Category Archives: Message For You

Love Forever 3 ( A Story of Love Birds)

Love Forever( A Story of Love Birds) ...3
Love Forever( A Story of Love Birds) …3

Click here Part-2

ଏହି କ୍ଲାସ୍ ର କାହାର କିଛି ଯଦି ପ୍ରବ୍ଲମ୍ ଅଛି ତେବେ ହେଡ୍ ସାର୍ ଙ୍କୁ ମୋ ବିରୋଧରେ କହିପାରିବ କିନ୍ତୁ କ୍ଲାସ୍ ରେ ଦ୍ଵିତୀୟ ଥର ଯଦି କେହି କହିଲା ତାର ମୁହଁ ଫଟେଇ ଦେବୀ ଏବଂ ଦିପୁ କୁ କହିଲି , ଖାସ୍ କରି ତୋତେ , ତୁ ଯଦି ଆମ ବିଷୟରେ କିଛି କହିଛୁ ନା ତେବେ ତୋ କଥା ଦେଖିବି ।

ମୋର ଏତିକି କହିବା ସମୟର ମିହିର ମୋତେ ବାରମ୍ବାର ଇଶାରା ଦେଇ ବସିବାକୁ କହୁଥିଲା। କିନ୍ତୁ କହିଲା ପରେ ମୋତେ ଯେମିତି ଅନୁଭବ ହେଉଥିଲା ମୁଁ ହେଉଛି ଏଇ କ୍ଲାସ୍ ର ଡନ୍ ।
ଏମିତି ଭାବି ବହୁତ୍ ଖୁସି ହେଲି ଯାହା ହେଉ ପିଲା ମାନେ ମୋ କଥା କୁ ଡରି ଚୁପ୍ ରହିଲେ। ସେଦିନ କ୍ଲାସ୍ ସେମିତି କଟିଗଲା। ମିହିର କିଛି କହିଲା ନାହିଁ କି ମୁଁ ମଧ୍ୟ କିଛି କହିଲି ନାହିଁ।


୪ ଟା ରେ ସ୍କୁଲ୍ ଛୁଟି ପରେ ସମସ୍ତେ ଚାଲିଗଲେ । ମୁଁ ମିହିର କୁ ଧିରେ କହିଲି, ମୁଁ ତୋ ସହିତ ଯିବି ସମସ୍ତେ ଯାଆନ୍ତୁ ଆମେ ପରେ ଯିବା। ମିହିର ମୋ ପାଇଁ ଅପେକ୍ଷା କରିଲା। ମିହିର ସେଦିନ ଘଟଣା ପାଇଁ ମୋତେ ” ସରି ” କହିଲା ।

ମୁଁ ପଚାରିଲି ସେ ଦିନ ଭୁଲ, ତୁ କରିନୁ, ଭୁଲ ଥିଲା ମୋର। ତୋ ବୋଉ ତୋତେ ଗାଳି ଦେଲେ ନା? ମୁଁ ପଚାରିଲି ତୁ କେମିତି ଜାଣିଲୁ। ମିହିର କହିଲା ମୋତେ କୁନି କହୁଥିଲା । ମିହିର ପୁଣି ଦୁଃଖୀ ହୋଇ କହିଲା ମୋତେ ସେଠୀ ଯିବା ଯୋଗୁ ତୋତେ ଗାଳି ଶୁଣିବାକୁ ପଡ଼ିଲା ସେଥିପାଇଁ ମୁଁ ଦୁଃଖୀ ଅଛି।
ମୁଁ କହିଲି ଆଚ୍ଛା ମୋତେ ଗାଳି ମିଳିଲା ବୋଲି ତୁ ଦୁଃଖୀ ହେଉଛୁ। ବାଃ ସତରେ ,ତୁ ମୋର ଅସଲି ସାଙ୍ଗ । ଛାଡ ସେ କଥା , ଆଜି କ୍ଲାସ୍ ରେ ଯାହା ହେଲା ସେ କଥା କୁ ମନରେ ରଖିବୁନି।
ମିହିର କହିଲା , ତୋତେ କେହି କହିଲେ ମୋତେ କାହିଁକି ଦୁଃଖ ଲାଗେ ରେ। ମୁଁ ଶୁଣି ଖୁସି ହେଲି। ଏବଂ ମିହିର କୁ କହିଲି ଯେ ମୋ ଭାଗ୍ୟ କି ତୋ ଭଳି ମୋତେ ସାଙ୍ଗ ମିଳିଛି।
ମୁଁ କହିଲି ଆଉ ଦୁଃଖୀ ହେବା ଠିକ୍ ନୁହଁ । ଦେଖ୍ ତୋତେ ମୁଁ ସବୁ କଥା କହୁଛି । ମିହିର ହଁ କରିଲା। ଆଜି ମଧ୍ୟ ଗୋଟିଏ କଥା ପଚାରିବି କହିବୁ। ମିହିର କହିଲା ହଁ ପଚାରେ।
ସେଦିନ ଘଟଣା ପର ଠାରୁ ନା, ମୁଁ ତୋତେ ବହୁତ ମିସ୍ କରୁଛି। କାହିଁକି କହ?? ମିହିର ମଧ୍ୟ ସେ କଥା କହିଲା, ମୁଁ ମଧ୍ୟ ସେଦିନ ଠାରୁ ତୋତେ ବେଶୀ ମିସ୍ କରୁଛି। ଦୁହିଁଙ୍କ ପ୍ରଶ୍ନ ସମାନ ଥିଲା । ଦୁହେଁ ଚୁପ୍ । ମୋ ପ୍ରଶ୍ନ ର ଉତ୍ତର ତ ମିଳିଲା ନାହିଁ ।
ତାପରେ କଥା ବଦଳେଇ ଦେଇ ପଚାରିଲି କହ ଆଉ କେମିତି ଅଛୁ,ଆଉ ଘରେ ମାମୁଁ ମାଇଁ କେମିତି ଅଛନ୍ତି। ଏମିତି ବହୁତ୍ କଥା ହେଲୁ। ସେଦିନ ଘରେ ପହଁଚିଲା ବେଳକୁ ୫ ଟା ହେଲାଣି। ସ୍କୁଲ୍ ରୁ ଘର ମାତ୍ର ୯୦୦ ମିଟର ଆଉ ସେହି ୯୦୦ ମିଟର ରେ ଆମର ଗୋଟିଏ ଘଣ୍ଟା ବିତିଗଲା ଜଣା ପଡ଼ିଲା ନାହିଁ।
ସେଦିନ ଠାରୁ ପୁଣି ଚାଲିଲା ପୂର୍ବ ଭଳି । ମନ୍ମଥ ମଧ୍ୟ ମୋତେ ପୂର୍ବ ଭଳି ସାହାଯ୍ୟ କରୁଥିଲା କିନ୍ତୁ ଏହା ଚାଲିଲା କେବଳ ୨ ମାସ। ୨ ମାସ ପରେ ବାପା ଏବଂ ବୋଉ ମୋର ଗୋଟାଏ ଲମ୍ବା କ୍ଲାସ୍ ନେଲେ। ସେ ଜାଣିଥିଲେ ଯେ ମୁଁ ମିହିର ସହିତ ଛୁଟି ଦିନରେ ଖେଳେ ବୁଲେ ବୋଲି ସେଥିପାଇଁ ସେ ମୋତେ ବୁଝାଇଲେ ।
ଯଦି ସାଙ୍ଗ ହେଉଛୁ ତେବେ ସ୍କୁଲ୍ ରେ। ଛୁଟି ଦିନ ରେ ଘରେ ରହି ପଢା ପଢ଼ି କରିବ। ଏବେ ତୁ ଛୋଟ ପିଲା ହୋଇ ନାହୁଁ । ନିଜକୁ ବଦଳେଇବାକୁ ଚେଷ୍ଟା କର। କାଲି କିଛି ତୋ ସହିତ ଖରାପ ହୁଏ ତେବେ ଆମର ଇଜ୍ଜତ ରହିବ ତ? ଆଉ ବାହାରେ ତା ସହିତ ବୁଲାବୁଲି କମ୍ କର, ଲୋକମାନେ ଘରେ ଆସି ତୋର ଆଉ ମିହିର ବିଷୟରେ କେତେ କଣ କହୁଛନ୍ତି।
ମୁଁ କହିଲି, ବାପା ତୁମର ମୋ ଉପରେ ବିଶ୍ୱାସ ନାହିଁ କି? ତମେ ସେମାନଙ୍କ କଥା ଶୁଣୁଚ ଯେ? ବାପା କହିଲେ ତୋ ଉପରେ ବିଶ୍ୱାସ ଅଛି କାରଣ ତୋ ସହିତ ତୋ ଭାଇ ରହୁଛି କିନ୍ତୁ ସାହି ପଡିଶା ଲୋକମାନଙ୍କୁ ତମ ସମ୍ପର୍କ ଉପରେ ବିଶ୍ୱାସ ନାହିଁ ଏବଂ ସେମାନେ ବହୁତ୍ କଥା ହେଉଛନ୍ତି ତମ ଦୁହିଁଙ୍କ ବିଷୟରେ।
ସେଥିପାଇଁ ତୋତେ ବୁଝୋଉଛି । ସେଦିନ ବାପା ବୋଉ ଦୁହେଁ ମୋ ଆଗରେ ରାଗରେ ନୁହଁ ଅଳ୍ପ ଦୁଃଖୀ ହୋଇ କହିଲେ । ମୁଁ ମଧ୍ୟ ସ୍ଥିର କରିଲି କି ମିଳାମିଶା କମ୍ କରିବି। ଦେଖୁ ଦେଖୁ ନବମ କ୍ଲାସ୍ ସରିଲା।
ଆସିଲା ଦଶମ ଶ୍ରେଣୀ, ପାଠ ତ ହେଉଥାଏ। ଆମ ପାଖ ଗାଁ ରେ ମିହିର ର ମାମୁଁ ଙ୍କ ସାଙ୍ଗ ଆଉ ତାଙ୍କ ଆଉ ଜଣେ ସାଙ୍ଗ ମିଶି ଟିଉସନ୍ ଖୋଲିଲେ ସେଥିରେ କେବଳ ଅଷ୍ଟମ ଠାରୁ ଦଶମ ଶ୍ରେଣୀ ପର୍ୟନ୍ତ୍ ଟିଉସନ୍ ହେଉଥିଲା । ମିହିର ର ମାମୁଁ ମିହିର କୁ ପଠେଇଲେ ଏବଂ ତାକୁ କହିଲେ ତୋ ସାଙ୍ଗ ମାନଙ୍କୁ କହ ସେମାନେ ମଧ୍ୟ ଜଏନ କରିବେ।
ମିହିର ପ୍ରଥମେ ମୋ ନାମ ନେଲା ଏବଂ ତା ପରେ ଅନ୍ୟ କାହାର ନାମ ନେଲା। ମିହିର ର ମାମୁଁ ଆମ ଘରେ ହାଜର। ବାପା ଙ୍କୁ ସବୁ କଥା କହିଲେ ଏବଂ ଏହି କଥା ମଧ୍ୟ କହିଲେ କି ମିହିର ମଧ୍ୟ ସେଠୀ ଯିବ ଏକା ସାଙ୍ଗରେ ଯିବେ ଏକା ସାଙ୍ଗରେ ଆସିବେ ।
ବାପା ପ୍ରଥମେ ନାହିଁ କରିବା ପାଇଁ ଭାବୁଥିଲେ କିନ୍ତୁ ପରେ ମୋର ଭବିଷ୍ୟତ କୁ ଆଖି ଆଗରେ ରଖି ହଁ କରିଦେଲେ। ଦଶମ କ୍ଲାସ୍ ବର୍ଷ ସକାଳେ ଟିଉସନ୍ ଦିନରେ ସ୍କୁଲ୍ ଏବଂ ସନ୍ଧ୍ୟାରେ ପୁଣି ଟିଉସନ୍ ।
ମିହିର ସହିତ ପୁଣି ପାଠ ପଢା ସେମିତି ଚାଲିଲା। ଛୁଟି ଦିନରେ ମିହିର ଆମ ଘରକୁ ଆସୁଥିଲା । ମାତ୍ର ଦଶମ ବର୍ଷ ଛୁଟି ଦିନରେ ଘରେ ପଢା ପଢ଼ି କରୁଥିଲୁ । ପ୍ରତ୍ୟେକ ଦିନ ମୋତେ ମିହିର ର ମୁହଁ ଦେଖିବାକୁ ମିଳି ଯାଉଥିଲା ।
ଦଶମ ବର୍ଷ ମଧ୍ୟ ବହୁତ୍ ଖୁସିରେ କଟିଲା । ଦିପୁ ବେଳେ ବେଳେ କିଛି ସମସ୍ୟା କରାଏ କିନ୍ତୁ ମିହିର ତାକୁ ସାହାଯ୍ୟ କରୁନଥାଏ ଏବଂ ମୁଁ ତାକୁ ଧମକ ଦେଇ ରଖିଥାଏ କି ମିହିର ସହିତ କଥା ନ ହେବା ପାଇଁ । ସ୍କୁଲ୍ ରେ ତ ସମସ୍ତ ସାଙ୍ଗ ଜାଣିଥିଲେ । ଏବେ ଆମ ବିଷୟରେ ଟିଉସନ୍ ରେ ମଧ୍ୟ ଧିରେ ଧିରେ ଜାଣି ଗଲେ ।
ଆମେ ଏଠି ଦୁହେଁ ପାଖାପାଖି ବସୁ। ଆଉ କେହି ପାଖରେ ଵସେ ତେବେ ମିହିର କିଛି କହିବ ନାହିଁ କିନ୍ତୁ ମୁଁ ତା ଉପରେ ସବୁ ରାଗ ନେଇ ଚଢ଼ିଯାଏ ସେ ଡରରେ ଉଠିବାକୁ ବାଧ୍ୟ ହୁଏ ।
ଏମିତି ଚାଲିଲା ଆମ ସମ୍ପର୍କ । ଦଶମ କ୍ଲାସ୍ ମଧ୍ୟ ସରିଗଲା ଜାଣି ପାରିଲିନି । ଆମ ସ୍କୁଲ୍ ର ମିହିର ପ୍ରଥମ ଏବଂ ମୁଁ ଦ୍ଵିତୀୟ ନମ୍ୱର୍ ନେଇ ପାସ୍ କରିଲୁ । ଦୁହେଁ ଏକା କଲେଜ୍ ରେ ପଢ଼ିଲୁ। ଯିବା ଆସିବା ମଧ୍ୟ ସେମିତି ଥିଲା ।
+୨ ପ୍ରଥମ ବର୍ଷ ପାଦ ଦେଉ ଦେଉ କିଛି କିଛି ବଦଳିବାକୁ ପଡ଼ିଲା। ସ୍କୁଲ୍ ର ୟୁନିଫର୍ମ ଥିଲା କିନ୍ତୁ ଏଠି ସାଧାରଣ ଡ୍ରେସ ଥିଲା । କଲେଜ୍ ସମୟରେ ସମସ୍ତେ ଅଲଗା ଅଲଗା ଡ୍ରେସ ପିନ୍ଧି ଆସନ୍ତି ଏବଂ ବେଶୀ ଷ୍ଟାଇଲ ମାରୁଥିଲେ ମୁଁ ମଧ୍ୟ ସେମିତି କେବେ ଜିନ୍ସ ସାର୍ଟ ତ ଆଉ କେବେ ସଲୱାର୍ ଚୁଡ଼ି ଡ୍ରେସ । ଏଠି ସବୁ କ୍ଷେତ୍ରରେ ମଡର୍ନ ଭରି ରହିଥିଲା।

Part-4 ରେ ପଢ଼ିବେ : (ସେଦିନ ତାଙ୍କ ମାଇଁ ତା ଉପରେ ଏତେ ବଡ ଦୋଷ ଟିଏ ଲଦିଦେଲେ ଯେ ତାର ମାମୁଁ ମିହିର କୁ ବହୁତ୍ ଗାଳି ଦେବା ସହିତ ମାଡ ମଧ୍ୟ ମାରିଲେ।)
Bhuyans Blog

ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ ।
Click Here and send your Article (Whatsapp Link)

ଏହି ଗଳ୍ପ କୁ ଅନ୍ୟ ମାନଙ୍କୁ ସେୟାର କରିବାକୁ ଚାହୁଁଛନ୍ତି ତେବେ Page ତଳକୁ Scroll କରନ୍ତୁ ଏବଂ Whatsapp Button ଉପରେ କ୍ଲିକ କରି ସେୟାର କରନ୍ତୁ ।
ଅନ୍ୟ କାହାଣୀ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା Telegram Channel ର ଲିଙ୍କ୍ କୁ କ୍ଲିକ୍ କରି ଜଏନ କରନ୍ତୁ ।
Telegram Link

ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।

If you like this story so share to your friends, Thanking You.

Love Forever 2 ( A Story of Love Birds)

Love Forever( A Story of Love Birds) ...2
Love Forever( A Story of Love Birds) …2

ଚାରିଦିନ ପରେ ମନ୍ମଥ ମୋ ମନ କଥା ବୁଝି ସନ୍ଧ୍ୟାରେ ମିହିର କୁ ଘରକୁ ଡ଼ାକି ଆଣିଲା । ସେତେବେଳେ ମୋର ତିନୋଟି ସାଙ୍ଗ ମୋ ପାଖେ ବସିଥିଲେ ।

ଘରେ ବଡ ଲୋକ କେହି ନଥିଲେ । ଯେତେବେଳେ ମୁଁ ମିହିର କୁ ଦେଖିଲି ଆଉ ରହିପାରିଲି ନାହିଁ । ଦଉଡ଼ି ଯାଇ ତାକୁ କୁଂଢ଼େଇ ପକେଇଲି। ମୁଁ ଜାଣିନି ମୋତେ କାହିଁକି ଏତେ ଖୁସି ଲାଗିଲା । ମୁଁ ତ ଖୁସି ହୋଇଗଲି କିନ୍ତୁ ମିହିର ପୁରାପୁରି ଡରିଗଲା ।
ଥଣ୍ଡା ଦିନ ଥିଲା ମାତ୍ର ସେ ସମୟର ମିହିର ଦେହରୁ ଡରରେ ଝାଳ ବୋହିବାକୁ ଲାଗିଲା। ପ୍ରାୟ ୩ ସେକେଣ୍ଡ ପରେ ମୋତେ ମଧ୍ୟ ଅନୁଭବ ହେଲା କୁ ମୁଁ ଭୁଲ କରିଦେଲି। ଏପଟେ ସେପଟେ ଦେଖିଲି ମୋର ତିନି ଜଣ ଝିଅ ସାଙ୍ଗ ଏବଂ ମୋ ସାନ ଭାଇ ମୋତେ ବଡ ବଡ ଆଖିରେ ଅନେଇ ଥାନ୍ତି ।
ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ଅନୁ କଣ କଲା ? ମୋ ଭାଗ୍ୟ ଭଲ ସେ ଘରେ ବଡ ଲୋକ କେହି ନଥିଲେ । ମୋତେ ଅନୁଭବ ହେଲା ପରେ ମୁଁ ମିହିର କୁ ଛାଡ଼ି ସାଙ୍ଗ ମାନଙ୍କ ପାଖକୁ ଯାଇ ମିହିର କୁ ସାମ୍ନାରେ ଥିବା ବିଛଣା ରେ ବସିବାକୁ କହିଲି।
ମିହିର ମଧ୍ୟ ଆଶ୍ଚର୍ଯ୍ୟ ଅବସ୍ଥାରେ ଚାହିଁ ରହିଥିଲା । ମୋ ସାଙ୍ଗ କୁନି ମୋ କାନ ପାଖକୁ ଆସି ପଚାରିଲା । ଏ କଣ କଲୁ ? ତୁ ତାକୁ ଛୁଇଁବା ଠିକ୍ ନଥିଲା । ମୁଁ ମଧ୍ୟ ମୁଣ୍ଡ ତଳକୁ କରି କହିଲି କଣ କରିବି ଲୋ, ଜାଣି ପାରିଲିନି ଖୁସିରେ ସେମିତି କରିଦେଲି ।
ମନ୍ମଥ ସେଠୁ ଚାଲି ଯିବାକୁ ବାହାରିଲା । ମନ୍ମଥ ମୋ ଠାରୁ ୨ ବର୍ଷ ସାନ । ସେ ମଧ୍ୟ ସବୁ ଜାଣୁଥିଲା । ମୋତେ ଲାଗିଲା ସେ ବୋଉ କୁ ଯାଇ କିଛି କହିଦେବ । ମୁଁ ତାକୁ ଡାକିଲି । ଏବଂ ଧିର ସ୍ଵରରେ କହିଲି କିଛି କହିବୁନି ରେ, ଅଜାଣତେ ହେଇଗଲା ।
ସେ କିଛି ଉତ୍ତର ନ ଦେଇ ଚାଲିଗଲା । ମାତ୍ର ସେ କିଛି କହିଲା ନାହିଁ । ମିହିର କିଛି ସମୟ ଚୁପ୍ ବସିଲା ପରେ ମୋ ସାଙ୍ଗ ମାନେ ମୋତେ ପଚାରିଲେ ଆମେ ଏବେ ଆସୁଛୁ । ମୁଁ କହିଲି ରୁହ,ରୁହ ତମେ ଥାଇ ମୁଁ ମିହିର ସହିତ ଅଳ୍ପ କଥା ହୋଇଯିବି।
ତାପରେ ସେମାନେ ରହିଲେ । ମୁଁ ଆଉ ମିହିର କଥା ହେଲୁ , ମିହିର କେବଳ ମୁଣ୍ଡ ହଲେଇ ଉତ୍ତର ଦେଉଥିଲା ସେ ମଧ୍ୟ ବହୁତ୍ ଲାଜକୁଳା। ତାକୁ ଦୁଇ ଦିନ ବାରମ୍ବାର କହିବା ପରେ ସେ ଆସିଛି।
ଆମେ ୫ ମିନିଟ୍ କଥା ବାର୍ତାରେ କେବଳ ହାଲଚାଲ ପଚାରିବା ହୋଇଛି ସେତେବେଳେ ବୋଉ ଆସିଗଲେ । ମିହିର ବୋଉ କୁ ଦେଖି ପ୍ରଣାମ କରିଲା । ତାପରେ ମିହିର ଉଠି କହିଲା ମୁଁ ଏବେ ଆସୁଛି କହି ଚାଲିଗଲା ।
ଆମ ଘରେ ମିହିର ଏବଂ ମୋର ବନ୍ଧୁତା ବିଷୟରେ ସମସ୍ତେ ଜାଣିଛନ୍ତି ଏବଂ ମିହିର କୁ ସମସ୍ତେ ପସନ୍ଦ ମଧ୍ୟ କରନ୍ତି କିନ୍ତୁ ବୋଉ ମୋତେ ଅଳ୍ପ ଗାଳି ଦେଇ କହିଲେ ଏ ସମୟରେ ତାକୁ କାହିଁକି ଡାକିଥିଲୁ । ମୁଁ ଚୁପ୍ ରହିଲି ।
ବୋଉ କହିଲେ ତୋର ସେ ସାଙ୍ଗ ମାତ୍ର ଏହି ସମୟରେ ତା ସହିତ ଦେଖା କରିବାର ନଥିଲା । ପଡୋଶୀ ଲୋକ କିମ୍ବା କୁଣିଆ ଲୋକ କେହି ଯଦି ଦେଖିବେ ନା କଣ କଣ କହିବେ ଜାଣିଛୁ ?? ଏତିକି ଶୁଣି ମୋ ସାଙ୍ଗ ମାନେ ମଧ୍ୟ ସେଠୁ ନିଜ ନିଜ ଘରକୁ ଯିବା ପାଇଁ ବାହାରିଲେ ।
ମୁଁ ବୋଉ କୁ କହିଲି ଦେଖିବାକୁ ଇଛା ହେଲା ସେଥିପାଇଁ ଡାକିଦେଲି । ବୋଉ କହିଲେ ପରେ ଦେଖିଥାନ୍ତୁ ଏହି ସମୟରେ ଡାକିବା ଭୁଲ ।
ମୋର ଭୁଲ ର ମୁଁ ଅନୁତାପ କରିଲି ଏବଂ ମୁଣ୍ଡ ତଳକୁ କରି ରହିଲି । ବୋଉ ମୋତେ ଏତିକି କହିବା ପରେ ସେ ମୋର ମୁହଁକୁ ଦେଖି କହିଲେ ,” ମା ଲୋ ମୁଁ ତୋତେ, ତୋ ଭବିଷ୍ୟତ ଏବଂ ଆମ ଘର ର ଇଜ୍ଜତ ପାଇଁ କହୁଛି ” ମୁଁ ମୁଣ୍ଡକୁ ହଲେଇ ହଁ ଭରିଲି ।
ବୋଉ ଚାଲିଗଲେ ରୋଷେଇ ଘରକୁ । ମାତ୍ର ମୋ ଭାଗ୍ୟ ଭଲ ଯୋଉ ସମୟରେ ମିହିର ଘରୁ ବାହାରି ଗଲା ସେ ସମୟରେ ଲାଇଟ୍ ଚାଲି ଯାଇଥିଲା ଏବଂ ପଡୋଶୀ ଲୋକ କେହି ଦେଖିନାହାନ୍ତି ।
ସେ ଘଟଣା ପରେ ମୋର ଦେଖା ହେଲା ୭ ଦିନ ପରେ । ସେ ଦିନ କ୍ଲାସ୍ ରେ ଦେଖା ହେଲା ପରେ କେବଳ ସାଧାରଣ ଭାବେ ହାଏ, ହେଲୋ ହେଲା କାରଣ ସେଦିନ ଘଟଣା ଯୋଗୁ, ସେ ଅଳ୍ପ ଲାଜ କରୁଥିଲା ଏବଂ ମୋତେ ମଧ୍ୟ ଲାଜ ଲାଗିଲା ।
କ୍ଲାସ୍ ଆରମ୍ଭ ହେଲା । ମୋର ବିରୋଧରେ କିଛି ସାଙ୍ଗ ଅଛନ୍ତି ଯେମିତି ଦିପୁ ଏବଂ ତାର ଦୁଇଟି ସାଙ୍ଗ। ଦିପୁ କ୍ଲାସ୍ ରେ ଷଷ୍ଠ ରୁ ସେ ପଯ୍ୟନ୍ତ ତୃତୀୟ ନମ୍ବର୍ ରେ ରହି ଆସୁଛି । ସେ ମୋ ଉପରେ ରାଗିବାର କାରଣ ଯେ ସେ ମଧ୍ୟ ମିହିର କୁ ପସନ୍ଦ କରୁଥାଏ ଏବଂ ତାକୁ ଆଉ ଗୋଟିଏ ସୁଯୋଗ ମିଳିଯାଇଛି ସେଦିନ ଆମ ଘର ଘଟଣା ବିଷୟରେ ସେ ଖବର ପାଇ ସେ ବହୁତ୍ ରାଗି ଯାଇଛି ଏବଂ ସେଦିନ ଠାରୁ ଦିପୁ ଯେମିତି ମୋ ପଛରେ ଜୋକ ଭଳି ଲାଗିପଡିଲା।
ଗୋଟିଏ କ୍ଲାସ୍ ପରେ ସେ ମିହିର ପାଖକୁ କିଛି ପ୍ରଶ୍ନ ର ବାହାନା କରି ଆସିଲା । ମିହିର ସମସ୍ତଙ୍କୁ ସାହାଯ୍ୟ କରେ କିନ୍ତୁ ମୁଁ କେବେ ମଧ୍ୟ ଚାହେଁନି କି ମିହିର କୋଉ ଝିଅ କୁ ସାହାଯ୍ୟ କରୁ କିନ୍ତୁ ମିହିର ସାହାଯ୍ୟ କରୁଥାଏ । ସେ ମିହିର ପାଖେ ଆସି ପ୍ରଶ୍ନ ଆଳରେ ମିହିର କୁ ଖରାପ ନଜର ରେ ଦେଖୁଥାଏ ।
ଏପଟେ ମିହିର ତାକୁ ବୁଝେଇବା ରେ ବ୍ୟସ୍ତ । ସେ କେବଳ ମୋତେ ଦେଖେଇ ହେବା ପାଇଁ ଏମିତି କରୁଥିଲା। ତାର ପ୍ରଶ୍ନ ସରିଲା ପରେ ସେ ତା ଯାଗାକୁ ଯାଇ ବସିଲା ।
ଭୂଗୋଳ କ୍ଲାସ୍ ଆରମ୍ଭ ହେଲା । ଭୂଗୋଳ କ୍ଲାସ୍ ଚାଲିଥିଲା ସିନା, ମୁଁ କେବଳ ଦିପୁ କଥା ଭାବୁଥାଏ । ମୁଁ ମୋ ରଫ୍ ଖାତାର ପଛପଟ ପୃଷ୍ଠା ରେ ମିହିର କୁ ଦେବା ପାଇଁ କିଛି ଲେଖିଲି । ସେଥିରେ ଲେଖାଥିଲା, ତୁ ଦିପୁ କୁ ବୁଝାଇବା ସମୟରେ ସେ ଖରାପ ବ୍ୟବହାର କରୁଥିଲା ବୋଲି ଲେଖିଲି ଏବଂ ସେ ଏମିତି କରିବା ଯୋଗୁ ମୋତେ ଭଲ ଲାଗିଲା ନାହିଁ । ତାକୁ ଆଗକୁ କେବେ ସାହାଯ୍ୟ କରିବୁ ନାହିଁ ବୋଲି ଲେଖି ତା ଖାତାରେ ରଖିଦେଲି ।
ମୁଁ ସେ କାଗଜ ଟିକୁ ଦେବା ସମୟରେ ଦିପୁ ଏବଂ ଅନ୍ୟ ପିଲା ମାନେ ମଧ୍ୟ ଦେଖିଛନ୍ତି । ସେତେବେଳେ ସାର୍ ବ୍ଲାକବୋର୍ଡ ରେ କିଛି ଲେଖୁଥିଲେ । କ୍ଲାସ୍ ଭିତରେ ମିହିର ସେ କାଗଜ ଟିକୁ ପଢ଼ି ମୁଣ୍ଡ ହଲେଇ ହଁ କରି ପୁଣି ତାର ଖାତା ଭିତରେ ରଖିଦେଲା ।
ଭୂଗୋଳ କ୍ଲାସ୍ ସରିଲା ପରେ ଦିପୁ ପଛପଟୁ ଧିର ସ୍ୱର ରେ କମେଣ୍ଟ କରି କହିଲା । ଆଜିକାଲି ଘରେ ରାସଲୀଳା ଏବଂ ସ୍କୁଲ ରେ ପ୍ରେମ ପତ୍ର, ଭଲ କଥା ଆମକୁ କିଏ ପଚାରେ । ଏତିକି ଶୁଣି ତା ସାଙ୍ଗ ମାନଙ୍କ ସହ ଅନ୍ୟ କିଛି ପିଲା ମଧ୍ୟ ହସିଲେ ।
ମିହିର ସବୁ ଶୁଣି କିଛି ନ କହି ଚୁପ୍ ବସି ରହିଲା କିନ୍ତୁ ମୁଁ ରହିପାରିଲି ନାହିଁ । ଠିଆ ହୋଇ ଦିପୁ କୁ ପଚାରିଲି ତୋର କଣ ପ୍ରୋବ୍ଲମ୍ ଅଛି କି କହ ? ଦିପୁ ଚୁପ୍ .. ତାକୁ କହିଲି ମୋର ଯାହା ଇଚ୍ଛା ତାହା କରିବି କାରଣ ସେ ମୋ ସାଙ୍ଗ ତମ ଭଳି ଖରାପ ନଜରରେ ତାକୁ ଦେଖିନି କି ସେ ମଧ୍ୟ ମୋତେ କେବେ ଖରାପ ନଜର ରେ କେବେ ଦେଖିନି ।

Part-3 ରେ ପଢ଼ିବେ : (ମିହିର କହିଲା , ତୋତେ କେହି କହିଲେ ମୋତେ କାହିଁକି ଦୁଃଖ ଲାଗେ ରେ। ମୁଁ ଶୁଣି ଖୁସି ହେଲି। ତାହା ମୋ ଭାଗ୍ୟ କି ତୋ ଭଳି ମୋତେ ସାଙ୍ଗ ମିଳିଛି)
Bhuyans Blog

ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ ।
Click Here and send your Article (Whatsapp Link)

ଏହି ଗଳ୍ପ କୁ ଅନ୍ୟ ମାନଙ୍କୁ ସେୟାର କରିବାକୁ ଚାହୁଁଛନ୍ତି ତେବେ Page ତଳକୁ Scroll କରନ୍ତୁ ଏବଂ Whatsapp Button ଉପରେ କ୍ଲିକ କରି ସେୟାର କରନ୍ତୁ ।
ଅନ୍ୟ କାହାଣୀ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା Telegram Channel ର ଲିଙ୍କ୍ କୁ କ୍ଲିକ୍ କରି ଜଏନ କରନ୍ତୁ ।
Telegram Link

ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।

If you like this story so share to your friends, Thanking You.