Category Archives: ରିନା

ରିନା…02

ପ୍ରଥମ ଭାଗ ପଢନ୍ତୁ

ରିନା କହିଲା ମୁଁ ଘରୁ ଯିବା ଆସିବା କରି ସେ ପାର୍ଟ ଟାଇମ୍ ଚାକିରି କରିଲେ ହେବ ନାହିଁ କି ?? ରାଜୁ, ବୋଧ ହୁଏ ଅସମ୍ଭବ ହେବ। କାରଣ ତୁମେ କେବଳ ସଂଧ୍ୟା ୪ ଟା ରୁ ରାତି ୮ ଟା ପର୍ଯ୍ୟନ୍ତ ଚାକିରି କରିବ ବାକି ସକାଳେ ତମେ କଲେଜ୍ ଆସିବ ଏବଂ ରାତି ୮ଟା ପରେ ତମ ଗାଁ ଯିବା ପାଇଁ ଅସୁବିଧା ହେବ ? ଏଠାରୁ ତ ହାରାହାରି ୬-୭ କିମି ହେବ । ରୀନା ମଧ୍ୟ ଅଳ୍ପ ଭାବି କହିଲା ମୁଁ ପ୍ରଥମେ ଘରକୁ ଯାଏ ତାପରେ ତମକୁ ଫୋନ୍ କରି ଜଣେଇବି ।

ଦିନ ସାରା କଲେଜ୍ ରେ ରିନା ରାଜୁ କହିଥିବା କଥା ବିଷୟରେ ଭାବୁଥାଏ। ସନ୍ଧ୍ୟାବେଳେ , ଘରକୁ ଗଲା କୁନା କୁ ସବୁ କଥା ଜଣାଇଲା । କୁନା ଖୁସିରେ କହି ଉଠିଲା ବହୁତ୍ ଭଲ କଥା ଆମେ ସହର ରେ ରହିବା, ଏବଂ ସେଠି ତୁ ଚାକିରି କରିବୁ । ସକାଳେ ତୁ ଖାଇବା ବନେଇ ଦେବୁ ଏବଂ ସନ୍ଧ୍ୟାରେ ମୁଁ ବନେଇ ଦେବୀ ? ରିନା, କହିଲା, ଗାଁ ଛାଡି କରି ଗଲେ। ଗାଁ ର ଏହି ଦୁଇ ବଖରା ଘର କୁ ଛାଡ଼ିବାକୁ ମୋର ଇଚ୍ଛା ନାହିଁ ରେ। ପୁଣି ସହର ର ବାତାବରଣ କେମିତି ଥିବ ସେଠି ଚାକିରି କେମିତି କା ମିଳିବ । ତାହା ମଧ୍ୟ ଦେଖିବାକୁ ହେବ। ସେଥିପାଇଁ ଏବେ ଠାରୁ ସ୍ବପ୍ନ ଦେଖିବା ଭୁଲ। କୁନା: ରାଜୁ ଭାଇ ବହୁତ୍ ଭଲ , ତୁ ତାଙ୍କ ଉପରେ ବିଶ୍ୱାସ କରିବା କଥା ଏବଂ ମୋତେ ଯାହା ଲାଗୁଛି ସେ ତୋତେ ପସନ୍ଦ ମଧ୍ୟ କରନ୍ତି। ରିନା : ଚୁପ୍ କର । ସେମିତି କିଛି ନାହିଁ । କୁନା: ଆରେ ରାଗୁଛୁ କାହିଁକି ଯେ, ଆମେ ତ ଆଗରୁ ସାଙ୍ଗ ଥିଲେ । ଯଦି ଆମେ ସୁଖ ଦୁଃଖ ବାଣ୍ଟିବା ନାହିଁ ତ ଆଉ କାହାକୁ କହିବା । ରିନା: ମୁଁ କିଛି ଭାବି ପାରୁନି କଣ କରିବି ? କୁନା: ଯାହା କରିବୁ , ଆମ ଦୁଇ ଜଣଙ୍କ ଭଲ ପାଇଁ ଚିନ୍ତା କରିବୁ। ଚାଲ ଏବେ ଖାଇବା। ଦୁହେଁ ଖାଇଲା ପରେ , ରାତି ସାରା ରିନା ସେଇ କଥା ହିଁ ଭାବୁଥାଏ । ସକାଳେ କଲେଜ୍ ଗଲା, ସେଠି ରାଜୁ ପଚାରିଲା କଣ ନିଷ୍ପତି ନେଲ ?
ରିନା: ସହର ରେ ରହି ପଢିବାକୁ ନିଷ୍ପତି ନେଲି ସିନା ଘର ଛାଡ଼ି ଆସିବାକୁ ମୋର ଜମାରୁ ଇଚ୍ଛା ନାହିଁ । ରାଜୁ: ପୁଣି ସେଇ କଥା ?? ଆରେ ବେଳେବେଳେ ଯାଇ ବୁଲି ଆସିବ । ରିନା: ଠିକ୍ ଅଛି । ରାଜୁ: ଥେଙ୍କ୍ ୟୁ ମାଇଁ ଡାର୍ଲିଂ କହି ରିନା କୁ କୁଣ୍ଢେଇବାକୁ ଆସୁଥିଲା । ରିନା ତାକୁ ଅଟକେଇ କହିଲା । ନା, ମୁଁ ତୁମକୁ ହଗ୍ କରିବାକୁ ଚାନ୍ସ ଦେବୀ ନାହିଁ। ରାଜୁ ପୁଣି ଦୁଃଖୀ ହେବାର ନାଟକ କରିଲା, ଏବେ ରିନା ରାଜୁ ର ଗାଲକୁ ଅଳ୍ପ ଚିମୁଟି ଟିକେ ଆଉଁସି ଦେଲା। ରାଜୁ: ଖାଲି ଏତିକି । ରିନା: ହଁ କେବଳ ଏତିକି । ତେବେ ଘର ଦେଖିବାକୁ କେତେବେଳେ ଯିବା ? ରିନା: କ୍ଲାସ୍ ସରିବା ପରେ ଯିବା। ରାଜୁ, ନା ନା, ସେ ଘର ମାଲିକ ୧୨ ଟା ରେ ଆଉ କୁଆଡେ ଯିବ ବୋଲି କହୁଥିଲେ। ଚାଲ ଏବେ ବୁଲି ଆସିବା । ରିନା ଅଳ୍ପ ମୁହଁ ଶୁଖେଇ କହିଲା ହଉ ଠିକ୍ ଅଛି । ତାପରେ ଦୁହେଁ ରାଜୁ ର ବାଇକ୍ ରେ ବସି ଘର ଦେଖିବାକୁ ବାହାରିଲେ । ଘର ମାଲିକ: ରାଜୁ ସହିତ ରିନା କୁ ଦେଖି କହିଲା ତମର ଯୋଡ଼ି ପୁରା ମେଚିଙ୍ଗ ହେଉଛି ତମେ ବାହା ହେଇ ଯାଉନ କାହିଁକି ?? ଘର ମାଲିକ କଥା ଶୁଣି ରିନା କିଛି କହୁ ନଥାଏ । ରାଜୁ କହିଲା, ଅଙ୍କଲ ସେହି କଥା କୁ ମୁଁ ରିନା କୁ କେତେ ଥର କହିଛି କିନ୍ତୁ ସେ ମନା କରୁଛି ପରା । ମାଲିକ: ଆରେ ମୁଁ ଅଳ୍ପ ମଜାଳିଆ ଲୋକ, ଖରାପ ଭାବିବ ନାହିଁ ଝିଅ । ଏଥର ରିନା ମୁହଁରେ ଅଳ୍ପ ହସ ଭରି ଆସିଲା । ରାଜୁ: କଣ ଅଙ୍କଲ ଭଲ କଥା ଟିଏ କହୁଥିଲ ପୁଣି ଟପିକ ଚେଞ୍ଜ କରିଦେଲ । ଅଙ୍କଲ: ନା ରେ ବାବୁ ସେଇଟା ତମ ଲାଇଫ !! ତୁମେ ସ୍ଥିର କରିବ । ଆମେ ଭଡ଼ା ଦେବା ଲୋକ । ଆମକୁ ଭଲ ଭଡ଼ା ଟିଆ ମିଳିଲେ ଆମ ବେପାର ଚାଲିଲେ ଆମେ ଖୁସି ।
ତାପରେ ରାଜୁ ପଚାରିଲା, ଅଙ୍କଲ ଘର ଦେଖାଇବ ପ୍ଲିଜ୍ ?? ଆରେ ଚାଲ ଚାଲ !! ଘର ଦେଖି ରିନା ବହୁତ୍ ପସନ୍ଦ କରିଲା ମାତ୍ର ଦୁଃଖୀ ମଧ୍ୟ ହେଲା ଯେ ଘର ଭଡ଼ା ଅଧିକ ଥିବ ବୋଲି । ସେ ରାଜୁ କୁ ଟାଣି ଆଣି କୋଣ ରେ ପଚାରିଲା। ନା ନା ଚାଲ ଆଉ କୋଉଠି ଘର ଦେଖିବା ଯେଉଁଠି ଗୋଟିଏ କିମ୍ବା ଦୁଇଟି ରୁମ୍ ଥିବ। ରାଜୁ: ଏଠି କଣ ଅସୁବିଧା । ରିନା: ଟିକେ ହାତ ଠାର ରେ ପଇସା ଅଧିକ ବୋଲି କହିଲା। ରାଜୁ ହସିବାକୁ ଲାଗିଲା । ରାଜୁ: ତମେ ପ୍ରଥମେ ଅଙ୍କଲ କୁ ପଚାର ? କେତେ ଟଙ୍କା ତାପରେ ସ୍ଥିର କରିବ । ରିନା: ନା ନା, ମୁଁ ଜାଣିଛି ଅଧିକ ଟଙ୍କା ଥିବ। ଗୋଟିଏ ବଡ ହଲ୍, ଦୁଇଟି ବେଡ୍ ରୁମ୍, ଆଉ ସବୁ ଘର ମାର୍ବଲ ସେଥିରେ ପୁଣି ନୂଆ ଘର !! ରାଜୁ ଅଙ୍କଲ କୁ ଡାକିଲା। ଅଙ୍କଲ: କଣ ସ୍ଥିର କରିଲ ?? ରାଜୁ: ତମେ ଘର ଭଡ଼ା କଥା କୁହ ? ଅଙ୍କଲ: ଝିଅ , ରାଜୁ ତୁମ ବିଷୟରେ ସବୁ କଥା କହିଛି, ତମେ ଯେତେ ଦିନ ପାରୁଚ ସେତେ ଦିନ ରହିବ । ମାତ୍ର ମୋର କିଛି ସର୍ତ୍ତ ଶୁଣି ନିଅ ତାପରେ ମୁଁ ଘର ଭଡ଼ା କଥା କହିବି । ତମେ ରାତି ୧୧ ଟା ପରେ ଘରୁ ବାହାରିବ ନାହିଁ । ତମେ ଭାଇ ଭଉଣୀ ସହିତ ଦିନ ବେଳେ ତୁମ ସାଙ୍ଗ ମାନେ ଆସି ପାରିବେ। ମାତ୍ର ଝିଅ ସାଙ୍ଗ ଚଳିବ ଏବଂ ପୁଅ ସାଙ୍ଗ କେବଳ ରାଜୁ ହିଁ ଆସି ପାରିବ । ରିନା, ରାଜୁ କାହିଁକି ଆସିବ ?? ଅଙ୍କଲ, କାରଣ ରାଜୁ କୁ ମୁଁ ପୁଅ କରିଛି ସେ ଆସି ପାରିବ । ଆଉ ତମେ ଯଦି ମନା କରିବ ତେବେ ତାକୁ ମଧ୍ୟ ଆସିବାକୁ ମନା କରିଦେବି। ରିନା,(ଅଳ୍ପ ହସି) ହଁ ଠିକ୍ କଥା, ସେ ଆସିଲେ ମୋ ମୁଣ୍ଡ ଖାଇବ । ରାଜୁ: କଣ ମୁଁ ତୁମ ମୁଣ୍ଡ ଖାଉଛି ? ରିନା: ଆଉ କଣ ?? ସବୁବେଳେ ବଲ ବଲ , କେତେବେଳେ ଶାନ୍ତି ନାହିଁ । ରାଜୁ: ମୁହଁ ବୁଲେଇ ଅଙ୍କଲ କୁ କହିଲା , ଅଙ୍କଲ ତମେ କଥା ହୁଅ ମୁଁ ବାହାରେ ଅପେକ୍ଷା କରିଛି । ରାଜୁ ଗଲା ବେଳେ ରିନା ପଛ ପଟୁ ହାତ କୁ ଧରି କହିଲା, ଆଛା ତମେ ମଜା କରିବ, ମୁଁ କିଛି କୁହେନି ଆଉ ମୁଁ ମଜା କରିଲେ ତମର ରାଗ । ଏଇଟା କଣ ଠିକ୍ କଥା ?? ରାଜୁ: ରୁହ ରୁହ, ତମେ ଆଜିକାଲି ବେଶୀ ଚାଲାକ୍ ହେଲଣି !! ଅଙ୍କଲ: ଆରେ ତମ ମାନଙ୍କ ଝଗଡ଼ା ସରିଲେ ମୋତେ କହିବ ମୁଁ ବାକି କଥା କହିବି। ରିନା: ନା ନା ଅଙ୍କଲ ଆପଣ କୁହନ୍ତୁ ?? ଅଙ୍କଲ: ଆଉ ଗୋଟିଏ ସର୍ତ୍ତ ହେଲା, ତମେ ମୋ ଦୁଇଟି ଝିଅ ଏବଂ ମୋର ଭଉଣୀ ର ଝିଅ କୁ ବେଳେବେଳେ ପଢ଼େ଼ଇ ଦେବ। କିନ୍ତୁ ତାଙ୍କର ପଢା ଖର୍ଚ୍ଚ ବଦଳରେ ତମକୁ ଘର ଭଡ଼ା ରୁ ମୁଁ କାଟି ଦେବି ଏବଂ ତମେ ଯେତେ ବିଜୁଳି ଖର୍ଚ୍ଚ କରିବ ସେତିକି ଦେବ ଏବଂ ମାସିକ ୫୦୦ ଟଙ୍କା ଘର ଭଡ଼ା ଦେବ ।

କ୍ରମଶଃ….

ତୃତୀୟ ପୃଷ୍ଠା ଟି ପଢନ୍ତୁ

ରିନା…01

ଏହି କାହାଣୀ ର ପୂର୍ବ ଖଣ୍ଡ କୁ ଯଦି ପଢ଼ି ନାହାନ୍ତି ତେବେ ପ୍ରଥମେ ସେ ପୃଷ୍ଠା କୁ ପଢନ୍ତୁ ତଳେ ଲିଙ୍କ୍ ଦିଆ ଯାଇଛି 👇👇👇👇

ଦ୍ୱିତୀୟ ପୃଷ୍ଠା କୁ ପଢନ୍ତୁ

ଦ୍ୱିତୀୟ ବର୍ଷ ଆରମ୍ଭ ଏବଂ ରିନା ର ଜିବନରେ ନୂଆ ମୋଡ ଦେଖିବାକୁ ମିଳିଲା । କଥାରେ ଅଛି “ଯାହା ହେବାକୁ ଥିବ ତାହା ଆଜି ନହେଲେ କାଲି ତ ନିଶ୍ଚୟ ହେବ”  ଦେଖୁ ଦେଖୁ 2 ମାସ ଭଲରେ ଚାଲିଲା କିନ୍ତୁ ତୃତୀୟ ମାସ ବେଳକୁ ହଠାତ୍ ଦିନେ ସଂଧ୍ୟାରେ ରିନା ର ବାପାଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହେଲା ଏବଂ ହସ୍ପିଟାଲ ନେବାକୁ ବାହାରିଛନ୍ତି ସେ ଆରପାରି କୁ ଚାଲିଗଲେ । ଦୁଃଖ ର ଭାର ଓଜନ ହେବାକୁ ଲାଗିଥିଲା। ସାଙ୍ଗ ସମ୍ବନ୍ଧି ସମସ୍ତେ ଯେମିତି ଆଶ୍ଵସନା ଚକ୍ଷୁରେ ଦେଖୁଥିଲେ ସତ କିନ୍ତୁ ପାଖରେ ଛିଡ଼ା ହୋଇ କେହି ସାହାଯ୍ୟ କରୁ ନଥିଲେ।  ଇଚ୍ଛା ନଥିବା ସ୍ୱତେ ସେ ନିଜ ସାଙ୍ଗ ମାନଙ୍କୁ ସାହାଯ୍ୟ ମାଗିଲା।  କେବଳ ଏତିକି ମୋ ପାଖରେ ସ୍ତମ୍ଭ ହୋଇ ମୋ ପଛରେ ଆଶ୍ଵସନା ଦେଉ ଥାଅ।  ଧନ ତ କେମିତି ହେଲେ ଯୋଗାଡ ହୋଇଯିବ। ଖବର ପାଇ ରାଜୁ ଏବଂ ଅରୁଣ ଆସି ଶୁଦ୍ଧି କ୍ରିୟା ପର୍ଯ୍ୟନ୍ତ ସମସ୍ତ ପ୍ରକାର ଜିନିଷ ଠାରୁ ଆରମ୍ଭ କରି ଘର ର ସବୁ କାର୍ଯ୍ୟରେ ସାହାଯ୍ୟ କରିଲେ ।

ଏହି ସାହାଯ୍ୟ ଦେଖି ଗାଁ ଲୋକେ ସହି ପାରୁନଥିଲେ ମାତ୍ର କିଛି କରିବାକୁ ସାହାସ ମଧ୍ୟ ଦେଖାଉ ନଥିଲେ । ଶୁଦ୍ଧି କ୍ରିୟା ସରିଗଲା ଏବଂ ରିନା ମନରେ ଅଜବ ପ୍ରକାର ର ଡର ମାଡ଼ି ବସିଥିଲା ଯେମିତି ବାପା ଥିଲା ସମୟରେ ସେ ସାହାସ ର ଉତ୍ସ ମନେ କରୁଥିଲା କିନ୍ତୁ ବର୍ତମାନ ସେ ପୁରାପୁରି ଏକା ଏବଂ ତାର ଅପଙ୍ଗ ଭାଇ । ଆମ ସମାଜରେ ମହିଳା ମାନେ ଘରୁ ଗୋଡ଼ ବାହାର କରିଲେ ୧୦ ଟା କଥା ହେବେ ଏବଂ ରିନା ପୁଣି ପଛୁଆ ବର୍ଗ ର ଏକୁଟିଆ ଝିଅ ଟିଏ।  ଶୁଦ୍ଧି କ୍ରିୟା ସରିବାର ୭ ଦିନ ପର୍ଯ୍ୟନ୍ତ ସେ କଲେଜ୍ ଯାଉ ନଥିଲା। 
ସେପଟେ ସାଙ୍ଗ ମାନେ ଏବଂ ରାଜୁ ଅପେକ୍ଷା ରେ ଥିଲେ କିନ୍ତୁ ଠିକ୍ ସାତ ଦିନ ପରେ ରାଜୁ ର ମନ ବୁଝିଲାନି ସେ କଲ୍ କରି ରିନା କୁ ପଚାରିଲା । ରାଜୁ, ରିନା ତମେ କଲେଜ୍ କାହିଁକି ଆସୁ ନାହଁ ?? ରିନା ର ପାଖେ ଉତ୍ତର ଥାଇ ମଧ୍ୟ ଚୁପ୍ ରହୁଥିଲା । ରାଜୁ ପୁଣି ବ୍ୟସ୍ତତା ରେ ପଚାରିଲା, କୁହ ରିନା, କଣ ଅସୁବିଧା ହେଉଛି କି କୁହ।  ରିନା, ଧିର ସ୍ଵରରେ କହିଲା, ମୁଁ ଆଉ କଲେଜ୍ ଆସିବି ନାହିଁ।
ରାଜୁ, କାହିଁକି ??
ରିନା, ନା, ରାଜୁ ଆଉ ପଚାର ନାହିଁ ମୋତେ, ବାପା ବିନା ମୁଁ ଦୁନିଆରେ ଏକା ହୋଇଯାଇଛି , ଯେତେବେଳେ ମା ଚାଲିଗଲେ ସେତେବେଳେ ମୁଁ ୧୦ ବର୍ଷର ଥିଲି କିନ୍ତୁ ବାପା ମୋତେ ବୁଝେଇ ମୋ ସହିତ ସବୁବେଳେ ଥିଲେ । ୨-୩ ବର୍ଷ ଲାଗିଥିଲା ନିଜ ମନକୁ ବୁଝାଇବାକୁ , ଭାବିଲି ବାପା ମୋର ସବୁ କିଛି ବର୍ତମାନ ସେ ମଧ୍ୟ ଚାଲିଗଲେ । ଆମେ ଭାଇ ଭଉଣୀ ଅନାଥ ହୋଇଗଲୁ । ସେପଟୁ ରାଜୁ ଉତ୍ତର ଦେଲା, ଅନାଥ ମାନେ କଣ ! ଆମେ କଣ ମରି ଯାଇଛୁ କି? ଯେ ତୁମେ ନିଜକୁ ଅନାଥ ମନେ କରୁଛ ? ରିନା ର ଆଖିରୁ ଲୁହ ବହି ଚାଲିଥାଏ ।
ରିନା, ତମେ ବୁଝୁନ କାହିଁକି ରାଜୁ ?? ମୋର ଆର୍ଥିକ ସମ୍ବଳ ଅଭାବ । ମୁଁ ଘରୁ ଗୋଡ ବାହାର କରିଲେ ମୋତେ ଧନ ଦରକାର । ଯାହା ଟଙ୍କା ଥିଲା ତାହା ଖର୍ଚ୍ଚ ହୋଇଯାଇଛି ଏବଂ ବାକି ବାପାଙ୍କ ଶୁଦ୍ଧି କ୍ରିୟା ସମୟରେ ତୁମେ ଖର୍ଚ୍ଚ କରିଥିବା ଟଙ୍କା ମଧ୍ୟ ତୁମକୁ କେବେ ଆଉ କେମିତି ଫେରେଇବି ମୁଁ ମଧ୍ୟ ଜାଣିନି।  ସେଥିପାଇଁ ମୁଁ ସ୍ଥିର କରିଛି ଯେ, ମୁଁ କେଉଁଠି ଯାଇ କାମ କରିବି । ଏବେ ମୋ ଘରେ ଦୁଇ ଓଳା ଖାଇବା କେଉଁଠୁ ଆସିବ ତାହା ଏବେ ସ୍ବପ୍ନ ପାଲଟି ଯାଇଛି ।
ରାଜୁ : ଆମେ ଖର୍ଚ୍ଚ କରିଥିବା ଟଙ୍କା ତୁମକୁ ଆମେ ମାଗିଛୁ କି?? ଏବଂ ତୁମେ କଲେଜ୍ ଆସ ତୁମର ସବୁ ଖର୍ଚ୍ଚ ମୁଁ ବହନ କରିବି ଏବଂ ତୁମ ଭାଇ ର ପଢା ଖର୍ଚ୍ଚ ମଧ୍ୟ ମୁଁ ବହନ କରିବି ।
ରିନା : ନାହିଁ ରାଜୁ ତମେ ବୁଝିବାକୁ ଚେଷ୍ଟା କର, ଏମିତି ରେ ମୁଁ ତୁମ ପାଖରେ ରୁଣି ଅଛି , ପୁଣି ମୋର ଏବଂ ଭାଇ ର ପଢା ଖର୍ଚ୍ଚ ପାଇଁ ତୁମେ ପୁଣି ମୋତେ ରୁଣୀ କରିବାକୁ ବାଧ୍ୟ କର ନାହିଁ। 
ରାଜୁ:  ମୁଁ କିଛି ସୁଣିବାକୁ ଚାହୁଁନି, କି ବୁଝିବାକୁ ଚାହୁଁନି ତୁମେ ଆଜି ୧୦ ଟା ରେ କଲେଜ୍ ରେ ଆସି ପହଞ୍ଚିବ।  ତୁମ ପାଖରେ ୨ ଘଣ୍ଟା ସମୟ ଅଛି । ଯଦି ନ ପହଞ୍ଚିଲ ତେବେ ମୁଁ ବାଇକ୍ ନେଇ ତୁମ ଘରେ ପହଞ୍ଚିବି । ତୁମେ ସ୍ଥିର କର ଏବଂ ଏବେ ମୁଁ ଫୋନ୍ ରଖୁଛି।
ରିନା ପୁଣି ଚିନ୍ତାରେ ପଡ଼ିଲା । ଇଛା ନଥିବା ଶ୍ୱତେ ମୁଣ୍ଡ କୁ ନୁଆଇଁ ସାଇକେଲ ଧରି ବାହାରି ଗଲା କଲେଜ୍ ଅଭିମୁଖେ। ସେଠି ପହଞ୍ଚୁ ପହଞ୍ଚୁ ରିନା ର ସାଙ୍ଗ ସୌମ୍ୟା ଏବଂ ଚୀଙ୍କି ଆସି ରିନା କୁ କୁଣ୍ଢେଇ କାନ୍ଦିଲେ।  ରିନା ମଧ୍ୟ କାନ୍ଦିବାକୁ ଲାଗିଲା । ସମସ୍ତେ ଏକାଠି ହେଲେ ରିନା କୁ ସ୍ୱାନ୍ତନା ଦେଇ କହିଲେ । ଆଜି ଠାରୁ ତୁ କେବେ କଲେଜ୍ ମିସ୍ କରିବୁ ନାହିଁ । ରାଜୁ କେବଳ ଏକା ତୋର ଫିସ୍ ଦେବ ନାହିଁ। ଆମେ ସମସ୍ତେ ମିଶି ତୋର କଲେଜ୍ ଫିସ୍ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ସାହାଯ୍ୟ କରିବୁ କିନ୍ତୁ ତୁ କଲେଜ୍ ପ୍ରତିଦିନ ଆସିବୁ ଏବଂ ଆମ ସମସ୍ତଙ୍କର ତୁ ଯେମିତି ମାଷ୍ଟର ମାଇଣ୍ଡ ଥିଲୁ ଠିକ୍ ସେମିତି ରହିବୁ । ତାପରେ ସମସ୍ତେ ରିନା କୁ ହସେଇବାକୁ ଚେଷ୍ଟା କରିଲେ । ରାଜୁ ଆସି ପାଖରେ ବସି କହିଲା, ଦେଖିଲ ତ ତମେ ନିଜକୁ ଏକା କେବେ ମନେ କରିବ ନାହିଁ । ଅସୁବିଧା ସମୟରେ ବନ୍ଧୁ ମାନେ ହିଁ ପାଖରେ ରୁହନ୍ତି।  ସମ୍ପର୍କୀୟ ସେତେବେଳେ ମୁକ ଏବଂ ବଧିର ହୋଇ ଯାଆନ୍ତି।  ହଉ ଛାଡ଼ ସେ କଥା।

  ମୁଁ ଗୋଟିଏ କଥା ପଚାରିବି ତାର ମୋତେ ଉତ୍ତର ଦେବ ତାପରେ ତମକୁ ଗୋଟିଏ କଥା କହିବି ଏବଂ ତମେ ମୋ କଥା ରଖିବ ? ରିନା , କଣ ? ତମ ଗାଁ ଘର କୁ ତମେ ଛାଡ଼ି ପାରିବ କି ?? ରିନା ଆଶ୍ଚର୍ୟ୍ଯ ରେ ଚାହିଁ ରହିଲା। ରାଜୁ, ଆରେ ପ୍ରଥମେ ଉତ୍ତର ଦିଅ, ତାପରେ ଗୋଟିଏ କଥା କହିବି।  ରିନା, ନା ଛାଡ଼ି ପାରିବି ନାହିଁ, ଆଉ ଯଦି ଛାଡ଼ିବି ତେବେ ଆମେ ରହିବୁ କୋଉଠି ?? ରାଜୁ, ହଉ ଏବେ ମୁଁ କହୁଛି ତମେ, ମୋ କଥା କୁ ପୁରା ଶୁଣିବ ତାପରେ କିଛି ଉତ୍ତର ଦେବ। ଯଦି ମୁଁ କହେ ତମେ ଗାଁ ଛାଡି ସହର ରେ ରହିଥାନ୍ତ ଏବଂ ଗାଁ ଘର କୁ ବେଳେବେଳେ ବୁଲି ଆସି ଥାନ୍ତ ତେବେ କେମିତି ହୁଅନ୍ତା।  ଯାହା ଫଳରେ ତୁମର ଏବଂ ତୁମ ଭାଇଙ୍କ ପଢା ପଢ଼ିରେ ସୁବିଧା ହେବ। ତା ସହିତ ତୁମ ପାଇଁ ଗୋଟିଏ ପାର୍ଟ ଟାଇମ୍ ଜବ୍ ମଧ୍ୟ ଦେଖି ଦେବି । ତୁମର ଅସୁବିଧା ମଧ୍ୟ ହେବ ନାହିଁ । ଜବ୍ କଥା ଶୁଣି ରିନା ଅଳ୍ପ ଖୁସି ହୋଇଗଲା କିନ୍ତୁ ଘର ଛାଡ଼ି ଆସିବାର ତାର ତିଳେ ମାତ୍ର ଇଚ୍ଛା ନଥିଲା।

କ୍ରମଶଃ…….

ଦ୍ବିତୀୟ ପୃଷ୍ଠା କୁ ପଢନ୍ତୁ