଠି ପୁରେଇ ହସୁଛନ୍ତି ସିନା, କେହି ସାହାଯ୍ୟ କରୁ ନାହାନ୍ତି । ସମସ୍ତେ କହୁଛନ୍ତି ତମେ ଛୋଟ ଲୋକ, ତମେ ଅଛୁଆଁ, ତମକୁ ସାହାଯ୍ୟ କରିବୁ କଣ ତୁମକୁ ଛୁଇଁବା ପାପ । ଆଉରି କେତେ କଣ କହୁଛନ୍ତି !! ପ୍ଲିଜ୍ ମୋତେ ସାହାଯ୍ୟ କର ?? ଅରୁଣ, ସେପଟୁ ଅରୁଣ ଉତ୍ତର ଦେଲା, ମୋର ଗୋଟିଏ ଅନୁରୋଧ ରଖିବ ?? ରିନା କହିଲା ଶୀଘ୍ର କୁହ ?? ତୁମେ ବାପାଙ୍କୁ ଗାଁ ମୁଣ୍ଡ ପର୍ଯ୍ୟନ୍ତ ନେଇ ଆସ, ସେଠୁ ମୁଁ ନେଇ ଆସିବି। ତୁମ ସାଙ୍ଗ ବୋଲି ତୁମକୁ ସାହାଯ୍ୟ କରିବାକୁ ଆସିଥିଲି ମାତ୍ର ତୁମ ଗାଁ ର ଲୋକେ ମୋତେ ବହୁତ୍ କହିଲେ ଏବଂ ବାରମ୍ବାର ମୋ ଆଗରେ କହିଲେ, ଆସିଗଲା ଆଉ ଗୋଟିଏ ଅଣ୍ଡିରା !! ସେଥିପାଇଁ ପ୍ଲିଜ୍ ତମେ ଏତିକି କର, ମୁଁ ଗାଁ ମୁଣ୍ଡରେ ଅପେକ୍ଷା କରିଛି ।

ତଳେ Page 2 ବଟନ୍ କୁ କ୍ଲିକ୍ କରି ପଢନ୍ତୁ

Pages: 1 2 3

8 Responses

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading