
ଦୀପ ଟିଏ ମୋତେ କରି ଦେଲା ପରେ
ବିଶ୍ବକୁ ଆଲୋକ ଦେଲି,
କିଏ ମୋ ଆଲୋକେ ଖୁସି ହୁଏ ଆଉ
କିଏ ଦୁଃଖେ ରହେ ଖାଲି !!
ସଳିତା ଭଳି ଟି ଜଳି ଜଳି ଯାଏ
ପ୍ରତିଦିନ ଏଠି ମୁହିଁ,
ଜୀବନ ଆୟୁଷ କମୁଛି ଏଠି ଯେ
ହିସାବ ତାହାର ନାହିଁ !!
ଦୀପ କି ଜାଣିଛି
କେବେ ସେ ଲିଭିବ
ଗ୍ରାସି ଚାଲେ ଅନ୍ଧାରକୁ,
କେବେ ସେ ଅନ୍ଧାର ପୁଣି
ଢାଙ୍କି ଦେବ କାଳିମା ଚାଦର ତାକୁ !!
ସେହି ଦୀପ ପରି ଜଳୁ ଅଛି ମୁହିଁ
ମୋ ଆଲୋକେ ଆଲୋକ ନାହିଁ,
ଏ ସମାଜ ଆଜି ପ୍ରଶ୍ନ କରେ ମୋତେ
ଶକ୍ତି ତୋର ଗଲା କାହିଁ ??
ସଭିୟେଁ ଚାହାନ୍ତି ରକ୍ତ ଫୁଲ ହୋଇ
ବାଣ୍ଟିବେ ଆଲୋକ ରସ,
ସ୍ବାର୍ଥ ମୟ ଏଠି ଦୁନିଆ ମଣିଷ
ମିଶାନ୍ତି ହୃଦୟେ ବିଷ ।
ସବୁ ଲୋଭ ମାୟା ସଂସାରେ ଭରା ଯେ
ବିଶ୍ୱାସ କାହାକୁ ନାହିଁ
କେହି ରହି ନାହିଁ ରହିବେ ନାହିଁ ଟି
ଶ୍ମଶାନ ଠିକଣା ଯହିଁ।
ପୂଜା ସ୍ୱାଇଁ (ଲେଖିକା)
ସୋଲଣ୍ଡି, ଗଞ୍ଜାମ ।