Category Archives: Nilamadhab Bhuyan

ବିମର୍ଷ ପୃଥିବୀ

Bimarsh prithibi
ବିମର୍ଷ ପୃଥିବୀ

ଆଜିର ଏ ଦୁନିଆକୁ ଯିଏ ଦେଖେ
କହିଥାଏ…..ଦୁନିଆରେ ସବୁ ଅଛି…….. କିଛି ନାହିଁ
କି ପ୍ରକାର ରହସ୍ୟ ଏଠି ?
ହସ ଖୁସି – ସୁଖ – ଦୁଖଃ ଆଉ ଲୁହ
ଏଠି ବାସ୍ତବତା ଅଛି, ସ୍ବପ୍ନ ମଧ୍ୟ
ସ୍ବପ୍ନ ଯେବେ ବିକଳ୍ପର ଦ୍ୱାର ଖୋଲେ
ବାସ୍ତବତା ନିର୍ଦ୍ଦୟ କଠୋର ହୋଇ
ତଳି ତଳାନ୍ତ କରିଦିଏ ।
ବସନ୍ତ ଏଠି ସ୍ବପ୍ନ ର ଅଭିପ୍ସା,
ଗ୍ରୀଷ୍ମ ତାକୁ ଦେଇଥାଏ ଉଜୁଡା ସମ୍ଭାର,
ଶ୍ରାବଣର ମାଦକତା, ଶୀତର ଚପଳତା,
ଏଠି ଅଛି ପଥରର ବିଗ୍ରହ, ପୁଣି…………
ଗଦା ଗଦା ପାହାଡ଼ ପର୍ବତ………..
ମୋହିନୀ ନିର୍ଝରିଣୀ ଅଛି ଆଉ
ପ୍ରବଳ ସ୍ରୋତସ୍ୱିନି
ଭସାଇ ନେବାକୁ ବନ୍ୟାଜଳେ……
ଅଛି ଏଠି ଜୀବନ……………..ଜୀବନ ସତ୍ତା
ସମାଜ ଅଛି ଏଠି ସଭ୍ୟତା ଏଠି
ଖାଲି କୁସଂସ୍କାର ଅନ୍ଧ ବିଶ୍ୱାସ…..
ଏହା କଣ ପୃଥିବୀ ??
ପୃଥିବୀ ର ବାସ୍ତବତା ??
ମନେ ହୁଏ ଏହି ପରା
ବିମର୍ଷ ପୃଥିବୀ ।।।
ନୀଳମାଧଵ ଭୂୟାଁ
ଙ୍କ କଲମରୁ……
Follow my Blog