Category Archives: Message For You

Smruti Tume Sradhanjali (A true Story ) Page-193




କୁମାର ର ହୃଦୟରୁ ପଦେ….


 ପ୍ରଥମେ ଆପଣ ସମସ୍ତଙ୍କୁ ମୋର ନମସ୍କାର,
ମୁଁ ଆପଣ ମାନଙ୍କର କୁମାର….
                 
        ଆଜିର ବ୍ୟସ୍ତ ବହୁଳ ଜିବନରେ ସମସ୍ତେ ବ୍ୟସ୍ତ ରହିଥାନ୍ତି । ଆଜିର Digital ଦୁନିଆରେ ସମସ୍ତେ Music video  ମାନେ You Tube ରେ busy ରହିଥାନ୍ତି । ହେଲେ ଏହି ବ୍ୟସ୍ତ ବହୁଳତା ଭିତରୁ କିଛି ସମୟ ବାହାର କରି ମୋ କାହାଣୀ ପଢିଥିବାରୁ ଆପଣ ସମସ୍ତଙ୍କୁ ପୁଣି ଥରେ ଧନ୍ୟବାଦ । 

  
 ମୁଁ ଗୋଟେ କଥା କହିବାକୁ ଚାହିଁବି, କାହାଣୀଟିକୁ ଲେଖିବା ପଛରେ କିଛି କାରଣ ଅଛି । ଆପଣମାନେ ଜାଣିଥିବେ ଆଜିକାଲି ଦୁନିଆରେ 90% ପ୍ରତିଶତ ଯୁବ ପିଢ଼ି Love କରୁଛନ୍ତି । ଆଉ ବିଭିନ୍ନ ପ୍ରକାର Love କରିଥାନ୍ତି । ଯେମିତି କି ? ଏହି Love Relation କୁ କେତେ ଜଣ Time Pass ଭାବେ ବ୍ୟବହାର କରନ୍ତି। କିନ୍ତୁ ଏଭଳି ବି କେତେଜଣ ଅଛନ୍ତି ସେମାନେ ହୃଦୟରୁ ଭଲ ପାଇଥାନ୍ତି । ଆଉ ସେମାନେ ହିଁ ପ୍ରେମର ପ୍ରକୃତ ମୂଲ୍ୟ ବୁଝିଥାନ୍ତି । ହେଲେ ସେ ଭିତରେ ମଧ୍ୟ କାହାକୁ ତାଙ୍କ ଭଲପାଇବା ମିଳିଥାଏ ତ ଆଉ କାହାକୁ ମିଳିନଥାଏ, ତଥାପି ଭଲପାଇବା ବଞ୍ଚିଥାଏ । ମୋର କହିବା କଥା ଏହା ଯେ ଯେଉଁମାନେ ହୃଦୟରୁ ଭଲପାଇଥାନ୍ତି ଆଉ ସେମାନଙ୍କ ଭିତରୁ ଯଦି କୌଣସି କାରଣ ବସତଃ ଜଣେ ଜଣଙ୍କ ଠାରୁ ଦୂରେଇ ଯାଉଛନ୍ତି ତାହାଲେ ସେମାନେ ଆତ୍ମହତ୍ୟା କରିବାକୁ  ବି ପଛଉନାହାନ୍ତି । ଏମିତି କି ତାଙ୍କ ଜନ୍ମ କଲା ବାପା ମାଙ୍କ କଥା ବି ଚିନ୍ତା କରୁନାହାନ୍ତି । ସେମାନେ ବୁଝିପାରୁନାହାନ୍ତି ଯେ ସେମାନେ ଠିକ କରୁଛନ୍ତି ନା ଭୁଲ କରୁଛନ୍ତି ?  ମୁଁ ତ କହିବି ସେମାନେ ଭୁଲ କରୁଛନ୍ତି । ଆତ୍ମହତ୍ୟା କରିଦେଲେ ସମସ୍ତଙ୍କୁ ସମସ୍ତଙ୍କ ଭଲ ପାଇବା ମିଳିନଥାଏ । ଏଇଟା ଅସତ୍ୟ ଯେ ” ମୁଁ ଯଦି ତା ପାଇଁ, ମୁଁ ମୋ ଜୀବନ ହାରିଦେବୀ ତେବେ ମୁଁ ତା ପାଖକୁ ଚାଲିଯିବି” ଏଇ କଥା ଟି ସମ୍ପୂର୍ଣ୍ଣ ରୂପେ ଭୁଲ । ଯେଉଁ ମାନେ ଆତ୍ମହତ୍ୟା କରିଥାନ୍ତି ସେମାନେ ହାରିଯାଇଥାନ୍ତି । ଯଦି ସତରେ ପ୍ରେମକୁ ପାଇବାକୁ ଚାହାନ୍ତି ତାହାଲେ ବଞ୍ଚି ରହିବା ଦରକାର; ଯାହା ପାଇଁ ଆତ୍ମହତ୍ୟା କରିବାକୁ ଚାହୁଁଛ ତାର ସବୁ ଆଶାକୁ ପୂରଣ କରି ଦେଖ, ତମ ଭଲପାଇବାକୁ ତମେ ଜିତିପାରିବ । 

         
       ମୋର ବି ଏମିତି ଦିନ ଥିଲା ଯେ ମୁଁ ବି ଆତ୍ମହତ୍ୟା କରିବାକୁ ଚାହିଁଥିଲି ଆଉ ମୁଁ ପାଗଳ ହେଇଯାଇଥିଲି । ସତ କହିବାକୁ ଗଲେ ମୁଁ ଗୋଟେ ପଥର ପାଲଟି ଯାଇଥିଲି । ଆଉ ପ୍ରତି ମୁହୂର୍ତ୍ତରେ ମୂର୍ତ୍ୟୁ କୁ ଆପଣେଇବାକୁ ଚାହୁଁଥିଲି । କିନ୍ତୁ ମୋ ସନ୍ଧ୍ୟା ର ଭଲ ପାଇବା ରେ ଛଳନା ନଥିଲା ପ୍ରକୃତ ଭଲ ପାଇବା ଥିଲା, ଆଉ ଯଦି ମୁଁ ଜୀବନ ହାରି ଦେଇଥାନ୍ତି ତେବେ ମୁଁ ମୂର୍ଖ ଲୋକଙ୍କ ଗଣତି ରେ ଆସିଥାନ୍ତି । ହେଲେ ମୋ ବାୟାଣୀ ର ଭଲପାଇବା ମୋତେ ଆଜି ବଞ୍ଚେଇ ରଖିଛି ମୁଁ କେବେ ବି ଭାବିନଥିଲି ଯେ ମୁଁ ମୋ ଭଲପାଇବାକୁ ପାଇପାରିବି, ମୋ ବାୟାଣୀ ମୋ ପାଖରେ ନାହିଁ ହେଲେ ମୋ ହୃଦୟରେ ଅଛି। ମୋ ବାୟାଣୀର ଆଶାକୁ ମୁଁ ପୂରଣ କରି ମୋ ଭଲପାଇବାକୁ ଜିତିପାରିଛି । ତା ପାଇଁ ଆଜି ମୋ ବାପା-ମାଆଙ୍କ ପାଖରେ ଅଛି । ଯାହା ପାଇଁ ମୁଁ ଏ ଦୁନିଆକୁ ଦେଖିପାରୁଛି । ଆଉ ସେ ମୋତେ ପ୍ରତି ମୁହୂର୍ତ୍ତରେ ଠିକ ଭୁଲ ର ବାଟ ଆଉ ପ୍ରକୃତ ସେବା ଆଉ ଦୁନିଆ ସାଙ୍ଗରେ କେମିତି ଚଳିବା ସେ ଶିଖେଇ ଦେଇ ଯାଇଛି । ସନ୍ଧ୍ୟା ମୋ ପାଖରେ ନାହିଁ କିନ୍ତୁ ତାର ସ୍ମୃତି ତାର ଭଲ ପାଇବା ମୋ ପାଈଁ ଗୋଟିଏ ଅଭୁଲା ଅଧ୍ୟାୟ ହୋଇ ରହିଯାଇଛି ।

To be continued…….
          
                

କୁମାର ଙ୍କ Personal Diary ରୁ……..




Follow my Blog and find Smruti Tume Sradhanjali Part-193



Follow my Pages



Thanks….

Smruti_tume_sradhanjali_in_odia_by_kumars_diary_part_193

Smruti Tume Sradhanjali (A true Story ) Page-190

କୁମାର ଉଠି ସନ୍ଧ୍ୟାକୁ ଖୋଜୁଥାଏ, ବହୁତ କାନ୍ଧୁଥାଏ ।
 କୁମାର ଦେଖିଲା ଗାଡିର୍ ଅବସ୍ଥା ପୁରା ଖରାପ । 
ବହୁତ କଷ୍ଟରେ ଉଠି କୁମାର ଚାରିଆଡକୁ ଦେଖିଲା ବେଳକୁ “ସନ୍ଧ୍ୟା”  ରାସ୍ତା କଡରେ ଗୋଟିଏ ଆମ୍ବଗଛ ପାଖରେ ଅଚେତ ହେଇ ପଡିଛି । 

ସନ୍ଧ୍ୟା ର ଏମିତି ଅବସ୍ଥା ଦେଖି କୁମାର ବହୁତ ଜୋର ରେ କାନ୍ଦିବାକୁ ଲାଗିଲା ଆଉ କାନ୍ଦି କାନ୍ଦି ସନ୍ଧ୍ୟାକୁ ଉଠାଉଥାଏ ।

କୁମାର:- ସନ୍ଧ୍ୟା ଆଖି ଖୋଲ !!  ଆଖି ଖୋଲ!! ସନ୍ଧ୍ୟା !!!!

“ତମର କିଛି ହବନି ସନ୍ଧ୍ୟା, ଆଖି ଖୋଲ !!!  ।

ସନ୍ଧ୍ୟା ର ମୁଣ୍ଡକୁ ବହୁତ ଜୋର ରେ ଆଘାତ ଲାଗିଛି ଆଉ ରକ୍ତ ର ନଦୀ ବହି ଚାଲିଥାଏ । ରକ୍ତ କୁ ଦେଖି କୁମାର ବହୁତ ଡରି ଯାଇଥାଏ ସେ କଣ କରିବ ତାର ମୁଣ୍ଡ କାମ କରୁନଥିଲା । କୁମାର କୁ ମଧ୍ୟ ବହୁତ ମାଡ ହୋଇଥାଏ। 

ଏମିତି ଅଦିନିଆ ବର୍ଷା ର କାଳ ରାତ୍ରି ଯେମିତି  ଆମ ଦୁହିଁଙ୍କୁ ଗ୍ରାସ କରିବାକୁ ଆସିଥିଲା । 

 ସୁନସାନ ରାତିରେ ଜଙ୍ଗଲ ଭିତରେ କେହି କୁଆଡ଼େ ନାହାନ୍ତି । ସେଠୁ ସନ୍ଧ୍ୟାର ଗାଁ ମଧ୍ୟ ବହୁତ ଦୂରରେ । ରାତିରେ କିଛି ଦେଖାଯାଉନଥାଏ। ବହତ ଖୋଜା ଖୋଜି ପରେ ସନ୍ଧ୍ୟାର Bag ମିଳିଲା । ତାର Mobile ବାହାର କରି ସେ ଆକାଶ କୁ Call କରି ସେଠିକି ଡାକିଲା । 

କିଛି ସମୟ ପରେ ଆକାଶ ଗାଡି ନେଇକି ଆସିଲା । ଦୁହିଁଙ୍କ ସହାୟତାରେ ସନ୍ଧ୍ୟା କୁ ହସ୍ପିଟାଲ ନେଲେ । 

କଥାରେ ଅଛି ପରା ଯେବେ ତୁମର ଶକ୍ତି ପରୀକ୍ଷାର ବେଳ ଆସିଛି ତେବେ ଗୋଟିଏ ପରେ ଗୋଟିଏ ଅସୁବିଧା ର ସମ୍ମୁଖୀନ ହେବାକୁ ପଡିବ ।  ହସ୍ପିଟାଲ ପହଁଚିଲା ବେଳୁ ସେଠି ଡାକ୍ତର ନାହାଁନ୍ତି । 

ବହୁତ ଚିନ୍ତାରେ ପଡିଯାଇଥାଏ କୁମାର ଆଉ ଆକାଶ ।

କୁମାର’ ସନ୍ଧ୍ୟା ପାଖରେ ବସିଥାଏ, ସନ୍ଧ୍ୟା ର ଚେତା ଫେରି ନଥାଏ ।

କିଛି ସମୟ ପରେ ଆକାଶ ଡାକ୍ତରଙ୍କୁ ଡାକିଆଣିଲା ,

 ଡାକ୍ତର କହୁଥାନ୍ତି :-
 ବହୁତ Blood ଚାଲିଯାଇଛି Sense ଆସିବା ବହୁତ କଷ୍ଟ ।

 ତାପରେ Emergency ward ରେ First Aid ଦେଇ Treatment ଆରମ୍ଭ କଲେ ।

ସେପଟେ Accident ଖବର ସନ୍ଧ୍ୟାର ବୋଉ ଆଉ ମାମୁଁ ପାଖରେ ପହଁଚି ଯାଇଥାଏ, ସେମାନେ ବି ଆସି ପହଁଚି ଯାଇଥିଲେ । 
ସମସ୍ତେ କାନ୍ଧୁଥାନ୍ତି । 
କୁମାର ଦେହରେ ବି ମାଡ଼ ହୋଇଥାଏ,  ସେ ଠିକ୍ ସେ ଚାଲିପାରୁନଥାଏ । 

କୁମାର’ ଆକାଶ ଆଉ ମାମୁଁ ଙ୍କୁ ସବୁକଥା ଜଣେଇଲା । 

ଆଉ କେଶବର ଫୋନ କଥା ବି ଜଣେଇଲା । 

ଆକାଶ କହିଲା ଯେ କେଶବ ର ଫୋନ ହଜିଯାଇଛି, 

 କୁମାର ସେଠୁ ଜାଣିଗଲା ଯେ ସେ ସବୁ ସମୀର ର କାମ ।  

କିଛି ଘଣ୍ଟା ପରେ ସନ୍ଧ୍ୟାର Sense ଆସିଲା । ପ୍ରଥମେ ସନ୍ଧ୍ୟାର ବୋଉ ଆଉ ମାମୁଁ, ସନ୍ଧ୍ୟା ସହ କଥା ହେଇ ବାହାରକୁ ଆସିଲେ ।

ଆକାଶ ବାହାରେ ଥାଏ । 
କୁମାର ଆଖିରେ ଲୁହ ଆସୁଥାଏ କିନ୍ତୁ ଲୁହ କୁ ଚାପି ରଖି ଧର୍ଯ୍ୟ ର ସହ ସନ୍ଧ୍ୟା ର Chamber ଭିତରକୁ ଗଲା  । ସନ୍ଧ୍ୟାର ହାତକୁ ଆଉଁସି ତା ପାଖରେ ବସିଲା । ଆଉ ତାର ହାତକୁ ଧରି କୁମାର ଆଉ ସନ୍ଧ୍ୟା କଥା ହେଉଥାନ୍ତି ।

କୁମାର:- ଏ ସବୁ କଣ ହେଇଗଲା ବାୟାଣୀ!!!!  ଏ ସବୁ ପାଇଁ ମୁଁ ହିଁ ଦାୟୀ । 

ମୁଁ ଯଦି ତମକୁ ଗାଡି ଚଲେଇବାକୁ ଦେଇ ନଥାନ୍ତି ତାହାଲେ ଏତେ ସବୁ ହେଇନଥାନ୍ତା ।

ବହୁତ କାନ୍ଧୁଥାଏ କୁମାର….

ସନ୍ଧ୍ୟା:-ନାହିଁ କୁମାର !!! ସେଥିରେ ତମର କିଛି ଭୁଲନାହିଁ ।

 ଯାହା ହବାକୁ ଥିଲା ତାହା ହେଇଗଲା ।

ତମ ଦେହରେ ବହୁତ ମାଡ଼ ହେଇଛି ମେଡ଼ିସିନ ଲଗେଇଦେବି,  ଏଠିକି  ଆସ ମୋ ପାଖକୁ  ।


To be continued…….


Promo: (ମୋ ଆଖିରେ ଆଖି ମିଶେଇ କଥା ହୁଅ, କୁମାର!!!, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..



Follow my Blog and find Smruti Tume Sradhanjali Part-190



Follow my Pages


Thanks….

Smruti_tume_sradhanjali_in_odia_by_kumars_diary_part_190