Category Archives: Long Story

Ruchi's Rakhi-1 (ରୁଚି ର ରାକ୍ଷୀ)

Ruchi's Rakhi-1 (ରୁଚି ର ରାକ୍ଷୀ)
Ruchi’s Rakhi-1 (ରୁଚି ର ରାକ୍ଷୀ)
*ରୁଚିର ରାକ୍ଷୀ*

କଲେଜ୍ ଖୋଲିବାର କିଛି ଦିନ ପରେ ପୁଣି ମୋ ପ୍ରେମିକା ରୁଚି ସହିତ ଦେଖା ହେଲା କଲେଜ୍ ଗେଟ୍ ରେ । ମୁଁ ମୋ ସାଙ୍ଗ ମାନଙ୍କ ଠାରୁ ଏକ୍ସକ୍ୟୁଜ କହି ସିଧା ପହଞ୍ଚିଲି ରୁଚି ପାଖରେ। ମୋତେ ଦେଖି ମୁରୁକି ହସ ଦେଲା। ତା ସାଙ୍ଗ କାବେରୀ ମୋତେ ବହୁତ୍ ସାହାଯ୍ୟ କରିଛି ରୁଚିସହିତ ମିସେଇବା ପାଇଁ । ଗତ ବର୍ଷ ଶେଷରେ ମୁଁ ସଫଳ ହୋଇଥିଲି ମୁଁ ରୁଚି ର ମନ ଜିତିବାକୁ । ପରୀକ୍ଷା ଶେଷ ଏବଂ ଆଉ ଦେଖା ନାହିଁ ଆଜି ବହୁତ୍ ଦିନ ପରେ ରୁଚିକୁ ଦେଖିଲି ସେ ଆଗରୁ ଯେତିକି ଗୋରୀ ଥିଲା ଆଉ ଟିକେ ଗୋରୀ ହୋଇଯାଇଛି। ଦୁହେଁ ସାଇକେଲ ଷ୍ଟାଣ୍ଡ ରେ ସାଇକେଲ ରଖି କ୍ଲାସ୍ ରୁମ୍ କୁ ଚାଲିଗଲେ । ମୁଁ କିଛି ସମୟ ପାଇଁ ସ୍ତବ୍ଧ ହୋଇଗଲି ଏ କଣ ମୋ ହାଏ ର ଜବାବ ଖାଲି ଏତିକି। ପୁଣି ଫେରିଗଲି ସାଙ୍ଗ ପାଖକୁ । ସାଙ୍ଗ ମାନେ ଚିଡ଼େଇବା ଆରମ୍ଭ କରିଦେଲେ। କିନ୍ତୁ ସାଙ୍ଗ ମାନଙ୍କ କଥା କୁ ଖାତିର କରିଲି ନାହିଁ । ମୁଁ ମଧ୍ୟ କ୍ଲାସ୍ ରୁମ୍ ରେ ପହଞ୍ଚିଲି।
କ୍ଲାସ୍ ରେ ବସିଲା ପରେ ଗତ ବର୍ଷ ର କିଛି ସ୍ମୃତି ଫେରି ଆସୁଥିଲା ମୋ ଆଖି ପଟଳରେ । ଅର୍ଥଶାସ୍ତ୍ର ର କ୍ଲାସ୍ ରେ ମୁଁ ରୁଚି ସହିତ ବିତେଇଥିବା ସେ ପୁରୁଣା ସମୟ କୁ ଚାଲିଗଲି।
ଯେଉଁ ଦିନ ତାକୁ ପ୍ରଥମ କରି ଦେଖିଲି ସେ ଦିନ ସେ ଏତେ ଶାନ୍ତ ଥିଲା । ଗଭାରେ ତାର ଇଟିମଳା ଫୁଲ ର ଗୁନ୍ଥା ରେ ତାର କେଶ ସହିତ ତାର ଚେହେରା ସ୍ବର୍ଗ ର ମେନକା ସଦୃଶ୍ୟ ମନେ ହେଉଥିଲା। କିନ୍ତୁ ତାହା ଥିଲା କ୍ଷଣିକ ପାଇଁ। ହଠାତ୍ ତା ସାଙ୍ଗ କାବେରୀ ଆସି ତାକୁ ପଛପଟୁ ହଗ୍ କରିଲା। ମୁଁ ମନେ ମନେ ଭାବିଲି କାବେରୀ ଜାଗାରେ ମୁଁ ଯଦି ରହିଥାନ୍ତି ତେବେ କେମିତି ହୁଅନ୍ତା କିନ୍ତୁ ତାହା ଅସମ୍ଭବ । ମୋର ଆଉ ରୁଚି ର ଦୂରତା କେବଳ 02 ମିଟର । ମୁଁ ମୋ ସାଙ୍ଗ ମାନଙ୍କ ସହ କଥା ହେଉଥିଲି କିନ୍ତୁ ମୋ ନଜର କେବଳ ତା ପାଖରେ । ସେ ଦୁଇ ସାଙ୍ଗ ଙ୍କ କଥା ମୋତେ ଭଲ ଭାବରେ ଶୁଣା ଯାଉଥିଲା ।
କାବେରୀ : କଣ ଲୋ, ଟୋକା ମାନଙ୍କୁ ଦେଖେଇ ହେବାକୁ ଆସିଛୁ ନା କଣ?
ରୁଚି: କଣ ହେଲା??
କାବେରୀ: ଏଇଟା କଲେଜ୍, ଗାଁ ସ୍କୁଲ୍ ନୁହଁ !!
ରୁଚି: ତ କଣ ହେଲା?
କାବେରୀ: ଏ ଫୁଲ ମାଳ, ବାହାର କର!!!
ରୁଚି: କାହିଁକି ,ଭଲ ଲାଗୁନି କି??
କାବେରୀ: ଭଲ ଲାଗୁଚି, କହିବି ତୁ କଣ ଲାଗୁଛୁ, ଚମ୍ପି!!!
ରୁଚି: ଚମ୍ପି କଣ ଲୋ??
କାବେରୀ: ଛାଡ଼ ସେ କଥା, ତୁ ସେ ଫୁଲ ମାଳ ଛିଣ୍ଡେଇବୁ ନା ମୁଁ ଛିଣ୍ଡେଇବି??
ରୁଚି: (ଅଳ୍ପ ମନ ଦୁଃଖରେ) ହଉ ବାହାର କରି ଦେଉଛି ।
କାବେରୀ: ଏବେ ଚୋଖା ଲାଗୁଚି । ଚାଲ କ୍ଲାସ୍ କୁ।
ଦୁହେଁ କ୍ଲାସ୍ ରୁମ୍ କୁ ଚାଲିଗଲେ । ଆମେ ମଧ୍ୟ ଚାଲିଗଲୁ କ୍ଲାସ୍ କୁ ।
କିଛି ଦିନ ପରେ। କଲେଜ୍ ବଗିଚାରେ ମୁଁ ଏକା ବସିଥାଏ କାରଣ ଅର୍ଥଶାସ୍ତ୍ର ଲେକ୍ଚର୍ ସେଦିନ ଆସି ନଥାନ୍ତି । ମୋର ବାକି ସାଙ୍ଗ ମାନେ ନିଜ ନିଜ ବିଷୟ ରାଜନୀତି ବିଜ୍ଞାନ ଏବଂ ଇତିହାସ କ୍ଲାସ୍ କରୁଥାନ୍ତି। କାବେରୀ ମୋ ପାଖକୁ ଆସିଲା।
କାବେରୀ: ଭାଇ , ଆପଣ ଅର୍ଥଶାସ୍ତ୍ର ନେଇଛନ୍ତି ନା??
( ହଠାତ୍, ମୁଁ କାବେରୀ କୁ ଦେଖି ମନେ ପଡ଼ିଗଲା, ଯେ ଏ ହେଉଛି ରୁଚିର ସାଙ୍ଗ, ସେତେ ପର୍ଯ୍ୟନ୍ତ ମୁଁ କାବେରୀ ର ଏବଂ ରୁଚି ର ନାମ ଜାଣି ନଥାଏ)
ମନୁ: ହଁ କୁହ??
କାବେରୀ: କିଛି ସାହାଯ୍ୟ ଦରକାର?
ମନୁ: କଣ ସାହାଯ୍ୟ??
କାବେରୀ: ମୋତେ ଅର୍ଥଶାସ୍ତ୍ର ର ଲାଷ୍ଟ୍ ଇୟର ର କିଛି ନୋଟସ୍ ଦରକାର?
ମନୁ: ହଁ ଅଛି ଯେ? ( ପ୍ରକୃତରେ ମୋ ନୋଟସ୍ ସବୁ ଆଉ ଜଣଙ୍କୁ ଦେଇ ସାରିଥିଲି)
କାବେରୀ: ନାହିଁ କି??
ମନୁ: ଅଛି, ଯେ ଖୋଜିବାକୁ ପଡ଼ିବ, କୋଉଠି ଅଛି ମନେ ନାହିଁ ।
କାବେରୀ: ଯଦି ଅଛି କାଲି ନେଇକି ଆସିବ ।
ମନୁ: ହଉ ଠିକ୍ ଅଛି।
କାବେରୀ: ଥେଙ୍କ୍ ୟୁ
(ଏତିକି କହି ସେ ଚାଲିଯିବାକୁ ବାହାରିଲା )
ମନୁ: ଶୁଣ?
କାବେରୀ: ହଁ କୁହ ଭାଇ??
ମନୁ: ତମ ନାମ କଣ?? ମୁଁ କାଲି ଯଦି ଆଣିବି କେମିତି ଜାଣିବି କାହାକୁ ଦେବୀ, କାରଣ ତମ ଭଳି ଦେଖିବାକୁ ତମ କ୍ଲାସ୍ ରେ ଆଉ କେତେଜଣ ଝିଅ ଅଛନ୍ତି ।
କାବେରୀ: ନା ନା , ଆମେ ଦୁଇ ଜଣ, ହିଁ ଦେଖିବାକୁ ଏକା ଭଳି , ମୁଁ ଆଉ ମୋ ସାଙ୍ଗ ରୁଚି । ଆଉ ସେ ମଧ୍ୟ ଅର୍ଥଶାସ୍ତ୍ର ନେଇଛି ।
ମନୁ: ରୁଚିକିଏ?
କାବେରୀ: ସେ ଆଜି ଆସିନି। କାଲି ଆସିଲେ ଦେଖିଦେବ, ତମେ ଆଉ ଦ୍ଵନ୍ଦ ରେ ପଡ଼ିବନି
ମନୁ: ହଉ ଠିକ୍ ଅଛି।
କାବେରୀ ଏବଂ ରୁଚି ମୋ ଠୁ ଗୋଟିଏ ବର୍ଷ ଜୁନିଅର।
ତା ପର ଦିନ ମୁଁ ଯାହାକୁ ନୋଟସ୍ ଦେଇ ଥିଲି ତା ଠାରୁ ମାଗି ଆଣି ମୁଁ ଅପେକ୍ଷା କରିଛି। ଗେଟ୍ ପାଖରେ, ସେ ଦୁଇ ଜଣ ଆସିଲେ ଏବଂ ମୋତେ ଦେଖି ଅଣଦେଖା କରି ଚାଲିଗଲେ । ମୋର ନୋଟସ୍ ଦେବା ର ଇଚ୍ଛା ଭାଙ୍ଗିଗଲା । ମୁଁ ସିଧା ପହଞ୍ଚିଲି କ୍ଲାସ୍ ରେ । କାହାକୁ କିଛି ନ କହି କ୍ଲାସ୍ ରେ ଧ୍ୟାନ ଦେଲି । କ୍ଲାସ୍ ସରିଲା ଏବଂ ମୁଁ ସାଇକେଲ ବାହାର କରି ଯିବାକୁ ବାହାରିଲି । ହଠାତ୍ ପଛ ପଟୁ କାବେରୀଡ଼ାକି ବାର ଶବ୍ଦ ଶୁଣାଗଲା । ମୁଁ ଅଳ୍ପ ରାଗରେ ନ ଶୁଣିବାର ଅଭିନୟ କରି ସାଇକେଲ ରେ ବସି ପେଦଲ ମାରିଲି । ପୁଣି ଥରେ କାବେରୀ” ଭାଇ ଶୁଣ” ବୋଲି ଡାକିଲା । ମୋ ମନ ତରଳି ଗଲା । ସାଇକେଲ ରୁ ଓହ୍ଲାଇ ଦେଖିଲା ବେଳକୁ କାବେରୀସହିତ ରୁଚିମୋ ସାଇକେଲ ପାଖରେ ଆସି ହାଜର ।
ମନୁ: କଣ ହେଲା ??
କାବେରୀ: ଭାଇ ଆଣିଲ??
ମନୁ: କଣ??
କାବେରୀ: (ଅଳ୍ପ ଦୁଃଖୀ ହୋଇ) ଭାଇ ନୋଟସ୍ କଥା କହୁଥିଲି ।
ମନୁ: ଆଚ୍ଛା, ନୋଟ୍?? ତମକୁ ଡାକିଲି ତମେ ତ ଶୁଣିଲ ନାହିଁ?? ସେଥିପାଇଁ ମୁଁ ଆଉ ଜଣଙ୍କୁ ଦେଇ ଦେଲି ।
କାବେରୀ: କାହାକୁ ଦେଲ??
ମନୁ: ସରି.. ଦେଇନି ତାକୁ ଦେଇ ଦେବୀ ।
କାବେରୀ: ପ୍ଲିଜ ଭାଇ, ଦେଇ ଦିଅ??

Thanking You, for giving your important time on this web page. By Bhuyans Blog

Ruchi's Rakhi-3 (ରୁଚି ର ରାକ୍ଷୀ)

ନୂତନ ବର୍ଷ ର ପାଠ୍ୟକ୍ରମ ଆରମ୍ଭ ହେଲା ଏବଂ ପୂର୍ବ ଭଳି କ୍ଲାସ୍ ଚାଲିଲା କିନ୍ତୁ କିଛି ଦିନ ପର୍ଯ୍ୟନ୍ତ ଯେମିତି ସେ ଦୁଇ ଜଣ ଙ୍କୁ ମୁଁ ଦେଖି ପାରୁ ନଥାଏ । ଏବଂ ଯେବେ ଦେଖେ ସେତେବେଳେ ସେମାନେ ସାଇକେଲ ନେଇ ବାହାରି ଯାଉଥିଲେ । ମନେ ଭାବିଲି ହଉ କିଛି ଦିନ ଯାଉ, ତାପରେ କଥା ହେବା । ଦିନେ କ୍ଲାସ୍ ରେ ବସି ବସି ଭାବୁଥାଏ ଏବଂ ଶେଷ ଶବ୍ଦ ଟି ଶୁଣା ଗଲା କି ” ବାକି କ୍ଲାସ୍ ଆସନ୍ତା କାଲି କରିବା” ଦେଖୁ ଦେଖୁ କ୍ଲାସ୍ କେତେବେଳେ ସରିଗଲା ମୁଁ ଜାଣି ପାରିଲି ନାହିଁ ଏବଂ ମୁଁ ପୁରୁଣା ସ୍ମୃତି ରୁ ବର୍ତ୍ତମାନ କୁ ଫେରି ଆସି ଦେଖିଲା ବେଳକୁ ଅର୍ଥଶାସ୍ତ୍ର ଲେକ୍ଚର କ୍ଲାସ୍ ଛାଡ଼ି ଚାଲିଗଲେଣି । କ୍ଲାସ୍ ସରିଲା ବାହାରକୁ ଗଲି ଏବଂ ବାକି ସାଙ୍ଗ ମାନେ ମଧ୍ୟ ଆସିଲେ । ସମସ୍ତଙ୍କ କ୍ଲାସ୍ ସରିଗଲା। ସାଙ୍ଗ ମାନଙ୍କୁ କହିଲି ଆଉ ଗୋଟିଏ କ୍ଲାସ୍ ଅଛି ତମେ ଯାଅ କିନ୍ତୁ ମୁଁ ରୁଚି କୁ ଅପେକ୍ଷା କରିଥିଲି। ସାଙ୍ଗ ମାନେ ଚାଲିଗଲେ ଏବଂ ମୁଁ ରୁଚି କୁ ଗେଟ୍ ପାଖରେ ଅପେକ୍ଷା କରିଲି। କିଛି ସମୟ ପରେ ଦୁହେଁ ସାଇକେଲ କୁ ଗଡ଼େଇ ଗଡ଼େଇ ଗେଟ୍ ପାଖରେ ପହଞ୍ଚିଲେ । ମୁଁ ଅଳ୍ପ ମୁରୁକି ହସ ଦେଲି । କାବେରୀ ଅଳ୍ପ ହସି ଚାଲିଗଲା କିନ୍ତୁ ରୁଚି ମୋ ମୁହଁକୁ ମଧ୍ୟ ଚାହିଁଲା ନାହିଁ ।
ଦୁଇ ଦିନ ପରେ ରବିବାର, ପରିବା ମାର୍କେଟ ରେ କାବେରୀ ସହ ଦେଖା ହେଲା। ସେଠୀ ଅଳ୍ପ କଥା ହେଲୁ ଏବଂ ମୁଁ ପଚାରିଲି ରୁଚି କୁ କଣ ହୋଇଛି । କାବେରୀ କହିଲା ତାର ଘରେ କଣ ଅସୁବିଧା ଅଛି ସେଥିପାଇଁ ସେ ମୁଡ ଅଫ୍ ରେ ରହୁଛି । କିଛି ସମୟ କଥା ପରେ ମୁଁ ଫେରି ଆସିଲି ଘର କୁ।
ଗୋଟିଏ ଦିନ ପରେ ମଙ୍ଗଳ ବାର ଏବଂ ସେଦିନ ଟି ମୋ ପାଇଁ ବୋଧେ ଅଶୁଭ ଦିନ ଥିଲା । କଲେଜ୍ ଗାର୍ଡେନ ପାଖରେ ମୁଁ ମୋ ସାଙ୍ଗ ମାନଙ୍କ ସହ କଥା ହେଉଥିଲି । ସେତେବେଳେ ଆମର କ୍ଲାସ୍ ସରିଯାଇଥିଲା ଏବଂ ଆଉ ଗୋଟିଏ କ୍ଲାସ୍ କୁ ଅପେକ୍ଷା କରିଥିଲୁ । ସେ ଦୁହେଁ କ୍ଲାସ୍ ସାରି ମହିଳା କମନ୍ ରୁମ୍ ଭିତରକୁ ଗଲେ । ଆମେ ଠିଆ ହୋଇଥିଲୁ, ସେମାନଙ୍କ କିଛି ହସ ନାହିଁ କିଛି ଇଶାରା ନାହିଁ । ମୁଁ ମଧ୍ୟ ସେଦିନ ଭାବିଥିଲି ଯେ ଆଜି ଯାହା ହେଉ ପଛେ ମୁଁ ଆଜି ରୁଚି କୁ ମୋ ମନ କଥା କହିବି ଏବଂ ମୋ ସାଙ୍ଗ ମାନେ ମଧ୍ଯ ମୋତେ ସାହାସ ଦେଉଥିଲେ। ଯାହା ହେବ ପଛେ ଆଜି ପ୍ରୋପୋଜ୍ କରିଦିଅ । ଠିକ୍ ୦୨ ମିନିଟ୍ ପରେ ଦୁହେଁ କମନ୍ ରୁମ୍ ରୁ ବାହାରି କ୍ଲାସ୍ ରୁମ୍ ଭିତରେ ପଶିଲେ ଏବଂ ମୋତେ କାବେରୀ ଅଳ୍ପ ବାହାରି ଆସି ଡାକିଲା କି କ୍ଲାସ୍ କୁ ଆସ କିଛି କଥା ଅଛି । ଏତିକି ଶୁଣି ମୁଁ ମଧ୍ୟ ଖୁସି । ମୋ ସାଙ୍ଗ ମାନେ ମୋତେ ଶୁଭେଚ୍ଛା ଜଣାଇ ପଠେଇଲେ । କ୍ଲାସ୍ ରୁମ୍ ଭିତରକୁ। ବହୁତ୍ ଦିନ ପରେ ପୁଣି କ୍ଲାସ୍ ଭିତରେ ରୁଚି ସହ ପ୍ରଥମ ଦେଖା ହେବ । ରୁମ୍ ରେ କେବଳ କାବେରୀ ଏବଂ ରୁଚି ଥିଲେ ।
ରୁଚି: ଆସ ଭିତରକୁ ଆସ!
(ମୁଁ ମନେ ମନେ ଭାବିଲି ରୁଚି କେବେ ମୁହଁ ଖୋଲି କହେ ନି ଆଜି କେମିତି କହିଦେଲା )
ମନୁ: ଆଉ କେମିତି ଅଛ? ପଢା ପଢ଼ି କେମିତି ଚାଲିଛି ?
ରୁଚି: ସବୁ ଠିକ୍ ଠାକ୍।
ମନୁ: ଆଉ କଣ କୁହ?
ରୁଚି: କିଛି ବିଶେଷ କଥା ଅଛି??
ମନୁ: କୁହ କଣ??
(କାବେରୀ ମୁଣ୍ଡ ତଳକୁ କରି ବସିଥାଏ)
ମନୁ: କଣ ହେଇଛି କୁହ, ( ମୁଁ ଭାବୁଥାଏ କେତେବେଳେ ମୁଁ ତାକୁ ପ୍ରପୋଜ୍ କରିବି ଆଉ କେମିତି କହିଁବି )
ରୁଚି: ତମେ ଯାହା ଭାବୁଛ ସେମିତି କିଛି କଥା ନାହିଁ ।
ଏତିକି କହି ରୁଚି ଚେୟାର ରୁ ଉଠି ଆସି ମୋ ପାଖରେ ପହଞ୍ଚିଲା ଏବଂ ତା ହେଣ୍ଡ ବ୍ୟାଗ୍ ରୁ ଗୋଟିଏ ରାକ୍ଷୀ ବାହାର କରି ମୋ ହାତରେ ବାନ୍ଧି ଦେଲା ।
ମୋତେ ଯେମିତି ଶକ୍ତ ବିଜୁଳି ଝଟକା ଲାଗିଲା ।
କଣ କହିବି ମୋ ପାଖରେ କିଛି ଉତ୍ତର ନଥିଲା ।
ରୁଚି କହିଲା ମୋ ମନରେ ତମ ପାଇଁ କେବେ ଭଲ ପାଇବା ସୃଷ୍ଟି ହୋଇନି ଏବଂ ତମେ ଆଜି ପର୍ଯ୍ୟନ୍ତ ମୋ ସାଙ୍ଗରେ ଯାହା କଥା ହୋଇଛ ସେଥିରେ ତମ ପାଖରେ ମୁଁ କେବଳ ଭାଇ ର ପରିଚୟ ଦେଖିଛି ।
ଆଜି ଠୁ ମୁଁ ତୁମର ଭଉଣୀ ହୋଇ ଏ କଲେଜ୍ ରେ ରହିବାକୁ ଚାହୁଁଛି କଣ ତମେ ମୋତେ ଭାଇ ଭଳି ସବୁ ବିପଦ ରୁ ରକ୍ଷା କରିବ ??
ସେହି ସମୟରେ ମୋର ଶୁଣିବା ପାଇଁ ଧର୍ଯ୍ୟ ଶେଷ ହୋଇ ଆସୁଥିଲା । ସେପଟେ କାବେରୀ ଅଳ୍ପ ମୁରୁକି ହସ ଦେଇ ମୋତେ ହସେଇବାକୁ ପ୍ରେରଣା ଦେଉଥାଏ ।
ମୋ ପକେଟ୍ ରେ ଥିବା ଗୋଲାପ କଢ଼ ରେ ହଠାତ୍ ମୋତେ ଛୋଟ ଛୋଟ କଣ୍ଟା ଗୁଡ଼ିକ କଷ୍ଟ ଦେଲା ଭଳି ଅନୁଭବ ହେଲା ।
ହାତରେ ରାକ୍ଷୀ ବାନ୍ଧି ରୁଚି ମୁହଁ ରେ ହସ ଦେଖିଲି ମୁଁ ମଧ୍ୟ ବାଧ୍ୟ ହୋଇ ହସିବାକୁ ଚେଷ୍ଟା କରିଲି । ଯେଉଁ ହାତରେ ମୁଁ ଗୋଲାପ ଧରି ପ୍ରପୋଜ ପାଇଁ ଭାବୁଥିଲି ସେ ହାତରେ ଥିଲା ରାକ୍ଷୀ । ପକେଟ୍ ରେ ଥିବା ଚକୋଲେଟ୍ କୁ ବାହାର କରି ଦୁଇ ଜଣକୁ ଦେଲି ଏଵଂ ୨୦୦ ଟଙ୍କିଆ ନୋଟ୍ ଟେ ରୁଚି ହାତରେ ଧରେଇ କହି ଆସିଲି, ଏ ହେଉଛି ତୋ ରାକ୍ଷୀ ପାଉଣା ।
ତା ପରେ କଣ ହେବ!! ମୁଁହ ରେ ଭରଣେ ଲାଜ ଶରମ ଧରି ସାଙ୍ଗ ପାଖରେ ପହଞ୍ଚିଲି କିନ୍ତୁ ମୋ ସାଙ୍ଗ ମାନଙ୍କ ହୃଦୟ ଏତେ ବଡ ଯେ ସେ ସମୟରେ ମୋତେ ଆଶ୍ୱାସନା ଦେଇ କହିଲେ ” ହଉ ଛାଡ଼ ସେ କଥା, ରୁଚି ବୋଧେ ତମ ପାଇଁ ନଥିଲା” ।
ବେଳେବେଳେ ମୋତେ ରୁଚି କଥା ନେଇ ମୋ ସାଙ୍ଗ ମାନେ ମୋତେ ଚିଡ଼େଇ ଥାନ୍ତି କିନ୍ତୁ ସତ କଥା ହେଲା ସେ ଚିଡ଼େଇବା କ୍ଷଣ ମୋତେ ପୁଣି ଥରେ ରୁଚି ପାଖକୁ ନେଇଯାଏ ।
ଏବେ କିଛି ଦିନ ତଳେ କାବେରୀ ସହିତ ମୋର ଦେଖା ହେଲା ସେ ବିବାହ କରି ବହୁତ୍ ଖୁସି ରେ ଅଛି ଏବଂ କଥା ହେଲା ପରେ ଜାଣି ପାରିଲି ଯେ ରୁଚି ମଧ୍ୟ ମୋତେ ବହୁତ୍ ଭଲ ପାଉଥିଲା କିନ୍ତୁ କେବେ କହି ପାରିଲା ନାହିଁ । କାରଣ ତାଙ୍କ ଘରେ ବାହାଘର ପାଇଁ ଅନ୍ୟ ଏକ ସ୍ଥାନରେ ସ୍ଥିର କରିଥିଲେ। ଘର ର ବାଧ୍ୟକତା ଆଗରେ ସେ ଝୁକି ଯାଇ ନିଜ ପ୍ରେମ କୁ ବଳୀ ଦେଇ ଚାଲିଗଲା କିନ୍ତୁ ତା ପ୍ରେମ ର ସନ୍ତକ ଭାବେ ଆଜି ପର୍ଯ୍ୟନ୍ତ ତାର ରାକ୍ଷୀ କୁ ସାଇତି ରଖିଛି।
ମନୋଜ କୁମାର ବେହେରା ଙ୍କ ହୃଦୟରୁ……
By. Nilamadhab Bhuyan